Friday, 31 August 2018

*ବିମାନ ବନ୍ଦରରେ ମସଜିଦ*

ପ୍ରସିଦ୍ଧ ଲେଖିକା ତସଲିମା ନସରିନ ତାଙ୍କ ଲେଖାରେ ବାସ୍ତବ ଘଟଣାକୁ ଲୋକଲୋଚନକୁ ଆଣୁଥିବାରୁ ତାଙ୍କୁ ନିଜ ବଙ୍ଗଳାଦେଶର ଜେହାଦୀମାନେ ଜୀବନରୁ ମାରିଦେବାର ଫତୱା ଜାରି କରି ଦେଶରୁ ନିର୍ବାସିତ କରିଛନ୍ତି। ସେ ଏବେ ଭାରତର କୋଲକାତାରେ ଅସ୍ଥାୟୀ ଭାବେ ଅବସ୍ଥାନ କରୁଛନ୍ତି।  ଗତ ୮ ଅଗଷ୍ଟର ଦୈନିକ ଜାଗରଣରେ ସେ ଲେଖିଛନ୍ତି -

କୋଲକାତା ବିମାନ ବନ୍ଦରର ଦ୍ଵିତୀୟ ରନ ୱେ ପାଖରେ ମସଜିଦ ହଟାଇବାର ବିଷୟକୁ ଶୀତଳ ଭଣ୍ଡାରରେ ରଖାଯାଇଛି। ଏଠାରୁ ମସଜିଦ ହଟାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରର ନେତାମାନେ 'ଦାରୁଲ ଉଲୁମ'ଙ୍କ ନେତାଙ୍କ ସହ କଥା ହେଉଛନ୍ତି।
ରାଜ୍ୟ, କେନ୍ଦ୍ର ଓ ମସଜିଦ କମିଟିରେ ଏଇ ବିଷୟକୁ ନେଇ ଅନେକ ବୈଠକ ହୋଇଥିଲେ ମଧ୍ୟ ତାର କିଛି ସମାଧାନ ହୋଇପାରୁ ନାହିଁ।

ସମସ୍ତଙ୍କୁ ଜଣା ଯେ ବିମାନ ରନ ୱେ ଆଗରୁ ମସଜିଦ ହଟାଇ ଦେବା ଉଚିତ। କିନ୍ତୁ ତାହାକୁ ହଟାଇବା ସମ୍ଭବ ହେଉ ନାହିଁ। କାରଣ ମୁସ୍ଲିମ ନେତା ମସଜିଦ ହଟାଇବା ସପକ୍ଷରେ ନାହାନ୍ତି।

କୋଲକାତା ବିମାନ ବନ୍ଦର ଆରମ୍ଭରୁ ସେହି ମସ୍ଜିଦ ରନ ୱେ ସମ୍ମୁଖରେ ଅଛ। ପ୍ରତିଦିନ ୩୦-୪୦ ଲୋକ ବିମାନ ବନ୍ଦର ଦେଇ ମସ୍ଜିଦରେ ନମାଜ ପଢ଼ିବା ପାଇଁ ଯାଆନ୍ତି। ଏହି ସଂଖ୍ୟା ବଢ଼ି ଶୁକ୍ରବାର ଦିନ ୧୦୦ ପାଖାପାଖି ହୋଇଯାଏ।

ମସଜିଦ ରନ ୱେ ସମ୍ମୁଖରେ ଛିଡ଼ା ହୋଇଛି। ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆବଶ୍ୟକ ସ୍ଥଳେ ଗୀର୍ଜା ଘର, ସାୟନେଗାଁଗ୍ (ୟହୂଦୀ ପୂଜାସ୍ଥଳ), ପାଗୋଡ଼ା, ମନ୍ଦିର ଆଦିକୁ ହଟାଇବାକୁ ପଡ଼ିଥାଏ। କିନ୍ତୁ ଏଠାରେ ମସଜିଦ ହଟାଇବାର କଥା ଉଠିଲେ ଝଗଡ଼ା ହୋଇଥାଏ।

ବାଂଲାଦେଶର ରୋହିଙ୍ଗିଆ ଶିବିରରେ ପାଖା ପାଖି ୨,୫୦୦  ମସ୍ଜିଦ୍ ଓ ମାଦ୍ରାସା ତିଆରି ହୋଇଗଲା। ସେଠାକୁ ରାତିରେ ମୌଲବୀ ମାନେ ପଢ଼ାଇବାକୁ ଯାଇ  ମିଆଁମାର ନ ଫେରିବାକୁ ଶିକ୍ଷା ଦେବା ସହ ଜେହାଦୀ କାର୍ଯ୍ୟ ପାଇଁ ପ୍ରୋତ୍ସାହିତ କରିଥାନ୍ତି।  ସାମ୍ପ୍ରଦାୟିକ ଦୂଷିତ ରାଜନୀତି କରି କେବଳ ନିଜକୁ ବଞ୍ଚାଇଲେ ହେବ ନାହିଁ, ସମାଜ ଓ ରାଷ୍ଟ୍ରକୁ ମଧ୍ୟ ବଞ୍ଚାଇବାକୁ ପଡ଼ିବ।

୩୧. ୮. ୧୮

Thursday, 30 August 2018

*ପରିଣାମ*

ଜଣେ(ଇକବାଲ) କାଶ୍ମୀରୀ ବିଦ୍ୱାନ ବ୍ରାହ୍ମଣ ମତାନ୍ତରିତ ହେବା ପରେ ନିଜର ଭିତ୍ତିଭୂମି(ଭାରତ ଓ ଭରତୀୟତା)କୁ ସମ୍ପୂର୍ଣ୍ଣ ଭୁଲିଗଲେ। ସେ ବିଶ୍ୱ ଇସଲାମବାଦକୁ ନିଜ ଶାୟରୀର ଆଧାର କରିଦେଲେ।

ଅୟ ଆବେ-ମୌଜ ଗଙ୍ଗା!
ୱହ ଦିନ ହୈ ୟାଦ ତୁଝକୋ
ଉତ୍ତରା ତେରେ କିନାରେ
ଜବ କାରୱା ହମାରା ?
ଚୀନୋ ଅରବ ହମାରା
ହିନ୍ଦୁସ୍ଥାନ ହମାରା,
ମୁସଲିମ ହୈ ହମ,
ବତନ ହୈ ସାରା ଜହାଁ ହମାରା

ଯେଉଁ ବ୍ୟକ୍ତି ଲେଖିଥିଲେ -
'ସାରେ ଜହାଁ ସେ ଅଚ୍ଛା
ହିନ୍ଦୁସ୍ଥାନ ହମାରା'
ସେହି ବ୍ୟକ୍ତି ଏମିତି ଲେଖିଥିବେ ବୋଲି କିଏ ବିଶ୍ୱାସ କରିବ ? କିନ୍ତୁ ଏହା ହିଁ ସତ୍ୟ।
ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିବା ଭାରତୀୟ ବଂଶଜ ଶ୍ରୀ ନାୟପାଲ ନିଜର ଦୁଇଟି ଭ୍ରମଣ ବୃତ୍ତାନ୍ତରେ ମତାନ୍ତରିତ ମୁସଲମାନଙ୍କ ମାନସିକତା, ସଂସ୍କାର ଓ ବିଛିନ୍ନତାବାଦୀ ଚେତନାକୁ ବିଶ୍ଳେଷଣ କରିଛନ୍ତି। ସେ ସେଥିରେ ବର୍ଣ୍ଣନା କରିଛନ୍ତି ଯେ ହିନ୍ଦୁ, ବୌଦ୍ଧ ତଥା ପାର୍ସିରୁ ଇସଲାମ ମତକୁ ମତାନ୍ତରିତ ହେଲେ କିପରି ସେମାନଙ୍କୁ ବିଛିନ୍ନତାବାଦୀ, ଉଗ୍ରବାଦୀ କରିଦିଆଯାଏ। ଏହାର ପ୍ରମାଣ ହେଉଛି ଇକବାଲଙ୍କ ୧୯୦୮ ରୁ ୧୯୩୮ ପର୍ଯ୍ୟନ୍ତ ଜୀବନ ଏବଂ କାବ୍ୟ। ଏହାର ପରିଣାମ ସ୍ୱରୂପ ୧୯୪୬ ରୁ ୧୯୪୭ ପର୍ଯ୍ୟନ୍ତ ମୁସଲିମ ଲିଗ ର
ଆକ୍ରମଣ, ରକ୍ତପାତ, ଦେଶ ବିଭାଜନ ଓ ଲକ୍ଷ ଲକ୍ଷ ଲୋକଙ୍କୁ ରାତାରାତି ଶରଣାର୍ଥୀ କରିଦେବା। ଆଜିର କାଶ୍ମୀରୀ ମଧ୍ୟ ସେହି ମାନସିକତାର ଶିକାର ହୋଇଛି।

