Thursday, 27 February 2020
(୨୨)
Wednesday, 26 February 2020
(୨୧)
Tuesday, 25 February 2020
(୨୦)
Monday, 24 February 2020
(୧୯)
Tuesday, 18 February 2020
(୧୮)
*ବୈଜ୍ଞାନିକମାନେ ମଧ୍ୟ ଭେଦ ନିର୍ମାଣ କଲେ।*
ଏଇଭଳି ନୃଶଂସ ଆଚରଣକୁ ବିଜ୍ଞାନ ମଧ୍ୟ ସମର୍ଥନ କଲା। ଦୁର୍ଭାଗ୍ୟବଶତଃ ସେତେବେଳେ ଯେଉଁ ବିଜ୍ଞାନ ବିକଶିତ ହୋଇଥିଲା ଯଥା ଡାଲଟନଙ୍କ ପରମାଣୁ ବିଜ୍ଞାନ ତ ସାରା ବିଶ୍ୱକୁ ଏକ ଭୌତିକ ଦୁନିଆଁ ଭିତରେ ଆବଦ୍ଧ କରି ଦେଲା। ବିଜ୍ଞାନ ତ ଏହାକୁ କେବଳ ଭୌତିକ ଦୁନିଆର ରୂପ ଦେଲା। କିନ୍ତୁ ପରେ ଚାର୍ଲସ ଡାରଉଇନ ନାମରେ ଜଣେ ଜୀଵ ବିଜ୍ଞାନୀ ଏଥିରେ ଆଉ ଏକ ସିଦ୍ଧାନ୍ତ ଯୋଡ଼ି ଦେଲେ ଯେ "ଯିଏ ବଳଶାଳୀ ତାର ହିଁ ଏ ଦୁନିଆରେ ବଞ୍ଚିବାର ଅଧିକାର ଅଛି।" ସେଠିକାର ଲୋକେ ଏହାକୁ ଅସ୍ତ୍ର କରି ସାରା ଦୁନିଆକୁ ଅଧିକାର କରିବା ପାଇଁ ହତିଆର ବଳ ପ୍ରୟୋଗ କଲେ। ଯେତେବେଳେ ସେମାନେ ଭାରତକୁ ଆସିଲେ ସେତେବେଳେ ସେମାନେ ଏହି ନାରା ଦେଉଥିଲେ - Whiteman's burden ଅର୍ଥାତ୍ ଭଗବାନ ଆମକୁ ସମସ୍ତ କଳା ଓ ହଳଦିଆ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପଠାଇଛନ୍ତି। ଗୋରାମାନଙ୍କର ଏହିପରି ଅହଂକାର ଥିଲା।
ଥରେ ଡ. ରାଧାକୃଷ୍ଣନଙ୍କ ସହିତ ଜଣେ ଗୋରା ଲୋକ ଦିଲ୍ଲୀରେ କଥାବାର୍ତ୍ତା କରିବା ପାଇଁ ବସିଥିଲା। କଥା ହେବା ସମୟରେ ସେ କହିଲା ଭଗବାନଙ୍କର ଆମ ଉପରେ ବଡ଼ କୃପା ଅଛି। ସେ ଆମକୁ କେବଳ ଗୋରା କରିଛନ୍ତି। ବାକି ସମସ୍ତଙ୍କୁ ଅନ୍ୟ ରଙ୍ଗ ଦେଇଛନ୍ତି। ଡ. ରାଧାକୃଷ୍ଣନ ତାକୁ କହିଲେ କଥା ଏପରି ନୁହଁ। ପ୍ରକୃତ କଥା ହେଲା ଭଗବାନ ଯେତେବେଳେ ବିଶ୍ୱକୁ ସୃଷ୍ଟି କଲେ ସେତେବେଳେ ସେ ପ୍ରଥମେ ରୋଟିକୁ ଆଧାର କରିଦେଲେ। ପ୍ରଥମେ ଏହା ଠିକ୍ ଭାବେ ପ୍ରସ୍ତୁତ ହୋଇ ନ ଥିଲା। କଞ୍ଚା କଞ୍ଚା ରହି ଯାଇଥିଲା। କଞ୍ଚା ଥିଲା ବେଳେ ସେ ଏହାକୁ ୟୁରୋପକୁ ଦେଇ ଦେଲେ। ତା ପରେ ଦ୍ଵିତୀୟ ଥର ରୋଟି ପ୍ରସ୍ତୁତ କଲେ। ଏଥର ରୋଟି ଜଳିଗଲା। କଳା କଳା ହୋଇଗଲା। ସେ ତାକୁ ଆଫ୍ରିକୀୟ ଦେଶକୁ ଦେଇ ଦେଲେ। କିନ୍ତୁ ପରେ ବହୁ ଅନୁଭବ ଆଧାରରେ ଉତ୍ତମ ରୋଟି ପ୍ରସ୍ତୁତ କଲେ ଯାହା କଞ୍ଚା ନ ଥିଲା ଏବଂ ପୋଡ଼ି ବି ନ ଥିଲା। ସେ ଏହାକୁ ଭାରତକୁ ଦେଇଦେଲେ।
ଏଇ କଥୋପକଥନରୁ ଆମେ ହୃଦୟଙ୍ଗମ କରିବା ଯେ ଗୋରା ଲୋକମାନେ କେତେ ଅହଂକାରରେ ବଞ୍ଚି ଥିଲେ ! ବିଜ୍ଞାନ ମଧ୍ୟ ତାଙ୍କୁ ସମର୍ଥନ କରିଥିଲା। ଚାର୍ଲସ୍ ଡାରଉଇନ ଜଣେ ପ୍ରାମାଣିକ ବୈଜ୍ଞାନିକ ଥିଲେ। ନିଜ ବୈଜ୍ଞାନିକ ସିଦ୍ଧାନ୍ତ ଉପରେ ତାଙ୍କର ଅତୁଟ ଆସ୍ଥା ଥିଲା। ତଥାପି ଅଷ୍ଟ୍ରେଲିଆରେ, ସ୍କେଣ୍ଡେନବିୟାରେ, ଆମେରିକାରେ ଯେଉଁ ଗୋରା ଲୋକ ଯାଉଥିଲେ ଓ ଲକ୍ଷ ଲକ୍ଷ ଲୋକଙ୍କୁ ହତ୍ୟା କଲେ, ସେତେବେଳେ ଏଇ ଡାରଉଇନ କହୁଥିଲା ସାରା ବର୍ବର ଲୋକ ସଫା ହୋଇଯିବା ଉଚିତ। ସାରା ପୃଥିବୀରୁ ଏମାନଙ୍କ ନାମ ନିଶାନ ରହିବା ଉଚିତ ନୁହେଁ। ତାହେଲେ ଏଠାରେ ସଭ୍ୟତାର ଉଦୟ ହେବ। ଏହିଭଳି ସେ ଆନନ୍ଦିତ ହେଉଥିଲା। ଦୁନିଆରେ କେଉଁ ସଭ୍ୟ ମଣିଷ ଏପରି ନରହତ୍ୟା ଦେଖି ଖୁସି ହେବ ?
