Wednesday, 31 January 2018

*ରାମ ଓ ସୀତା ଭାରତର ଆଦର୍ଶ.*


ସୀତା ବାସ୍ତବରେ ଜନ୍ମ ହୋଇଥିଲେ କି ନାଇଁ, ରାମାୟଣର କଥା କୌଣସି ଐତିହାସିକ ତଥ୍ୟ ଉପରେ ଆଧାରିତ କି ନାଇଁ, କି ଏହା କପୋଳକଳ୍ପିତ - ଏ ସବୁ ପ୍ରଶ୍ନ ଉପରେ ଆମର ବିଚାର କରିବା ଆବଶ୍ୟକ ନାହିଁ। କିନ୍ତୁ ଅତି କମରେ ଏତିକି ତ ସତ୍ୟ ଯେ ହଜାର ହଜାର ବର୍ଷ ଧରି ସୀତାଙ୍କ ଚରିତ୍ର ଭାରତୀୟ ରାଷ୍ଟ୍ର ଜୀବନର ଆଦର୍ଶ ରହି ଆସିଛି।

ଏପରି ଅନ୍ୟ କୌଣସି ପୌରାଣିକ କଥା ନାହିଁ, ଯାହା ସୀତାଙ୍କ ଚରିତ୍ର ପରି ସମଗ୍ର ଭାରତୀୟ ରାଷ୍ଟ୍ରକୁ ପ୍ରଭାବିତ କରିଛି, ଯାହା ଭାରତୀୟ ରାଷ୍ଟ୍ର ଜୀବନରେ ଅତ୍ୟନ୍ତ ଗଭୀର ଭାବରେ ପ୍ରବେଶ କରିଛି, ଯାହା ଭାରତର ଶିରା ପ୍ରଶିରାରେ ଓ ତାର ରକ୍ତର ପ୍ରତି କଣିକାରେ ଏତେ ମାତ୍ରାରେ ପ୍ରବାହିତ ହୋଇଛି, ଯାହାର କଳ୍ପନା  କରାଯାଇପାରେନା।

ଭାରତବର୍ଷରେ ଯାହା କିଛି ପବିତ୍ର, ଯାହା କିଛି ବିଶୁଦ୍ଧ, ଯାହା କିଛି ପାବନ ସେ ସବୁର ଦର୍ଶନ 'ସୀତା' ଶବ୍ଦରେ ବିଦ୍ୟମାନ। ନାରୀଙ୍କ ଭିତରେ ଯେଉଁ ନାରୀସୁଲଭ ଗୁଣ ଥାଏ, ସେ ସବୁର ପରିଚାୟକ ହେଲେ ସୀତା। ଏଥିପାଇଁ ଯେତେବେଳେ କୌଣସି ବ୍ରାହ୍ମଣ କୌଣସି କୁଳବଧୂକୁ ଆଶୀର୍ବାଦ ଦିଅନ୍ତି, ସେ କହନ୍ତି "ସୀତାଙ୍କ ଭଳି ହୁଅ।" ଯଦି କୌଣସି ବାଳିକାକୁ ଆଶୀର୍ବାଦ ଦିଅନ୍ତି, ସେ କହନ୍ତି, "ସୀତାଙ୍କ ଭଳି ହୁଅ।" ସେମାନେ ସମସ୍ତେ ସୀତାଙ୍କ ସନ୍ତାନ - ଜୀବନରେ ସେମାନଙ୍କ ଏକମେବ ଲକ୍ଷ୍ୟ ଥାଏ ସେମାନେ କିପରି ସୀତାଙ୍କ ପରି ହେବେ - ସୀତାଙ୍କ ପରି ଶୁଦ୍ଧ, ଧୀର ଓ ସର୍ବଂସହା, ସୀତାଙ୍କ ପରି ପତିପରାୟଣା ଓ ପତିବ୍ରତା କିପରି ହେବେ।

ଜୀବନରେ ସୀତା ଏତେ କଷ୍ଟ ସହିଲେ, ଏତେ ବେଦନା ସହିଲେ, କିନ୍ତୁ ରାମଙ୍କ ବିରୋଧରେ ତାଙ୍କ ମୁହଁରୁ ପଦେ ବି କଠୋର ଶବ୍ଦ ବାହାରି ନ ଥିଲା,  ହୃଦୟରୁ ଟିକେ ବି ଆହା ଶବ୍ଦ ବାହାରି ନ ଥିଲା। ସେ ସେସବୁକୁ ନିଜ କର୍ତ୍ତବ୍ୟ ଭାବି ସହିଯାଉଥିଲେ - ନିଜ ଜୀବନର କରୁଣ ନାଟକରେ ଧର୍ଯ୍ୟପୂର୍ବକ ଅଭିନୟ କରିଚାଲିଥିଲେ।

ସୀତାଙ୍କ ଅରଣ୍ୟ ନିର୍ବାସନ ! ଟିକେ ଭାବନ୍ତୁ ତ, କେତେ ଘୋର ଅନ୍ୟାୟପୂର୍ଣ୍ଣ, ଅବିଚାରପୂର୍ଣ୍ଣ କାର୍ଯ୍ୟ ଥିଲା ! କିନ୍ତୁ ସୀତା ଏ ସବୁ ସହିଗଲେ। ତାଙ୍କ ହୃଦୟରେ ସାମାନ୍ୟତମ କଟୁତା ଉତ୍ପନ୍ନ ହୋଇ ନ ଥିଲା। ଏହି ତିତିକ୍ଷା ହିଁ ଭାରତୀୟ ଆଦର୍ଶ ଅଟେ।

ଭଗବାନ ବୁଦ୍ଧ କହିଛନ୍ତି, "ଯଦି ତୁମକୁ କେହି ଆହତ କରେ ଏବଂ ତୁମେ ପ୍ରତିକାର ପାଇଁ ତାଙ୍କ ଉପରେ ଆଘାତ କରିବା ପାଇଁ ହାତ ଉଠାଇଲ, ତେବେ ତୁମକୁ ଶାନ୍ତି ମିଳିବ ନାହିଁ। ହଁ, ସଂସାରରେ ଗୋଟିଏ ପାପ ବଢ଼ି ଯିବ।" ସୀତା ଏହି ଭାରତୀୟ ଆଦର୍ଶର ପ୍ରକୃତ ପ୍ରତିନିଧି। ଅସଂଖ୍ୟ ଅତ୍ୟାଚାରର ପ୍ରତିଶୋଧ ନେବାର ବିଚାର ତାଙ୍କ ହୃଦୟରେ କେବେ ବି ଆସି ନ ଥିଲା।

କିଏ ଜାଣେ, ଏ ଦୁଇ ଆଦର୍ଶ ଭିତରୁ କିଏ ସତ୍ୟ ଓ ଉଚ୍ଚ -

ପାଶ୍ଚାତ୍ୟର ସେହି ଅପ୍ରତ୍ୟାଶିତ ଶକ୍ତି ଓ ଚମକ-ଦମକ

ନା

ପ୍ରାଚ୍ୟର କଷ୍ଟ-ସହିଷ୍ଣୁତା, କ୍ଷମା ଓ ତିତିକ୍ଷା ?

କ୍ରମଶଃ...

