Monday, 30 April 2018

*ଏକ ନୁହେଁ ଅନେକ ଭୁଲ..*

ରାମ ପନ୍ଥୀ ଓ ରାଷ୍ଟ୍ରୀୟ ଶବ୍ଦ କାଲି ଲେଖିବା ବେଳେ
ପଞ୍ଚତନ୍ତ୍ରର ସେହି ଗପଟି ମୋର ମନେ ପଡୁଥିଲା। କୌଣସି କାରଣରୁ ସିଂହ ଛୁଆଟିଏ ଶୃଗାଳ ମେଳରେ ଚାଲି ଯାଇଛି। ସେଇ ଶୃଗାଳଙ୍କ ସହ ଜୀବନ ବିତାଇଛି। ନିଜର ସ୍ବରୂପ ସେ ଭୁଲି ଯାଇଛି। ସେ ଚେଷ୍ଟା କରି ଶୃଗାଳ ଶବ୍ଦର ଅଭ୍ୟାସ କରୁଛି...

ଆଜି ଆଉ ଦୁଇଟି ଶବ୍ଦ କଥା ମନେ ପକାଇବା।
(୧) ସେକୁଲାର - ଏହି ଶବ୍ଦର ଜନ୍ମ ବିଦେଶରେ। ସବୁ ଭାରତୀୟ ଭାଷାରେ ଏହାର ଅନୁବାଦ ହେଲା ଧର୍ମ ନିରପେକ୍ଷ। ପ୍ରକୃତରେ ଏହା ସେକୁଲାର ଶବ୍ଦର ଅର୍ଥକୁ ପ୍ରତିପାଦିତ କରୁ ନାହିଁ ବରଂ ବହୁ ଅନର୍ଥକୁ ଜନ୍ମ ଦେଇଛି। ଗତ ସପ୍ତାହରେ ଚାରି ପୁରୁଷାର୍ଥ ଆଲୋଚନା ସମୟରେ ଆମେ ଧର୍ମ ପୁରୁଷାର୍ଥର ଆଲୋଚନା କରିଥିଲେ। ଧର୍ମର ଦଶଟି ଲକ୍ଷଣ ଅଛି। ସବୁଗୁଡ଼ିକ ମାନବତା ପାଇଁ ଆବଶ୍ୟକ। ଭଲ ମଣିଷ ହେବା ପାଇଁ ଆବଶ୍ୟକ। ଆହାର ନିଦ୍ରା ଶ୍ଳୋକରେ ଆମେ ଦେଖିଲେ ଧର୍ମେଣ ହୀନା ପଶୁଭିଃ ସମାନା। ଆମର ଏଠି ଧର୍ମ ସାପେକ୍ଷ ରାଜ୍ୟ ଥିଲା। ଧର୍ମାଧିଷ୍ଠିତ ରାଜ୍ୟ ଥିଲା।
ଯେଉଁ ଦେଶରେ ସେକୁଲାର ଶବ୍ଦ ଜନ୍ମ ହେଲା ସେ ଦେଶର ପରିସ୍ଥିତି ଓ ଭାରତର ପରିସ୍ଥିତି ସମ୍ପୂର୍ଣ୍ଣ ବିପରୀତ। ସେଠାରେ ଷ୍ଟେଟ ପାୱାର ରିଲିଜିଅନ କବଳରୁ ବଞ୍ଚିବା ପାଇଁ ସେକୁଲାର ଶବ୍ଦ ସୃଷ୍ଟି ହେଲା।
ସେଠାରେ ରିଲିଜିଅନ ମୁଖିଆମାନେ ରାଜ୍ୟକୁ ବା ଶାସକକୁ ନିଜ କାର୍ଯ୍ୟରେ ଲଗାଇଲେ। ତେଣୁ ରାଜାମାନେ ଅତିଷ୍ଠ ହୋଇ ରିଲିଜିଅନ ମୁଖିଆଙ୍କୁ ରାଜ କାର୍ଯ୍ୟରେ ଦଖଲ  ନ ଦେବା ପାଇଁ ସେକୁଲାର ରାସ୍ତା ବାହାର କଲେ। ରିଲିଜିଅନର ଅନୁବାଦ ମଧ୍ୟ ଧର୍ମ ହୋଇପାରିବ ନାହିଁ। ସେଠାରେ ସେକୁଲାର ରାଜନୈତିକ ଏକକ ହେଇପାରେ। କିନ୍ତୁ ଆମ ଦେଶରେ ତାର କୌଣସି ଆବଶ୍ୟକ ନାହିଁ।

ଆମ ଦେଶରେ ରାଜା ମହାରାଜାମାନେ ଧର୍ମଗୁରୁ, ମୁନି, ଋଷି, ସାଧୁ, ସନ୍ଥମାନଙ୍କ ଠାରୁ ଆଶୀର୍ବାଦ ପରାମର୍ଶ ନେବାର ଅନେକ ଉଦାହରଣ ମିଳିବ କିନ୍ତୁ ଏହାର ଓଲଟା ଉଦାହରଣ ଗୋଟିଏ ବି ମିଳିବ ନାହିଁ, ଯେଉଁଠି ଧର୍ମଗୁରୁ ଆସି କାହା ରାଜ୍ୟ ଛଡ଼ାଇ ନେଇଛନ୍ତି।
ତେଣୁ ସେକୁଲାର ଶବ୍ଦର ଅନୁବାଦ କରିବାର କିଛି ଆବଶ୍ୟକତା ନାହିଁ । ତାକୁ ସେଇ ସେକୁଲାର ଲେଖାଯାଉ। ସବୁ ଲୋକ ବୁଝିଯିବେ। ବହୁତ ସହଜରେ ବୁଝିବେ। ଖୁସି ହେବେ ଯାହା ହେଉ ଏଠି ଧର୍ମର ମର୍ଯ୍ୟାଦା ହାନୀ ହୋଇ ନାହିଁ।
କନଭର୍ସନ ଶବ୍ଦ ଧର୍ମାନ୍ତରିତ କେମିତି ହେଲା ?
କନଭର୍ସନ ଜାଗାରେ କନଭର୍ସନ ଲେଖାଯାଉ। ସେଥିରେ ବି ଧର୍ମକୁ କଦର୍ଯ୍ୟ  କରା ନ ଯାଉ।

(୨) ଇଜିମ - ସେହିପରି ଆଉ ଏକ ଶବ୍ଦ ଇଜିମ। ପଶ୍ଚାତ୍ୟରେ ଇଜିମ ଭର୍ତ୍ତି ହୋଇଛି। ତାକୁ ଦେଖି ଆମେ ବି ଇଜିମର ଲେପ ଆମ ଦେହରେ ଘଷିବାକୁ ଚେଷ୍ଟା କରୁଛୁ। ଇଜିମ ଭିତରେ ଅହଂକାର ଓ ଅଭିନିବେଶ ଭର୍ତ୍ତି ହୋଇରହିଛି। କାରଣ ଆମ ରାଷ୍ଟ୍ର କଳ୍ପନା ଓ ତାଙ୍କ ରାଷ୍ଟ୍ର କଳ୍ପନା ଭିତରେ ଆକାଶ ପାତାଳ ଅନ୍ତର।

ତାଙ୍କର ରାଜ୍ୟ ଆଧାରିତ ରାଷ୍ଟ୍ର ନିର୍ମାଣ ହେଲା। ରାଜ୍ୟ ବୃଦ୍ଧି ପାଇଁ ଯୁଦ୍ଧ, ହିଂସା, ଅତ୍ୟାଚାରର ସାହାରା ନିଆଗଲା। ଆମର ଏଠି ରାଷ୍ଟ୍ର ରାଜନୈତିକ ନୁହଁ  ସାଂସ୍କୃତିକ ବା ଜୀବନ ଦୃଷ୍ଟି ଆଧାରିତ। ଆଜି ପର୍ଯ୍ୟନ୍ତ ଆମେ ରାଜ୍ୟ ବୃଦ୍ଧି କରିବା ପାଇଁ କୁଆଡ଼େ ଯୁଦ୍ଧ କରିବାକୁ ଯାଇଛନ୍ତି, ଏପରି ଇତିହାସ ଗୋଟିଏ ବି ମିଳିବ ନାହିଁ।

