Wednesday, 28 February 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
   *ଆଜି ଫାଲ୍ଗୁନ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି*
          *କୁମ୍ଭ ୧୬ ଦିନ, ଅଶ୍ଳେଷା ନକ୍ଷତ୍ର*
          *କର୍କଟଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
           *ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ଫେବୃଆରୀ ମାସ ୨୮ ତାରିଖ*
             🌾 *ବୁ ଧ  ବା   ର* 🌾⛳ 
   
       📣⛳🙏🚩🇮🇳🏹🔱🕉
     
   🌺🌴 [] []  *ସାହିତ୍ୟ ପ୍ରସାଦ* [] [] 🐚♻
    
        *ପଦ୍ମପତ୍ରରେ 'ଜଳ'*
        *'ହୀରା' ପରି ଦିଶେ*
                       *କିନ୍ତୁ*
                    *ସ୍ବର୍ଣ୍ଣ ପାତ୍ରରେ ନୁହେଁ*
              
                 *ଠିକ୍ ସେହିପରି*
            
            *ପବିତ୍ର ଲୋକଠାରେ*
                *ବିଦ୍ଯା କାମଦିଏ*
                       *ଅପବିତ୍ର ପାଖରେ ନୁହେଁ*  ❗
       
         ➖ _*ଅଚ୍ୟୁତାନନ୍ଦ ଙ୍କ ପଦ୍ମକଳ୍ପ ମାଳିକା*_
   🌼🌼🌼🌼🌼🌼🌼🌼🌼
           🌲 *ବନ୍ଦେ ଉତ୍କଳ ଜନନୀ* 🌳
             *ଜୟଜୟ ଶ୍ରୀ ଜଗନ୍ନାଥ*
     🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

*ଦୁଇ ମହାକାବ୍ୟର ସାରାଂଶ*

ସ୍ୱର୍ଗଲୋକରେ ଯୁଧିଷ୍ଠିରଙ୍କ ନର୍କଦର୍ଶନାଦି ଅନ୍ୟ କତିପୟ ପରୀକ୍ଷା ହୋଇଛି। ତା'ପରେ ସେ ସୁରଗଙ୍ଗାରେ ସ୍ନାନ କରି ନିର୍ଜର ଦେହ ଧାରଣ କରିଛନ୍ତି। ଅମରତ୍ୱ ପ୍ରାପ୍ତ କରିଥିବା  ଭାଇମାନଙ୍କ ସହ ତାଙ୍କର ସ୍ନେହ ମିଳନ ହୋଇଛି। ସମସ୍ତେ ସେଠାରେ ପରମାନନ୍ଦ ପ୍ରାପ୍ତ କରିଛନ୍ତି।

ଏହିପରି ମହାଭାରତର ଉଚ୍ଚ ଭାବାତ୍ମକ ମହାକାବ୍ୟରେ 'ଧର୍ମର ଜୟ ଓ ଅଧର୍ମର ପରାଜୟ' ପ୍ରତିପାଦିତ ହେବା ପରେ ବିଷୟ ସମାପ୍ତ ହୋଇଛି।

ଏହି ବକ୍ତୃତା ସ୍ୱାମୀଜୀ ୩୧. ୧. ୧୯୦୦ ଓ ୧.୨.୧୯୦୦ରେ ଆମେରିକାରେ ଦେଇସାରିବା ବେଳେ ଉପସଂହାରରେ କହିଥିଲେ -

ଉପସଂହାରରେ ମୋ ପାଇଁ ମହାପ୍ରତିଭା ଓ ପରମ ବିଦବତା ସମ୍ପନ୍ନ ମହର୍ଷି ବ୍ୟାସଙ୍କ ଦ୍ୱାରା ବର୍ଣ୍ଣିତ ସେହି ଅସଂଖ୍ୟ ମହାମହିମାମୟ ଉନ୍ନତ ଓ ଉଦ୍ଦାତ୍ତ ମହାପୁରୁଷଙ୍କ ଜୀବନୀ ଉଲ୍ଲେଖ କରିବା ନିତାନ୍ତ ଅସମ୍ଭବ। ଧର୍ମଭୀରୁ କିନ୍ତୁ ବୃଦ୍ଧ, ଅନ୍ଧ ଓ ନିର୍ବଳ ଧୃତରାଷ୍ଟ୍ରଙ୍କ ହୃଦୟରେ ଚାଲୁଥିବା ପୁତ୍ରପ୍ରେମ ଓ କର୍ତ୍ତବ୍ୟର ଦ୍ବନ୍ଦ୍ୱ, ପିତାମହ ଭୀଷ୍ମଙ୍କ ଉଦ୍ଦାତ୍ତ ଓ ଉନ୍ନତ ଚରିତ୍ର, ମହାରାଜ ଯୁଧିଷ୍ଠିରଙ୍କ ଉଦାର ତଥା ଧାର୍ମିକ ସ୍ଵଭାଵ ଓ ତାଙ୍କ ଚାରି ଭାଇଙ୍କ ଉନ୍ନତ ଚରିତ୍ର, ସ୍ୱାମୀ ନିଷ୍ଠା ଓ ଅବର୍ଣ୍ଣନୀୟ ବୀରତା, ମାନବୀୟ ଜ୍ଞାନର ଚରମ ସୀମାକୁ ପ୍ରାପ୍ତ କରିଥିବା ଶ୍ରୀକୃଷ୍ଣଙ୍କ ଅଦ୍ଵିତୀୟ ବ୍ୟକ୍ତିତ୍ୱ, ମହାସତୀ ତପସ୍ୱିନୀ ରାଣୀ ଗାନ୍ଧାରୀ, ପୁତ୍ର ବତ୍ସଳ କୁନ୍ତୀ, ପତି ପରାୟଣା ଓ ସର୍ବସହିଷ୍ଣୁ ଦ୍ରୌପଦୀ ଆଦି ରମଣୀଙ୍କ ଚରିତ୍ର - ଯାହା ପୁରୁଷ ମାନଙ୍କଠାରୁ କୌଣସି ଗୁଣରେ କମ୍ ନୁହେଁ -
ତଥା ଏଇ ମହାଗ୍ରନ୍ଥ ଓ ରାମାୟଣର ଅଗଣିତ ଚରିତ୍ରର ନାୟକ ବିଗତ ହଜାର ହଜାର ବର୍ଷ ହେଲା ସମଗ୍ର ହିନ୍ଦୁ ସମାଜର ଯତ୍ନରେ ସଞ୍ଚିତ ରାଷ୍ଟ୍ରୀୟ ସମ୍ପତ୍ତି ହୋଇ ରହିଛି ଓ ସେମାନଙ୍କ ବିଚାର କର୍ତ୍ତବ୍ୟାକର୍ତ୍ତବ୍ୟ ତଥା ନୀତି ସମ୍ବନ୍ଧୀୟ ସିଦ୍ଧାନ୍ତର ଆଧାର ଶିଳା ହୋଇ ରହିଛି।  ଯଥାର୍ଥରେ ରାମାୟଣ ଓ ମହାଭାରତ ପ୍ରାଚୀନ ହିନ୍ଦୁ ଜୀବନ ଓ ବୁଦ୍ଧିମତ୍ତାର ଏପରି ଦୁଇଟି ଜ୍ଞାନର ଭଣ୍ଡାର, ଯେଉଁଥିରେ ଏପରି ଏକ ଉନ୍ନତ ସଭ୍ୟତାର ଚିତ୍ର ଅଙ୍କିତ ହୋଇଛି, ଯାହାକୁ ଏବେ ମଧ୍ୟ ମାନବ ଜାତିକୁ ପ୍ରାପ୍ତ କରିବାକୁ ପଡ଼ିବ।

