Sunday, 31 December 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  🐌🌿🍁🐌llॐll🐇🐌🐚🐌
    *ଆଜି ପୌଷମାସ ଶୁକ୍ଳ ପକ୍ଷ  ତ୍ରୟୋଦଶୀ ତିଥି*
        *ଧନୁ ୧୬ ଦିନ,ରୋହିଣୀ ନକ୍ଷତ୍ର*
          *ସୂର୍ଯ୍ୟ ଦକ୍ଷିଣାୟନ   ବୃଷ ଚନ୍ଦ୍ର*
           *ଶୀତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୭ ମସିହା*
           *ଡିସେମ୍ବର ମାସ ୩୧ ତାରିଖ*
             🌾 *ର ବି ବା   ର* 🌾⛳ 
       🙏🙏🙏🙏🙏🙏🙏
      [] []  *ସାହିତ୍ୟ ପ୍ରସାଦ*[] []
ଆଜି ଚାରିଆଡ଼େ ଗହଳ ଚହଳ !  ଫିରିଙ୍ଗି ଶାସନ ସିନା ଚାଲିଯାଇଛି କିନ୍ତୁ ଆବୋରି ବସିଛି ଆମରି ମାନସିକତାକୁ! ତାର ଆକର୍ଷଣ ଏତେ ଅଧିକ ଯେ ଆମ ଯୁବପିଢ଼ିକି ମୁକୁଳେଇ ଆଣିବା ବେଶ୍ କଷ୍ଟକର କିନ୍ତୁ ଅସମ୍ଭବ ନୁହେଁ!  ଅସିଠାରୁ ମଶି ବଡ଼ !

ଭାରତୀୟ ବୈଦିକବିଚାର ଆଉ ଉତ୍କଳର ପ୍ରାଚୀନ ସାହିତ୍ୟକୁ ଲୋକାଭିମୁଖୀ କରେଇବା ଲାଗି ଆମେ ନୂତନ ଶପଥ ନେବା!  ଗୁଣ୍ଡୁଚିମୂଷା ଭଳି ନିଜ ସାମର୍ଥ୍ଯ ଅନୁସାରେ ଲାଗିଯିବା ରାମସେତୁ ନିର୍ମାଣ କାର୍ଯ୍ୟରେ ସମସ୍ତ ନକାରାତ୍ମକ ଭାବନାକୁ ବଳୀପକେଇ ନବୀନ ଉତ୍ସାହର ଜୀବନ ମାର୍ଗରେ!

ମନେ ପକେଇବା ବିଶ୍ବ ସର୍ଜନାର ସେଇ ପ୍ରଥମ ଦିନକୁ ଯେବେ ଆରମ୍ଭ ହେଇଥିଲା ଏଇ ସୃଷ୍ଟି, ପ୍ରଜାପିତା ବ୍ରହ୍ମାଙ୍କ ଦ୍ବାରା -  ଚୈତ୍ର ଶୁକ୍ଳ ପ୍ରତିପଦା, ଏବର୍ଷ ମାର୍ଚ୍ଚ୍ ମାସ ୧୮ ତାରିଖ ରବିବାର ଦିନ ପଡୁଛି ! ଯାହାକି କୌଣସି ବ୍ଯକ୍ତି ବିଶେଷର ଜନ୍ମଦିନ ସହ ସମ୍ବନ୍ଧିତ ନୁହେଁ ଅପିତୁ ସମସ୍ତ ସୃଷ୍ଟିର ପ୍ରଥମ ଦିନ!

     ଆମର କଲମ ସମସ୍ତଙ୍କ ମନରେ ଆଶାର ଆଲୋକ ସଂଚାର କରୁ!  ଆମର ଆଚରଣ ଅନ୍ଯ ଜୀବନରେ ଉତ୍ସାହ ସଂବର୍ଦ୍ଧନ କରୁ!

  🌼🌼🌼🌼🌼🌼🌼🌼
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

*ବୌଦ୍ଧିକ କ୍ଷେତ୍ରରେ ଅବକ୍ଷୟ..*

ସେତେବେଳେ ବଡ଼ ବଡ଼ ପଦରେ ଅଧିଷ୍ଠିତ ସମ୍ପାଦକ ଓ ବୁଦ୍ଧିଜୀବୀମାନଙ୍କର ସ୍ଥିତି କିପରି ଥିଲା ? ୧୯୭୭ର ଆରମ୍ଭରେ ନିର୍ବାଚନ  ଘୋଷଣା ହେବା ପରେ ଯେତେବେଳେ ରାସ୍ତା କଡ଼ରେ, ଦୋକାନରେ, ଗଳିରେ ସାଧାରଣ ଲୋକ ଧୋବା, ଆରକ୍ଷୀ, ଫଳ ଦୋକାନୀ, ଡ୍ରାଇଭର ଆଦି ଖୋଲା ଖୋଲି କହୁଥିଲେ "ଏବେ ଇନ୍ଦିରା ଗଲା, ଯେମିତି ବି ହେଉ ଯିବା ନିଶ୍ଚିତ"  ସେତେବେଳେ ଏଇ ସମ୍ପାଦକ, ବୁଦ୍ଧିଜୀବୀ ମାନଙ୍କର ବିଶ୍ୱାସ ହେଉ ନ ଥିଲା। ନା ସେମାନେ ଏପରି ଖବର ଲେଖିବାର ନା ଛାପିବାର ସାହସ ରଖିଥିଲେ। ଏମାନେ ସେତେବେଳେ ଲୋକଙ୍କଠାରୁ କୋଷେ ଦୂରରେ ଥିଲେ ଓ ଡରି ମରି ସରକାରଙ୍କ ପାଖରେ ଥିଲେ। ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କ ପତ୍ତନ ନିଶ୍ଚିତ ବୋଲି ସାଧାରଣ ଲୋକ ସ୍ପଷ୍ଟ ଭାବେ କହୁଥିଲେ, ସେଥିପାଇଁ ଅଣ୍ଟା ଭିଡ଼ି ଥିଲେ ଓ ଖୋଲା ଖୋଲି ସର୍ବତ୍ର ପ୍ରଚାର କରୁଥିଲେ ସେତେବେଳେ ବି ଏମାନଙ୍କ ଡର ଛାଡ଼ି ନ ଥିଲା। ଏମାନେ ନା କିଛି ଲେଖିଲେ, ନା କିଛି କହିଲେ, ନା କିଛି ଭାବିଲେ !
ଆଉ କିଛି ପ୍ରସଙ୍ଗରୁ ଏମାନଙ୍କ କଥା ସ୍ପଷ୍ଟ ବୁଝିହେବ।

ଜଣାଶୁଣା କାର୍ଟୁନିଷ୍ଟ ଅବୁ ଅବ୍ରାହମ ଦୁଇଟି ଭାଷାରେ ଲେଖି ପାରୁଥିଲେ । ଗୋଟିଏ ଭାରତୀୟ ପତ୍ର ପତ୍ରିକା ପାଇଁ ଆଉ ଗୋଟିଏ ବିଦେଶୀ ପତ୍ର ପତ୍ରିକା ପାଇଁ।
ତାଙ୍କ ଦୋମୁହାଁ ନୀତିକୁ ସେ ନିର୍ଲଜତା ପୂର୍ବକ ସ୍ୱୀକାର କରିଥିଲେ ରମେଶ ଥାପରଙ୍କ ପାଖରେ। ରମେଶ ଥାପର ତାଙ୍କୁ ପଚାରିଥିଲେ ଯେ ମୋ ପତ୍ରିକା ସେମିନାରରେ ତୁମେ ଯାହା ଲେଖିଲ ତା'ର ଠିକ ବିପରୀତ ଇଂଲଣ୍ଡ ପତ୍ରିକା ଦି ଗାର୍ଡିଆନରେ କେମିତି ଛପିଲା ??