୩୦. ୮. ୧୮

Wednesday, 29 August 2018

*ଖଡ୍ଗବାଦ*

ଖଡ୍ଗ ଆଧାରରେ ଜେହାଦୀ କାର୍ଯ୍ୟକୁ ଆଗକୁ ନେବାକୁ ହେବ। କୁଲ୍ଲୀୟାତ୍ ର ଏକ ଶେର ରେ ସେ(ଇକବାଲ)ଲେଖିଛନ୍ତି-

ୟକିଂ ମୂହକମ ଅମଲ ପେ
ହମ ମୁହଁବ୍ବତ ଫାତହେ ଆଲମ
ଜେହାଦେ ଜିନ୍ଦେଗୀ ମେ ହୈ
ୟେ ମର୍ଦା କୀ ଶମଶୀରେଂ।

ସେ କହିଲେ ଯେ ତୌହୀଦ(ଏକେଶ୍ୱରବାଦ) ର ରହସ୍ୟ ଖଡ୍ଗରେ ଛପି ରହିଛି। ପୁଣି ଏହାର ଉଚ୍ଚସ୍ତରକୁ ଯିବା ପାଇଁ ଚଉଡ଼ା ଖଡ୍ଗକୁ ବୁଝିବାକୁ ପଡ଼ିବ। ଅର୍ଥାତ୍ ଖଡ୍ଗ ଦ୍ୱାରା ଇସଲାମକୁ ପ୍ରତିଷ୍ଠା କରିବା। ବାଲେ ଜୀବ୍ରାଇଲ କହିଛନ୍ତି -

ସୋଚା ଭୀ ହୈ ଅୟ
ମର୍ଦ-ମୁସଲମାଂ କଭୀ ତୁନେ
କ୍ୟା ଚୀଜ ହୈ
ଫୋୖଲାଦ କୀ ଶମଶୀର ଜିଗରଦାର!
ଇସ ବୈତ କା ୟ
ମିସରାଏ-ଅବ୍ବଲ ହୈ କି ଜିସମେ
ପୋଶୀଦା ଚଲେ ଆତେ ହେଁ
ତୌହୀଦ କେ ଅସରାର।

ଏହି ଯୁଗରେ ଗୋଟିଏ ପଟେ ଗାନ୍ଧିଜୀ ସତ୍ୟ, ଅହିଂସା ଔର ସତ୍ୟାଗ୍ରହ ଆଧାରରେ ସ୍ୱାଧୀନତା ସଂଗ୍ରାମ ସଂଚାଳିତ କରୁଥିଲେ ତ ଅନ୍ୟପଟେ ଇକବାଲ ଇସଲାମ ଖଡ୍ଗବାଦକୁ ଜାଗ୍ରତ କରୁଥିଲେ।

କ୍ରମଶଃ...

୨୯. ୮. ୧୮

Tuesday, 28 August 2018

*ରାଷ୍ଟ୍ରୀୟତାର ବିପରୀତ କାର୍ଯ୍ୟ*

ମୁସଲିମ ସମୁଦାୟଙ୍କୁ ପ୍ରସ୍ତୁତ କରିବା ପାଇଁ ସେ ଆଲ୍ଲାହଙ୍କ ପାଖରେ "ଶିକବା-ଏ-ଖୁଦା" ଓ "ଜୱାବେ ଶିକବା" କବିତାରେ ଅଭିଯୋଗ କଲେ -

ବସ ରହେ ଥେ ଯହିଁ
ସଲଜୁକ ଭୀ ତୂରାନୀ ଭୀ,
ଅହଲେ-ଚୀନ ମେ,
ଇରାନ ମେ ସାସାନୀ ଭୀ,
ଇସୀ ମାମୁରେ ମେ
ଆବାଦ ଥେ ୟୁନାନୀ ଭୀ,
ଇସ ଦୁନିଆ ମେ ୟହୁଦୀ ଭୀ ଥେ,
ନସରାନୀ ଭୀ,
ପର, ତେରେ ନାମ ପର
ତଲୱାର ଉଠାଈ କିସନେ ?
ବାତ ଜୋ ବିଗଡ଼ୀ ହୁଈ ଥୀ
ୱହ ବନାଈ କିସନେ ?

ଅର୍ଥାତ୍ କେବଳ ମୁସଲମାନମାନେ ହିଁ ତଲୱାର ଉଠାଇ ମୂର୍ତ୍ତିପୂଜକଙ୍କୁ ଶେଷ କରି ତୌହୀଦ ( ଏକେଶ୍ୱରବାଦ) ରେ ବିଶ୍ୱାସ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ାଇଛନ୍ତି। ଏହି ଯୁଦ୍ଧ ସେମାନେ ନିଜ ଶାସନ କରିବା ପାଇଁ ନୁହେଁ, ଆଲ୍ଲାହଙ୍କ ସମ୍ମାନ ପାଇଁ କରିଛନ୍ତି। ଆଲ୍ଲାହଙ୍କ ପାଇଁ ସେମାନେ ଯୁଦ୍ଧରେ ବଳିଦାନ ଦେଇଛନ୍ତି।
ହମ ତୋ ଜୀତେ ଥେ ତୋ
ଜଂଗୋ କୀ ମୁସିବତ କେ ଲିଏ,
ଔର ମରତେ ଥେ
ତେରେ ନାମ କୀ ଇଜ୍ଜତ କେ ଲିଏ,
ଏଇଭଳି ଇକବାଲ ଗାନ୍ଧିଜୀଙ୍କ ରାଷ୍ଟ୍ରୀୟତା ତଥା ଅହିଂସାର ବିପରୀତ ଖଡ୍ଗର ଆଦର୍ଶକୁ ମୁସଲମାନଙ୍କ ସମ୍ମୁଖରେ ରଖିଲେ।

କ୍ରମଶଃ...

୨୮. ୮. ୧୮

Monday, 27 August 2018

*ଜଣେ ହିନ୍ଦୁ ମତାନ୍ତରିତ ହେବାପରେ....*

ସାର ମହମ୍ମଦ ଇକବାଲ ସେତେବେଳର ହିନ୍ଦୁ ଏବେ ହିନ୍ଦୁଙ୍କ ସମ୍ବନ୍ଧରେ ଅନ୍ୟ ଢଙ୍ଗରେ ବିଚାର କରିବାକୁ ଲାଗିଲେ। ହିନ୍ଦୁ ଓ ମୁସଲମାନଙ୍କୁ ଅଲଗା ଦୁଇଟି ଜାତି ବୋଲି ବିଚାର କଲେ। ସେମାନଙ୍କ ଭିତରେ ଥିବା ପାର୍ଥକ୍ୟ କେବଳ ତାଙ୍କ ନଜରକୁ ଆସିଲା।

ବାଂଗେଦରା କାବ୍ୟରେ ସେ ଲେଖିଲେ -

ଦେଖ ମସଜିଦ ମେ ଶିକସ୍ତେ
ରିସ୍ତା-ଏ-ତସବୀହ ଶେଖ
ବୁତକଦେ ମେ ବରହନ କୀ
ପୁଖ୍ତା ଜନ୍ନାରୀ ଭୀ ଦେଖ
କାଫିରୋ କୀ ମୁସଲିମ
ଆଇନୀ କା ଭୀ ନଜାରା କର
ଔର ଅପନେ ମୁସଲିମୋ କୀ
ମୁସଲିମ ଆଜାରୀ ଭୀ ଦେଖ।

ସେ ଅନୁଭବ କଲେ ମୋଗଲ ଶାସନ ସମାପ୍ତ ହେବା ଦ୍ୱାରା ସବୁ ମୂର୍ତ୍ତି ପୂଜକ(ହିନ୍ଦୁ) ଆନନ୍ଦିତ। ଏଥିପାଇଁ ସେ ଖୁଦାଙ୍କ ପାଖରେ ଅଭିଯୋଗ କଲେ -

ବୁତସନମଖାନୋ ମେ କହତେ ହେଁ
ମୁସଲମାନ ଗୟେ
ହୈ ଖୁସୀ ଉନକୋ କୀ
କାବେ ମେ ନିଗହବାନ ଗୟେ।

ତାଙ୍କୁ ଅନୁଭବ ହେଲା ଯେ ଭାରତରେ ମୁସଲମାନ ସଙ୍ଗଠନ ଦୁର୍ବଳ ହୋଇ ଯାଇଛି। ଏହା ମୁସଲମାନଙ୍କ ପତନର କାରଣ। ତେଣୁ ସେ ଚେତାବନୀ ଦେଲେ -
ଆବାରୂ ବାକୀ ତେରୀ ମିଲ୍ଲତ୍ କୀ
ଜମୈୟତ ସେ ଥୀ
ଜବ ୟେ ଜମୈୟତ ଗଇ
ଦୁନିଆ ମେ ରୁସବା ତୁ ହୁଆ।

କ୍ରମଶଃ...