୨୮. ୨. ୧୮

Tuesday, 27 February 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
   *ଆଜି ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥି*
          *କୁମ୍ଭ ୧୫ ଦିନ, ପୁନର୍ବସୁ ନକ୍ଷତ୍ର*
          *କର୍କଟ ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
           *ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ଫେବୃଆରୀ ମାସ ୨୭ ତାରିଖ*
             🌾 *ମ ଙ୍ଗ ଳ ବା   ର* 🌾⛳ 
      🌺🌴 [] []  *ସାହିତ୍ୟ ପ୍ରସାଦ* [] [] 🐚♻
        *ଏ ତ_ନ_ଯୋଗାଏ_ଆଉ _ଦାନାକନା*
        *ଯେଣୁ ଉତ୍ସୁକ ହେବେ ପରିଜନ*
         ଟିକେ ଆଶ୍ବାସ ଲାଗି ଜୀବନରେ
          *ତାରେ ମଣେ ମୁଁ ସବୁଠୁଁ ପ୍ରିୟଧନ |*

         ଆଜି ଯିଏ ପଛେ ମୋତେ ଯାହା କହୁ
         ମୁଁ ତ ନଈ ସୁଅ ପରି ବହି ଯିବି
          ଏଇ ରସଟିକ ପାଇଁ ଯେତେ ଝଡ଼
         ସୁଖେ ହସିହସି ସବୁ ସହିଯିବି!

         ସେ ମୋ ସବୁ ବେଦନାର ପ୍ରଲେପନ
          ସେ ମୋ ସବୁ ଦୁଃଖର ଗଉରବ
          ସେ ଯେ ରକ୍ତ ନିଦାଘ ବନାନୀର
          ନବ ମେଘ ମହ୍ଲାର କଳରବ

          ମୁଁ ଯେ ବଖାଣି ନ ପାରେ ଯେତେ ଖୁସି
         ସିଏ ଢାଳି ଦିଏ ମୋର ବୁକୁ ତଳେ
         ଏକ ବତାସୀ ମୁହଁର ଶିଖାପରି
         ମୋର *କବିତା ପ୍ରଦୀପ*ଆଜି ଜଳେ!
        ➖ _*କବି  ବିଦ୍ୟୁତ୍ ପ୍ରଭା ଦେବୀ*_
  ➖➖➖➖➖➖➖➖➖➖
       🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

*ସ୍ଵର୍ଗାରୋହଣ - ୨*

ଏବେ ଯୁଧିଷ୍ଠିର ଚାରିଆଡ଼କୁ ଦେଖିଲେ, ତାଙ୍କ ସାଙ୍ଗରେ କେବଳ ସେହି କୁକୁର ହିଁ ଥିଲା। ସେ ତାକୁ କହିଲେ, "ବତ୍ସ, ରଥରେ ଚଢ଼।"
ଏହାଶୁଣି ଇନ୍ଦ୍ର ଚକିତ ହୋଇଗଲେ। ସେ କହିଲେ,  "କଣ ଏଇ ଅଧମ କୁକୁର ରଥ ଉପରେ ବସିବ ? ମହାରାଜ ଆପଣ କଣ ଏଠାରେ ପହଞ୍ଚି ବିଚାର ଶକ୍ତି ସବୁ ହରାଇ ଦେଲେ କି ? କଣ ହେଇଛି ଆପଣଙ୍କର ?
ଏ କୁକୁରକୁ ବିଦା କରିଦିଅନ୍ତୁ। ଇଏ କେମିତି ସ୍ଵର୍ଗକୁ ଯିବ ?
ମହାରାଜ, ଆପଣ ହେଉଛନ୍ତି ମନୁଷ୍ୟ ଜାତିରେ ସର୍ବଶ୍ରେଷ୍ଠ ଧାର୍ମିକ ଲୋକ। ତେଣୁ କେବଳ ଆପଣ ହିଁ ସଶରୀରେ ସ୍ୱର୍ଗ ଗମନ କରିପାରିବେ।"

ଇନ୍ଦ୍ରଙ୍କ ଠାରୁ ଏଇ କଥା ଶୁଣି ଯୁଧିଷ୍ଠିର ଶାନ୍ତ ଚିତ୍ତରେ କହିଲେ, "ଏଇ କୁକୁରଟି ପ୍ରବଳ ଥଣ୍ଡା ଓ ଶୀତରେ ମୋ ସହ ଚାଲିଛି। ମୋର ଚାରି ଭାଇ ଜଣ ଜଣ କରି ଦେହ ତ୍ୟାଗ କରିଦେଲେ। ମହାରାଣୀ ଦ୍ରୋପଦୀ ମଧ୍ୟ ମୋ ସହ ଆସିବାକୁ ସକ୍ଷମ ହେଲେ ନାହିଁ, କିନ୍ତୁ ଏହି ସ୍ୱାମୀଭକ୍ତ କୁକୁର କେବେ ବି ମୋତେ ଛାଡ଼ି କୁଆଡ଼େ ଯାଇ ନାହିଁ। ତେଣୁ ମୁଁ କିପରି ତାକୁ ଏକୁଟିଆ ଏଠାରେ ଛାଡ଼ି ଦେଇଯିବି ?"

ଇନ୍ଦ୍ର କହିଲେ, "କୁକୁର ନେଉଥିବା ମନୁଷ୍ୟକୁ ସ୍ଵର୍ଗରେ ସ୍ଥାନ ମିଳିବ ନାହିଁ। ଏଥିପାଇଁ ଏ କୁକୁରକୁ ଆପଣ ଏଠାରେ ଛାଡ଼ି ଦେଇଯାନ୍ତୁ। ଏଥିରେ ଆପଣଙ୍କର କିଛି ଅଧର୍ମ ହେଇଯିବ ନାହିଁ।"