ସାମ୍ବାଦିକତା ପାଇଁ ବହୁ ପୁରସ୍କାର ଅର୍ଜି ଥିବା ଇଂରାଜୀ ଦୈନିକ ଷ୍ଟେଟ୍ସମ୍ୟାନର ମାଲିକ ଖୁସରୋ ଇରାନୀ ନିଜ ପ୍ରିଣ୍ଟିଙ୍ଗ ପ୍ରେସରେ 'ସେମିନାର' ଛାପାଇବାକୁ ମନା କରିଦେଲେ।

Blitz ର ସମ୍ପାଦକ ଆର. କେ. କରଞ୍ଜିଆ ତ ଜରୁରୀକାଳୀନ ପରିସ୍ଥିତିରେ ଅତ୍ୟନ୍ତ ଉତ୍ସାହିତ ଥିଲେ। ସେ ଇନ୍ଦିରା ଗାନ୍ଧୀଙ୍କୁ ଇରାନର ଏକଛତ୍ର ଶାସକ ଶାହ ରଜା ପହଲବୀର ଅନୁକରଣ କରି ଦେଶରେ ଶ୍ଵେତ କ୍ରାନ୍ତି କରିବାକୁ ଅନୁରୋଧ କରିଥିଲେ।

ଡ. କର୍ଣ ସିଂହ ମଧ୍ୟ ଜଣେ ବଡ଼ ସଂସ୍କୃତନିଷ୍ଠ  ବିଦ୍ୱାନ ଭାବେ ଦେଶରେ ଜଣାଶୁଣା। ଯାହାଙ୍କୁ କଂଗ୍ରେସ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପାଇଁ ସ୍ଥିର କରିଥିଲା। କିନ୍ତୁ କମ୍ୟୁନିଷ୍ଟମାନେ ତାଙ୍କ ପୂଜା-ପାଠ କରିବାର ସାଧାରଣ ହିନ୍ଦୁ ପ୍ରବୃତ୍ତି କାରଣରୁ ରାଜି ନ ହେବାରୁ ତାଙ୍କ ବଦଳରେ ପ୍ରତିଭା ପାଟିଲଙ୍କୁ ପ୍ରାର୍ଥୀ କରିଥିଲା।
୧୯୬୭ରେ ମଧ୍ୟ ଏଇ ହିନ୍ଦୁ ନିଷ୍ଠା କାରଣରୁ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ନିଆଯାଇ ନ ଥିଲା। କିନ୍ତୁ ରମେଶ ଥାପରଙ୍କ ସହ ମିତ୍ରତା କାରଣରୁ ସେ ଇନ୍ଦିରା ଗାନ୍ଧୀଙ୍କୁ ବୁଝାଶୁଝା କରି ମନ୍ତ୍ରୀ କରାଇ ଦେଇଥିଲେ।
ସେହି କର୍ଣ ସିଂହ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ପରେ ପ୍ରଥମେ ବିରୋଧ କରିବା ପାଇଁ ଆଗେଇ  ଆସିଲେ, ପ୍ରତିବାଦ କରିବା ପାଇଁ ସମ୍ମତି ଦେଲେ। ପୁଣି କଣ ହେଲା ରାତା ରାତି ବୁଦ୍ଧି ବାମ ହୋଇ ଗଲା ? ଯେଉଁ ରମେଶ ଥାପର ମିତ୍ରତା ପାଇଁ ମନ୍ତ୍ରୀ ହୋଇଥିଲେ ସେହି ରମେଶ ଥାପରଙ୍କୁ ଧୋକା ଦେଇ ଜରୁରୀ ପରିସ୍ଥିତିକୁ ସମର୍ଥନ କଲେ। ରାଜ ଥାପର ଏ ସବୁର ଵର୍ଣ୍ଣନ ବଡ଼ ରୋଚକ ଢଙ୍ଗରେ କରିଛନ୍ତି।

୩୧. ୧୨. ୧୭

Saturday, 30 December 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  🐌🌿🍁🐌llॐll🐇🐌🐚🐌
    *ଆଜି ପୌଷମାସ ଶୁକ୍ଳ ପକ୍ଷ  ଦ୍ବାଦଶୀ ତିଥି*
        *ଧନୁ ୧୫ ଦିନ,କୃତିକା ନକ୍ଷତ୍ର*
          *ସୂର୍ଯ୍ୟ ଦକ୍ଷିଣାୟନ   ବୃଷ ଚନ୍ଦ୍ର*
           *ଶୀତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୭ ମସିହା*
           *ଡିସେମ୍ବର୍ ମାସ ୩୦ ତାରିଖ*
             🌾 *ଶ  ନି  ବା   ର* 🌾⛳ 
       🙏🙏🙏🙏🙏🙏🙏
      [] []  *ସାହିତ୍ୟ ପ୍ରସାଦ*[] []

     [ *କବି: ଗୌରହରି ଅଧିକାରୀ*]
        
           { ନୀଳଚକ୍ରେ ହେ°°°°}

ନୀଳଚକ୍ରେ ହେ ଦେଖ ଉଡୁଛି ବାନା
ପତିତ ପାବନ ନାମଟି ଯାର ନାଁ ।

ଆସ ଆସ ବୋଲି ପାତକୀମାନଙ୍କୁ
ଡାକୁଅଛ ପରା ସଙ୍ଗାତ ଅନା ।
ନେତ ଧ୍ୱଜାବର ଉଡ଼ି ଫର ଫର
ଉଡ଼ାଇ ଦେଉଛି ଭବ ଯାତନା । ୧।

ପଞ୍ଚ କୋଶୀ ଯାଏଁ ଜନେ ଦେଖାଯାଏ
ଦର୍ଶନେ କଳ୍ମଶ ହୁଅଇ ଚୂନା ।
ଚଉଦ ବ୍ରହ୍ମାଣ୍ଡ କରତାଙ୍କ ଲୀଳା
ଶଙ୍ଖ ନାଭି କ୍ଷେତ୍ରେ ବିଚିତ୍ର ସିନା । ୨।

ସଳଖ ସୁନ୍ଦର ବଡ଼ ଦାଣ୍ଡ ଶୋଭା
ମର୍ତ୍ତ୍ୟ ମଣ୍ଡଳରେ କାହିଁ ଅଛି ନା ।
ଶରଧା ବାଲିରୁ ସ୍ୱର୍ଗ ଦ୍ୱାର ଯାଏଁ
ଗହଳ ଚହଳ ନୁହେଁ କଳନା । ୩।

ପାପ ଛଡ଼ା ପୁରେ ବାସ କରିବାକୁ
ଯାହାକୁ ତାହାକୁ ନୁହଁଇ ମନା ।
ଆଚାଣ୍ଡାଳ ବିପ୍ର ପତ୍ରକେ ଭୁଞ୍ଜିବା
ବଡ଼ ଆଚମ୍ବିତ ଲାଗଇ କିନା । ୪।

ଗୌର ଦ୍ୱିଜ ଭଣି ଶ୍ରୀକ୍ଷେତ୍ରେ ରହଣି
ପାଇଁ କରୁଥାଇ ସଦା ଭାବନା ।
ସତେ ହେବ ସାହା ବଳିଆର ବାହା
ସମ୍ପୂର୍ଣ୍ଣ କରିବି ମନ କାମନା । ୫।
      🌼🌼🌼🌼🌼🌼🌼🌼
                   