ଏଥିପାଇଁ ନେସନାଲିଜିମକୁ ଆମେ ରାଷ୍ଟ୍ରବାଦ ବା ନିଜକୁ ରାଷ୍ଟ୍ରବାଦୀ କହିବାର କିଛି ଆବଶ୍ୟକତା ନାହିଁ। ରାଷ୍ଟ୍ରୀୟ ଶବ୍ଦ ଏଥିପାଇଁ ପର୍ଯ୍ୟାପ୍ତ। ରାଷ୍ଟ୍ରବାଦୀ ଲେଖକ, ରାଷ୍ଟ୍ରବାଦୀ ସାମ୍ବାଦିକତା ଇତ୍ୟାଦି ସ୍ଥାନରେ ରାଷ୍ଟ୍ରୀୟ ଲେଖକ, ରାଷ୍ଟ୍ରୀୟ ସାମ୍ବାଦିକତା ଲେଖିଲେ କିଛି ଅଶୁଦ୍ଧି ହେବ ନାହିଁ।

କେବେ ସେ ସୁଦିନ ଆସିବ ? ସିଂହ ନିଜକୁ ବିଲୁଆ ଭଳି ସଜାଇବା କେବେ ଛାଡ଼ିବ ??

୧. ୫. ୧୮

*ଶବ୍ଦାବଳୀର ଅପପ୍ରୟୋଗ*

ପୁଣି ରବୀନ୍ଦ୍ରନାଥ କହିଛନ୍ତି -

'ଏକ ବାର ତୋରା ମା' ବୋଲିୟା ଡାକ।' ଅର୍ଥାତ୍
ଥରେ ତୁମେ ଭାରତ ମାତାଙ୍କୁ ମାତା ବୋଲି ଡାକ, ଦେଖିବ ସମସ୍ତ ଶକ୍ତି ତୁମ ଭିତରେ ଆସିଯିବ। କିନ୍ତୁ ଆଜି ଏଇ ଭାରତରେ 'ଭାରତ ମାତା କୀ ଜୟ' କହିବା ଅପରାଧ ହୋଇଯାଇଛି। ଏଥିପାଇଁ ଭାରତକୁ ବୁଝିବା ଆବଶ୍ୟକ।

ଇଂରେଜମାନେ ଭାରତ ଛାଡ଼ିବା ପରେ ଭାରତର କିଛି  ଲୋକଙ୍କ ଦ୍ୱାରା ଭାରତକୁ ଅଭାରତୀୟ ରୂପେ ଚିତ୍ରଣ କରିବାର ଚେଷ୍ଟା କରାଗଲା। ବର୍ତ୍ତମାନ ଭାରତର ଲୋକେ ଏଥିରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରୁଛନ୍ତି। ଭାରତର ମୂଳ ବିଚାର, ଯାହା ସମାଜ ମନର ଗଭୀର ପ୍ରଦେଶରେ ସୁପ୍ତ ଅବସ୍ଥାରେ ଥିଲା, ତାହା ଏବେ ସର୍ବତ୍ର ମୁଖରିତ ହେବାକୁ ଆରମ୍ଭ କରିଛି।

ଏମିତି ଗୋଟିଏ ବାତାବରଣ ନିର୍ମାଣ କରାଯାଇଥିଲା ଯେଉଁଥିରେ ଯିଏ ଭାରତର, ଭାରତୀୟତାର ବିରୋଧ କରିବ ସିଏ ପ୍ରଗତିଶୀଳ, ଉଦାରବାଦୀ ହେବ ଓ ତାକୁ ବହୁତ ବଡ଼ ବୁଦ୍ଧିଜୀବୀ କୁହାଯିବ ଏବଂ ଯିଏ ଭାରତ କଥା କହିବ ସିଏ ସବୁଠୁ ନିକୃଷ୍ଟ, ପଛୁଆ, ସଙ୍କୁଚିତ, ଅସହିଷ୍ଣୁ ଆଦି ଗାଳିର ଶରବ୍ୟ ହେବ।

ଏଥିପାଇଁ ସେଇ ତଥାକଥିତ ବୁଦ୍ଧିବାଦୀମାନେ ଏକ ଶବ୍ଦାବଳୀ ତିଆରି କଲେ। ସେଇ ଶବ୍ଦାବଳୀରେ ଥିବା ଶବ୍ଦ ଗୁଡ଼ିକ କେତେ ଠିକ କେତେ ଭୁଲ ସେଥିରେ ଧ୍ୟାନ ନ ଦେଇ ଶୁଆ ପାଠ ପରି ଆମେ ତାକୁ ଗ୍ରହଣ କରି ଚାଲିଲେ। ଆଉ କେତେଦିନ ସେହି ଭୁଲ ଅର୍ଥ ପ୍ରତିପାଦିତ କରୁଥିବା ଶବ୍ଦକୁ ଆମେ ଗ୍ରହଣ କରୁଥିବା ? ଆମ ପାଖରେ କଣ ଠିକ ଶବ୍ଦର ଅଭାବ ଅଛି କି ?

ଉଦାହରଣ ସ୍ୱରୂପ ପ୍ରୋକ୍ତ ବୁଦ୍ଧିବାଦୀମାନେ  ବାମ ଓ ଦକ୍ଷିଣ ଦୁଇଟି ଶବ୍ଦ ସୃଷ୍ଟି କରି ବାମପନ୍ଥୀ ଭାବରେ ନିଜକୁ ଘୋଷିତ କଲେ। କିନ୍ତୁ ସେମାନଙ୍କର ଅନ୍ୟମାନଙ୍କୁ ଦକ୍ଷିଣପନ୍ଥୀ ବୋଲି କହିବାର କିଛି ଯୌକ୍ତିକତା ନାହିଁ। ଯିଏ ଦେଶର ବା ରାଷ୍ଟ୍ରର କଥା କହିଲା ସେ କଣ ଦକ୍ଷିଣପନ୍ଥୀ ? ରାମ ବିରୋଧରେ କହି ଯଦି ସେମାନେ ବାମ ପନ୍ଥୀ ହେଲେ ରାମଙ୍କ କଥା ଯିଏ କହିଲେ ସିଏ ତ ରାମ ପନ୍ଥୀ ହେବା କଥା। ସିଏ ରାଷ୍ଟ୍ରୀୟ ହେବା କଥା। ସମ୍ବିଧାନ ନିର୍ମାତାଗଣ ସମ୍ବିଧାନର ପ୍ରଥମ କିଛି ପୃଷ୍ଠାରେ ଭାରତର ଯେଉଁ କିଛି ରାଷ୍ଟ୍ର ପୁରୁଷଙ୍କ ଛବି ଦେଇଛନ୍ତି ସେଥିରେ ସେମାନେ ସର୍ବ ପ୍ରଥମେ ଶ୍ରୀରାମଙ୍କ ଛବିକୁ ସ୍ଥାନୀତ କରିଛନ୍ତି। ରାମଙ୍କ ଗୁଣଗାନ କରିବା କଣ (ଦକ୍ଷିଣପନ୍ଥୀ) ରାଇଟିଷ୍ଟ ?
ଏ ଶବ୍ଦକୁ ସ୍ୱୀକାର କଣ ପାଇଁ ??
ରାଷ୍ଟ୍ର ପୁରୁଷଙ୍କ ଗୁଣଗାନ ଯେ କରେ ସେ ରାଷ୍ଟ୍ରୀୟ।
ରାଷ୍ଟ୍ରୀୟ ଶବ୍ଦ ଥାଉ ଥାଉ ଦକ୍ଷିଣ ଲେପ ଘଷା କଣ ପାଇଁ ???