ଏହି କଥାରେ ଯୁଧିଷ୍ଠିର ଟିକେ ନିଷ୍ଠୁର ହୋଇ କହିଲେ, "ଯଦି ମୋର ଏଇ ବିଶ୍ୱାସୀ କୁକୁର ପାଇଁ ସ୍ଵର୍ଗରେ ସ୍ଥାନ ନାହିଁ, ତେବେ ସେହି ସ୍ୱର୍ଗ ଯିବାରେ ମୋର କିଛି ପ୍ରୟୋଜନ ନାହିଁ। ମୋ ଦେହରେ ପ୍ରାଣ ଥିବା ପର୍ଯ୍ୟନ୍ତ ମୁଁ ମୋର ସାଥୀକୁ ପରିତ୍ୟାଗ କରିଦେବାର ଚିନ୍ତା କରିପାରିବି ନାହିଁ। କାରଣ ସେ ମୋର ଆଶ୍ରୟରେ ଏତେ ବାଟ ଚାଲି ଆସିଛି। ସ୍ୱର୍ଗର ଆନନ୍ଦ ଅଥବା କୌଣସି ଦେବତାଙ୍କର ଆଦେଶ ମୋତେ ପଥ ଭ୍ରଷ୍ଟ କରିପାରିବ ନାହିଁ କିମ୍ବା ମୋତେ ଧର୍ମର ମାର୍ଗରୁ ବିଚ୍ୟୁତ କରିପାରିବ ନାହିଁ।"

ଏହା ଶୁଣି ସୁରରାଜ ଇନ୍ଦ୍ର କହିଲେ, "କେବଳ ଗୋଟିଏ ସର୍ତ୍ତରେ କୁକୁର ଆପଣଙ୍କ ସହିତ ଯାଇପାରିବ। ଆପଣ ନର ଶ୍ରେଷ୍ଠ। ଆପଣ ମନୁଷ୍ୟମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଧର୍ମପରାୟଣ ବ୍ୟକ୍ତି। କିନ୍ତୁ ଏହି କୁକୁର ଗୋଟେ ଅଧମ ଯୋନିରୁ ଜନ୍ମିତ ଏକ ମାଂସଭକ୍ଷୀ ପଶୁଟିଏ ମାତ୍ର। ଇଏ ପାପାତ୍ମା ଅଟେ। ଏହାର ଜୀବନ ହିଂସାରେ ପୂର୍ଣ୍ଣ ଅଟେ। ଆପଣ ଜଣେ ପୁଣ୍ୟାତ୍ମା ବ୍ୟକ୍ତି। ଆପଣ ଆପଣଙ୍କ ପୁଣ୍ୟସବୁ ତାକୁ ଦେଇ ଦିଅନ୍ତୁ।"

ମହାରାଜ ଯୁଧିଷ୍ଠିର କ୍ଷଣେ ମାତ୍ର ଚିନ୍ତା ନ କରି କହିଲେ, "ହେ ସୁରରାଜ ! ଆପଣଙ୍କ କଥାକୁ ମୁଁ ହୃଦୟର ସହ ସ୍ୱୀକାର କରୁଛି। ଆପଣ ତୁରନ୍ତ ଏଇ କୁକୁରକୁ ରଥରେ ବସେଇ ସ୍ୱର୍ଗକୁ ନେଇଯାନ୍ତୁ।"

ଯୁଧିଷ୍ଠିର ଏତିକି କହିବା ମାତ୍ରେ ସେ ସ୍ଥାନର ଦୃଶ୍ୟ ପରିବର୍ତ୍ତିତ ହୋଇଗଲା। ତାଙ୍କର ଏହି ଉଦ୍ଦାତ୍ତ ଓ ଉଦାର ଭାବ ଶୁଣି ସେହି କୁକୁରଟି ନିଜର ବାସ୍ତବ ରୂପ ପ୍ରକଟ କଲା।

ଯୁଧିଷ୍ଠିର ଦେଖିଲେ, ତାଙ୍କ ସମ୍ମୁଖରେ ସାକ୍ଷାତ ଧର୍ମରାଜ, ନ୍ୟାୟ ଓ ମୃତ୍ୟୁର ଦେବତା - ଯମ ଛିଡ଼ା ହୋଇଛନ୍ତି।

ଯମରାଜ ଯୁଧିଷ୍ଠିରଙ୍କୁ କହିଲେ, "ହେ ରାଜା, ଆପଣଙ୍କ ପରି ନିଃସ୍ୱାର୍ଥ ବ୍ୟକ୍ତି ଏ ପର୍ଯ୍ୟନ୍ତ ଏ ଭୂମଣ୍ଡଳରେ କେହି ଜନ୍ମି ନାହାନ୍ତି। ଏକ ସାମାନ୍ୟ କୁକୁର ପାଇଁ  ଜୀବନ ସାରା ଅର୍ଜିଥିବା ସମସ୍ତ ପୁଣ୍ୟକୁ ତ୍ୟାଗ କରିଦେବା ପାଇଁ ଆପଣ ଯେପରି ପ୍ରସ୍ତୁତ ହୋଇଗଲେ ତାହା ମୋତେ ମୁଗ୍ଧ କରିଛି।
ହେ ମହାରାଜ ! ଆପଣଙ୍କୁ ଜନ୍ମ ଦେଇ ଏ ବସୁଧା ଧନ୍ୟ ହୋଇଯାଇଛି। ଆପଣଙ୍କ ହୃଦୟ ପ୍ରାଣୀମାତ୍ରଙ୍କ ସ୍ନେହ ଓ କରୁଣାରେ ପ୍ଳାବିତ ହେଉଛି। ଏଥିପାଇଁ ଆପଣ ନିଜର ପୁଣ୍ୟ ପ୍ରଭାବ ଦ୍ୱାରା ଏଇ ସବୁ ଅନନ୍ତ ଆନନ୍ଦମୟ ଲୋକର ଉପାର୍ଜନ କରିସାରିଛନ୍ତି। ତେଣୁ ସ୍ୱର୍ଗଲୋକ ହିଁ ଆପଣଙ୍କ ପାଇଁ ଉପଯୁକ୍ତ ଧାମ ଅଟେ।"

ତା'ପରେ ମହାରାଜା ଯୁଧିଷ୍ଠିର ଇନ୍ଦ୍ର, ଯମ ଓ ଅନ୍ୟ ଦେବତାମାନଙ୍କ ସହିତ ରଥରେ ବସି ସ୍ଵର୍ଗାରୋହଣ କରିଛନ୍ତି।

କ୍ରମଶଃ....

୨୭. ୨. ୧୮

Monday, 26 February 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
   *ଆଜି ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି*
          *କୁମ୍ଭ ୧୪ ଦିନ, ଆର୍ଦ୍ରା ନକ୍ଷତ୍ର*
          *ମିଥୁନଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
           *ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ଫେବୃଆରୀ ମାସ ୨୬ ତାରିଖ*
             🌾 *ସୋ ମ ବା   ର* 🌾⛳ 
      🌺🌴 [] []  *ସାହିତ୍ୟ ପ୍ରସାଦ* [] [] 🐚♻
         *ଲେଖା ସବୁ ନିଶାତହୁଁ ବଡ଼ ନିଶା*
      ତାର ସୁଆଦ ଚାଖିଛି ଯିଏ ଥରେ
  ସେ କି ସହଜରେ ତାକୁ ପାରେ ଏଡ଼ି
     ଯେତେ ବାଧା ଆସୁ ପଛେ ଜୀବନରେ?

