Wednesday, 30 May 2018

*ସମଗ୍ର ବସୁଧା...- ୭*

୧୯୯୦ ମସିହାରେ କାଶ୍ମୀରରୁ ହିନ୍ଦୁ ପଣ୍ଡିତମାନେ ବିସ୍ଥାପିତ ହେଲେ। ସେମାନେ ହରାଇଲେ ତାଙ୍କ ଜନ୍ମସ୍ଥଳୀ, ଆସ୍ଥାସ୍ଥଳୀ, ଘର, ବଗିଚା, ଘର, କୁଟୁମ୍ବ। କାଶ୍ମୀର ଇସ୍ଲାମିକ ଆତଙ୍କ ଚରମ ଅବସ୍ଥାରେ ଥିଲା। ଏହା କାଶ୍ମୀରରେ ଆବାହମାନ କାଳରୁ ବାସ କରି ଆସିଥିବା ଏକ ପଣ୍ଡିତ ଜାତିକୁ ଘାଟିରୁ ନିଷ୍କାସିତ କରିଦେଲା। ଏହା ସେହି ଇତିହାସକୁ ପୁଣି ସ୍ମରଣ କରାଇଦେଲା, ଯେତେବେଳେ ସିକନ୍ଦର ବୁତ ଶିକନ ଦ୍ୱାରା କାଶ୍ମୀରରେ ହଜାର ହଜାର ଲୋକଙ୍କୁ ବଳ ପୂର୍ବକ ଧର୍ମ ପରିବର୍ତ୍ତନ କରାଯାଇଥିଲା। ଧାର୍ମିକ ଉନ୍ମାଦର ଏହି କ୍ରମ ସେବେଠୁ ଏବେ ପର୍ଯ୍ୟନ୍ତ ସକ୍ରିୟ ରହିଛି, କେବେ ତୀବ୍ର ତ କେବେ ମନ୍ଦ ଗତିରେ।

ବିସ୍ଥାପନ ପ୍ରଭାବିତ ଲୋକ ବ୍ୟକ୍ତିଗତ, କୁଟୁମ୍ବ ଓ ସମୁଦାୟ ବା ଜିତି ବିଶେଷ ସ୍ତରରେ ହତ୍ୟା କରିବା,  ବିଷମ ପରିସ୍ଥିତିରେ ଅସ୍ତିତ୍ୱ ଓ ଅସ୍ମିତାର ସଂଘର୍ଷ  କରୁଥିଲେ। ସହିତ୍ୟିକଗଣ ଧାର୍ମିକ ଆତଙ୍କ, ନିର୍ବାସନର ଦୁଃଖ, ହତ୍ୟା ଆଦି ଅନେକ କଥାକୁ ଜଟିଳତା, ତାଙ୍କର ପୀଡ଼ା, ସନ୍ଦେହ, ଶଙ୍କା, କ୍ରୋଧ ଓ ପ୍ରତିକାର ସହ ସରଳତାର ସୌନ୍ଦର୍ଯ୍ୟ, ଇତିହାସର ଚେତନା, ପ୍ରଶ୍ନାକୁଳ ବେଦନା

*ବିସ୍ଥାପନ ସାହିତ୍ୟରେ କୁଟୁମ୍ବ - ୧*

ଭୂସ୍ବର୍ଗ କାଶ୍ମୀରକୁ ହାତେଇବା ପାଇଁ ପାକିସ୍ଥାନ ଆଜି ଦିନରାତି ଏକ କରିଦେଇଛି। ସେହି ପ୍ରଦେଶରେ ଅନେକ ପ୍ରକାର ଆକ୍ରମଣ ହେଉଛି। ସେଠାକାର ଲୋକଙ୍କ ଜୀବନର ଅଧା ସମୟ ଲଢ଼ିବା ମରିବା ସ୍ଥିତିରେ ଯୁଦ୍ଧରେ ବିତୁଛି। ସୀମାବର୍ତ୍ତୀ ଗ୍ରାମମାନଙ୍କରେ ତ ଦିନ ପ୍ରତିଦିନ ଗୁଳି ବର୍ଷା ହେଉଛି। ସେଠିକାର ଅଧିବାସୀଙ୍କୁ କେତେବେଳେ ଘର ଛାଡ଼ିବାକୁ ପଡୁଛି ତ ପୁଣି କେତେବେଳେ ଘରକୁ ଫେରିବାକୁ ହେଉଛି।  ବୁଝିହୁଏ ନାହିଁ ଏଇଭଳି ସ୍ଥିତିରେ ଏକ ଗଣ ତନ୍ତ୍ର ଦେଶ କିପରି ଶାନ୍ତିରେ ଶ୍ଵାସ ନେଉଛି। ଯେତେବେଳେ କୁନି କୁନି ଛୁଆଙ୍କୁ କାଖରେ ବାନ୍ଧି ସ୍ତ୍ରୀଲୋକଟିଏ ସୁରକ୍ଷିତ ସ୍ଥାନଟିଏ ଖୋଜି ବୁଲୁଛି। ସ୍ଥାନ ନ ମିଳେ ତ ରାସ୍ତାରେ ବସି ରାତି କାଟିଦେଉଛି। ଇଆଡ଼େ ସୀମାରେ ତା ଘର କାନ୍ଥରେ ଗୁଳି ମାଡ଼ ଚାଲୁଛି। କିଛି ଅଭାଗା ତ ଘରର ମୋହ ନ ଛାଡ଼ି ସେହି ଘରେ ଶହୀଦ ହୋଇଯାଉଛନ୍ତି।

କିନ୍ତୁ ଆଶ୍ଚର୍ଯ୍ୟର କଥା ସୀମାରେ ନୁହେଁ, ଖୋଦ କାଶ୍ମୀର ଘାଟିରେ କଶ୍ମୀରବାସୀଙ୍କ ଦ୍ଵାରା କାଶ୍ମୀର ବାସୀ ବିତାଡ଼ିତ ହୋଇଛି।

୧୯୯୦ ମସିହାରେ କାଶ୍ମୀରରୁ ହିନ୍ଦୁ ପଣ୍ଡିତମାନେ ବିସ୍ଥାପିତ ହେଲେ। ସେମାନେ ହରାଇଲେ ତାଙ୍କ ଜନ୍ମସ୍ଥଳୀ, ଆସ୍ଥାସ୍ଥଳୀ, ଘର, ବଗିଚା ଓ କୁଟୁମ୍ବ। କାଶ୍ମୀର ଇସ୍ଲାମିକ ଆତଙ୍କ ଚରମ ଅବସ୍ଥାରେ ଥିଲା। ଏହା କାଶ୍ମୀରରେ ଆବାହମାନ କାଳରୁ ବାସ କରି ଆସିଥିବା ଏକ ପଣ୍ଡିତ ଜାତିକୁ ଘାଟିରୁ ନିଷ୍କାସିତ କରିଦେଲା। ଏହା ସେହି ଇତିହାସକୁ ପୁଣି ସ୍ମରଣ କରାଇଦେଲା, ଯେତେବେଳେ ସିକନ୍ଦର ବୁତ ଶିକନ ଦ୍ୱାରା କାଶ୍ମୀରରେ ହଜାର ହଜାର ଲୋକଙ୍କୁ ବଳ ପୂର୍ବକ ଧର୍ମ ପରିବର୍ତ୍ତନ କରାଯାଇଥିଲା। ଧାର୍ମିକ ଉନ୍ମାଦର ଏହି କ୍ରମ ସେବେଠୁ ଏବେ ପର୍ଯ୍ୟନ୍ତ ସକ୍ରିୟ ରହିଛି, କେବେ ତୀବ୍ର ତ କେବେ ମନ୍ଦ ଗତିରେ।