Monday, 17 February 2020
(୧୭)
*ସେମାନଙ୍କ ଆଚରଣ*
ପାଶ୍ଚାତ୍ୟର ବ୍ୟବହାର ଠିକ୍ ଓଲଟା। ପନ୍ଥ ଆଧାରରେ ସେଠାକାର ତିନିଟି ଯାକ ପନ୍ଥ ଯଥା ଇହୁଦୀ, ଖ୍ରୀଷ୍ଟିଆନ ଓ ମୁସଲମାନମାନେ ସମାଜକୁ ବିଶ୍ୱାସୀ ଓ ଅବିଶ୍ୱାସୀ ନାମରେ ଦୁଇ ଭାଗରେ ବାଣ୍ଟି ଦେଇଛନ୍ତି। ସେମାନଙ୍କ ମତରେ ବିଶ୍ୱାସୀଙ୍କୁ ସ୍ୱର୍ଗ ଯିବାର ଅଧିକାର ମିଳିବ ଓ ଅନ୍ୟମାନଙ୍କ ପାଇଁ ନର୍କର ରାସ୍ତା ଖୋଲା ଅଛି। ଏଥିପାଇଁ ପନ୍ଥ ନାଁ ରେ ସେଠାରେ ନିରନ୍ତର ରକ୍ତପାତ ହୋଇ ଆସିଛି। ଇହୁଦୀ ମତର ଗ୍ରନ୍ଥରେ ମୋସିସଙ୍କ ଆଦେଶର ଏହିପରି ବର୍ଣ୍ଣନା ରହିଛି -
ତାଙ୍କ ମତ ଅନୁସାର ମୂର୍ତ୍ତି ପୂଜକମାନଙ୍କ ଏବଂ ପଡ଼ୋଶୀ ରାଷ୍ଟ୍ରର ନର ସଂହାର କରାଗଲା। ଈଶ୍ୱରଙ୍କୁ ବିଶ୍ୱାସ କରୁଥିବା ଲୋକଙ୍କ ରାଜ୍ୟ ସ୍ଥାପନ କରାଗଲା। ମୋସିସ ଓ ତାଙ୍କର ଉତ୍ତରାଧିକାରୀ ଯହୋଵା କହିଲେ ଯେ ମୋତେ ଭଗବାନଙ୍କ ଆଦେଶ ମିଳିଛି ଏଠି ନଗରରେ ବସବାସ କରୁଥିବା ସମସ୍ତ ଲୋକ ଯଥା ମହିଳା, ଛୁଆପିଲା ଓ ପ୍ରତ୍ୟେକ ପ୍ରାଣୀଙ୍କ ହତ୍ୟା କରିବା ପାଇଁ। ସେ ସମସ୍ତଙ୍କୁ ହତ୍ୟା କରିଚାଲିଲେ। ତାହାକୁ ସେ ପବିତ୍ର ଈଶ୍ୱରୀୟ କାର୍ଯ୍ୟ ବୋଲି କହିଲେ। ଏ କଥା କହିବା ବାହୁଲ୍ୟ ଯେ ଇହୁଦୀ ସମାଜ ଏବେ ସୁସଭ୍ୟ ହୋଇଯାଇଛି। ପୁରୁଣା ଗ୍ରନ୍ଥକୁ ସେ ତ୍ୟାଗ କରିଛି। ଏବେ ତ ସେଠାରେ ସେ ପୁରୁଣା ଗ୍ରନ୍ଥର ଅର୍ଥ କିଛି ନାହିଁ। ଏବେ ସେଠାରେ ସମସ୍ତେ ପ୍ରଜାତନ୍ତ୍ରକୁ ଓ ବିଜ୍ଞାନକୁ ମାନୁଛନ୍ତି।
ଖ୍ରୀଷ୍ଟିଆନଙ୍କ କଥା ମଧ୍ୟ ଏହାଠୁ କିଛି ଅଲଗା ନାହିଁ। ଏମାନେ ଯେଉଁଠିକି ଗଲେ ରକ୍ତରଞ୍ଜିତ ଇତିହାସ ନିର୍ମାଣ କଲେ। ଆମେରିକାରେ ଯେତେବେଳେ ଏମାନେ ପ୍ରଥମେ ପହଞ୍ଚିଲେ ସେଠାରେ ଥିବା କିଛି ମାତ୍ର ଲୋହିତ ଭରତୀୟଙ୍କୁ ଛାଡ଼ି ବାକି ସବୁ ମୂଳ ବାସିନ୍ଦାଙ୍କୁ ହତ୍ୟା କଲେ। କୋଲମ୍ଵସ ଯେବେ ସେଠାରେ ପହଞ୍ଚିଲେ ତାର ଏକ ଶତାବ୍ଦୀ ଭିତରେ କେରେବିୟନ ଦ୍ବୀପ ସମୂହରେ ପ୍ରାୟ ଅଶୀ ଲକ୍ଷ ଲୋକଙ୍କର ଜଘନ୍ୟ ହତ୍ୟା ହେଲା। ଲେଟିନ ଆମେରିକା ଦେଶରେ ପନ୍ଦରଶ ଶତାବ୍ଦୀ ଶେଷ ଆଡ଼କୁ ସେଠିକାର ଜନସଂଖ୍ୟା ନଅ କୋଟି ଥିଲା। କୋଲମ୍ଵସ ପହଞ୍ଚିବା ପରେ କୋଟିଏରୁ କମ୍ ଲୋକ ଜୀବିତ ଥିଲେ। ଅର୍ଥାତ୍ ଏତିକି ସମୟ ଭିତରେ ସେମାନେ ଆଠ କୋଟିରୁ ଅଧିକ ଲୋକଙ୍କୁ ହତ୍ୟା କରିସାରିଥିଲେ।
ଅଷ୍ଟ୍ରେଲିଆରେ ତ ସେମିତି ବହୁତ କମ୍ ମୂଳ ନିବାସୀ ବଞ୍ଚିଛନ୍ତି। ଯେଉଁଭଳି ଜଙ୍ଗଲୀ ପଶୁଙ୍କୁ ଶିକାର କରାଯାଏ ଠିକ୍ ସେହିପରି ସେମାନଙ୍କୁ ହତ୍ୟା କରିଦିଆଗଲା।
ଆନୁମାନିକ ଭାବେ ଆଫ୍ରିକାରେ ପାଞ୍ଚ କୋଟି କଳା ଲୋକଙ୍କୁ ହତ୍ୟା କରାଯାଇଛି। ୧୯୪୨ ରେ ନାଜି ମାନେ ଯେପରି ୬୦ ଲକ୍ଷ ଇହୁଦୀଙ୍କୁ ହତ୍ୟା କଲେ ଏହା ଶୁଣି ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା।
ତା ପୂର୍ବରୁ ଷ୍ଟାଲିନ ତ ୧୯୩୦ ରେ ନିଜ ଦେଶର ଦେଢ଼ରୁ ଦୁଇ କୋଟି ଲୋକଙ୍କୁ ହତ୍ୟାକରି ବିଶ୍ୱର ରକ୍ତରଞ୍ଜିତ ଇତିହାସରେ ଆଉ ଏକ ଭୟଙ୍କର ରକ୍ତାକ୍ତ ପୃଷ୍ଠା ଯୋଡ଼ିଦେଇ ଥିଲେ। ସାମ୍ୟବାଦ ବି ସେହି ପାଶ୍ଚାତ୍ୟ ଅସହିଷ୍ଣୁ ପ୍ରବୃତ୍ତିର ପ୍ରତୀକ ଥିଲା। ଏହାକୁ ଖ୍ରୀଷ୍ଟିଆନଙ୍କ ବିଦ୍ରୋହୀ ସନ୍ତାନ ବୋଲି କୁହାଯାଏ।
ମୁସଲମାନଙ୍କ କ୍ରୁର ଇତିହାସର ଯେତେ ବର୍ଣ୍ଣନା କଲେ ବି କମ୍ ହେବ। Will Durant ଲେଖିଛନ୍ତି -