       ବଡ଼ ଛଟପଟ ସାରା ଜୀବନଟା
       ବାର ଛିଟିକୁଟି କାମ ପ୍ରାଣ ଖାଏ
       ସଦା ରୋଗ ଜଞ୍ଜାଳ ଅନଟନ
        ତହିଁ କବିତାକୁ କାହିଁ ବେଳପାଏ?

           ଆଜି ପୁଅ ଦିହ କାଲି ଝିଅ ପେଟ
         ଓଷା ବ୍ରତ ମହୋଛବ ବାରମାସ
         କାଳି କଲମର ଯେବେ ନୁହେଁ ଭେଟ
         ବୃଥା ଭାବନାର ବାରବାଟୀ ଚାଷ !

        *ଏ ତ_ନ_ଯୋଗାଏ_ଆଉ _ଦାନାକନା*
        *ଯେଣୁ ଉତ୍ସୁକ ହେବେ ପରିଜନ*
         ଟିକେ ଆଶ୍ବାସ ଲାଗି ଜୀବନରେ
          *ତାରେ ମଣେ ମୁଁ ସବୁଠୁଁ ପ୍ରିୟଧନ |*
        ➖ _*କବି  ବିଦ୍ୟୁତ୍ ପ୍ରଭା ଦେବୀ*_
  ➖➖➖➖➖➖➖➖➖➖
       🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

*ସ୍ଵର୍ଗାରୋହଣ - ୧*

ଧୀରେ ଧୀରେ ଯୁଧିଷ୍ଠିରଙ୍କ ରାଜ୍ୟ ଶାସନର ଛତିଶ ବର୍ଷ ଅତିବାହିତ ହୋଇଗଲା। ସେତେବେଳେ ତାଙ୍କ ପାଖରେ ଆଉ ଏକ ହୃଦୟ ବିଦାରକ ଖବର ଆସି ପହଞ୍ଚିଲା।  ତାହା ହେଲା ଶ୍ରୀକୃଷ୍ଣଙ୍କ ଦେହତ୍ୟାଗ। ତାଙ୍କର ମିତ୍ର ଓ ପରାମର୍ଶଦାତା ଥିଲେ ଶ୍ରୀକୃଷ୍ଣ। ପ୍ରଖ୍ୟାତ ତତ୍ତ୍ୱବେତ୍ତା ଯୋଗୀରାଜ ଶ୍ରୀକୃଷ୍ଣଙ୍କ ଦେହାନ୍ତ ହୋଇଗଲା। ଖବର ଶୁଣିବା ମାତ୍ରେ ଅର୍ଜୁନ ତୁରନ୍ତ ଯାଇ ଦ୍ୱାରକାରେ ପହଞ୍ଚିଲେ। ସେ ମଧ୍ୟ ସେଇ ଦୁଃଖଦ ଖବର ନେଇ ଫେରିଆସିଲେ ଯେ ଶ୍ରୀକୃଷ୍ଣ ଓ ସମସ୍ତ ଯାଦବ କାଳକବଳିତ ହୋଇଯାଇଛନ୍ତି। ସେତେବେଳେ ଦୁଃଖରେ ଅଧୀର ହୋଇ ମହାରାଜ ଯୁଧିଷ୍ଠିର ଓ ତାଙ୍କର ଅନ୍ୟ ଭାଇମାନେ ଭାବିବାକୁ ଲାଗିଲେ ଯେ ଏବେ ସେମାନଙ୍କର ମଧ୍ୟ ଏଇ ଦୁନିଆରୁ ବିଦାୟ ନେବାର ସମୟ ଉପଗତ। ରାଜ୍ୟଭାର ଅର୍ଜୁନଙ୍କ ନାତି ପରୀକ୍ଷିତକୁ ଦେଇ ମହାପ୍ରସ୍ଥାନ ପାଇଁ ସେମାନେ ହିମାଳୟକୁ ଚାଲିଲେ। ଏହା ସନ୍ନ୍ୟାସର ଏକ ବିଶେଷ ପ୍ରକାର ସ୍ଥିତି ଅଟେ। ବୃଦ୍ଧ ରାଜାମାନଙ୍କୁ ସନ୍ନ୍ୟାସ ଗ୍ରହଣ କରିବାର ପ୍ରଥା ଥିଲା। ପ୍ରାଚୀନ ଭାରତରେ ବୃଦ୍ଧାବସ୍ଥା ପ୍ରାପ୍ତ କରୁଥିବା ଯେ କୌଣସି ବ୍ୟକ୍ତି ସର୍ବସ୍ୱ ତ୍ୟାଗ କରି ସନ୍ନ୍ୟାସୀ ହୋଇ ଯାଉଥିଲେ। ଜୀବନ ପ୍ରତି ମମତା ଶୁନ୍ୟ ହୋଇ ଯିବାପରେ ସେମାନେ ନିର୍ଜଳ ଅନଶନ ବ୍ରତ ଧାରଣ କରି ହିମାଳୟକୁ ଚାଲିଯାଉଥିଲେ ଓ ଦେହାବସାନ ପର୍ଯ୍ୟନ୍ତ ଈଶ୍ୱର ଚିନ୍ତନ କରି କରି ଆଗକୁ ବଢ଼ି ଯାଉଥିଲେ।

ଏହି ସମୟରେ ଦେବତା ଓ ଋଷିଗଣ ଆସି ଯୁଧିଷ୍ଠିରଙ୍କୁ ସଶରୀରେ ସ୍ୱର୍ଗ ଯିବା ପାଇଁ ପରାମର୍ଶ ଦେଲେ। ଏଥିପାଇଁ ହିମାଳୟର ସର୍ବୋଚ୍ଚ ଶିଖର ପାର କରିବାକୁ ପଡ଼ିବ।  କାରଣ ହିମାଳୟର ସର୍ବୋଚ୍ଚ ଶିଖର ଦେଶରେ ସୁମେରୁ ପର୍ବତ ରହିଛି। ସେହି ପର୍ବତର ଶିଖରରେ ସ୍ୱର୍ଗ ଅବସ୍ଥିତ। କେହି ସେଠାକୁ ସ୍ୱଦେହରେ ପ୍ରବେଶ କରି ପାରନ୍ତି ନାହିଁ। ସେଠାରେ ଦେବତାମାନଙ୍କର ବାସସ୍ଥାନ ରହିଛି। କିନ୍ତୁ ଦେବତାମାନେ ଯୁଧିଷ୍ଠିରଙ୍କୁ ଆମନ୍ତ୍ରଣ କଲେ।

ଏଣୁ ପାଞ୍ଚଭାଇ ଓ ପତ୍ନୀ ଦ୍ରୌପଦୀ ବଳ୍କଳ ପରିଧାନ କରି ଯାତ୍ରା ଆରମ୍ଭ କଲେ। ବାଟରେ ଗୋଟିଏ କୁକୁର ତାଙ୍କ ସହ ଚାଲୁଥିଲା। ସେମାନେ ସବୁ ଆଗକୁ ଆଗକୁ ବଢ଼ି ଚାଲିଲେ। ସେମାନଙ୍କ କ୍ଲାନ୍ତ ଓ ବ୍ୟଥିତ ପାଦ ଉତ୍ତର ଦିଗରେ ବଢ଼ି ଚାଲିଥିଲା ଯେଉଁଠି ଗିରିରାଜ ହିମାଳୟ ନିଜର ଉନ୍ନତ ମସ୍ତକ ଉପରେ ଶୁଭ୍ର ହିମାଚ୍ଛାଦିତ ଶିଖରର ମୁକୁଟ ଧାରଣ କରି ଛିଡ଼ା ହୋଇଛି। ଏବେ ସେମାନଙ୍କୁ ସୁମେରୁ ଗିରି ମଧ୍ୟ ଦେଖାଗଲା।

