Saturday, 30 September 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
    *ଆଜି ୩୦ତାରିଖ ସେପ୍ଟେମ୍ବର*
    *୨୦୧୭ଶନିବାର  ଆଶ୍ବିନମାସ*
       *ଶୁକ୍ଳପକ୍ଷ  ଦଶମୀ ତିଥି*
        *ଉତ୍ତରାଷାଢ଼ା ନକ୍ଷତ୍ର*
      *ସୂର୍ଯ୍ୟଦକ୍ଷିଣାୟନ*
       *ଶରତଋତୁ,ମକର ଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
           
    💢💠💢💠💢💠💢💠
          *💦 *ଦଶହରା ଅନୁଚିନ୍ତା* 💦
ଶ୍ରୀରାମଚନ୍ଦ୍ର ମର୍ଯ୍ୟାଦା ତଥା ପ୍ରସନ୍ନତାର ପ୍ରତୀକ *ରମନ୍ତେ ଯୋଗୀନଃ ଯସ୍ମିନ୍ ରାମଃ* ଆଉ ରାବଣ? ଅନ୍ୟକୁ କନ୍ଦେଇବାର ଚରିତ୍ର!  ତାର ଦଶ ମୁଖ ଦଶବିଧ ଇନ୍ଦ୍ରିୟର ପ୍ରତୀକ ବା ପ୍ରତିନିଧିତ୍ଵ କରେ!ପଞ୍ଚ ଜ୍ଞାନେନ୍ଦ୍ରିୟ ଓ ପଞ୍ଚ କର୍ମେନ୍ଦ୍ରିୟରେ ଥିବା ଅତିରିକ୍ତ ତମସ୍ ଓ ରଜସ୍ ପ୍ରକୃତିକୁ ହରେଇବା ବା ହରଣକରିବା ଏବଂ ସତ୍ତ୍ବ ଶକ୍ତିର ବିଜୟ କରିବା! ଏଇଦିନ ଦୁରାଚାରୀ ରାବଣକୁ ନଷ୍ଟ କରି ସଦାଚାରୀ ରାମ ମାତୃଭୂମିକୁ ଅବଧପୁରୀକୁ ଅସୁରରାଜ୍ଯ ଲଙ୍କାନଗରୀ ପରିତ୍ଯାଗ କରି ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ସତ୍ତ୍ବ ସର୍ବସ୍ବ ଭାଇ ଭରତ ସହ ମିଳିତ ହେଇଥିଲେ! ଅର୍ଥାତ୍ ସ୍ବର୍ଣ୍ଣମୟୀଲଂକାର ପ୍ରାଚୁର୍ଯ୍ୟ ମଧ୍ୟ ମାତୃଭୂମିର ଆକର୍ଷଣଠୁଁ ବଡ଼ ହେଇ ପାରେନା! ଭାଇର ମମତା ବିଦେଶର ମୋହ ଠୁଁ ବଡ଼ ହେଇ ପାରେନା ଏହା ଭାଇଚାରାର ବାର୍ତ୍ତା ପ୍ରଦାନ କରେ! ଆଜି ପୁଣି *'ସଜପୂଜା '* ନିଜ ନିଜ କୌଳିକ ବୃତ୍ତିର ଉପକରଣ (ଯଥା ଛାତ୍ରଶିକ୍ଷକଙ୍କ ପାଇଁ ବହିଖାତାକଲମର) ପୂଜନ ହୁଏ! ତାହା ତ ବିଜୟାଦଶମୀ! ନଅ ଦିନ ସଂପୂର୍ଣ୍ଣ ସଂଯମତା ପୂର୍ବକ ଅନ୍ତରସ୍ଥ ଶକ୍ତିତତ୍ତ୍ୱର ଆବାହନ କରାଯାଏ! ଶକ୍ତିର ପ୍ରତୀକ ତ ମାଆ! ଦୁର୍ଗ ମାନେ ପ୍ରତିବନ୍ଧ, ବାଧା ଯାହାକୁ ଭେଦ କରିବା କଷ୍ଟକର ତାକୁ ଯିଏ ସୁଗମ କରି ପାରନ୍ତି ସିଏ ହେଉଛନ୍ତି ଦୁର୍ଗ ନାମଧାରୀ ଅସୁର ସଂହାରିଣୀ ମାତା ଦୁର୍ଗା!
ଆସନ୍ତୁ ଆମେ ସମସ୍ତେ ଅନ୍ତର୍ମୁଖୀ ହେଇ ସମୀକ୍ଷା କରିବା ଆମର ଗତି ଆଉ ସ୍ଥିତି!
*ବିଜୟାଦଶମୀ ଅଭିନନ୍ଦନ*
     🙏🏻🙏🙏🙏🙏🙏🙏
 
    *ଜୟ ମା ଦୁର୍ଗେ ଦୁର୍ଗତିନାଶିନୀ*
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

Friday, 29 September 2017

ଗୁରୁ ଗୋବିନ୍ଦ ସିଂ

ଭାରତ ଇତିହାସରେ ଏପରି କିଛି ଯୁଗପୁରୁଷ ଜନ୍ମହୋଇଛନ୍ତି ଯେଉଁମାନେ ପ୍ରବଳ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜର ପ୍ରାଣ ଦେଇ ଧର୍ମ, ସଂସ୍କୃତିର ରକ୍ଷା କରିଯାଇଛନ୍ତି। ସେଇଭଳି ଜଣେ ମହାପୁରୁଷ ଥିଲେ ଗୁରୁଗୋବିନ୍ଦ ସିଂହ। ଯାହାଙ୍କ ପାଇଁ କବି ଲେଖିଯାଇଛନ୍ତି - ମୂଲ୍ୟାୟନ ସେବେର କରିବି ନା ଏବେର ? ଯଦି ଗୁରୁଗୋବିନ୍ଦ ସିଂହ ଜନ୍ମ ନ ନେଇଥାନ୍ତେ ତେବେ ହୋଇଥାନ୍ତେ ସମସ୍ତେ ସୁନ୍ନତ।
ଜନ୍ମ ହେଲେ ୨୩ ଡିସେମ୍ବର ୧୬୬୬ରେ ପାଟନାସାହିବରେ। ଶିଖ ପନ୍ଥର ନବମ ଗୁରୁ ତେଗ ବାହାଦୂରଙ୍କର ସେ ପୁତ୍ର। ଗୁରୁ ତେଗ ବାହାଦୂର ପାଟନାସାହିବରେ  ୪ ବର୍ଷ ରହିବା ପରେ ପଞ୍ଜାବର ଆନନ୍ଦପୁର ସାହିବକୁ ଫେରିଆସିଲେ। ପୁଅକୁ ସବୁ ପ୍ରକାର ଶିକ୍ଷା ଦୀକ୍ଷା ଦେଲେ ।