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

*ବୌଦ୍ଧିକ କ୍ଷେତ୍ରରେ ଅବକ୍ଷୟ.*

ଜରୁରୀକାଳୀନ ପରିସ୍ଥିତିର ଅନୁଭବ ପୁଷ୍ଟ କରିଛି ଯେ, ପ୍ରଭାବୀ ବୁଦ୍ଧିଜୀବୀ ବିଶେଷ କରି ଯିଏ ସରକାରୀ କ୍ଷମତା ସୁଯୋଗ ହାସଲ କରିଥିଲେ ସେମାନ ତୋଷାମଦୀ, ଡରକୁଳା ଓ ସ୍ୱାର୍ଥପର ଜୀବନ ଜୀଉଁ ଥିଲେ। ବାମପନ୍ଥୀ ବୁଦ୍ଧିଜୀବୀମାନଙ୍କ ଭିତରେ ଏକ ବିଶେଷ ବିଶେଷତା ଥିଲା ଯେ ଭିନ୍ନ ମତବାଲାଙ୍କୁ କୌଣସି ବି ପ୍ରକାରେ ଦମନ କରିବାକୁ ସେମାନେ ନିଜର କର୍ତ୍ତବ୍ୟ ବୋଲି ବୁଝୁଥିଲେ। ଅନ୍ୟ ଲୋକମାନଙ୍କ ଭିତରୁ ଯେଉଁମାନେ ଲୋକତନ୍ତ୍ର ଓ ନ୍ୟାୟବ୍ୟବସ୍ଥା ଅତୁଟ ରହୁ ବୋଲି ଭାଷଣ ଦେଉଥିଲେ ସେମାନେ ମଧ୍ୟ ଏହା ବିରୋଧରେ ସାମାନ୍ୟ କଷ୍ଟ ସହିବା ପାଇଁ ପଛଘୁଞ୍ଚା ଦେଲେ।
ସାଧାରଣ ଜନତା ଧୀରେ ଧୀରେ ଦେଶର କୋଣ ଅନୁକୋଣରୁ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲା ଏବଂ ଏହି ଶାସନକୁ ଉପାଡ଼ି ଫୋପାଡ଼ି ଦେବାକୁ ସମର୍ଥ ହୋଇଥିଲା। ସେତେବେଳର ବଡ଼ ବଡ଼ ଦୈନିକ/ସାମୟିକ ଖବର କାଗଜ/ପତ୍ରିକାର ସମ୍ପାଦକ, ମେକେଲ ପୁତ୍ର କଳା ଇଂରେଜ ବୁଦ୍ଧିଜୀବୀ, ମାର୍କ୍ସ ମାର୍କା ପ୍ରଫେସରଙ୍କ ଭୂମିକା ସବୁ ନିରପେକ୍ଷ ନ ଥିଲା। ସେମାନଙ୍କର ସେହି ଧାରା ଏବେ ବି ବଦଳି ନାହିଁ।

ସଞ୍ଜୟ ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଲାଗିବା ପୂର୍ବରୁ ବହୁତ କୁଖ୍ୟାତ ହୋଇସାରିଥିଲେ। ଯେତେବେଳେ ସେ ବୁଦ୍ଧିଜୀବୀମାନଙ୍କୁ ଚେତାବନୀ ଦେଲେ ଯେ ବୈଚାରିକ ବିବାଦ କର ନାହିଁ, ସତେ ଯେପରି ଏଇ କଥାକୁ ଅପେକ୍ଷା କରି ରହିଥିଲେ ଏଇ ବୌଦ୍ଧକ ଦାସତାରେ ଦଂସିତ ବୁଦ୍ଧିଜୀବୀଗଣ। ଫଳତଃ ସେମାନେ ମୌନବ୍ରତ କଲେ। ଯେଉଁଦିନ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେଲା ତା' ପରଦିନ ଦିଲ୍ଲୀରୁ ବାହାରୁଥିବା ଅସଂଖ୍ୟ ଖବରକାଗଜ  ଭିତରୁ ମାତ୍ର ଦୁଇଟି ଖବରକାଗଜ ଏହି ଖବରକୁ ଛପାଇଥିଲା। ଅର୍ଥାତ୍ ଅନ୍ୟ ଖବରକାଗଜ ସମ୍ପାଦକ ମାନଙ୍କର ସାହସ ଟିକକ ବି ମରି ସାରିଥିଲା। ସେତେବେଳେ ଅନେକ କୁଳପତି, ଉଦ୍ୟୋଗପତି ଓ ଅନେକ ବୁଦ୍ଧିଜୀବୀ ସଞ୍ଜୟ ଗାନ୍ଧୀଙ୍କ ରଙ୍ଗରେ ନିଜକୁ ରଙ୍ଗେଇ ଦେଇଥିଲେ। ଯେତେବେଳେ ଅନେକ ଅଧ୍ୟାପକ( ପାଠକ ବନ୍ଧୁ, ଆମ ଓଡ଼ିଶାର ତତ୍କାଳୀନ ଜଣେ ଅଧ୍ୟାପକ ଉମେଶ ପତ୍ରୀ, ତାଙ୍କ ଜୀବନୀ ପୁସ୍ତକରୁ "ମୋ ଅଧ୍ୟାପକ ଜୀବନର ପ୍ରଥମ ଆଘାତ ପଢ଼ନ୍ତୁ), ଲେଖକ, ସାମ୍ବାଦିକ ଓ ପ୍ରାୟତଃ ସବୁ ପ୍ରମୁଖ ବିପକ୍ଷ ରାଜନୈତିକ ଦଳର ସମସ୍ତ ନେତାଗଣ, ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସମସ୍ତ କର୍ମକର୍ତ୍ତା, ଅଖିଳ  ଭାରତୀୟ ସାହିତ୍ୟ ପରିଷଦର ସମସ୍ତ କର୍ମକର୍ତ୍ତାଙ୍କୁ ଜେଲରେ ଭର୍ତ୍ତି କରାଗଲା। ସେତେବେଳେ  ସବୁଠାରୁ ପ୍ରସିଦ୍ଧ ସମ୍ପାଦକ ଇଂରାଜୀ ଲେଖକ ଖୁସବନ୍ତ ସିଂହ କହିଥିଲେ ଦେଶ ପ୍ରଗତି ପଥରେ ଚାଲିଛି।

ଏପରି କହିବାରେ ସେ ଏକା ନ ଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମାର୍କ୍ସବାଦୀ ପ୍ରଫେସରମାନେ ଖୁସୀ ବାଣ୍ଟୁ ଥିଲେ। କାରଣ ସେଠି ସଂସ୍କୃତ ବିଭାଗ ବନ୍ଦ ହେବା ଉପରେ ଥିଲା। ସେହିମାନେ ଏମିନେଣ୍ଟ ହିଷ୍ଟୋରିଆନ୍ସ ରୂପେ ଗଣା ହୁଅନ୍ତି। ୧୯୯୮ରୁ ୨୦୦୪ ଓ ପୁଣି ୨୦୧୪ରେ କଥା କଥାରେ ଫାସୀଜିମ-ଫାସୀଜିମ କହିଥାନ୍ତି। ସେମାନେ ସବୁବେଳେ କୁହନ୍ତି ଗୋଟେ କରନ୍ତି ଆଉ ଗୋଟେ। ୧୯୭୫-୭୬ରେ ସେମାନଙ୍କର ସ୍ୱର ଅଲଗା ଥିଲା। ସେମାନେ କହୁଥିଲେ ଏଠାରେ ସୋଭିଏତ କିସମର କମ୍ୟୁନିଷ୍ଟ ଏକଛତ୍ରବାଦ ଶାସନ ଚାଲୁ। ସେତେବେଳେ ତାଙ୍କ ଭିତରୁ ଜଣେ ପ୍ରଖର ବୁଦ୍ଧିଜୀବୀ ଥିଲେ ମୋହିତ ସେନ, ସେ କହିଥିଲେ, ଏବେ ଆମେ ଇତିହାସ କେବଳ ପଢ଼ାଉ ନାହୁଁ, ବରଂ ଆମେ ଏବେ ଇତିହାସର କର୍ତ୍ତା ହୋଇଯାଇଛୁ। ଏବେ ଆମେ ଇତିହାସ ରଚିବୁ।
ଏଥିରୁ ବୁଝିବାକୁ ହେବ ଯେ, ଲୋକମାନଙ୍କ ଉପରେ ଜବରଦସ୍ତି ମିଥ୍ୟାଚାର ଆରୋପିବା ସେମାନଙ୍କର ଚାରିତ୍ରିକ ବିଶେଷତ୍ୱ, ଯାହା କେବେ ବି ବଦଳେ ନାହିଁ। ସେମାନଙ୍କର ସୁନ୍ଦର ସୁନ୍ଦର ଶବ୍ଦ ସଂଯୋଜନା ଜାଲରେ ପଡ଼ନ୍ତୁ ନାହିଁ, ସେମାନଙ୍କର କାର୍ଯ୍ୟକଳାପକୁ ଲକ୍ଷ୍ୟ କରନ୍ତୁ, ଆଜି ବି ଉପରୋକ୍ତ ପ୍ରମାଣ ନିତ୍ୟ ମିଳିଯିବ।