୩୦. ୪. ୧୮

*ଭାରତର ଧର୍ମ*

ଭାରତ କଣ ଓ ଭାରତର ଭୂମିକା କଣ ? ଏହା ବିଷୟରେ ରବୀନ୍ଦ୍ରନାଥ ଠାକୁର ଲେଖିଛନ୍ତି -
"To feel unity in diversity, to establish unit amongst variety - this is the underlying Dharma of Bharat. Bharat does not regard difference as hostility; she does not regard the other as enemy. That is why without sacrifice or destruction she wants to accommodate everybody within one great system, that is why she accepts all ways and sees the greatness of each in his own sphere.

Because of this virtue in Bharat we shall not get freightened considering any society as our enemy. Each fresh conflict will enable us to expand ourselves. The Hindu, the Buddhist, the Muslim and the Christian will not fight each other and die in Bharat -- here they will find a meeting point. That meeting point will not be non -- Hindu, but very specifically Hindu. However foreign may be her body parts, her life and spirit will be of Bharat.

If we keep in mind this device dispensation for Bharat, then we shall have a fixed target, our difference will be removed, and we shall know about that deathless force in  Bharat. We have to remember that we shall not only receive the European knowledge as pupils, the Bharatiya Saraswati will make all factions and conflicts bloom like a hundred petal lotus and will remove it's fragmentation. The main duty of the Bharatiya genius is to bring about unity. Bharat is not one to keep others at a distance or to forsake others. Bharat will one day indicate to this contentious, divided world how to accept all, receive all, how to establish each within one great."

୨୯. ୪. ୧୮

Sunday, 29 April 2018

*ଭାରତର ଧର୍ମ*

ଭାରତ କଣ ଓ ଭାରତର ଭୂମିକା କଣ ? ଏହା ବିଷୟରେ ରବୀନ୍ଦ୍ରନାଥ ଠାକୁର ଲେଖିଛନ୍ତି -
"To feel unity in diversity, to establish unit amongst variety - this is the underlying Dharma of Bharat. Bharat does not regard difference as hostility; she does not regard the other as enemy. That is why without sacrifice or destruction she wants to accommodate everybody within one great system, that is why she accepts all ways and sees the greatness of each in his own sphere. 

Because of this virtue in Bharat we shall not get freightened considering any society as our enemy. Each fresh conflict will enable us to expand ourselves. The Hindu, the Buddhist, the Muslim and the Christian will not fight each other and die in Bharat -- here they will find a meeting point. That meeting point will not be non -- Hindu, but very specifically Hindu. However foreign may be her body parts, her life and spirit will be of Bharat.

If we keep in mind this device dispensation for Bharat, then we shall have a fixed target, our difference will be removed, and we shall know about that deathless force in  Bharat. We have to remember that we shall not only receive the European knowledge as pupils, the Bharatiya Saraswati will make all factions and conflicts bloom like a hundred petal lotus and will remove it's fragmentation. The main duty of the Bharatiya genius is to bring about unity. Bharat is not one to keep others at a distance or to forsake others. Bharat will one day indicate to this contentious, divided world how to accept all, receive all, how to establish each within one great."
୨୯. ୪. ୧୮

Friday, 27 April 2018

*ସ୍ବଦେଶୀ ସମାଜ*

ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ତାଙ୍କ ପ୍ରବନ୍ଧ "ସ୍ବଦେଶୀ ସମାଜ" ରେ ଲେଖିଛନ୍ତି -
"We must know that every race is a part of the global man. Every race establishes itself by giving an account of what is it's innovation to gift to (or help man) all over the universe. When any race loses the vigour to innovate, it exists as a load, like a paralytic body part, on the body of that huge man. Indeed, there is no glory in only existing.
Bharat has never fought over kingdom, squabbled over trade. The Tibet, China or Japan, who are willing to close all doors and windows in fear of the great Europe, that same Tibet, China, Japan have beckoned Bharat inside their home in an unworried fashion as Guru or religious leader. Bharat has not traumatised the whole world's flesh and blood with her own army and goods, but has acquired the esteem of Mankind by establishing peace, consolation and religious systems everywhere. Thus the glory she has acquired has been done through penance and it is greater than the glory of sovereignty over other kingdoms."
ଭାରତରେ ଇଂରେଜମାନେ କଣ କଣ କଲେ ଓ କିପରି କଲେ ସେ ବିଷୟରେ ମଧ୍ୟ ଗୁରୁଦେବ ଲେଖିଛନ୍ତି। ତାଙ୍କ ଚକ୍ରବ୍ୟୁହରୁ ବାହାରି ଆସିବାର ଉପାୟ ମଧ୍ୟ ବତାଇଛନ୍ତି। ସେ ଲେଖିଛନ୍ତି -
"The only way to resist the way that our intelligence, our heart, our values are getting sold out is to become what we actually are - consciously, strongly and in a dynamic and complete manner."
ଭାରତକୁ 'ଭାରତ' ହେବାକୁ ପଡ଼ିବ। ଭାରତରେ 'ଭାରତକୁ' ବିରୋଧ କରାଯାଉଛି ଓ ଭାରତ ବିରୋଧୀ ବିଚାର ଲଦି ଦେବାର ଚେଷ୍ଟା ଚାଲିଛି।

୨୮. ୪. ୧୮

Thursday, 26 April 2018

*ଅଭାରତୀୟ*


ଧର୍ମ, ଅର୍ଥ, କାମ ଓ ମୋକ୍ଷ  - ଏହି ଚାରି ପୁରୁଷାର୍ଥ କଥା ଭାରତୀୟ ଚିନ୍ତନରେ କୁହାଯାଇଛି। ଯାହାକୁ ପାଳନ କରିବା ପାଇଁ ତଥା ପ୍ରତ୍ୟେକ ବ୍ୟକ୍ତିର ସୁଖ ଓ ମୋକ୍ଷ ପ୍ରାପ୍ତିରେ ସହାୟକ ହେବା ପାଇଁ ସାମାଜିକ ସ୍ତରରେ ଓ ଶାସନ ସ୍ତରରେ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବା କଥା। କିନ୍ତୁ ଦୁଃଖର କଥା ଭାରତରେ ଏଇ ଭାରତୀୟ ଚିନ୍ତନର ବିରୋଧ କରାଯାଉଛି। ଏହି ଚିନ୍ତନକୁ ଓ ଏହି ଚିନ୍ତନ ଥିବା ପାଠ୍ୟକ୍ରମକୁ ଶିକ୍ଷାରୁ କାଢ଼ି ଫିଙ୍ଗି ଦିଆଯାଇଛି।  ଏହି ବିରୋଧ କରିବାର ନାଁ ହୋଇଯାଇଛି ପ୍ରଗତିଶୀଳ ହେବା, ଉଦାର ହେବା ଓ ବୁଦ୍ଧିବାଦୀ ହେବା। ଏପରି ବାତାବରଣ ତିଆରି କରାଯାଇଛି ଯେ, ସତେ ଯେପରି ଭାରତୀୟ ଚିନ୍ତନକୁ ବିରୋଧ କରିବା ନିଜର ମୌଳିକ ଅଧିକାର ବୋଲି କିଛିଲୋକ ଭାବୁଛନ୍ତି। ଏକ ପ୍ରକାର ଭାରତବର୍ଷର ପୁରୁଷାର୍ଥକୁ ପ୍ରକଟ କରିବାର ସୁଯୋଗର ମୁହଁକୁ ଖୁବ୍ ଜୋରରେ ଭିଡ଼ି ବାନ୍ଧି ଦିଆଯାଇଛି। ଏହା ଏକ ଭୟଙ୍କର ଷଡ଼ଯନ୍ତ୍ର ଅଟେ। ଏହା ପଛରେ ଏକ ନିର୍ଦିଷ୍ଟ ଆତ୍ମଘାତୀ ଚିନ୍ତାଧାରା କାମ କରୁଛି। ଏହାକୁ ଚିହ୍ନିବାକୁ ହେବ ଏବଂ ନିଷ୍ପ୍ରଭ କରିବାକୁ ହେବ।