୨୭. ୮. ୧୮

Sunday, 26 August 2018

*ଅଲଗା ହେବାର ନିଶା*

ଇକବାଲ ନିଜ ଶାୟରୀକୁ କୋମଳତା ତଥା ମଧୁରତାର ପ୍ରଭାବରୁ ଦୂରେଇ ରଖିଲେ। ହାଲୀଙ୍କଠାରୁ ଆଗକୁ ଯାଇ ମୁସଲମାନ ନବୋତ୍ଥାନର କାର୍ଯ୍ୟ ଆରମ୍ଭ କଲେ। ସେ ମୁସଲମାନଙ୍କୁ ପ୍ରଶ୍ନ କଲେ -

ୟୋ ତୋ ଶୟଦ ଭି ହୋ,
ମିର୍ଜା ଭି ହୋ, ଆଫଗାନ ଭି ହୋ,
ତୁମ ସଭି କୁଛ ହୋ, ବତାଓ ତୋ,
ମୁସଲମାନ ଭି ହୋ ?

ଔର ଖୁଦ ଜବାବ ଦିଆ -

ହାଥ ବେଜୌର ହୈ,
ଅଲହାଦ ସେ ଦିଲ ଖୁଗର ହୈ,
ବୁତଶିକନ ଉଠ ଗୟେ,
ବାକି ଜୋ ରହେ ବୁତଗର ହୈ,
କୌମ ମଜହବ ସେ ହୈ,
ମଜହବ ଜୋ ନହିଁ, ତୁମ ଭି ନହିଁ,
ଜଜମେ ବାହମ ଜୋ ନହିଁ,
ମହଫିଲେ ଅଞ୍ଜୁମ ଭି ନହିଁ।
ବଜେ ମେ ତୁମ ହୋ ନିସାରୀ ତୋ ତମଦଦୁନ ମେ ହନୁଦ,
ୟେ ମୁସଲମାନ ହୈ ?
ଜିହ୍ନେ ଦେଖକର ଶରମାୟେ ୟହୁଦ।

ଅର୍ଥାତ୍ ମୁସଲମାନଙ୍କ ହାତ କମ୍ ଜୋର ହୋଇଯାଇଛି। ସେମାନେ ନାସ୍ତିକତାରେ ଅଭ୍ୟସ୍ତ ହୋଇଗଲେଣି। ମୂର୍ତ୍ତି ଭଞ୍ଜକଙ୍କ ଶକ୍ତି ନଷ୍ଟ ହୋଇ ଯାଇଛି । ମୂର୍ତ୍ତିକାରମାନେ କେବଳ ଅବଶେଷ ରହିଯାଇଛନ୍ତି। ଜାତିର ଅସ୍ତିତ୍ୱ ସଂସ୍କୃତି ଉପରେ ନିର୍ଭରଶୀଳ। ଯଦି ମୁସଲମାନ ମାନଙ୍କର ଏକତାର ଉତ୍ସାହ ନାହିଁ ତେବେ ତାରକା ମାନଙ୍କର ସଭା ମଧ୍ୟ ହୋଇ ପାରିବ ନାହିଁ। ତୁମେ ରୀତି ନୀତିରେ ଖ୍ରୀଷ୍ଟିଆନ ହୋଇଯାଇଛ ଓ ସଂସ୍କୃତି ତୁମର ହିନ୍ଦୁ ହୋଇଯାଇଛି। ମୁସଲମାନ ଆଉ ମୁସଲମାନ ହୋଇକି ରହିନାହିଁ। ତୁମକୁ ଦେଖି ୟହୁଦୀ ମଧ୍ୟ ଲଜ୍ଜା ଅନୁଭବ କରିବେ।

କ୍ରମଶଃ...

୨୬. ୮. ୧୮

Saturday, 25 August 2018

*ଗୋଲ ଟେବୁଲ ବୈଠକ*

ଇକବାଲ ବିଶ୍ୱ ଇସଲାମବାଦ ଓ ଭାରତରେ ମୁସଲମାନ ରାଜନୀତିର ପ୍ରଗତିକୁ କେବଳ ଦର୍ଶନ ଓ କାବ୍ୟର ଆଧାର ଦେଲେ ନାହିଁ ବରଂ ସେ ନିଜେ ୧୯୨୭ ମସିହାରେ ରାଜନୀତି କରିବା ପାଇଁ ବାହାରି ପଡ଼ିଲେ। ୧୯୩୦ରେ ମୁସଲିମ ଲିଗର ଏଲହାବାଦ ଅଧିବେଶନରେ ଅଧ୍ୟକ୍ଷତା କଲେ। ଅଧ୍ୟକ୍ଷୀୟ ଭାଷଣରେ ମୁସଲମାନ ବହୁଳ ପଶ୍ଚିମ ଉତ୍ତରପ୍ରଦେଶରେ ମୁସଲିମ ସ୍ୱାୟତ ଶାସନ ଯୋଜନାର ଉତ୍ଥାପନ କଲେ। ୧୯୩୧-୩୨ ର ଗୋଲଟେବୁଲ ବୈଠକରେ ମୁସଲିମ ଲିଗ ପକ୍ଷରୁ ଯୋଗଦେଲେ ଓ ସାମ୍ପ୍ରଦାୟିକ ଆଧାରରେ ପ୍ରାନ୍ତଗୁଡ଼ିକର ପୁନର୍ରଚନା ବିଷୟରେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ରାଜି କରାଇଦେଲେ।

ଧର୍ମାନ୍ତରିତ ବ୍ରାହ୍ମଣ ମସ୍ତିଷ୍କ, ଇସ୍ଲାମୀ ହୃଦୟ ଓ ଉର୍ଦୁ ଶାୟରୀ - ଏଇ ୩ଟିଯାକ ଏକାଠି ହୋଇ ଏକ ନୂତନ କବୀର, ଏକ ନୂତନ ଜାୟସୀ ଓ ଏକ ନୂତନ ଫକୀର ସରମଦ ସୃଷ୍ଟି କରିପାରିଲା ନାହିଁ। ବରଂ ଏହି ତିନିଟି ଏକତ୍ର ହେବା ପରେ ବିଶ୍ୱ ଇସଲାମବାଦ, ବିଚ୍ଛିନ୍ନତାବାଦ ଓ ଉଗ୍ରବାଦ ଶାୟରର ଏକ ଉଗ୍ରନେତା ତିଆରି କରିଦେଲା।

କ୍ରମଶଃ...