ଯେତେବେଳେ ଗୁରୁଗୋବିନ୍ଦଙ୍କୁ ୯ ବର୍ଷ ହୋଇଥିଲା ସେତେବେଳେ ଭାରତ ବର୍ଷରେ ଏପରି ସବୁ ଘଟଣା ଘଟିଲା ଯାହା ଭାରତର ଇତିହାସକୁ ନୂତନ ମୋଡ଼ ଦେଇଥିଲା। ସେତେବେଳେ ମୋଗଲ ଶାସକ ଆଉରଙ୍ଗଜେବର ଜିହାଦୀ ଉନ୍ମାଦ ଚରମ ସୀମାରେ ପହଞ୍ଚି ଯାଇଥିଲା। ହିନ୍ଦୁମାନଙ୍କୁ ଧର୍ମ ପରିବର୍ତ୍ତନ କରି ମୁସଲମାନ କରାଇବା ପାଇଁ ନିର୍ଦ୍ଦେଶ ସେ ତାଙ୍କ ଅଧୀନରେ ଥିବା ସବୁ ନବାଵଙ୍କୁ ଦେଇଥିଲା। ଆତଙ୍କର ଏକ ଭୟାନକ ବାତାବରଣ ପୂରା ହିନ୍ଦୁସ୍ଥାନକୁ ଗ୍ରାସ କରିସାରିଥିଲା। ଏତିକିବେଳେ କାଶ୍ମୀରରେ ଆଉରଙ୍ଗଜେବର ଅଧୀନରେ ଥିବା ନବାଵ ଇଫତିକାର ଖାଁ ପୁରା ହିନ୍ଦୁ ଜନସଂଖ୍ୟାକୁ ମୁସଲମାନ ଜନସଂଖ୍ୟାରେ ପରିବର୍ତ୍ତିତ କରିବାପାଇଁ ପ୍ରାଣପଣେ ଲାଗିପଡ଼ିଥିଲା। ଜଣେ ହିନ୍ଦୁ କାଶ୍ମୀରୀ ପଣ୍ଡିତ କୃପାରାମ ତାଙ୍କର କିଛି ସାଥୀଙ୍କୁ ଧରି ଆନନ୍ଦପୁର ସାହିବ ପଳାଇ ଆସି ଗୁରୁ ତେଗବାହାଦୁରଙ୍କୁ ତାଙ୍କ ଅତ୍ୟାଚାରର କାହାଣୀ ଶୁଣାଇଲେ, "ଅନେକ ମୁସଲମାନ ହୋଇସାରିଲେଣି । ଆମେ ଯେଉଁ କେତେ ପରିବାର ବଞ୍ଚିଛୁ ଇଫତିକାର ଖାଁର ଜିହାଦୀ ଅତ୍ୟାଚାରର ଶିକାର ହେଉଛୁ। ଆପଣ ଆମକୁ ରକ୍ଷା କରନ୍ତୁ।"
ଏହାଶୁଣି ଗୁରୁ ତେଗବାହାଦୂର କିଛି କ୍ଷଣ ପାଇଁ ଅନ୍ତର୍ଧ୍ୟାନ  ହୋଇଗଲେ। ଧ୍ୟାନ ସାରି ସେ ବାହାରକୁ ଆସିବା ବେଳେ ତାଙ୍କ ମୁଖରୁ ଯେଉଁ ବାକ୍ୟ ବାହାରିଲା ତାହା ଏହିପରି ଥିଲା -
"ମୋତେ ଲାଗୁଛି ଧର୍ମ ରକ୍ଷା ପାଇଁ ଜଣେ ମହାପୁରୁଷଙ୍କ ବଳିଦାନ ଦରକାର।"
ଏହି ବାକ୍ୟ କହୁଥିବା ବେଳେ ପଣ୍ଡିତ କୃପାରାମଙ୍କ ସହ ୯ ବର୍ଷର ବାଳକ ଗୋବିନ୍ଦ ବି ଛିଡ଼ା ହୋଇଥିଲେ।
ଗୋବିନ୍ଦ କ୍ଷଣେ ବିଳମ୍ବ ନ କରି କହିଲେ ବାପା ! ଆପଣଙ୍କ ଠାରୁ ବଳି ଆଉ କିଏ ଏବେ ବଡ଼ ମହାପୁରୁଷ ଅଛନ୍ତି ? ପୁଅ ମୁଁହରୁ ଏ ବିଚାର ଶୁଣି ସେ ଆନନ୍ଦିତ ହେଲେ ଓ କହିଲେ, "ତୁମେ ବହୁତ ଛୋଟ ଅଛ । ତେଣୁ ମୋର ତୁମ ଚିନ୍ତା ଥିଲା।" ଗୋବିନ୍ଦ କହିଲେ, ମାତୃ ଗର୍ଭରେ ଯେଉଁ ସତ ଶ୍ରୀ ଅକାଲ ମୋତେ ରକ୍ଷା କରିଥିଲେ ସେହି ସତ ଶ୍ରୀ ଅକାଲ ପୁରୁଷଙ୍କ ଉପରେ ମୋର ପୂର୍ଣ୍ଣ ଭରସା ଅଛି ସେ ମୋର ରକ୍ଷା କରିବେ। ଆପଣ ମୋ ଚିନ୍ତା କରନ୍ତୁ ନାହିଁ । ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ଆଗେଇ ଯାଆନ୍ତୁ।"
ପୁତ୍ର ମୁଖରୁ ଏଭଳି ପ୍ରଚଣ୍ଡ ଆତ୍ମବଳ ଦେଖି ସେ ନିଜକୁ ସମ୍ପୁର୍ଣ୍ଣ ପ୍ରସ୍ତୁତ କରିନେଲେ। ଶିଖ ପନ୍ଥାର ଦଶମଗୁରୁ ଭାବେ ସେହି ୯ ବର୍ଷର ବାଳକକୁ ମନୋନୀତ କଲେ ଏବଂ ପଣ୍ଡିତ କୃପାରାମଙ୍କୁ କହିଲେ, "ଆପଣ ତୁରନ୍ତ ଯାଇ ଇଫତାର ଖାଁକୁ କହିଦିଅନ୍ତୁ ହିନ୍ଦୁମାନଙ୍କର ଗୁରୁ ତେଗବାହାଦୁରଙ୍କୁ ଯଦି ମୁସଲମାନ କରିଦେବ ତେବେ ଆମେ ସମସ୍ତେ ମୁସଲମାନ ହୋଇଯିବୁ। ଏଇ ସନ୍ଦେଶ ପଣ୍ଡିତ କୃପାରାମଙ୍କ ଦ୍ଵାରା ଇଫତାର ଖାଁ ପାଖରେ ପହଞ୍ଚି ଗଲା। ଇଫତକାର ଖାଁ ତୁରନ୍ତ ଏଇ ଖବର ଦିଲ୍ଲୀ ଦରବାରରେ ପହଞ୍ଚାଇ ଦେଲା। ଆଉରଙ୍ଗଜେବ ଏ ବାର୍ତ୍ତା ଶୁଣିବା ମାତ୍ରେ କ୍ଷୁବ୍ଧ ହୋଇ ତେଗବାହାଦୁରଙ୍କୁ ବନ୍ଦୀ କରି ଆଣିବାକୁ ଆଦେଶ ଦେଲା। ତେଗବାହାଦୂରଙ୍କୁ ତାଙ୍କର ତିନି ଶିଷ୍ୟ ଭାଇ ମତି ଦାସ, ଭାଇ ସତୀ ଦାସ, ଭାଇ ଦୟାଲଙ୍କ ସହ ବନ୍ଦୀ କରି ଦିଲ୍ଲୀ ନିଆଗଲା। ତାଙ୍କୁ କୁହାଗଲା ଯଦି ଯାତନା ଓ କଷ୍ଟରୁ ମୁକ୍ତି ଚାହୁଁଚ ତେବେ ମୁସଲମାନ ହୋଇଯିବା ଏକ ମାତ୍ର ରାସ୍ତା । କିନ୍ତୁ ଏହି ଧର୍ମଵୀର ପ୍ରାଣ ୪ ଟି ଆଉରଙ୍ଗଜେବର ଆଦେଶକୁ ଅସ୍ବୀକାର କରି କିପରି ବଳିଦାନ ଦେଇଥିଲେ ତାହା ସ୍ୱର୍ଣ୍ଣାକ୍ଷରରେ ଭାରତ ଇତିହାସରେ ଲିପିବଦ୍ଧ ହୋଇଛି।
      ଏହି ଘଟଣା ପୂରା ହିନ୍ଦୁ ସମାଜ ଭିତରେ ଅସମ୍ଭବ ପ୍ରକାର ଜାଗୃତି ନିର୍ମାଣ କଲା। ପୂରା ଭାରତକୁ ଇସଲାମ କରିବାର କୁଚକ୍ର ବିରୁଦ୍ଧରେ ହିନ୍ଦୁ ସମାଜ ଛିଡ଼ା ହେଲା। ଆଉରଙ୍ଗଜେବର ସ୍ବପ୍ନ ଅଧାରେ ରହିଗଲା। ଗୁରୁଗୋବିନ୍ଦ ସିଂହ ସୁପ୍ତ ପ୍ରାୟ ହିନ୍ଦୁ ପ୍ରାଣରେ ସଂଜୀବନୀ ଫୁଙ୍କିଲେ। ସେ କହିଲେ, " ସବା ଲାଖ ସେ ଏକ ଲଡ଼ାଉଁ, ଚିଡ଼ିଆଁ ସେ ବାଜ ଲଡ଼ାଉଁ। ତୋ ଭି ଗୁରୁଗୋବିନ୍ଦ ନାମ ଧରାଉଁ।"
ଚଢ଼େଇ ଭଳି ଭୟଭୀତ ହିନ୍ଦୁ ସମାଜକୁ ସିଂହ କରି ଛିଡ଼ା କଲେ। ସମସ୍ତଙ୍କୁ ସିଂହ ଉପାଧିରେ ବିଭୂଷିତ କଲେ।
ହିନ୍ଦୁ ସମାଜକୁ ସଂଗଠିତ କରି ସ୍ଥାନେ ସ୍ଥାନେ ମୋଗଲଙ୍କ ସହ ଯୁଦ୍ଧ କଲେ ଏବଂ ସେମାନଙ୍କ ନବାଵ ମାନଙ୍କୁ ପରାସ୍ତ କଲେ। ୧୬୯୯ ଖ୍ରୀଷ୍ଟାବ୍ଦରେ ବୈଶାଖୀ ଦିନ ଆନନ୍ଦପୁର ସାହିବାରେ ସେ ଶିଖ ମାନଙ୍କର ବିଶାଳ ସମ୍ମେଳନ କଲେ। ସେଠାରେ ସେ ଖାଲସା ପନ୍ଥାର ସ୍ଥାପନା କଲେ। ସେହି ସମ୍ମେଳନରେ ସେ ପଞ୍ଚ ପ୍ୟାରେ ବାଛିଥିଲେ ।  ସେମାନେ ଖାଲସା ପନ୍ଥର ଜୀବନ ବ୍ରତୀ ସାଧକ ହେଲେ।  ଭାରତର ପାଞ୍ଚଟି ସ୍ଥାନ ଯଥା ଲାହୋର, ହସ୍ତିନାପୁର, ଦ୍ୱାରକା, ଜଗନ୍ନାଥ ପୁରୀ ଓ ବିଦରରୁ ଯଥାକ୍ରମେ ଭାଇ ଦୟା ସିଂହ, ଭାଇ ଧର୍ମ ସିଂହ, ଭାଇ ମୋହକ ସିଂହ, ଭାଇ ହିମ୍ମତ ସିଂହ ଓ ଭାଇ ସାହିବ ସିଂହ - ଏଇ ପାଞ୍ଚ ଜଣ  ପଞ୍ଚପ୍ୟାରେ ନାମରେ ଖ୍ୟାତ।
ମୋଗଲ ଅତ୍ୟାଚାର ବଢ଼ିଲା। ସେମାନେ ପୁରା ଶିଖମାନଙ୍କୁ ସମାପ୍ତ କରିବା ପାଇଁ ପ୍ରତିଜ୍ଞା କରିଥିଲେ।

