Tuesday, 31 October 2017

*ବୌଦ୍ଧ ଚିନ୍ତନ*

ବୌଦ୍ଧ କାଳଖଣ୍ଡରେ ( ଖ୍ରୀଷ୍ଟପୂର୍ବ ୬୦୦ ରୁ ଖ୍ରୀଷ୍ଟାବ୍ଦ ୨୦୦ ) ଭାରତରେ ରାଜନୈତିକ ଗତିବିଧି ତୀବ୍ର ଥିଲା। ଏହି ସମୟରେ ଗଣତନ୍ତ୍ର ମଧ୍ୟ ପ୍ରଚଳିତ ଥିଲା। ବୈଶାଳୀ ଓ ଲିଛବୀର ଗଣତନ୍ତ୍ର ପ୍ରସିଦ୍ଧ ଥିଲା। ପାଲି ଓ ସଂସ୍କୃତରେ ଲେଖାଯାଇଥିବା ତତ୍କାଳୀନ ସାହିତ୍ୟରେ ଏହି ଗଣତନ୍ତ୍ର ସର୍ବବ୍ୟାପୀ ହୋଇଥିବାର ଵର୍ଣ୍ଣନା କରାଯାଇଛି।  ଗଣତନ୍ତ୍ରକୁ  ସଙ୍ଘତନ୍ତ୍ର କୁହାଯାଉଥିଲା। ସେହି ସ୍ୱରୂପର ଆଧାରରେ ତାଙ୍କର ବ୍ୟକ୍ତି ଚୟନ ହେଉ ଥିଲା। ଜୈନମାନଙ୍କ ଭଳି ବୌଦ୍ଧମାନଙ୍କର ଆଧ୍ୟାତ୍ମିକ ପୃଷ୍ଠଭୂମି ଉପରେ ସଙ୍ଘ ଗଠିତ ହେଉଥିଲା। ଆଚାର୍ଯ୍ୟ ତାର ପ୍ରମୁଖ ହେଉଥିଲେ। ତାଙ୍କଠାରୁ ସେମାନେ (ରାଜା ଓ ପ୍ରଜା) ପରାମର୍ଶ ପାଉଥିଲେ।

ବୌଦ୍ଧ ଚିନ୍ତନ ବ୍ୟକ୍ତିକୁ କୌଣସି ପରଲୌକିକ ଶକ୍ତି ଅପେକ୍ଷା ନିଜ ଉପରେ ଅଧିକ ବିଶ୍ୱାସ କରିବା ପାଇଁ କୁହେ । ତାହାର ତିନୋଟି ପ୍ରମୁଖ ସୂତ୍ର ଅଛି -- ବୁଦ୍ଧ, ଧର୍ମ ଓ ସଙ୍ଘ।

ବୁଦ୍ଧତ୍ବ ଜାଗୃତି, ଜ୍ଞାନ, ପ୍ରକାଶ, ବିଦ୍ୟା,
ଧର୍ମ ଆଚାର-ବିଚାର ଓ କର୍ତ୍ତବ୍ୟକୁ ପରିଭାଷିତ କରିଥିବାବେଳେ ସଙ୍ଘ ବ୍ୟକ୍ତି, ସମାଜ, ଶାସନ ଅର୍ଥାତ ରାଜ୍ୟ ବ୍ୟବସ୍ଥା ଆଡ଼କୁ ଇଙ୍ଗିତ କରିଥାଏ।

ବୁଦ୍ଧ ଦୁଃଖରୁ ମୁକ୍ତି ପାଇବାପାଇଁ ଚାରୋଟି ଆର୍ଯ୍ୟ ସତ୍ୟ ବିଷୟରେ କହିଛନ୍ତି --
(୧) ଦୁଃଖ ସର୍ବତ୍ର ରହିଛି, (୨) ଦୁଃଖର ଆରମ୍ଭ କାମନାରୁ ହୋଇଥାଏ, (୩) କାମନାର ବିନାଶରେ ଦୁଃଖର ବିନାଶ, (୪) ଦୁଃଖର ବିନାଶ ପାଇଁ ଅଷ୍ଟାଙ୍ଗ ମାର୍ଗ ରହିଛି।

ସେହି ଅଷ୍ଟାଙ୍ଗ ମାର୍ଗ ଗୁଡ଼ିକ ହେଲା -

ସମ୍ୟକ ଦୃଷ୍ଟି, ସମ୍ୟକ ସଂକଳ୍ପ, ସମ୍ୟକ ବାଣୀ, ସମ୍ୟକ କର୍ମ, ସମ୍ୟକ ଜୀବିକା, ସମ୍ୟକ ଚେଷ୍ଟା, ସମ୍ୟକ ସ୍ମୃତି ଓ ସମ୍ୟକ ସମାଧି। ମାନସିକ ଏଵଂ ନୈତିକ ବିକାଶ ପାଇଁ ପ୍ରତିବଦ୍ଧତା, ହାନିକାରକ କଥା, ହାନିକାରକ କର୍ମ, ହାନିକାରକ ବ୍ୟାପାର ନ କରିବା, ମିଥ୍ୟା ନ କହିବା, ନିଜକୁ ସୁଧାର କରିବା, ସ୍ପଷ୍ଟ ଜ୍ଞାନ ଦ୍ୱାରା ଦେଖିବାର ମାନସିକ ଯୋଗ୍ୟତା ପାଇବା ଓ ଶେଷରେ ନିର୍ବାଣ ପ୍ରାପ୍ତ କରିବା।

ଦୁଃଖର ମୂଳରେ ବ୍ୟକ୍ତିର କାମନା, ଯାହା ଦ୍ୱାରା ବ୍ୟକ୍ତି ଓ ସମାଜରେ ଦୁର୍ନୀତି ବ୍ୟାପିଥାଏ ଏବଂ ଯାହାକୁ ଶାସନ କିଛି ମାତ୍ରାରେ ନିୟନ୍ତ୍ରଣ କରିଥାଏ। ବୈଦିକ ଧର୍ମରେ ମଧ୍ୟ ଆସକ୍ତିକୁ ଦୋଷ ବୋଲି କୁହାଯାଇଛି।
ଏଥିପାଇଁ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଫଳ ପ୍ରାପ୍ତିର ଆଶା ବିଷାଦର କାରଣ ହୋଇଥାଏ। ସମ୍ୟକ ଶବ୍ଦର ପ୍ରୟୋଗ କରି ବୁଦ୍ଧ ବିବେକ ଉପରେ ବଳ ଦେଇଛନ୍ତି। ଏହି ବିବେକ ରାଜ୍ୟ ଶାସନରେ ମଧ୍ୟ ଅନିବାର୍ଯ୍ୟ।

ଦ୍ଵିତୀୟ ଶତାବ୍ଦୀର ବୌଦ୍ଧ ଚିନ୍ତକ ନାଗାର୍ଜୁନ କହିଛନ୍ତି ବୁଦ୍ଧଙ୍କ ଶାନ୍ତି ମାର୍ଗରେ ହିଁ ତାଙ୍କ ରାଜନୈତିକ ଚିନ୍ତନର
ପରିଚୟ ମିଳେ, ଯାହାର ଆଧାର ହେଉଛି ସରଳତା, ବିନମ୍ରତା ଓ ଦୟା। ବୁଦ୍ଧ କହିଛନ୍ତି ଯେ ବ୍ୟକ୍ତି ଭିତରେ ସମ୍ୟକ ପରିବର୍ତ୍ତନ କରି ସାମାଜିକ ନ୍ୟାୟ ସ୍ଥାପିତ ହୋଇଥାଏ। ଏହାଦ୍ୱାରା ଅହିଂସା ଓ ଶାନ୍ତି ସ୍ଥାପିତ ହୋଇଥାଏ। ବୁଦ୍ଧ ଚିନ୍ତନର ରାଜନୈତିକ ଦିଗଦର୍ଶନ ପଞ୍ଚଶୀଳ ନୀତିରେ ମଧ୍ୟ ପରିଲକ୍ଷିତ ହୋଇଅଛି।

୧. ୧୧. ୧୭

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
      *କାର୍ତ୍ତିକମାସ ଶୁକ୍ଳପକ୍ଷ ଏକାଦଶୀତିଥି*
       *ଶତଭିଷାନକ୍ଷତ୍ର, ସୂର୍ଯ୍ୟ ଦକ୍ଷିଣାୟନ*
           *କୁମ୍ଭଚନ୍ଦ୍ର, ହେମନ୍ତଋତୁ*
              *ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪, ମଙ୍ଗଳବାର*