ନିସ୍ତବ୍ଧତାପୂର୍ବକ ସେମାନେ ଶ୍ୱେତ ହିମ-ରାଶି ଉପରେ ଚାଲି ଯାଉଥିଲେ। ମହାରାଣୀ ଦ୍ରୌପଦୀ ଅବସନ୍ନ ହୋଇ ଭୂମି ଉପରେ ପଡ଼ିଗଲେ। ସେ ଆଉ ଉଠି ପାରିଲେ ନାହିଁ। ଭୀମ ଯୁଧିଷ୍ଠିରଙ୍କୁ ପଚାରିଲେ, "ମହାରାଜ ଦେଖନ୍ତୁ, ମହାରାଣୀ ପଡ଼ିଗଲେ।" ମହାରାଜଙ୍କ ଆଖିରୁ ଅଶ୍ରୁ ଝରୁଥିଲା, କିନ୍ତୁ ସେ ଆଉ ପଛକୁ ବୁଲି ଦେଖିଲେ ନାହିଁ। ସେ କେବଳ ଏତିକି କହିଥିଲେ, "ଆମେ ଆମର ପରମ ଆରାଧ୍ୟ ଶ୍ରୀକୃଷ୍ଣଙ୍କୁ ଭେଟିବା ପାଇଁ ଆତୁର ହୋଇ ଚାଲିଛନ୍ତି। ପଛକୁ ଦେଖିବାକୁ ସମୟ ନାହିଁ। ଆଗେଇ ଆସ।"
କିଛି ସମୟ ପରେ ଭୀମ ପୁଣି କହିଲେ, "ଦେଖନ୍ତୁ, ସହଦେଵ ମଧ୍ୟ ଭୂମିରେ ପଡ଼ିଗଲେଣି।" ମହାରାଜଙ୍କ ନୟନରୁ ପୁଣି ଅଶ୍ରୁର ବନ୍ୟା ଛୁଟିଲା, କିନ୍ତୁ ସେ ଅଟକିଲେ ନାହିଁ। ତାଙ୍କ ଓଠରୁ ସେହି ଆଦେଶ ବାହାରି ଆସୁଥିଲା - "ଆଗେଇ ଆସ, ଆଗେଇ ଆସ।"

ଏବେ କ୍ରମଶଃ ନକୁଳ, ଅର୍ଜୁନ ଓ ଭୀମଙ୍କର ମଧ୍ୟ ଦେହାବସାନ ହୋଇଗଲା। ଯୁଧିଷ୍ଠିର ଏକମାତ୍ର ଜୀବିତ ଥିଲେ। ସେ ଅବିରତ ଅବିଚଳିତ ଭାବରେ ଆଗେଇ ଚାଲିଥିଲେ ନିଜର ଇପ୍ସିତ ଲକ୍ଷ୍ୟକୁ ପ୍ରାପ୍ତ କରିବା ନିମିତ୍ତ। ଏବେ ସେ ପଛକୁ ବୁଲି ଦେଖନ୍ତି ତ ସେଇ ବିଶ୍ୱାସୀ କୁକୁରଟି କେବଳ ତାଙ୍କ ସହ ଚାଲିଛି। କେତେ ଖାଲ ଢିପ ପାର ହୋଇ ସେହି ଅନନ୍ତ ହିମରାଶି ଉପରେ ଚଢ଼ି ଚଢ଼ି ସେ ସୁମେରୁ ପର୍ବତରେ ପହଞ୍ଚିଗଲେ। ତାଙ୍କୁ ସ୍ୱର୍ଗର ସଙ୍ଗୀତ କର୍ଣ୍ଣଗୋଚର ହେଲା। ଧର୍ମନିଷ୍ଠ ରାଜାଙ୍କ ଉପରେ ଦେବତାମାନେ ଦେବପୁଷ୍ପମାନ ବୃଷ୍ଟି କରିବାକୁ ଲାଗିଲେ। କିଛି ସମୟ ଭିତରେ ଦେବତାମାନଙ୍କର ରଥ ତାଙ୍କ ପାଖରେ ପହଞ୍ଚିଗଲା ଓ ସୁରପତି ଇନ୍ଦ୍ର ରଥରୁ ଓଲ୍ହାଇ ମହାରାଜଙ୍କୁ ପ୍ରାର୍ଥନା କଲେ, "ହେ ନରଶ୍ରେଷ୍ଠ ! ଏଇ ରଥରେ ଆପଣ ବସନ୍ତୁ, ଆପଣଙ୍କୁ ସ୍ୱଦେହରେ ସ୍ୱର୍ଗ ଗମନ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି।"
କିନ୍ତୁ ନା, ଯୁଧିଷ୍ଠିର କହିଲେ, "ମୋର ସ୍ନେହର ଭାଇମାନେ ଓ ମହାରାଣୀ ଦ୍ରୌପଦୀ ନ ଆସିବା ଯାଏ ମୁଁ ଏହାକୁ ସ୍ୱୀକାର କରିପାରିବି ନାହିଁ।" ଇନ୍ଦ୍ର କହିଲେ, "ଆପଣଙ୍କ ଭାଇମାନେ ଆଗରୁ ପହଞ୍ଚି ଯାଇଛନ୍ତି।"

କ୍ରମଶଃ...

୨୬.୨.୧୮

Sunday, 25 February 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
   *ଆଜି ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଦଶମୀ ତିଥି*
          *କୁମ୍ଭ ୧୩ ଦିନ, ମୃଗଶିରା ନକ୍ଷତ୍ର*
          *ମିଥୁନଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
           *ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ଫେବୃଆରୀ ମାସ ୨୫ ତାରିଖ*
             🌾 *ର  ବି  ବା   ର* 🌾⛳ 
   
  🙏🙏🙏🙏🙏🙏🙏🙏🙏
     
   🌺🌴 [] []  *ସାହିତ୍ୟ ପ୍ରସାଦ* [] [] 🐚♻
         *ବହୁ ବହୁ ପଥ ପର୍ଯ୍ଯଟନେ*
          *ଶାନ୍ତି-ଅବଶ  ଯାହାର ପାଦ*
         *ଭାଲପଟେ ତାର ଝରଇ ନିତି*
        *ଲକ୍ଷ୍ମୀ ମାଆର ଆଶୀର୍ବାଦ!*

          *ବହୁତ ଗୁଣରେ ହେଲେହେଁ ଗୁଣୀ*
        *ଅଳସ ଯେ ଜନ ଧରଣୀପରେ*
       *ଜଗତରେ ତାର ଆଦର ନାହିଁ*
         *ଅସନ ତାହାର ଧରଣୀତଳେ  !*