ଆମ ଦେଶରେ ବିଦେଶରୁ ଆସି ଇହୁଦୀ, ପାର୍ସୀ, ଜୋରାଷ୍ଟ୍ରିଆନ ଶରଣାର୍ଥୀ ରହିଥିଲେ। କିନ୍ତୁ କାଶ୍ମୀର ପଣ୍ଡିତଙ୍କ କଥା ଅଲଗା। ଏମାନେ ନିଜ ଦେଶରେ ଗୋଟିଏ ପ୍ରଦେଶରୁ ବିତାଡ଼ିତ ହୋଇ ଅନ୍ୟ ପ୍ରଦେଶକୁ କିମ୍ବା ସେହି ପ୍ରଦେଶର ଅନ୍ୟ ସ୍ଥାନରେ ରହୁଥିବା ଶରଣାର୍ଥୀ।

ବିସ୍ଥାପନ ପ୍ରଭାବିତ ଲୋକ ବ୍ୟକ୍ତିଗତ, କୁଟୁମ୍ବ ଓ ସମୁଦାୟ ବା ଜାତି ବିଶେଷ ସ୍ତରରେ ବଞ୍ଚିବା ମରିବା ଭଳି ବିଷମ ପରିସ୍ଥିତିରେ ନିଜ ଅସ୍ତିତ୍ୱ ଓ ଅସ୍ମିତାର ସଂଘର୍ଷ କରୁଥିଲେ। ସହିତ୍ୟିକଗଣ ଧାର୍ମିକ ଆତଙ୍କ, ନିର୍ବାସନର ଦୁଃଖ, ହତ୍ୟା ଆଦି ଅନେକ କଥାକୁ ଯଥା ଜଟିଳତା, ପୀଡ଼ା, ସନ୍ଦେହ, ଶଙ୍କା, କ୍ରୋଧ ଓ ପ୍ରତିକାର ସହ ସରଳତାର ସୌନ୍ଦର୍ଯ୍ୟ, ଇତିହାସର ଚେତନା, ପ୍ରଶ୍ନାକୁଳ ମନ , ମୁକ୍ତିକାମୀ ଉଦ୍ଦାତ ଚେତନା, ଆଶାବାଦିତା ସହ ଆରମ୍ଭରୁ ସକ୍ରିୟ ଅଛନ୍ତି।

କାଶ୍ମୀରର ଏକ ଲୋକ କଥା ଅଛି, 'ଗର୍ ବନ୍ଦହ୍ୟ ଗର୍ ସାସା, ବର ନେର୍ ହି ନ ଜାଂହ।' ଅର୍ଥାତ୍ ହେ ଘର ! ତୋ ଉପରେ ହଜାରେ ଘର ଆଶ୍ରିତ। ତେଣୁ ତୋ ଦ୍ୱାର ଛାଡ଼ି ଆଉ କୁଆଡ଼େ ଯିବାର ଆମେ ଚିନ୍ତା କରି ପାରିବୁ ନାହିଁ। ଯେଉଁଠି ପରିବାରର ମୂଳ ଲୋକମାନେ ରହି ଆସିଛନ୍ତି ତାହାକୁ ଆମେ ଘର କହୁଛୁ। ସେଠାରେ ପୂର୍ଣ୍ଣ ପ୍ରସ୍ଫୁଟିତ ପରିବାର ରହିଥାଏ। ଯେଉଁ ଭୂମିରେ ଘର ଛିଡ଼ା ହୋଇଛି ତାହା ହିଁ ଭିଟାମାଟି ବା ଆମର ପ୍ରିୟ ମାତୃଭୂମି। ତାକୁ ଛାଡ଼ି ଦିଲ୍ଲୀରେ, ଜମ୍ମୁରେ ଓ ଅନ୍ୟ ଅପରିଚିତ ସ୍ଥାନରେ ଖୋଲା ଆକାଶ ତଳେ ଦିନ ବିତାଇବାର ଦୁଃଖ ଏଇ ସାହିତ୍ୟରେ ରହିଛି। କେବଳ ହିନ୍ଦୀ ଭାଷାରେ ନୁହେଁ ଅପିତୁ ରାଜ୍ୟର ସବୁ ଭାଷା ଯଥା ଡୋଗ୍ରୀ, କାଶ୍ମୀରୀ, ଉର୍ଦୁ, ପଞ୍ଜାବୀ, ଇଂରାଜୀ ଆଦି ଭାଷାର ଲେଖକମାନେ ଏହା ବିଷୟରେ ପ୍ରାଞ୍ଜଳ ଭାବରେ ଲେଖିଛନ୍ତି।

ହିନ୍ଦୀ ଭାଷାରେ ଲେଖା ଯାଇଛି -

"ରାସନ ଔର ରିଲିଫ ସେ
ଏକ ବିସ୍ଥାପିତ କା ଭବିଷ୍ୟ
ହାଂଫତା-କାମ୍ପତା
ଥର-ଥରାତା
ସହମା ହୁଆ
ରୋଜ ହୋତା ହୈ ଖଡ଼ା
ଏକ ଲମ୍ବୀ କତାର ମେ
କି ବୁଲାୟା ଜାଏଗା
ଉସକା ନାମ ଭି ସାଂଝ ହୋନେ ତକ।"
        (ମହାରାଜ କୃଷ୍ଣ ସନ୍ତୋଷୀ)
ବିସ୍ଥାପିତ କୁଟୁମ୍ବ ପାଇଁ ଅସ୍ତ ବ୍ୟସ୍ତ ଜୀବନର ସମସ୍ୟା ସେହି ସାହିତ୍ୟରେ ଉଲ୍ଲେଖ ହୋଇଛି। ଘର ଖୋଜା, ଘର ମାଲିକର ଦୁର୍ବ୍ୟବହାର ଓ ହୃଦୟ ଭିତରେ ଜଳୁଥିବା କ୍ରୋଧାଗ୍ନି ଆଦିର ଅନୁଭବ ମଧ୍ୟ ସେହି ଲେଖାରେ ପ୍ରତିଫଳିତ।

କ୍ରମଶଃ...

୩୧. ୫. ୧୮

*ସମଗ୍ର ବସୁଧା...- ୭*

୧୯୯୦ ମସିହାରେ କାଶ୍ମୀରରୁ ହିନ୍ଦୁ ପଣ୍ଡିତମାନେ ବିସ୍ଥାପିତ ହେଲେ। ସେମାନେ ହରାଇଲେ ତାଙ୍କ ଜନ୍ମସ୍ଥଳୀ, ଆସ୍ଥାସ୍ଥଳୀ, ଘର, ବଗିଚା, ଘର, କୁଟୁମ୍ବ। କାଶ୍ମୀର ଇସ୍ଲାମିକ ଆତଙ୍କ ଚରମ ଅବସ୍ଥାରେ ଥିଲା। ଏହା କାଶ୍ମୀରରେ ଆବାହମାନ କାଳରୁ ବାସ କରି ଆସିଥିବା ଏକ ପଣ୍ଡିତ ଜାତିକୁ ଘାଟିରୁ ନିଷ୍କାସିତ କରିଦେଲା। ଏହା ସେହି ଇତିହାସକୁ ପୁଣି ସ୍ମରଣ କରାଇଦେଲା, ଯେତେବେଳେ ସିକନ୍ଦର ବୁତ ଶିକନ ଦ୍ୱାରା କାଶ୍ମୀରରେ ହଜାର ହଜାର ଲୋକଙ୍କୁ ବଳ ପୂର୍ବକ ଧର୍ମ ପରିବର୍ତ୍ତନ କରାଯାଇଥିଲା। ଧାର୍ମିକ ଉନ୍ମାଦର ଏହି କ୍ରମ ସେବେଠୁ ଏବେ ପର୍ଯ୍ୟନ୍ତ ସକ୍ରିୟ ରହିଛି, କେବେ ତୀବ୍ର ତ କେବେ ମନ୍ଦ ଗତିରେ।