ଚମକୌର ନାମକ ସ୍ଥାନରେ ଗୁରୁଗୋବିନ୍ଦ ସିଂହଙ୍କର ମୋଗଲ ସେନା ସହ ଘମାଘୋଟ ଲଢ଼େଇ ହେଲା।
ସେଠାରେ ତାଙ୍କର ଦୁଇ ବଡ଼ ପୁଅ ଅଜିତ ସିଂହ ଓ ଜୁଝାରୁ ସିଂ ଯୁଦ୍ଧ ଭୂମିରେ ଵୀର ଗତି ପ୍ରାପ୍ତ ହେଲେ।
ସାନ ପୁଅ ଜୋରାବାର ସିଂହ ଓ ଫତହ ସିଂହ ନଅ ବର୍ଷ ଓ ସାତ ବର୍ଷର ହୋଇଥିବାବେଳେ ତାଙ୍କ ଉପରେ ବଜିର ଖାନ  ଦିଆଲ ଉଠାଇ ଜୀଅନ୍ତା ସମାଧି ଦେଇଥିଲା। ପୁତ୍ର ମାନଙ୍କର ମୃତ୍ୟୁ ଖବର ଗୁରୁ ଗୋବିନ୍ଦ ସିଂହଙ୍କୁ  ଯେତେବେଳେ ଦିଆଗଲା ସେ ଶିଖମାନଙ୍କର ଏକ ବିଶାଳ ସମୁହକୁ ଉଦବୋଧନ ଦେଉଥିଲେ।
ସେ ସେହି ସଭାରେ କହିଲେ, "ଚାର ମୂଏ ତୋ କ୍ୟା ହୁଆ ଜୀବିତ କଈ ହଜାର।

୩୦.୯.୧୭

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
    *ଆଜି ୨୯ତାରିଖ ସେପ୍ଟେମ୍ବର*
    *୨୦୧୭ଶୁକ୍ରବାର  ଆଶ୍ବିନମାସ*
       *ଶୁକ୍ଳପକ୍ଷ  ଅଷ୍ଟମୀ ତିଥି*
        *ପୂର୍ବାଷାଢ଼ା ନକ୍ଷତ୍ର*
      *ସୂର୍ଯ୍ୟଦକ୍ଷିଣାୟନ*
       *ଶରତଋତୁ,ଧନୁ ଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
           
    💢💠💢💠💢💠💢💠
          *💦 *ସାହିତ୍ୟ ପ୍ରସାଦ* 💦
ବ୍ରହ୍ମାଣ୍ଡ ଜନନୀ ମା'ଗୋ କର ପ୍ରାଣ ଅଧିକାର
  ଦେଖାଅ କରୁଣା ଲୀଳା
ପ୍ରାଣେ ମୋର ଅନିବାର
ବସାଇ ଚରଣତଳେ
ଘୋଡ଼ାଇ ସ୍ନେହ ଅଞ୍ଚଳେ
ଧୋଇ ନେତ୍ର ଭକ୍ତି ଜଳେ
ଦେଖାଅ ତୁମ୍ଭ ସଂସାର
ନିଅ ମୋତେ ପାଶେଟାଣି
ଶୁଣାଅ ଶ୍ରୀମୁଖ ବାଣୀ
କର ଚିତ୍ତେ ରାଜଧାନୀ ବିଶ୍ବରାଣୀ ମହିମାର
ନିଅ ଏ କଳ୍ପନା ସ୍ମୃତି
ବୁଦ୍ଧି ହୃଦୟ ପ୍ରବୃତ୍ତି
ଶୁଦ୍ଧ କର ଏ ପ୍ରକୃତି
ନାଶ ମା ସର୍ବ ବିକାର!

            *➖ଭକ୍ତକବି*

🙏🏻🙏🙏🙏🙏🙏🙏
 
    *ଜୟ ମା ଦୁର୍ଗେ ଦୁର୍ଗତିନାଶିନୀ*
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

*ସ୍ୱାଧୀନତାପ୍ରେମୀ ନେତାଜୀ*

ବନ୍ଧୁଗଣ !