         *ଇଂରାଜୀ  ତା. ୩୧ ରିଖ*
        *ଅକ୍ଟୋବର ୨୦୧୭ ମସିହା*
~~~~~~~~~~ॐ~~~~~~~~~~
             [] [] *ପ୍ରଭାତ ପ୍ରସାଦ* [] []
      *ନ ହୁଅ ନିରାଶ, ନ ହୁଅ ଦୁଃଖିତ*
         *ଦେଖି ଉତ୍କଳର ପ୍ରାଣମୟ ଚିତ୍ର*
   *ସୁଖଦୁଃଖ ଚିତ୍ର ଘୁରେ ନିରନ୍ତର*
          *ଏକପରେ ଆନ ଆସିବ ମୁକର*
   *ଆଲୁଅ ଅନ୍ଧାର ଖେଳେ ଲୁଚକାଳି*
              *ଆସିବ ଆଲୁଅ ପଡ଼ିିଲାଣି ପାଳି*
    *ପହଞ୍ଚିଛି ଭାଇ ସେ ମାହେନ୍ଦ୍ର ବେଳା*
         *କରନାହିଁ ଭାଇ ଏତେବେଳେ ହେଳା*
   *ଉଇଁ ଆସୁଅଛି ସୁରାଜ୍ଯ ତପନ*
       *ଭାରତେ ଜାଗ୍ରତ ନରନାରୀ ଗଣ*
   *ଘୁମାଇ ନ ରହ ଏ ସମୟେ ଆଉ*
     *ଉଠ ଉଠ ବେଗେ ବେଳ ଥାଉ ଥାଉ*

             ( _*କବି ଉତ୍କଳମଣି ଗୋପବନ୍ଧୁ*_ )
  .................................................
     *ବଡ଼ ଏକାଦଶୀ ଭୀଷ୍ମ ପଞ୍ଚକ*
                *ବନ୍ଦେ ଉତ୍କଳ ଜନନୀ*
              *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ ହେଉ*🌈
 
  🐌🌿🍁🐌🐇💐🐌🐚🐌

Monday, 30 October 2017

*ଜୈନ ଚିନ୍ତନ*

ମହାରାଜା ବିମ୍ବିସାର(ଖ୍ରୀ.ପୂ. ୫୫୮-୪୯୧)ଙ୍କ ସହିତ ଜୈନ ଧର୍ମର ରାଜନୈତିକ ଯାତ୍ରାର ଇତିହାସ ଉପଲବ୍ଧ ଅଛି। ତା ପୂର୍ବର ଇତିହାସ ଅସ୍ପଷ୍ଟ। ବିମ୍ବିସାରଙ୍କ ପରେ ଅଜାତଶତ୍ରୁ, ଉଦୟନ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଆଦି ରାଜାମାନେ ଖ୍ରୀଷ୍ଟପୂର୍ବ କାଳର ଶାସନ କରିଥିଲେ। କୁହାଯାଏ ଯେ ମୌର୍ଯ୍ୟ ସାମ୍ରାଜ୍ୟର ସଂସ୍ଥାପକ ଚନ୍ଦ୍ରଗୁପ୍ତ (ଖ୍ରୀ.ପୂ. ୩୨୨-୨୯୮) ଶେଷରେ ନିଜ ରାଜ୍ୟ ନିଜ ପୁତ୍ର ହାତରେ ଅର୍ପଣକରି ଜୈନ ଆଚାର୍ଯ୍ୟଙ୍କ ଶିଷ୍ୟ ହୋଇଗଲେ। ତାଙ୍କ ନାତି ସମ୍ରାଟ ଅଶୋକ ବୌଦ୍ଧଧର୍ମ ସ୍ୱୀକାର କଲେ। ପ୍ରଥମ ଶତାବ୍ଦୀରେ ଶାଲିବାହନଙ୍କ ଠାରୁ ନେଇ ସପ୍ତମ ଶତାବ୍ଦୀର ହର୍ଷବର୍ଦ୍ଧନଙ୍କ ପର୍ଯ୍ୟନ୍ତ ଜୈନ ଧର୍ମର ସଂରକ୍ଷକମାନେ ରାଜା ହେଲେ । ଯେଉଁମାନଙ୍କ ରାଜନୈତିକ ଚିନ୍ତନର ଆଧାର ଜୈନ ଦର୍ଶନ ଥିଲା।

ଜୈନ ଦର୍ଶନର ୬ଟି ପ୍ରମୁଖ ତତ୍ତ୍ୱ ଅଛି।
(୧) ଅହିଂସା, (୨) ଅନେକାନ୍ତ, (୩) ସତ୍ୟ, (୪) ଅସ୍ତେୟ, (୫) ବ୍ରହ୍ମଚର୍ଯ୍ୟ, (୬) ଅପରିଗ୍ରହ ।

ଜୈନମାନେ କର୍ମକୁ ଜୀବନର ପ୍ରମୁଖ ପାଥେୟ ବୋଲି ମାନିଛନ୍ତି। ରାଜକାର୍ଯ୍ୟ ସନ୍ଦର୍ଭରେ ଅହିଂସା ଓ ଅନେକାନ୍ତର ପ୍ରତ୍ୟକ୍ଷ ସମ୍ବନ୍ଧ ରହିଛି। ବାକି ତତ୍ତ୍ୱ ରାଜାମାନଙ୍କ ବ୍ୟକ୍ତିଗତ ଗୁଣରୁପେ ନିଆଯାଇପାରିବ। ଅହିଂସାର ମୂଳବିନ୍ଦୁ ଏହା ଯେ କାହାକୁ କୌଣସି ପ୍ରକାର ଆଘାତ ଦେବା ଉଚିତ ନୁହେଁ; କିନ୍ତୁ ଯଦି କୌଣସି ସମସ୍ୟା ଉପସ୍ଥିତ ହୁଏ ତେବେ ତା ସହ ଯୁଦ୍ଧ କରିବା ମଧ୍ୟ ଅହିଂସା ଅଟେ। ବଳବାନକୁ ଅହିଂସା ଶୋଭାପାଏ। ଜୈନ ରାଜାମାନେ ବଳଶାଳୀ ଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଅହିଂସା ଅର୍ଥର ଅପବ୍ୟବହାର ହେଲା।

ଅହିଂସାର ଅବସ୍ଥା ଏପରି ହୋଇଗଲା ଯେ ସାଧ୍ଵୀମାନେ ତାଙ୍କ ମୁଣ୍ଡରେଥିବା ଉଙ୍କୁଣୀମାନଙ୍କୁ ବି ମାରୁ ନ ଥିଲେ। ଏହା ଦ୍ୱାରା କ୍ଷାତ୍ରତେଜ କମ ହେବାରେ ଲାଗିଲା ଏବଂ ବିଦେଶୀମାନଙ୍କୁ କାଳାନ୍ତରରେ ଆକ୍ରମଣ କରିବାର ସୁଯୋଗ ମିଳିଗଲା।
ଅନେକାନ୍ତ ବିଷୟରେ ମଧ୍ୟ ଜୈନ ସିଦ୍ଧାନ୍ତ ବିବିଧତାର ସମର୍ଥକ ଅଟେ। ଏଥିରେ କୌଣସି ବିଷୟକୁ ଅନେକ ପ୍ରକାର କୁହାଯାଇ ପାରିବ। ତାହାର ଏକ ନୁହେଁ ଅନେକ ଦିଗ ହୋଇପାରିବ। ଜୈନ ଓ ବୌଦ୍ଧ ମତରେ ଏହି ସିଦ୍ଧାନ୍ତକୁ ନେଇ ମତ ପାର୍ଥକ୍ୟ ରହିଛି। ଜୈନମାନେ ସତ୍ୟକୁ କହିବାର ଅନେକାନ୍ତ ରୂପ ମାନନ୍ତି; କିନ୍ତୁ ବୌଦ୍ଧମାନେ କୁହନ୍ତି ଯେ ସତ୍ୟର ରୂପ ଏକ। ଜୈନ ରାଜାମାନଙ୍କର ରାଜନୈତିକ ବ୍ୟବସ୍ଥାରେ ଏହା ପରିଲକ୍ଷିତ ହୁଏ।