         *ବିରାମ ବିହୀନ ଯାହାର ଗତି*
          *ଦେବତା ନିତ୍ଯ ସହାୟ ତାର*
        *ଆଗେଇ ଚାଲରେ କିଶୋର ପ୍ରାଣ*
                 *ଆଗେଇ ଚାଲ!*
        ➖ _*କବି ରାଧାମୋହନ ଗଡ଼ନାୟକ*_
   🌼🌼🌼🌼🌼🌼🌼🌼🌼
           🌲 *ବନ୍ଦେ ଉତ୍କଳ ଜନନୀ* 🌳
             *ଜୟଜୟ ଶ୍ରୀ ଜଗନ୍ନାଥ*
     🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

*ଯୁଦ୍ଧ ସରିଯିବା ପରେ*

ଯୁଦ୍ଧ ସରିଯିବା ପରେ ପ୍ରଚଣ୍ଡ ଯୋଦ୍ଧା ଭୀଷ୍ମ ପିତାମହ ଯିଏ ଅଠର ଦିନ ଭିତରୁ ମାତ୍ର ଦଶ ଦିନ ଯୁଦ୍ଧ କରିଥିଲେ, ଯିଏ ଶରଶଯ୍ୟାରେ ପଡ଼ି ରହିଥିଲେ, ତାଙ୍କଠାରୁ ଯୁଧିଷ୍ଠିର ରାଜାଙ୍କ କର୍ତ୍ତବ୍ୟ, ବର୍ଣ୍ଣାଶ୍ରମ ଧର୍ମ, ବିବାହ, ଦାନ ଆଦି ବିଷୟ ଉପରେ ପ୍ରାଚୀନ ଋଷିମାନଙ୍କର ମତ କ'ଣ ଥିଲା ଇତ୍ୟାଦି ଉପଦେଶ ଗ୍ରହଣ କଲେ। ସେ ଯୁଧିଷ୍ଠିରଙ୍କୁ ସାଂଖ୍ୟ ଓ ଯୋଗ ଦର୍ଶନର ଶିକ୍ଷାଦେଲେ। ଅନେକ ଉପାଖ୍ୟାନ ଯଥା ଋଷି, ମୁନି, ରାଜା ତଥା ଦେବତାମାନଙ୍କ ଜୀବନ ପ୍ରସଙ୍ଗ ସବୁ ଶୁଣାଇଲେ। ଏହି ଶିକ୍ଷାରେ ସେହି ଗ୍ରନ୍ଥର ପ୍ରାୟ ଏକ ଚତୁର୍ଥାଂଶ ଭାଗ ପୂର୍ଣ୍ଣ ହୋଇଛି। ଏହା ହିଁ ହିନ୍ଦୁମାନଙ୍କର ନୀତି, ବିଧି ଓ କର୍ତ୍ତବ୍ୟ ଶାସ୍ତ୍ରର ଭଣ୍ଡାର ଅଟେ।

ଏହା ଭିତରେ ଯୁଧିଷ୍ଠିର ରାଜ୍ୟାରୋହଣ କରିଛନ୍ତି। ବ୍ୟାସଦେବଙ୍କ ଆଦେଶ ଅନୁସାରେ ସେ ଅଶ୍ୱମେଧ ଯଜ୍ଞ କରିଛନ୍ତି; କିନ୍ତୁ ଭୀଷଣ ରକ୍ତପାତ, ଗୁରୁଜନ ଏବଂ ଆତ୍ମୀୟ ସ୍ୱଜନଙ୍କୁ ହରାଇଥିବାର ମହାନ ଦୁଃଖ ତାଙ୍କୁ ବ୍ୟଥିତ କରିଛି। ଏହା ତାଙ୍କ ମନକୁ ଉଦବେଳିତ କରିଛି। ଯୁଦ୍ଧ ପରେ ମହାରାଜ ଧୃତରାଷ୍ଟ୍ର ଚଉଦ ବର୍ଷ ପର୍ଯ୍ୟନ୍ତ ଶାନ୍ତି ଓ ସମ୍ମାନପୂର୍ବକ ଜୀବିତ ରହିଛନ୍ତି। ଯୁଧିଷ୍ଠିର ଆଦି ସମସ୍ତେ ତାଙ୍କୁ ପିତାର ସମ୍ମାନ ଦେଇଛନ୍ତି। ଏବେ ସେ ଯୁଧିଷ୍ଠିରଙ୍କୁ ସିଂହାସନ ଛାଡ଼ି ନିଜର ପତି ପରାୟଣା ରାଣୀ ଓ ପାଣ୍ଡବ ଜନନୀ କୁନ୍ତୀଙ୍କ ସହ ନିଜର ଶେଷ ଜୀବନ ଭଗବତ ଆରାଧନାରେ କାଟାଇବା ପାଇଁ ଅରଣ୍ୟକୁ ଚାଲିଯାଇଛନ୍ତି।

କ୍ରମଶଃ...

୨୫.୨.୧୮

Saturday, 24 February 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
   *ଆଜି ଫାଲ୍ଗୁନ ମାସ ଶୁକ୍ଳପକ୍ଷ ନବମୀ ତିଥି*
          *କୁମ୍ଭ ୧୨ ଦିନ, ରୋହିଣୀ ନକ୍ଷତ୍ର*
          *ବୃଷଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
           *ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ଫେବୃଆରୀ ମାସ ୨୪ ତାରିଖ*
             🌾 *ଶ  ନି  ବା   ର* 🌾⛳ 
   
  🙏🙏🙏🙏🙏🙏🙏🙏🙏
     
   🌺🌴 [] []  *ସାହିତ୍ୟ ପ୍ରସାଦ* [] [] 🐚♻
         କଳି ତ ସହଜେ ନିଦ୍ରା ଯାଏ
        ଦ୍ବାପର ବସଇ ନିଦ୍ରା ଛାଡ଼ି
     ତ୍ରେତା ଜାଗି ଉଠି ହୁଏରେ ଛିଡ଼ା
        ସତ୍ଯ ଚାଲଇ ଚରଣ ଚାଳି ଦୁର୍ନିବାର
             ଆଗେଇ ଚାଲରେ କିଶୋର ପ୍ରାଣ
                 ଆଗେଇ ଚାଲ!