ବିସ୍ଥାପନ ପ୍ରଭାବିତ ଲୋକ ବ୍ୟକ୍ତିଗତ, କୁଟୁମ୍ବ ଓ ସମୁଦାୟ ବା ଜିତି ବିଶେଷ ସ୍ତରରେ ହତ୍ୟା କରିବା,  ବିଷମ ପରିସ୍ଥିତିରେ ଅସ୍ତିତ୍ୱ ଓ ଅସ୍ମିତାର ସଂଘର୍ଷ  କରୁଥିଲେ। ସହିତ୍ୟିକଗଣ ଧାର୍ମିକ ଆତଙ୍କ, ନିର୍ବାସନର ଦୁଃଖ, ହତ୍ୟା ଆଦି ଅନେକ କଥାକୁ ଜଟିଳତା, ତାଙ୍କର ପୀଡ଼ା, ସନ୍ଦେହ, ଶଙ୍କା, କ୍ରୋଧ ଓ ପ୍ରତିକାର ସହ ସରଳତାର ସୌନ୍ଦର୍ଯ୍ୟ, ଇତିହାସର ଚେତନା, ପ୍ରଶ୍ନାକୁଳ ବେଦନା

*ସମଗ୍ର ବସୁଧା...- ୭*

ଭାରତୀୟ ସାହିତ୍ୟ ଆମ ସଂସ୍କୃତିର ପରିଚାୟକ। ଆମ ସଂସ୍କୃତ ସାହିତ୍ୟର ଦୁଇଟି ଅମୂଲ୍ୟ ଗ୍ରନ୍ଥ ହେଲା ମହର୍ଷି ବାଲ୍ମୀକିଙ୍କ ଦ୍ଵାରା ପ୍ରଣୀତ 'ରାମାୟଣ'
ଓ ମହର୍ଷି ବ୍ୟାସଦେବଙ୍କ ପ୍ରଣୀତ 'ମହାଭାରତ'। ଏହି ଦୁଇ ଗ୍ରନ୍ଥରେ ପରିବାରର ସାମୂହିକତା ବିଷୟରେ ଅନେକ ନିଦର୍ଶନ ରହିଛି। ରାମାୟଣରେ ରହିଛି ନ୍ୟାୟ ଧର୍ମ ଓ ସେବାର ପ୍ରତୀକାତ୍ମକ ଵର୍ଣ୍ଣନା। ଯେଉଁଥିରେ ପିତୃସତ୍ୟ ପାଳନ ଠାରୁ ସୀତାଙ୍କ ବନବାସ, ରାବଣରୂପୀ ଦୁରାଚାରୀ ରାକ୍ଷସର ବଧ ସହ ଲବ କୁଶଙ୍କ ଦ୍ଵାରା ସର୍ଵଜନ ହିତାୟ ରାମରାଜ୍ୟର ପ୍ରତିଷ୍ଠାର ପ୍ରୟାସ କରାଯାଇଛି। କିନ୍ତୁ ମହାଭାରତରେ ପରିବାରର ସ୍ୱଜନମାନଙ୍କ ମଧ୍ୟରେ ଥିବା ମତ ବିରୋଧୀ ଚିନ୍ତନକୁ ଦୂର କରିବା ପାଇଁ ପ୍ରଚେଷ୍ଟା ହୋଇଛି। ଯେଉଁଥିରେ ପାଣ୍ଡବମାନେ କୃଷ୍ଣ ଭଗବାନଙ୍କ ସହାୟତା ନେଇ ଧର୍ମ ଓ ନ୍ୟାୟର ପ୍ରତିଷ୍ଠା ପାଇଁ ଉଦ୍ବିଗ୍ନ ହୋଇଛନ୍ତି ତ କୌରବମାନେ ସ୍ୱାର୍ଥାନ୍ଧ ଅହଂକାର ସମ୍ପନ୍ନ ଆତ୍ମବଡ଼ିମାକୁ ଶ୍ରେୟ ଦେବାର ଅପଚେଷ୍ଟା କରିଛନ୍ତି। ଏଥିରୁ ସୂତ୍ରପାତ ହୋଇଛି ସଂକୀର୍ଣ୍ଣତାର କଳହ ଓ ଯୁଦ୍ଧ। ପରେ କିନ୍ତୁ ପ୍ରତିଷ୍ଠା ହୋଇଛି ଗ୍ଲାନି ରହିତ ଉଦାରବାଦୀ ବୈଶ୍ବିକ ପରିବାରକୁ ପୁଷ୍ଟ କରୁଥିବା ନ୍ୟାୟିକ ଚେତନା।

ଆମ ବୈଦିକ ପରମ୍ପରାରୁ ସୃଷ୍ଟ ଶାସ୍ତ୍ରମାନଙ୍କ ମଧ୍ୟରେ ଶ୍ରୀମଦ୍ଭଗବତ ଗୀତା ଏକ ସୂଚୀନିପୁଣ ସର୍ବ ଧର୍ମ ସର୍ବ ସଂସ୍କୃତି ସମନ୍ଵୟର ଏକ ଆଦି ଗ୍ରନ୍ଥ ଯେଉଁଥିରେ ଈଶ୍ୱର ଓ ଅନୁସନ୍ଧିତ୍ସୁ ଭକ୍ତମାନଙ୍କ ମଧ୍ୟରେ କଥୋପକଥନ ଶୈଳୀରେ ଜ୍ଞାନ, ଭକ୍ତି ଓ କର୍ମଯୋଗର ବର୍ଣ୍ଣନା କରାଯାଇଛି। ସମଗ୍ର ଜଗତ ଓ ସମସ୍ତ ବିଶ୍ୱବାସୀଙ୍କ ହିତ ଚିନ୍ତନରେ ଏହା ବ୍ୟାପ୍ତ । ଏଥିରେ ମଧ୍ୟମ ପାଣ୍ଡବ ଅର୍ଜୁନ ନିଜର ସଂକୀର୍ଣ୍ଣ ମାନବୀୟ ପରିବାର ଜ୍ଞାନ ନେଇ କ୍ଷୋଭରେ ଲିପ୍ତ ଥିଲାବେଳେ ଅର୍ଜୁନଙ୍କର ସଖା ଶ୍ରୀକୃଷ୍ଣ ନାମଧାରୀ ଈଶ୍ୱର ସତ୍ ଚିତ୍ ଆନନ୍ଦକୁ ଉପଲବ୍ଧ କରାଇବା ପାଇଁ ସଖା ଅର୍ଜୁନଙ୍କୁ ବୈଶ୍ବିକ ପରିବାରର ଦର୍ଶନ କରାଇଥିଲେ। ଯାହା ଥିଲା ବିଶ୍ୱରୂପ ଦର୍ଶନ।

ରାଜ୍ୟ ସୁଖ ଲୋଭରେ ସ୍ୱଜନଙ୍କୁ ମାରିବା ପାଇଁ କରାଯାଉ ଥିବା ଯୁଦ୍ଧକୁ ମହାନ ପାପ ବୋଲି କହି ମୋହ ଗ୍ରସ୍ତ ଅର୍ଜୁନ ଦୁର୍ଯୋଧନ ଦ୍ୱାରା ନିହତ ହେବାକୁ ଶ୍ରେୟ ମଣିଥିଲେ। କିନ୍ତୁ ଭଗବାନଙ୍କ ପରାମର୍ଶ ଥିଲା ଏ ବିଶ୍ୱ ଏକ ପରିବାର। ଏଥିରେ ସ୍ୱାର୍ଥ, ସ୍ୱଜନ ଭାବନାରେ ବିଗଳିତ ନ ହୋଇ ପରମାର୍ଥିକ ତଥା ଦେବତା, ମନୁଷ୍ୟ, ପଶୁ, ପକ୍ଷୀ, ବୃକ୍ଷ, ଲତା ଆଦି ସଚରାଚର ଜଗତକୁ ଏକାତ୍ମ ଦୃଷ୍ଟିରେ ଦେଖିବା ଉଚିତ। ଏଥିପାଇଁ ସେ ଅର୍ଜୁନଙ୍କୁ ଦିବ୍ୟ ଦୃଷ୍ଟି ପ୍ରଦାନ କରିଥିଲେ। ଯାହା ଥିଲା ବିଶ୍ୱକୁ ଏକ ପରିବାର ଜ୍ଞାନ କରିବାର ଦିବ୍ୟ ଐଶ୍ୱରୀୟ ଦର୍ଶନ ମାତ୍ର।