ରାଜନୀତିଶାସ୍ତ୍ର  ପ୍ରାଚୀନ ସମୟରୁ ବିଦ୍ୟାର ଅଲଗା ବିଭାଗ ନ ଥିଲା। ତାହାକୁ ଅର୍ଥ ଶାସ୍ତ୍ରରେ ସାମିଲ କରାଯାଇଥିଲା। ଜୈନ ସମୟରେ ରାଜନୈତିକ ବ୍ୟବସ୍ଥା ଦୁଇପ୍ରକାର ଥିଲା।
(୧) ଆଧ୍ୟାତ୍ମିକ ପୃଷ୍ଠଭୂମି ଉପରେ ଶ୍ରାବକ, ଭିକ୍ଷୁଠାରୁ ନେଇ ଆଚାର୍ଯ୍ୟ ଓ ସଙ୍ଘର ମୁଖ୍ୟ ପର୍ଯ୍ୟନ୍ତ।
(୨) ପ୍ରଶାସନରେ ସିପାହୀଠାରୁ ନେଇ ଅମାତ୍ୟ ଓ ମହାରାଜା ପର୍ଯ୍ୟନ୍ତ ।

ଏହି ବ୍ୟବସ୍ଥା ବୌଦ୍ଧ କାଳ ପର୍ଯ୍ୟନ୍ତ ଚାଲୁ ରହିଲା।
କିନ୍ତୁ ଅହିଂସା ପରି ସଦଗୁଣର ବହୁଳତା କାରଣରୁ ଲୋକ ଅସ୍ତ୍ର ଛାଡ଼ି ମାଳା ଜପିବାରେ ଲାଗିଲେ।

୩୧.୧୦. ୧୭

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
      *କାର୍ତ୍ତିକମାସ ଶୁକ୍ଳପକ୍ଷ ଦଶମୀତିଥି*
     *ଧନିଷ୍ଠା ନକ୍ଷତ୍ର, ସୂର୍ଯ୍ୟ ଦକ୍ଷିଣାୟନ*
           *କୁମ୍ଭଚନ୍ଦ୍ର, ହେମନ୍ତଋତୁ*
              *ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪, ସୋମବାର*
         *ଇଂରାଜୀ  ତା. ୩୦ ରିଖ*
        *ଅକ୍ଟୋବର ୨୦୧୭ ମସିହା*
  💐🌿💐🌿💐🌿💐🌿💐
       
         [] [] *ପ୍ରଭାତ ପ୍ରସାଦ* [] []
      ଏ ଜୀବନ ନୁହେଁ ବୃଥା ଖେଳା
    ଚେତରେ ବହନ ଗଲାବେଳା
ପ୍ରତି ନିମେଷରେ ଯାଉଅଛି ଚାଲି
       ଧରରେ ନ କର ଲବେ ହେଳା
      ସ୍ବପ୍ନ ମାୟା ନୁହେ ଏ ଭୁବନ
ଏ ମହାଶିକ୍ଷାର ନିକେତନ
ଯେବେ ଆରେ ଜୀବ ଆସିଛୁ ଏଠାକୁ
      ସାଧି ଯା' ବିଧିର ଇଷ୍ଟ ଲୀଳା!
   ଅତୀତର ବୃଥା ଭାବନାରେ
   ଅବା ଭବିଷ୍ଯର ଛଳନାରେ
ନ ଭୁଲରେ ଭାଇ ବର୍ତ୍ତମାନେ ଥାଇ
      ଲକ୍ଷ୍ୟ ସ୍ଥିରକର ଫେଡ଼ି ଡୋଳା!

            (  *ସଂଗୀତମାଳା, ଭକ୍ତ କବି*)
  ...........................................

          *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ ହେଉ*🌈
 
  🐌🌿🍁🐌🐇💐🐌🐚🐌

Sunday, 29 October 2017

*ଇସଲାମ ଚିନ୍ତନ*


ରାଜନୀତିକୁ ଆରବୀ ଭାଷାରେ ସିୟାସାହ(Siyasah) କୁହାଯାଏ। ଉର୍ଦ୍ଦୁରେ ଏହାକୁ ସିୟାସତ (Siyasat) କହନ୍ତି। ଯାହା ଆଜି ଖୁବ ପ୍ରଚଳିତ। ଆରବୀ ଶବ୍ଦ 'Siyasah' ଭିନ୍ନ ଭିନ୍ନ ଅର୍ଥରେ ବ୍ୟବହାର କରାଯାଏ। ଯେପରି ନେତୃତ୍ବ ବା ନେତା (qiyadah/riashah) ଆୟୋଜନ ବା ପ୍ରବନ୍ଧ(Tadbir) ଅର୍ଥାତ ଶାସନ ବ୍ୟବସ୍ଥା। କୁରାନରେ ସିୟାସାହ ବା ତାହାର କୌଣସି ସ୍ୱରୂପର ଉଲ୍ଲେଖ କରାଯାଇ ନାହିଁ। କିନ୍ତୁ ତାର ଅଵଧାରଣାକୁ ସମାଧାନ ବା ପରିହାର(salah/islah) ତଥା ଭଲକୁ ଦୃଢ଼, ଖରାପକୁ ଦମନ, ଆଲ୍ଲାହାଙ୍କ ଆଦେଶ ପ୍ରତି ଧ୍ୟାନ ଦେବା(Subanahu vata ala) ଆଦି ରୂପରେ ବିଭିନ୍ନ ସ୍ଥାନରେ ସ୍ପଷ୍ଟ କରାଯାଇଛି।
ପ୍ରସିଦ୍ଧ ଆରବୀ ବିଚାରକ ଇବନେ ଖଲଦୁନ୍ (୧୩୩୨-୧୪୦୬) ଇସଲାମିକ ରାଜନୀତିକୁ ନିମ୍ନ ରୂପେ ପରିଭାଷିତ କରିଛନ୍ତି--

ରାଜନୀତି ଦୁଇପ୍ରକାର ହୋଇଥାଏ। (୧) ଵିଵେକୀ ରାଜନୀତି ବା ସିଦ୍ଧାନ୍ତନିଷ୍ଠ ରାଜନୀତି(Siyasah aqliyyah) ଯେଉଁଥିରେ ଶାସନ ବା ଜନ କଲ୍ୟାଣ କୌଣସି ବ୍ୟକ୍ତି(ସୁଲତାନ)ର ନିର୍ଣ୍ଣୟ ଦ୍ୱାରା ହୋଇଥାଏ। ଏହାକୁ ନାଗରୀ ରାଜନୀତି(Siyashh madaniyyah) କୁହାଯାଏ।