ଭାରତରେ ମୁସଲମାନ ଆକ୍ରମଣ ବିଶ୍ୱ ଇତିହାସରେ ସବୁଠୁ ବଡ଼ ରକ୍ତାକ୍ତ ଇତିହାସ ଥିଲା। ଗାନ୍ଧାରରେ ମୁସଲମାନ ଆକ୍ରମଣ କାଳରେ ସେଠାକାର ସମସ୍ତ ଲୋକଙ୍କୁ ହତ୍ୟା କରାଗଲା ନ ହେଲେ ମୁସଲମାନ କରାଗଲା। ହିନ୍ଦୁକୁଶ ଶବ୍ଦର ଅର୍ଥ ହେଲା ହିନ୍ଦୁ ନରସଂହାର। ଦଖ୍ଖନର ଯାଵନୀ ସୁଲତାନମାନେ ତ ପ୍ରତ୍ୟେକ ବର୍ଷ ଏକ ଲକ୍ଷ ହିନ୍ଦୁଙ୍କୁ ହତ୍ୟା କରିବାର ଶପଥ କରିଥିଲେ। ପ୍ରତି ସ୍ଥାନରେ ନର ସଂହାର, ମା ଭଉଣୀଙ୍କ ଇଜ୍ଜତ ଲୁଟିବା, ମନ୍ଦିର ଓ ହିନ୍ଦୁ ମାନଙ୍କ ତୀର୍ଥ ସ୍ଥଳକୁ ନଷ୍ଟ ଭ୍ରଷ୍ଟ କରିବା ସେମାନଙ୍କର ନିତି ଦିନିଆ କାମ ଥିଲା। ପ୍ରତି ପୃଷ୍ଠାର ଇତିହାସ ଏଥିରୁ ବାଦ ଯାଇ ନାହିଁ।
Sunday, 16 February 2020
(୧୬)
*ଭାରତର ଦର୍ଶନ ଓ ଆଚରଣ*
ଏବେ ଆମେ ଆମ ଦେଶ କଥା ବିଚାର କରିବା। ଆମର ରାଷ୍ଟ୍ରୀୟ ପ୍ରାର୍ଥନା, ଧ୍ୟେୟ ବାକ୍ୟ, ଆକାଂକ୍ଷା - ଏହା ସୃଷ୍ଟିର ସମସ୍ତ ପ୍ରାଣୀ ମାତ୍ରର କଲ୍ୟାଣ ପାଇଁ ଅର୍ପିତ। ସର୍ବୋପି ସୁଖିନଃ ସନ୍ତୁ - ଏହା ଆମର ସମସ୍ତଙ୍କୁ ମଙ୍ଗଳ କାମନାର ବାର୍ତ୍ତା। ବସୁଧୈବ କୁଟୁମ୍ବକମ୍, ସ୍ବଦେଶୋ ଭୁବନ ତ୍ରୟମ - ଏହା ମଧ୍ୟ ଥିଲା ଆମ ପୂର୍ବଜ ମାନଙ୍କ ଦୃଷ୍ଟିକୋଣ।
"କୃଣ୍ୱନ୍ତୋ ବିଶ୍ୱମାର୍ଯ୍ୟମ୍" - ସାରା ବିଶ୍ୱକୁ ସୁସଂସ୍କୃତ କରିବା। ଏହି ଆଦର୍ଶକୁ ନେଇ ବିଶ୍ୱ ସାରା ଆମ ଶ୍ରେଷ୍ଠପୁରୁଷମାନେ ବିଚରଣ କଲେ। ଆମ ଆଧ୍ୟାତ୍ମିକ ଦାର୍ଶନିକ ଯୋଗୀ, ମୁନି ବହୁ ଦୂର ପର୍ଯ୍ୟନ୍ତ ଗଲେ। ବେଦ ଓ ବୁଦ୍ଧର ଧାର୍ମିକ ସନ୍ଦେଶ ବିଶ୍ୱସାରା ପ୍ରସାରିତ କରିବା ପାଇଁ ତାଙ୍କ ହାତରେ ତରବାରୀ ନ ଥିଲା।
"ଏକମ୍ ସତ୍ ବିପ୍ରାଃ ବହୁଧା ବଦନ୍ତି" ଏହା ହେଉଛି ହିନ୍ଦୁ ମାନଙ୍କର ଆଧ୍ୟାତ୍ମିକ ତଥା ଦାର୍ଶନିକ ଦର୍ଶନ। ଏଥିପାଇଁ ନିଜର ମତକୁ ଅନ୍ୟ ଉପରେ ଲଦି ଦେବା ବା ଅନ୍ୟକୁ ଜିତିବା ପାଇଁ ତାକୁ ଯେ କୌଣସି ଉପାୟରେ ଡରେଇ ଧମକେଇ ପ୍ରଲୋଭନ ଦେଇ ନିଜ ଆଡ଼କୁ ଟାଣି ନେବାର ଅପଚେଷ୍ଟା ସେ କରେ ନାହିଁ। ଭାରତରେ ଅନ୍ୟ ମତାଵଲମ୍ବୀ ଇହୁଦୀ, ଖ୍ରୀଷ୍ଟିଆନ, ମୁସଲମାନ ଯେଉଁମାନେ ଅତିଥି ବା ଆଶ୍ରୟ ନେବାପାଇଁ ବା ବେପାର ବଣିଜ କରିବା ପାଇଁ ଏଠାକୁ ଆସିଲେ, ସେମାନଙ୍କୁ ମଧ୍ୟ ଏଠାରେ ଉଦାରତାର ସହ ସ୍ୱାଗତ କରାଗଲା। ସାରା ବିଶ୍ୱରେ ଭାରତ ହିଁ ଏକମାତ୍ର ଦେଶ ଯେଉଁଠି ଇହୁଦୀ ଶରଣାର୍ଥୀମାନେ କୌଣସି ପ୍ରକାର ଅତ୍ୟାଚାରିତ ହୋଇ ନାହାନ୍ତି। ଭାରତକୁ ଜଗନ୍ମାତା, ଜଗଦ୍ଗୁରୁ, ଅନ୍ନପୂର୍ଣ୍ଣା ଆଦି ବିଶେଷଣରେ ସମ୍ବୋଧିତ କରାଯାଏ। ଏହା ସାର୍ଥକ ଅଟେ। ବିଶ୍ୱସାରା ଆମ ସଂସ୍କୃତିର ଅତ୍ୟନ୍ତ ମଙ୍ଗଳକାରୀ ପ୍ରଭାବ ପଡିଛି। ବିଶ୍ୱରେ ଯେଉଁ ବଡ଼ ବଡ଼ ପ୍ରମୁଖ ସାମ୍ରାଜ୍ୟ ରହିଛି, ତାର ଉଦ୍ଗମ ସ୍ଥାନ ମଧ୍ୟ ଭାରତ। ଏବେ ଏବେ କରାଯାଇଥିବା ଗବେଷଣା ଅନୁସାରେ ଏହା ସ୍ପଷ୍ଟ ଭାବେ ଲୋକ ଲୋଚନକୁ ଆସିଛି। ମିଶର ଯାହା ଏକ ସମୟରେ ବଡ଼ ସାମ୍ରାଜ୍ୟ ଓ ବଡ଼ ସଭ୍ୟତା ବୋଲି କୁହାଯାଉଥିଲା, ସେଠାରେ ସର୍ବ ପ୍ରଥମେ ପହଞ୍ଚି ଥିବା ଲୋକ ହିନ୍ଦୁ ହିଁ ଥିଲେ। ଆଠ ହଜାର ବର୍ଷ ପୂର୍ବେ ହିନ୍ଦୁଙ୍କ କାରଣରୁ ହିଁ ସେଠାରେ ସଭ୍ୟତାର ଅଙ୍କୁରୋଦ୍ଗମ୍ ହୋଇଥିଲା।
ରୋମ ଯାହା ଏକ ସମୟରେ ବିଶ୍ୱରେ ଖ୍ୟାତି ଅର୍ଜନ କରିଥିଲା, ଯାହାର ବହୁତ ବଡ଼ ସାମ୍ରାଜ୍ୟ ଥିଲା, ତାର ନାଁ ମଧ୍ୟ ରାମଙ୍କ ନାମର ସାମାନ୍ୟ ରୂପାନ୍ତର।
ଗ୍ରୀକ, ଲାଟିନ ଆଦି ଭାଷା ମଧ୍ୟ ସଂସ୍କୃତରେ ପରିପୋଷିତ ହୋଇଛି। ସେହି ସବୁ ଭାଷା ମାନଙ୍କ ଉପରେ ସଂସ୍କୃତର ପ୍ରଭାବ ସର୍ବାଗ୍ରେ ରହିଛି।