ଯିଏ ଜଗତରେ ଗତିର ପ୍ରିୟ
      ଜଗତରେ ଯିଏ ଅଗ୍ରସର
           ଭାଗ୍ଯେ ତାହାର ଅଛଇ ମଧୁ
         ମିଷ୍ଟ ସରସ ଇଷ୍ଟ ଫଳ
        ଗଗନବିହାରୀ ସୂର୍ଯ୍ୟେ ଦେଖ
          ତନ୍ଦ୍ରା କି ଅଛି ନୟନେ ତାର
          ଆଗେଇ ଚାଲରେ ଆଗେଇ ଚାଲ
        ➖ _*କବି ରାଧାମୋହନ ଗଡ଼ନାୟକ*_
   🌼🌼🌼🌼🌼🌼🌼🌼🌼
           🌲 *ବନ୍ଦେ ଉତ୍କଳ ଜନନୀ* 🌳
             *ଜୟଜୟ ଶ୍ରୀ ଜଗନ୍ନାଥ*
     🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

*ଶ୍ରୀକୃଷ୍ଣ.*

ଏ କଥା ଆପଣମାନେ ମନେ ରଖିବା ଦରକାର ଯେ ଶ୍ରୀକୃଷ୍ଣଙ୍କ ଜୀବନ ଚରିତ୍ର ବର୍ଣ୍ଣନା କରାଯାଇଥିବା ଗ୍ରନ୍ଥଟି କେତେ ହଜାର ବର୍ଷ ତଳର ପୁରୁଣା ଗ୍ରନ୍ଥ ଅଟେ। ଆପଣମାନଙ୍କର ନାଜରଥ ନିବାସୀ ଯୀଶୁଖ୍ରୀଷ୍ଟଙ୍କର ଜୀବନ ଓ ଶ୍ରୀକୃଷ୍ଣଙ୍କ ଜୀବନ ଭିତରେ କିଛିଟା ସାମ୍ୟ ଅଛି। ରାଜକୁଳରେ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା। କଂସ ନାମରେ ଜଣେ ଅତ୍ୟାଚାରୀ ରାଜା ଥିଲା। ଭବିଷ୍ୟବାଣୀ ହୋଇଥିଲା ଯେ ତାଙ୍କ ଜାଗାରେ ଅମୁକ ବଂଶରେ ଜନ୍ମିତ ବ୍ୟକ୍ତି ରାଜା ହେବ।  ଏଥିପାଇଁ କଂସ ସେତେବେଳେ ଜନ୍ମ ନେଇଥିବା ସମସ୍ତ ବାଳକଙ୍କୁ ବଧ କରିବାପାଇଁ ଆଦେଶ ଦେଇଥିଲା। ଶ୍ରୀକୃଷ୍ଣଙ୍କ ପିତା ମାତାଙ୍କୁ ସେ କାରାଗୃହରେ ବନ୍ଦୀ କରି ରଖିଥିଲା। ସେହି କାରାଗୃହରେ ହିଁ ଶ୍ରୀକୃଷ୍ଣଙ୍କ ଜନ୍ମ ହେଲା। ସେ ଜନ୍ମ ହେବା ବେଳେ ପୂରା କାରାଗୃହ ଜ୍ୟୋତିର୍ମୟ ହୋଇ ଉଠିଲା। ନବଜାତ ବାଳକ କହିଲା, "ମୁଁ ସମ୍ପୂର୍ଣ୍ଣ ଜଗତର ଜ୍ୟୋତି ଅଟେ। ବିଶ୍ୱକଲ୍ୟାଣ ପାଇଁ ମୋର ଜନ୍ମ ହେଲା।"

ଆପଣ ଦେଖିବେ ଯେ ଶ୍ରୀକୃଷ୍ଣଙ୍କୁ ରୂପକ ସ୍ୱରୂପ ଗୋପାଳକ ରୂପେ କୁହାଯାଇଛି। ତାଙ୍କ ନାଁ ମଧ୍ୟ ଗୋପାଳ ବୋଲି ଦିଆଯାଇଛି। ସନ୍ଥମାନେ କହିଲେ, "ସାକ୍ଷାତ ଭଗବାନ ନରରୂପ ଧାରଣ କରି ଅବତୀର୍ଣ୍ଣ ହୋଇଛନ୍ତି।" ସେମାନେ ତାଙ୍କ ସ୍ତୁତି ଗାନ କରିବାକୁ ଲାଗିଲେ। ଶ୍ରୀକୃଷ୍ଣଙ୍କ ଜୀବନର ଅନ୍ୟ ଅଂଶ ସହିତ ଯୀଶୁଖ୍ରୀଷ୍ଟଙ୍କ ଜୀବନର ସାମ୍ୟ କିଛି ନାହିଁ।

ଶ୍ରୀକୃଷ୍ଣ ନୃଶଂସ ଓ କ୍ରୁର କଂସକୁ ପରାଭୂତ କଲେ। କିନ୍ତୁ କେବେ ବି ସିଂହାସନ ଆରୋହଣ କରି ରାଜା ହେବାର ଇଚ୍ଛା ତାଙ୍କ ମନରେ  ଆସିଲା ନାହିଁ। ତାଙ୍କର ଏଥିରେ ଟିକେ ବି ରୁଚି ନ ଥିଲା। ସେ କେବଳ ତାଙ୍କର କର୍ତ୍ତବ୍ୟ କରିଚାଲିଥିଲେ।

କ୍ରମଶଃ...

୨୪.୨.୧୮

Friday, 23 February 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
   *ଆଜି ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି*
          *କୁମ୍ଭ ୧୧ ଦିନ, କୃତ୍ତିକା ନକ୍ଷତ୍ର*
          *ବୃଷଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
           *ବସନ୍ତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ଫେବୃଆରୀ ମାସ ୨୩ ତାରିଖ*
             🌾 *ଶୁ  କ୍ର  ବା   ର* 🌾⛳ 
   
  🙏🙏🙏🙏🙏🙏🙏🙏🙏
     
   🌺🌴 [] []  *ସାହିତ୍ୟ ପ୍ରସାଦ* [] [] 🐚♻
         ବନ୍ଧନ ବାଧା ବିଘ୍ନ ଦଳି
        ଚରଣ ଯାହାର କରଇ ଗତି
        ମାଧବଋତୁର ପାଦପ ସମ
        ଶରୀର ତାହାର ସୌମ୍ୟ ଅତି

         ଗତିର ଛନ୍ଦେ ଧ୍ବଂସ ଭଜେ
         କଳୁଷ ଯାହା ବି ଥାଏରେ ତାର
         ଆଗେଇ ଚାଲରେ କିଶୋର ପ୍ରାଣ
         ଆଗେଇ ଚାଲ....