ଭାରତ ସ୍ୱାଧୀନ ହେବା ପରେ ମଧ୍ୟ ଭାରତୀୟ ଚିନ୍ତନକୁ ଉପେକ୍ଷା କରାଯାଇଛି। ଭାରତୀୟତା ବଦଳରେ ସମସ୍ତ ପ୍ରକାର ଅଭାରତୀୟତାର ଭାଷା ଓ ବିଚାରକୁ ଏଠାରେ ଜୋର ଜବରଦସ୍ତ ଲାଗୁ କରିବାର ହୀନ ଚେଷ୍ଟା କରାଯାଇଛି।

ଏହାକୁ ବୁଝିବାକୁ ଗୋଟିଏ ଉଦାହରଣ ପର୍ଯ୍ୟାପ୍ତ ହେବ। ଦିନଟି ଥିଲା ୨୦୧୪ ମସିହା ୧୬ ମେ। ସମଗ୍ର ବିଶ୍ୱ ଭାରତର ନିର୍ବାଚନ ଫଳାଫଳକୁ ନିର୍ଣ୍ଣିମେଷ ନୟନରେ ଦୂରଦର୍ଶନରେ ଦେଖି ଚାଲିଥିଲା। ୧୭ ତାରିଖ ଦିନ ପାଗ ପରିଷ୍କାର ହୋଇଯାଇ ଥିଲା। ସବୁ ଉତ୍କଣ୍ଠାର ପରିସମାପ୍ତି ଘଟିଥିଲା। ସେହି ଦିନ ସନ୍ଧ୍ୟାରେ ଇଂଲଣ୍ଡର ପ୍ରସିଦ୍ଧ ଖବର କାଗଜ 'ଦ ଗାର୍ଡ଼ିଆନ'ର ସମ୍ପାଦକ ମହୋଦୟ ଥଣ୍ଡା ମନରେ ବସି ସମ୍ପାଦକୀୟ ଲେଖୁଥିଲେ, ଯାହା ୧୮ ମେ ସକାଳେ ସାରା ଦୁନିଆଁ ପଢ଼ିବାକୁ ପାଇଥିଲା। ଆମେ ଯାହା ଅନେକ ଦିନ ଧରି କହି ଆସିଥିଲୁ ସେଇ ସତ୍ୟକୁ ସେ ସେଦିନ ଉଜାଗର କରିଛନ୍ତି ତାଙ୍କ ଲେଖାରେ। ମୁଁ ଏଠାରେ ମାତ୍ର ପ୍ରଥମ ତିନି ଧାଡ଼ି ଦେଉଛି, ବାକି ଆପଣମାନେ ପୂରା ଲେଖାଟି ଡାଉନଲୋଡ଼ କରି ପଢ଼ି ପାରିବେ।
ସେଇ ତିନି ଧାଡ଼ି ଥିଲା ଏହିପରି -

"Today, 18 May 2014, may well go down in history as the day when Britain finally left India. Narendra Modi's victory in the elections marks the end of a long era in which the structures of power did not differ greatly from those through which Britain ruled the subcontinent. India under the Congress party was in many ways a continuation of the British Raj by other means."

୨୭. ୪. ୧୮

Wednesday, 25 April 2018

*ଅର୍ଥ*

ଭାରତୀୟ ସଂସ୍କୃତିରେ ଚାରି ପୁରୁଷାର୍ଥ କଥା କୁହାଯାଇଛି। ମନୁଷ୍ୟ ଜୀବନର ସଫଳତା ପାଇଁ ଏଇ ଚାରି ପୁରୁଷାର୍ଥର ପାଳନ ଅତ୍ୟନ୍ତ ଆବଶ୍ୟକ। ଏହା ଭିତରୁ ଗୋଟିଏ ପୁରୁଷାର୍ଥ ହେଉଛି 'ଅର୍ଥ'। ଆମ ସମାଜରେ, ଆମ ସଂସ୍କୃତିରେ 'ଅର୍ଥ' ର ମହତ୍ତ୍ୱ କମ୍ ନୁହେଁ।

ସକାଳୁ ଉଠିବା ମାତ୍ରେ ଆମେ ପ୍ରାତଃ ସ୍ମରଣ କରି କହୁ 'କରାଗ୍ରେ ବସତେ ଲକ୍ଷ୍ମୀ'। 'ଅର୍ଥ'ର ଦେବୀ ଲକ୍ଷ୍ମୀ। ଆମେ ପଇସାକୁ ଲକ୍ଷ୍ମୀ ବୋଲି ମାନିଛନ୍ତି, କିନ୍ତୁ  ପାଶ୍ଚାତ୍ୟବାସୀ ତାକୁ ବସ୍ତୁ ବୋଲି ମାନନ୍ତି। ଲକ୍ଷ୍ମୀ ବିଷ୍ଣୁଙ୍କ ପତ୍ନୀ ଅଟନ୍ତି ଓ ବିଷ୍ଣୁ ଏହି ଜଗତର ପାଳନ କର୍ତ୍ତା। ବସ୍ତୁ ଉପଭୋଗ ପାଇଁ ଉପଯୋଗ ହୋଇଥାଏ କିନ୍ତୁ ଦେବୀଙ୍କୁ ପୂଜା କରାଯାଇଥାଏ। ଏଥିପାଇଁ ଅର୍ଥ କାମନା ଆମ ସଂସ୍କୃତିର ଉଦ୍ଦେଶ୍ୟ ନୁହଁ ବରଂ ତା'ର ଉପାସନା କରିବା ହିଁ 'ଅର୍ଥ'ର ଅର୍ଥ ଅଟେ।

ଅର୍ଥ ପୁରୁଷାର୍ଥ କଣ ? ଅର୍ଥ ବ୍ୟକ୍ତି ପାଇଁ , ସମାଜ ପାଇଁ, ଦେଶ ପାଇଁ, ଜଗତ ପାଇଁ କେଉଁ କାମରେ ଲାଗିଥାଏ ? ଏହାକୁ ପ୍ରାପ୍ତ କରିବା ପାଇଁ ବ୍ୟବସ୍ଥା କରିବାକୁ ପଡ଼େ। ଯାହାକୁ ଆମେ ଅର୍ଥ ବ୍ୟବସ୍ଥା ବୋଲି କହୁ।
'ଶ୍ରୀ'ସୂକ୍ତରେ ଲକ୍ଷ୍ମୀଙ୍କ ପାଇଁ ଅନେକ ବିଶେଷଣ ଲଗାଯାଇଛି। ତା'ଭିତରୁ ଗୋଟିଏ ହେଲା 'ଅନପଗାମିନିମ'। ହେ ପ୍ରଭୁ ! ମୋତେ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତୁ, ମୋତେ ପ୍ରଚୁର ଅର୍ଥ ମିଳିଯାଉ; କିନ୍ତୁ କେଉଁ ଭଳି ? ତାହା ଅନପଗାମିନିମ ହେଉ। ଅର୍ଥାତ୍ ଆମେ ପ୍ରାର୍ଥନା କରୁ ଯେ,  ଅସତ ମାର୍ଗରେ ବ୍ୟୟ ନ ହେଉଥିବା ସମ୍ପତ୍ତି ଆମକୁ ଦିଅ।

ଆମ ଶାସ୍ତ୍ରରେ ଲକ୍ଷ୍ମୀଙ୍କ ବର୍ଣ୍ଣନା ହୋଇଛି -
ଅଶ୍ୱପୂର୍ବାମ, ରଥ ମଧ୍ୟାମ ହସ୍ତିନାଦ ପ୍ରବୋଧିନିମ୍।
ଅର୍ଥାତ୍ ଯାହାଙ୍କ ଆଗରେ ଅଶ୍ୱ, ଯିଏ ରଥରେ ବସିଛନ୍ତି, ହାତୀ ନାଦ କରି ଚାଲୁଛନ୍ତି  ଏହିପରି ଲକ୍ଷ୍ମୀଙ୍କ ଆଗମନକୁ ବର୍ଣ୍ଣନା କରାଯାଇଛି। ଆମକୁ ଚୁପଚାପ ଆସୁଥିବା ଲକ୍ଷ୍ମୀ ଦରକାର ନାହିଁ।
'ଅର୍ଥ'ର ବା ଲକ୍ଷ୍ମୀଙ୍କର ଚାରିଟି ଅଙ୍ଗ କଥା ଆମ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ସେସବୁ ହେଲା -