୩୦. ୫. ୧୮

Monday, 28 May 2018

*ସମଗ୍ର ବସୁଧା...-୬*

ଗୋଟିଏ ପରିବାର ଚଳିବା ପାଇଁ ଯେଉଁ ଦୁଇଟି ବିଷୟର ଆବଶ୍ୟକ ହୋଇଥାଏ ସେଥିରୁ ପ୍ରଥମଟି ହେଲା ସ୍ନେହ ସମ୍ପର୍କ ଓ ଅନ୍ୟଟି ହେଲା ଶ୍ରମ ଦାନ ଦ୍ୱାରା ପରିବାର ପାଇଁ ସାଧନ ସଂଗ୍ରହ କରିବା। ସେ ସମୟରେ ଶ୍ରମର ଶ୍ରେଷ୍ଠ ରୂପ ଥିଲା କୃଷି। ବେଦରେ କୁହାଯାଇଛି "କୃଷିମିତ୍ କୃଷସ୍ୱ ମା ଦିବ୍ୟତ୍।" ଅର୍ଥାତ୍ କୃଷି ହିଁ ଶ୍ରମ ସାଧନର ଅନନ୍ୟ ଦିବ୍ୟ ରୂପ। ଏହି କୃଷି ହିଁ ବ୍ୟାପକ ରୂପରେ ପରିବାର ପାଇଁ ଖାଦ୍ୟ ଯୋଗାଇ ଦେଇଥାଏ। ତେଣୁ ବେଦ କୃଷି କର୍ମରେ ନିୟୋଜିତ ରଖିବା ପାଇଁ ନିର୍ଦ୍ଦେଶ କରିଛି ତଥା କୃଷି ବ୍ୟତୀତ ଜୀବନକୁ ଅନ୍ୟତ୍ର ଜୁଆ ଖେଳି ନଷ୍ଟ ନ କରିବାକୁ ପରାମର୍ଶ ନିହିତ କରିଛି। ଶାସ୍ତ୍ର ମଧ୍ୟ ଏ କଥାକୁ ସ୍ୱୀକାର କରି ପରିବାର ପାଇଁ ବୃତ୍ତିର ଅବଲମ୍ବନକୁ ଧ୍ୟେୟ କରିବା ଆଳରେ ପ୍ରଥମେ କୃଷିଜ ସଂସ୍ଥାନକୁ ଶୀର୍ଷରେ ରଖି ଉତ୍ତମ, ବାଣିଜ୍ୟକୁ ମଧ୍ୟମ ଓ ଅନ୍ୟର ଦାସତ୍ୱ ସ୍ୱୀକାର କରି ଜୀବିକା ନିର୍ବାହର ପନ୍ଥା ଅନୁସରଣ କରିବାକୁ ଅଧମ ଶ୍ରେଣୀଭୁକ୍ତ କରିଛି। କିନ୍ତୁ ଆଜି ଆମ ସମାଜ ଓ ଆମେ ଏଥିରୁ ବିଚ୍ୟୁତ ହୋଇ କୃଷିଜ ଉତ୍ପାଦନକୁ ଅବହେଳା କରିଚାଲିଛୁ। ଯାହାର କୁପରିଣାମରୁ ଅନ୍ନଦାତାଭଳି କୃଷକ ପରିବାର ଆଜି ନିଜକୁ ବଞ୍ଚାଇ ନ ପାରି ହେୟ ମନେକରି ରୋଜଗାର ନ ପାଇବାରୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ପ୍ରକାରାନ୍ତରେ ସୃଜନଶୀଳ କୃଷି-ବିଦ୍ୟାନିପୁଣ କୃଷକ ପରିବାରର ସଦସ୍ୟମାନେ ନିଜ ପେଟକୁ ଦାନା ଯୋଗାଡ଼ କରିବା ପାଇଁ ଦାଦନ ଖଟିବା ଉଦ୍ଦେଶ୍ୟରେ ନିଜ ଜନ୍ମକଲା ମାଟିମାଆର ଦୁର୍ବାର ଲୋଭକୁ ଛାଡ଼ି ବିଦେଶରେ ନିଯୁକ୍ତି ଖୋଜି ଖୋଜି ବାର ଦୁଆରରେ ହାତ ପତାଇବାରେ ଲାଗିଛନ୍ତି। 

ମନୁଷ୍ୟ ମନୁଷ୍ୟ ଭିତରେ ଥିବା ସମସ୍ତ ସମ୍ପର୍କ କୃଷକ ପରିବାରରୁ ହିଁ ବିକଶିତ ହେଉଥିଲା। ସେବେଳରେ ଏହା ପବିତ୍ର ବୃତ୍ତିର ମାନଦଣ୍ଡ ଥିଲା। ରାମାୟଣରେ ରାଜା ଜନକ ଜାନକୀଙ୍କ ଭଳି ଏକ ଦୁର୍ଲଭ କନ୍ୟାରତ୍ନଙ୍କୁ ଏହି କୃଷିଭିତ୍ତିକ ଭୁକର୍ଷଣରୁ ହିଁ ପ୍ରାପ୍ତ ହୋଇଥିଲେ। ସେହି ଜନକ ନନ୍ଦିନୀ ସୀତା ହିଁ ଆମ ଭାରତୀୟ ସଂସ୍କୃତି ଓ ପରିବାରର ପଵିତ୍ରତାର ଆଦର୍ଶ।

କ୍ରମଶଃ...

୨୯. ୫. ୧୮

Sunday, 27 May 2018

*ସମଗ୍ର ବସୁଧା...- ୫*

ପରିବାରକୁ ବିଶ୍ବର ସବୁଠୁ ବଡ଼ ବିଶ୍ୱବିଦ୍ୟାଳୟ ବୋଲି କୁହାଯାଏ। ଏହା ହିଁ ଦୁନିଆର ସର୍ବ ବୃହତ ପ୍ରୟୋଗଶାଳା। ପୃଥିବୀର ସବୁଠୁ ବଡ଼ ସଂସଦ ହେଲା ପରିବାର। ଘର ଓ ପରିବାର ଦୁଇଟି ପର୍ଯ୍ୟାୟବାଚୀ ଶବ୍ଦ। ସଂସ୍କୃତରେ ଏହି ଦୁଇଟି ଶବ୍ଦର ସୁନ୍ଦର ବ୍ୟାଖ୍ୟା ରହିଛି। 'ଗୃହଣାତି ଇତି ଗୃହମ' - ଯେଉଁଠି ଅତିଥି ଆଗନ୍ତୁକ ମାନଙ୍କୁ ଅଭ୍ୟର୍ଥନାର ସହ ଆଦରରେ ଗ୍ରହଣ କରାଯାଏ ତାହା ହିଁ ଗୃହ ବା ଘର। ସେହିପରି ପରିବାର ହେଉଛି "ପରିତଃ ବାରୟତି ସ୍ୱଦୋଷାନ ଯସ୍ମିନ।" ଅର୍ଥାତ୍ ଯେଉଁଠି ବ୍ୟକ୍ତି ତାର ଦୋଷଗୁଣ ଦୂରକରି ମାର୍ଜିତ ହେବାର ସୁଯୋଗ ନେଇଥାଏ। କୁଳ କୁଟୁମ୍ବ ଆଦି ଶବ୍ଦ ପରିବାରର ସମାନ ଅର୍ଥକୁ ବୁଝାଏ। କୁଳର ଆଧାର ହେଲା  ଅନ୍ୟର କୁଶଳ ଯାଚନାରେ ନିଜକୁ ଉତ୍ସର୍ଗ କରିବା ବା ଅନ୍ୟର ସୁଖ ସୁବିଧା ପାଇଁ ନିଜର ସୁଖ ସୁବିଧାକୁ ସ୍ୱତଃ ଜଳାଞ୍ଜଳି ଦେବା। ତ୍ୟାଗମୟୀ - ଯଜ୍ଞମୟୀ ଜୀବନଶୈଳୀର ବିକାଶ ଓ ବିସ୍ତାର ଏହି ପରିବାର ଶୈଳୀରୁ ଅନୁଶୃତ। ଯାହା ଆମ ଭାରତୀୟ ବସୁଧୈବ କୁଟୁମ୍ବକମ୍ ବିଚାରର ନିଦର୍ଶନ। ଭାରତ ହେଉଛି ତ୍ୟାଗପୂତ ତପସ୍ୱୀ ମାନଙ୍କର ଦେଶ। ଭୋଗ ଏଠାରେ ସମର୍ପଣର ହେତୁ। ସମ୍ଭବତଃ ଏହି ମାଟିର ସଂସ୍କୃତିରୁ ଜନ୍ମ ନେଇଛି ଦାନ କରିବାରେ ସଂତୃପ୍ତି ହାସଲ କରିବା, ଯାହା ଅନ୍ୟ ପାଶ୍ଚାତ୍ୟ ଜଗତରେ ବିରଳ। ଭୋଗବାଦ ହିଁ ସେମାନଙ୍କର ଆଧାର। ଏ ଦୃଷ୍ଟିରୁ ପରିବାରର ଅର୍ଥ ହେଲା ପରକୁ ଆପଣାର କରିନେବାର ଆତ୍ମୀୟତା ଓ ସେଥିପାଇଁ ଆବଶ୍ୟକ ହେଉଥିବା ଶ୍ରମ, ଦାନ ତଥା ତ୍ୟାଗକୁ ସ୍ୱଇଚ୍ଛାରେ ଶ୍ରଦ୍ଧାରେ ଗ୍ରହଣ କରିନେବା।  ଏଥିପାଇଁ କୁହାଯାଇଛି -