   ବର୍ତ୍ତମାନ ଅଗ୍ନି ପରୀକ୍ଷାର ବେଳ ଉପସ୍ଥିତ। ବନ୍ଦିନୀ ଭାରତମାତାର ମୁକ୍ତିପାଇଁ ତାର ଚରଣ କମଳ ତଳେ ଆମେ ସବୁ ନିଜକୁ ବଳି ଦେବାକୁ ହେବ। ସ୍ବାଧୀନତାର ମୂଲ୍ୟ ହେବ ରକ୍ତ।

"ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି।"

ଦିଲ୍ଲୀର ପଥ ହେବ ଆମ ପାଇଁ ସ୍ୱର୍ଗର ପଥ। ସମସ୍ତ ବାଧା ବିଘ୍ନ ଅତିକ୍ରମ କରି ଆଗେଇଯିବା ଆମେ ଦିଲ୍ଲୀ ପଥରେ। ଏଥିରେ ଭଗବାନ ଆମର ପୂର୍ଣ୍ଣ ସହାୟକ ହେବେ।

ଦୂରେ ବହୁଦୂରେ ଏଇ ଦେଖ -
ସୁବିଶାଳ ଶସ୍ୟରାଶିର ଅନ୍ତରାଳରେ ସେହି କଳ କଲ୍ଲୋଳ ସ୍ରୋତସ୍ୱୀନି ପର ପାରେ, ସେହି ଧୂମିଳ ପର୍ବତମାଳାର ଦେଶ ଅତିକ୍ରମ କରି ଆମ୍ଭମାନଙ୍କର ମାତୃଭୂମି ବିଦ୍ୟମାନ ଯାହାର ସ୍ନେହାଙ୍କିତ ଅଙ୍କରେ ଆଶ୍ରୟ ପାଇବାର ଲାଳସୀ ହୋଇ ସ୍ୱର୍ଗର ଦେବତା ମଧ୍ୟ ଦିନେ ମର୍ତ୍ତ୍ୟରେ ଅବତୀର୍ଣ୍ଣ ହୋଇଥିଲେ। ସେ ହିଁ ଆମର ମାତୃଭୂମି। ତାହାର କୋଳରେ ଆମ୍ଭମାନଙ୍କର ଜନ୍ମ। ତାହାରି ରକ୍ତରେ ଆମ୍ଭମାନଙ୍କର ଏହି ସୁଗଠିତ ଶରୀର ନିର୍ମିତ ହୋଇଛି। ଆଜି ଆମେ ମାତୃଭୂମିଠାରୁ ଦୂରରେ। ନୀଡ଼ହୀନ ପକ୍ଷୀ ପରି ଆମ୍ଭେମାନେ ଆଜି ଅନନ୍ତ ପଥରେ ଘୁରିବୁଲୁଛୁ। ଆମ୍ଭମାନଙ୍କୁ ଆମର ସେହି ମାତୃଭୂମି କୋଳକୁ ପୁନରାୟ ଫେରିଯିବାକୁ ହେବ। ସ୍ୱାଧୀନତା ନଚେତ ମୃତ୍ୟୁ। ହୁଏତ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଦିଲ୍ଲୀର ଲାଲକିଲ୍ଲାକୁ ଅଧିକାର କରିବାକୁ ହେବ ନଚେତ ସଂଗ୍ରାମରେ ହିଁ ପ୍ରାଣ ବିସର୍ଜନ କରିବାକୁ ପଡ଼ିବ।
ଦିଲ୍ଲୀର ପଥ ସ୍ବାଧୀନତାର ପଥ।
ଚାଲ ଦିଲ୍ଲୀ।

ଭାରତ ମାତା କୀ ଜୟ

୨୯.୯.୧୭

Thursday, 28 September 2017

*ପଦବୀ ଏକ ଅହଂକାର ମାତ୍ର*

  ମହାନ ବିଦ୍ୱାନ ସନ୍ଥ ସ୍ୱାମୀ ରାମତୀର୍ଥଙ୍କର ପାଣ୍ଡିତ୍ୟ ତଥା ତେଜସ୍ୱିନୀ ବକ୍ତୃତାରେ ମୁଗ୍ଧ ହୋଇ ଆମେରିକାର ଚଉଦଗୋଟି ବିଶ୍ୱବିଦ୍ୟାଳୟ ତାଙ୍କୁ ମିଳିତ ଭାବେ ଡକ୍ଟରେଟ ଉପାଧି ଦେବାକୁ ମନୋନୀତ କଲେ। କିନ୍ତୁ ସ୍ୱାମୀଜୀ ସେହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହିଲେ, " ଯଶ କୀର୍ତ୍ତି ଓ ପ୍ରଶଂସା ପାଇଁ ଉଦ୍ଦିଷ୍ଟ ପଦପଦବୀ ଗୁଡ଼ିକ କେବଳ ମନରେ ଅହଂକାର ବଢ଼ାଇଥାଏ । ପ୍ରକୃତ ଜ୍ଞାନ ଶକ୍ତି ଏଥିରୁ ନିବୃତ୍ତ ରହିଥାଏ। ମୋର ଏସବୁ ଲୋଡ଼ା ନାହିଁ।"

୨୮.୯.୧୭

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
    *ଆଜି ୨୮ତାରିଖ ସେପ୍ଟେମ୍ବର*
    *୨୦୧୭ଗୁରୁବାର  ଆଶ୍ବିନମାସ*
       *ଶୁକ୍ଳପକ୍ଷ  ଅଷ୍ଟମୀ ତିଥି*
   *ମୂଳା ନକ୍ଷତ୍ର - ସୂର୍ଯ୍ୟଦକ୍ଷିଣାୟନ*
       *ଶରତଋତୁ,ଧନୁ ଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
           
    💢💠💢💠💢💠💢💠
          *💦 *ସାହିତ୍ୟ ପ୍ରସାଦ* 💦
ମାଗୋ ମାଆ ଦୁର୍ଗା ମାଆ
     ଜୟ ମା ଭବାନୀ..
ମାଗୋ ମା ଦୁର୍ଗା ମା..
ଦୁଃଖେ ନୋହି ଅବଶ ମୁଁ
ସୁଖେ ନୋହି ଅଧୀର
      ତୁମ ନାମେ କରିଯାଏ
ଏ ଜୀବନ ସରସ........
ସଂକଟ ତାରିଣି ମା'
      ବରାଭୟ ଦାୟିନୀ..

🙏🏻🙏🙏🙏🙏🙏🙏
 
    *ଜୟ ମା ଦୁର୍ଗେ ଦୁର୍ଗତିନାଶିନୀ*
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

Wednesday, 27 September 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
    *ଆଜି ୨୭ତାରିଖ ସେପ୍ଟେମ୍ବର*
    *୨୦୧୭ବୁଧବାର  ଆଶ୍ବିନମାସ*
       *ଶୁକ୍ଳପକ୍ଷ  ସପ୍ତମୀ ତିଥି*
   *ଜ୍ୟେଷ୍ଠା ନକ୍ଷତ୍ର - ସୂର୍ଯ୍ୟଦକ୍ଷିଣାୟନ*
       *ଶରତଋତୁ,ବିଛା ଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
           
    💢💠💢💠💢💠💢💠
          *💦 *ସାହିତ୍ୟ ପ୍ରସାଦ* 💦
*ଦେଖା ଦେଲେ ସବୁ କହିବି ପାଞ୍ଚିଛି*
       *ଦେଖା କିମ୍ବା ମିଳୁନାହିଁ*?
*ତୁମ ଲାଗି କେତେ କଷଣ ସହୁଛି*
    *କେତେ ଦୁଃଖ ତୁମ ପାଇଁ*
    *ଆଶାରେ ଆଶାରେ ବହିଯାଏ ଦିନ*
   *ଆଶା ଆସି ହେଲା ଦିନୁ ଦିନ କ୍ଷୀଣ*
*ମାସମାସ ହେଲା ବରଷରେ ଲୀନ*
      *ତୁମ ଆଶାପଥ ଚାହିଁ*

        ➖ନାରୀକବି କୁନ୍ତଳା କୁମାରୀ
🙏🏻🙏🙏🙏🙏🙏🙏
 
    *ଜୟ ମା ଦୁର୍ଗେ ଦୁର୍ଗତିନାଶିନୀ*
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