୨୫. ୮. ୧୮

Friday, 24 August 2018

*ଅନିଶ୍ବରବାଦ*

ଇକବାଲ ଗୋଟିଏ ପଟେ ଜର୍ମାନ ଦାର୍ଶନିକ Friedrich Wilhelm Nietzsche ଙ୍କ ଅନିଶ୍ବରବାଦକୁ ସମାଲୋଚନା କଲେ ଅନ୍ୟ ପଟେ ସେ ନିତ୍ଶେଙ୍କ ଅତିମାନବ ଚିନ୍ତନ ଆଧାରିତ "ମର୍ଦେ ମୋମିନ" ସ୍ଥାପିତ କରିଥିଲେ। ସେ ଜଲାଲୁଦ୍ଦିନ ରୂମୀ ଓ ଜର୍ମାନ ଦାର୍ଶନିକ  Nietzsche ଙ୍କ କ୍ରମଶଃ ବ୍ୟକ୍ତିଗତ ତଥା ଅତିମାନବ ସିଦ୍ଧାନ୍ତକୁ ଆପଣେଇ ନିଜକୁ ଦୃଢ଼ କଲେ। ତେଣୁ ଇସ୍ଲାମ ଅନୁଯାୟୀମାନଙ୍କୁ ଆଲ୍ଲାଙ୍କ ସିଂହ ଏବଂ ସାହାୱାନର ଦୁର୍ଦାନ୍ତ ଚିନ୍ତାଧାରାର ଆଦର୍ଶ ପ୍ରଦାନ କଲେ। ହାଲୀ "ମୁସଦ୍ଦଶ" ରେ ଭାରତୀୟ ମୁସଲମାନଙ୍କ ପତନ ପାଇଁ ଦୁଃଖ ପ୍ରକାଶ କରିଥିଲେ। ପୁଣିଥରେ ମୁସଲମାନ ସମାଜକୁ ପତନରୁ ଉଠିବା ପାଇଁ ଆହ୍ୱାନ କରିଥଲେ। କିନ୍ତୁ ଇକବାଲ ଇସ୍ଲାମୀ ଉତ୍ଥାନର ଆଦର୍ଶକୁ ଚିନ୍ତନ ଭାବନା ଏବଂ କଳା ଏଭଳି ତିନୋଟି ଦିଗରେ ପ୍ରତିଷ୍ଠିତ କଲେ। ତେଣୁ ଭାରତୀୟ ରାଷ୍ଟ୍ରୀୟ ଆନ୍ଦୋଳନ ସମୟରେ ଭାରତୀୟ ମୁସଲିମ ସମୁଦାୟ ଇସ୍ଲାମୀୟ ଶାସନର ପୁନରୁତ୍ଥାନ ପାଇଁ ଖୁବ ଜୋରରେ ଲାଗିଥିଲେ। ତାର ବଳିଷ୍ଠ ପ୍ରମାଣ ହେଉଛି ମୁସଲିମ ଲିଗର ବିଛିନ୍ନତାବାଦୀ ଆନ୍ଦୋଳନ।

ରାଷ୍ଟ୍ରକବି ଦିନକର ତାଙ୍କର "ଅର୍ଦ୍ଧନାରୀଶ୍ବର" ଶୀର୍ଷକ ଏକ ଲେଖାରେ ଇକବାଲଙ୍କ କାବ୍ୟର ବିଶ୍ଳେଷଣ କରି କହିଛନ୍ତି ଯେ ଏଥିରେ ଜ୍ୱଳନ୍ତ ପୌରୁଷ, ଅହଂକାର ଏବଂ ଆତ୍ମାଭିମାନର ଅଭିବ୍ୟକ୍ତି ହୋଇଛି। ଏଭଳି ପୌରୁଷପୂର୍ଣ୍ଣ ମୁସଲମାନଙ୍କୁ କବି ଇକବାଲ ଆଲ୍ଲାଙ୍କ ସିଂହ ବୋଲି ବିବେଚନା କରିଛନ୍ତି--"ଆଲ୍ଲା କେ ଶେରୋ କୋ ଆତୀ ନହିଁ ରୁବାହୀ" ଅର୍ଥାତ୍ ଆଲ୍ଲାଙ୍କ ସିଂହ ଡରୁଆ ନୁହନ୍ତି, ଆକ୍ରମଣକାରୀ ଓ ମର୍ଦେ ମମିନକୁ ଶାହୀନ(ଶିକାରି) ବୋଲି ପ୍ରମାଣିତ କରିଛନ୍ତି।

ସେ ଲେଖିଛନ୍ତି --

ଉକାବୀ ରୂହ ଜବ ବେଦାର ହୋତୀ ହୈ ଜବାନୋ ମେ
ନଜର ଆତୀ ଉସ କୋ ଅପନି ମଞ୍ଜଲି ଆସମାନୋ ମେ
ନହିଁ ତେରା ନଶେମନ କସରେ ସୁଲତାନୀ କୀ ଗୁମ୍ବଦ ପର,
ତୂ ଶାହୀ ହୈ ବସେରା କର୍ ପହାଡ଼ୋଙ୍କି ଚଟ୍ଟାନୋ ମେ।

ଏ ସାହାବଜ ଏକ ଭୟାନକ ଶିକାରୀ।
ତାର ପରିଚୟ -

ହମାମୋ-କବୁତର କା ଭୁଖା ନହିଁ ମେ,
କୀ ହୈ ଜିନଦେଗୀ ବାଜ କା ଜାହିଦାନା;
ଝପଟନା, ପଲଟନା, ପଲଟକର୍ ଝପଟନା
ଲହୁ ଗର୍ମ ରଖନେ କା ହୈ ଏକ ବହାନା।

ଭାରତର ମୁସଲିମ ସମାଜ ଭିତରେ ଆକ୍ରମଣକାରୀ ପୌରୁଷତାର ଜାଗରଣ କାର୍ଯ୍ୟ କରିବା ଇକବାଲଙ୍କ ଉଦ୍ଦେଶ୍ୟ ହୋଇଯାଇଥିଲା। ତେଣୁ ସେ ତାକୁ ଦର୍ଶନ ଏବଂ କାବ୍ୟରେ ଆଧାର ପ୍ରଦାନ କଲେ।

କ୍ରମଶଃ...

୨୪. ୮. ୧୮

Thursday, 23 August 2018

*ଇକବାଲ...*

ମହମ୍ମଦ ଇକବାଲ ୧୯୦୮ରେ ଇଂଲଣ୍ଡରୁ ଲହୋର ଫେରି ସରକାରୀ ମହାବିଦ୍ୟାଳୟରେ ଦର୍ଶନ ଶାସ୍ତ୍ରର ପ୍ରାଧ୍ୟାପକ ଭାବେ ଯୋଗ ଦେଲେ। ତାଙ୍କୁ ଓକିଲାତି କରିବାକୁ ମଧ୍ୟ ଅନୁମତି ମିଳିଥାଏ। ସେତେବେଳେ ମହାବିଦ୍ୟାଳୟର ସରକାରୀ ଚାକିରୀ ତାଙ୍କ ସ୍ୱାଧୀନ ଚିନ୍ତା ତଥା ସ୍ୱତନ୍ତ୍ର ଅଭିବ୍ୟକ୍ତି ପାଇଁ ବାଧା ହୋଇ ଛିଡ଼ା ହୋଇଥିଲା। ତେଣୁ ସେ ମହାବିଦ୍ୟାଳୟ ଚାକିରୀ ଛାଡ଼ିଦେଲେ। ସେ ୧୯୩୮ ପର୍ଯ୍ୟନ୍ତ ଉର୍ଦୁ କାବ୍ୟସାଧନା ଚଳାଇ ରଖିଥିଲେ। ତାତ୍ସହିତ ପାର୍ଶିରେ ମଧ୍ୟ ଲେଖୁଥିଲେ। କିନ୍ତୁ ସେ କାବ୍ୟରେ ପୂର୍ବ ଭଳି ଭାରତ ତଥା ଭାରତୀୟତାର ଗନ୍ଧ ନ ଥିଲା। ତଥା ୟୁରୋପ ଏବଂ ୟୁରୋପୀୟ ସାମ୍ରାଜ୍ୟବାଦର ବିରୋଧୀ ମହମ୍ମଦ ଇକବାଲଙ୍କୁ ୧୯୨୨ରେ ଇଂରେଜ ସରକାର ସାର ଉପାଧି ଦେଲେ। ତାକୁ ମଧ୍ୟ ସେ ସ୍ୱୀକାର କଲେ। ଫଳରେ ସେ ସାର ମହମ୍ମଦ ଇକବାଲ ଭାବେ ପରିଚିତ ହେଲେ। ଯଦି ସେ ପୂର୍ବ ଭଳି ରାଷ୍ଟ୍ରୀୟ ବିଚାରର କବି ଭାବେ ଲୋକପ୍ରିୟ ହୋଇଥାନ୍ତେ ତେବେ ଇଂରେଜ ସରକାର ତାଙ୍କୁ ସାର ଉପାଧିରେ ବିଭୂଷିତ କରି ନ ଥାନ୍ତା। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଏହି ଅଳଙ୍କାର ତାଙ୍କୁ ଭାରତୀୟ ରାଷ୍ଟ୍ରବାଦର ବିରୋଧ କାରଣରୁ ନା ତାଙ୍କ କବି ପ୍ରତିଭା କାରଣରୁ ?
ସମ୍ଭବତଃ "ଅସରାରେ ଖୁଦୀ" ପୁସ୍ତକର ଇଂରାଜୀ ଅନୁବାଦକୁ ପୁରସ୍କୃତ କରିବା ପାଇଁ ଇଂରେଜଙ୍କ ଇଚ୍ଛା ଥିଲା ରାଷ୍ଟ୍ରବାଦର ପ୍ରଖର ବିରୋଧୀ କବିକୁ ସମ୍ମାନିତ କରି ଇସ୍ଲାମୀ ଜାଗରଣର ଉଗ୍ର ଚେତନାର ଉଦୀପ୍ତ ରଖିବା ପାଇଁ। ସେଥିପାଇଁ ତ ରାଷ୍ଟ୍ରୀୟ ଆନ୍ଦୋଳନ ଅନେକ ସମୟରେ ବାଧା ପ୍ରାପ୍ତ ହେଉଥିଲା।