୩୦. ୧୨. ୧୭

Friday, 29 December 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  🐌🌿🍁🐌llॐll🐇🐌🐚🐌
    *ଆଜି ପୌଷମାସ ଶୁକ୍ଳ ପକ୍ଷ  ଏକାଦଶୀ ତିଥି*
        *ଧନୁ ୧୪ ଦିନ,ଦ୍ବିଜା ନକ୍ଷତ୍ର*
          *ସୂର୍ଯ୍ୟ ଦକ୍ଷିଣାୟନ   ମେଷ ଚନ୍ଦ୍ର*
           *ଶୀତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୭ ମସିହା*
           *ଡିସେମ୍ବର୍ ମାସ ୨୯ ତାରିଖ*
             🌾 *ଶୁ  କ୍ର  ବା  ର* 🌾⛳ 
       *ସର୍ବ ସମ୍ମତ ପୁତ୍ରଦା ଏକାଦଶୀ*
    
            🙏🙏🙏🙏🙏🙏🙏
      [] []  *ସାହିତ୍ୟ ପ୍ରସାଦ*[] []
        ଶ୍ୟାମନାଗର ହେ ଏ ବେଶ
               ହୋଇବ ନାହିଁ

        ରାଗ :-ଲଳିତ କାମୋଦୀ
               ବନମାଳୀ ଦାସ
              ତାଳ :-ଆଠତାଳି

ଶ୍ୟାମନାଗର ହେ,
ଏ ବେଶ ହୋଇବ ନାହିଁ ।
ଏ ବେଶ ହୋଇଲେ ପାଷାଣ ତରଳେ
ଯୁବତୀ ବଞ୍ଚିବେ କାହିଁ । ପଦ ।

ଉଭା ହୋଇଥିବ କଦମ୍ବର ମୂଳେ
ନଟବର ବେଶ ହୋଇ
ଘେନିଥିବ ଯେବେ ମୋହନ ମୁରଲୀ
ଅଧରେ ଚୁମ୍ବିବ ନାହିଁ । ୧ ।

ପିନ୍ଧିଥିବ ଯେବେ ପୀତାମ୍ବର ତୁମ୍ଭେ
ଭୂମିରେ ଲୋଟିବ ନାହିଁ
ହସୁଥିବ ଯେବେ ମୃଦୁ ମୃଦୁ ହୋଇ
ତେରଛେ ଚାହିଁବ ନାହିଁ । ୨ ।

ଘେନିଥିବ ଯେବେ ଚନ୍ଦନର ବିନ୍ଦୁ
ଗୋରଚନା ଥିବ ନାହିଁ
ବାନ୍ଧିଥିବ ଯେବେ ତ୍ରିଭଙ୍ଗିମା ଚୂଳ
ଚନ୍ଦ୍ରିକା ଖୋଷିବ ନାହିଁ । ୩ ।

ଯେତେ ବେଶ ତୋତେ ମନା କଲି ଶ୍ୟାମ
ତେତେ ବେଶ ହେଲୁ ତୁହି
ବୋଲେ ବନମାଳୀ ଶୁଣ ଗୋ ରାଧିକେ
ଏ ବେଶ ତୁମ୍ଭରି ପାଇଁ । ୪ ।
🌼🌼🌼🌼🌼🌼🌼🌼
                   
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

*ବୌଦ୍ଧିକ କ୍ଷେତ୍ରରେ ଅବକ୍ଷୟ*

ସୁପ୍ରସିଦ୍ଧ ଇଂରାଜୀ ମାସିକ ପତ୍ରିକା 'ସେମିନାର'ର ପ୍ରତିଷ୍ଠାତା ରମେଶ ଥାପର । ତାଙ୍କର ପତ୍ନୀ ରାଜ ଥାପର ନିଜ ଦୈନନ୍ଦିନୀରେ ସଂକଳିତ କରିଥିବା ଏକ ସଂସ୍ମରଣାତ୍ମକ ପୁସ୍ତକ ହେଉଛି "ଅଲ ଦିଜ ଇଅର୍ସ" ଯାହା ତାଙ୍କ ଦେହାନ୍ତ ପରେ ପ୍ରକାଶିତ ହୋଇଥିଲା। ଏହି ପୁସ୍ତକରେ ୧୯୪୩ରୁ ଆରମ୍ଭକରି ୧୯୮୪ ପର୍ଯ୍ୟନ୍ତ ଚାରିଟି ଦଶନ୍ଧିରେ  ବୌଦ୍ଧିକ କ୍ଷେତ୍ରରେ ସକ୍ରିୟଥିବା ତାଙ୍କପରି  ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ବିପୁଳ ଅନୁଭବ ସ୍ଥାନ ପାଇଛି। ଏଥିରେ ଭାରତୀୟ ନେତା, ବୁଦ୍ଧିଜୀବୀ ଓ ସରକାରଙ୍କ ଅନ୍ତରଙ୍ଗ ପ୍ରତିଛବି ରହିଛି। ରାଜ ଓ ତାଙ୍କ ସ୍ୱାମୀ ରମେଶ ଥାପର ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ କାଳର ପ୍ରାରମ୍ଭିକ ୮ ବର୍ଷ ଅର୍ଥାତ୍ ଜରୁରୀ ପରିସ୍ଥିତି ଦେଶରେ ଲାଗିବା ପର୍ଯ୍ୟନ୍ତ ତାଙ୍କର ନିକଟ ମିତ୍ର ତଥା ପରାମର୍ଶଦାତା ଭାବେ ରହିଥିଲେ।  ବସ୍ତୁତଃ ଏହି ଦୁଇ ଜଣ ହିଁ  ଇନ୍ଦିରା ଗାନ୍ଧୀଙ୍କ ପାଖ ଲୋକ ଥିଲେ। ଏହି ନିକଟତା ତାଙ୍କୁ ପରବର୍ତ୍ତୀ ସମୟରେ ଅଲଗା ହେବାର କାରଣ ହୋଇଥିଲା। ଯଦିଓ ଇନ୍ଦିରା ଗାନ୍ଧୀ ତାଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ।