Tuesday, 26 September 2017

*ନ-ଅଙ୍କ ଦୁର୍ଭିକ୍ଷ*

ବ୍ୟାସକବି ଫକୀରମୋହନ ସେନାପତି ତାଙ୍କ ଆତ୍ମଚରିତରେ ଲେଖିଛନ୍ତି -

ଏହି ସମୟରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥାଏ। ଏହି ବୃଦ୍ଧିର ଅନ୍ୟତମ ଅଥବା ବିଶେଷ କାରଣ ଉତ୍କଳର ଭୀଷଣ ଦୁର୍ଭିକ୍ଷ। ପୁରୀ ରାଜାଙ୍କ ନ-ଅଙ୍କରେ (୧୮୬୬ ମସିହାରେ) ଏହି ଲୋମ ହର୍ଷଣ ବ୍ୟାପାର ଘଟିଥିଲା। ସେହି ଭୀଷଣ କାଣ୍ଡ ଆଜିଯାଏ ଲୋକେ ଭୁଲିପାରି ନାହାନ୍ତି। ସେହି ବର୍ଷ ମଧ୍ୟରେ ୩୦ ଲକ୍ଷ ଲୋକ ପ୍ରାଣ ତ୍ୟାଗ କରିଥିଲେ। ପ୍ରାୟ ଛ ପଣି ଲୋକଙ୍କ ବଂଶ ଉଚ୍ଛନ୍ନ ହୋଇ ଯାଇଅଛି। ଅନେକ ମୃତ, ଅବଶିଷ୍ଟ ଇତସ୍ତତଃ ହୋଇ ଯାଇଅଛନ୍ତି।

ସ୍ଥାନେ ସ୍ଥାନେ ଅନ୍ନଛତ୍ର ସରକାର ତରଫରୁ ଫିଟାଗଲା। ଅନ୍ନଛତ୍ରର ନାମ ମଫସଲରେ ପ୍ରଚାରିତ ହେବା ମାତ୍ରକେ ଅନ୍ନକ୍ଳିଷ୍ଟ କାଙ୍ଗାଳିମାନେ ସହରକୁ ଧାଇଁଲେ। ପନ୍ଦର କୋଡ଼ିିଏ ଦିନ ପୂର୍ବରୁ ଅନ୍ନ ସହିତ ସେମାନଙ୍କର ଭେଟ ନାହିଁ, କଅଁଳ ପତ୍ର ଓ ଅଖାଦ୍ୟ ଫଳମୂଳ ଖାଇ ବଞ୍ଚି ରହିଥିଲେ। ଅନ୍ନାଶାରେ ସହରକୁ ଧାଇଁଲେ, ମାତ୍ର ଏତେ ଦୂରକୁ ଆସିପାରିବେ କିପରି ? ଦଶ ବାର ପଣି ଲୋକ ତ ବାଟରେ ମଲେ, ଯେଉଁମାନେ ଅନ୍ନଛତ୍ର ଯାଏ ଆସିପାରିଲେ, ସେମାନେ କେବଳ ବଖତେ ବଖତେ ଅନ୍ନ ଖାଇ କେହି ଝାଡ଼ାବାନ୍ତିରେ କେହି ଆମାଶୟରେ ମଲେ।

ଅନ୍ନଛତ୍ରର ଚତୁର୍ଦିଗରେ ଏବଂ ସହରର ଅନ୍ୟାନ୍ୟ ସ୍ଥାନରେ ଦାଣ୍ଡ ଘାଟରେ ଯେଉଁ ସବୁ ଲୋକ ମରି ପଡ଼ିରହିଥାନ୍ତି, ସକାଳୁ ମେହେନ୍ତରମାନେ ସେମାନଙ୍କୁ ଉଠାଇ ଶଗଡ଼ରେ ପୁରାଇ ନଦୀକୁ ଫୋପାଡ଼ି ଦିଅନ୍ତି। ମାସେ କି ଦେଢ଼ ମାସ ପର୍ଯ୍ୟନ୍ତ ମେହେନ୍ତରମାନେ ତିନି ଚାରି ଖଣ୍ଡ ମଡ଼ା ବୋଝେଇ ଶଗଡ଼ ନଦୀ ଆଡ଼କୁ ଘେନି ଯାଉ ଥିବାର ଲେଖକ ପ୍ରତ୍ୟକ୍ଷ ଦେଖିଅଛି।

ଦୁର୍ଭିକ୍ଷର ପରବର୍ଷ କେତେଗୁଡ଼ାଏ ବାଳକ ବାଳିକା ଏବଂ ମନୁଷ୍ୟ ଦାଣ୍ଡେ ଦାଣ୍ଡେ ବୁଲୁଥିଲେ। ସେମାନେ ଛତ୍ରଖିଆ ବୋଲି ହିନ୍ଦୁସମାଜ ସେମାନଙ୍କୁ ତଡ଼ିଦେଲା। ଆମ୍ଭମାନଙ୍କ ସମାଜସ୍ଥ ସ୍ବଧର୍ମାବଲମ୍ବୀ ଲୋକଗୁଡ଼ିଏ ପ୍ରାଣ ରକ୍ଷା ନିମନ୍ତେ ଅନ୍ୟଲୋକ ହସ୍ତରୁ ଅନ୍ନ ଗ୍ରହଣ କରିବାରୁ ଆମ୍ଭେମାନେ ସେମାନଙ୍କୁ ଦୂର ଦୂର କରି ପାଖରୁ ତଡ଼ି ଦେଲୁ, ମାତ୍ର ଦୂର ଦେଶୀୟ ଭିନ୍ନ ଧର୍ମାବଲମ୍ବୀ ଲୋକେ ସେମାନଙ୍କୁ ଆଦରପୂର୍ବକ କୋଳକରି ନେଇ ପ୍ରତିପାଳନ କଲେ ।

ହିନ୍ଦୁସମାଜ ଯେ ସେ ସମୟରେ ସେ ଛତ୍ରଖିଆ ମାନଙ୍କୁ ତଡ଼ି ଦେଇଥିଲା, ଏଥିପାଇଁ ହିନ୍ଦୁ ଧର୍ମ ଦାୟୀ ନୁହେଁ, ଅବିବେକୀ ସମାଜର ଦୋଷ ଅଟେ।

ଦୁରବସ୍ଥାରେ ପଡ଼ି ପ୍ରାଣରକ୍ଷା ନିମନ୍ତେ ଅତି ନୀଚ ଅସ୍ପୃଶ୍ୟ ଜାତି  ସୃଷ୍ଟ ଅନ୍ନ ଗ୍ରହଣ କରିବା ଦୂଷଣୀୟ ନୁହେଁ ବୋଲି ହିନ୍ଦୁ ପୁରାଣ - ଶାସ୍ତ୍ର ମାନଙ୍କରେ ସୁସ୍ପଷ୍ଟ ଲେଖା ଅଛି।

୨୭.୯.୧୭

*ବନ୍ଦା ବୈରାଗୀଙ୍କ ବଳିଦାନ*

   ତିନିଶହ ବର୍ଷ ତଳର କଥା।
ଧର୍ମ ରକ୍ଷା ପାଇଁ ହେଇଥିଲା ଏଇ ଅଦ୍ଭୁତ ବଳିଦାନ।

ବିଶ୍ୱ ଇତିହାସରେ ଏପରି ଘଟଣା ମିଳିବ ନାହିଁ ଯେଉଁଠି ଜଣେ ସନ୍ନ୍ୟାସୀ ଜଣେ ତପସ୍ୱୀ ରାଜପୁରୁଷଙ୍କ ପ୍ରେରଣାରେ ଧର୍ମ ଓ ସମାଜର ରକ୍ଷା ପାଇଁ ସଶସ୍ତ୍ର ବିପ୍ଳବର ରାସ୍ତା ବାଛି ନେଇଥିବ ଓ ସେଥିରେ ଜୀବନକୁ ବାଜି ଲଗାଇଦେଇଥିବ ।
ବିଶ୍ୱାସଘାତ କାରଣରୁ ସେହି ବିପ୍ଲବୀକୁ ବନ୍ଦୀ କଲାବେଳେ ମୋଗଲମାନେ ତାଙ୍କ ପ୍ରତି କରିଥିବା ଅତ୍ୟାଚାରକୁ ପଢ଼ିଲେ ବା ଶୁଣିଲେ ଆଜି ବି ଆମ ଲୋମ ଟାଙ୍କୁରି ଉଠିବ। ଧର୍ମ ରକ୍ଷା ପାଇଁ ବନ୍ଦା ବୈରାଗୀଙ୍କ ବଳିଦାନ ଅଦ୍ଭୁତ ଥିଲା। ଆମେ କଣ ଏ ଇତିହାସ ପଢ଼ିବା ଉଚିତ ନୁହେଁ କି ?

