Thursday, 30 November 2017

*ବିଭାଜନ*

   ଯେତେବେଳେ ନେପାଳ ଅଲଗା ହେଲା ସେତେବେଳେ ଲୋକମାନଙ୍କ ଅନ୍ତଃକରଣରେ ଏମିତି ଭାବ ଆସି ନ ଥିଲା ଯେ ଦେଶ ବିଭାଜନ ହେଲା। କିନ୍ତୁ ଯେତେବେଳେ ପାକିସ୍ତାନ ନିର୍ମାଣ ହେଲା ସେତେବେଳେ ସମସ୍ତଙ୍କୁ ଲାଗିଲା ଯେ ସେ ଭୂମି ଭାରତରୁ କଟିଗଲା।

ଯେତେବେଳେ ନେପାଳର ନିର୍ମାଣ ହେଲା ସେତେବେଳେ କେହି ଭାରତୀୟ ଏହାକୁ ଭାରତର ବିଭାଜନ ବୋଲି ମାନି ନ ଥିଲେ ଆଜି ମଧ୍ୟ ମାନନ୍ତି ନାହିଁ। ଆମରି ଦେଶ ବୋଲି ମାନନ୍ତି, ଯଦିଓ ପ୍ରଶାସନ ଦୃଷ୍ଟିରୁ ନେପାଳ ଅଲଗା ଅଛି।

କିନ୍ତୁ ଏହି ଭାବ ପାକିସ୍ଥାନ ନିର୍ମାଣ ହେବା ପରେ କାହିଁକି ଆମ ଭିତରେ ଆସିଲା ନାହିଁ, ଆମେ କଣ ପାଇଁ  ତାକୁ ବିଭାଜିତ ଦେଶ ଭାବେ ଦେଖିଲୁ ? କଣ ପାଇଁ ନୂଆ ସୀମା ରେଖା ତିଆରି କଲୁ ?? କଣ ପାଇଁ ସେଠାରେ ନୂଆ ବାଡ଼ ବସାଇଲୁ ???

କାଇଁ ଏତେ ପୂର୍ବରୁ ନେପାଳ ବିଭାଜିତ ହୋଇଥିଲେ ମଧ୍ୟ ଆମେ ତ ବାଡ଼ ବସାଇ ନାହାନ୍ତି, କାନ୍ଥ ଉଠାଇ ନାହାନ୍ତି । କାଇଁ ଆମେ ତ କାନ ଉଠିଲା ଦିନଠୁ ଶୁଣିନୁ ନେପାଳ ସୈନିକ ଭାରତ ସୈନିକକୁ କେବେ ହତ୍ୟା କରିଛି ?

ଏହି ଦୁଇଟି ଦୃଷ୍ଟିକୋଣ ମଧ୍ୟରେ ଥିବା ଅନ୍ତର ବୁଝିବାକୁ ହେଲେ 'ଭାରତର ରାଷ୍ଟ୍ରୀୟତା କଣ' ବୁଝିବାକୁ ହେବ।