ରାଜ ଓ ରମେଶ ଉଭୟ ରାଷ୍ଟ୍ରୀୟ ଜୀବନର ଏକ ଗମ୍ଭୀର କାଳରେ ସକ୍ରିୟ ଥିବା ବ୍ୟକ୍ତିତ୍ୱ। ସୌଭାଗ୍ୟବଶତଃ ସେ ଦୁଇଜଣ କେବେ ବି ନିଜର ବୋଦ୍ଧିକତା, ଭାବନାତ୍ମକ ପ୍ରାମାଣିକତା, ମାନବିକତା, ଓ ସହଜ ବୁଦ୍ଧି-ବିବେକକୁ ପରିତ୍ୟାଗ କରି ନ ଥିଲେ।
ଏଥିପାଇଁ ସେମାନେ ପାଖରେ ଘଟୁଥିବା ଅନ୍ତର୍ବିରୋଧୀ, ମିଥ୍ୟାଚାର ଓ ଅନୈତିକ କାର୍ଯ୍ୟ ଗୁଡ଼ିକୁ ଉପେକ୍ଷା କରି ପାରିଲେ ନାହିଁ। ସେଗୁଡ଼ିକୁ ସେ ଲିପିବଦ୍ଧ କରି ପରପିଢ଼ି  ପାଇଁ ଛାଡ଼ି ଯାଇଛନ୍ତି। ଅଲ ଦିଜ ଇଅର୍ସ ବହିର ତିନିଟି ଅଧ୍ୟାୟ (ପୃଷ୍ଠା ୪୦୪ ରୁ ୪୫୧) ଜରୁରୀକାଳୀନ ପରିସ୍ଥିତି ସମ୍ବନ୍ଧରେ ଲେଖାଯାଇଛି। ଏଥିରେ ଅନେକ ପ୍ରସଙ୍ଗର ରହସ୍ୟ ଖୋଲା ଯାଇଛି। ଅନେକ ବୁଦ୍ଧିଜୀବୀଙ୍କ ପ୍ରସଙ୍ଗ ରହିଛି ଯାହାକୁ ପାଠକଲେ ସେ ସମୟର ବୋଦ୍ଧିକ ସ୍ଥିତି ବୁଝିବାକୁ ସହଜ ହୁଏ। ଇନ୍ଦିରା ଗାନ୍ଧୀଙ୍କ ଦୋମୁହାଁ ନୀତି, ଆତ୍ମକେନ୍ଦ୍ରିତ ରାଜନୈତିକ ଶୈଳୀ, ଜରୁରୀ ପରିସ୍ଥିତିର ଏକଛତ୍ରବାଦ ବିଷୟରେ ଥାପର କଡ଼ା ସମାଲୋଚନା କରିଛନ୍ତି। ଏଥିପାଇଁ ତାଙ୍କୁ ସେହି ଜରୁରୀ ପରିସ୍ଥିତିରେ "ସେମିନାର"କୁ ବନ୍ଦ କରିବାକୁ ପଡ଼ିଥିଲା।

୨୯. ୧୨. ୧୭

Thursday, 28 December 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  🐌🌿🍁🐌llॐll🐇🐌🐚🐌
    *ଆଜି ପୌଷମାସ ଶୁକ୍ଳ ପକ୍ଷ  ଦଶମୀ ତିଥି*
        *ଧନୁ ୧୩ ଦିନ,ଅଶ୍ବିନୀ ନକ୍ଷତ୍ର*
          *ସୂର୍ଯ୍ୟ ଦକ୍ଷିଣାୟନ   ମେଷ ଚନ୍ଦ୍ର*
           *ଶୀତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୭ ମସିହା*
           *ଡିସେମ୍ବର ମାସ ୨୮ ତାରିଖ*
             🌾 *ଗୁ ରୁ ବା  ର* 🌾⛳ 
     *_ପବିତ୍ର ଶାମ୍ବ ଦଶମୀକି ସୁଦଶାବ୍ରତର ଅପୂର୍ବ ସମନ୍ବୟ_*
                  🙏🙏🙏🙏🙏🙏🙏

      ❗ପ୍ରାଚୀନ_ରଚନା❗
➖କବି: ଅଚ୍ୟୁତାନନ୍ଦ ଦାସ➖

  🌼[] *ଦୀନବନ୍ଧୁ! ମୋ ଦୁଃଖ ନ ଗଲା ଯେ*[] 🌼

          ଦୀନବନ୍ଧୁǃ ମୋ ଦୁଃଖ ନ ଗଲା ଯେ
           ତୁମ୍ଭେ ଦୀନବନ୍ଧୁ ମୋ ବନ୍ଧୁ ନୋହିଲେ
                                 ମୋ ବନ୍ଧୁ ହୋଇବ କେ ।

ଦୀନବନ୍ଧୁ ବୋଲି ଯାହାକୁ କହନ୍ତି
ସେହି ତ ପରମ ଯୋଗୀ
ଦୁଃଖୀ ଲୋକଙ୍କର ଦୁଃଖ ନିବାରଣ
                ସୁଖୀ ଲୋକଙ୍କର ଭୋଗୀ । । ୧ ।

ଅତି ଆରତରେ ମୃଗୁଣୀ ଡାକିଲା
ଇନ୍ଦ୍ରକୁ ପେଷିଲ ହରି
ମୃଗୁଣୀ ଆରତ ଫେଡ଼ି ଜଗନ୍ନାଥ
                  ତାହାର ମାନ ଉଦ୍ଧାରି । । ୨ ।

ତୁଳସୀର ଜଟ ତୁଳସୀ ମୁକୁଟ
ତୁଳସୀ ଭୂଷଣ ହୋଇ ।
ତୂୁଳସୀ ଚଉଁରା ପାଶେ ଅନାଇଲେ
                       ନୀଳଚକ୍ର ଦିଶୁଥାଇ । । ୩ ।

ଅବନୀର ଭାର ସଙ୍କଟ ପଡ଼ିଲା
ପଥରକୁ କଲ ଭେଳା ।
ଅକୂଳ ସମୁଦ୍ରେ ମୋ ଭେଳା ଭାସୁଛି
                      ପାରିକର ଚକାଡୋଳା । । ୪ ।

ସମୁଦ୍ର ତଟରେ ପକ୍ଷୀ ଅଣ୍ଡା ଦେଲା
ଡିମ୍ବ ନେଲା ରତ୍ନାକର ।
ସପ୍ତ ଡିମ୍ବ ତାର ଜଳରେ ଭାସିଲା
                         ପାରି କର ଚକ୍ରଧର । । ୫ ।

ଚକ୍ଷୁକୁ ଯେସନେ ପିଛୁଡ଼ା ଆବୋରି
ଭକ୍ତକୁ ତେହ୍ନେ ଗୋସାଇଁ ।
ଦୀନ ଅଚ୍ୟୁତ ଯେ ଭାବରେ ଭଣିଲେ
                         ପ୍ରଭୁପଦ ଚିତ୍ତେ ଧ୍ୟାୟି । । ୬ ।

        🙏🙏🙏🙏🙏🙏🙏🙏

            *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

*ବି. ଏସ. ନାୟପାଲଙ୍କ ମତ*

ନୋବେଲ ପୁରସ୍କାର ବିଜେତା ପ୍ରଖ୍ୟାତ ସାହିତ୍ୟିକ ଶ୍ରୀ ବିଦ୍ୟାଧର ସୂରଜପ୍ରସାଦ ନାୟପାଲ ଥରେ ମନ୍ତବ୍ୟ ଦେଇଥିଲେ -
"ଭାରତୀୟ ସହିତ୍ୟିକମାନଙ୍କ ଭିତରେ ୟୁରୋପୀୟମାନଙ୍କୁ ଅନୁସରଣ କରିବା, ତାଙ୍କ ବିଚାର ଓ ସମସ୍ୟାକୁ ଶ୍ରେଷ୍ଠ ଭାବିବା, ନିଜ ସଂସ୍କୃତି ଓ ଐତିହକୁ ହେୟ ଜ୍ଞାନ କରିବା ଦେଖାଯାଉଛି।  ଭାରତର ବିଶେଷ ରୋଗ ହେଲା ଯେ ସେଠାରେ ଗତ ହଜାରେ ବର୍ଷ ହେଲା ସେମାନେ କୌଣସି ଉଚ୍ଚ ପଦରେ ରହିଲେ ନାହିଁ। ସେଠାରେ ବାହାରୁ ଯାଇଥିବା ଲୋକମାନେ ଉଚ୍ଚ ପଦ ପ୍ରାପ୍ତ କଲେ। ଭାରତୀୟମାନେ କେବଳ ତାଙ୍କୁ ଅନୁସରଣ କଲେ ଓ ନିଜକୁ ବଞ୍ଚାଇବାକୁ ଚେଷ୍ଟା କଲେ କିମ୍ବା ନିଜ ହୀନତାକୁ ଘୋଡ଼ାଇବାର ଚେଷ୍ଟା କଲେ। କେବେ ମୋଗଲଙ୍କୁ ଅନୁସରଣ କରୁଥିଲେ ତ କେବେ ଇଂରେଜଙ୍କୁ, କେବେ ଋଷୀୟାକୁ ତ କେବେ ଚୀନକୁ।
ଏବେ ସେମାନେ ଆମେରିକାକୁ ଅନୁସରଣ କରୁଛନ୍ତି।"