"ବୈକୁଣ୍ଠ ସମାନ ଆହା ଅଟେ ସେହି ଘର
ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର।"

ଏ ଦୃଷ୍ଟିରୁ ଆମ ଭାରତୀୟ ଭାବନା ହେଉଛି ପରିବାରର କୁଳ ସଦସ୍ୟମାନେ ନିଜ ନିଜ ଶକ୍ତି ଓ ସାମର୍ଥ୍ୟ ଅନୁଯାୟୀ ନିରନ୍ତର ସେବା ଓ ଶ୍ରମଦାନ ପୂର୍ବକ ଅନ୍ୟମାନଙ୍କର କୁଶଳ କାମନା କରିବା।
ବେଦ ଅନୁସାରେ ଏହି ପରିବାରର ଆଧାର ହେଉଛନ୍ତି ଜନ୍ମଦାତ୍ରୀ ମାଆ ତଥା ଜାୟା। ମନୁ ସ୍ମୃତି ମଧ୍ୟ ଏହି ଚିନ୍ତନକୁ ସ୍ୱୀକାରକରି ଗୃହିଣୀ ତଥା କୁଳବଧୁଙ୍କୁ ଏହି ମର୍ଯ୍ୟାଦା ଦେଇଛନ୍ତି। ମହର୍ଷି ବାଲ୍ମୀକି ମଧ୍ୟ ଏହାର ଅଧ୍ୟୟନକରି ରାମାୟଣରେ  "ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ" ଉପଲବ୍ଧିକୁ ଉଲ୍ଲେଖ କରିଛନ୍ତି।
ଅଥର୍ବ ବେଦ କହୁଛି -
"ମାତାଃ ଭୂମିଃ ପୁତ୍ରୋ ଅହଂ ପୃଥିବ୍ୟାଃ।"

ଭୂମିକୁ ମାଆ ମାନୁଥିବାରୁ ଭାରତ କୁଳ ପରିବାରର ସଦସ୍ୟ ଭାବରେ ସପ୍ତକୁଳ ପର୍ବତ, ସପ୍ତକୁଳ ନଦୀ, ସପ୍ତକୁଳ ପୁରୀ ଆଦିଙ୍କୁ ଗ୍ରହଣ କରି ନେଇଛନ୍ତି। କୈଳାସବାସୀ ଶିବ ଓ ହିମାଳୟର ସୁତା ପାର୍ବତୀ ଜଗତର ମାତା ପିତା ଭାବରେ ପ୍ରତିପାଦିତ। "ଜଗତ ପିତରୋୖ ବନ୍ଦେ ପାର୍ବତୀ ପରମେଶ୍ୱରୋୖ।"

ସଂସ୍କାରର ପ୍ରଶିକ୍ଷଣ କେନ୍ଦ୍ର ହେଲା ପରିବାର। ସେଥିରେ ନିଜ ପର ଭାବ ଭୁଲି ଉଦାର ଚରିତ୍ର ମାନଙ୍କର ନିର୍ମାଣ ହୁଏ । ପରିଣାମରୁ ହଁ  ଏ ସମଗ୍ର ବସୁଧା ଏକ କୁଟୁମ୍ବ ଜ୍ଞାନ କରାଯାଏ। ଏହାକୁ ଦୃଷ୍ଟିରେ ରଖି  ମନୁ କହିଛନ୍ତି -
"ଅୟଂ ନିଜଃ ପରୋବେତି ଗଣନା ଲଘୁ ଚେତସାମ୍।
ଉଦାର ଚରିତାନାଂ ତୁ ବସୁଧୈବ କୁଟୁମ୍ବକମ୍ ।।"

କ୍ରମଶଃ...

୨୮. ୫. ୧୮

Saturday, 26 May 2018

*ସମଗ୍ର ବସୁଧା...-୪*

ସନ୍ଥ ତୁଳସୀଦାସ ରାମଚରିତ ଲେଖି ଭାରତୀୟ କୁଟୁମ୍ବର ମହତ୍ତ୍ୱକୁ ପୁନଃ ପ୍ରସ୍ଥାପିତ କରିଥିଲେ।

ରହିମ, ରସଖାନ ଓ ବିହାରୀ ଆଦି କବିଗଣ ବହୁତ ନୀତିନିଷ୍ଠ ଦୋହା ମାଧ୍ୟମରେ ସମାଜ ଓ ପରିବାରର ଆଦର୍ଶ ନିୟମକୁ ଉପସ୍ଥାପିତ କରି ସମାଜରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଥିବା ଅସାମଞ୍ଜସ୍ୟକୁ ଦୂର କାରବାରେ ସମର୍ଥ ହୋଇଥିଲେ।

ଭୂଷଣ ଭଳି କବି ସମ୍ପୂର୍ଣ୍ଣ ଭାରତକୁ ଏକ କୁଟୁମ୍ବ ମନେକରି ଶାସନ କରୁଥିବା ହିନ୍ଦୁ ହୃଦୟର ସମ୍ରାଟ ଛତ୍ରପତି ଶିବାଜୀଙ୍କୁ ନିଜ ରଚନା ମାଧ୍ୟମରେ କାଳଜୟୀ କରିଥିଲେ।

ପରାଧୀନ ଭାରତରେ ସୁସୁପ୍ତ ବ୍ୟକ୍ତିତ୍ୱକୁ ଜଗାଇବା ପାଇଁ ସ୍ଵାମୀ ବିବେକାନନ୍ଦ ସମ୍ପୂର୍ଣ୍ଣ ଭାରତବର୍ଷରେ ଆଧ୍ୟାତ୍ମିକତାର ଗଙ୍ଗା ବୁହାଇ ଆମେରିକା ଧର୍ମ ମହାସଭାରେ ଭାରତର ସେହି ଏକାତ୍ମ କୁଟୁମ୍ବବୋଧର ବିଚାରକୁ 'ମୋର ପ୍ରିୟ ଭାଇ ଓ ଭଉଣୀମାନେ'  ସମ୍ବୋଧନ କରି ବିଶ୍ୱର ଗୁରୁ ହୋଇଗଲେ।