(୨) - ଶରୀୟତ ଉପରେ ଆଧାରିତ ରାଜନୀତି, ଯେଉଁଥିରେ ଧର୍ମର ଆଧାର ନେଇ  ବା ତାର ନିୟମକୁ  ବିଦ୍ୱାନ ଦ୍ଵାରା କରାଯାଇଥିବା ପରିଭାଷା ଆଧାରରେ ଶାସନ ଓ ଜନକଲ୍ୟାଣର ନିର୍ଣ୍ଣୟ କରାଯାଇଥାଏ। ଏହାକୁ ଧର୍ମୀୟ ରାଜ୍ୟ କୁହାଯାଇପାରେ। ଇସଲାମିକ ରାଜନୈତିକ ଚିନ୍ତନ ଉପରେ  ଗେରହାର୍ଡ଼ ବାବରିଙ୍ଗଙ୍କ ଏକ ବହି ପ୍ରିନ୍ସଟନ ୟୁନିଭରସିଟିରେ ଛପା ଯାଇଛି। ସେଥିରେ ବାବରିଙ୍ଗ କହିଛନ୍ତି - ଇସଲାମ ଦୁନିଆ ସାରା ବିସ୍ତାରିତ ହେବ ଏହା ପ୍ରଥମରୁ କେହି କଳ୍ପନା କରି ନଥିଲେ। ସେ ଶରୀୟତ ଉପରେ ଆଧାରିତ ଶାସନ ବ୍ୟବସ୍ଥାକୁ ଅଧିକ ପସନ୍ଦ କରିଛନ୍ତି। ଏଥିରେ ମୁଲ୍ଲା ଓ ମୌଲବୀମାନଙ୍କର କଥା ହିଁ ଚାଲେ। ଏହାଦ୍ୱାରା ହିଁ ପ୍ରବଳ ଉଗ୍ରତା ବା କଠୋରତା ଆସିଲା। ଏହାଦ୍ୱାରା ଆତଙ୍କବାଦ ଜନ୍ମନେଲା। ଆତଙ୍କବାଦରୁ ନରସଂହାର ଓ ବିଧ୍ଵଂସ ହେଲା।

ଆଧୁନିକ ଆତଙ୍କବାଦର ମୂଳରେ ଖଲିଫା(ଇସଲାମର ସର୍ବୋଚ୍ଚ ଧର୍ମଗୁରୁ)ଙ୍କ ରାଜ୍ୟ ସ୍ଥାପନା କରିବାର ପୁରୁଣା ସ୍ୱପ୍ନ ରହିଛି।

ସିରିୟାରେ  ଆଇ ଏସ ଆଇ ଏସର ବିଦ୍ରୋହ ଦ୍ୱାରା ଏପରି 'ଖିଲାଫତ' ସ୍ଥାପନା କରାଯାଇଛି। ଯାହାକୁ ଭାଙ୍ଗିବା ପାଇଁ ବିଶ୍ଵର ଦୁଇ ମହାଶକ୍ତି ଋଷ ଓ ଆମେରିକା ଲାଗିପଡ଼ିଛନ୍ତି।
୩୦.୧୦.୧୭

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
      *କାର୍ତ୍ତିକମାସ ଶୁକ୍ଳପକ୍ଷ ନବମୀତିଥି*
     *ଧନିଷ୍ଠା ନକ୍ଷତ୍ର, ସୂର୍ଯ୍ୟ ଦକ୍ଷିଣାୟନ*
           *ମକର ଚନ୍ଦ୍ର, ହେମନ୍ତଋତୁ*
              *ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪, ରବିବାର*
         *ଇଂରାଜୀ  ତା. ୨୯ ରିଖ*
        *ଅକ୍ଟୋବର ୨୦୧୭ ମସିହା*
  💐🌿💐🌿💐🌿💐🌿💐
       
         [] [] *ପ୍ରଭାତ ପ୍ରସାଦ* [] []
ଆହା କି ଉଦାର ଅଟେ ବ୍ୟବହାର
ବିନୟ ମଧୁର ବାଣୀ
ମିଷ୍ଟ ସମ୍ଭାଷଣ କରେ ଆକର୍ଷଣ
ମତି ଅଟଉ କଲ୍ୟାଣୀ
ସାଧୁ ଜନଙ୍କର ଚରିତ୍ର ମହିମା
ଅଟେ ଆହା କି ସୁନ୍ଦର
ସରସ ନିର୍ମଳ ସର୍ବଦା ସରଳ
ତେଣୁ ଜନମନୋହର!

    ( ଉତ୍ତର ରାମଚରିତ, ମଧୁରାଓ )

🙏🙏🙏🙏🙏🙏🙏🙏
           
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ ହେଉ*🌈
 
  🐌🌿🍁🐌🐇💐🐌🐚🐌

Saturday, 28 October 2017

*ଇଶାଇ ଚିନ୍ତନ*

   ଇଶାଇ ଚିନ୍ତନ ଇହୁଦୀ ଚିନ୍ତନରୁ ବିକଶିତ ହେଲା।
ପ୍ରାରମ୍ଭ ସମୟରେ ସେହି ବ୍ୟକ୍ତିକୁ ଇଶାଇ କୁହାଯାଉଥିଲା, ଯାହାର ସଂସାର ପ୍ରତି ଆସକ୍ତି ନ ଥିଲା। ସେଲସସ୍ କହନ୍ତି, 'ପ୍ରାରମ୍ଭରେ ଇଶାଇମାନେ ସେନାଠାରୁ ଦୂରରେ ରହୁଥିଲେ। କେହି ସାର୍ବଜନିକ ପଦ ସ୍ୱୀକାର କରୁନଥିଲେ। ନଗର ଶାସନରେ ମଧ୍ୟ ସହଭାଗୀ ହେଉ ନଥିଲେ।' ଯେଉଁମାନେ କେବଳ ରାଜା ଓ ସାମ୍ରାଜ୍ୟ ରକ୍ଷାପାଇଁ ପ୍ରାର୍ଥନା କରୁଥିଲେ, ଲୋକମାନେ ତାଙ୍କୁ ସଜ୍ଜନ ଦଳ ବୋଲି କହୁଥିଲେ।

ସମୟ ସହିତ ସେମାନେ ବିସ୍ତାରିତ ହେଲେ। ପରିବର୍ତ୍ତିତ ହେଲେ। ଏଇଭଳି ଧାର୍ମିକ ଭାବର ବ୍ୟକ୍ତିମାନଙ୍କର ଏକ ସଙ୍ଗଠନ ଛିଡ଼ା ହୋଇଗଲା। ଗୀର୍ଜାଘର ଶକ୍ତିଶାଳୀ ହେଲା।

ସାମ୍ରାଜ୍ୟବାଦର ଏହି ଦୌଡ଼ରେ ଇଶାଇମାନେ କିପରି ଆକ୍ରାମକ ହୋଇଗଲେ ଏହା ବାଇବେଲର ଏକ ବାଣୀରୁ ବୁଝି ହୁଏ - ହେ ଇଶାଇମାନେ ! ସଙ୍ଗଠିତ ହୁଅ। ଶାସନକୁ ସହଯୋଗ କର। ଦରକାର ପଡ଼ିଲେ ଅସ୍ତ୍ର ଉଠାଅ। କାରଣ ସ୍ୱର୍ଗର ପିତା ସାମାଜିକ ବ୍ୟବସ୍ଥା ପାଇଁ ସରକାର ଗଢ଼ିଛନ୍ତି। ପାଲ ଓ ରୋମ୍ନୋର ସନ୍ଦେଶ ହିସାବରେ ଏହା ଆସିଛି ( ଅଧ୍ୟାୟ - ୧୩, ବଚନ - ୧-୭)। ପରବର୍ତ୍ତୀ ଯୁଦ୍ଧର ଇତିହାସ ତାଙ୍କର ସଜ୍ଜନ ଦଳକୁ ଦୁର୍ଜ୍ଜନ ଦଳରେ ପରିଣତ କରିଦେଇଛି।