ସାରା ବିଶ୍ୱରେ ଗଣିତରେ, ବିଜ୍ଞାନରେ ଭାରତର ଅବଦାନ କେତେ ଏହା ଅନେକ ଥର ଆମେ ଶୁଣିଛନ୍ତି। କିନ୍ତୁ ଯେଉଁଠି ସାରା ଦେଶ ମୁସଲମାନ ହୋଇଗଲେ ସେହି ଇଣ୍ଡୋନେସିଆ ଦେଶରେ ମଧ୍ୟ ଭାରତ ପ୍ରତି କୃତଜ୍ଞତାର ଭାବ ରହିଛି। ସେମାନେ ଆଜି ମଧ୍ୟ ଭାରତର ହିନ୍ଦୁ ସଂସ୍କୃତିକୁ ମାନୁଛନ୍ତି। ଭାରତକୁ ଆସୁଥିବା ସେ ଦେଶର ମୁସଲମାନମାନେ କେବଳ ପ୍ରବାସୀ ହୋଇ ଆସୁ ନାହାନ୍ତି। ସେମାନେ ଭାରତକୁ ତୀର୍ଥ ସ୍ଥାନ ବୋଲି ମାନୁଛନ୍ତି। ଭାରତରୁ ଫେରିବାବେଳେ ଟିକେ ଗଙ୍ଗାଜଳ ନେଇ ଆସିବ ବୋଲି ତାଙ୍କ ପରିବାର ଲୋକେ ମନେ ପକେଇ ଦେଇଥାଆନ୍ତି। ଅର୍ଥାତ୍ ଭାରତ ପ୍ରତି ତାଙ୍କର ଶ୍ରଦ୍ଧା ଭାବ ଅଛି। ଆପଣ ପୃଥିବୀର ଯେ କୌଣସି ସ୍ଥାନକୁ ଯାଆନ୍ତୁ ସେଠାରେ ପାଇବେ ଭାରତର ଛାପ। ମେକ୍ସିକୋରେ ଲୋହିତ ଭାରତୀୟ କିଛି ଅଛନ୍ତି। ବାକି ସମସ୍ତଙ୍କୁ ସାମ୍ରାଜ୍ୟବାଦୀ ଗୋରା ଲୋକମାନେ ହତ୍ୟା କରିଦେଲେ। ଯେଉଁମାନେ ବଞ୍ଚି ଗଲେ ସେମାନେ କୁହନ୍ତି ହିନ୍ଦୁ ମରିବା ବେଳେ ମଧ୍ୟ ତା ସହିତ କୁକୁରକୁ ସ୍ୱର୍ଗକୁ ନେଇଯାଏ। (ମହାଭାରତରେ ଯୁଧିଷ୍ଠିରଙ୍କ ସମ୍ବନ୍ଧରେ ଏ କଥା ପ୍ରଚଳିତ।) କିନ୍ତୁ ଏ ଗୋରା ଲୋକ ତ ବଞ୍ଚି ଥାଉଁ ଥାଉଁ ତାଙ୍କ ମହା ମାନବଙ୍କୁ ନର୍କରେ ପକାଇ ଦିଅନ୍ତି।
ପ୍ରାଚୀନ ସମୟରେ ଭାରତ ଯାତ୍ରାରେ ଆସିଥିବା ପ୍ରତ୍ୟେକ ମହାନୁଭଵ ଏ ଦେଶର ଅତ୍ୟୁଚ୍ଚ ନୈତିକ ବ୍ୟବହାରକୁ ଦେଖି ସ୍ତମ୍ଭିତ ହୋଇଯାଉଥିଲେ। ଏଠାକାର ବ୍ୟବସାୟୀ ବର୍ଗ କିପରି ଶତ ପ୍ରତିଶତ ପ୍ରାମାଣିକ ଓ ବିଶ୍ୱସନୀୟ ଥିଲେ, ରାଜା କିପରି କଠୋରତାର ସହ ରାଜଧର୍ମ ପାଳନ କରୁଥିଲେ, ସାଧାରଣ କାରିଗର, କଳାକାର, ବିଦ୍ୟାର୍ଥୀ ବା ଗୃହସ୍ଥ .. ସମସ୍ତେ ନିଜ ନିଜ ଧର୍ମ ପାଳନରେ କେତେ ତତ୍ପର ଥିଲେ, ଏଠିକାର ସାମାନ୍ୟ ଲୋକର ବ୍ୟବହାର କେତେ ଶାଳୀନ ଓ ସ୍ୱଚ୍ଛ ଥିଲା - ଏହା ସେମାନେ ଆଦର ଓ ଆଶ୍ଚର୍ଯ୍ୟର ସହ ବର୍ଣ୍ଣନା କରିଛନ୍ତି।
ଇଂରେଜ ଯେତେବେଳେ ଭାରତକୁ ପରାଧୀନ କଲେ ସେତେବେଳେ ସେମାନେ କହିଥିଲେ ଏଠାରେ ଥିବା ସମସ୍ତ କଳା ଓ ହଳଦିଆ ଲୋକଙ୍କୁ ସଭ୍ୟ କରିବା ହେଲା ଆମ ଗୋରା ଲୋକମାନଙ୍କର ଉତ୍ତରଦାୟିତ୍ୱ। ଏହାକୁ ସମ୍ପନ୍ନ କରିବା ପାଇଁ ଆମେ ଆସିଛୁ। ସେତେବେଳେ ୧୮୯୨ ରେ ଇଂଲଣ୍ଡର ଏଡ଼ିନବରୋ ରେନ୍ୟୁ ଲେଖିଛନ୍ତି ଯେ ହିନ୍ଦୁ ବିଶ୍ୱରେ ସବୁଠୁ ପୁରୁଣା ରାଷ୍ଟ୍ର ଯାହାର ସଭ୍ୟତା ଓ ସଂସ୍କୃତି ଅତୁଳନୀୟ।
ଯିଏ ଭାରତର ଶିକ୍ଷା ପଦ୍ଧତି ପରିବର୍ତ୍ତନ କରିବା ସମୟରେ ନିଜ ବାପାଙ୍କ ପାଖକୁ ଚିଠି ଲେଖିଥିଲେ ଆଉ ୩୦ ବର୍ଷ ଭିତରେ ବଙ୍ଗଳାରେ ଗୋଟେ ବି ମୂର୍ତ୍ତି ପୂଜକ ରହିବେ ନାହିଁ, ସେଇ ମେକେଲେ ହିଁ ନିଜେ ଲେଖିଥିଲେ ଖ୍ରୀଷ୍ଟିଆନଙ୍କ କେତେ ଶତାବ୍ଦୀ ବର୍ଷ ପୂର୍ବରୁ ଯେତେବେଳେ ଇଂଲଣ୍ଡର ଲୋକେ ଗୁମ୍ଫାରେ ରହୁଥିଲେ, ନିଜ ଶରୀରରେ ବିଭିନ୍ନ ପ୍ରକାର ରଙ୍ଗ ଚଢ଼ାଉ ଥିଲେ, ଜଙ୍ଗଲରେ ପଶୁଭଳି ବୁଲୁଥିଲେ ସେତେବେଳେ ଭାରତର ସଭ୍ୟତା ଅତ୍ୟୁଚ୍ଚ ଶିଖରରେ ପହଞ୍ଚି ଥିଲା।
ଚୀନର ହୁଶିହ ଜୋ ଆମେରିକାରେ ରାଜଦୂତ ଥିବା ବେଳେ କହିଥିଲେ ଭାରତ ଚୀନ୍ ଉପରେ ଦୁଇ ହଜାର ବର୍ଷ ପର୍ଯ୍ୟନ୍ତ ନିଜ ସାମ୍ରାଜ୍ୟ ଚଳାଇ ଥିଲା। କିନ୍ତୁ ଜଣେ ବି ସୈନ୍ୟ ପଠାଇ ନ ଥିଲା। କିମ୍ବା ଚୀନକୁ କିଛି ବାଧ୍ୟ କରି ନ ଥିଲା। ଚୀନର ବିଦ୍ୟାର୍ଥୀ ଗବେଷଣା ପାଇଁ, ଶିକ୍ଷା ପାଇଁ ଭାରତ ଯାଉଥିଲେ। ଚୀନ୍ ପାଇଁ ଏହା ଏକ ତୀର୍ଥ ଯାତ୍ରା ଥିଲା।
ଜାପାନରେ ମଧ୍ୟ ଭାରତ ପ୍ରତି ଏହି ଭାବନା ରହିଛି। ଆମେରିକାର ମେକ୍ସିକୋ ଠାରୁ ଆରମ୍ଭ କରି ଜାପାନ ପର୍ଯ୍ୟନ୍ତ ସମସ୍ତ ବଡ଼ ବଡ଼ ଦେଶକୁ ହିନ୍ଦୁ ଲୋକ ଜଳ ଜାହାଜ ଦ୍ୱାରା ଯାଉଥିଲେ। "କୃଣ୍ୱନ୍ତୋ ବିଶ୍ୱମାର୍ଯ୍ୟମ" କେବଳ ନାମକୁ ମାତ୍ର ନ ଥିଲା। ଆମ ସଂସ୍କୃତି ବିଶ୍ୱ ବିଜୟୀ ଥିଲା। ଏହାର ପ୍ରମୁଖ କାରଣ ହେଲା ଆମ ଦର୍ଶନ। ଯାହାର ସନ୍ଦେଶ ହେଉଛି ନିଜ ଆତ୍ମାର ଅଧିକାଧିକ ବିକାଶ ପାଇଁ ଅଧିକାଧିକ ବିସ୍ତୃତି ପାଇଁ ମାନବ ସମାଜ ହିତକୁ ନିଜ ହିତ ମାନିବା। ଆମେ ମାନବ ମାତ୍ର ପାଇଁ ଯେଉଁ ସର୍ବୋଚ୍ଚ ଆଦର୍ଶ ମାନିଲୁ ତାହା ହେଲା "ଆତ୍ମନୋ ମୋକ୍ଷାର୍ଥଂ ଜଗଦ୍ ହିତାୟ ଚ" - ଅର୍ଥାତ୍ ନିଜ ଆତ୍ମାର ବିକାଶ ଓ ଜଗତ କଲ୍ୟାଣ ଏ ଦୁଇଟି ହେଉଛି ଗୋଟିଏ ଟଙ୍କାର ଦୁଇଟି ପାର୍ଶ୍ଵ।