୩୧. ୧. ୧୮

Tuesday, 30 January 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
    *ଆଜି ମାଘ ମାସ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ  ତିଥି*
      *ମକର୧୭ଦିନ,ପୁନର୍ବସୁ ନକ୍ଷତ୍ର*
          *ମିଥୁନ ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
           *ଶୀତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ଜାନୁଆରୀ ମାସ ୩୦ ତାରିଖ*
             🌾 *ମ ଙ୍ଗ ଳ ବା   ର* 🌾⛳ 
        🙏🙏🙏🙏🙏🙏🙏🙏🙏
     
           🌴 [] []  *ସାହିତ୍ୟ ପ୍ରସାଦ*[] []
       ଫୁଲମାଗେ ନାହିଁ ସନମାନ,
          ଅଭିମାନ ଜମା କରେ ନାହିଁ
        ନିଜ ବାସ ରାଗ ବିତରେ ନିରବେ
          ମଣିଷ କିପାଇଁ ଶିଖୁ ନାହିଁ

        ନିଜ ପ୍ରତିଷ୍ଠା ଖୋଜ କାହିଁ
             କରତବ୍ଯ ନିଜ ଭୁଲ ନାହିଁ
       ଅର୍ପଣ ସେବା ସଦାଚରଣର
          ଗୁଣାଗମ କର ନିଜଠେଇଁ
     
   🌼🌼🌼🌼🌼🌼🌼🌼🌼
               *ବନ୍ଦେ ଉତ୍କଳ ଜନନୀ*
             *ଜୟଜୟ ଶ୍ରୀ ଜଗନ୍ନାଥ*
     🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

*ରାମ ଓ ସୀତା ଭାରତର ଆଦର୍ଶ*

ଏହା ହେଉଛି ଭାରତର ମହାନ ଆଦିକାବ୍ୟ। ରାମ ଓ ସୀତା ଭାରତର ଆଦର୍ଶ। ସମସ୍ତ ବାଳକ-ବାଳିକା, ବିଶେଷତଃ କୁମାରୀମାନେ ସୀତାଙ୍କୁ ପୂଜା କରିଥାନ୍ତି। ଭାରତୀୟ ନାରୀର ଉଚ୍ଚତମ ମହତ୍ତ୍ଵାକାଂକ୍ଷା ଥାଏ ଯେ ସେ କିପରି ସୀତାଙ୍କ ପରି ଶୁଦ୍ଧ, ପତିପରାୟଣା ଓ ସର୍ବସହିଷ୍ଣୁ ହେବ। ଏହି ମହାନ ପୁରୁଷମାନଙ୍କ ଚରିତ୍ର ପଢ଼ିଲେ ଆପଣମାନଙ୍କୁ ସହଜରେ ବୋଧ ହେବ ଯେ ଭାରତୀୟ ଓ ପାଶ୍ଚାତ୍ୟ ଆଦର୍ଶ ଭିତରେ କେତେ ବଡ଼ ଅନ୍ତର ରହିଛି ।

ଭାରତୀୟ ରାଷ୍ଟ୍ର ଓ ଭାରତୀୟ ସମାଜ ପାଇଁ ସୀତା ସହିଷ୍ଣୁତାର ଉଚ୍ଚତମ ଆଦର୍ଶ ରୂପେ ଦଣ୍ଡାୟମାନ।

ପଶ୍ଚିମ କହେ, "କର୍ମ କର - କର୍ମ ଦ୍ଵାରା ନିଜ ଶକ୍ତି ଦେଖାଅ।" ଭାରତ କହେ, "ସହିଷ୍ଣୁତା ଦ୍ୱାରା ନିଜ ଶକ୍ତି ଦେଖାଅ - ଦୁଃଖ-କଷ୍ଟକୁ ସହିବା ଶିଖ।"

ମନୁଷ୍ୟ କେତେ ଅଧିକ ଭୌତିକ ପଦାର୍ଥ ଓ ବିଷୟର ପ୍ରଭୁ ହୋଇ ପାରିବ, ଏ ସମସ୍ୟାର ସମାଧାନ ପଶ୍ଚିମ କରେ।
କିନ୍ତୁ ମନୁଷ୍ୟର କେତେ ତ୍ୟାଗ କରିବାର କ୍ଷମତା ଅଛି - ଏ ପ୍ରଶ୍ନର ସମାଧାନ ଭାରତ କରେ।

ଆପଣମାନେ ଦେଖୁଛନ୍ତି - ଦୁଇଟିଯାକ ଆଦର୍ଶ ପରସ୍ପର ବିରୋଧୀଭାବର ଚରମ ସୀମା ଅଟେ। ସୀତା ଭାରତର ଆଦର୍ଶ - ଭାରତୀୟ ଭାବର ପ୍ରତିନିଧି  ତଥା ସାକ୍ଷାତ ଭାରତ ମାତା ଅଟନ୍ତି।

କ୍ରମଶଃ....

୩୦. ୧. ୧୮

Monday, 29 January 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
    *ଆଜି ମାଘ ମାସ ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି*
      *ମକର୧୬ଦିନ,ଆର୍ଦ୍ରା ନକ୍ଷତ୍ର*
          *ମିଥୁନ ଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
           *ଶୀତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ଜାନୁଆରୀ ମାସ ୨୯ ତାରିଖ*
             🌾 *ସୋ ମ  ବା   ର* 🌾⛳ 
        🙏🙏🙏🙏🙏🙏🙏🙏🙏
     
           🌴 [] []  *ସାହିତ୍ୟ ପ୍ରସାଦ*[] []
              ଆନନ୍ଦମୟ ଯାର ଘର
              ନନ୍ଦନ ବିଦ୍ବାନ ପ୍ରବର
              ମନୋହାରିଣୀ ଧର୍ମପତ୍ନୀ
             ସନ୍ମିତ୍ର ସମ୍ପତ୍ତି ପ୍ରଯତ୍ନୀ
                  ସେବକ ସାଧୁ ସେବାରତ
               ଅତିଥିପରାୟଣ ବ୍ରତ
              ଦେବ ପୂଜନ ନିୟମିତ   
              ସାଧୁସଂଗତ ଭକ୍ତି ଗୀତ
                ପରସପରେ ପ୍ରୀତି ଯାର
                    ଧନ୍ଯ ଗୃହସ୍ଥାଶ୍ରମ ତାର

                  ସାନନ୍ଦ ସଦନଂ ସୁତାଶ୍ଚ
ସୁଧିୟଃ କାନ୍ତା ମନୋହାରିଣୀ
                    ସନ୍ମିତ୍ରଂ ସୁଧନଂ ସ୍ବୟୋଷିତି ରତିଃ ସେୱାରତାଃ ସେୱକାଃ
                      ଆତିଥ୍ଯଂ ସୁରପୂଜନଂ ପ୍ରତିଦିନଂ ମିଷ୍ଟାନ୍ନପାନଂ ଗୃହେ
                ସାଧୋଃ ସଂଗ ଉପାସନା ଚ
        ସତତଂ ଧନ୍ଯୋ ଗୃହସ୍ଥାଶ୍ରମଃ

   🌼🌼🌼🌼🌼🌼🌼🌼🌼
               *ବନ୍ଦେ ଉତ୍କଳ ଜନନୀ*
             *ଜୟଜୟ ଶ୍ରୀ ଜଗନ୍ନାଥ*
     🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