୧. ଅଲବ୍ଧ ଲାଭାର୍ଥୀ : ଯାହା ନାହିଁ ତାକୁ କେମିତି ପ୍ରାପ୍ତ କରିବା।
୨. ଲବ୍ଧପରିରକ୍ଷଣିମ : ଯାହା ପ୍ରାପ୍ତ ହୋଇଛି ତାକୁ କିପରି ରକ୍ଷା କରିବା।
୩. ରକ୍ଷିତସ୍ୟ ବିବର୍ଦ୍ଧନେଷୁ : ଗଚ୍ଛିତ ଲକ୍ଷ୍ମୀଙ୍କୁ କିପରି ବୃଦ୍ଧି କରାଇବା।
୪. ବୃଦ୍ଧସ୍ୟ ତୀର୍ଥେଷୁ ପ୍ରତିପାଦିନିମ : ବର୍ଦ୍ଧିତ ଲକ୍ଷ୍ମୀଙ୍କ ବିନିଯୋଗ ତୀର୍ଥ ପରି ପବିତ୍ର କାର୍ଯ୍ୟରେ କରିବା।

ପଶ୍ଚାତ୍ୟବାସୀଙ୍କୁ ଯଦି ପଚାରାଯାଏ ଏତେ ଅର୍ଥ ଆପଣ କିପରି ଉପାର୍ଜନ କଲେ ? ତେବେ ସେମାନେ ଉତ୍ତର ଦିଅନ୍ତି ବୁଦ୍ଧିରୁ, ପରିଶ୍ରମରୁ, ସାଙ୍ଗଙ୍କ ସହଯୋଗରୁ, ନୂଆ କଳ୍ପନାରୁ, ନୂଆ ଉପକ୍ରମରୁ, ଇତ୍ୟାଦି ଇତ୍ୟାଦି। ଏହା ତ ଠିକ୍ କଥା, କିନ୍ତୁ ଦୁର୍ଭାଗ୍ୟବଶତଃ ଯଦି ତାଙ୍କ ସମ୍ପତ୍ତି ଚାଲିଯାଏ ଏବଂ ସେତେବେଳେ ଯଦି ପଚରାଯାଏ, 'ଭାଇ ! ଆପଣଙ୍କର ଏ ଦୁର୍ଯୋଗ କାହିଁକି ଆସିଲା ?'

ମାତ୍ର ଗୋଟିଏ ଉତ୍ତର ମିଳେ ଯେ -
ଲକ୍ଷ୍ମୀ ଚଞ୍ଚଳା, ଗୋଟିଏ ଜାଗାରେ ସ୍ଥିର ରହି ପାରନ୍ତି ନାହିଁ। ତେଣୁ ଚାଲିଗଲେ। କିନ୍ତୁ ଏ କଥା ଅର୍ଥ ଉପାର୍ଜନ ସମୟରେ ସେମାନଙ୍କ ଧ୍ୟାନକୁ ଆସି ନ ଥାଏ।

ଆମେ ଅର୍ଥକୁ ଦେବତା ହିସାବରେ ଦେଖୁଥିବାରୁ ଆମ ବିଚାରରେ ଦେବତା ଯେବେ ଯୁଆଡ଼େ ଚାହିଁବେ ସିଆଡ଼େ ଯାଇ ପାରନ୍ତି।

ଅର୍ଥଶାସ୍ତ୍ରର ହେତୁ ହେଲା ସୁଖ ପ୍ରାପ୍ତ କରିବା। ଆମର ବହୁତ କାମନା ଥାଏ। ଆମେ ତାର ପରିପୂର୍ତ୍ତି ଚାହୁଁ ଓ ଏହା ଅର୍ଥ ଦ୍ୱାରା ପୂର୍ତ୍ତି ହୋଇଗଲେ ଆମକୁ ସୁଖ ମିଳେ। କିନ୍ତୁ ଏଠି ବିଚାର କରିବା କଥା ଯେ କାମନା ଓ ବାସନାର ଅନ୍ତ ନ ଥାଏ। ଗୋଟିଏ ପୂରା ହେଲେ ଆଉ ଗୋଟେ ତୁରନ୍ତ ତାର ସ୍ଥାନ ଗ୍ରହଣ କରିଥାଏ।
କାମନା ଅସୀମିତ ହେଉଥିବା ବେଳେ ବସ୍ତୁ, ସାଧନ ବା ଉପକରଣ ସୀମିତ ଥାଏ। ଯଦି ଏହା ଅସୀମିତ ଥାନ୍ତା ତେବେ କିଛି ଅସୁବିଧା ହେଇ ନ ଥାନ୍ତା।

ଅସୀମିତ କାମନା ଓ ସୀମିତ ସାଧନର ସମୀକରଣକୁ ଠିକ୍ କରିବା ପାଇଁ ଶାସ୍ତ୍ର ନିର୍ମାଣ ହେଲା। ନୀତି ନିୟମ ନିର୍ମାଣ ହେଲା। ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁର ନିର୍ମାଣର ଓ ବିତରଣର ନିୟମ ତିଆରି ହେଲା।

ଆଧୁନିକ ବା ପାଶ୍ଚାତ୍ୟ ଅର୍ଥଶାସ୍ତ୍ରୀମାନେ ମଣିଷକୁ ଆଉ ମଣିଷ ବୋଲି ଦେଖିଲେ ନାହିଁ। ସେମାନେ ତାକୁ ଏକ ଆର୍ଥିକ ମଣିଷ ବୋଲି କହିଲେ। ଏ ମଣିଷଠାରୁ ମୋର କେତେ ଲାଭ ହେବ ବା କ୍ଷତି ହେବ। ଏତିକି ବିଚାର ସେମାନଙ୍କୁ ଦେଖାଗଲା। ବାକି ମାନବତା କଥା ପଚାରେ କିଏ ? ଭୋଗ ସାମଗ୍ରୀ ଜୁଟାଇବା ପାଇଁ ନୀତି ନିୟମକୁ ବଳି ଦେବାକୁ ଲୋକ ପଛାଇଲେ ନାହିଁ। ନିଜ ଚଉଦ ପୁରୁଷଙ୍କ ପାଇଁ ସମ୍ପତ୍ତି ସଞ୍ଚିଗଲେ।

ପ୍ରଥମେ ତ ପଇସା ନ ଥିଲା। ବସ୍ତୁ ବଦଳରେ ବସ୍ତୁ ଦିଆନିଆ ଚାଲିଥିଲା। ସଭ୍ୟତାର ବିକାଶ ସହିତ ବୁଲି ବୁଲି ଜିନିଷ ଅଦଳ ବଦଳ ନ କରି ଗୋଟିଏ ଜାଗାରେ ବସି ବିକ୍ରିଟିକ୍ରି କରିବା ପାଇଁ ନିର୍ଦିଷ୍ଟ କିଛି ବସ୍ତୁ ବା ଧାତୁର ଉପଯୋଗ କରାହେଲା। କ୍ରମଶଃ ସ୍ୱର୍ଣ୍ଣ ମୁଦ୍ରାର ବ୍ୟବହାର ହେଲା। ତା'ପରେ ଏହି ପ୍ରକ୍ରିୟା ବିକଶିତ ହୋଇ ଆଜିର ମୁଦ୍ରା ଯାଏ  ଆସିଲା।