ସେହି ସମୟ ଥିଲା ଅଧ୍ୟାତ୍ମ, ସମାଜ ଓ ସାହିତ୍ୟ ସହ ଏକାଠି କାମ କରିବାର ସମୟ। ମହାନ ବିପ୍ଲବୀ ମହର୍ଷି ଅରବିନ୍ଦ ମାଣିକତଲା ବମ୍ ବିସ୍ଫୋଟରେ ଗିରଫ ହୋଇ ଆଲିପୁର ଜେଲରେ ବନ୍ଦୀ ଜୀବନ କାଟିଲେ। ସେହି ଜେଲରେ ସେ ଦିବ୍ୟ ଜନନୀ ଭାରତ ମାତାଙ୍କ ଅଖଣ୍ଡ ସ୍ୱରୂପକୁ ଧ୍ୟାନ କରି ଜେଲ ଜୀବନରୁ  ମୁକ୍ତି ପରେ ପଣ୍ଡିଚେରୀ ଆଶ୍ରମରେ ଏହି ଭରତମାତାଙ୍କ ଅଖଣ୍ଡ ଭାରତର ମାନଚିତ୍ରକୁ ସ୍ୱୟଂ ନିଜସ୍ୱ ପରିବାର ଜ୍ଞାନରେ ପୂଜା କରୁଥିଲେ।

ସେବେଳରେ ବଙ୍କିମଚନ୍ଦ୍ର ତାଙ୍କରି ପ୍ରସିଦ୍ଧ ଉପନ୍ୟାସ ଆନନ୍ଦମଠ ଲେଖିବା ଆରମ୍ଭ କରିଥିଲେ। ଏହା ସେବେଳର ସମଗ୍ର ବଙ୍ଗ ପ୍ରଦେଶର ଅନୁଭୂତ ହେଉଥିବା ମରୁଡ଼ି ଓ ସନ୍ନ୍ୟାସ ଆନ୍ଦୋଳନର ପୃଷ୍ଠଭୂମିର ଏକ ବଳିଷ୍ଠ ଓ ଅଭୂତପୂର୍ବ ଉପନ୍ୟାସ ଥିଲା। ଯେଉଁଥିରେ ମରୁଡ଼ି ଜନିତ କ୍ଷୁଧା ଏବଂ ପରାଧୀନ ଭାରତରୁ ମୁକ୍ତି ପାଇଁ ସ୍ୱାଧୀନତା ସଂଗ୍ରାମର ଅଦମ୍ୟ କାମନା ବିହିତ ଥିଲା। ଯାହା ସର୍ବ ଧର୍ମ ସର୍ବ ସମ୍ପ୍ରଦାୟରେ ଥିବା ବିଭେଦତାକୁ ଚୁରମାର କରି ଏକ ବଳିଷ୍ଠ ଭାରତୀୟ ପରିବାରବୋଧକୁ ପ୍ରତିଷ୍ଠା କରି ସେ ସମୟର ପ୍ରଶାସକ ତଥା ଇଂରେଜମାନଙ୍କ ହୃଦୟକୁ ଥରାଇ ଦେଇଥିଲା। ଔପନ୍ୟାସିକ ବଙ୍କିମଚନ୍ଦ୍ରଙ୍କ ଆନନ୍ଦମଠ ଉପନ୍ୟାସ ଭିତରେ ମରୁଡ଼ି ଜନିତ କ୍ଷୁଧା ଏବଂ ସ୍ୱାଧୀନତା ସଂଗ୍ରାମର ଅଦମ୍ୟ କାମନା ସହିତ ଭାରତୀୟ ପରିବାରର ଆଦର୍ଶ ଭାବ ତଥା କୁଟୁମ୍ବବୋଧକୁ ପୁନଃ ଜାଗ୍ରତ କରିପାରି ଥିଲା।  'ବନ୍ଦେମାତରମ ' ର ଉଦ଼ଘୋଷର ସାରାଂଶ ଏହି ଭାରତୀୟ କୁଟୁମ୍ବ ଧାରାକୁ ହିଁ ଏଯାବତ ଶାଶ୍ୱତ କରିରଖିଛି।

କବିବର ରବୀନ୍ଦ୍ରନାଥଙ୍କ କଥା ସାହିତ୍ୟ ସେସମୟର ଗ୍ରାମୀଣ ଏବଂ ପରିବର୍ତ୍ତିତ ପାଶ୍ଚାତ୍ୟ ସଭ୍ୟତାର କୁପ୍ରଭାବଜନିତ ମୁଣ୍ଡ ଟେକୁଥିବା ବିଛିନ୍ନତାବୋଧକୁ ସମାହିତକରି ଏକ ସୁଦୃଢ଼ ସମାଜ ଓ ପରିବାରର ନିର୍ମାଣ କରିବାରେ ସତତ ଚେଷ୍ଟିତ ଥିଲା।

ଶରତ ଚନ୍ଦ୍ରଙ୍କ ସାହିତ୍ୟ ଭାରତୀୟ ପୃଷ୍ଠଭୂମିରେ ନାରୀର ଭୂମିକାକୁ ପ୍ରସ୍ତୁତ କରିଛି। ସେ ତଥାକଥିତ ପତିତା ସ୍ତ୍ରୀମାନଙ୍କ ଉଚ୍ଚ ଆଦର୍ଶ ଉନ୍ମୁଖ ଚରିତ୍ରର ସ୍ନେହିଳ ଚିତ୍ରଣ କରିଛନ୍ତି। ନାରୀର ଅନେକ ରୂପର ସମ୍ମୋହନ ଶରତ ସାହିତ୍ୟର ଆଧାର ଅଟେ। ଯାହା ପରିବାରର ମୁଖ୍ୟ ଆଧାର ଶିଳା ଭାବରେ ନାରୀ ଚରିତ୍ରର ମହତ୍ତ୍ୱକୁ ବହୁ ଭାବରେ ପ୍ରସ୍ତୁତ କରିଛି।

ଓଡ଼ିଶାର ପ୍ରସିଦ୍ଧ 'ସବୁଜ ଲେଖକ' କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ପ୍ରସିଦ୍ଧ କାହାଣୀ 'ମାଂସର ବିଳାପ' ରେ ରହିଥିବା ଶ୍ୱାନ ଓ ହରିଣର ଅଦ୍ଵିତୀୟ ମିତ୍ରତାକୁ ଯଥାର୍ଥବାଦୀ ପରାଧୀନତାର ବୋଝ ତଳେ ପେଷି ହେଉଥିବା ମାନବ ମୂଲ୍ୟର ସଂଘର୍ଷ, କ୍ରୁର ଇଂରେଜ ଶାସକଙ୍କ ପାଖରେ ମୁଣ୍ଡ ବିକିଥିବା ଜମିଦାରଙ୍କ କିଂକର୍ତ୍ତବ୍ୟବିମୁଢ଼ତାର ମାର୍ମିକ ଚିତ୍ରଣ ଦେଖିବାକୁ ମିଳିଥାଏ। ବିଷୟବସ୍ତୁରେ ଥିବା କରୁଣ ବିକଳ ସମ୍ବେଦନଶୀଳ ଭାବବୋଧର ମାର୍ମିକ ବର୍ଣ୍ଣନା ଭାରତୀୟ ପରିବାରବୋଧକୁ ମାନବୀୟ ଚିତ୍ରଣଠାରୁ ବହୁ ଉର୍ଦ୍ଧ୍ବକୁ ନେଇ ଅଯାଚିତ ଭାବେ ବଣରେ ବୁଲୁଥିବା ହରିଣ ଛୁଆ ଓ ଘରେ ପୋଷି ଥିବା ଶ୍ଵାନର ଚରିତ୍ରର ଶ୍ରେଷ୍ଠତାକୁ ପ୍ରତିପଦାନ କରିଛି।

କ୍ରମଶଃ...

