ମାନିବା ? ଏହି ପ୍ରସଙ୍ଗରେ ସ୍ୱାମୀ ବିବେକାନନ୍ଦଙ୍କ କଥା ଏଠାରେ ବିଚାରଣୀୟ। ଥରେ ସେ ପ୍ରବାସରେ ଥିଲେ। ଗୋଟିଏ ସ୍ଥାନରେ ଜଣେ ବ୍ୟକ୍ତି ତାଙ୍କୁ କହିଲେ - ପୁରାଣରେ କୁହାଯାଇଛି ଯେ ଅମୁକ ରାଜାର ଷାଠିଏ ହଜାର ପୁତ୍ର ଥିଲେ, ଅମୁକ ରାଜା ହଜାର ବର୍ଷ ପର୍ଯ୍ୟନ୍ତ ରାଜ୍ୟ ଚଳାଇଥିଲେ। ଏ ସବୁ କଥା ଜୈବିକ ଦୃଷ୍ଟିରୁ ଅବ୍ୟାବହାରିକ ଲାଗୁଛି। ଏହାର ଉତ୍ତରରେ ସ୍ୱାମୀଜୀ କହିଲେ, ଅନେକ କଥା ରୂପକ ଆକାରରେ କୁହାଯାଏ। ଏଣୁ ଯେବେ ଏପରି ପ୍ରସଙ୍ଗ ଆସେ ତାହେଲେ ଦେଖିବା ସବୁ ପୁରାଣର ମୂଳ ହେଉଛି ବେଦ। ବେଦରେ କୁହାଯାଇଛି - "ପଶ୍ୟୈମ ଶରଦଃ ଶତମ୍" ଅର୍ଥାତ୍ ଶହେ ବର୍ଷ ପର୍ଯ୍ୟନ୍ତ ଦେଖ। ଏ ରୁଚାରେ ମନୁଷ୍ୟର ବୟସ ଶହେ ବର୍ଷ ବୋଲି କୁହାଯାଇଛି। କିଛି ବ୍ୟତିକ୍ରମ ହୋଇପାରେ। କିନ୍ତୁ ବ୍ୟତିକ୍ରମ ନିୟମ ନୁହେଁ। ତେଣୁ କିଛି ସନ୍ଦର୍ଭରେ ଦୁଇ ବିପରୀତ ମତ ହୋଇଗଲେ ଯେପରି ତଳ ଅଦାଲତର ନିର୍ଣ୍ଣୟ ଉପର ଅଦାଲତରେ କଟିଯାଏ, ସେହିପରି ବେଦର ପ୍ରମାଣ ବାକି ସବୁକୁ କାଟିଦିଏ। ମହର୍ଷି ଦୟାନନ୍ଦ ସରସ୍ବତୀ ବେଦର ରୁଚା ଦ୍ୱାରା ଏହା ପ୍ରମାଣିତ କରିଛନ୍ତି ଯେ ବେଦଜ୍ଞାନ ଉପରେ ସମସ୍ତଙ୍କର ସମାନ ଅଧିକାର ରହିଛି।
ଏହାକୁ ସେ ଯଜୁର୍ବେଦର ୨୬ ଅଧ୍ୟାୟର ଦ୍ଵିତୀୟ ମନ୍ତ୍ର ଦ୍ଵାରା ସ୍ପଷ୍ଟ କରିଛନ୍ତି -
ୟଥେମାଂ ବାଚଂ କଲ୍ୟାଣୀମାବଦାନି ଜନେଭ୍ୟଃ
ବ୍ରହ୍ମା ରାଜନ୍ୟାଭ୍ୟାଂ ଶୂଦ୍ରାୟ ଚାର୍ଯ୍ୟାୟ ଚ ସ୍ବାୟ ଚାରଣାୟ ଚ।
ପ୍ରିୟୋ ଦେବାନାଂ ଦକ୍ଷିଣାୟୈ ଦାତୁରିହ ଭୂୟାସମୟଂ ମେ କାମଃ
ସମୁଧ୍ୟତାମୁପ ମାଦୋ ନମତୁ ( ଯଜୁର୍ବେଦ ୨୬/୨ )
ଅର୍ଥାତ୍ ଯେପରି ଏହି କଲ୍ୟାଣୀ ବାଣୀକୁ ମନୁଷ୍ୟଙ୍କ ପାଇଁ ମୁଁ କହିଛି ସେହିପରି ବ୍ରାହ୍ମଣ, କ୍ଷତ୍ରିୟ, ଶୂଦ୍ର, ବୈଶ୍ୟ, ସ୍ତ୍ରୀ ଏବଂ ଅନ୍ୟ ଲୋକଙ୍କ ପାଇଁ ତୁମେ କୁହ। ଏହିପରି ବିଦ୍ୟା ଦାନରେ ମୁଁ ଦେବତା ମାନଙ୍କର ପ୍ରିୟ ହୁଏଁଁ। ମୋତେ ପରୋକ୍ଷ ସୁଖ ମିଳୁ। ମୋର ସବୁ କାମନା ପୂର୍ଣ୍ଣ ହେଉ।
ପରେ ସ୍ବାମୀ ବିବେକାନନ୍ଦ ଏହି ରୁଚାର ଉଦାହରଣ ଦେଇ ବେଦଜ୍ଞାନ ଉପରେ ସମସ୍ତଙ୍କର ଅଧିକାର ଅଛି ବୋଲି କହିଛନ୍ତି।
୩.୧୧.୧୯

No comments:
Post a Comment