ବିଗତ ୨୦୦୦ ବର୍ଷର ଇଶାଇ ତତ୍ତ୍ୱ ବହୁତ ବଦଳି ଯାଇଛି। ଈଶ୍ୱରଙ୍କ ଅସ୍ଥିତ୍ୱ ବହୁତ ଧୂମିଳ ହୋଇଯାଇଛି। ଭୌତିକତା ପ୍ରଭାବୀ ହୋଇଛି। ରାଜନୀତି ଓ ଇଶାଇ ତତ୍ତ୍ୱ ଏକ ସଙ୍ଗରେ ହାତ ଧରା ଧରି ହୋଇ ଚାଲିଛନ୍ତି। ଏହା ଦ୍ୱାରା ସେମାନଙ୍କର ଭିନ୍ନ ଭିନ୍ନ ପ୍ରକାର ସ୍ୱରୂପ ତିଆରି ହୋଇଯାଇଛି। ଯେପରି ଇଶାଇ ସାମ୍ୟବାଦ, ଇଶାଇ ସମାଜବାଦ, ଇଶାଇ ଅତିବାଦ( ଇଂରାଜୀରେ ଏଥିପାଇଁ ଅନାର୍କୀଜିମ ଶବ୍ଦ ବ୍ୟବହୃତ), ଇଶାଇ ମୁକ୍ତିବାଦ ଓ ଇଶାଇ ଲୋକତନ୍ତ୍ର।

ଇଶାଇ ସାମ୍ୟବାଦୀମାନେ ଵସ୍ତୁ ଓ ସେବା ଉପରେ ସମାଜର ସାମୁଦାୟିକ ଅଧିକାର ଅଛି ବୋଲି କୁହନ୍ତି।
ଅର୍ଥାତ ସବୁକିଛି ସରକାରଙ୍କର। ନିଜର ବୋଲି କିଛି ନାହିଁ। ନିଜ ସମ୍ପତ୍ତି ଉପରେ ନିଜର କୌଣସି ଅଧିକାର ନାହିଁ।

ଇଶାଇ ସମାଜବାଦୀମାନେ ଏଭଳି ଉଗ୍ରତାକୁ ଟିକିଏ କମ କରି କିଛି ସରକାରର ଓ କିଛି ଜନତାର ବୋଲି କୁହନ୍ତି।

ଇଶାଇ ଅତିବାଦୀମାନେ ଧର୍ମ ପାଇଁ ପ୍ରାଣ ଦେଇଦେବା କଥା କୁହନ୍ତି।

ଲିଓ ଟଲଷ୍ଟୟଙ୍କ ବହି 'Kingdom of God is within you' ରେ ଏହି ବିଷୟରେ ସୁନ୍ଦର ବିଶ୍ଳେଷଣ କରାଯାଇଛି। ସେଥିରେ ଟଲଷ୍ଟୟ କହିଛନ୍ତି - 'ଯେଉଁ ସରକାର ଯୁଦ୍ଧ କରୁଛନ୍ତି ଓ ଗୀର୍ଜାଘର ତାଙ୍କୁ ସମର୍ଥନ କରୁଛି, ସେମାନେ ଅହିଂସା ଓ ଅପ୍ରତିକାରର ମୂଳ ଇଶାଇ ସିଦ୍ଧାନ୍ତର ଉଲ୍ଲଙ୍ଘନ କରନ୍ତି। ଏହି ବାକ୍ୟର ନିଷ୍କର୍ଷ ହେଉଛି ଯେ ସିଦ୍ଧାନ୍ତର ରାଜନୀତି ସେଠାରେ ହୋଇନଥାଏ।

ଇଶାଇମାନଙ୍କର ଆଉ ଏକ ବର୍ଗ ମୁକ୍ତିବାଦର ସମର୍ଥକ। ଏଇ ମୁକ୍ତିବାଦୀମାନେ କୁହନ୍ତି ଚରିତ୍ର ଓ ନୈତିକତା ବିଷୟରେ ସରକାରର ହସ୍ତକ୍ଷେପ ଅବାଞ୍ଛିତ ଓ ଏହାର ପରିଣାମ ବିପରୀତ ହେବ।
ଆଜିର ପରିଭାଷାରେ ଏହା ପ୍ରାଇଭେସୀ ବା ବ୍ୟକ୍ତିଗତ ବିଷୟ ଅଟେ। ନାଗରିକଙ୍କ ବ୍ୟକ୍ତିଗତ  ଜୀବନରେ ସରକାର ମୁଣ୍ଡ ପୁରାଇବାର ଆବଶ୍ୟକତା ନାହିଁ।
ଏବେ ଭାରତର ଉଚ୍ଚତମ ନ୍ୟାୟାଳୟ ଏହା ଉପରେ ଏକ ନିର୍ଣ୍ଣୟ ଶୁଣାଇଛନ୍ତି, ଯେଉଁଥିରେ ବ୍ୟକ୍ତିଗତ ବିଷୟକୁ ବ୍ୟକ୍ତିର ମୌଳିକ ଅଧିକାର ବୋଲି କୁହାଯାଇଛି ।

ଇଶାଇମାନଙ୍କ ବୁକ ରେବେଲେଶନ (ଈଶ୍ୱରାଦେଶ)ରେ କୁହାଯାଇଛି ଈଶ୍ୱରଙ୍କ ଦୃଷ୍ଟିରୁ ସତ୍ତା ଓ ରାଜନୈତିକ ଶକ୍ତି ପଶୁତା ସହ ସମାନ।

ଆଉ ଏକ ବର୍ଗ ଅଛନ୍ତି ଯେଉଁମାନେ ଏନବାପଟିଜିମ ଅର୍ଥାତ ଦୁଇ ପ୍ରକାର ରାଜ୍ୟର କଥା କୁହନ୍ତି। (୧)  ଈଶ୍ୱରଙ୍କ ରାଜ୍ୟ। (୨) ଭୌତିକ ରାଜ୍ୟ।
ଏହାର ଅର୍ଥ ହେଲା ଯେ ଧର୍ମ ଓ ରାଜ୍ୟ ଦୁଇଟିଯାକ ଅଲଗା ବିଷୟ। ଅର୍ଥାତ ଗୀର୍ଜାଘର ରାଜକାର୍ଯ୍ୟରେ ହସ୍ତକ୍ଷେପ କରିପାରିବ ନାହିଁ।

୨୯. ୧୦. ୧୭

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
      *କାର୍ତ୍ତିକମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି*
     *ଶ୍ରବଣାନକ୍ଷତ୍ର, ସୂର୍ଯ୍ୟ ଦକ୍ଷିଣାୟନ*
           *ମକର ଚନ୍ଦ୍ର, ହେମନ୍ତଋତୁ*
              *ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪, ଶନିବାର*
         *ଇଂରାଜୀ  ତା. ୨୮ ରିଖ*
        *ଅକ୍ଟୋବର ୨୦୧୭ ମସିହା*
  💐🌿💐🌿💐🌿💐🌿💐
       
         [] [] *ପ୍ରଭାତ ପ୍ରସାଦ* [] []
୧୯୨୩ ମସିହାର କଥା! ଆନ୍ଧ୍ରପ୍ରଦେଶର କାକିନାଡାଠାରେ କଂଗ୍ରେସର ଜାତୀୟ ଅଧିବେଶନ ହେବାର ଥାଏ! ୧୯୧୪ ମସିହାରୁ ପ୍ରତ୍ୟେକ ଅଧିବେଶନର ଆରମ୍ଭରୁ ବନ୍ଦେ ମାତରମ୍ ଗାନକରି ଆସୁଥିବା ପ୍ରସିଦ୍ଧ ସଙ୍ଗୀତକାର " ବିଷ୍ଣୁ ଦିଗମ୍ବର ପୁଲସ୍କର" ପ୍ରସ୍ତୁତ ହେଇ ଥାଆନ୍ତି! ଏଥର ଅଧ୍ୟକ୍ଷ ଥିଲେ ମୌଲାନା ଅହମଦ ଅଲି!ପରମ୍ପରାନୁସାରେ ପଣ୍ଡିତ ବି. ଦି. ପ. ଯେତେବେଳେ ବନ୍ଦେମାତରମ୍ ଗାଇବାକୁ ଉଠି ଛିଡ଼ାହେଲେ ସେ ଆପତ୍ତି ଉଠେଇଲେ ଯେ ତାଙ୍କ ଧର୍ମରେ ଗାଇବା ନାଚିବା ମନାଅଛି!