୨୮. ୧୨. ୧୭

Wednesday, 27 December 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  🐌🌿🍁🐌llॐll🐇🐌🐚🐌
    *ଆଜି ପୌଷମାସ ଶୁକ୍ଳ ପକ୍ଷ  ନବମୀ ତିଥି*
        *ଧନୁ ୧୨ ଦିନ,ରେବତୀ ନକ୍ଷତ୍ର*
          *ସୂର୍ଯ୍ୟ ଦକ୍ଷିଣାୟନ   କୁମ୍ଭ ଚନ୍ଦ୍ର*
           *ଶୀତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୭ ମସିହା*
           *ଡିସେମ୍ବର୍ ମାସ ୨୭ ତାରିଖ*
             🌾 *ବୁ ଧ ବା  ର* 🌾
    ➖➖➖➖➖➖➖➖➖➖
   🌼 [] [] *ସାହିତ୍ୟ ପ୍ରସାଦ* [] [] 🌼

ଆଜି ପ୍ରଣୟ ହରଷେ ପ୍ରଣବ ଉଦ୍ଦେଶ୍ଯେ
ପ୍ରଭୁ ଗୋ ଚରଣ ସକାଶେ
ଆଜି ଶ୍ରୀପଦ ବନ୍ଦନେ ଭକତି ଚନ୍ଦନେ
         ଅର୍ଘ୍ୟଡାଲା ସାଜେ ଆବେଶେ ।

         ଚିର ଆଶା ମାର, ନିରେଖି ନୟନେ
   ସ୍ବରୂପ ସୁନ୍ଦର ଚରଣ ସୁମନେ
       ନମିବି ସାଦରେ ଧୋଇ ହରଷରେ
    ନେତ୍ର-ନୀର ଢଳା ପୀୟୁଷେ!

      ଦେଖିନାହିଁ ମୋର ନୟନରେ
    ହୃଦୟ ମନ୍ଦିରେ ପୂଜେଁ ତ ଆଦରେ
    ଭକତି ଆସନେ ବସାଇ ଯତନେ
   ବନ୍ଦେ ପଦ ପ୍ରେମ ହରଷେ !

   ନତ ରହୁ ଶିର ଚରଣ କମଳେ
   ଚିତ୍ତ ଅଳି  ମଧୁ ପିଉ ଗୋ ବିରଳେ
  ପବିତ୍ର ଏ ଶୀର ହେଉ ଗୋ ମୋହର
    ତବପଦ ପୂତ ପରଶେ ❗
     
       ❗ *କବି କୁନ୍ତଳା କୁମାରୀ* ❗
            🙏🙏🙏🙏🙏🙏🙏🙏
                   
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

*ଅଭିବ୍ୟକ୍ତି...*

ଆମେ ସାହିତ୍ୟିକଙ୍କୁ ଜଣେ ବିଶିଷ୍ଟ ବ୍ୟକ୍ତି ବୋଲି ମାନିଥାଉଁ। ଏହା ମଧ୍ୟ ସ୍ୱାଭାବିକ। କିନ୍ତୁ ମନୁଷ୍ୟର ସ୍ଵଭାଵ ଅନୁସାରେ କେବେ କେବେ ସେହି ବିଶିଷ୍ଟ ବ୍ୟକ୍ତି ଭିତରେ ଥିବା ବିଶିଷ୍ଟ ଶକ୍ତି ଉତ୍ଶୃଙ୍ଖଳ ହୁଏ, କେବେ କେବେ ତାଙ୍କ ଭିତରେ ଥିବା କାମ ବାସନା ଓ ଭୋଗବୃତ୍ତି ଅଧିକ ହୁଏ ଓ କେବେ କେବେ କୌଣସି କାରଣକୁ ନେଇ ବିଦ୍ରୋହ କରିବାର ଶକ୍ତି ମଧ୍ୟ ତାଙ୍କ ଭିତରେ ଜାଗି ଉଠେ।

ସେତେବେଳେ ସେ ଶାଶ୍ୱତ ନିୟମ ଗୁଡ଼ିକୁ ଉଲ୍ଲଂଘନ କରିବାକୁ ଚେଷ୍ଟା କରିଥାଏ।  ଯଦି ସେ ଆତ୍ମ କେନ୍ଦ୍ରୀତ ଓ ବ୍ୟକ୍ତିବାଦୀ ହୋଇଥାଏ ତେବେ ନିଜର ଉତ୍ଶୃଙ୍ଖଳ ମନର ତରଙ୍ଗ ସବୁ ସୀମା ପାର କରିଯାଏ।

ଯଦି ସେ ବର୍ତ୍ତମାନ ସମୟର ଜୀର୍ଣ୍ଣ ଶୀର୍ଣ୍ଣ କାଳବାହ୍ୟ ଋଢ଼ିକୁ ନଷ୍ଟ କରିବାକୁ ଆହ୍ୱାନ ଦିଏ ତେବେ ସମାଜ ତାକୁ ସ୍ୱାଗତ କରିଥାଏ; କିନ୍ତୁ ବେଳେ ବେଳେ ସେ ଏକାଙ୍ଗି ଚିନ୍ତନ କରି ନିଜର ଉଦ୍ଦଣ୍ଡ ସ୍ଵଭାଵ କାରଣରୁ ଏପରି ସବୁ ସିଦ୍ଧାନ୍ତର ପ୍ରଚାର କରେ ଯାହା ସମାଜ ଅଥବା ମାନବତା ପାଇଁ ହିତକର ହୋଇ ନ ଥାଏ।
ଅନେକ କବି ଓ ଔପନ୍ୟାସିକ ନାରୀ-ପୁରୁଷର ଶରୀର ସମ୍ବନ୍ଧକୁ ନେଇ ଏଭଳି ସବୁ ରଚନା କରିଥାନ୍ତି ଯାହା ସମାଜରେ ବ୍ୟଭିଚାରକୁ ଜନ୍ମ ଦେବାର ଆଧାର ହୋଇଥାଏ। ଦୃଶ୍ୟ ଶ୍ରାବ୍ୟରେ ଏହା ବେଶି ଦେଖିବାକୁ ମିଳୁଛି।

ଏପରି ସମାଜ ବିରୋଧୀ ଲେଖା ପ୍ରକାଶିତ ହେବା ପରେ ସମାଜ ଯଦି ଶୋଇ ରହେ କିଛି ପ୍ରତିକ୍ରିୟା ନ କରେ ତେବେ ଏହି ସମାଜ ବିରୋଧୀ ତତ୍ତ୍ୱମାନେ ଅଧିକ ବେଗରେ ମୁଣ୍ଡ ଟେକିବାର ସମ୍ଭାବନା ଥାଏ।

୨୭. ୧୨. ୧୭

Tuesday, 26 December 2017

*ଅଭିବ୍ୟକ୍ତି..*

ଆମ ସମ୍ବିଧାନ ଆମକୁ ଅର୍ଥାତ୍ ଆମ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସୀମିତ ଅଭିବ୍ୟକ୍ତିର ସ୍ୱାଧୀନତା ଦେଇଛି। ଏଠାରେ ସୀମିତର ଅର୍ଥ ଆମର ଅଭିବ୍ୟକ୍ତି ଅନ୍ୟ କାହାକୁ ଦୁଃଖ ନ ଦେଉ, ଅନ୍ୟକାହାକୁ ଆହତ ବା ଅପମାନିତ ନ କରୁ।

ଧର୍ମ ଓ ଶ୍ରଦ୍ଧା କ୍ଷେତ୍ରରେ ଏହି ମର୍ଯ୍ୟାଦିତ ବା ସୀମିତ ସ୍ୱାଧୀନତା ଅଧିକ କଠୋର ହୋଇଯାଏ। କାରଣ ଏହି କ୍ଷେତ୍ରରେ ମନୁଷ୍ୟ ଅଧିକ ସମ୍ବେଦନଶୀଳ ହୋଇଥାଏ ଏଠାରେ ସେ ତର୍କକୁ ଅଧିକ ମହତ୍ତ୍ୱ ଦେଇ ନ ଥାଏ।

ସାଧାରଣ ଲୋକଙ୍କୁ ଛାଡ଼ି ଯଦି ଆମେ ସାହିତ୍ୟିକ ବା କଳାକାରଙ୍କ ସ୍ୱାଧୀନତା କଥା ଚିନ୍ତା କରିବା ତେବେ ସେମାନଙ୍କୁ ଆମ ସମ୍ବିଧାନ ବା ଆମ ସମାଜ ଅଭିବ୍ୟକ୍ତି ପାଇଁ ଅସୀମିତ ସ୍ୱାଧୀନତା ଦେଇଛି କି ?