ଆଧୁନିକ ଭାରତୀୟ ରାଜନୈତିକ ଚିନ୍ତନ ଶୀର୍ଷକ ପୁସ୍ତକର ୪୬୩ ପୃଷ୍ଠାରେ ଇତିହାସ ଓ ରାଜନୀତି ଶାସ୍ତ୍ରର ପ୍ରଖ୍ୟାତ ବିଦ୍ୱାନ ଡ. ବିଶ୍ୱନାଥ ପ୍ରସାଦ ବର୍ମା ଲେଖିଛନ୍ତି - "ତୌହୀଦ(ଏକେଶ୍ୱରବାଦ)ର ସିଦ୍ଧାନ୍ତ ଅନୁସାରେ ସେ ବିଶ୍ୱ ଏକତାର ନିଷ୍କର୍ଷ ପ୍ରସ୍ତୁତ କରିଛନ୍ତି। ତାଙ୍କ ଦୃଷ୍ଟିରେ ଇସଲାମ ହେଉଛି ନା ରାଷ୍ଟ୍ରବାଦ ନା ସାମ୍ରାଜ୍ୟବାଦ ବରଂ ଏକ ରାଷ୍ଟ୍ରସଙ୍ଘ। ରାଜନୀତି ଉଦ୍ଦେଶ୍ୟକୁ ପୂରଣ କରିବାପାଇଁ ଇସଲାମ ଜାତୀୟ ବିବିଧତାକୁ ସ୍ୱୀକାର କରେ କିନ୍ତୁ ଶେଷରେ ଏହା ମାନବ ଏକତାକୁ ମଧ୍ୟ ବିଶ୍ୱାସ କରେ। ଇକବାଲ ମହୋଦୟ "ଆଦି ଇସଲାମ କୋ ୱାାପସ ଚଲୋର ନାରା ଦେଇଥିଲେ। ସେ ମଧ୍ୟ ମୁସଲିମ ଭାଇଚାରାର ଧାରଣାକୁ ଦୃଢ଼ୀଭୂତ କରିବାପାଇଁ "ମିିଲ୍ଲତେ ତୌହୀଦ" ଧାରଣାର ସାମାଜିକ ଓ ରାଜନୈତିକ ଦୃଷ୍ଟିଭଙ୍ଗିକୁ ବ୍ୟକ୍ତ କରିଥିଲେ। କାବା ହେଉଛି ଏହି ଏକତାର ଭୋଗୋଳିକ କେନ୍ଦ୍ରର ପ୍ରତୀକ।

କ୍ରମଶଃ.....

୨୩. ୮. ୧୮

*ଇକବାଲ...*

ମହମ୍ମଦ ଇକବାଲ ୧୯୦୮ରେ ଇଂଲଣ୍ଡରୁ ଲହୋର ଫେରି ସରକାରୀ ମହାବିଦ୍ୟାଳୟରେ ଦର୍ଶନ ଶାସ୍ତ୍ରର ପ୍ରାଧ୍ୟାପକ ଭାବେ ଯୋଗ ଦେଲେ। ତାଙ୍କୁ ଓକିଲାତି କରିବାକୁ ମଧ୍ୟ ଅନୁମତି ମିଳିଥାଏ। ସେତେବେଳେ ମହାବିଦ୍ୟାଳୟର ସରକାରୀ ଚାକିରୀ ତାଙ୍କ ସ୍ୱାଧୀନ ଚିନ୍ତା ତଥା ସ୍ୱତନ୍ତ୍ର ଅଭିବ୍ୟକ୍ତି ପାଇଁ ବାଧା ହୋଇ ଛିଡ଼ା ହୋଇଥିଲା। ତେଣୁ ସେ ମହାବିଦ୍ୟାଳୟ ଚାକିରୀ ଛାଡ଼ିଦେଲେ। ସେ ୧୯୩୮ ପର୍ଯ୍ୟନ୍ତ ଉର୍ଦୁ କାବ୍ୟସାଧନା ଚଳାଇ ରଖିଥିଲେ। ତାତ୍ସହିତ ପାର୍ଶିରେ ମଧ୍ୟ ଲେଖୁଥିଲେ। କିନ୍ତୁ ସେ କାବ୍ୟରେ ପୂର୍ବ ଭଳି ଭାରତ ତଥା ଭାରତୀୟତାର ଗନ୍ଧ ନ ଥିଲା। ତଥା ୟୁରୋପ ଏବଂ ୟୁରୋପୀୟ ସାମ୍ରାଜ୍ୟବାଦର ବିରୋଧୀ ମହମ୍ମଦ ଇକବାଲଙ୍କୁ ୧୯୨୨ରେ ଇଂରେଜ ସରକାର ସାର ଉପାଧି ଦେଲେ। ତାକୁ ମଧ୍ୟ ସେ ସ୍ୱୀକାର କଲେ। ଫଳରେ ସେ ସାର ମହମ୍ମଦ ଇକବାଲ ଭାବେ ପରିଚିତ ହେଲେ। ଯଦି ସେ ପୂର୍ବ ଭଳି ରାଷ୍ଟ୍ରୀୟ ବିଚାରର କବି ଭାବେ ଲୋକପ୍ରିୟ ହୋଇଥାନ୍ତେ ତେବେ ଇଂରେଜ ସରକାର ତାଙ୍କୁ ସାର ଉପାଧିରେ ବିଭୂଷିତ କରି ନ ଥାନ୍ତା। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଏହି ଅଳଙ୍କାର ତାଙ୍କୁ ଭାରତୀୟ ରାଷ୍ଟ୍ରବାଦର ବିରୋଧ କାରଣରୁ ନା ତାଙ୍କ କବି ପ୍ରତିଭା କାରଣରୁ ?
ସମ୍ଭବତଃ "ଅସରାରେ ଖୁଦୀ" ପୁସ୍ତକର ଇଂରାଜୀ ଅନୁବାଦକୁ ପୁରସ୍କୃତ କରିବା ପାଇଁ ଇଂରେଜଙ୍କ ଇଚ୍ଛା ଥିଲା ରାଷ୍ଟ୍ରବାଦର ପ୍ରଖର ବିରୋଧୀ କବିକୁ ସମ୍ମାନିତ କରି ଇସ୍ଲାମୀ ଜାଗରଣର ଉଗ୍ର ଚେତନାର ଉଦୀପ୍ତ ରଖିବା ପାଇଁ। ସେଥିପାଇଁ ତ ରାଷ୍ଟ୍ରୀୟ ଆନ୍ଦୋଳନ ଅନେକ ସମୟରେ ବାଧା ପ୍ରାପ୍ତ ହେଉଥିଲା।