୧. ୧୨. ୧୭

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ ଶୁକ୍ଳପକ୍ଷ *ଏକାଦଶୀତିଥି*
     *ବିଛା ୧୫ଦିନ ରେବତୀ ନକ୍ଷତ୍ର*
        *ସୂର୍ଯ୍ୟ ଦକ୍ଷିଣାୟନ ମୀନ ଚନ୍ଦ୍ର*
      *ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪,ଗୁରୁବାର*
         *ଇଂରାଜୀ  ତା. ୩୦ ରିଖ*
        *ନଭେମ୍ବର ୨୦୧୭ ମସିହା*
    ➖➖➖➖➖➖➖➖
   🍁 [] [] *ସାହିତ୍ୟ ପ୍ରସାଦ* [] []
  ପଢ଼ିକିଛି ସତ୍ ସାହିତ୍ୟ ନିୟମିତ ଗାଅ
କିଛି ଗୀତ ଭକତିର
ପରସେବା ନ ପାରିଲେ କରି
କିବା ଲାଭ କୁହ ଶକତିର
ସ୍ବାର୍ଥ ତ୍ଯାଗ ବିନା କି କଲ୍ୟାଣ
ହେଇଛିନା ହେବ ଏ ଜାତିର
ପରମାର୍ଥ ପ୍ରାପ୍ତି କି କରିବ ଅଶାନ୍ତିରେ
ଏ ମାଆ ମାଟିର
ମାତୃଭୂମି ମାତୃଭାଷା ପାଇଁ କିଛିକର
ସାମର୍ଥ୍ୟାନୁସାର ଉପକାର
ବିନା ମାନବର ଜୀବନଟା ନିତାନ୍ତ ନିଃସାର
କର କିଛି କର ମିତ୍ର ବିଶୁଦ୍ଧ ଆଭ୍ଯାସ
ସଂସ୍କୃତ ଉଚ୍ଚାର ସମାଜ ମାଗୁଛି
ଆଜି ସକ୍ରିୟତା ସଜ୍ଜନର ଶୁଭଦ ସଂସ୍କାର !!

      🙏🙏🙏🙏🙏🙏🙏🙏
                   
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

Wednesday, 29 November 2017

*ହିନ୍ଦୀ ଓ ହିନ୍ଦୁତ୍ୱର ପୂଜାରୀ ରାମ ନାରାୟଣ ତ୍ରିପାଠୀ 'ପର୍ଯ୍ୟଟକ'*

  ସବୁ ପ୍ରକାର କବିତା ଲେଖିବାରେ ସିଦ୍ଧ ହସ୍ତ ଥିବା ଶ୍ରୀ ରାମ ନାରାୟଣ ତ୍ରିପାଠୀଙ୍କ ଜନ୍ମ ୩୧ ମଇ ୧୯୫୮ରେ ଉତ୍ତର ପ୍ରଦେଶର ଉନ୍ନାବ ଜିଲ୍ଲା ଅନ୍ତର୍ଗତ ଟେଢ଼ବା ଗ୍ରାମରେ ହୋଇଥିଲା। ଘରେ ମିଳିଥିବା ଧାର୍ମିକ ଓ ଦେଶପ୍ରେମର ସଂସ୍କାର ସ୍ୱୟଂସେବକ ହେବା ପରେ ପ୍ରଗାଢ଼ ହୋଇଗଲା। ଅତଃ ସେ ସ୍ନାତକ ପଢ଼ା ସାରି ଦେଢ଼ ବର୍ଷ ପୂର୍ବା ତହସିଲରେ ପ୍ରଚାରକ ରହିଲେ। ୧୯୭୮ରେ ଲକ୍ଷ୍ନୌ ସ୍ଥିତ 'ରାଷ୍ଟ୍ରଧର୍ମ ପ୍ରକାଶନ' ରେ କାମ କଲେ।

୧୯୮୪ର ତୁଳସୀ ଦାସ ଜୟନ୍ତୀ ଅବସରରେ 'ନବୋଦିତ ସାହିତ୍ୟକାର ପରିଷଦ' ଗଠନ କଲେ।
'ନବୋଦିତ ସ୍ୱର ସାଧନା'  ନାମକ ଏକ ପତ୍ରିକା ପ୍ରକାଶିତ କରି ସେଥିରେ ନବୀନ ସହିତ୍ୟିକମାନଙ୍କ କବିତା ଛପାଇ  ସେ ଶହ ଶହ ନବ ଯୁବକ ତଥା ରାଷ୍ଟ୍ରପ୍ରେମୀ ତିଆରି କଲେ। କିଛିଦିନ ପରେ ସେ ମାସିକ 'ରାଷ୍ଟ୍ରଧର୍ମ ରେ ସହସମ୍ପାଦକ ହେଲେ।