ଆମର ଲୋକ କଲ୍ୟାଣକାରୀ ପ୍ରାଚୀନ ପରମ୍ପରା ଦ୍ୱାରା ପ୍ରଭାବିତ ହୋଇଥିବା ଅନ୍ୟ ଦେଶର ସାଧାରଣ ଲୋକଙ୍କ ମନରେ ଏବେ ମଧ୍ୟ ଭାରତ ପ୍ରତି ସେହି ସ୍ନେହଭାଵ ଓ ଆଦର ଭାବ ରହିଛି। ସ୍ୱାମୀ ବିବେକାନନ୍ଦଙ୍କ ଜୀବନର ଏକ ଉଦ୍ ବୋଧକ ପ୍ରସଙ୍ଗ ରହିଛି -
ଆମେରିକା ଯିବା ରାସ୍ତାରେ ଯେତେବେଳେ ତାଙ୍କ ଜାହାଜ ଚୀନ ବନ୍ଦରରେ ଅଟକିଥିଲା ସ୍ୱାମୀଜୀ ପାଖରେ ଥିବା କେଣ୍ଟନ ନଗରକୁ ବୁଲିବାକୁ ଗଲେ। ସେଠାରେ ଏକ ସୁପ୍ରସିଦ୍ଧ ମନ୍ଦିରରେ ଯେତେବେଳେ ପ୍ରବେଶ କଲେ ତାଙ୍କର ମାର୍ଗଦର୍ଶକ ଚୀନ ଭାଷା ଜାଣୁଥିବା ଦ୍ଵିଭାଷୀ ତାଙ୍କୁ ମନାକଲା। କାରଣ ସେଠାରେ ଥିବା ଜଗୁଆଳି ଅନ୍ୟ ଧର୍ମାବଲମ୍ବୀ ମାନଙ୍କୁ ମାଡ଼ ଦେଇ ବିଦା କରିଦେଉଥିଲା। କିନ୍ତୁ ସ୍ୱାମୀଜୀ ଭିତରକୁ ଗଲେ ଓ କହିଲେ ମୁଁ ଭାରତରୁ ଆସିଛି। ମୁଁ ଜଣେ ସନ୍ନ୍ୟାସୀ। ଏହିପରି ନିଜ ପରିଚୟ ଦେଇ ସାରିବା ମାତ୍ରେ ମାଡ଼ ଦେବାକୁ ଆସିଥିବା ସେ ଜଗୁଆଳି ତା ଦଣ୍ଡ ଫୋପାଡ଼ି ଦେଲା ଓ ସ୍ୱାମୀଜୀଙ୍କ ପାଦ ତଳେ ପଡ଼ି କ୍ଷମା ମାଗିଲା। ସେ କହିଲା, ଆଜି ମୋତେ ଭଗବାନ ବୁଦ୍ଧ ମିଳିଗଲେ। ମୁଁ ଆଜି ଭଗବାନ ବୁଦ୍ଧଙ୍କୁ ଦର୍ଶନ କରୁଛି। ଏ ମନ୍ଦିରକୁ ଆପଣ ପବିତ୍ର କରିଦେଲେ। ସେ ସ୍ୱାମୀଜୀ ଙ୍କୁ ପ୍ରାର୍ଥନା କଲା ଯେ ଆପଣ ଆଜି ଆମର ମନ୍ଦିରକୁ ପବିତ୍ର କରି ଦିଅନ୍ତୁ। ସ୍ୱାମୀଜୀ ଗୋଟିଏ କାଗଜରେ ଓଁ ଲେଖି ତା ହାତରେ ଦେଇଦେଲେ।
Saturday, 15 February 2020
(୧୭)
*ମଣିଷ ବିକାଶର କି ବିପରୀତ ଧାରଣା !*
ବିଶ୍ୱର ପ୍ରତିନିଧିତ୍ୱ କରୁଥିବା ସବୁଠୁ ବଡ଼ ସଂସ୍ଥା ହେଲା ମିଳିତ ଜାତିସଂଘ। ମଣିଷର ବିକାଶ ପାଇଁ ଏହା ଏକ ସମିତି ଗଠନ କରିଛି ଯାହାର ନାମ ହେଲା 'ମଣିଷ ବିକାଶ ସମିତି'। ଏ ସମିତି ଯେତେବେଳେ ପ୍ରଥମେ ଗଠିତ ହେଲା ଏହାର ଅଧ୍ୟକ୍ଷ ଥିଲେ ପାକିସ୍ଥାନର ବିଖ୍ୟାତ ଅର୍ଥନୀତିଜ୍ଞ Mahbub ul Haq। ସାରା ବିଶ୍ୱର ମଣିଷ ମାନଙ୍କୁ ବିଭିନ୍ନ ମାନକରେ ମାପି ଏହି ସମିତି ଯେଉଁ ତଥ୍ୟ ସଙ୍କଳିତ କରିଥିଲା ତାହାକୁ ସେ ମିଳିତ ଜାତିସଂଘରେ ନିବେଦନ କରିଥିଲା। ସେଥିରେ ରହିଥିଲା ବିଭିନ୍ନ ଦେଶର ଦଶ ବର୍ଷର ପ୍ରଗତିର ଚିତ୍ର। ପ୍ରଗତି ପାଇଁ କିଛି ମୌଳିକ ବିନ୍ଦୁ ବା ମାନକ ବିନ୍ଦୁ ସମିତି ସ୍ଥିର କରିଥିଲା। ଯେପରି ସ୍ୱାସ୍ଥ୍ୟର ସ୍ତର, ଶିକ୍ଷାର ସ୍ତର, ଶୁଦ୍ଧ ଜଳ, ଗ୍ରାମୀଣ ସ୍ଥିତି ଆଦି...। ଏ ସବୁ ମାନକ ଉପରେ ପ୍ରଶ୍ନ କରିବାର କିଛି କାରଣ ନ ଥିଲା। କିନ୍ତୁ ସେ ଏଥିରେ ଆଉ ଏକ ମାନକ ଯୋଡ଼ିଥିଲେ ତାହା ହେଲା ସ୍ୱାଧୀନତା। ମଣିଷ କେତେ ସ୍ୱାଧୀନ ? ରାଜନୀତିକ ସ୍ଵାଧୀନତା, ବହୁପକ୍ଷୀୟ ପ୍ରଜାତନ୍ତ୍ରର ସ୍ୱାଧୀନତା, କଥା କହିବାର ସ୍ୱାଧୀନତା, ସଙ୍ଘ ଗଢ଼ିବାର ସ୍ୱାଧୀନତା ଆଦି...। ଏହିପରି ସ୍ୱାଧୀନତା ଯେଉଁଠି ଅଛି ସେ ଦେଶ ଠିକ୍ ପ୍ରଗତି କରୁଛି ବୋଲି ଦର୍ଶାଇ ସେମାନେ ଏହି ମାନକଟିକୁ ଶେଷରେ ଯୋଡ଼ିଥିଲେ। ସେ ଯେଉଁ ବିବରଣୀ ଦେଇଥିଲେ ସେଥିରେ ବଡ଼ ବିଚିତ୍ର ଅନୁଭବ ଆସିଥିଲା। ତାଙ୍କ ମାନକ ଅନୁସାରେ ଯେଉଁ ଦେଶଗୁଡ଼ିକ ଅତ୍ୟନ୍ତ ବିକଶିତ ସେହି ସବୁ ଦେଶରେ ସବୁଠୁ ବେଶି ସାମାଜିକ କ୍ଳେଶ ବ୍ୟାପିଛି। ସେଠିକାର ସାମାଜିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଶୃଙ୍ଖଳିତ। ସେଠାରେ ବଢ଼ିଛି ବଳାତ୍କାର, କୁଟୁମ୍ବ ଧ୍ୱସ୍ତ ହୋଇଯାଇଛି, ମାତା ପିତା ଏକତ୍ର ରହୁଥିବା ପରିବାର ସଂଖ୍ୟା କମୁଛି। ଅବିବାହିତ ମାଆଙ୍କ ସଂଖ୍ୟା ବଢୁଛି। ରୋଗ ବଢୁଛି, ଆତ୍ମହତ୍ୟା ବଢୁଛି। ସାମାଜିକ ଶୃଙ୍ଖଳା ଧ୍ୱସ୍ତ ପ୍ରାୟ। ସାମାଜିକ ଦୁଃଖ ବଢୁଛି। ସମିତିର ଏ ବିବରଣୀ ପଢ଼ିଲେ ବଡ଼ ବିଚିତ୍ର ଲାଗେ।