ଭାରତ ଇତିହାସର ପ୍ରତ୍ୟେକ ପୃଷ୍ଠା ଶହୀଦର ରକ୍ତରେ ରଞ୍ଜିତ। କିନ୍ତୁ ଏଭଳି କଷ୍ଟ ଏଭଳି ଯାତନା ଧର୍ମ ରକ୍ଷା ପାଇଁ ବଜ୍ର ଭଳି ଶରୀରର ସିଦ୍ଧତା କ୍ଵଚିତ ଦେଖିବାକୁ ମିଳେ ।

ବନ୍ଦା ବାହାଦୂର ସିଂହଙ୍କ ଜନ୍ମ ଜମ୍ମୁ କାଶ୍ମୀରର ପୁନ୍ଛ ଜିଲ୍ଲାର ରାଜୌରୀ ଠାରେ ଏକ ଉଚ୍ଚ କ୍ଷେତ୍ରୀୟ କୁଳରେ ୧୬୭୦ ମସିହାରେ ହୋଇଥିଲା। ତାଙ୍କ ନାମ ରଖାଗଲା ଲକ୍ଷ୍ମଣ ଦେବ। ଘୋଡ଼ା ଚଢ଼ା ଓ ଶିକାର କରିବା ତାଙ୍କର ପ୍ରିୟ ବିଷୟ ଥିଲା। ଥରେ ଶିକାର କରିବା ସମୟରେ ସେ ଜାଣି ନପାରି ଗୋଟିଏ ଗର୍ଭଣୀ ହରିଣ ଉପରେ ତୀର ଚଳାଇ ଦେଲେ । ଗର୍ଭଣୀ ହରିଣ ତାଙ୍କ ଆଖି ଆଗରେ ଛଟପଟ ହୋଇ ମରିବା ସହିତ ଶିଶୁ ଶାବକଟି ବି ମରିଗଲା। ଏ ଦୃଶ୍ୟ ଦେଖି ଲକ୍ଷ୍ମଣଙ୍କ ମନ ଆତ୍ମଗ୍ଲାନିରେ ଭରିଗଲା। ସେତିକିବେଳେ ଜଣେ ସାଧୁ ସେହି ରାସ୍ତାରେ ଯାଉଥିଲେ। ସେ ହରିଣ ମାରିବାର କାରଣ ଲକ୍ଷ୍ମଣଙ୍କୁ ପଚାରିଲେ। ଲକ୍ଷ୍ମଣ ନିରୁତ୍ତର ଥିଲେ। ଏହାପରେ ସାଧୁଙ୍କ ବଚନ ଶୁଣି ତାଙ୍କ ମନରେ ବୈରାଗ୍ୟ ଆସିଲା। ସେ ଲକ୍ଷ୍ମଣ ଦେବରୁ ମାଧୋ ଦାସ ବୈରାଗୀ ହୋଇଗଲେ। ମାଧୋ ଦାସ ଏବେ ଘର ଦ୍ୱାର ଛାଡ଼ି ଦକ୍ଷିଣକୁ ଚାଲିଗଲେ। ଗୋଦାବରୀ ତଟରେ ଆଶ୍ରମ କରି ସନ୍ନ୍ୟାସୀ ରୂପେ ସାଧନାରେ ଲାଗିଗଲେ।

ସେହି ସମୟରେ ଗୁରୁ ଗୋବିନ୍ଦ ସିଂହଙ୍କ ସାକ୍ଷାତ ମାଧୋ ଦାସଙ୍କ ସହ ହେଲା। କାରଣ ସେ ଉଜ୍ଜୟୀନରେ ଥିବାବେଳେ ମାଧୋ ଦାସଙ୍କ ସାଧନା ଓ ସିଦ୍ଧି ସମ୍ବନ୍ଧରେ ଶୁଣିଥିଲେ। ସେତେବେଳଠୁ ତାଙ୍କ ମନରେ ଏଇ ସିଦ୍ଧ ବୈରାଗୀଙ୍କୁ ଭେଟିବାକୁ ତାଙ୍କ ମନରେ ଇଚ୍ଛା ଜାଗ୍ରତ ହୋଇଥିଲା। ଅତଏବ ସେ ସିଧାସଳଖ ଚାଲିଥିଲେ ଗୋଦାବରୀ ତଟକୁ ଯେଉଁଠି ମାଧୋ ଦାସଙ୍କ ଆଶ୍ରମ ଥିଲା।

ଗୁରୁ ଗିବିନ୍ଦ ସିଂହ ଓ ମାଧୋ ଦାସଙ୍କ ଭେଟ ଏକପ୍ରକାର ଦୁଇ ମହାନ ଆତ୍ମାର ମିଳନ ଥିଲା। ଗୁରୁଜୀ ମାଧୋଦାସଙ୍କ ଭିତରେ ଲୁଚିରହିଥିବା କ୍ଷାତ୍ର ତେଜ ଓ ସାଧନାକୁ ଚିହ୍ନି ପାରି କହିଲେ, ଯେତେବେଳେ ରାଷ୍ଟ୍ର ସଙ୍କଟ ଅବସ୍ଥାରେ ପଡ଼ିଛି ସେତେବେଳେ ଆପଣଙ୍କର ଏ ସାଧନା କଲ୍ୟାଣକାରୀ ହେବ ନାହିଁ। ପୁଣି ସେ ବୁଝାଇଲେ ଯେ ଯେତେବେଳେ ବିଦେଶୀଙ୍କ ଆକ୍ରମଣ କାରଣରୁ ସାଧାରଣ ଜନତା ନାହିଁ ନ ଥିବା ପୀଡ଼ା ଭୋଗ କରୁଛନ୍ତି, ଆତଙ୍କ ଓ ନିରାଶାରେ ଜୀବନ କଟାଉଛନ୍ତି ସେତେବେଳେ ସେମାନଙ୍କୁ ସେଥିରୁ ମୁକ୍ତ କରିବା ପ୍ରତ୍ୟକ ଦେଶବାସୀଙ୍କ କର୍ତ୍ତବ୍ୟ ହେବା ଉଚିତ। ସେ ଶ୍ରୀକୃଷ୍ଣଙ୍କ ଉଦାହରଣ ଦେଇ କହିଲେ -"ସାଧନାର ଅର୍ଥ କର୍ମଯୋଗ। କର୍ମଠୁ ଦୁରେଇଯିବା ନୁହେଁ।"

ମାଧୋ ଦାସ ଗୁରୁଗୋବିନ୍ଦ ସିଂହଙ୍କ କଥା ବୁଝିଗଲେ।
ସେ କହିଲେ, "ଗୁରୁଜୀ, ଆଜିଠୁଁ ମୁଁ ଆପଣଙ୍କ ବନ୍ଦା, ଆପଣ ଯେଉଁ ଆଜ୍ଞା ଦେବେ ମୁଁ କରିବା ପାଇଁ ପ୍ରସ୍ତୁତ।"

ଗୁରୁଜୀ ତାଙ୍କୁ ପାଞ୍ଚଟି ତୀର, ନିଶାନ ସାହିବ(ଖାଲସା ପନ୍ଥର ଧ୍ୱଜ) ଓ ଗୋଟିଏ ନଗାଡ଼ା ଦେଲେ ଓ କହିଲେ - "ଆଜିଠୁଁ ତୁମେ ବନ୍ଦା ବୈରାଗୀ ହେଲ। ଯାଅ, ମାତୃଭୂମିକୁ ବିଧର୍ମୀଙ୍କ କବଳରୁ ମୁକ୍ତ କର।"