ଆଧୁନିକ ଭାରତୀୟ ରାଜନୈତିକ ଚିନ୍ତନ ଶୀର୍ଷକ ପୁସ୍ତକର ୪୬୩ ପୃଷ୍ଠାରେ ଇତିହାସ ଓ ରାଜନୀତି ଶାସ୍ତ୍ରର ପ୍ରଖ୍ୟାତ ବିଦ୍ୱାନ ଡ. ବିଶ୍ୱନାଥ ପ୍ରସାଦ ବର୍ମା ଲେଖିଛନ୍ତି - "ତୌହୀଦ(ଏକେଶ୍ୱରବାଦ)ର ସିଦ୍ଧାନ୍ତ ଅନୁସାରେ ସେ ବିଶ୍ୱ ଏକତାର ନିଷ୍କର୍ଷ ପ୍ରସ୍ତୁତ କରିଛନ୍ତି। ତାଙ୍କ ଦୃଷ୍ଟିରେ ଇସଲାମ ହେଉଛି ନା ରାଷ୍ଟ୍ରବାଦ ନା ସାମ୍ରାଜ୍ୟବାଦ ବରଂ ଏକ ରାଷ୍ଟ୍ରସଙ୍ଘ। ରାଜନୀତି ଉଦ୍ଦେଶ୍ୟକୁ ପୂରଣ କରିବାପାଇଁ ଇସଲାମ ଜାତୀୟ ବିବିଧତାକୁ ସ୍ୱୀକାର କରେ କିନ୍ତୁ ଶେଷରେ ଏହା ମାନବ ଏକତାକୁ ମଧ୍ୟ ବିଶ୍ୱାସ କରେ। ଇକବାଲ ମହୋଦୟ "ଆଦି ଇସଲାମ କୋ ୱାାପସ ଚଲୋର ନାରା ଦେଇଥିଲେ। ସେ ମଧ୍ୟ ମୁସଲିମ ଭାଇଚାରାର ଧାରଣାକୁ ଦୃଢ଼ୀଭୂତ କରିବାପାଇଁ "ମିିଲ୍ଲତେ ତୌହୀଦ" ଧାରଣାର ସାମାଜିକ ଓ ରାଜନୈତିକ ଦୃଷ୍ଟିଭଙ୍ଗିକୁ ବ୍ୟକ୍ତ କରିଥିଲେ। କାବା ହେଉଛି ଏହି ଏକତାର ଭୋଗଳିକ କେନ୍ଦ୍ରର ପ୍ରତୀକ।

କ୍ରମଶଃ.....

୨୩. ୮. ୧୮

Wednesday, 22 August 2018

*ଇକବାଲ..*

ସେ ତୌହିଦ (ଏକେଶ୍ୱରବାଦ) ଆଧାରରେ ସ୍ଥାପିତ ବିଶ୍ଵ ଇସଲାମବାଦର ସମର୍ଥକ ହୋଇ ୧୯୦୮ରେ ୟୁରୋପରୁ ଭାରତ ଆସିଲେ। ଏହି ପରିବର୍ତ୍ତନର ରାଜନୈତିକ କାରଣକୁ ଭାରତୀୟ ସନ୍ଦର୍ଭରେ ଡ. ତାରାଚାନ୍ଦ କହିଛନ୍ତି - "୧୯୦୫ରେ କର୍ଜନ ବଙ୍ଗ ଭଙ୍ଗ କଲେ। କାରଣ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା ଭାରତୀୟ ମାନଙ୍କୁ ହିନ୍ଦୁ ମୁସଲିମ ଭେଦରେ ଦୁଇ ଭାଗ କରିଦେବା। ତେଣୁ ଉଭୟଙ୍କ ଭିତରେ ଝଗଡ଼ା ହେବାର ସବୁ ପର୍ଯ୍ୟାୟକୁ ସେ ପ୍ରୋତ୍ସାହିତ କରୁଥିଲେ। ଏହା(ବଙ୍ଗ ଭଙ୍ଗ) ବିରୋଧରେ ପ୍ରବଳ ଆନ୍ଦୋଳନ ଆରମ୍ଭ ହେଲା, ଯାହା ଅଧିକାଂଶତଃ ହିନ୍ଦୁମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲା। କିନ୍ତୁ ମୁସଲମାନ ସେହି ଆନ୍ଦୋଳନକୁ ସମର୍ଥନ କରୁଥିଲେ। କାରଣ ସେମାନେ ଭାବୁଥିଲେ ଏହା ଆମ ପାଇଁ ହିତକର ହେବ। ଏହି ସମୟରେ ଇକବାଲ ୟୁରୋପୀୟଙ୍କ ଦ୍ଵାରା ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାରରେ ବହୁତ କ୍ରୋଧିତ ଥିଲେ। ଭାରତରେ ଚାଲୁଥିବା ବଙ୍ଗଭଙ୍ଗ ବିରୋଧୀ ଆନ୍ଦୋଳନକୁ ସେ ସମର୍ଥନ କଲେ ନାହିଁ। ଏହି ସମୟରେ ତାଙ୍କ ଭିତରେ ଥିବା ରାଷ୍ଟ୍ରବାଦର ସୁକୁମାର ପୁଷ୍ପଟି ମଉଳି ଯାଇଥିଲା। ବଙ୍ଗ ଭଙ୍ଗ ଆନ୍ଦୋଳନ ତାଙ୍କ ମନରୁ ଭାରତକୁ ବାହାର କରିଦେଇ ଇସ୍ଲାମକୁ ପ୍ରତିଷ୍ଠିତ କରିଦେଲା।
(ଏହାର ଉଲ୍ଲେଖ ଭାରତୀୟ ସ୍ୱତନ୍ତ୍ରତା ଆନ୍ଦୋଳନ କା ଇତିହାସ ଭାଗ ୩ର ପୃଷ୍ଠା ୨୪୩-୪୪ ରେ ହୋଇଛି)

ବେଦ ପ୍ରକାଶ ଭାଟିଆଙ୍କ ଅନୁସାରେ ମହମ୍ମଦ ଇକବାଲ ୧୯୦୮ରେ ଭାରତ ଫେରିବା ପରେ  ତାଙ୍କ ରାଷ୍ଟ୍ରଭକ୍ତ ବାଲ୍ୟବନ୍ଧୁ କ୍ରାନ୍ତିକାରୀ ଲାଲା ହରଦୟାଲ ଓ ସ୍ୱାମୀ ରାମତୀର୍ଥଙ୍କ ସହ ତାଙ୍କର ଆଉ ଭେଟ ହେଲା ନାହିଁ। କାରଣ ଲାଲା ହରଦୟାଲ କ୍ରାନ୍ତିକାରୀଙ୍କ ନେତୃତ୍ୱ ନେବା ପାଇଁ ବିଦେଶ ଚାଲିଯାଇଥିଲେ ଓ ସ୍ୱାମୀ ତିରଥରାମ ଜଳ ସମାଧି ନେଇଯାଇଥିଲେ। ତେଣୁ ସେ ଦୁଇ ଜଣଙ୍କ ପ୍ରଭାବ ଇକବାଲଙ୍କ ଉପରୁ ଉଭେଇଗଲା। ତେଣୁ ସେ ଇସ୍ଲାମୀ ଦାର୍ଶନିକ ତଥା ଇସଲାମବାଦୀ ଶାୟର ରୂପେ ପ୍ରତିଷ୍ଠିତ ହୋଇଗଲେ। ଅର୍ଥାତ୍ ଭାରତୀୟ ରାଷ୍ଟ୍ରୀୟ ଚେତନା ତଥା ରାଷ୍ଟ୍ରୀୟ ଆନ୍ଦୋଳନର ଜଣେ ସମର୍ଥକ ଶାୟର ବିରୋଧୀ ହୋଇଗଲେ।
ଉର୍ଦୁର ପ୍ରସିଦ୍ଧ ସମାଲୋଚକ ଏହତେଶାମ ହୁସେନ ତାଙ୍କ ଚିନ୍ତନ ଓ କାବ୍ୟର ବିଶ୍ଳେଷଣ କରି ଲେଖିଛନ୍ତି - "ଭାରତବର୍ଷରେ ରାଷ୍ଟ୍ରୀୟତାର ଯେଉଁ ଭାବନା ବଢୁଥିଲା, ପ୍ରାରମ୍ଭିକ ସମୟରେ ଇକବାଲ ସେଥିରେ ମଜ୍ଜି ଯାଇଥିଲେ, କିନ୍ତୁ ୟୁରୋପ ଯାଇ ସେ ଏପରି ସବୁ ବିଚାରର ସମ୍ପର୍କରେ ଆସିଲେ ଏବଂ ରାଷ୍ଟ୍ର ରାଷ୍ଟ୍ର ମାନଙ୍କରେ ଚାଲିଥିବା କଳହକୁ ଦେଖିଲେ ଯଦ୍ୱାରା ତାଙ୍କ ଭିତରେ ଥିବା ରାଷ୍ଟ୍ରୀୟତା ଦୂରେଇ ଗଲା।