   କିନ୍ତୁ ଦୃଢ଼ମନା ସଙ୍ଗୀତଜ୍ଞ କହିଲେ ଏହା ମସଜିଦ୍ ନୁହେଁ ଏକ ରାଷ୍ଟ୍ରୀୟ ମଞ୍ଚ ଏଠି ରାଷ୍ଟ୍ରଗାନର ଆପତ୍ତି ଚଳିବନି! ଅଧ୍ୟକ୍ଷ ମହୋଦୟ ଆସନରୁ ଉଠି ବାହାରକୁ ଚାଲିଗଲେ, ପୁଲସ୍କରଜୀ ପୂର୍ଣ୍ଣ ବନ୍ଦେମାତରମ୍ ଗାୟନ ସମ୍ପନ୍ନ କଲେ ! ପ୍ରଖର ରାଷ୍ଟ୍ରନିଷ୍ଠା ନିକଟରେ ଧାର୍ମିକ ସଂକୀର୍ଣ୍ଣତା ହାର୍ ମାନିଲା! *ବନ୍ଦେ ମାତରମ୍*ର ଜୟଧ୍ୱନି ଗୁଞ୍ଜରିତ ହେଲା!

🙏🙏🙏🙏🙏🙏🙏🙏
           
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ ହେଉ*🌈
 
  🐌🌿🍁🐌🐇💐🐌🐚🐌

Friday, 27 October 2017

*ଇହୁଦୀ ଚିନ୍ତନ*

  ବାଇବେଲ ଦୁଇ ପ୍ରକାର।
(୧) ପ୍ରାଚୀନ ବାଇବେଲ ହିବ୍ରୁ ଭାଷାରେ ଲେଖାଯାଇଛି। ସିନାଇ ପାହାଡ଼ରେ ଗଡ଼(ଈଶ୍ବର) ମୋଜେଶଙ୍କୁ ଯେଉଁ ବାଣୀ ଶୁଣାଇ ଥିଲେ ତାହା ସେଥିରେ ଉଲ୍ଲେଖ କରାଯାଇଛି। ଏହି ବାଇବେଲକୁ ଇହୁଦୀମାନେ ମାନନ୍ତି।

(୨) ନୂଆ ଖ୍ରୀଷ୍ଟିଆନ ବାଇବେଲ ପ୍ରାଚୀନ ୟୁନାନୀ ଭାଷାରେ ସ୍ପେତୁଆଜିଂତରେ ଲେଖାଯାଇଛି ଓ ଏଥିରେ ଈଶ୍ୱରଙ୍କ ଦୂତ ଇଶା ତିଆରି ହୋଇଛନ୍ତି।

ଏହି ଦୁଇ ମୋଜେଶ ଓ ଇଶାଙ୍କୁ ଆବ୍ରାହମ୍ ନାମକ ଦେବଦୂତଙ୍କ ମାଧ୍ୟମରେ ଈଶ୍ୱରଙ୍କ ବାଣୀ ପ୍ରାପ୍ତ ହୋଇଛି।

(ମହମ୍ମଦ ପୈଗମ୍ବରଙ୍କୁ ମଧ୍ୟ ଏହିପରି ଦେବଦୂତ ଗୈବ୍ରିୟଲଙ୍କ ଦ୍ଵାରା ଈଶ୍ୱରଙ୍କ ବାଣୀ ପ୍ରାପ୍ତ ହୋଇଛି।)

ଇହୁଦୀ ଓ ଇଶାଇ ଉଭୟର ମୂଳସ୍ରୋତ ଏକ ହୋଇଥିଲେ ମଧ୍ୟ ଉଭୟଙ୍କ ଚିନ୍ତନ ଅଲଗା।
ଇହୁଦୀ ଧର୍ମମତ ଆରମ୍ଭ ହେଲା ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀରେ ଓ ତାଙ୍କର ୨୪ଟି ଧାର୍ମିକ ଗ୍ରନ୍ଥ ଅଛି, ଯାହାକୁ ତୋରାହ କୁହାଯାଏ।

ଇଶାଇମାନଙ୍କର ଇଶା ମସିହାଙ୍କ ପନ୍ଥର ବାଇବେଲ ପ୍ରଥମ ଶତାବ୍ଦୀର ଅଟେ ଓ ସେଥିରେ ଇହୁଦୀ ବାଇବେଲର ସମସ୍ତ ବାଣୀ ସମ୍ମିଳିତ କରାଯାଇଛି। ଇଶାଇମାନେ ଏହାକୁ ୩୯ଟି ଧାର୍ମିକ ଗ୍ରନ୍ଥରେ ବାଣ୍ଟିଛନ୍ତି, ଯାହାକୁ ସେମାନେ ଓଲଡ଼ ଟେଷ୍ଟାମେଣ୍ଟ କହନ୍ତି। ସେଥିରେ ସଂଶୋଧନ କରି କେବଳ ଇଶାଙ୍କ ବାଣୀକୁ ନେଇ ନିଉ ଟେଷ୍ଟାମେଣ୍ଟ ତିଆରି କଲେ ଯେଉଁଥିରେ ୨୯ଟି ଧାର୍ମିକ ଗ୍ରନ୍ଥ ଅଛି। ତେଣୁ କୁହାଯାଇ ପାରିବ ଯେ ଇଶାଇ ଧର୍ମମତ ଇହୁଦୀ ଧର୍ମମତରୁ ବାହାରିଛି। ଉଭୟ ଧର୍ମମତରେ ଶାସନ ବ୍ୟବସ୍ଥା ସମାନ।

ରାଜାଙ୍କ ଉପରେ ଧର୍ମଗୁରୁର ପ୍ରଭାବ ରହିଆସିଛି।
ଇହୁଦୀମାନଙ୍କୁ ଶାସନ କରିବାର ସମୟ ବହୁତ କମ ମିଳିଲା। ସେଥିପାଇଁ ସେମାନଙ୍କ ଶାସନର କ୍ରମାଗତ ବିକାଶ ପାଇଁ ମଧ୍ୟ କିଛି ସୁଯୋଗ ମିଳିଲା ନାହିଁ। ଇଶାଇମାନେ ସାମ୍ରାଜ୍ୟ ବିସ୍ତାର କରିଚାଲିଲେ। ସେମାନେ ଶାସନ କରିବାର ଦୀର୍ଘ ଅନୁଭବ ପାଇଲେ। ଇହୁଦୀମାନଙ୍କୁ ଏ ସୁଯୋଗ ମିଳିଲା ନାହିଁ। ସେମାନଙ୍କୁ କ୍ଷମତାଚ୍ୟୁତ କରିବା ସହ ଦେଶାନ୍ତର କରିଦିଆଗଲା। ସେମାନେ ଦୀର୍ଘ ୧୮୦୦ ବର୍ଷ ପୃଥିବୀ ସାରା ବିକ୍ଷିପ୍ତ ହୋଇ ରହିଲେ। ଏଥିପାଇଁ ସେମାନଙ୍କ ତୋରାହରେ ସମାଜ ଓ ସରକାର ବିଷୟରେ କିଛି ଉଲ୍ଲେଖ ନାହିଁ।