          ବସି ବସି ଯିଏ କାଟଇ କାଳ
        ବସି ଥାଏ ଜାଣି ଭାଗ୍ଯତାର
         ଉଠି ପୁଣି ଛିଡ଼ା ହୁଏ ଯେ ଯୁବା
             ଭାଗ୍ୟ ତାହାର ହୁଏରେ ଉଭା

             ଜଗତରେ ଯିଏ ସୁପ୍ତ
             ଭାଗ୍ଯ ତାହାର ଲୁପ୍ତ
      ଚରଣ ଯାହାର ଅଗ୍ରସର
               ଅଗ୍ରସର ଭାଗ୍ୟ ତାର
             ଆଗେଇ ଚାଲରେ କିଶୋର ପ୍ରାଣ
                 ଆଗେଇ ଚାଲ!
        ➖ _*କବି ରାଧାମୋହନ ଗଡ଼ନାୟକ*_
   🌼🌼🌼🌼🌼🌼🌼🌼🌼
           🌲 *ବନ୍ଦେ ଉତ୍କଳ ଜନନୀ* 🌳
             *ଜୟଜୟ ଶ୍ରୀ ଜଗନ୍ନାଥ*
     🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

*ଶ୍ରୀକୃଷ୍ଣ*

ଗୀତାର ମୂଳ ନାୟକ ହେଉଛନ୍ତି ଶ୍ରୀକୃଷ୍ଣ। ଯେଉଁଭଳି ଆପଣମାନେ ନାଜରଥର ଯୀଶୁ ଖ୍ରୀଷ୍ଟଙ୍କୁ ଈଶ୍ୱରଙ୍କ ସ୍ୱରୂପ ମାନି ତାଙ୍କୁ ଉପାସନା କରୁଛନ୍ତି, ସେଇଭଳି ହିନ୍ଦୁମାନେ ଏକ ଦୁଇ ନୁହେଁ, ଅନେକ ଅବତାରଙ୍କୁ ବିଶ୍ୱାସ କରିଥାନ୍ତି ଓ ଅର୍ଚ୍ଚନା କରିଥାନ୍ତି। ଏଇ ଅବତାର ରୂପେ ଭଗବାନ ବିଶ୍ୱର ଆବଶ୍ୟକତା ଅନୁସାରେ ଧର୍ମ ସଂସ୍ଥାପନ ଓ ଦୁଷ୍କୃତିକୁ ବିନାଶ କରିବାପାଇଁ ପୃଥିବୀରେ ବେଳେ ବେଳେ ପ୍ରକଟ ହେଇଥାନ୍ତି। ଭାରତରେ ପ୍ରତ୍ୟେକ ପନ୍ଥର ଜଣେ ଜଣେ ଅବତାର ଅଛନ୍ତି। ତାଙ୍କ ମଧ୍ୟରୁ ଶ୍ରୀକୃଷ୍ଣ ମଧ୍ୟ ଗୋଟିଏ ଅବତାର। ଭାରତବର୍ଷରେ ଅନ୍ୟ ଅବତାର ଅପେକ୍ଷା ଶ୍ରୀକୃଷ୍ଣଙ୍କ ଉପାସକ ସର୍ବାଧିକ। ସେମାନଙ୍କର ବିଶ୍ୱାସ ଯେ ଶ୍ରୀକୃଷ୍ଣ ହେଉଛନ୍ତି ପୂର୍ଣ୍ଣ ଅବତାର। ଯଦି ଏ ବିଷୟରେ କେହି ପ୍ରଶ୍ନ କରନ୍ତି ତେବେ ସେମାନେ ଉତ୍ତର ଦିଅନ୍ତି ଯେ ବୁଦ୍ଧ ଓ ଅନ୍ୟ ଅବତାରଙ୍କୁ ଦେଖନ୍ତୁ, ସେମାନେ କେବଳ ସନ୍ନ୍ୟାସୀ ଥିଲେ, ଗୃହସ୍ଥଙ୍କ ପ୍ରତି ତାଙ୍କ ହୃଦୟରେ କୌଣସି ସହାନୁଭୂତି ନ ଥିଲା। କିନ୍ତୁ କୃଷ୍ଣଙ୍କ ଜୀବନକୁ ଦେଖନ୍ତୁ - ପୁତ୍ର, ପିତା, ରାଜା - ସବୁ ଦୃଷ୍ଟିରୁ ସେ ମହାନ ଓ ଆଜୀବନ ସେ ନିଜର ଏଇ ମହାଶିକ୍ଷାକୁ ଆଚରଣ କରିଯାଇଛନ୍ତି -

କର୍ମଣ୍ୟକର୍ମ ଯଃ ପଶ୍ୟେଦ କର୍ମଣି ଚ କର୍ମ ଯଃ।
ସ ବୁଦ୍ଧିମାନ ମନୁଷ୍ୟେଷୁ ସ ଯୁକ୍ତଃ କୃତ୍ସନ କର୍ମକୃତ।।
(ଗୀତା ୪-୧୮)

ଯେଉଁ ମନୁଷ୍ୟ ପ୍ରବଳ କର୍ମଶୀଳତା ଭିତରେ ରହି ମଧ୍ୟ ନିଷ୍କର୍ମର ମଧୁର ଶାନ୍ତିକୁ ଉପଭୋଗ କରୁଥାଏ, ମହା ନିସ୍ତବ୍ଧତା ଭିତରେ ମଧ୍ୟ ଯିଏ ଅତ୍ୟନ୍ତ କର୍ମଶୀଳ ରହିପାରେ, ସେ ହିଁ ଜୀବନକୁ ଠିକ୍ ଭାବେ ଜାଣିଥାଏ।
ଶ୍ରୀକୃଷ୍ଣ ଏହି ସ୍ଥିତିକୁ ପ୍ରାପ୍ତ କରିବା ପାଇଁ ଉପାୟ ବତାଇଛନ୍ତି -
ଏହା ହେଉଛି ଅନାସକ୍ତି ଯୋଗ। ସବୁ ପ୍ରକାର କର୍ମ କର, କିନ୍ତୁ ସେଥିରେ ଆସକ୍ତ ହୁଅ ନାହିଁ। ତୁମେ ସବୁବେଳେ ନିର୍ବିକାର, ଶୁଦ୍ଧ ବୁଦ୍ଧ ଓ ମୁକ୍ତ ଆତ୍ମା ହୁଅ - ଅଲିପ୍ତ ଓ ସାକ୍ଷୀ ହୁଅ।
ଆମ ଦୁଃଖର ମୂଳ - କର୍ମ ନୁହେଁ, ଆସକ୍ତି।
ଉଦାହରଣ ସ୍ୱରୂପ ଯଦି ଆମେ ଅର୍ଥ କଥା ବିଚାର କରିବା ତେବେ କୋଟିପତି ହେବା ଭଲକଥା। କିନ୍ତୁ ଶ୍ରୀକୃଷ୍ଣ କହୁଛନ୍ତି -
ଅର୍ଥ ଉପାର୍ଜନ କର, ତା ପାଇଁ ପଡ଼ି ଉଠି ଲାଗ, କିନ୍ତୁ ତା ଉପରେ ଆସକ୍ତି ରଖ ନାହିଁ।
ଏଇ ସମାନ ଭାବ ସନ୍ତାନ, ପତ୍ନୀ, ପତି, କୁଟୁମ୍ବୀ, ଖ୍ୟାତି ଆଦି ସମ୍ବନ୍ଧରେ ରଖ। ଏ ସବୁ ତ୍ୟାଗ କରିବାର କିଛି କାରଣ ନାହିଁ। କେବଳ ସେଥିରେ ଆସକ୍ତ ହୁଅ ନାହିଁ। ଶ୍ରୀକୃଷ୍ଣଙ୍କ ନିଜ ଜୀବନ ତାଙ୍କର ଏହି ଉପଦେଶର ଏକ ଉଜ୍ଜ୍ୱଳ ଉଦାହରଣ ।

କ୍ରମଶଃ...

୨୩.୨.୧୮