ଧୀରେ ଧୀରେ ସେ ପ୍ରତିକ୍ରିୟାବାଦୀ ମୁସଲିମଙ୍କ ନେତା ବୋଲି ପ୍ରତିଷ୍ଠିତ ହେଲେ କାରଣ ତାଙ୍କ ବିଚାରରେ ମୁସଲମାନମାନଙ୍କୁ ଭାରତରୁ  କିପରି ଅଲଗା ରଖିହେବ ଏବଂ ସେମାନଙ୍କୁ ଅନ୍ୟ ମୁସଲମାନ ରାଷ୍ଟ୍ର ମାନଙ୍କ ସହ ଯୋଡ଼ି ହେବ ଏହି ଭାବ ପ୍ରକଟ ହେଉଥିଲା।
ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେ କୌଣସି ରାଷ୍ଟ୍ରୀୟ ଆନ୍ଦୋଳନର ସମର୍ଥନ କରି ନାହାନ୍ତି। ଏହାର ଉଲ୍ଲେଖ ଉର୍ଦୁ ସାହିତ୍ୟର ଆଲୋଚନାତ୍ମକ ଇତିହାସ ପୃଷ୍ଠା ୧୯୧ ରେ ହୋଇଛି।

କ୍ରମଶଃ...

୨୨. ୮. ୧୮

Tuesday, 21 August 2018

*ଇକବାଲ.*

୧୯୦୫ ମସିହାରେ ମହମ୍ମଦ ଇକବାଲ ଦର୍ଶନ ଶାସ୍ତ୍ରରେ ବିଶେଷ ଅଧ୍ୟୟନ ପାଇଁ ୟୁରୋପ ଗଲେ। ସେ ଇଂଲଣ୍ଡର କେମ୍ବ୍ରିଜ ଓ ଜର୍ମାନୀର ମ୍ୟୁନିଖରେ ୟୁରୋପୀୟ ଦର୍ଶନର ବିଭିନ୍ନ ଶାଖା ଉପରେ ଗବେଷଣା କଲେ। ଲାଇବନିଜଙ୍କ ଚିଦାଣୁବାଦ, ନୀତ୍ସେଙ୍କ ଅତିମାନବବାଦ ଓ ବର୍ଗିସଙ୍କ ଅନ୍ତଃସ୍ଫୁର୍ତ୍ତ ଜ୍ଞାନର ଅଵଧାରଣା ଉପରେ ବିଚାର କରି ସେ ତାହାକୁ ଇସଲାମ ଚିନ୍ତନ ସହ ତୁଳନା କଲେ। ସେ ଇସଲାମ ଚିନ୍ତନର ଆସ୍ତିକତା ଓ ଏକେଶ୍ୱରବାଦକୁ ଶ୍ରେଷ୍ଠ ମାନିଲେ।

ସେ ଦେଖିଲେ ୟୁରୋପର ରାଷ୍ଟ୍ରବାଦ ସାମ୍ରାଜ୍ୟବାଦର ଆଧାର ନେଇ ପଶ୍ଚିମ ଏସିଆ ଓ ଉତ୍ତର ଆଫ୍ରିକାର ମୁସଲିମ ଦେଶଗୁଡ଼ିକୁ ନିଜ ଅଧୀନରେ ରଖିଛି। ତେଣୁ ସେ ରାଷ୍ଟ୍ରବାଦର ବିରୋଧୀ ହୋଇଗଲେ। ସାଧାରଣତଃ ଇସଲାମ ମତ ବିଶ୍ଵବ୍ୟାପ୍ତ ହେବାର କଳ୍ପନା କରିଆସିଛି। ଏଥିପାଇଁ ସେ ତାଙ୍କ ଲିଖିତ ବାଙ୍ଗେଦରା କବିତାରେ ରାଷ୍ଟ୍ରବାଦ ଇସଲାମ ବିରୋଧୀ ବୋଲି ଉଲ୍ଲେଖ କରି କହିଛନ୍ତି -
ଇନ ତାଜା ଖୁଦାଓଁ ମେ ବଡ଼ା ସବସେ ବତନ ହୈ
ଜୋ ପୈରହନ ଇସକା ହୈ ଓ ମଜହବ କା କଫନ ହୈ।
ଅଫବାମ ମେ ମଖଲୁକେ ଖୁଦା କହତୀ ହୈ ଇସସେ,
କୌମିୟତ ଇସଲାମ କୀ ଜଡ଼ କଟତୀ ହୈ ଇସସେ।

ସେ ୟୁରୋପର ସ୍ଥିତିକୁ ଦେଖି  ରାଷ୍ଟ୍ରୀୟତାକୁ ନିଜଠାରୁ ଅଲଗା କରିଦେଲେ। ରାଷ୍ଟ୍ରବାଦ ମତ ଇସ୍ଲାମର ଧ୍ଵଂସକ ଭଳି ତାଙ୍କୁ ଅନୁଭବ ହେଲା। ଏଥିପାଇଁ ତାଙ୍କର ଇସ୍ଲାମୀ ମାନବବାଦ-"ମିଲ୍ଲତେ ଆଦମ" ପ୍ରତି ଦୃଢ଼ବିଶ୍ୱାସ ହୋଇଗଲା। ଇକବାଲଙ୍କର ଏହି ରୂପାନ୍ତରଣ ଭାରତ ପାଇଁ ଅଶୁଭ ହେଲା। ସେ ଲେଖିଲେ -
ତଫରୀକେ ମିଲେ ହିକମତ ଅଫରଙ୍ଗ କା ମକସୁଦ,
ଇସଲାମ କା ମକସୁଦ ଫକତ "ମିିଲ୍ଲତେ ଆଦମ।"

ଅର୍ଥାତ୍ ଇଂରେଜଙ୍କ ଉଦ୍ଦେଶ୍ୟ ବିଭିନ୍ନ ସମୂହରେ ବିଭେଦ କର, କିନ୍ତୁ ଇସ୍ଲାମର ଉଦ୍ଦେଶ୍ୟ କେବଳ ମନୁଷ୍ୟ ମାନଙ୍କ ମଧ୍ୟରେ ଏକତା ଆଣିବା।

ଏହିପରି ରୂପାନ୍ତରିତ ହୋଇ ୧୯୦୮ରେ ସେ ୟୁରୋପରୁ ଭାରତ ଫେରିଥିଲେ। ସେ ରାଷ୍ଟ୍ରୀୟ ଚେତନାର ଶାୟର ହୋଇ ରହିଲେ ନାହିଁ। ସେ ଏକେଶ୍ୱରବାଦର ସମର୍ଥକ ହୋଇଗଲେ।

କ୍ରମଶଃ...