ପଇସା ବା ଟଙ୍କା ଅର୍ଥ କି ?
ଏହା ଅର୍ଥ ନୁହଁ। ଏହା ବ୍ୟବହାରର ଏକ ମାଧ୍ୟମ ମାତ୍ର।

ଏପରି ସମୟ ଥିଲା ପଇସା ନ ଥିଲା।
କେବଳ ବସ୍ତୁର ଆଦାନ ପ୍ରଦାନ ଥିଲା।

ବସ୍ତୁ ସଂଗ୍ରହ କରିବା ସହଜ ନୁହେଁ। ସଂଗ୍ରହ କଲେ ତ ରଖିବା ସମ୍ଭବ ନୁହେଁ। ଏ ସବୁ ପ୍ରାପ୍ତ କରିବାପାଇଁ ପଇସା କିମ୍ବା ଟଙ୍କା ସଞ୍ଚୟ କରିଦେବା ଭଲ ହେବ ଭାବି ଲୋକ ସଞ୍ଚି ଚାଲିଲେ।  ତା ଅନୁସାରେ ଧନି ଗରିବ ନିର୍ଦ୍ଧାରଣ ହେଲା। ଯିଏ ଯେତେ ସଞ୍ଚୟ କରିପାରିଲା ସେ ସେତେ ଧନୀ ବୋଲି ଗଣା ହେଲା।

ରାବଣ ଭଳି ସବୁ ଭଗବାନଙ୍କୁ ନିଜ କାମରେ ଲଗାଇଦେବାକୁ ଲୋକ ପଛାଇଲେ ନାହିଁ।

ଭାରତୀୟ ବିଚାର ଅନୁସାରେ ଯୋଗୀ ଅରବିନ୍ଦ କହିଛନ୍ତି, "ବସ୍ତୁ ଓ ସେବା ଦ୍ୱାରା ବଡ଼ ଯନ୍ତ୍ରପାତି ନିର୍ମାଣ କରିବା ଅର୍ଥଶାସ୍ତ୍ରର ହେତୁ ନୁହଁ। ଏହା ସତ୍ୟ ଯେ ଆମ କାମନା ପୂର୍ଣ୍ଣ କରିବା ପାଇଁ ଵସ୍ତୁ, ସେବା, ସାଧନ, ଉପକରଣ ଆଦି ଦରକାର।

ତେବେ କଣ କରିବା ?
ସମାଜର ପ୍ରତ୍ୟେକ ବ୍ୟକ୍ତିକୁ ତା' ଇଚ୍ଛା ଅନୁସାରେ କିପରି ସୁଖ ପ୍ରାପ୍ତ ହେବ, ଏହା ଦେଖିବା ଅର୍ଥ ଶାସ୍ତ୍ରର କାର୍ଯ୍ୟ ହେବା ଉଚିତ। ନିଜ କ୍ଷମତାରୁ ଅର୍ଜିଥିବା ସମ୍ପତ୍ତିର ଉପଭୋଗ କରିବାପାଇଁ ବ୍ୟକ୍ତିକୁ ସମୟ ମିଳୁ। ଆଇ ଟି କମ୍ପାନୀ କାମରେ ପ୍ୟାକେଜ ତ ବହୁତ ବଡ଼, କିନ୍ତୁ ଲାପଟପ ଓ ମୋବାଇଲ ସେଠାରେ କାମ କରୁଥିବା ବ୍ୟକ୍ତିକୁ ବନ୍ଦୀ କରିଦେଉଛି। ଖାଇବା, ଶୋଇବା ସମୟରେ ଏ ଦୁଇଟି ସେମାନଙ୍କ କର ଛାଡୁ ନାହାନ୍ତି।

ଚାଣକ୍ୟ କହିଛନ୍ତି, 'ସୁଖସ୍ୟ ମୂଳଂ ଧର୍ମଃ। ଧର୍ମସ୍ୟ ମୂଳଂ ଅର୍ଥଃ। ଅର୍ଥସ୍ୟ ମୂଳଂ ରାଜ୍ୟମ୍। ରାଜ୍ୟସ୍ୟ ମୂଳଂ ଇନ୍ଦ୍ରିୟଜୟଃ।' ସେ ଗୋଟିଏ ପଟେ ଉପଭୋଗର କଥା କହିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ସେ ଏ ସବୁର ମୂଳ ଇନ୍ଦ୍ରିୟସଂଯମକୁ ଶ୍ରେୟ ଦେଇଛନ୍ତି।

ପୁଣି ସେ କହିଛନ୍ତି, 'ମନୁଷ୍ୟର ଉପଜୀବିକାର ସାଧନ ହେଉଛି ଅର୍ଥ। ମନୁଷ୍ୟ ଭୂମି ଉପରେ ବଞ୍ଚିଛି। ଏଥିପାଇଁ ଭୂମି ହିଁ ଅର୍ଥ। ଭୂମି କିପରି ପ୍ରାପ୍ତ କରିବା ଓ ତାକୁ କିପରି ପାଳନ କରିବା ଏହି ଜ୍ଞାନ ଦେଉଥିବା ଶାସ୍ତ୍ର ହେଉଛି ଅର୍ଥଶାସ୍ତ୍ର।
ଏହା ମଧ୍ୟ ଦୁଇ ଭାଗରେ ବିଭକ୍ତ। ଗୋଟିଏ ହେଉଛି ବାର୍ତ୍ତା ଶାସ୍ତ୍ର ଅନ୍ୟଟି ଦଣ୍ଡ ନୀତି। ବାର୍ତ୍ତା ଶାସ୍ତ୍ରରେ କୃଷି, ପଶୁପାଳନ ଓ ବ୍ୟବସାୟ କଥା କୁହାଯାଇଛି। ପ୍ରଥମେ କୃଷି ତା'ପରେ ପଶୁପାଳନ ଓ ଶେଷରେ ବ୍ୟବସାୟକୁ ମହତ୍ତ୍ୱ ଦିଆଯାଇଛି।
ଅସୀମିତ କାମନାକୁ ସୀମିତ ସାଧନାରେ ବାଣ୍ଟିବା ପାଇଁ ନିୟମ ତିଆରି ଓ ନିୟମ ଯିଏ ଭାଙ୍ଗିବ ତା ପାଇଁ ଦଣ୍ଡ ଏହା ଦଣ୍ଡନୀତିରେ ରହିଛି। 'ଅର୍ଥ'ର ଉପଯୋଗ କିପରି ହେବା ଉଚିତ ତାହା ସେଥିରେ ରହିଛି।

ଯେକୌଣସି ଉପାୟରେ ଅର୍ଥ ରୋଜଗାର ଭାରତୀୟ ନୀତି ନୁହଁ। ମନୁଷ୍ୟ ଦେହ ଧାରଣ କରିଛି, ତେଣୁ ଶରୀର ରକ୍ଷା ପାଇଁ ତ ତାକୁ କିଛି ବସ୍ତୁର ଉପଯୋଗ କରିବାକୁ ପଡ଼ିବ। ଉପଭୋଗ ପାଇଁ ସେ ଜନ୍ମ ହୋଇ ନାହିଁ। କେବଳ ଖାଇବା ପାଇଁ ସେ ଜନ୍ମ ନେଇ ନାହିଁ। ବଞ୍ଚିବା ପାଇଁ ଖାଦ୍ୟ ଦରକାର। ଯେତିକି ଆବଶ୍ୟକ ସେତିକି ଗ୍ରହଣ କରିବା -ଏହା ହିଁ ସଂଯମିତ ଜୀବନ। ସାଧନ ସୀମିତ। ତେଣୁ ତା'ର ଅପବ୍ୟୟ ନ ହେଉ। ପାଶ୍ଚାତ୍ୟ ବିଚାର ହେଉଛି ଯେକୌଣସି ଉପାୟରେ ସାଧନ ବଢ଼ାଅ କିନ୍ତୁ ଭାରତୀୟ ବିଚାର ସଂଯମିତ ଉପଭୋଗର କଥା କହିଛି।