ନିର୍ଦ୍ଧାରିତ କାମକୁ ଜିଦର ସହିତ ସମୟ ପୂର୍ବରୁ ସାରିବା ତାଙ୍କ ସ୍ୱଭାବର ଅଙ୍ଗ ଥିଲା। 'ରାଷ୍ଟ୍ର ସାଧନା ବିଶେଷାଙ୍କ' ର ପ୍ରକାଶନ ସମୟରେ ପୂର୍ବ ସମ୍ପାଦକ ଶ୍ରୀ ଆନନ୍ଦ ମିଶ୍ର 'ଅଭୟ' ଏକ ଦୁର୍ଘଟଣା ହେତୁ ଶଯ୍ୟାଶାୟୀ ଥିଲେ। ସେତେବେଳେ ତ୍ରିପାଠୀଜୀ ଅସୁସ୍ଥ ଥାଇ ମଧ୍ୟ ପ୍ରକାଶନ କାମ ସମୟ ପୂର୍ବରୁ ସାରି ଦେଇଥିଲେ।

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ନାରାୟଣ ଦତ୍ତ ତିୱାରୀ ୧୯୮୯ ମସିହା ସେପ୍ଟେମ୍ବର ୧୩ ତାରିଖ ଦିନ ଏକ ଅଧ୍ୟାଦେଶ ଦ୍ୱାରା ଉର୍ଦ୍ଦୁକୁ ପ୍ରଦେଶର ଦ୍ଵିତୀୟ ରାଜଭାଷା ଘୋଷଣା କରିଦେଲେ। ୧୪ ତାରିଖ ଦିନ ପର୍ଯ୍ୟଟକଜୀ ନିଜ ମିତ୍ରମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମାରୋହରେ ଦୃଢ଼ ବିରୋଧ ପ୍ରଦର୍ଶନ କରିଥିଲେ। ଏହା ଦ୍ୱାରା ସେ ସଭାର ପୁରସ୍କାର ବିତରଣ କାର୍ଯ୍ୟ ବନ୍ଦ ହେଲା। ମୁଖ୍ୟମନ୍ତ୍ରୀ ସଭା କରି ନ ପାରି ଫେରିଗଲେ।

ଏତିକିରେ ପର୍ଯ୍ୟଟକଜୀ ଚୁପ ବସିଲେ ନାହିଁ। ସେ ଅସଂଖ୍ୟ ହିନ୍ଦୀ ପ୍ରେମୀଙ୍କ ଦସ୍ତଖତ ସଂଗ୍ରହ କରି ରାଜ୍ୟପାଳଙ୍କୁ ଦେଇଥିଲେ। ଏହା ଦ୍ଵାରା ପୂରା ପ୍ରଦେଶରେ ବିରୋଧ ପ୍ରଦର୍ଶନ ହେଲା। ଶାସନ ଏହି ବିରୋଧକୁ ଭୟ କରି ସେହି ବିଧେୟକକୁ ବିଧାନ ସଭାରେ ଉପସ୍ଥାପିତ କଲା ନାହିଁ। ଅର୍ଥାତ ସେ ଅଧ୍ୟାଦେଶର ମୃତ୍ୟୁ ହେଲା। ସେ ବିଷୟରେ ଏକ ବ୍ୟଙ୍ଗ ଚିତ୍ର ପ୍ରଦର୍ଶନୀ ସେ ବହୁ ସ୍ଥାନରେ ଆୟୋଜନ କରିଥିଲେ।

ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ସନ୍ଥ ତୁଳସୀ ଦାସଙ୍କ ଚିତ୍ର ମଧ୍ୟ ତାଙ୍କ ଉଦ୍ୟମରେ ଲାଗିପାରିଥିଲା।
ଏଥିପାଇଁ ସେ ୧୦,୦୦୦ ଦସ୍ତଖତ ସଂଗ୍ରହ କରି ତତ୍କାଳୀନ ରାଷ୍ଟ୍ରପତି ଶଙ୍କରଦୟାଲ ଶର୍ମାଙ୍କୁ ଦେଇଥିଲେ।