*ଅଶ୍ୱମେଧ ଯଜ୍ଞ*

ଭାରତର ପ୍ରାଚୀନ ରାଜାମାନେ ଅଶ୍ୱମେଧ ଆଦି ବଡ଼ ବଡ଼ ଯଜ୍ଞ କରୁଥିଲେ। ପ୍ରଭୁରାମଚନ୍ଦ୍ର ମଧ୍ୟ ସେହି ଅନୁସାରେ ଅଶ୍ୱମେଧ ଯଜ୍ଞ କରିବାପାଇଁ ସଙ୍କଳ୍ପ କଲେ। କିନ୍ତୁ ଭାରତରେ କୌଣସି ଗୃହସ୍ଥଙ୍କୁ ପତ୍ନୀ ବିନା କୌଣସି ଧର୍ମାନୁଷ୍ଠାନ କରିବାର ଅଧିକାର ନାହିଁ। ପତ୍ନୀକୁ ଭାରତରେ ସହଧର୍ମିଣୀର ଗୌରବ ପ୍ରାପ୍ତ ହୋଇଛି। ଗୃହସ୍ଥଙ୍କୁ ଶହ ଶହ ଧର୍ମାନୁଷ୍ଠାନ କରିବାକୁ ହୋଇଥାଏ, କିନ୍ତୁ ଯେପର୍ଯ୍ୟନ୍ତ ତାଙ୍କ ସହଧର୍ମିଣୀ ତାଙ୍କ ସହ ବସି ତାଙ୍କୁ ସହଯୋଗ ନ ଦିଏ ସେ ପର୍ଯ୍ୟନ୍ତ ସେ ଅନୁଷ୍ଠାନକୁ ବିଧିପୂର୍ବକ ଅନୁଷ୍ଠାନ କୁହାଯାଏ ନାହିଁ।

ସୀତାଙ୍କୁ ନିର୍ବାସନ ଦଣ୍ଡ ଦିଆଯାଇଥିଲା। ଏଥିପାଇଁ ଲୋକମାନେ ଶ୍ରୀରାମଙ୍କୁ ଆଉ ଥରେ ବିବାହ କରିବା ପାଇଁ ପ୍ରାର୍ଥନା କଲେ। କିନ୍ତୁ ପ୍ରଭୁ ଶ୍ରୀରାମ ତ ପୁରୁଷୋତ୍ତମ ଥିଲେ। ଏକପତ୍ନୀ ବ୍ରତଧାରୀ ଥିଲେ। ଏହି ସମୟରେ ସେ ଜୀବନରେ ପ୍ରଥମ ଥର ଜନମତ ବିରୋଧରେ ଛିଡ଼ା ହେଲେ। ସେ କହିଲେ, "ଏହା ଅସମ୍ଭବ। ମୋ ଜୀବନ ତ ସୀତାଙ୍କ ପାଇଁ ସମର୍ପିତ ହୋଇ ସାରିଛି।" ଏଥିପାଇଁ ଶାସ୍ତ୍ର-ବିଧିର ଆଦର ଅତୁଟ ରଖିବା ପାଇଁ ସେ ସୀତାଙ୍କ ସ୍ଥାନରେ ତାଙ୍କର ପ୍ରତିନିଧିସ୍ୱରୂପ ଏକ ସ୍ୱର୍ଣ୍ଣ ପ୍ରତିମା ଆସୀନ କରିଦେଲେ। ଏହି ମହୋତ୍ସବରେ ଜନତାଙ୍କ ମଧ୍ୟରେ ଧର୍ମଭାବ ଏବଂ ଆନନ୍ଦବର୍ଦ୍ଧନ ପାଇଁ ନାଟକ ଓ ସଙ୍ଗୀତ ଆଦିର ଆୟୋଜନ କରାଗଲା। ରାମଙ୍କ ଦୁଇ ଅଜ୍ଞାତ ପୁତ୍ର ଲବ ଓ କୁଶଙ୍କୁ ସାଙ୍ଗରେ ନେଇ ମହାକବି ମହର୍ଷି ବାଲ୍ମୀକି ମଧ୍ୟ ଏଇ ଅବସରରେ ସେଠାକୁ ଆସିଥିଲେ। ସଭାସ୍ଥଳରେ ଏକ ରଙ୍ଗମଞ୍ଚ ଶୀଘ୍ର ତିଆରି କରିଦିଆଗଲା। ତା ଛଡ଼ା ଅନ୍ୟ ଆବଶ୍ୟକୀୟ ଆୟୋଜନ ମଧ୍ୟ ପୂର୍ଣ୍ଣ କରାଗଲା। ସଭାମଣ୍ଡପରେ ଶ୍ରୀରାମ ଓ ତାଙ୍କ ଭ୍ରାତୃଗଣ, ଆତ୍ମୀୟଵର୍ଗ ତଥା ଅଯୋଧ୍ୟାର ସମ୍ପୂର୍ଣ୍ଣ ଜନତା ଉପସ୍ଥିତ ଥିଲେ। ବାଲ୍ମୀକିଙ୍କ ନିର୍ଦ୍ଦେଶରେ ଲବ ଓ କୁଶ ମଧୁର ସ୍ୱରରେ ରାମାୟଣ ଗାଇଲେ ଓ ଅଭିନୟ କଲେ। ସାରା ଜନତା ତାଙ୍କ ମଧୁର ବାଣୀ ଓ ସୁନ୍ଦର ରୂପ ଦେଖି ମୁଗ୍ଧ ହୋଇଗଲେ। ଶ୍ରୀରାମ ଶୋକୋନ୍ମତ ହୋଇ ଯାଉଥିଲେ। ଯେତେବେଳେ ବୈଦେହୀଙ୍କ ବନବାସ ପ୍ରସଙ୍ଗ ଆସିଲା ସେତେବେଳେ ସେ ବିହ୍ଵଳ ତଥା କିଂକର୍ତ୍ତବ୍ୟବିମୂଢ଼ ହୋଇ ଛିଡ଼ା ହେଲେ। ସେହି ସମୟରେ ମହର୍ଷି ବାଲ୍ମୀକି ତାଙ୍କୁ କହିଲେ, "ହେ ରାଜନ ! ଶୋକ କର ନାହିଁ, ମୁଁ ଏହି କ୍ଷଣରେ ସୀତା ଦେବୀଙ୍କୁ ଆପଣଙ୍କ ସମ୍ମୁଖରେ ଉପସ୍ଥିତ କରାଇ ଦେଉଛି।"  ସେତେବେଳେ ସୀତାଙ୍କୁ ସଭାମଞ୍ଚକୁ ଅଣାଗଲା। ଶ୍ରୀରାମ ନିଜର ପରିତ୍ୟକ୍ତା ପତ୍ନୀକୁ ପାଇ ଅତ୍ୟନ୍ତ ହର୍ଷିତ ହୋଇଥିଲେ। କିନ୍ତୁ ଏତିକିବେଳେ ସେହି ପୁରୁଣା ପ୍ରସଙ୍ଗ ପୁଣିଥରେ ଜନତାଙ୍କ ଭିତରେ ଉଙ୍କିମାରିଲା। ପୁଣି ଥରେ ଅସନ୍ତୋଷର ସ୍ୱର ଶୁଭିଲା। ପରୀକ୍ଷା ପରୀକ୍ଷାର ସ୍ୱର ଚତୁର୍ଦିଗରୁ ଆସିଲା। ଦରିଦ୍ର ସୀତା ବାରମ୍ବାର ହେଉଥିବା ନିଜର ଶୁଦ୍ଧତାର ପରୀକ୍ଷା ତଥା ଏଭଳି କଠୋର ଓ ଅପମାନପୂର୍ଣ୍ଣ ସନ୍ଦେହ ଦ୍ୱାରା ଏତେ ଆହତ ଓ କାତର ହୋଇଯାଇଥିଲେ ଯେ ଏବେ ଏହା ତାଙ୍କ ପାଇଁ ଅସହ୍ୟ ହୋଇ ଉଠିଲା। ଏବେ ସେ ନିଜର ପଵିତ୍ରତାର ପ୍ରମାଣ ଦେବାପାଇଁ କାତର ସ୍ୱରରେ ଦେବଗଣଙ୍କୁ ପ୍ରାର୍ଥନା କଲେ। ଏହି ସମୟରେ ପୃଥିବୀ ଦୁଇ ଭାଗ ହୋଇଗଲା। ଦେବୀ ସୀତା ଉଚ୍ଚ ସ୍ୱରରେ କହିଲେ, "ନିଅ ମୋ ପରୀକ୍ଷା" - ଏତିକି କହି ସେହି ପୃଥିବୀ-ତନୟା ସୀତା ସବୁଦିନ ପାଇଁ ନିଜ ଜନନୀ କୋଳରେ ଶୋଇ ପଡ଼ିଲେ। ଏ ଦୃଶ୍ୟ ଦେଖି ଲୋକେ ଦୁଃଖରେ ଅବସନ୍ନ ହେଲେ ଓ ରାମ ଚନ୍ଦ୍ର ଶୋକରେ ମ୍ରିୟମାଣ ହୋଇଗଲେ।