ଏହା ୧୭୦୬ ମସିହାର ଘଟଣା। ୩୬ ବର୍ଷର ବନ୍ଦା ବୈରାଗୀ ନିଜର ଶିଷ୍ୟମାନଙ୍କ ହାତରେ ଅସ୍ତ୍ର ଧରାଇ ଗୁରୁଜୀଙ୍କୁ ପ୍ରଣାମ କରି ଶିଷ୍ୟମାନଙ୍କ ସହ ପଞ୍ଜାବ ଆଡ଼କୁ ଚାଲିଲେ। ଗୁରୁଜୀଙ୍କ କୋଡ଼ିଏଟି ଖାଲସା ଦଳ ବି ତାଙ୍କ ସହ ଚାଲିଲେ।

ବନ୍ଦା ବୈରାଗୀ ବଡ଼ ଯୋଦ୍ଧା ଥିଲେ। ତା ସହିତ ବର୍ଷ ବର୍ଷ ସାଧନାର ବଳ ମଧ୍ୟ ତାଙ୍କ ପାଖରେ ଥିଲା। ତେଣୁ ସେ କେଉଁଠି ପହଞ୍ଚିବା ପୂର୍ବରୁ ତାଙ୍କ ନାମ ସର୍ବତ୍ର ପହଞ୍ଚି ଯାଉଥିଲା।

ଗୁରୁଜୀ ଦକ୍ଷିଣ ଯାଇଥିବା କାରଣରୁ ଶିଖ ଯୋଦ୍ଧାମାନେ ନିରାଶ ହୋଇଯାଇଥିଲେ । ଏବେ ବନ୍ଦାଙ୍କ ଆଗମନର ଖବର ପାଇ ତାଙ୍କ ସଙ୍ଗରେ ଯିବାକୁ ଆରମ୍ଭ କଲେ । ହିସାର ପହଞ୍ଚିବାବେଳେ ତାଙ୍କ ପାଖରେ ଗୋଟିଏ ଛୋଟ ସୈନ୍ୟ ଦଳ ତିଆରି ହୋଇଯାଇଥିଲା। ସେ ଆଉ ବିଳମ୍ବ ନ କରି ଭିବାନୀରେ ଥିବା ମୋଗଲ ଛାଉଣୀରେ ଆକ୍ରମଣ କରି ମୋଗଲଙ୍କ ଖଜଣା ସବୁ ଅଧିକାର କରିନେଲେ। ସେନାଙ୍କୁ ଆଉ ଧନର ଅଭାବ ହେଲା ନାହିଁ। ଭିବାନି ବିଜୟର ଖବର ସର୍ବତ୍ର ପ୍ରଚାରିତ ହେଲା। ଏବେ ସବୁ ଆଡୁ ଶିଖ ମାନଙ୍କ ଦଳ ଆସି ବନ୍ଦାଙ୍କ ସେନାରେ ମିଶିବା ଆରମ୍ଭ କଲେ।

ସରହିନ୍ଦ ଅଞ୍ଚଳ ଖୁବ ନିକଟରେ ଥିଲା। ସେଠାରେ ଥିବା ନବାବ ଗୁରୁଗୋବିନ୍ଦ ସିଂହଙ୍କ ଦୁଇପୁତ୍ରଙ୍କୁ   ଜୀଅନ୍ତା ଛିଡ଼ା କରି ଇଟାର କାନ୍ଥ ଉଠାଇ ତାଙ୍କୁ ନିର୍ମମ ହତ୍ୟା କରିଥିଲା। ବନ୍ଦା ସର୍ବ ପ୍ରଥମେ ସେହି ସରହିନ୍ଦର ମୋଗଲ ସୁବେଦାର ବଜୀର ଖାଁକୁ ଉପଯୁକ୍ତ ଶାସ୍ତି ଦେବା ପାଇଁ ନିର୍ଣ୍ଣୟ ନେଲେ। ଭିବାନୀରୁ ସେ ଆଗକୁ ଚାଲିଲେ ଓ ବାଟରେ ଥିବା ମୋଗଲ ଛାଉଣୀ ସବୁ ଧ୍ୱସ୍ତ କରି ମୁଖଲିସଗଡ଼ରେ ପହଞ୍ଚିଲେ। ସେଠାରେ ମ୍ଲେଛ ମାନଙ୍କର ବିଶାଳ ସେନା ଥିଲା। ବୀରଦର୍ପରେ ଲଢ଼ି ବନ୍ଦା ସେ ଦୁର୍ଗକୁ ଜିତିଲେ। ଏହି ଦୁର୍ଗ ସବୁ ଦୃଷ୍ଟିରୁ ସୁରକ୍ଷିତ ଥିବାରୁ ବନ୍ଦା ଏହାକୁ ମୁଖ୍ୟାଳୟ କଲେ। ତାର ନାଁ ରଖିଲେ ଲୋହଗଡ଼।

ଏଣେ ସରହିନ୍ଦର ସୁବେଦାର ବନ୍ଦା ସହ ଯୁଦ୍ଧ କରିବା ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିପଡ଼ିଥାଏ। ଚାଳିଶ ହଜାର ପଦାତିକ, ପାଞ୍ଚ ହଜାର ଘୋଡ଼ା ସବାର ତା ପାଖରେ ଥାନ୍ତି। କିନ୍ତୁ ବନ୍ଦା ମାତ୍ର ଚାରି ହଜାର ଘୋଡ଼ା ସବାର ଓ ଆଠ ହଜାର ଯବାନଙ୍କୁ ନେଇ ଯୁଦ୍ଧ ଭୁଇଁକୁ ଡେଇଁ ପଡ଼ିଲେ। ଘମାଘୋଟ ଲଢେ଼ଇ ହେଲା। ସୂର୍ଯ୍ୟ ବୁଡ଼ିବା ପୂର୍ବରୁ ମୋଗଲ ସେନାକୁ ଧୂଳି ଚଟାଇ ଖାଲସା ସେନା ବିଜୟ ବୈଜୟନ୍ତି ଉଡ଼ାଇଲେ। ବଜୀର ଖାଁ ଧରା ପଡ଼ିଲା। ତାକୁ ହତ୍ୟାକରି ଗୁରୁପୁତ୍ରଙ୍କ ହତ୍ୟାର ପ୍ରତିଶୋଧ ନିଆଗଲା। ସରହିନ୍ଦ ଏବେ ବନ୍ଦାଙ୍କ ଅଧିକାରକୁ ଆସିଗଲା। ସର୍ଦାର ବାଜ ସିଂହ ସେଠି ମୁଖ୍ୟ ହେଲେ। ଖାଲସା ଶାସନ ପ୍ରତିଷ୍ଠା ହେଲା।