ଲକ୍ଷ୍ନୌ ଆକାଶବାଣୀ ଦ୍ୱାରା ଶିଶୁମାନଙ୍କ କାର୍ଯ୍ୟକ୍ରମରେ ହିନ୍ଦୀ ବିରୋଧୀ ଏକ କବିତା ପ୍ରସାରିତ ହେବାରୁ ସେ  ବିରୋଧ ପ୍ରଦର୍ଶନ କରି ସେହି କେନ୍ଦ୍ରର ନିର୍ଦେଶକଙ୍କୁ କ୍ଷମା ମାଗିବାକୁ ବାଧ୍ୟ କରିଦେଇଥିଲେ।

'ଶ୍ରୀ ରାମ ଜନ୍ମଭୂମି ଆନ୍ଦୋଳନ' ସମୟରେ ସେ କରସେବା କରିବାକୁ ଯାଇ 'ମଣ୍ଡି ପରିଷଦ' ଅସ୍ଥାୟୀ ଜେଲରେ ବନ୍ଦୀ ଥିଲେ। ସେତିକିବେଳେ ସେ ସେଠାରେ ଏକ ଶିବଙ୍କ ମୂର୍ତ୍ତି ସ୍ଥାପନ କରି ପୂଜା କରିବା ଆରମ୍ଭ କରି ଦେଇଥିଲେ।

ତାଙ୍କ ସାହିରେ ଏକ ଖାଲି ଜାଗାରେ ମଜାର ତିଆରି ହେବାର ଷଡ଼ଯନ୍ତ୍ରକୁ ବିଫଳ କରି ସେଠାରେ ଶରତ ପୂର୍ଣ୍ଣିମା ରାତିରେ ହନୁମାନ ମୂର୍ତ୍ତି ବସାଇଦେଲେ।
ଉଭୟ ଜାଗାରେ ଆଜି ଭବ୍ୟ ମନ୍ଦିର ତିଆରି ହୋଇଯାଇଛି।

ଗୋଧ୍ରାରେ ରାମସେବକଙ୍କୁ ରେଳ ଡବାରେ ନିଆଁ ଲଗାଇ ଜାଳି ଦିଆଯିବା ଘଟଣାରେ ସେ ଦୁଖୀତ ହୋଇ ତୁରନ୍ତ ପୋଷ୍ଟର୍ ତିଆରି କରି ସେଥିରେ ହୋଲି ପାଳନ ନ କରିବାକୁ ଆହ୍ୱାନ ଦେଇଥିଲେ।

ସଙ୍ଘ କାର୍ଯ୍ୟର ଅନେକ ଦାୟୀତ୍ୱ ସୁଚାରୁ ରୂପେ କରିବା ପରେ ତାଙ୍କୁ 'ଅଖିଳ ଭାରତୀୟ ସାହିତ୍ୟ ପରିଷଦ'ର ମହାମନ୍ତ୍ରୀ(ସାଧାରଣ ସମ୍ପାଦକ) ଦାୟୀତ୍ୱ ଦିଆ ଯାଇଥିଲା। ସେଥିପାଇଁ ସେ ଦେଶ ସାରା ପ୍ରବାସ କରି ସଙ୍ଗଠନକୁ ଦୃଢ଼ କଲେ। ନିଜଠାରୁ ଅଧିକ ସେ ନିଜ ସହଯୋଗୀମାନଙ୍କର ଚିନ୍ତା କରୁଥିଲେ। ପ୍ରତିବର୍ଷ ତିନି ଚାରି ଥର ସେ ରକ୍ତ ଦାନ କରୁଥିଲେ।