ସୀତାଙ୍କ ଅନ୍ତର୍ଦ୍ଧାନର କିଛିଦିନ ପରେ ଦେବତାମାନଙ୍କର ଏକ ଦୂତ ରାମଙ୍କ ପାଖକୁ ଆସି କହିଲେ, " ପ୍ରଭୁ ! ପୃଥିବୀରେ ଆପଣଙ୍କର କାର୍ଯ୍ୟ ଏବେ ସମାପ୍ତ ହୋଇଛି। ଏଥିପାଇଁ ଆପଣ ନିଜ ଧାମ ବୈକୁଣ୍ଠକୁ ଚାଲନ୍ତୁ।" ଏହା ଶୁଣି ରାମଙ୍କର ନିଜ-ସ୍ୱରୂପର ସ୍ମୃତି ଜାଗ୍ରତ ହେଲା। ଅଯୋଧ୍ୟା ନିକଟରେ କୁଳୁକୁଳୁ ନାଦରେ ବହି ଯାଉଥିବା ସରଜୁ ଜଳରେ ଦେହ ବିସର୍ଜନ କରି ରାମ ବୈକୁଣ୍ଠରେ ଯାଇ ସୀତାଙ୍କ ସହ ମିଶିଲେ।

କ୍ରମଶଃ....

୨୯. ୧. ୧୮

Sunday, 28 January 2018

*ନିର୍ବାସିତ ସୀତା*

ପ୍ରଭୁ ରାମଚନ୍ଦ୍ର ପ୍ରଜାମାନଙ୍କୁ ପୁତ୍ରପରି ପାଳନ କଲେ। ଏହିପରି କିଛି ବର୍ଷ ସେ ସୀତାଦେବୀଙ୍କ ସହ ସୁଖରେ ରହିଲେ। ଏହି ସମୟରେ ପୁଣି ଏକ ଲୋକାପବାଦର ଲହରୀ ସୃଷ୍ଟି ହେଲା। ଗୁପ୍ତଚର ଶ୍ରୀରାମଙ୍କୁ ସୂଚନା ଦେଲା ଯେ, ପ୍ରଜାଗଣ ସୀତାଙ୍କ ପବିତ୍ରତା ଉପରେ ସନ୍ଦେହ କରୁଛନ୍ତି। କାରଣ ସୀତାଙ୍କୁ ଏକ ରାକ୍ଷସ ହରଣ କରି ନେଇଥିଲା ଓ ଦରିଆ ପାରିରେ ଥିବା ତା'ର ନଗରୀରେ ରଖିଥିଲା। ତେଣୁ ଏହି ପ୍ରଜାଗଣ ସୀତାଙ୍କ ଅଗ୍ନି ପରୀକ୍ଷାରେ ସନ୍ତୁଷ୍ଟ ନ ଥିଲେ। ସେମାନେ ଚାହୁଁ ଥିଲେ ସମସ୍ତଙ୍କ ସମ୍ମୁଖରେ ଏକ ନୂଆ ପରୀକ୍ଷା ନିଆଯାଉ ନଚେତ ତାଙ୍କୁ ଦେଶରୁ ନିର୍ବାସିତ କରି ଦିଆଯାଉ।

ଜନତାଙ୍କ ସନ୍ତୋଷ ବିଧାନ ପାଇଁ ଶ୍ରୀରାମ ନିଜ ହୃଦୟକୁ କଠୋର କରି ପ୍ରାଣପ୍ରିୟ ସୀତାଙ୍କୁ ନିର୍ବାସନ ଦଣ୍ଡ ଦେଲେ। ଅଯୋଧ୍ୟାର ମହାରାଣୀ ସୀତା ପରିତ୍ୟକ୍ତା ହୋଇ ନିର୍ଜନ ଅରଣ୍ୟରେ ବିଳପିତ ହେଉଥିବା ବେଳେ ତାଙ୍କ ଉପରେ ମହର୍ଷି ବାଲ୍ମିକୀଙ୍କର ଦୃଷ୍ଟି ପଡ଼ିଲା। ସେ ତାଙ୍କ କରୁଣ କଥା ଶୁଣି ତାଙ୍କୁ ନିଜ ଆଶ୍ରମକୁ ନେଇଗଲେ। ସୀତା ଆସନ୍ନ ପ୍ରସବା ଥିଲେ ଓ କାଳାନ୍ତରରେ ଦୁଇଟି ଯାଆଁଳା ପୁତ୍ରଙ୍କୁ ଜନ୍ମଦେଲେ। ଆଦିକବି ବାଲ୍ମୀକି ସେହି ଦୁଇ ବାଳକଙ୍କୁ ତାଙ୍କର ଯଥାର୍ଥ ପରିଚୟ ଦେଲେ ନାହିଁ। ଉପଯୁକ୍ତ ବୟପ୍ରାପ୍ତ ହେବାପରେ ସେ ତାଙ୍କୁ ବ୍ରହ୍ମଚର୍ଯ୍ୟ ବ୍ରତ ଗ୍ରହଣ କରେଇବା ସହିତ ବିଧି ସମ୍ମତ ଶିକ୍ଷା ଦେବା ଆରମ୍ଭ କରିଦେଲେ।

ଏହି ସମୟରେ ମହର୍ଷି ରାମାୟଣ ମହାକାବ୍ୟ ରଚନା କରିଥିଲେ ଓ ତାକୁ ସ୍ୱର ତାଳ ସହିତ ଏକ ରୂପକ ଭାବେ ପ୍ରସ୍ତୁତ କରୁଥିଲେ।