କିନ୍ତୁ ଇଜରାଏଲ ବିଦ୍ୱାନ ୟେଶାୟାହୁ ଲେଇବୋବିତଜ ସ୍ପଷ୍ଟ କହିଛନ୍ତି ଯେ ଇହୁଦୀମାନଙ୍କର କୌଣସି ଆଚାର-ବିଚାର ନାହିଁ, କୌଣସି ନୀତିଶାସ୍ତ୍ର ନାହିଁ ଓ ସମାଜ ପ୍ରତି କୌଣସି ଅବଧାରଣା ନାହିଁ, ଏପରି ଭାବିବା ଭୁଲ। ରାଜନୈତିକ ଓ ସାମାଜିକ ପ୍ରଶ୍ନର ସମାଧାନ ପାଇଁ କେବଳ ତୋରାହ ଉପରେ  ସେମାନେ ଆଗ୍ରହ ରଖନ୍ତି। ଏଣୁ ସରକାରଙ୍କ କୌଣସି ସ୍ୱରୂପ ବିଶେଷ କିଛି ମହତ୍ତ୍ୱ ରଖେ ନାହିଁ।

ଏହାର ବିପରୀତ ସୁଆର୍ଟ କୋହନ କହନ୍ତି ହିବ୍ରୁ ବାଇବେଲରେ ତିନିଟି ରାଜନୈତିକ ଶକ୍ତି କେନ୍ଦ୍ରର ବିଭିନ୍ନ ସ୍ଥାନ ବିଷୟରେ ବର୍ଣ୍ଣନ ଆସେ । ଯେପରି କି ରାଵବୀ(ପୁରୋହିତ),  ରାଜତନ୍ତ୍ର ଓ ଦେବଦୂତ। ତେଣୁ  ଧର୍ମଗ୍ରନ୍ଥ 'ଦେଉତେରୋନୋମି' ଅନୁସାରେ ରାଜା ଯଦି ପ୍ରଜାକୁ ଠିକ ଭାବେ ପାଳନ କରିବ ନାହିଁ ତେବେ ତାଙ୍କୁ ବହିଷ୍କାର କରିବା ଉଚିତ।

ସେଫର ଶୋପେତିନ କହନ୍ତି ଇହୁଦୀମାନେ ରାଜତନ୍ତ୍ରକୁ ଖରାପ ବୋଲି କୁହନ୍ତି କାରଣ ଏହା ଦ୍ୱାରା ଜନତାଙ୍କର କିଛି ହିତ ହୁଏ ନାହିଁ ।

୨୮. ୧୦. ୧୭

*ଧର୍ମ ଓ ରାଜଧର୍ମ*

ଧର୍ମ ଓ ରାଜନୀତିର କ୍ଷୀର-ନୀର ସମ୍ପର୍କ ରହିଛି ? ଧର୍ମର ଅର୍ଥ କର୍ମକାଣ୍ଡ ନୁହେଁ, ପରନ୍ତୁ ଏହା ନୈତିକତାର ଅଧିଷ୍ଠାନ ଅଟେ। ଧର୍ମର ଅର୍ଥ ଆଚାର-ବ୍ୟବହାର, ସଦାଚାରର ସ୍ଥାପନା, ବ୍ୟକ୍ତି ଓ ସମାଜ ମଧ୍ୟରେ ଏକାତ୍ମ ଭାବର  ଭିତ୍ତିଭୂମିକୁ ଦୃଢ଼ ରଖିବା। ଏହିପରି ଧର୍ମ ଏକ ଜୀବନ ଶୈଳୀ ଅଟେ।

ରାଜନୀତି କଥା ବିଚାର କଲେ ଦେଖିବା ଏହାର ଦୁଇଟି ଶବ୍ଦ ରାଜ+ନୀତି। ରାଜ ଶବ୍ଦର ଶାସ୍ତ୍ରାନୁମୋଦିତ ଅର୍ଥ ହେଲା ଶାସନ ବ୍ୟବସ୍ଥା ଓ ନୀତି ହେଲା ତାହାର ସୁସଞ୍ଚାଳନର ସୂତ୍ର। ଅନ୍ୟ ଅର୍ଥରେ କହିଲେ ଏହା ଦୁରାଚାର ଉପରେ ଅଙ୍କୁଶ ରଖିବା ପାଇଁ ଉଦ୍ଦିଷ୍ଟ। ଏହିପରି ଧର୍ମର ଲକ୍ଷ୍ୟ ସଦାଚାରର ସ୍ଥାପନା ହୋଇଥିବା ବେଳେ ରାଜନୀତିର ଲକ୍ଷ୍ୟ ଦୁରାଚାର ଉପରେ ଅଙ୍କୁଶ ରଖି ସୁଶାସନ କରିବା।

ରାଜନୀତିକୁ ବର୍ତ୍ତମାନ କୂଟନୀତି ଅର୍ଥରେ ପ୍ରୟୋଗ କରାଯାଉଛି। ପ୍ରକୃତରେ କୂଟନୀତି ରାଜନୀତିର ସାନ ଭଉଣୀ ପରି। ଭାରତୀୟ ଧର୍ମସୂତ୍ରରେ ଏହାକୁ କୃଷ୍ଣନୀତି କୁହାଯାଏ। କୃଷ୍ଣନୀତି ପ୍ରଥମରୁ ଆଜି ପର୍ଯ୍ୟନ୍ତ କ୍ଷମତା ହାସଲ କରିବାର ମାଧ୍ୟମ ହୋଇଛି।  ଏଥିରେ ପ୍ରାପ୍ତି ମହତ୍ତ୍ୱ ରଖେ ସିଦ୍ଧାନ୍ତ ଏଥିରେ ଗୌଣ ହୋଇଥାଏ। ବିଶ୍ୱର ପ୍ରାଚୀନ ଇତିହାସ ଏହାର ସାକ୍ଷୀ ଅଟେ। ସାଜିସ ଓ କୃଷ୍ଣନୀତି ମଧ୍ୟରେ ବହୁତ ବଡ଼ ଅନ୍ତର ରହିଛି। ସାଜିସ ଠକାମୀ ବା ନକାରାତ୍ମକ ଚିନ୍ତନ ଉପରେ ଛିଡ଼ା ହୋଇଥାଏ, କୁନ୍ତୁ କୃଷ୍ଣନୀତିର ଆଧାର ସକାରାତ୍ମକ ହୋଇ ଥାଏ।

ପ୍ରାୟତଃ ସବୁ ଧର୍ମରେ ଅପରିଗ୍ରହକୁ ନିଜର ଏକ ତତ୍ତ୍ୱ ଭାବେ ସ୍ୱୀକାର କରାଯାଇଛି। କିନ୍ତୁ ମୋହ କାରଣରୁ ଏଥିରେ ଗ୍ଳାନି ଆସୁଛି। ମୋହ ସ୍ୱାର୍ଥକୁ ଜନ୍ମ ଦିଏ। ସ୍ୱାର୍ଥ ପ୍ରତିସ୍ପର୍ଦ୍ଦିଭାବ ତିଆରି କରେ। ପ୍ରତିସ୍ପର୍ଦ୍ଦିକୁ ହରାଇବା ପାଇଁ କୁଟିଳ ବୁଦ୍ଧିର ସାହାରା ନେବାକୁ ପଡ଼େ। ଧର୍ମସୂତ୍ରକୁ ତ୍ୟାଗ କରିଦିଆଯାଏ। ଏହିପରି ଆଧୁନିକ ଯୁଗରେ ସିଦ୍ଧାନ୍ତର ରାଜନୀତି କେବଳ ଭାଷଣରେ ରହିଯାଉଥିବା ଦେଖିବାକୁ ମିଳୁଛି।

ପ୍ରାଚୀନ ସମୟରୁ ଏ ପର୍ଯ୍ୟନ୍ତ ଶାସନ ବ୍ୟବସ୍ଥାର ବିଭିନ୍ନ ରୂପ ଅସ୍ତିତ୍ୱରେ ଆସିଛି । ସେଗୁଡ଼ିକ ହେଲା -