ମୋର ସୌଭାଗ୍ୟ ମୁଁ ମଧ୍ୟ କିଛି ଦିନ ତାଙ୍କର ସାନିଧ୍ୟ ଲାଭ କରିଛି। ୨୦୧୧ ମସିହା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଲକ୍ଷ୍ନୌରେ ରଖାଯାଇଥାଏ। ସେ ଇ ମେଲରେ ତ ଆମକୁ ସୂଚୀତ କରିଥିଲେ । ତା ପରେ ମଧ୍ୟ ମୁଁ ମେଲ ପାଇଛି କି ନାହିଁ, ପାଇଲା ପରେ ପଢ଼ିଛି କି ନାହିଁ ପଚାରିଥିଲେ ଫୋନରେ। ମୁଁ ନୀଳାଚଳ ଏକ୍ସପ୍ରେସରେ ଯାଇ ଲକ୍ଷ୍ନୌରେ ଓଲ୍ହାଇଲି। ସେ ଜଣେ ଯୁବକଙ୍କୁ ପଠାଇଥିଲେ ମୋତେ ନିବାସ ସ୍ଥାନକୁ ନେଇଯିବା ପାଇଁ । ମୁଁ ତାଙ୍କ ସହ କଥା ହେବାରୁ ଜାଣିଲି ସେ କଂଗ୍ରେସର ସିଟି ପ୍ରେସିଡେଣ୍ଟ ଦାୟୀତ୍ୱରେ ଅଛନ୍ତି। ମୁଁ ପଚାରିଲି ତୁମର ରାଷ୍ଟ୍ରୀୟ ନେତାମାନେ ଆମ ବିଚାରକୁ ବିରୋଧ କରନ୍ତି, କିନ୍ତୁ ତୁମେ ତ କେବଳ ସମର୍ଥନ କରୁନ ବରଂ ଦୁଇ ଦିନ ପ୍ରବନ୍ଧକ ହେବା ପାଇଁ ଆସିଛ। ଏହା କିପରି ସମ୍ଭବ ହେଉଛି ? ସେ କହିଲେ ଏହା ସବୁ ଗୁରୁଜୀଙ୍କ କୃପା । ମୁଁ କହିଲି ଗୁରୁଜୀ କିଏ ? ସେ କହିଲେ, ପର୍ଯ୍ୟଟକଜୀ ମୋର ହାତ ଧରି କବିତା ଶିଖାଇଛନ୍ତି। ସେ ମୋର ଗୁରୁଜୀ। ସେ ଯାହା କହିଛନ୍ତି ମୁଁ ତାହା କରିବି। ଏଥିରେ ମୋ ପାର୍ଟି ସହିତ କୌଣସି ସମ୍ପର୍କ ନାହିଁ।

ସେହି କାର୍ଯ୍ୟକ୍ରମ ସରିବା ପରେ ମୁଁ ଶୁଣିଲି ଯେ ତାଙ୍କୁ କର୍କଟ ରୋଗ ହୋଇଛି। ଏବଂ ତାହା ଶେଷ ଅବସ୍ଥାରେ ପହଞ୍ଚିଛି। ଆଶ୍ଚର୍ଯ୍ୟ ଲାଗେ ସେହି ରାଷ୍ଟ୍ରୀୟ ଅଧିବେଶନ ସେପ୍ଟେମ୍ବର ମାସରେ ହୋଇଥିବା ବେଳେ ଆମେ ତାର ସାମାନ୍ୟ ଆଭାସ ପାଇ ନ ଥିଲୁ।
୨୦୧୨ ମସିହା ୨୯ ଜାନୁଆରୀରେ ସେ ପର୍ଯ୍ୟଟନ ପାଇଁ ସେହି ସ୍ଥାନକୁ ଚାଲିଗଲେ ଯେଉଁଠୁ ଆଉ କେହି ଫେରି ଆସନ୍ତି ନାହିଁ।