ଭାରତରେ ନାଟକକୁ ଶିକ୍ଷା ଦେବାର ଏକ ପବିତ୍ର ମାଧ୍ୟମ ବୋଲି ବୁଝାଯାଉଥିଲା। ନାଦ ଓ ସଙ୍ଗୀତର ସାଧନାକୁ ଧର୍ମ ସାଧନା ବୋଲି ଲୋକ ମାନୁଥିଲେ।
ଲୋକଙ୍କ ଧାରଣା ଥିଲା ଯେ, କୌଣସି ବି ଗୀତ ସେ ପ୍ରେମ ସଙ୍ଗୀତ ବା ଇତର ସ୍ତରର ହୋଇଥାଉ, ଯଦି ତାକୁ ତନ୍ମୟତାର ସହ ବୋଲାଯାଏ ତେବେ ତା ଦ୍ୱାରା ଅବଶ୍ୟ ମୁକ୍ତିଲାଭ ହେବ। ଯେଉଁ ଫଳ ନିଷ୍ପତ୍ତି ଧ୍ୟାନ ଦ୍ୱାରା ପ୍ରାପ୍ତ ହୋଇଥାଏ ତାହା ଏହି ସଙ୍ଗୀତ ସାଧନାରୁ ମଧ୍ୟ ପ୍ରାପ୍ତ ହୋଇପାରିବ।

ମହର୍ଷି ବାଲ୍ମୀକି ତାଙ୍କ ରଚିତ ଏହି ରୂପକକୁ ରାମଙ୍କ ଦୁଇ ପୁତ୍ରଙ୍କୁ ସ୍ୱର, ତାଳ ଓ ଲୟ ପୂର୍ବକ ଗାଇବା ଶିଖାଇଲେ ଓ ତାଙ୍କ ଦ୍ଵାରା ସେହି ରୂପକର ଅଭିନୟ ମଧ୍ୟ କରାଇଲେ।

କ୍ରମଶଃ...

୨୮. ୧. ୧୮

Saturday, 27 January 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
    *ଆଜି ମାଘ ମାସ ଶୁକ୍ଳପକ୍ଷ, ଦଶମୀ ତିଥି*
      *ମକର୧୩ଦିନ,କୃତିକା ନକ୍ଷତ୍ର*
          *ବୃଷଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
           *ଶୀତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ଜାନୁଆରୀ ମାସ ୨୭ ତାରିଖ*
             🌾 *ଶ  ନି  ବା   ର* 🌾⛳ 
        🙏🙏🙏🙏🙏🙏🙏🙏🙏
     
           🌴 [] []  *ସାହିତ୍ୟ ପ୍ରସାଦ*[] []
     *ବନ୍ଧୁ ହେ ମୋର ତୁମେ ତ ଜାଣିଛ*
  *ଦୁର୍ମୁଖ ମୁହିଁ ଚିର ପରିଚିତ*
*ମୁହାଁସ ମୋହର ନାହିଁ କିଞ୍ଚିତ*
    *ଛଳନାର ବାଣୀ ମଧୁ ସିଞ୍ଚିତ*
     *କହି ଜାଣେ ନି ମୁଁ ଦୁନିଆ ଆଗେ*
   *ଉଚିତ ବୋଲି ମୁଁ ମନେକରେ*
       *ଯାହା ଦୁନିଆ ଭାଗେ*
     *ଯେଡ଼େ ଅପ୍ରିୟ ବିକଟ ହେଲେ ହେଁ*
            *ମୁକ୍ତମନେ*
  *କହିବାର କଥା ନିର୍ଭୟେ କହେ*
    *ଦୂର ଅବା ମୋର ନିକଟ ଜନେ* ❗
        ➖ _*କବି ରାଧାମୋହନ ଗଡ଼ନାୟକ*_

   🌼🌼🌼🌼🌼🌼🌼🌼🌼
               *ବନ୍ଦେ ଉତ୍କଳ ଜନନୀ*
             *ଜୟଜୟ ଶ୍ରୀ ଜଗନ୍ନାଥ*
     🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

*ପ୍ରଜାଙ୍କ ସେବକ*

ପ୍ରଭୁ ରାମଚନ୍ଦ୍ର ଯେତେବେଳେ ବନବାସ ପାଇଁ ଅଯୋଧ୍ୟା ପରିତ୍ୟାଗ କଲେ ସେତେବେଳେ ଅନୁଜ କୈକେୟୀଙ୍କ ପୁତ୍ର ଭରତ ମାମୁଁ ଘରେ ଥିଲେ। ଯେତେବେଳେ ଭରତ ଅଯୋଧ୍ୟା ଫେରି ରାମଙ୍କ ବନଗମନର ଦୁଃଖଦ ଖବର ଶୁଣିଲେ, ସେ କାଳ ବିଳମ୍ବ ନ କରି ଅରଣ୍ୟକୁ ଚାଲିଲେ ଜ୍ୟେଷ୍ଠ ଭ୍ରାତାଙ୍କୁ ଫେରେଇ ଆଣିବା ପାଇଁ। ସେ ରାମଙ୍କ ପାଖରେ ପହଞ୍ଚି ପିତାଙ୍କ ନିଧନର ହୃଦୟବିଦାରକ ଖବର ଶୁଣାଇଲେ ଏବଂ ତାଙ୍କୁ ଫେରିଆସି ସିଂହାସନାସୀନ ହେବାକୁ ପ୍ରାର୍ଥନା କଲେ। କିନ୍ତୁ ରାମ ସହମତ ହେଲେ ନାହିଁ। ସେ ଭରତକୁ ଫେରିଯାଇ ଧର୍ମପୂର୍ବକ  ଶାସନ କରିବାକୁ ଉପଦେଶ ଦେଲେ। ଜ୍ୟେଷ୍ଠ ଭ୍ରାତାଙ୍କ ପ୍ରତି ଥିବା ପରମ ଅନୁରାଗ ଓ ଭକ୍ତିଭାଵ କାରଣରୁ ସେ ଖାଲି ହାତରେ ଫେରିଲେ ନାହିଁ। ସେ ରାମଙ୍କ ପାଦୁକା(କଠଉ) ନେଇ ଆସିଲେ ଓ ସେହି ପାଦୁକାକୁ ସିଂହାସନ ଉପରେ ରଖିଦେଲେ। ସେ ରାମଙ୍କ ପ୍ରତିନିଧି ଭାବେ ରାଜକାର୍ଯ୍ୟ ଚଳାଇଲେ। ଚଉଦ ବର୍ଷ ପରେ ଯେତେବେଳେ ପ୍ରଭୁ ରାମଚନ୍ଦ୍ର ଅଯୋଧ୍ୟା ଫେରିଆସିଲେ ସେତେବେଳେ ପୁରଜନଙ୍କ ଅନୁରୋଧ ଓ ଅଭ୍ୟର୍ଥନାକୁ ସ୍ୱୀକାର କରି ସେ ସିଂହାସନ ଆରୂଢ଼ ହେଲେ।

ରାଜ୍ୟାଭିଷେକ ଅବସରରେ ଶ୍ରୀରାମ ଯଥାବିଧି ସବୁ ବ୍ରତ ପାଳନ କଲେ ଯାହା ପ୍ରାଚୀନ ଭାରତରେ ପ୍ରଜାପାଳନ ଏବଂ ଲୋକକଲ୍ୟାଣ ପାଇଁ ଆବଶ୍ୟକ ବିଧି ଥିଲା। ସେତେବେଳେ ରାଜାଙ୍କୁ ପ୍ରଜାଙ୍କ ସେବକ ବା ଦାସ ବୋଲି ବୁଝାଯାଉଥିଲା। ରାଜା ମଧ୍ୟ ସର୍ବଦା ଲୋକମତକୁ ଆଦର କରୁଥିଲେ ଓ ସମ୍ମାନ ଦେଉଥିଲେ।

କ୍ରମଶଃ...