୨୧. ୮. ୧୮

Monday, 20 August 2018

*ଇକବାଲ*

ମହମ୍ମଦ ଇକବାଲଙ୍କ କାବ୍ୟ ଚେତନାରେ ଇସଲାମ୍

ଇସ୍ଲାମୀ ଉଗ୍ର ଜାଗରଣର ମହାନ ଶାୟର ମହମ୍ମଦ ଇକବାଲ ତିନି ପୁରୁଷ ପୁର୍ବରୁ ହିନ୍ଦୁ ଥିଲେ। କାଶ୍ମୀରୀ ବ୍ରାହ୍ମଣଙ୍କ ସପ୍ରୁ ଶାଖାରେ ତାଙ୍କ ବଂଶ ପରମ୍ପରା ବଢ଼ି ଆସିଥିଲା। ସେ ୧୮୭୩ ମସିହାରେ ପଞ୍ଜାବର ସିୟାଲକୋଟରେ ଜନ୍ମ ହୋଇଥିଲେ। ତାଙ୍କୁ ଜଣାଥିଲା ଯେ ସେ ମୂଳତଃ କାଶ୍ମୀର ବ୍ରାହ୍ମଣ। ଏଣୁ ସେ ସବୁବେଳେ କହୁଥିଲେ ଯେ ମୋ ପାଖରେ ଅଛି  କାଶ୍ମୀର ବ୍ରାହାଣର ମସ୍ତିଷ୍କ ଓ ଇସ୍ଲାମର ହୃଦୟ। ସେ ସେତେବେଳେ ଚାଲିଥିବା ରାଷ୍ଟ୍ରୀୟ ଆନ୍ଦୋଳନର ପରିବେଶରୁ ଶିକ୍ଷା ଲାଭ କରିଥିଲେ। ଲାହୌରରୁ ଦର୍ଶନ ଶାସ୍ତ୍ରରେ ସ୍ନାତକୋତ୍ତର ପଢ଼ିଥିଲେ। ଛାତ୍ର ବେଳୁ ସେ ଉଭୟ ଚିନ୍ତକ ଓ ଶାୟର ଥିଲେ। ଲାହୌରରେ ତାଙ୍କର ସାଙ୍ଗ ଥିଲେ ତିରଥରାମ (ସ୍ୱାମୀ ରାମତୀର୍ଥ) ଓ ମହାନ କ୍ରାନ୍ତିକାରୀ ହରଦୟାଲ। ତେଣୁ ସ୍ୱାଭାବିକ ଭାବରେ ତାଙ୍କ ଭାବ ଭାବନାରେ ରାଷ୍ଟ୍ରୀୟ ବିଚାରର ଉନ୍ମେଷ ହେଉଥିଲା। ସେ ମଧ୍ୟ ସେହି ଭାବଭୂମିର କବିତାମାନ ରଚନା କଲେ। 'ତରାନା-ଏ-ହିନ୍ଦ' ଭଳି ପ୍ରସିଦ୍ଧ କବିତା ସେ ରଚନା କଲେ। ତାଙ୍କ ଲିଖିତ 'ସାରେ ଜହାଁ ସେ ଅଚ୍ଛା ହିନ୍ଦୋସ୍ତାଂ ହମାରା' ଶୀର୍ଷକ ଗୀତ ସାରା ଦେଶରେ ପ୍ରସିଦ୍ଧି ଅର୍ଜନ କଲା। ପରବର୍ତ୍ତୀ ସମୟରେ ଏହି ଗୀତ ରାଷ୍ଟ୍ରଗୀତ ରୂପେ ପ୍ରତିଷ୍ଠିତ ହୋଇଛି। 'ନୟା ଶିବାଲା' ରେ ସେ ଲେଖିଛନ୍ତି -

ମିଟ୍ଟୀ କୀ ମୂରତୋ ମେ ସମଝା ହୈ ତୁ ଖୁଦା ହୈ।
ଖୋକେ-ବତନ କା ମୁଝକୋ ହର ଜର୍ରା ଦେବତା ହୈ।।

ଅର୍ଥାତ୍ ୧୯୦୨-୧୯୦୫ ପର୍ଯ୍ୟନ୍ତ ତାଙ୍କର ସମସ୍ତ ଶାୟାରୀରେ ରାଷ୍ଟ୍ରୀୟ ଚେତନାର ଝଲକ ରହିଛି।

କ୍ରମଶଃ...

୨୦. ୮. ୧୮

Sunday, 19 August 2018

*ହିନ୍ଦୁ ସିଦ୍ଧାନ୍ତ....*

ଯେମିତି ବର୍ତ୍ତମାନ ଜୀବନର ପ୍ରବୃତ୍ତିଗୁଡ଼ିକୁ ଅତୀତର ଜ୍ଞାନପୂର୍ବକ କରାଯାଇଥିବା ପ୍ରଚେଷ୍ଟା ଦ୍ୱାରା ବୁଝା ଯାଇଛି ସେଥିରେ ଭାରତବର୍ଷର ପୁନର୍ଜନ୍ମବାଦୀ ଓ ବର୍ତ୍ତମାନର ବିକାଶବାଦୀ ଏକମତ ଅଟନ୍ତି। ଅନ୍ତର କେବଳ ଏତିକି ଯେ ହିନ୍ଦୁମାନେ ଆଧ୍ୟାତ୍ମବାଦୀ ହୋଇଥିବାରୁ ସେମାନଙ୍କୁ ଜୀବାତ୍ମାର ଜ୍ଞାନ ପ୍ରଚେଷ୍ଟା ଦ୍ୱାରା ବୁଝାଇଥାନ୍ତି ଓ ବିକାଶବାଦୀମାନେ ଯେଉଁମାନେ ଭୌତିକତାରେ ବିଶ୍ୱାସ କରନ୍ତି ସେମାନଙ୍କୁ ପିତାଙ୍କ ଠାରୁ ପୁତ୍ରକୁ ଆସୁଥିବା ଆନୁବଂଶିକ ସଂକ୍ରମଣ ଦ୍ୱାରା ବୁଝାଯାଇଥାଏ। ଯିଏ ଶୁନ୍ୟଠୁ ଉତ୍ପତ୍ତି ହେବାର ସିଦ୍ଧାନ୍ତକୁ ମାନନ୍ତି ସେମାନଙ୍କ କଥା କେହି ଗ୍ରହଣ କରନ୍ତି ନାହିଁ।

ଏବେ ବିବାଦ କେବଳ ପୁନର୍ଜନ୍ମବାଦୀ ଓ ଭୌତିକବାଦୀ ମାନଙ୍କ ଭିତରେ ରହିଲା। ପୁନର୍ଜନ୍ମବାଦୀ ଲୋକ ମାନନ୍ତି ଯେ ସବୁ ଅନୁଭବ ପ୍ରବୃତ୍ତି ରୂପେ ଅନୁଭବ କରୁଥିବା ଜୀବାତ୍ମାରେ ସଂଗୃହୀତ ହୋଇ ରହୁଥାଏ ଓ ତାହା ଅବିନାଶୀ ଜୀବାତ୍ମାର ପୁନର୍ଜନ୍ମ ଦ୍ୱାରା ସଂକ୍ରମିତ ହୁଏ। ଭୌତିକବାଦୀମାନେ ସବୁ କର୍ମଗୁଡ଼ିକର ଆଧାର - ବୀଜାଣୁଙ୍କ କୋଷ ଦ୍ୱାରା ତାହାର ସଂକ୍ରମଣର ସିଦ୍ଧାନ୍ତକୁ ମାନନ୍ତି।

ଏହିପରି ଆମପାଇଁ ପୁନର୍ଜନ୍ମର ସିଦ୍ଧାନ୍ତ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଯାଏ। କାରଣ ପୁନର୍ଜନ୍ମର ଓ ବୀଜାଣୁ ଦ୍ୱାରା ଆନୁବଂଶିକ ସଂକ୍ରମଣ ମଧ୍ୟରେ ଯେଉଁ ବିବାଦ ଅଛି ତାହା ଯଥାର୍ଥରେ ଆଧ୍ୟାତ୍ମିକତା ଓ ଭୌତିକତାର ବିବାଦ ଅଟେ। ଯଦି ବୀଜାଣୁ ଦ୍ଵାରା ଆନୁବଂଶିକ ସଂକ୍ରମଣ ସମସ୍ୟାକୁ ସମାଧାନ କରିବା ପାଇଁ ପୂର୍ଣ୍ଣତଃ ପର୍ଯ୍ୟାପ୍ତ ତେବେ ତ ଭୌତିକତା ହିଁ ଅପରିହାର୍ଯ୍ୟ ଓ ଆତ୍ମା ର ସିଦ୍ଧାନ୍ତ ର କୌଣସି ଆବଶ୍ୟକତା ନାହିଁ। ଯଦି ତାହା ପର୍ଯ୍ୟାପ୍ତ ନୁହେଁ ତେବେ ପ୍ରତ୍ୟେକ ଆତ୍ମା ନିଜ ସହିତ ଏଇ ଜନ୍ମରେ ନିଜ ଅତୀତର ଅନୁଭବକୁ ନେଇ ଆସିଥାଏ ଏହି ସିଦ୍ଧାନ୍ତ ପୂର୍ଣ୍ଣତଃ ସତ୍ୟ ଅଟେ। ପୁନର୍ଜନ୍ମ ବା ଭୌତିକତା - ଏହି ଦୁଇ ଭିତରୁ କୌଣସି ଗୋଟିକୁ ମାନିବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ। ପ୍ରଶ୍ନ ହେଉଛି ଆମେ କାହାକୁ ମାନିବା ?

୧୯. ୮. ୧୮