'ହ୍ୟୁମ୍ୟାନ ଡେଭେଲ୍ପମେଣ୍ଟ କମିଟି' ଭଳି ବିଶ୍ୱର ସବୁଠୁ ବଡ଼ ସଂସ୍ଥା ମଣିଷ ଜୀବନର ବିକାଶକୁ ଯେଉଁ ଯନ୍ତ୍ରରେ ମାପିବାକୁ ଚେଷ୍ଟା କରିଛି ସେ ସବୁ ହେଲା ଭୌତିକ, ରାଜନୀତିକ ବା ଆର୍ଥିକ।
ମହବୁବ ଉଲ ହକ୍ ଙ୍କର ନିଷ୍କର୍ଷ ଥିଲା ଯେ ଯେତେ ବିକଶିତ ଦେଶ ଅଛନ୍ତି ସେଠାରେ ସେତେ ଅଶାନ୍ତି। ସେହି ଦେଶର ସାମାଜିକ ସଂରଚନା ଧ୍ୱସ୍ତ ହେବାକୁ ବସିଲାଣି। ସଭ୍ୟ ମାନବ ଜୀବନର ପ୍ରାଥମିକ ସଂରଚନା 'ପରିବାର' ଭାଙ୍ଗିଯାଉଛି। ମଣିଷ ଅସୁଖୀ ହେଉଛି। ଅର୍ଥାତ୍ ଏଠି ବିକାଶର କି ବିସଙ୍ଗତି।
ମଣିଷ ଯାହାଦ୍ୱାରା ସୁଖୀ ନୁହଁ, ଅଶାନ୍ତିରେ ରହୁଛି, ଯାହାଦ୍ୱାରା ତା'ର ସାମାଜିକ ବ୍ୟବସ୍ଥା ଭାଙ୍ଗି ଯାଉଛି ସେହି ଦେଶକୁ ବିକଶିତ ଦେଶ ବୋଲି କୁହାଯାଉଛି କିପରି ?
ସେମାନେ ପୂରା ବିଶ୍ୱକୁ ଏହିପରି ବାଣ୍ଟିଛନ୍ତି। ବିକଶିତ ଦେଶ, ବିକାଶଶୀଳ ଦେଶ ଓ ଅବିକଶିତ ଦେଶ। ଏଭଳି ବର୍ଗୀକରଣ ହିଁ ମାନବ ସୁଖର ବିପରୀତ ଅଟେ। ଯେତେ ବିକଶିତ ଦେଶ ସେତେ ଅସୁଖୀ।
ମିଳିତ ଜାତିସଙ୍ଘ ଭଳି ମାନ୍ୟତା ପ୍ରାପ୍ତ ବିଶ୍ୱ ସ୍ତରୀୟ ସଂସ୍ଥାର ଏ କି ବିପରୀତ ବୁଦ୍ଧି !
ପ୍ରକୃତରେ ଯେ କୌଣସି ସଂସ୍ଥାର ବିଚାର ହେବା ଉଚିତ ଯେ ମଣିଷକୁ ସୁଖ କିପରି ମିଳିବ। କିନ୍ତୁ ଏଠାରେ ତ ଠିକ୍ ଓଲଟା ବିଚାର। ମଣିଷ ସୁଖ ଦୁଃଖର ଚିନ୍ତା ଏ ସଂସ୍ଥା କରେ ନାହିଁ। ଏମାନଙ୍କର ମୁଖ୍ୟ ବିଷୟ ହେଲା ରାଜନୀତିକ ଓ ଆର୍ଥିକ ସଂରଚନାର ବିସ୍ତାର। ଏହି ମାପଦଣ୍ଡ ଚାଲୁରହିଲେ ବିକଶିତ ଦେଶ ଗରିବ ଦେଶର ଶୋଷଣ କରିବ।
ପ୍ରକୃତରେ ମାନବ ସୁଖର ବିଚାର କଲେ ଏ ସଂସ୍ଥା ଯାହାକୁ ବିକଶିତ ଦେଶ ବୋଲି ଘୋଷଣା କରିଛି ଏ ସବୁ ଅବିକଶିତ ଦେଶ ବୋଲି ଗଣା ହେବେ।
ଏମାନେ ଜାଣିଶୁଣି ଏପରି ବ୍ୟବସ୍ଥା କରିଛନ୍ତି।
Friday, 14 February 2020
(୧୬)
Thursday, 13 February 2020
(୧୫)
*ସମାନତା ଓ ସ୍ୱାଧୀନତା ମଧ୍ୟରେ ସଂଘର୍ଷ*
ଆମେ ଏବେ ପାଶ୍ଚାତ୍ୟ ଦେଶମାନଙ୍କ କଥା ଆଲୋଚନା କରିବା। ସେଠାରେ କେବଳ ଅଧିକାରର ଉଦ୍ଘୋଷ ଶୁଣିବାକୁ ମିଳେ। ସମସ୍ତେ ନିଜ ନିଜର ଅଧିକାର ସାବ୍ୟସ୍ତ କରିବାପାଇଁ ପରସ୍ପର ଭିତରେ ପ୍ରତିଯୋଗିତା ଚଳାଇଛନ୍ତି, ଆନ୍ଦୋଳନ କରୁଛନ୍ତି। ଆମର ତ ଏଠି ସମସ୍ତେ ସ୍ବଧର୍ମ ଅନୁସାରେ ଚାଲୁଛନ୍ତି। ପ୍ରଜା ଧର୍ମ, ରାଜ ଧର୍ମ, ବେପାରୀ ଧର୍ମ, ବ୍ୟକ୍ତି ଧର୍ମ....ଆଦି ପାଳନ କରୁଛନ୍ତି। ଏଠାରେ ଧର୍ମ ମାନେ କର୍ତ୍ତବ୍ୟ। ସମସ୍ତେ ନିଜ ନିଜର କର୍ତ୍ତବ୍ୟ ପାଇଁ ସଚେତନ ଥିବାରୁ ସମସ୍ତଙ୍କ ଭିତରେ ସମନ୍ୱୟ ରକ୍ଷା ହୋଇପାରୁଛି। କିନ୍ତୁ ପାଶ୍ଚାତ୍ୟ ଦେଶରେ ଧର୍ମର କଳ୍ପନା ନାହିଁ। ଆଧ୍ୟାତ୍ମିକ ସାଧନାର ଦୃଷ୍ଟି ନାହିଁ। କେବଳ ଭୌତିକବାଦ ଆଧାରରେ ବିକାଶ ଚାଲିଛି। ମୋର ସୁଖ ମାନେ ଶରୀର ସୁଖ। ଏଇଭଳି ଜୀବନର କେବଳ ଭୌତିକ ଦୃଷ୍ଟିକୋଣକୁ ସେମାନେ ପ୍ରାଧାନ୍ୟ ଦେଉଛନ୍ତି। ଏହା କେବଳ ସେଠିକାର ସାଧାରଣ ବ୍ୟକ୍ତିଙ୍କ କଥା ନୁହଁ, ତାଙ୍କ ସମୁଦାୟର ମୁଖ୍ୟ ପ୍ରେରଣାସ୍ରୋତ ପୋପ ମଧ୍ୟ ଲୋକମାନଙ୍କୁ ଶୋଷଣ କରୁଥିଲେ। ସମ୍ପୂର୍ଣ୍ଣ ୟୁରୋପ ତାଙ୍କ ଅଧୀନରେ ଥିଲା। ସେ ହିଁ ସବୁ ରାଜନୀତିର ସୂତ୍ରଧର ଥିଲେ। ୟୁରୋପର ରାଜାମାନେ ତାଙ୍କ ବିରୋଧରେ ଏକାଠି ହେଲେ। ଅନେକ ଦିନ ଚାଲିଲା ରାଜତନ୍ତ୍ର।