ବିଶ୍ୱରେ ଗୋଟିଏ ବଡ଼ ଦେଶ ଅଛି। ସେଠାରେ କିଛି ତିଆରି ହୁଏ ନାହିଁ କିନ୍ତୁ ସବୁ ମିଳେ। ତିଆରି ହୁଏ ତ କେବଳ ପରମାଣୁ ଅସ୍ତ୍ର ଓ ସୋମରସ। ଆମେ ତାକୁ ଆଦର୍ଶ ଭାବରେ ଗ୍ରହଣ କରିବା ଅନୁଚିତ।

୨୬. ୪. ୧୮

Tuesday, 24 April 2018

*ଧର୍ମ*

ମନୁଷ୍ୟ ତାର ଅନ୍ତର୍ନିହିତ ବିବେକ ତଥା ବିବେଚନାର ଶକ୍ତି ପାଇଁ ପଶୁଠାରୁ ଭିନ୍ନ। ଏଣୁ କୁହାଯାଇଛି -

ଆହାର ନିଦ୍ରା ଭୟ ମୈଥୁନଂ ଚ
ସାମାନ୍ୟମେତତ୍ ପଶୁଭିର୍ନରାଣାମ୍।
ଧର୍ମୋ ହି ତେଷାମଧିକୋ ବିଶେଷଃ
ଧର୍ମେଣ ହୀନାଃ ପଶୁଭିଃ ସାମାନାଃ।।

ଆହାର, ନିଦ୍ରା, ଭୟ, ମୈଥୁନ ପଶୁଠାରେ ଯେମିତି ଅଛି ମନୁଷ୍ୟଠାରେ ସେହିପରି ଅଛି; କିନ୍ତୁ ମନୁଷ୍ୟ ପାଖରେ ଅଛି ଧର୍ମରୁ ସୃଷ୍ଟ ବିବେକ ବା ବିବେଚନାର ଶକ୍ତି। ଯାହାର ଆଚରଣ ବିନା ସେ ପଶୁ ତୁଲ୍ୟ।

ଯେଉଁ ଅଦୃଶ୍ୟ ଶକ୍ତି ଆମକୁ ଧରି ରଖିଛି ବା ବାନ୍ଧି ରଖିଛି ତାହା ହିଁ ଧର୍ମ। 'ଧାରୟତେ ଇତି ଧର୍ମ' ଧରି ରଖିବା ବା ଧାରଣ କରିବା ହିଁ ଧର୍ମର କର୍ତ୍ତବ୍ୟ।

ଆମ ପରିବାର ଭିତରେ ପିତାମାତାଙ୍କ ଧର୍ମ ପୁଅ ଝିଅଙ୍କୁ ଲାଳନ ପାଳନ କରିବା, ପୁଅ ଝିଅଙ୍କ ଧର୍ମ ପିତାମାତାଙ୍କ ଆଜ୍ଞାକୁ ପାଳନ କରିବା। ସେହିପରି ପ୍ରତ୍ୟେକ ସଦସ୍ୟଙ୍କର ଧର୍ମ ଅଲଗା। ଗୁରୁଙ୍କ ଧର୍ମ ଯାହା ଶିଷ୍ୟର ଧର୍ମ ସେଇଆ ନୁହଁ। ନିଜ ବିବେକ ଦ୍ୱାରା ପ୍ରତ୍ୟେକଙ୍କ ପ୍ରତି ଅଲଗା ଅଲଗା ଦାୟିତ୍ୱ ବା କର୍ତ୍ତବ୍ୟ ପାଳନ କରିବାକୁ ପଡ଼େ, ଯାହା ଧର୍ମ ଉପରେ ପର୍ଯ୍ୟବେସିତ। ବ୍ୟକ୍ତିର ବ୍ୟକ୍ତି ପ୍ରତି କର୍ତ୍ତବ୍ୟ ପାଳନ କରିବାକୁ ବ୍ୟକ୍ତି ଧର୍ମ କୁହାଯାଏ। ବ୍ୟକ୍ତି ସମାଜ ପ୍ରତି କର୍ତ୍ତବ୍ୟ ପାଳନ ବେଳେ ସେ ସମାଜ ଧର୍ମ ପାଳନ କରେ। କେବଳ ପରିବାର, ବନ୍ଧୁବର୍ଗ, ସମାଜ ପ୍ରତି ଆମର ଯେ କର୍ତ୍ତବ୍ୟ ରହିଛି ତାହା ନୁହଁ, ଆମର ମଧ୍ୟ ଏ ପୃଥିବୀ, ଏ ପରିବେଶକୁ ପରିପୁଷ୍ଟ କରିବାର ଦାୟିତ୍ୱ ରହିଛି।

ମହାରାଜ ଯୁଧିଷ୍ଠିର ଆଦର୍ଶ ରାଜ୍ୟର ଲକ୍ଷଣ କ'ଣ ବୋଲି ଭୀଷ୍ମଙ୍କୁ ପଚାରିବାରୁ ପିତାମହ ଭୀଷ୍ମ ଉତ୍ତରରେ ସେ ସମୟରେ ଥିବା ଆଦର୍ଶ ରାଜ୍ୟର କଥା ବର୍ଣ୍ଣନା କରି କହିଲେ,

"ନ ରାଜ୍ୟଂ ନୈବ ରାଜାସୀତ୍
ନ ଦଣ୍ଡ୍ୟୋ ନ ଚ ଦାଣ୍ଡିକଃ।
ଧର୍ମେଣେଇବ ପ୍ରଜା ସର୍ବେ 
ରକ୍ଷନ୍ତି ସ୍ମ ପରସ୍ପରମ।।"

ଆମ ପ୍ରାଚୀନ ସଂସ୍କୃତିରେ ସାରା ବିଶ୍ୱକୁ ଏକ କୁଟୁମ୍ବ ଭାବେ ଗ୍ରହଣ କରାଯାଉଥିଲା। ସେଥିରେ ରାଜ୍ୟର
ସଂକୀର୍ଣ୍ଣ ଚଉହଦୀ ଅବା ରାଜ୍ୟ ଶାସନ ବା ଶାସକର ଆବଶ୍ୟକତା ରହୁ ନ ଥିଲା। ଏହି ଧର୍ମ ଜ୍ଞାନ ହିଁ ସମସ୍ତଙ୍କୁ ସୁଚାରୁ ରୂପେ ଚଳାଇ ନେଉଥିଲା। ଏଥିରେ ସମସ୍ତେ ସମସ୍ତଙ୍କ ଧର୍ମ ତଥା କର୍ତ୍ତବ୍ୟ ପାଳନ କରୁଥିଲେ। ତେଣୁ ଶାସନ ଓ ଶାସକର ଆବଶ୍ୟକତା ହିଁ ନ ଥିଲା। ଏଭଳି ସ୍ଥଳେ ଦଣ୍ଡ୍ୟୋ (ଦଣ୍ଡ ପାଇବା ବ୍ୟକ୍ତି) ଓ  ଦାଣ୍ଡିକ (ଦଣ୍ଡ ଦେବା ବ୍ୟକ୍ତି)ର ପ୍ରୟୋଜନ ରହୁ ନ ଥିଲା। ସେ'ବେଳର ସମାଜରେ କେହି ବି ନିଜର କର୍ତ୍ତବ୍ୟ ପାଳନ ବା ଧର୍ମରୁ ବିଚ୍ୟୁତ ହେଉ ନ ଥିଲେ। ସେଥିରେ ଦୋଷ, ଦୋଷୀ ଅବା ଦୋଷକୁ ଦଣ୍ଡ ଦେବା ପାଇଁ ଆଜି ଭଳି ଏତେ ଆଇନ କାନୁନ୍ କଟକଣା, ପୋଲିସବାହିନୀ, ନ୍ୟାୟାଧୀଶ ଏ ସମସ୍ତ ବ୍ୟବସ୍ଥାର ଆବଶ୍ୟକତା ପଡୁ ନ ଥିଲା। ଯେତେବେଳେ ଏ ମଣିଷ ପାପ ଚିନ୍ତନ ଦ୍ୱାରା ସ୍ୱାର୍ଥର ଅନ୍ୱେଷଣ କରିବାରେ ଲାଗିଲା ସେବଠାରୁ ଧର୍ମଚ୍ୟୁତ ହେବା ଆରମ୍ଭ ହେଲା ଓ ସମସ୍ତଙ୍କୁ ସମସ୍ତେ ଧର୍ମ ବାଟରେ କର୍ତ୍ତବ୍ୟ ସାଧନ କରିବା ପାଇଁ ବାଧ୍ୟ କରିବାକୁ ଲାଗିଲେ। ସେଇଠୁ ସୃଷ୍ଟି ହେଲା ରାଜ୍ୟ, ରାଜା, ପ୍ରଜା, ଦଣ୍ଡ, ଦଣ୍ଡ୍ୟୋ ଓ ଦାଣ୍ଡିକଙ୍କ ବିଧି ବିଧାନ ତଥା ଶାସନ ବ୍ୟବସ୍ଥା।