୨୭. ୫. ୧୮

Thursday, 24 May 2018

*ସମଗ୍ର ବସୁଧା...-୩*

ପ୍ରାଚୀନ ଭାରତରେ ବୈଶ୍ବିକ ସମ୍ପର୍କ ପାଇଁ ସଂସ୍କୃତ ହିଁ ଏକ ନିର୍ଦ୍ଦିଷ୍ଟ ଭାଷା ରୂପେ କ୍ରିୟାଶୀଳ ଥିଲା। ଭାରତୀୟ ସାହିତ୍ୟ ବେଦ, ପୁରାଣ, ଉପନିଷଦ ଆଦି ସେ କାଳରେ ଦେବ ଭାଷା କୁହାଯାଉଥିବା ସଂସ୍କୃତରେ ହିଁ ରଚନା କରାଯାଉଥିଲା। ସଂସ୍କୃତରେ ରଚିତ  କାଳିଦାସଙ୍କ 'ଶାକୁନ୍ତଳମ' ରେ ବର୍ଣ୍ଣିତ ବନ ଉପବନ, ପଶୁ ପକ୍ଷୀ ସବୁ କିଛି ଏକ ପରିବାରର ସଦସ୍ୟମାନଙ୍କ ଭଳି ରାଜ୍ୟର ରାଜାଙ୍କ ଦ୍ୱାରା ସଂରକ୍ଷିତ ହେଉଥିଲା। ଯାହାର ସନ୍ଦେଶ ଥିଲା ସମଗ୍ର ରାଜ୍ୟ ତଥା ରାଷ୍ଟ୍ର ହିଁ ଏକ ପରିବାର। ରାଜା ଦୁଷ୍ମନ୍ତ ନିଜର ରାଜ୍ୟ ସମୀପବର୍ତ୍ତୀ ବନକୁ ଏକ ପରିବାରର ମୋହ ନେଇ ସଂରକ୍ଷିତ କରିଥିଲେ। ଋଷି କଣ୍ୱ ନିଜ ଆଶ୍ରମରେ ଶକୁନ୍ତଳା ଓ ପୁଷ୍ପବଲ୍ଲରୀ ଭିତରେ କୌଣସି ଭେଦ ଦେଖି ପାରୁ ନ ଥିଲେ।

ସେହିଭଳି ଗୀତଗୋବିନ୍ଦର ରଚୟିତା ଦିବ୍ୟଦୃଷ୍ଟ ଜୟଦେବ ମଧ୍ୟ ନିଜକୁ ଭାରତୀୟ ଜନପଦ ମଧ୍ୟରେ ସୀମିତ ନକରି ସମଗ୍ର ବିଶ୍ୱର ଭକ୍ତି ସିଦ୍ଧ ଭକ୍ତ ସମାଜକୁ ଏକ ପରିବାର ତଥା କୁଟୁମ୍ବର ଆଖ୍ୟା ଦେଇଥିଲେ। ଜୟଦେବଙ୍କ ପରମ୍ପରାରେ ହିନ୍ଦୀର ଆଦିକବି ବିଦ୍ୟାପତିଙ୍କ ରଚନା ଗୁଡ଼ିକରେ କୃଷ୍ଣଭକ୍ତି ସହିତ ତନ୍ତ୍ରପୀଠର ମହତ୍ତ୍ୱ ମିଶି ପ୍ରେମ ଓ ଭକ୍ତିର ସାମଞ୍ଜସ୍ୟରେ ଅନେକ ସମ୍ପ୍ରଦାୟର ବିକାଶ ହେଇଛି। ମଧ୍ୟକାଳର ସମସ୍ତ ସାହିତ୍ୟ ଅନେକାନେକ ଭକ୍ତ ପରିବାରଙ୍କ ସାହିତ୍ୟ ଅଟେ। ଯାହାକୁ ଆମେ ବ୍ୟାପକ ଭାବେ ଭକ୍ତି ସମ୍ପ୍ରଦାୟ କହୁଛୁ। ଭଗବାନ ଓ ଭକ୍ତ ସହ ସମ୍ବନ୍ଧ ଥିବା ପ୍ରତ୍ୟେକ ସମୁଦାୟ ବିନା ପନ୍ଥର ବାଛ ବିଚାରରେ ଏକ କୁଟୁମ୍ବ ଭାବରେ ବିଚାର କରାଯାଇଛି। ଏହି କାରଣରୁ ସମ୍ଭବତଃ ଆମ ଭାରତୀୟ ସଂସ୍କୃତି ଅନେକାନେକ ଭକ୍ତ ସମ୍ପ୍ରଦାୟକୁ ସହଜ ଭାବରେ ଗ୍ରହଣ କରି 'ସର୍ବ ପନ୍ଥ ସମାଦର' ଅର୍ଥାତ୍ ଏକ ହିଁ ଭକ୍ତ କୁଟୁମ୍ବର ଭାବନା ଏଯାବତ ରଖି ଆସିଛି।

ଆମର କୁଟୁମ୍ବ ଭାବନା ଏତେ ଶକ୍ତିଶାଳୀ ଯେ ଯେତେବେଳେ ଆମେ ଶିବଙ୍କ ଆରାଧନା କରନ୍ତି ସେତେବେଳେ ତାଙ୍କର ପୂରା ପରିବାର ଆମର ଆରାଧ୍ୟ ହୋଇଯାଏ। ଏପରିକି ନନ୍ଦୀ ଓ ନାଗରାଜ ମଧ୍ୟ ଆମର ଆରାଧ୍ୟ ହୋଇଯାଆନ୍ତି। ଆଚାର୍ଯ୍ୟ ବିଷ୍ଣୁକାନ୍ତ ଶାସ୍ତ୍ରୀ ତାଙ୍କ ଲିଖିତ "ସାଂସ୍କୃତିକ ରାଷ୍ଟ୍ରବାଦ" ପ୍ରବନ୍ଧରେ ଏକ ସୁନ୍ଦର ଶ୍ଳୋକର ଉଦ୍ଧାର କରି କହିଛନ୍ତି ଯେ,

"ମାତା ଚ ପାର୍ବତୀ ଦେବୀ
ପିତା ଦେବୋ ମହେଶ୍ଵରଃ।
ବାନ୍ଧବାଃ ଶିବଭକ୍ତାଶ୍ଚ
ସ୍ବଦେଶୋ ଭୁବନ ତ୍ରୟମ୍।।"

ଅର୍ଥାତ୍ ଭଗବତୀ ପାର୍ବତୀ ବା ପର୍ବତକୁ ଧାରଣ କରିଥିବା ଏଇ ଧରିତ୍ରୀ ମୋର ମାଆ ଅଟେ। ଦେବାଧିଦେବ ପରମେଶ୍ୱର ଶିବ ହେଉଛନ୍ତି ମୋର ବାପା ଯିଏ କଲ୍ୟାଣର ସାଧନ କରାନ୍ତି। ଏଣୁ ଏଥିରେ ଉଲ୍ଲେଖ ଅଛି ଶୈବ ଉପାସକ ତଥା ଭକ୍ତ ସମ୍ପ୍ରଦାୟ ମଧ୍ୟ ଏକ ପରିବାର ଭୁକ୍ତ ଅଟନ୍ତି। ଶିବ ଭକ୍ତଙ୍କ ପାଇଁ ତ୍ରିଭୁବନ ବ୍ୟାପି ଶିବ ଓ ଶିବଙ୍କ ନିବାସ ସ୍ଥଳୀ ଏକ ଓ ଅଭିନ୍ନ।

ଆଧୁନିକ ସଭ୍ୟତାର ଚାପରେ ଈଶ୍ୱର ଓ ଈଶ୍ୱରୀୟ କୁଟୁମ୍ବ ସହ ତାଦାତ୍ମ୍ୟ ହୋଇ ନିଜକୁ ବ୍ୟାପକ କରିବାର ଏହି ପରମ୍ପରା ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିଛି। ତଥାପି ଆମ ଏକାତ୍ମ ବିଚାରର ଭାରତୀୟ ସଂସ୍କୃତି ଓ ସାହିତ୍ୟ ତାକୁ ବାରମ୍ବାର ସ୍ମରଣ କରିବା ସହ ବିଶ୍ୱ ଜନମାନସ ପଟରେ ଏଯାବତ ନିରନ୍ତର ଉଚ୍ଚାରଣ କରିଚାଲିଛି।