୨୭. ୧. ୧୮

Friday, 26 January 2018

*ଅଗ୍ନି ପରୀକ୍ଷା*

ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ପ୍ରଭୁ ରାମଚନ୍ଦ୍ର ଓ ଅନୁଜ ଲକ୍ଷ୍ମଣଙ୍କ ଦ୍ୱାରା ଗଠିତ ସମସ୍ତ ବାନର ବାହିନୀ ସାଗର ପାର ହୋଇ ଲଙ୍କାରେ ପ୍ରବେଶ କଲେ। କେତେ ମାସ ପର୍ଯ୍ୟନ୍ତ ସେଠାରେ ରାକ୍ଷସରାଜ ରାବଣ ସେନା ସହ ତାଙ୍କର ଘମାଘୋଟ ଲଢ଼େଇ ଓ ରକ୍ତପାତ ଚାଲିଲା। ଶେଷରେ ଶ୍ରୀରାମଙ୍କର ବିଜୟ ହେଲା। ରାକ୍ଷସରାଜ ରାବଣ ଯୁଦ୍ଧରେ ନିହତ ହେଲେ। ତାଙ୍କର ରାଜଧାନୀ ଏବଂ ତାଙ୍କର ସୁବର୍ଣ୍ଣରେ ନିର୍ମିତ ରାଜ ପ୍ରାସାଦ ରାମଙ୍କ ଅଧୀନକୁ ଆସିଗଲା। ଆଜି ମଧ୍ୟ ଯେତେବେଳେ ଭାରତର ସମସ୍ତ ପ୍ରଦେଶର ଗାଁ ଭିତରେ ବୁଲିବାବେଳେ ସେଠାରେ ଆମର ସରଳ ହୃଦୟ ଗ୍ରାମବାସୀଙ୍କୁ କହେଁ ଯେ, ମୁଁ ଲଙ୍କା ବି ଯାଇଥିଲି ସେତେବେଳେ ସେମାନେ ତୁରନ୍ତ କହି ଉଠନ୍ତି -
"ଆଛା ! ରାମାୟଣରେ ବର୍ଣ୍ଣିତ ସୁବର୍ଣ୍ଣ ମହଲ ତୁମେ ଦେଖିଲ ?"

ରାବଣର ଅନୁଜ ବିଭୀଷଣର ସହାୟତାର ପ୍ରତିଦାନ ସ୍ୱରୂପ ପ୍ରଭୁ ରାମଚନ୍ଦ୍ର ତାଙ୍କୁ ଲଙ୍କାର ରାଜ ସିଂହାସନରେ ଅଧିଷ୍ଠିତ କରାଇଲେ।

ତା'ପରେ ସେ ଲକ୍ଷ୍ମଣ ଓ ସୀତାଙ୍କୁ ନେଇ ଲଙ୍କାରୁ ପ୍ରସ୍ଥାନ କଲେ। କିନ୍ତୁ ଏହି ସମୟରେ ତାଙ୍କ ସାଥୀ ଓ ଅନୁଯାୟୀମାନଙ୍କ ଭିତରେ ଏକ ଅସନ୍ତୋଷର ଲହରୀ ଦେଖାଗଲା। ଲୋକମାନେ ସୀତାଙ୍କ ପବିତ୍ରତା ଉପରେ ସନ୍ଦେହ ପ୍ରକଟ କଲେ। ଧୀରେ ଧୀରେ ଏକ ସାମୂହିକ ସ୍ୱର ଉଠିଲା, "ପରୀକ୍ଷା ! ପରୀକ୍ଷା! ସୀତା ତ ତାଙ୍କ ସତୀତ୍ଵର ପରୀକ୍ଷା ଦେଇ ନାହାଁନ୍ତି।" ଏ କଥା ରାମଚନ୍ଦ୍ରଙ୍କୁ ଅସହ୍ୟ ଥିଲା। ସେ କହିଲେ, "ସୀତା ସ୍ୱୟଂ ପାତିବ୍ରତ୍ୟ ଧର୍ମର ପ୍ରତିମୂର୍ତ୍ତି - ତାଙ୍କର ପରୀକ୍ଷା କଣ ଦରକାର ?" କିନ୍ତୁ ଲୋକେ ମାନିଲେ ନାହିଁ। ଲୋକମାନେ ସେମାନଙ୍କ କଥାରେ ଅଟଳ ରହିଲେ। ସେମାନେ କହିଲେ, "ଆମକୁ ସୀତାଙ୍କ ପଵିତ୍ରତାର ପ୍ରମାଣ ଦରକାର। ଆମେ ପରୀକ୍ଷା ଚାହୁଁଛୁ।" ରାମଚନ୍ଦ୍ରଙ୍କୁ ଜନମତ ଆଗରେ ମଥା ନଇଁବାକୁ ହେଲା। ନିଦାନସ୍ୱରୂପ ଏକ ପ୍ରଚଣ୍ଡ ଯଜ୍ଞାଗ୍ନି ପ୍ରଜ୍ବଳିତ କରି ସୀତାଙ୍କୁ ସେହି ଅଗ୍ନିରେ ପ୍ରବେଶ କରିବାକୁ କୁହାଗଲା। ରାମଚନ୍ଦ୍ର ଶୋକରେ ମ୍ରିୟମାଣ ହୋଇଯାଉଥିଲେ। ତାଙ୍କର ଆଶଙ୍କା ଥିଲା ଯେ ଏବେ ସୀତାଙ୍କ ବିୟୋଗର ଦୁଃଖ ସହିବାକୁ ପଡ଼ିବ। କିନ୍ତୁ ପରମୁହୂର୍ତ୍ତରେ ସମସ୍ତେ ବିସ୍ମିତ ହୋଇ ଦେଖିଲେ ସ୍ୱୟଂ ଅଗ୍ନିଦେଵ ପ୍ରକଟ ହେଲେ ଓ ତାଙ୍କ ସିଂହାସନର ଶୀର୍ଷ ଦେଶରେ ବୈଦେହୀ ବିରାଜମାନ ଅଛନ୍ତି। ଏବେ ସମସ୍ତ ଲୋକ ସନ୍ତୁଷ୍ଟ ହେଲେ ଓ ଆନନ୍ଦ ଉତ୍ସବର ଆୟୋଜନ ସର୍ବତ୍ର ଚାଲିଲା।

କ୍ରମଶଃ....