ଆଦ୍ୟ ମାନବ ସଂସ୍କୃତିର କର୍ଣ୍ଣଧାର ମନୁ ଧର୍ମର  ଲକ୍ଷଣ ବିଷୟରେ ଉଲ୍ଲେଖ କରିବାକୁ ଯାଇ କହିଛନ୍ତି -

ଧୃତି କ୍ଷମା ଦମସ୍ତେୟଂ ଶୌଚଂ ଇନ୍ଦ୍ରିୟନିଗ୍ରହ।
ଧୀର୍ବିିଦ୍ୟା ସତ୍ୟଂ ଅକ୍ରୋଧଃ ଦଶକଂ ଧର୍ମ ଲକ୍ଷଣମ୍।।

ଯାହାର ପାଳନ କଲେ ବ୍ୟକ୍ତି ସ୍ୱତଃ ଅନୁଶାସିତ ହୋଇଯାଏ। ଏହା ସୂଚାଇ ଦିଏ ଯେ କର୍ତ୍ତବ୍ୟବୋଧତା ବ୍ୟକ୍ତିଠାରେ ସଂଚାରିତ କରାଇ ପାରିଲେ ଆମ ପାଖରେ ଏମିତି କୌଣସି ସମସ୍ୟା ନାହିଁ ଯାହାକୁ ସମାହିତ କରିହେବ ନାହିଁ।

୨୫. ୪. ୧୮

*ମୋକ୍ଷତା ଆଡ଼କୁ...*

'ଆତ୍ମବତ୍ ସର୍ବ ଭୂତେଷୁ' ଓ 'ସର୍ବେ ଭବନ୍ତୁ ସୁଖିନଃ' ଭଳି ତତ୍ତ୍ୱଜ୍ଞାନକୁ ଆଚରଣ କରି ମନୁଷ୍ୟ ଦେବତାରେ ପରିଣତ ହୋଇଛି । ଆମ ଜୀବନର ଚାରି ପୁରୁଷାର୍ଥ: ଧର୍ମ, ଅର୍ଥ, କାମ, ମୋକ୍ଷକୁ ଏଠାରେ ଉପରଠାଉରିଆ ଭାବେ ନିଆ ନ ହୋଇ ଗଭୀରତାର ସହ ଚିନ୍ତନ କରି ଗ୍ରହଣ କରାଯାଇଛି। ଯାହା ବିଶ୍ୱ ସଂସ୍କୃତିକୁ ଗରୀୟାନ କରିଛି। ଆମ ଜୀବନ ଯମ, ନିୟମ ଆଦି ସଦଗୁଣ ଦ୍ୱାରା ଆବଦ୍ଧ। ଆମ ଆର୍ଥିକ ସମ୍ପନ୍ନତା ଓ ଅର୍ଥ ଉପାର୍ଜନ ବି ଧର୍ମନିଷ୍ଠ। କାମ ଅର୍ଥାତ୍ କାମନାରେ ସଂଯମତା ଯାହା ମୋକ୍ଷତାର ସତ୍ୟ ଉପଲବ୍ଧ କରିବା ପାଇଁ ପ୍ରତିବଦ୍ଧ। ମୋକ୍ଷ ପ୍ରାପ୍ତି ଅର୍ଥାତ୍ ଆତ୍ମାକୁ ପରମାତ୍ମାଙ୍କଠାରେ ବିଲୀନ ହେବା ପାଇଁ ଅଗ୍ରସର କରାଇବା। ଯେଉଁଠି ବ୍ୟକ୍ତିର କର୍ମସାଧନା ଅହଂକାର ଶୁନ୍ୟ ହୁଏ ସେଠି ପରମାନନ୍ଦ ପରମାତ୍ମାଙ୍କୁ ପ୍ରାପ୍ତ କରିବା ସହଜ ହୋଇଥାଏ। ଏଣୁ ଜୀବନକୁ ଯମ ନିୟମ ମଧ୍ୟରେ ନିୟନ୍ତ୍ରିତ କରାଇ ପାରିଲେ ଏହା ଜ୍ୟୋତିର୍ମୟ ହୋଇ ଜୀବନର ଅନ୍ତଃସଂତୃପ୍ତି ପ୍ରାପ୍ତ କରାଏ।

ମନର ଚଞ୍ଚଳତାକୁ ଧର୍ମ ବା ବିବେକ ହିଁ ଅଙ୍କୁଶ  ଲଗାଇପାରେ। ବିବେକର ଅଙ୍କୁଶ ନ ଥିଲେ ମନ ବହୁ ଉପଦ୍ରବ ସୃଷ୍ଟି କରି ଜୀବନର ମୋକ୍ଷ ଲକ୍ଷ୍ୟ ପୂରଣ କରିବାଠାରୁ ଦୂରେଇନେଇ ନର୍କଗାମୀ କରାଇଦିଏ। ଏଣୁ ମନରୂପକ ଘୋଟକକୁ ଲଗାମ ଦେଇ ନିୟନ୍ତ୍ରଣ କରିବାପାଇଁ ଜୀବନ ନିର୍ବାହରେ ଇନ୍ଦ୍ରିୟ ସଂଯମ ଅପରିହାର୍ଯ୍ୟ।

ମନ ଅଧିକ ପରାକ୍ରମଶାଳୀ। ଆଖି ପିଛୁଳାକେ ସେ ଜଳ ସ୍ଥଳ ଆକାଶ ଭ୍ରମଣ କରାଇ ଆଣେ। ଜୀବନ ନୌକାକୁ ମନ ପବନତୁଲ୍ୟ କ୍ଷୀପ୍ରତାର ଗତି ପ୍ରଦାନ କରିଥାଏ। କିନ୍ତୁ ଏହି ଜୀବନ ନୌକାକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାକୁ ହେଲେ ମନର କ୍ଷୀପ୍ରତାକୁ ନିୟନ୍ତ୍ରିତ କରି ବିବେକର ଆହୁଲା ଦ୍ୱାରା ସଂଚାଳିତ କଲେ ହିଁ ମୋକ୍ଷ ପ୍ରାପ୍ତ କରିହେବ। ବିବେକର ଅଙ୍କୁଶ ନ ଥିଲେ ମାନବ ଦାନବରେ ପରିଣତ ହେବାକୁ ବେଶୀ ସମୟ ଲାଗେ ନାହିଁ। ଏଣୁ ଜୀବନରେ ଚତୁର୍ବର୍ଗ ଫଳ ପ୍ରାପ୍ତି କରିବା ପାଇଁ ଧ୍ୟାନ, ନିଷ୍ଠା, ଇନ୍ଦ୍ରିୟ ସଂଯମ ଭଳି ବିବେକଶୀଳ ତପଶ୍ଚରଣର ଯଥେଷ୍ଟ ଆବଶ୍ୟକତା ରହିଛି।

୨୪. ୪. ୧୮