୧- ବଂଶାନୁକ୍ରମିକ ରାଜତନ୍ତ୍ର
୨- ଯୋଗ୍ୟତାଭିତ୍ତିକ ରାଜତନ୍ତ୍ର
୩- ରାଜତନ୍ତ୍ର ସହ ଗଣତନ୍ତ୍ର
୪- କେବଳ ଗଣତନ୍ତ୍ର (ଯେଉଁଠି କେହି ରାଜା ନଥିବେ)
୫- ରାଜତନ୍ତ୍ର ସହ ଲୋକତନ୍ତ୍ର(ବ୍ରିଟେନ ଭଳି)
୬- ନିର୍ବାଚନ ଆଧାରରେ ଲୋକତନ୍ତ୍ର

ଆଉ କେତେକ ଜାଗାରେ ଦେଖିବାକୁ ମିଳେ ବିଚାର ଧାରା ଅନୁସାରେ ଶାସନ ବ୍ୟବସ୍ଥା -
ସାମ୍ୟବାଦ, ସମାଜବାଦ, ପୁଞ୍ଜିବାଦ ଆଦି।

ପ୍ରାଚୀନ ସମୟରେ ଧର୍ମ ପ୍ରଭାବୀ ଥିଲା।
ଆଜି ମଧ୍ୟ କେତେକ ମୁସଲମାନ ଦେଶରେ ସେମାନଙ୍କ ରିଲିଜିଅନ ବା ଧର୍ମମତର ପ୍ରଭାବ ଅଛି। ଭାଟିକାନ ତ କେବଳ ବିଶୁଦ୍ଧ କେଥଲିକ ଧର୍ମମତର ରାଜ୍ୟ ଅଟେ। 

ବିଶ୍ୱର ସବୁ ଦେଶର ଶାସନ ବ୍ୟବସ୍ଥା ଉପରେ ଗ୍ରନ୍ଥ ରଚନା କରାଯାଇଛି। ପ୍ରାଚ୍ୟ ଓ ପାଶ୍ଚାତ୍ୟର ରାଜନୈତିକ ଚିନ୍ତନରେ ବହୁତ ପାର୍ଥକ୍ୟ ରହିଛି, କିନ୍ତୁ ଆଧୁନିକ ଲୋକତନ୍ତ୍ର ପ୍ରତିଷ୍ଠା ଲାଭ କରିଵା ପୂର୍ବରୁ ଉଭୟ ଚିନ୍ତନରେ ରାଜା ମହତ୍ତ୍ୱପୂର୍ଣ୍ଣ ହେଉଥିଲେ ଓ ତାଙ୍କ ଉପରେ ଧର୍ମଗୁରୁଙ୍କ ନିୟନ୍ତ୍ରଣ ଥିଲା।

ରାଜନୀତିକୁ ମଧ୍ୟ କିଛି କିଛି ଜାଗାରେ ରାଜଧର୍ମ କୁହାଯାଇଛି। ଧର୍ମ କ୍ଷମତାର ସଂରକ୍ଷକ ହେଉଥିଲା ଓ ଧର୍ମସତ୍ତା ରାଜନୈତିକ ସଂସ୍ଥାକୁ ଅଭୟ ଦେଉଥିଲା। ଏହିପରି ଧର୍ମ ଓ ରାଜଧର୍ମ ଏକାଠି ଚାଲୁଥିଲେ।

ରାଜନୀତିର ଇଂରାଜୀ ପ୍ରତିଶବ୍ଦ ହେଲା 'Politics' ।
ଏହି ପ୍ରତିଶବ୍ଦର ସାହାଯ୍ୟ ନେଇ ଆମର ଏଠି ସବୁ ରାଜ୍ୟ ଶାସ୍ତ୍ରର ଶିକ୍ଷା ଦିଆ ଯାଉଛି। ଆମର ସ୍ୱଦେଶୀ ରାଜନୈତିକ ଚିନ୍ତନ 'ପୌର୍ବାତ୍ୟ ଦର୍ଶନ' କିମ୍ୱା ଇଂରାଜୀରେ କହିଲେ ଇଣ୍ଡୋଲଜୀରେ ସଙ୍କୁଚିତ ହୋଇ ରହିଯାଇଛି। ଶିକ୍ଷାନୀତି ସହ ସମ୍ବନ୍ଧ ଥିବା ଏହି ବିଷୟ ବହୁତ ଦୀର୍ଘ, ଗମ୍ଭୀର ଓ ଚିନ୍ତନ କରିବା ଯୋଗ୍ୟ।

Politics ଶବ୍ଦର ଜନକ ୟୁନାନୀ ଅର୍ଥାତ ଗ୍ରୀକ ଶବ୍ଦ Polis ଅଟେ। Polis ର ଅର୍ଥ ୟୁନାନୀ ଭାଷାରେ ନଗର। ସେଠାରେ ନଗର ଗୁଡ଼ିକ ସ୍ୱତନ୍ତ୍ର ରାଜ୍ୟ ଥିଲା- ଯେପରି ବର୍ତ୍ତମାନର ସିଙ୍ଗାପୁର ବା ଭାଟିକାନ। ଏଣୁ ନଗର ରାଜ୍ୟର ଶାସନ ବ୍ୟବସ୍ଥା ଚଳାଇବାର ଅର୍ଥ ହେଲା 'Politics'।

ଇଜରାଇଲର ଜେରୁଜେଲମରେ ତିନୋଟି ରିଲିଜିୟନର  ଜନ୍ମ ହେଲା - ଇହୁଦୀ(ଜୀଉ), ଇସାଇୟତ (ଖ୍ରୀଷ୍ଟିଆନ) ଓ ଇସ୍ଲାମ (ମହମ୍ମଦୀ ପନ୍ଥ)। ଅର୍ଥାତ ପାଶ୍ଚାତ୍ୟ ଜଗତରେ ବିଗତ ୨୦୦୦ ବର୍ଷର ରାଜନୀତିକୁ ସେହି ଧର୍ମମତ ଚଳାଇ ଆସିଲା। ଶାସନ ବ୍ୟବସ୍ଥା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସେମାନଙ୍କ ହାତକୁ ଆସିଯାଇଥିଲା। ଆଜି ମଧ୍ୟ ଭାଟିକାନ ସିଟିରେ କେଥଲିକ ଚର୍ଚ୍ଚର ଶାସନ ଚାଲିଛି। ଅଧିକାଂଶ ମୁସଲିମ ଦେଶରେ ରାଜତନ୍ତ୍ର ଅଛି ଏବଂ ଇସ୍ଲାମ ମତ ତାଙ୍କର ରାଜ ଧର୍ମ। ତାଙ୍କ ଇତିହାସ  ନରସଂହାର, ଯୁଦ୍ଧ, ଅରାଜକତା ଓ ଅସ୍ଥିରତାର ଇତିହାସ। କ୍ଷମତା ଲଢ଼େଇରେ ସେମାନେ ରାଜଧର୍ମର ପାଳନ କଲେ ନାହିଁ ଓ ଭିନ୍ନ ଭିନ୍ନ ସମୟରେ ସିଦ୍ଧାନ୍ତର ହତ୍ୟା କଲେ।

ବିଭିନ୍ନ ଧର୍ମମତର ଚିନ୍ତନ କଣ ଥିଲା ତାହାକୁ ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରିବା।

୨୭. ୧୦. ୧୭