୨୬. ୧. ୧୮

Thursday, 25 January 2018

ପ୍ରଭାତ ପ୍ରସାଦ

*ଭୀଷ୍ମାଷ୍ଟମୀ। ତୁଳା, କୁମ୍ଭ ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର। ଆଜିର ପାଞ୍ଜି: ଜାନୁୟାରୀ ୨୫, ୨୦୧୮*

ସୂର୍ଯ୍ୟଉଦୟ ମକର ଦ୧|୪୦|୩୮ ଇଂ ପ୍ରାତଃଘ୬|୨୪|୧୩ସେ

ସୂର୍ଯ୍ୟାସ୍ତ    କର୍କଟ ଦ୨|୭|୫୫     ଇଂ ସଂଧ୍ୟାଘ୫|୨୭|୧୬ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୧୨ ଦିନ ରାଷ୍ଟ୍ରିୟ ମାଘମାସ ୫ ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, ଶୁକ୍ଳପକ୍ଷ, ଅଷ୍ଟମୀତିଥି ଦିବାଘ୩।୧୪।୧୨ସେ,

ଅଶ୍ଵିନୀ ନକ୍ଷତ୍ର ସକାଳଘ୮।୨୧।୩୩ସେ, ମେଷଚନ୍ଦ୍ର ଅହୋରାତ୍ର

ଯୋଗିନୀବାସ-

ଯୋଗିନୀ ଐଶାନ୍ୟେ ଦିବାଘ୩।୧୪।୧୨ସେ, ପରେ ପୂର୍ବେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ଦିବାଘ୩।୧୪।୧୨ସେ, ମଧ୍ୟେ ନଡିଆ ଓ ପରେ ଲାଉ ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା ରାତ୍ରି ଘ୨।୫୭ମି ରୁ ଘ୩।୪୯ମି । ମାହେନ୍ଦ୍ର ସୂର୍ଯ୍ୟଉଦୟରୁ ସକାଳଘ୭।୫୨ମି, ଦିବା ଘ୧୦।୪୯ମି ରୁ ଘ୧।୨ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।
ଘାତଚନ୍ଦ୍ର ଓ ଘାତବାର-

ତୁଳା, କୁମ୍ଭ ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର।
    ➖ସାହିତ୍ୟ ପ୍ରସାଦ ➖

ଆଜିକାଲି ଯୁଗରେ ଯାହା ସହିତ ଦେଖାହେଲେ ଆମେ ହାଏ ହାଲୋ କହିଦେଉଛେ । ସାମ୍ନାରେ ଥିବା ଲୋକ କେଉଁ ବୟସର ଏବଂ ଏହା ତାଙ୍କୁ କିଭଳି ଲାଗିବ, ସେକଥା ଧ୍ୟାନ ଦେଉ ନାହୁଁ । ଭାରତୀୟ ସଂସ୍କୃତିରେ ବଡ଼ଙ୍କୁ ସମ୍ମାନ ଦେବା କଥା ସବୁବେଳେ କୁହାଯାଇଛି । ସେଥିପାଇଁ ଯେତେବେଳେ ଗୁରୁଜନମାନଙ୍କ ସହିତ ଦେଖା ହେଉଥାଏ, ତାଙ୍କୁ ସମ୍ମାନ କରିଥାଉ , ଚରଣ ସ୍ପର୍ଶ ମଧ୍ୟ କରିଥାଉ । ଏହା ବ୍ୟତୀତ ନମସ୍କାର କରିବାର ପରମ୍ପରା ମଧ୍ୟ ଆମ ସଂସ୍କୃତିରେ ରହିଛି । ଦୁଇହାତ ଯୋଡ଼ି ମୁଣ୍ଡ ନୁଆଁଇ ନିଜ ସାମ୍ନାରେ ଥିବା ବ୍ୟକ୍ତିକୁ ନମସ୍କାର କରାଯାଏ । ଶାସ୍ତ୍ର ଅନୁସାରେ, ବେଳେ ବେଳେ ନମସ୍କାର କରିବା ଦ୍ୱାରା ଆମର କ୍ଷତି ହୋଇଥାଏ। ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ କିଛି ଲୋକଏମିତି ଥାଆନ୍ତି ଯାହାଙ୍କୁ ନମସ୍କାର କରିବା ଅନୁଚିତ ।

ଯେଉଁମାନେ ଅନ୍ୟକୁ କ୍ଷତି ପହଞ୍ଚାଇଥାଆନ୍ତି, କଷ୍ଟ ଦେଇଥାଆନ୍ତି, ସେମାନଙ୍କୁ ନମସ୍କାର କରିବା ଉଚିତ ନୁହେଁ । ଶବ ସଂସ୍କାର କରିବା ପାଇଁ ବା କରି ସାରିଲା ପରେ ଆସୁଥିବା ବ୍ୟକ୍ତିଙ୍କୁ ଅପବିତ୍ର କୁହାଯାଏ । ଶାସ୍ତ୍ର ଅନୁସାରେ ଅପବିତ୍ର ଲୋକଙ୍କୁ ନମସ୍କାର କରିବା ଅନୁଚିତ । ସ୍ନାନ କରୁଥିବା ସମୟରେ କୌଣସି ବ୍ୟକ୍ତିଙ୍କୁ ନମସ୍କାର କରିବା ଅନୁଚିତ । କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବା ବ୍ୟକ୍ତିଙ୍କୁ ନମସ୍କାର କରିବା ଅନୁଚିତ । କାହିଁକି ନା ପ୍ରଥମତଃ ସେହି ବ୍ୟକ୍ତିଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ଦ୍ୱିତୀୟରେ ଏହା ଫଳରେ ସେ କାର୍ଯ୍ୟରେ ସଫଳ ହୁଅନ୍ତି ନାହିଁ । ମୂର୍ଖ, ଖରାପ ପ୍ରକୃତି ବା କପଟୀ ଲୋକଙ୍କୁ ନମସ୍କାର କରିବା ଉଚିତ ନୁହେଁ । ନସସ୍କାର କରିବା ଦ୍ୱାରା ଭାଗ୍ୟ ପ୍ରଭାବିତ ହେବାର ସମ୍ଭାବନା ଥାଏ

*ଗୁଣ୍ଡୁଚିର ସମର୍ପଣ*

ହନୁମାନଙ୍କ ଠାରୁ ସୀତା ଦେବୀଙ୍କ ସମ୍ବାଦ ପାଇ ପ୍ରଭୁ ରାମଚନ୍ଦ୍ର ଏକ ସୈନ୍ୟବାହିନୀ ଗଠନ କଲେ। ସେହି ସୈନ୍ୟବାହିନୀକୁ ନେଇ ସେ ସୁଦୂର ଦକ୍ଷିଣ ପ୍ରଦେଶ ଆଡ଼କୁ ଯାତ୍ରା ଆରମ୍ଭ କରିଦେଲେ। ସେଠାରେ ରାମଙ୍କ ଆଜ୍ଞାକାରୀ ପ୍ରଭୁ ଭକ୍ତ ବାନରମାନେ ଏକ ବିଶାଳ ସେତୁ ନିର୍ମାଣ କରିଦେଲେ। ଏହାର ନାମ ସେତୁ-ବନ୍ଧ। ଏହାଦ୍ୱାରା ଭାରତ ଓ ଲଙ୍କାର ସୀମା ସଂଲଗ୍ନ ହୋଇଗଲା। ଉଛୁଳା ପାଣିରେ ଏବେ ମଧ୍ୟ  ଭାରତରୁ ଲଙ୍କା ଏହି ବାଲୁକା ସ୍ତୁପ ସହାୟତାରେ ଯାଇ ହେବ।