ତାଙ୍କ କାର୍ଯ୍ୟର ଗଭୀରତା କେତେ ଥିଲା ଏଇ ବର୍ଷ ଯେଉଁମାନେ ଜବଲପୁର ଅଧିବେଶନ ଯାଇଛନ୍ତି ସେମାନେ ସମସ୍ତେ ଅନୁଭବ କରିଥିବେ। ସର୍ବାଧିକ ସଂଖ୍ୟା ଉତ୍ତର ପ୍ରଦେଶ ଦେଇଥିଲା।
୩୦.୧୧.୧୭

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ ଶୁକ୍ଳପକ୍ଷ *ଦଶମୀ ତିଥି*
     *ବିଛା ୧୪ଦିନ ଉ. ଭାଦ୍ରନକ୍ଷତ୍ର*
        *ସୂର୍ଯ୍ୟ ଦକ୍ଷିଣାୟନ ମୀନ ଚନ୍ଦ୍ର*
      *ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪, ବୁଧବାର*
         *ଇଂରାଜୀ  ତା. ୨୯ ରିଖ*
        *ନଭେମ୍ବର ୨୦୧୭ ମସିହା*
    ➖➖➖➖➖➖➖➖
   🍁 [] [] *ସାହିତ୍ୟ ପ୍ରସାଦ* [] []
  ହେ ଭୂମି ଭାରତ ବର୍ଷ! ଭୂର୍ଜବନେ ସୂର୍ଯ୍ୟର ସମ୍ବାଦ
ମୃତ୍ୟୁଞ୍ଜୟୀ ମୃତ୍ତିକାରେ ମଞ୍ଜରୀର ମଙ୍ଗଳାଚରଣ
ସୁମେରୁରେ ସାନ୍ଦ୍ର ହୁଏ ସମୁଦ୍ର ର ଶୁଭ ଶଙ୍ଖନାଦ
ଉଷାର ଓଁକାର ଶୁଣେ ଊର୍ଦ୍ଧ୍ବରେତା ଅନନ୍ଯ ଅରଣ୍ୟ!

ମେଘ ପଢ଼େ ମାନପତ୍ର ମାଟି-ପାଣି-ପବନେ ତୁମରି
ମନୁର ମନ୍ତ୍ରରେ ମାଗେ ନବଜନ୍ମ ମୃତ ମୃଗବନ
ସ୍ବପ୍ନ ଦେଖେ ସପ୍ତଦ୍ବୀପ ସପ୍ତାଶ୍ବର ସପ୍ତକ ସୁମରି
ସପ୍ତସ୍ବରେ ସପ୍ତସିନ୍ଧୁ ତୋଳେ ତୁମ ସ୍ବାଗତର ସ୍ବନ!
ସାଦରେ ସାଉଁଳିଯାଏ ସପ୍ତବାୟୁ ସହସ୍ର ସମ୍ଭାର
ସଂଜ୍ଞାଲଭେ ସପ୍ତଧାତୁ! ସ୍ବପ୍ନ ସ୍ନାନ ଶରୀର ଶୀର୍ଷରେ...
ସୁସୁମ୍ନାର ସୁଷୁପ୍ତିରେ ଜାଗିଉଠେ ଶୁଭ୍ର ସହସ୍ରାର
ଅଭୀସାରୀ ଆତ୍ମା ଆସେ ଅପ୍ରମିତ ଆଲୋକବର୍ଷରେ!