କ୍ରମଶଃ

୨୬. ୫. ୧୮

*ସମଗ୍ର ବସୁଧା...-୨*

ରାମାୟଣରେ ବର୍ଣ୍ଣିତ ସମ୍ପୂର୍ଣ୍ଣ କାହାଣୀ ମୁଖ୍ୟତଃ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ବନବାସ ସମୟର କାହାଣୀ ଅଟେ। ରାମରାଜ୍ୟ ଅର୍ଥାତ୍ ସମ୍ପୂର୍ଣ୍ଣ ଜମ୍ବୁଦୀପ, ଯେଉଁଥିରେ ବିନ୍ଧ୍ୟାଞ୍ଚଳ, ଦଣ୍ଡକାରଣ୍ୟ ସହ ହିମାଳୟର ତରାଇ ଅଞ୍ଚଳ ସମ୍ମିଳିତ, ଯେଉଁଠୁ ଭକ୍ତ ହନୁମାନ ଲକ୍ଷ୍ମଣଙ୍କ ଶକ୍ତିଭେଦ ସମୟରେ ବିଶଲ୍ୟକରଣୀ ଭଳି ଅମୋଘ ଔଷଧ ଆଣିବା ପାଇଁ ଗନ୍ଧମାର୍ଦ୍ଦନକୁ ଉଠାଇ ନେଇ ଆସିଥିଲେ। ଏତେ ବଡ଼ ବିଶାଳ ଭୁଭାଗରେ ରାମଙ୍କ କୁଟୁମ୍ବ ରହୁଥିଲା। ଏକ ସାମାନ୍ୟ ଗୁଣ୍ଡୁଚି ମୂଷାଠାରୁ ଆରମ୍ଭ କରି ଜାମ୍ବବାନ, ନଳ, ନୀଳ, ହନୁମାନଙ୍କ ସହ ସମସ୍ତ ବାନରସେନା ଏପରିକି ରାକ୍ଷସରାଜ ରାବଣର ଭାଇ ଵିଶ୍ରବା ନନ୍ଦନ ବିଭୀଷଣଙ୍କ ସହ ସମସ୍ତ ପ୍ରଜା ମଧ୍ୟ ଏହି ରାମଙ୍କ ବିଶାଳ କୁଟୁମ୍ବର ଏକ ଏକ ଅଂଶ ଥିଲେ। ଲଙ୍କା ବିଜୟ ପରେ ସୁବର୍ଣ୍ଣମୟୀ ଲଙ୍କା ପ୍ରତି ଆସକ୍ତ ଥିବା ଲକ୍ଷ୍ମଣଙ୍କୁ ପ୍ରଭୁ ଶ୍ରୀ ରାମଚନ୍ଦ୍ର କହୁଛନ୍ତି,

"ଅପି ସ୍ୱର୍ଣ୍ଣମୟୀ ଲଙ୍କା ନ ମେ ରୋଚତେ ଲକ୍ଷ୍ମଣ।
ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପି ଗରୀୟସୀ।।"

ଏଥିରୁ ଅନୁମିତ ହୁଏ ଜନନୀ ଓ ଜନ୍ମଭୂମି ଭାରତୀୟ କୁଟୁମ୍ବ ବ୍ୟବସ୍ଥାର ଶ୍ରେଷ୍ଠ ଏବଂ ଅଭିନ୍ନ ଆଧାର ଥିଲା। ଯାହା ଯୁଗ ଯୁଗ ଧରି ଭାରତୀୟ ମାନସ ପଟରେ ସାହିତ୍ୟ ଓ ସଂସ୍କୃତିର ମହତ୍ତ୍ୱ ନେଇ ବଞ୍ଚି ରହିଛି।

ମହାଭାରତ ହେଉଛି ସାଂସାରିକ ମାୟା ଓ ସଂକୀର୍ଣ୍ଣ ମୋହ ବଳୟରୁ ନିଜକୁ ମୁକ୍ତିଲାଭ କରିବାର ଏକ  ବିଶିଷ୍ଟ କାବ୍ୟ ଗ୍ରନ୍ଥ। ଯେଉଁଥିରୁ ଭଗବତ ଗୀତା ଭଳି ସାଧନର ମାର୍ଗ ପରିଦୃଷ୍ଟ। ଯାହା ପରିବାରର ସଂକୀର୍ଣ୍ଣତାରୁ ମୁକ୍ତିର ମାର୍ଗ ଦେଖାଇଛି।

ସେଇଭଳି ଭଗବାନ ବୁଦ୍ଧଙ୍କ ଜୀବନରୁ ଆମେ କିଭଳି ସଂକୀର୍ଣ୍ଣ ପରିବାର ବୋଧରୁ ନିଜକୁ ମୁକୁଳାଇ ଆଣି ଏକ ଉଦାର ସଂଘୀୟ ସାମାଜିକ ନିର୍ବାଣ ପ୍ରାପ୍ତିର ପଥକୁ ଅନୁଶୃତ କରିପାରିବା ତାହାର ସୂଚନା ମିଳେ। ପ୍ରଥମ ଶତାବ୍ଦୀରେ ରଚିତ ଅଶ୍ଵଘୋଷ ମହାକାବ୍ୟ 'ବୁଦ୍ଧ ଚରିତମ' ରେ ସମସ୍ତ ଭୂମି, ବନ ଉପବନ ସହିତ ରାଜକୁମାର ଗୌତମ ଏକାକାର ହୋଇଯିବା କଥା କୁହାଯାଇଛି। ବୁଦ୍ଧଙ୍କ ଜନ୍ମ ଲୁମ୍ବିନୀ ନାମକ ଉପବନରେ ହୋଇଥିଲା ଯେଉଁଠି ସମସ୍ତ ବୃକ୍ଷ ଲତା ଏହି ଅବତାରକୁ ସ୍ୱାଗତ କରିଥିଲେ। ବୁଦ୍ଧଙ୍କ ସମ୍ପୂର୍ଣ୍ଣ ଜୀବନ ଚରିତ "ବସୁଧୈବ କୁଟୁମ୍ବକମ୍" କୁ ସାକାର କରୁଛି। ପ୍ରତ୍ୟେକ ବୌଦ୍ଧ ଜାତକ କଥା ଗୁଡ଼ିକରେ ଏହି ଦର୍ଶନ ପରିବ୍ୟାପ୍ତ। ପ୍ରତ୍ୟେକ ପ୍ରାଣୀ ଠାରେ ଇଶ୍ୱରଙ୍କ ସ୍ୱରୂପ ବିରାଜିତ ଓ ପ୍ରାଣୀ ହିଁ ଈଶ୍ୱରଙ୍କ ସତ୍ତାର ସାଦୃଶ୍ୟ। ଏହି ସନାତନ ଅଵଧାରଣାକୁ  ଭଗବାନ ବୁଦ୍ଧ ମଧ୍ୟ ଅବିକଳ ସ୍ୱୀକାର କରିନେଇଥିବା ଜଣାଯାଏ। ତାଙ୍କ ଦୃଷ୍ଟିରେ ବାନରଠାରୁ ହସ୍ତି ଯାଏ ଏକାତ୍ମ ବିଚାର ନେଇ ସମସ୍ତେ ସମାନ। ଯାହା ଏ ସମଗ୍ର ବିଶ୍ୱକୁ ଏକ ପରିବାର ମଧ୍ୟରେ ରୂପାୟିତ କରିବାର ଉଦାର ଉଦାହରଣ ନିହିତ କରିଛି।

କ୍ରମଶଃ...

୨୫. ୫. ୧୮