ଯେ କୌଣସି ଲେଖା କଣ ସାହିତ୍ୟ କି ?

ଲେଖୁ ଲେଖୁ ଅନେକ ଅଭ୍ୟାସ ପରେ ସାଧାରଣ ବା ବ୍ୟକ୍ତିଗତ ସ୍ତରରୁ ଉଠି ଉଠି ଜଣେ ସାମାଜିକ ସ୍ତରରେ ବା ଏକ ବିଶିଷ୍ଟ ସ୍ତରରେ ପହଞ୍ଚିବା ପରେ ତାଙ୍କ ଲେଖାକୁ ସମାଜ ସାହିତ୍ୟର ମାନ୍ୟତା ଦେଇଥାଏ।

ସମାଜରେ ଏମାନଙ୍କ ସଂଖ୍ୟା ବି କ୍ଵଚିତ। କାରଣ କଠୋର ତ୍ୟାଗ ତପସ୍ୟା କରିବାକୁ କ୍ଵଚିତ ଲୋକ ହିଁ ବାହାରିଥାନ୍ତି।

ଏକାଗ୍ରତାର ସହ ଯେତେବେଳେ ସେହି ସାଧକ ଉଚ୍ଚକୋଟୀର ସାହିତ୍ୟ ରଚନା କରନ୍ତି, ସେତେବେଳେ ସେ ସାଂସାରିକ ମୋହ ମାୟାରୁ ମୁକ୍ତ ହୋଇ ଏକ ଦିବ୍ୟ ସ୍ଥିତିରେ ପହଞ୍ଚିଥାନ୍ତି।

ଏହା ବସ୍ତୁତଃ ମନ୍ତ୍ର ରଚନାର ସ୍ଥିତି ଅଟେ।

ଏପରି ଅବସ୍ଥାରେ ତାଙ୍କ ମୁଖରୁ ବା ତାଙ୍କ ଲେଖନୀରୁ ଯାହା କିଛି ବାହାରିଥାଏ ତାହା ଲୋକୋତ୍ତର ବା ଦିବ୍ୟ ହୋଇଥାଏ। ସେହି ଦିବ୍ୟ ଅବସ୍ଥା ଯୋଗୀମାନଙ୍କର ସମାଧିସ୍ଥ ଅବସ୍ଥାପରି । ସେଇଭଳି ସାହିତ୍ୟକୁ ଅବରୁଦ୍ଧ କରିବା ମାନବତାର ବିରୋଧୀ ଅଟେ। ଋଷିମାନଙ୍କର ବାଣୀ ପରି ତାହାକୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଦେଇ ତାହାର ରକ୍ଷା କରିବା ମାନବ କଲ୍ୟାଣକାରୀ କାର୍ଯ୍ୟ ହୋଇଥାଏ।

ସେଥିପାଇଁ ଆମ ସମାଜ ସେହି ସାହିତ୍ୟିକ ତଥା କଳାକାରଙ୍କ ଦିବ୍ୟତାକୁ ସ୍ୱୀକାର କରି ତାଙ୍କୁ ଅଭିବ୍ୟକ୍ତିର ପୂର୍ଣ୍ଣ ସ୍ୱାଧୀନତା ଦେଇଥାଏ। ଏହି ଅଭିବ୍ୟକ୍ତି ସର୍ବଦା ସମାଜ ହିତରେ ହୋଇଥାଏ, ଲୋକ କଲ୍ୟାଣ ପାଇଁ ହୋଇଥାଏ।

କିନ୍ତୁ ଅଭିବ୍ୟକ୍ତି ସ୍ବାଧୀନତାର ଅଧିକାର ନାମରେ କେହି ଜଣେ ସମାଜ ବିରୋଧୀ ଲେଖାର ପ୍ରଚାର ପ୍ରସାର କରିବ, ତାହା କେବେ ବି କୌଣସି ସଭ୍ୟ ସମାଜ ଦ୍ୱାରା ଗ୍ରହଣୀୟ ହୁଏ ନାହିଁ।

ତେଣୁ ଅଭିବ୍ୟକ୍ତିର ବି ଏକ ସୀମା ଅଛି।

୨୬. ୧୨. ୧୭

Monday, 25 December 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  🐌🌿🍁🐌llॐll🐇🐌🐚🐌
    *ଆଜି ପୌଷମାସ ଶୁକ୍ଳ ପକ୍ଷ  ସପ୍ତମୀ ତିଥି*
        *ଧନୁ ୧୦ଦିନ,ପୂର୍ବ ଭଦ୍ରା ନକ୍ଷତ୍ର*
          *ସୂର୍ଯ୍ୟ ଦକ୍ଷିଣାୟନ   କୁମ୍ଭ ଚନ୍ଦ୍ର*
           *ଶୀତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୭ ମସିହା*
           *ଡିସେମ୍ବର ମାସ ୨୫ ତାରିଖ*
             🌾 *ସୋ ମ ବା  ର* 🌾
    ➖➖➖➖➖➖➖➖➖➖
   🌼 [] [] *ସାହିତ୍ୟ ପ୍ରସାଦ* [] [] 🌼

       ସଜ ସୁରଭିତ ଯୌବନ କାନ୍ତି
        ଦରଦରହାସୀ ଗୋଲାପ
         ନବ ବସନ୍ତେ     ଶ୍ଯାମ ସୁନ୍ଦର
         ଝରଝର ଆଖି ଯୋଡ଼ିକ

        କୋମଳ ମଞ୍ଜୁଳ ଦଳୁଁ ଝଲମଲ
         ନୀରବ ନୀହାର ଝରଣା
       ସଲାଜ ସୁନ୍ଦର   ନେତ୍ର ଟଳମଳ
          ହସମିଶା ହର୍ଷ କାନ୍ଦଣା

        ଅସରନ୍ତି ତୋର ବାସନା
        ଅସରନ୍ତି ତୋର ବେଦନା
       ଅସରନ୍ତି ତୋର   ଅମୃତ ହସ
           ଅସରନ୍ତି ତୋର ସାନ୍ତ୍ବନା  !!