ପୁଣି ଯେତେବେଳେ ରାଜାମାନଙ୍କର ଶୋଷଣ ଚାଲିଲା ସେତେବେଳେ ତାଙ୍କ ବିରୋଧରେ ଲୋକେ ବିଦ୍ରୋହ କଲେ। ପ୍ରଜାତନ୍ତ୍ରର ଘୋଷଣା ହେଲା। ତା'ର ଆଧାର ହେଲା ସମାନତା, ସ୍ୱାଧୀନତା ଓ ବନ୍ଧୁତା। ଏହାକୁ ଲାଗୁ କରିବା ସମୟରେ ଭେଦ ନିର୍ମାଣ ହେଲା। ସ୍ୱାଧୀନତାକୁ ସେମାନେ ସ୍ବେଚ୍ଛାଚାର ଭଳି ବ୍ୟବହାର କଲେ। ଯାହା ପାଖରେ ବୁଦ୍ଧି ଥିଲା, ବିଜ୍ଞାନ ଥିଲା ଓ ଧନ ଥିଲା ସେମାନେ ଗରିବଙ୍କୁ ଶୋଷଣ କରିବା ଆରମ୍ଭ କରିଦେଲେ। ଭୟଙ୍କର ବିଷମତା ସୃଷ୍ଟି ହେଲା। ପରିଣାମ ସ୍ୱରୂପ ସାମ୍ୟବାଦ (କମ୍ୟୁନିଜମ) ର ଜନ୍ମ ହେଲା। ସ୍ୱାଧୀନତା ନଷ୍ଟ କରାଗଲା। ମଣିଷକୁ ପଶୁଭଳି ବ୍ୟବହାର କରାଗଲା। କ୍ରମଶଃ ସଙ୍ଘର୍ଷ ଚାଲିଆସିଲା। ସୁଖ ଶାନ୍ତି ଉଭେଇ ଗଲା। ଯାହାକୁ ସ୍ୱାଧୀନତା ଦିଆଗଲା ସେ ବାକି ଲୋକଙ୍କୁ ଶୋଷଣ କଲେ। ଏବେ ସଙ୍ଘର୍ଷ କିଛି ମାତ୍ରାରେ କମିଛି। ଗରିବଙ୍କୁ ଆଇନ ଦ୍ୱାରା କିଛି ମାତ୍ରାରେ ସଂରକ୍ଷଣ ଦିଆଯାଇଛି। ତଥାପି ସଙ୍ଘର୍ଷ ଚାଲିଛି। ଗରିବ ଧନୀ ଭିତରେ ପୁଞ୍ଜିବାଦର ଯେଉଁ ଅଭିଶାପ ଥିଲା ତାହା ଏ ଯାଏ ଚାଲୁ ରହିଛି। ଯେଉଁଠି ସମାନତା ପାଇଁ ସ୍ୱାଧୀନତା ନଷ୍ଟ କରାଗଲା ସେଠାରେ ତ ଅବସ୍ଥା ବଡ଼ ଭୟାନକ। ସୋଭିଏତ ରୁଷ ପୂରା ଧ୍ୱସ୍ତ ହୋଇଗଲା। ଅର୍ଥାତ୍ ସେମାନେ କ'ଣ କରିବେ କିଛି ସ୍ଥିର କରିପାରିଲେ ନାହିଁ। ଏପଟ ଧରିଲେ ହେଲା ନାହିଁ ସେପଟ ଧରିଲେ ବି ହେଲା ନାହିଁ। ଉଭୟ ସ୍ୱାଧୀନତା ଓ ସମାନତା ତାଙ୍କୁ ଅଶାନ୍ତି ଦେଲା।
ଏହାର କାରଣ ବଡ଼ ସ୍ପଷ୍ଟ। ଯଦି କୌଣସି ବ୍ୟକ୍ତିର ଅଣ୍ଟା ବ୍ୟଥା ହେଉଛି ତେବେ କେଉଁଥି ପାଇଁ ଏପରି ହେଲା ତାହାର କାରଣ ଜଣା ନ ପଡ଼ିବା ପର୍ଯ୍ୟନ୍ତ ସେ ବ୍ୟକ୍ତିକୁ ବାମ କଡ଼ ମାଡ଼ି ଶୋଇଲେ ଟିକେ ଭଲ ଲାଗେ ସେ ଭାବେ ଏବେ ମୁଁ ଠିକ୍ ହୋଇଗଲି। କିନ୍ତୁ କିଛି ସମୟ ପରେ ତାକୁ କଷ୍ଟ ହୁଏ ସେ କଡ଼ ବଦଳେଇ ଦିଏ। ଏବେ ତାକୁ ଡାହାଣ କଡ଼ ଭଲ ଲାଗେ ସେ ଭାବେ ଏବେ ମୁଁ ଠିକ୍ ହୋଇଗଲି। କିନ୍ତୁ ନା ବାମ କଡ଼ ନା ଡାହାଣ କଡ଼ ଠିକ୍। ଉଭୟ ପଟ କଷ୍ଟ ଦିଏ। ସେଥିରେ ସୁଖ ଓ ଶାନ୍ତିର କୌଣସି ଚିହ୍ନ ନ ଥାଏ।
ଥରେ ଗୋଟିଏ ଗାଁରେ ଜୁଆ ଖେଳ ହେଲା। ଜଣେ ୧୦୦ ଟଙ୍କା ବାଜି ଲଗେଇଲା। ସେ କହିଲା ଆମ ଗାଁର କେହି ଯଦି ଶହେଟି ଲଙ୍କା ଖାଇଦେବ ତାକୁ ମୁଁ ଏଇ ଶହେ ଟଙ୍କା ଦେଇଦେବି। କିନ୍ତୁ ଗୋଟିଏ ସର୍ତ୍ତରେ ଏହା ମିଳିବ। ଯିଏ ବାଜି ହାରିବ ସିଏ 100 ପ୍ରହାର ଖାଇବ। ଜଣେ ଲୋଭୀ ଶସ୍ତାରେ ଟଙ୍କା ହାତେଇବାକୁ ଖେଳିବା ପାଇଁ ବାହାରିଲା। ସେ ଭାବିଲା ଏଇଟା କୋଉ ବଡ଼ କଥା ଯେ...। ଶହେ ଲଙ୍କା ତ ସେମିତି ମୁଁ ଖାଇଦେବି। ତେଣୁ ସେ ଖେଳ ମଞ୍ଚକୁ ଆସିଲା ଓ ଲଙ୍କା ଖାଇବା ଆରମ୍ଭ କଲା। ୮ - ୧୦ ଟା ଲଙ୍କା ଖାଇବା ପରେ ତା'ର ମୁହଁ, ଜୀଭ, ପେଟ ଜଳିଲା .. । ସେ ଆଉ ଖାଇ ପାରିଲା ନାହିଁ। ସେ କହିଲା ମୁଁ ପ୍ରହାର ମାଡ଼ ଖାଇବାକୁ ପ୍ରସ୍ତୁତ କିନ୍ତୁ ଲଙ୍କା ଆଉ ନୁହେଁ...। ତା' ଲୁଗାପଟା ଖୋଲାଗଲା। ତା' ଫୁଙ୍ଗୁଳା ପିଠିକୁ ଚାବୁକରେ ପ୍ରହାର କଲାବେଳେ ଚମଡ଼ା ଫାଟିଗଲା। ରକ୍ତ ବାହାରି ତାକୁ ଭୀଷଣ କଷ୍ଟ ହେଲା। ସେ ଗୋଡ଼ ହାତ ଧରି କହିଲା ଆଉ ପ୍ରହାର ଖାଇ ପାରିବି ନାହିଁ। ଏବେ ମୋତେ ଲଙ୍କା ଦିଅ ଖାଇବି। ଏହି କ୍ରମ ଚାଲିଲା। ସେ 100 ଚାବୁକ ପ୍ରହାର ଖାଇଲା। 100 ଲଙ୍କା ବି ଖାଇଲା। ଏହା ହେଲା ପଶ୍ଚାତ୍ୟର ସ୍ୱାଧୀନତା ଓ ସମାନତାର କାହାଣୀ। ଉଭୟ ସ୍ଥିତି ସେମାନଙ୍କର ନିଦ ହଜେଇ ଦେଇଛି।
Wednesday, 12 February 2020
(୧୪)
Monday, 10 February 2020