ପ୍ରଭୁ ରାମଚନ୍ଦ୍ର ଈଶ୍ୱରଙ୍କ ଅବତାର ଥିଲେ। ଅନ୍ୟଥା ସେ ଏଭଳି ଦୁଷ୍କର କାମ କିପରି କରିଥାନ୍ତେ ? ହିନ୍ଦୁମାନେ ତାଙ୍କୁ ଈଶ୍ୱରଙ୍କ ଅବତାର ମାନି ପୂଜା କରୁଛନ୍ତି। ଭାରତୀୟଙ୍କ ମତ ଅନୁସାରେ ସେ ଈଶ୍ୱରଙ୍କ ସପ୍ତମ ଅବତାର।

ସେତୁ ନିର୍ମାଣ ସମୟରେ ବାନରମାନେ ପର୍ବତ ଖଣ୍ଡ ଉଠାଇ ଆଣି ସମୁଦ୍ରରେ ଥୋଇଦେଉଥିଲେ। ସେମାନେ ବିଶାଳ ବିଶାଳ ବୃକ୍ଷ ତଥା ଶିଳାରେ ଆଚ୍ଛାଦିତ କରି ଏକ ପ୍ରଚଣ୍ଡ ସେତୁ ସହଜରେ ନିର୍ମାଣ କରିଦେଲେ। କଥିତ ଅଛି ଯେ, ଛୋଟ ଗୁଣ୍ଡୁଚିଟିଏ ମଧ୍ୟ ବାଲିରେ ଗଡ଼ି ଗଡ଼ି ସେଇ ସେତୁକୁ ଦୌଡ଼ି ଯାଉଥିଲା ଓ ସେଠାରେ ତା' ଶରୀରକୁ ଝାଡ଼ି ତା' ଦେହରେ ଲାଗିଥିବା ସବୁ ବାଲିକଣା ଗୁଡ଼ିକୁ ବିଛାଡ଼ି ଦେଉଥିଲା। ଏହିପରି ମାଟି ଓ ବାଲି ତା' ଶକ୍ତି ଅନୁସାରେ ବୋହି ସେ ବିଶାଳ ସେତୁ ନିର୍ମାଣରେ ସହଯୋଗ କରୁଥିଲା। ବାନରଗଣ ତା'ର ଏହି କାର୍ଯ୍ୟ ଦେଖି ହସିବାକୁ ଲାଗିଲେ। କାରଣ ସେମାନେ ତ ବିଶାଳକାୟ ବୃକ୍ଷ, ବିଶାଳ ବିଶାଳ ପର୍ବତଖଣ୍ଡ ସବୁ ଉଠାଇ ଆଣୁଥିଲେ। ଏଇ ଗୁଣ୍ଡୁଚି ବୋହୁଥିବା ବାଲିକଣ ତାଙ୍କ ତୁଳନାରେ କିଛି ନ ଥିଲା। ତେଣୁ ସେମାନେ ସେହି ଗୁଣ୍ଡୁଚିକୁ ଉପହାସ କରିବାକୁ ଲାଗିଲେ। କିନ୍ତୁ ପ୍ରଭୁ ଶ୍ରୀରାମଚନ୍ଦ୍ର ଯେତେବେଳେ ଗୁଣ୍ଡୁଚିର ଏ ସମର୍ପଣ ଓ ବାନରମାନଙ୍କର ତା' ପ୍ରତି ଉପହାସକୁ ଦେଖିଲେ ସେ ତୁରନ୍ତ କହି ଉଠିଲେ, "ଏହି ଛୋଟ ଗୁଣ୍ଡୁଚିର ମଙ୍ଗଳ ହେଉ। ସେ ପ୍ରାଣପଣେ ନିଜର ସମସ୍ତ ଶକ୍ତି ଲଗାଇ ଦେଇ ସେତୁ ତିଆରିରେ ଲାଗିଛି। ଏଥିପାଇଁ ସେ ମଧ୍ୟ ଶ୍ରେଷ୍ଠରୁ ଶ୍ରେଷ୍ଠ ବାନର ମାନଙ୍କ ତୁଳନାରେ କୌଣସି ଗୁଣରେ କମ୍ ନୁହେଁ।"

ଏହା କହି ସେ ସେହି ଗୁଣ୍ଡୁଚିକୁ ଧରି ତା' ପିଠିକୁ ସ୍ନେହପୁର୍ବକ ନିଜର ହାତରେ ଆଉଁସି ଦେଲେ। ଆଜି ମଧ୍ୟ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପାଞ୍ଚ ଆଙ୍ଗୁଳିର ଚିହ୍ନ ସେଇ ଗୁଣ୍ଡୁଚିର ପିଠିରେ ଦୃଷ୍ଟିଗୋଚର ହୁଏ।

କ୍ରମଶଃ....

୨୫. ୧. ୧୮

Wednesday, 24 January 2018

ପ୍ରଭାତ ପ୍ରସାଦ

⛳ _*ସୁପ୍ରଭାତମ୍*_🌞 _*ବନ୍ଦେମାତରମ୍*_ ⛳
  🐌🌿🍁🐌llॐll🐇🐌🐚🐌
    *ଆଜି ମାଘ ମାସ ଶୁକ୍ଳପକ୍ଷ, ସପ୍ତମୀ ତିଥି*
      *ମକର୧୧ଦିନ,ରେବତୀନକ୍ଷତ୍ର*
          *ମୀନଚନ୍ଦ୍ର, ସୂର୍ଯ୍ୟ ଉତ୍ତରାୟଣ*
           *ଶୀତ ଋତୁ ଯୁଗାବ୍ଦ-୫୧୧୯*
             *ବିକ୍ରମ ସମ୍ବତ୍ ୨୦୭୪*
           *ଇଂରାଜୀ ସନ୍ ୨୦୧୮ ମସିହା*
           *ଜାନୁଆରୀ ମାସ ୨୪ ତାରିଖ*
             🌾 *ବୁ  ଧ  ବା   ର* 🌾⛳ 
        🙏🙏🙏🙏🙏🙏🙏🙏🙏
     
           🌴 [] []  *ସାହିତ୍ୟ ପ୍ରସାଦ*[] []
   ଜୀବନକୁ ଯାର ବାରବାର ଆସି
      ମୃତ୍ଯୁର ନାଗ ମାରୁଛି ଫଣା
    ମଣି ମୟୁଖରେ ଜଳୁଛି ଦୀପାଳୀ
     ତୁମ ଦୃଷ୍ଟିକୁ ପଡୁଛି ଜଣା!
    ଆସାର-ସଲିଳେ ବିଦ୍ୟୁତ୍ ବୀଥି
                  ଦୀପ୍ତ ହୁଏ,
     ତୁମେ ମଣୁଅଛ ଜଳୁଛି ଦୀପାଳି
   ଛାତିର ରକତେ ଆଖିର ଲୁହେ |

   ବକ୍ଷରେ ମୋର ସ୍ପର୍ଦ୍ଧା ଆଣୁଛି ତୁମରି କଥା
   ଦୁର୍ଗନାୟକ- ଶାୟକ ଏ ମୋର
      ଶାଣିତ ଲେଖନୀ ଶୋଣିତ-ତତା  ||
       *ରାଧାମୋହନ ଗଡ଼ନାୟକ*
    
   🌼🌼🌼🌼🌼🌼🌼🌼🌼
               *ବନ୍ଦେ ଉତ୍କଳ ଜନନୀ*
             *ଜୟଜୟ ଶ୍ରୀ ଜଗନ୍ନାଥ*
     🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