ଏହିପରି ମୋଗଲମାନଙ୍କର ନିରନ୍ତର ପରାଜୟ ଓ ବଜୀର ଖାଙ୍କ ହତ୍ୟାକୁ ଦେଖି ଦିଲ୍ଲୀ ଶାସକ ଫରୁଖସିୟରର ମୁଣ୍ଡ ଘୁରୀଗଲା। ସେ ଏକ ଭୟାନକ କୁଟିଳ ଷଡ଼ଯନ୍ତ୍ର ରଚିଲା। ସେତେବେଳେ ଗୁରୁଗୋବିନ୍ଦ ସିଂହଙ୍କ ଏକ ପତ୍ନୀ ମାତା ସୁନ୍ଦରୀ ଦେବୀ ମୋଗଲଙ୍କ ନଜର ବନ୍ଦୀରେ ଥିଲା। ତାକୁ ମୋଗଲମାନେ ହାତ କରି ବନ୍ଦା ବିରୁଦ୍ଧରେ ଲଗାଇବାରେ ସଫଳ ହେଲେ। ଭାରତର ଇତିହାସରେ ଏ ଦୁର୍ବଳ ଶିକୁଳିକୁ ମନେ ରଖିବା ଦରକାର । ଏଇମାନଙ୍କ ପାଇଁ ଇତିହାସ ବଦଳିଯାଏ। ଦେଶ ରସାତଳକୁ ଚାଲିଯାଏ। ଏଠି ମଧ୍ୟ ସେଇ ଇତିହାସର ପୁନରାବୃତ୍ତି ହେଇଛି। ମାତା ସୁନ୍ଦରୀ ଦେବୀ ବୀର ବନ୍ଦାଙ୍କୁ ଆତ୍ମସମର୍ପଣ କରିବା ପାଇଁ ଆଦେଶ ଦେଲେ। କିନ୍ତୁ ବନ୍ଦା ତ ଗୁରୁଙ୍କ ଭକ୍ତ ଥିଲେ ସେ ଗୁରୁଙ୍କ ବ୍ୟତୀତ ଅନ୍ୟ କାହା ଆଦେଶ ପାଳନ କରିପାରିବେ ନାହିଁ ବୋଲି ସ୍ପଷ୍ଟ କହିଦେଲେ। ମାତା ରାଗିଯାଇ ଶିଖମାନଙ୍କୁ ନିର୍ଦେଶ ଦେଲେ ବନ୍ଦା ଠାରୁ ଅଲଗା ହୋଇଯିବା ପାଇଁ।  ବନ୍ଦାଙ୍କ ସେନା ଦୁଇଭାଗ ହୋଇଗଲା। ସେନାର ବଡ଼ ଭାଗ ମୋଗଲ ସେନାସହିତ ମିଶିଗଲା । ସେହି ପୁରୁଣା ସାଥି ମାନଙ୍କ ସହିତ ତୁରନ୍ତ ଯୁଦ୍ଧ କରିବା ଏତେ ସହଜ ନଥିଲା। ତେଣୁ  ବନ୍ଦା ଯୁଦ୍ଧ କ୍ଷେତ୍ର ଛାଡ଼ି ଲୋହଗଡ଼ ଫେରି ଆସିବାକୁ ବାଧ୍ୟ ହେଲେ। କାରଣ ସେ ଚାହିଁଲେ କିଛି ସମୟ ନେଇ ଭବିଷ୍ୟତ ରଣନୀତି ତିଆରି କରିବା ପାଇଁ।

ମୋଗଲମାନେ ଏହି ପରିସ୍ଥିତିର ଲାଭ ଉଠାଇ ଲୋହଗଡ଼କୁ ଘେରବନ୍ଦୀ କରିଦେଲେ। ବାହାରୁ ଯାଉ ଥିବା ଖାଦ୍ୟ ପାନୀୟ ସବୁ ଯୋଜନାବଦ୍ଧ ଭାବେ ବନ୍ଦ କରିଦେଲେ। କିଛି ଦିନ ପରେ ଗଡ଼ରୁ ଖାଦ୍ୟ ସରି ଆସିଲା ଏବଂ ଭୋକ ଶୋଷରେ ଲୋକ ମୃତ୍ୟୁମୁଖରେ ପଡ଼ିଲେ। ତେଣୁ ବନ୍ଦାର ସେନା ମୋଗଲ ସେନା ପାଖରେ ଆତ୍ମ ସମର୍ପଣ କରିବାକୁ ବାଧ୍ୟ ହେଲେ। ମୋଗଲମାନେ କିଲାରେ ଥିବା ସହସ୍ର ନିର୍ଦୋଷ ମହିଳା ଛୋଟ ଛୁଆ ଓ ସାଧାରଣ ଲୋକଙ୍କୁ ନିର୍ମମ ହତ୍ୟା କଲେ।

ମୋଗଲ ବାଦସାହ ଆଦେଶରେ ପଞ୍ଜାବର ଶାସକ ଅବଦୁଲ ସମଦ ଖାଁ ତାର ପୁଅ ଜକରିଆ ଖାଁ ଓ ୨୧ ହଜାର ସେନାଙ୍କ କଡ଼ା ନଜରରେ ବନ୍ଦାଙ୍କୁ ବନ୍ଦୀ କରି ଦିଲ୍ଲୀ ନିଆ ଗଲା। ଦିଲ୍ଲୀରେ ଲୁହା ଶିକୁଳିରେ ବନ୍ଦାକୁ ନେଇ ଜୁଲୁୁସ ବାହାର କରାଗଲା। ଏହି ଜୁଲୁୁସ ଏତେ ଭୟାନକ ଥିଲା ଯେ ଯିଏ ଦେଖୁଥିଲା ସେ ଆତଙ୍କିତ ହୋଇଯାଉଥିଲା। ଜୁଲୁସର ସବୁଠୁ ଆଗରେ ଥିଲା ୧୦୧ ବଳଦ ଗାଡ଼ି। ବଳଦ ଗାଡ଼ିରେ ରଖା ଯାଇଥିଲା ୭୦୦୦ ଶିଖଙ୍କ କଟା ମୁଣ୍ଡ। ତା'ପରେ ଥିଲେ ବନ୍ଦା ବାହାଦୂର । ତାଙ୍କୁ ହାତୀ ଉପରେ ଲୁହା ଶିକୁଳିରେ ବନ୍ଧା ଯାଇଥିଲା।

ସବୁ ଶୁକ୍ରବାର ଦିନ ୧୦୧ ଶିଖ ବନ୍ଦୀଙ୍କୁ ଦିଲ୍ଲୀର ରାଜ ରାସ୍ତାକୁ ଅଣାଯାଉଥିଲା ଓ ତାଙ୍କୁ ମୁସଲମାନ ହେବାକୁ କୁହାଯାଉଥିଲା। ମନା କରିବା ମାତ୍ରେ ହତ୍ୟା କରାଯାଉଥିଲା। କାରଣ ଏହା ଦେଖିବା ପରେ ବାକି ସବୁ ହିନ୍ଦୁ ଆପେ ଆପେ ମୁସଲମାନ ହୋଇଯିବେ।

ରାକ୍ଷସଙ୍କର କୌଣସି ଚାଲ ଯେତେବେଳେ ସଫଳ ନ ହେଲା ସେତେବେଳେ ସେମାନେ ବନ୍ଦାର ଚାରି ବର୍ଷର ପୁଅକୁ ଆଣି ତା କୋଳରେ ବସେଇ କହିଲେ ୟାକୁ ହତ୍ୟା କର। ଜଣେ ବାପ କିପରି ତା ପୁଅର ହତ୍ୟା କରି ଥାନ୍ତା ? ବନ୍ଦା ମନା କଲେ। ଏହି କଂସେଇମାନେ ପୁଅଟିର ହାତ ହାଣିଲେ ଗୋଡ଼ ହାଣିଲେ ତେବେ ବି ବନ୍ଦା ମୁସଲମାନ ହେବାକୁ ମନା କରିବାରୁ ପୁଅର ଛାତି ଚିରି କଲିଜା ବାହାର କରି ବନ୍ଦା ମୁହଁରେ ଜବରଦସ୍ତି ପୁରାଇଲେ। କୌଣସିଥିରେ ବନ୍ଦାର ମନ ପରିବର୍ତ୍ତନ ନ ହେବାରୁ ଶେଷ ଅସ୍ତ୍ର ପ୍ରୟୋଗ ହେଲା । ଲୁହା ଛଡ଼ିକୁ ଗରମ କରି ବନ୍ଦା ଆଖିରେ କେଞ୍ଚା ଗଲା। ହାତ କାଟି ଦିଆଗଲା। ଦେହ ସାରା ଗରମ ଲୁହା ଚେଙ୍କା ଫୁଟା ଗଲା। ତେବେ ବି ବନ୍ଦା ମୁସଲମାନ ହେବାକୁ ମନା କରିବାରୁ ୨୪ ଜୁନ ୧୭୧୬ରେ ତାଙ୍କ ମୁଣ୍ଡ କଟାଗଲା।

୨୬.୯.୧୭