(୧୩)
Sunday, 9 February 2020
(୧୨)
Saturday, 8 February 2020
(୧୧)
Friday, 7 February 2020
(୧୦)
Thursday, 6 February 2020
(୯)
*ଅଶାନ୍ତସ୍ୟ କୁତଃ ସୁଖମ୍ ?*
ଆତ୍ମା ଓ ପରମାତ୍ମା ସହିତ ଆନ୍ତରିକ ସମନ୍ଵୟର ଯେଉଁ ମୂଳ ସୂତ୍ର ରହିଛି, ତାହା ହେଉଛି ଧର୍ମ। ବ୍ୟକ୍ତିଗତ ଧର୍ମରେ ବ୍ୟକ୍ତିଗତ ଆନ୍ତରିକ ସାମଞ୍ଜସ୍ୟ ପାଇଁ ଆମ ଶାସ୍ତ୍ରରେ ଅନେକ ପ୍ରକାର ମାର୍ଗ ବିଷୟରେ କୁହାଯାଇଛି। ଭକ୍ତିଯୋଗ, ଜ୍ଞାନଯୋଗ, ରାଜଯୋଗ, କର୍ମଯୋଗ ଆଦି...। ଯୋଗ ମାନେ ଯୋଡ଼ିବା। ଏଠି ଆମେ କାହା ସହିତ କାହାକୁ ଯୋଡ଼ିବା ? ନିଜ କର୍ମକୁ, ନିଜ ଭାବନାକୁ ଓ ନିଜ ବିଚାରକୁ ପରମାତ୍ମାଙ୍କ ସହ ଯୋଡ଼ିବା।
ଏଥିପାଇଁ ଆମେ ଯୋଗାସନ କରନ୍ତି। ଏହା କେବଳ ଆସନ ମାତ୍ର ନୁହେଁ। ଏହି ଆସନରେ ଶାରୀରିକ କ୍ରିୟା କରିବା ସମୟରେ ମନର ସମ୍ବେଦନା ଏହା ସହିତ ଜଡ଼ିତ ହୁଏ। ଏହି ସମୟରେ ଶରୀରରେ ଅନେକ ପ୍ରକାରର ସ୍ପନ୍ଦନ ଚାଲିଥାଏ। ତା ସହ ବୁଦ୍ଧି ଓ ମନ ମଧ୍ୟ ସମରସ ହୋଇଯାଏ। ଏ ସମୟରେ ସାକ୍ଷୀ ଭାବ ରଖିବାକୁ ହୁଏ।
ଏହିପରି ମଧ୍ୟ ଭଗବାନ ବୁଦ୍ଧଙ୍କର ଧ୍ୟାନ ମାର୍ଗ 'ବିପଶନା'। ଏଥିରେ ପରମାତ୍ମାଙ୍କ ନାମ ତ ନିଆଯାଏ ନାହିଁ, କିନ୍ତୁ ତାଙ୍କ ସହ ଯୁକ୍ତ ହେବାର ଏହା ଏକ ରାଜମାର୍ଗ ଅଟେ। ଏହା ମଧ୍ୟ ସାଧନା ଓ ଧ୍ୟାନର ଏକ ମାର୍ଗ। ସବୁ ଧ୍ୟାନର, ସବୁ ଯୋଗର ସୂତ୍ର ହେଲା ନିଜ ଭିତରେ ଥିବା ଆତ୍ମା ସହ ସବୁ କ୍ରିୟାକୁ ଯୋଡ଼ିବା।
ନିଜ ଭିତରେ ସୁଖର ଓ ଶାନ୍ତିର ଯେଉଁ ଧାମ ଅଛି ତା ସହ ଯଦି ଆମେ ନିଜକୁ ଯୋଡ଼ିବା ନାହିଁ ତେବେ ଜୀବନରେ ଶାନ୍ତି କିପରି ଆସିବ ? ପାଶ୍ଚାତ୍ୟ ଦେଶମାନଙ୍କରେ ଏହି ସ୍ଥିତି ସୃଷ୍ଟି ହୋଇଛି। ସେଠାରେ କାମ ଓ ଅର୍ଥର ସଂସାର ଚାଲିଛି। ଏହା କାହାରି ନିୟନ୍ତ୍ରଣରେ ନାହିଁ। ଏଥିପାଇଁ ସେଠାରେ ସବୁ ପ୍ରକାର ସମୃଦ୍ଧି ଥିବା ସତ୍ତ୍ୱେ ଶାନ୍ତି ନାହିଁ।
ଆମେରିକା ପ୍ରବାସରେ ଯାଇଥିବା ଜଣେ ଭାରତୀୟ ତାଙ୍କ ଅନୁଭୂତି ଶୁଣାଉଥିଲେ। ସେ କହିଲେ ମୁଁ ମୋର ଜଣେ ବନ୍ଧୁଙ୍କ ଘରେ ରହିଥିଲି। ବନ୍ଧୁ ଭାରତୀୟ ଥିବାବେଳେ ବନ୍ଧୁଙ୍କ ପତ୍ନୀ ଥିଲେ ଆମେରିକୀୟ। ବହୁତ ବଡ଼ ସମ୍ଭ୍ରାନ୍ତ ପରିବାର। ପତ୍ନୀ ବି ସୁଶିକ୍ଷିତା। ଏମାନେ କିପରି ଅଛନ୍ତି ଜାଣିବା ପାଇଁ ମୁଁ ଉତ୍ସୁକ ଥିଲି। ତାଙ୍କ ସହ କଥୋପକଥନ ସମୟରେ ମୁଁ କହିଲି ଏଠାରେ ଲାଗୁଛି ସତେ ଯେପରି ସ୍ୱର୍ଗ ପୃଥିବୀକୁ ଓଲ୍ହାଇ ଆସିଛି। ଏଠାରେ ଏତେ ସମୃଦ୍ଧି, ଏତେ ସୁଖ ସାଧନ, ସବୁ କିଛି ତ ଏଠାରେ ହାତ ପାଆନ୍ତାରେ ମିଳିଯାଉଛି। ତେଣୁ ପ୍ରକୃତରେ ଆପଣମାନେ ବହୁତ ସୁଖରେ ଥିବେ ! ସେ ମହିଳା କହିଲେ - ଉପରେ ଉପରେ ଏ ସବୁ ସୁନ୍ଦର। କିନ୍ତୁ ଭିତରେ ତ ଦୁଃଖଭରା ଜୀବନ। ମନ ଏଠି ଏତେ ଅଶାନ୍ତ ଯେ, ଆମଠୁ ନିମ୍ନ ମଧ୍ୟ ବର୍ଗ ଅଧିକ ସୁଖରେ ଅଛନ୍ତି। ଏଠାରେ ଛୋଟ ପିଲାଟିଏ ମଧ୍ୟ ଶାନ୍ତିରେ ରହି ପାରୁ ନାହିଁ। ସେ କହୁଛି ମମି ଆଇ ଆମ ବୋର୍। ମନ ଉଦାସ, ନିଦ ହେବା ପାଇଁ ବଟିକା ଖାଇବାକୁ ପଡୁଛି। ବହୁତ ଖର୍ଚ୍ଚ କରିବାକୁ ପଡୁଛି, କିନ୍ତୁ ଶାନ୍ତି କାହିଁ ? ବେଳେ ବେଳେ ଲୋକେ ଆତ୍ମହତ୍ୟା କରିଦେଉଛନ୍ତି।
ଏହି ଅନୁଭୂତି ଶୁଣିବା ପରେ ଲାଗୁଛି ଏତେ ପ୍ରାଚୁର୍ଯ୍ୟ ଭିତରେ କ'ଣ ଗୋଟିଏ ଅଭାବ ରହିଗଲା। ସେଇ ଅଭାବ ହେଉଛି ମନରେ ଶାନ୍ତିର ଅଭାବ। ବାହ୍ୟ ବସ୍ତୁର ପ୍ରାବଲ୍ୟ ମଧ୍ୟ ସୁଖ ଦେଇପାରୁ ନାହିଁ। କାହାରି ମନରେ ଶାନ୍ତି ନାହିଁ। ଗୀତାରେ କୁହାଯାଇଥିବା ସେହି ବାକ୍ୟ "ଅଶାନ୍ତସ୍ୟ କୁତଃ ସୁଖମ୍" ସେଠାରେ ସ୍ପଷ୍ଟ ଦୃଷ୍ଟିଗୋଚର ହେଉଛି।