       ❗ *କବି କୁନ୍ତଳା କୁମାରୀ* ❗
            🙏🙏🙏🙏🙏🙏🙏🙏
                   
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

*ଅଭିବ୍ୟକ୍ତି.*

ପରମାତ୍ମା ଯେଉଁ ଦେଶକୁ ଏକ କରି ଗଢ଼ିଛନ୍ତି ତାର ବିଭାଜନ ଅସମ୍ଭବ। ଯଦି ବିଭାଜନ କରିବାର ଅଛି ତେବେ ତାହା ମୋ ଶବ ଉପରେ ହେବ - ଏମ.କେ.ଗାନ୍ଧି

କିନ୍ତୁ ତାଙ୍କ ଶବ ଉପରେ ନୁହେଁ ସେ ଜୀଇଁ ଥିବା ବେଳେ ଦେଶ ବିଭାଜନ ହୋଇଗଲା।

ସ୍ୱାଧୀନତା ଯେଉଁଦିନ ମିଳିଲା ସେଦିନ ଉତ୍ସବରେ ସେ ଯୋଗଦେଇ ନ ଥିଲେ।

ବିଭାଜନ ସମୟରେ ଡାଇରେକ୍ଟ ଆକ୍ସନରେ ଲୋକ ଆର ପାରିକୁ ଯାଉଥିଲେ। ତାକୁ ଅଭିବ୍ୟକ୍ତ କରାଗଲା - ଏହା ଅହିଂସାର ପୂଜା। ହିନ୍ଦୁମାନଙ୍କୁ ହତ୍ୟା କରୁଥିବା ସବୁ ନେତା ହୋଇଗଲେ ଅହିଂସାର ପୂଜାରୀ।

କେବଳ ଗୁରୁଦତ୍ତଙ୍କ ଉପନ୍ୟାସ "ଦେଶ କୀ ହତ୍ୟା" କୁ ଛାଡ଼ି ଦେଲେ କୋଟି କୋଟି ନିଷ୍ଠାବାନ ହିନ୍ଦୁଙ୍କର ଭାବନାର ଅଭିବ୍ୟକ୍ତି ଆଉ କେଉଁଠି କିଏ କରିଛି  ?

ବରଂ ଏହାର ଓଲଟା ଅଭିବ୍ୟକ୍ତି ଦେଖିବାକୁ ମିଳିଲା।

ଲକ୍ଷ ଲକ୍ଷ ହିନ୍ଦୁଙ୍କ ହତ୍ୟା ଓ ଦେଶ ତିନି ଖଣ୍ଡ ହେବା ସତ୍ୟକୁ ଭୁଲାଇ କୁହାଗଲା ବିନା ରକ୍ତପାତରେ ଅହିଂସା ଉପାୟରେ ଦେଶ ସ୍ଵାଧୀନ ହେଲା।

ତାଙ୍କୁ ଦୁଇଖଣ୍ଡ ଭୂମି ମିଳିବା ବେଳେ ହିନ୍ଦୁଙ୍କୁ ମିଳିଲା ଖଣ୍ଡେ, ତା"ପରେ ବି ସେ ନିଜ ଭୂମି ହିନ୍ଦୁସ୍ଥାନରେ ନିଜକୁ ହିନ୍ଦୁ ବୋଲି ନ କହୁ, ତା ମାତୃଭୂମିକୁ ସେ ମାଆ ବୋଲି ନ ଡାକୁ ଏଥିପାଇଁ ସବୁ ନିୟମ, ଏଥିପାଇଁ ସବୁ ବ୍ୟବସ୍ଥା କରିଦିଆଗଲା।

ସେ ବଂଶ ନ ବଢ଼ାଉ ଏଥିପାଇଁ ବି ନିୟମ
କରିଦିଆଗଲା।

ସେ ନିଜ ସ୍ଥାନରେ ରହି ଇଞ୍ଚେ ବି ଜମି କିଣି ପାରିବ ନାହିଁ ଏପରି ଆଇନ ତା ପାଇଁ ଖଞ୍ଜି ଦିଆଗଲା।

୧୯୬୬ ର ଗୋରକ୍ଷା ମହାଭିଜାନରେ ଅସଂଖ୍ୟ ସାଧୁ ସନ୍ଥଙ୍କୁ ହତ୍ୟାକରି ଭୟଙ୍କର ପାପ କରାଗଲା, କିଏ ଲେଖିଲେ ସେହି ଅଭାଗା ମାନଙ୍କ କଥା ଓ କାହାଣୀ ?

ଗୋଟିଏ ଆରାଧନା ସ୍ଥଳକୁ ଭାଙ୍ଗି ଦେବା ଯଦି ଅନ୍ୟାୟ ହେଲା ତେବେ ହଜାର ହଜାର ଆରାଧନା ସ୍ଥଳକୁ ଯିଏ ଅତ୍ୟନ୍ତ ନୃଶଂସତାପୂର୍ବକ, ବର୍ବରତାପୂର୍ବକ ଭାଙ୍ଗିଲେ ସେ ନ୍ୟାୟବନ୍ତ ପୁରୁଷ  ହେଲେ କେମିତି ??

"ରାମ ଇଜ ଏ ମିଥ । ହୋୟାର ଇଜ ରାମ ସେତୁ।"
ବୋଲି ସର୍ବୋଚ୍ଚ ନ୍ୟାୟାଳୟରେ ସତ୍ୟପାଠ କରି କୋଟି କୋଟି ହିନ୍ଦୁଙ୍କ ଶ୍ରଦ୍ଧା କେନ୍ଦ୍ରକୁ ଅପମାନିତ କରିଥିବା ବ୍ୟକ୍ତି ଆଜି କେଉଁ ମୁହଁରେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି ?

କେରଳରେ ସର୍ବସାଧାରଣ ଜନତାଙ୍କ ଆଗରେ ବାଛୁରୀ କାଟୁଥିବା ନେତା ଗୁଜୁରାଟରେ ମନ୍ଦିର ଯାଇ ହିନ୍ଦୁ ???

କେତେଦିନ ହିନ୍ଦୁଙ୍କୁ ଭୂତେଇବା ପର୍ବ ଚାଲିଥିବ ?
ଆଉ କେତେଦିନ - ବଣ ଜଙ୍ଗଲରେ ରହୁଥିବା ଗରୀବ ବନବାସୀ ହିନ୍ଦୁଙ୍କ ସେବା କଲେ ତାକୁ ବୃଦ୍ଧାବସ୍ଥାରେ ହତ୍ୟା କରାଯାଉଥିବ  ??

ଆଉ କେତେଦିନ ତାର ଆରାଧ୍ୟାଙ୍କ ନଗ୍ନ ଚିତ୍ର ଅଙ୍କାଯାଉଥିବ ???

ଆଉ କେତେ ଦିନ ତାର ପୁତ୍ର କନ୍ୟାକୁ ଶିକ୍ଷା ଦିଆଯାଉଥିବ ସରସ୍ୱତୀ ଏଣ୍ଡ ଗଣେଶ ଇଜ ନଟ ଇଓର ଗଡ଼। ଇଓର ଗଡ଼ ଇଜ ଜେସସ ଖ୍ରାଏଷ୍ଟ ।

ବର୍ଷ ବର୍ଷ ଚିନ୍ତା କଲେ ବି ସେ ଦୁଃଖକୁ ଭରଣା କରିବା ଅସମ୍ଭବ। କିନ୍ତୁ କାହିଁ ସାହିତ୍ୟ ? କାହିଁ ତାର ଅଭିବ୍ୟକ୍ତି ?

ଏଥିପାଇଁ ନା ଅଛି ନାଟକ, ନା ଅଛି ପ୍ରବନ୍ଧ, ନା ଏଥିପାଇଁ ହେଉଛି ସଭା, ନା ଏଥିପାଇଁ ହେଉଛି କବିତା ଆସର ।

୭୦ ବର୍ଷର ସ୍ୱାଧୀନତା ଭିତରେ ଏ ଅଭିବ୍ୟକ୍ତିର ସ୍ୱାଧୀନତା କାହିଁ ତା ପାଖରେ ?

ଯଦି ସେ କେବେ ସତ୍ୟର ବ୍ୟକ୍ତ କରିବାକୁ ବାହାରିଛି ତେବେ ସାମ୍ପ୍ରଦାୟିକତା ଓ ....ନିରପେକ୍ଷତା ବିରୋଧୀ ନିନ୍ଦାର ଶରବ୍ୟ ହେବା ଛଡ଼ା ତାକୁ ଆଉ କିଛି ମିଳିଛି କି ??

କେବେ ସେ ଅଭିବ୍ୟକ୍ତ କରିବ ତା'ର ସୁଖ ଓ ଦୁଃଖକୁ ? ଆହା କହିବା ପାଇଁ କିଏ ଅଛି ତା ପାଖରେ ??

୨୫. ୧୨. ୧୭