ସମ୍ପୂର୍ଣ୍ଣ ବ୍ୟାକରଣ ଶାସ୍ତ୍ର ଓ ଧ୍ଵନି ଶାସ୍ତ୍ରର ବିକାଶର ମୂଳରେ ଋଗବେଦର ଏକ ରୁଚା ଅଛି।
ଚତ୍ବାରି ବାକ୍ ପରିମିତା ପଦାନି ତାନି ବିଦୁର୍ବ୍ରାହ୍ମଣା ୟେ ମନୀଷିଣଃ।
ଗୃହା ତ୍ରୀଣି ନିହିତା ନେଡ଼ ଗୟନ୍ତି ତୁରୀୟଂ ବାଚୋ ମନୁଷ୍ୟା ବଦନ୍ତି।
(ଋଗବେଦ ୧ - ୧୬୪ - ୪୫)
ଅର୍ଥାତ୍ ବାଣୀର ଚାରିଟି ପଦ ରହିଛି ଯାହାକୁ ମନୀଷୀଗଣ ଜାଣିଛନ୍ତି। ସେ ଗୁଡ଼ିକ ହେଲା - ପରା, ପଶ୍ୟନ୍ତି, ମଧ୍ୟମା, ବୈଖରୀ। ଏଥି ମଧ୍ୟରୁ ତିନିଟି ଗୁପ୍ତ ରୁହନ୍ତି ତଥା ଚତୁର୍ଥ ତୁରୀୟ ବାଚା ଲୋକେ ଗାଇଥାଆନ୍ତି। ଏହିପରି କାଳଗଣନାର ବୃହତ ଏକକ ବ୍ରହ୍ମଦିନର ଗଣନା ଅଥର୍ବ ବେଦର ୮/୨/୨୯ ସୂକ୍ତରେ ଦିଆଯାଇଛି। ସେଥିରେ କୁହାଯାଇଛି - "ଶତଂ ତେୟୁତଂ ହାୟନାନ୍ଦ୍ବୈ ଯୁଗେ ତ୍ରୀଣୀଂ ଚତ୍ବାରି କୃଣମଃ" ଅର୍ଥାତ୍ ଶହ ଅୟୁତ ଆଗରେ ୨,୩,୪ ଲେଖିଲେ କଳ୍ପର ସଂଖ୍ୟା ଆସିବ ଓ "ଅକାଂନାମ୍ ବାମତୋ ଗତିଃ" ଏହି ନିିୟମରେ ୪୩୨୦୦୦୦୦୦୦ ଚାରି ଶହ ବତିଶ କୋଟିି ବର୍ଷ। ଋଗ୍ ବେଦର ସଜ୍ଞାନ ସୂକ୍ତ ସଙ୍ଗଠନ ଶାସ୍ତ୍ରର ଆଦି କାବ୍ୟ ହୋଇଥିବା ବେଳେ ତାହାର ଯମ-ଯମୀ ସମ୍ବାଦରେ ନୈତିକ ମାପଦଣ୍ଡର ସମାଜ ସ୍ଥାପନାର ଚିତ୍ର ରହିଛି। ଏହି ଦୃଷ୍ଟିରୁ ଐହିକ ଜୀବନରେ ଏକ ସକ୍ଷମ, ସମ୍ପନ୍ନ, ଜୀବନ୍ତ ସମାଜ ଚିତ୍ର ଆମ ଆଗରେ ଉଦ୍ଭାସିତ ହୁଏ। ଭୌତିକତାରେ ସୁଖ ନ ଥାଏ, ତେଣୁ ତାଠାରୁ କିଛି ଉଚ୍ଚତ୍ତର ଚିନ୍ତା ଏବଂ ଅନ୍ୱେଷଣର ଗହନ ଆଧ୍ୟାତ୍ମିକ ଅନୁଭୂତିକୁ ବ୍ୟକ୍ତ କରୁଥିବା ସୂକ୍ତ ଭାରତୀୟ ତତ୍ତ୍ୱ ଚିନ୍ତନର ଆଧାର ହୋଇଛି।
୪.୧୧.୧୯

No comments:
Post a Comment