ହେ ଭୂମି ଭାରତ ବର୍ଷ!ତନୁତୀର୍ଥେ ତୃଷିତ ତରଙ୍ଗ....
ନଦୀର ଏ ନିର୍ଘୋଷରେ *#ନକ୍ଷତ୍ରର*ନୀଳ *ନିଦ୍ରାଭଙ୍ଗ!!*
    

*କବି ଗିରିଜାକୁମାର ବଳୀୟାରସିଂହ*

      🙏🙏🙏🙏🙏🙏🙏🙏
                   
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

Tuesday, 28 November 2017

*ଆଧୁନିକ ବୈଶ୍ବିକ ଜ୍ଞାନ ତଥା ସ୍ୱର୍ଗ-ନର୍କର ସଂକଳ୍ପନା*

ଆଧୁନିକ ବିଜ୍ଞାନ ଆଧାରରେ ସ୍ୱର୍ଗ-ନର୍କର ବିଚାର କରାଯାଇପାରେ। ଗତ ଶତାବ୍ଦୀରୁ ଆକାଶ ଗଙ୍ଗା ବିଷୟରେ ଗବେଷଣା କଲାବେଳେ ବୈଜ୍ଞାନିକ ମାନଙ୍କୁ ଯେଉଁ ପାର୍ଥକ୍ୟ ଜଣା ପଡ଼ିଛି ତାହା ଆଲୋକ ବର୍ଷର ମାପକ ଅଟେ। ଆମର ଆକାଶ ଗଙ୍ଗା ହଜାର ହଜାର ଆଲୋକବର୍ଷର ବିସ୍ତାରିତ ରୂପ ଅଟେ।
ସେହି ଅନ୍ତରକୁ ଦେଖିଲେ ଗରୁଡ଼ ପୁରାଣର ଦୁର୍ଗନ୍ଧ ନଦୀ ବା ବାଇବେଲର ରୂପରେଖ ବା କୁରାନର ସ୍ୱର୍ଗ-ନର୍କର ଵର୍ଣ୍ଣନ ତା ତୁଳନାରେ ନଗଣ୍ୟ ଅଟେ। ଏ ପର୍ଯ୍ୟନ୍ତ ମନୁଷ୍ୟକୁ ଆକାଶରେ  କୌଣସି ଅଲଗା ପ୍ରକାରର ମାନବୀ ବା ଅମାନବୀ ଅସ୍ତିତ୍ୱର ସନ୍ଧାନ ମିଳିନାହିଁ। ସେଠାକାର ଜୀବନ ସ୍ୱର୍ଗ ବା ନର୍କ କେଉଁ ପ୍ରକାର ହେବ ସେ ବିଷୟରେ ନିଶ୍ଚିତ କିଛି କହି ହେବ ନାହିଁ। ପାର୍ସୀ ଧର୍ମଗ୍ରନ୍ଥ ବୁନ୍ଦାହିସ ୧୨-୭ ରେ ସଂସାର ମଧ୍ୟରୁ ନର୍କର ଦ୍ୱାର ପର୍ଯ୍ୟନ୍ତ ଯିବାପାଇଁ ଚିନୱତ ପୋଲର ବିଚାର କରାଯାଇଛି। ପରନ୍ତୁ ସେପରି ପୋଲର ସନ୍ଧାନ ଆକାଶ ବିଜ୍ଞାନୀମାନେ ଏ ଯାଏ କରିପାରି ନାହାନ୍ତି।

ସ୍ୱର୍ଗ-ନର୍କର ବିଚାର ପ୍ରତ୍ୟେକ ମତର ପ୍ରବର୍ତ୍ତକମାନେ
ଲୋକମାନେ ସତ୍ ପଥରେ ଚାଲିବାପାଇଁ, ସ୍ୱର୍ଗ ସୁଖ ଲାଭ କରିବାପାଇଁ, ନର୍କ ଯାତନାରୁ ଦୂରରେ ରହିବାପାଇଁ କରିଛନ୍ତି। ଭଲ କାମର ପରିଭାଷା ଆଜି ବଦଳିଗଲା ପରି ଲାଗୁଛି। ନୂଆ ଶାସନ ପ୍ରଣାଳୀ, ନୂଆ ନିୟମ, ନୂଆ ସମ୍ବଳ ନିର୍ମାଣ ହେବା କାରଣରୁ ମନୁଷ୍ୟର ଦୈନନ୍ଦିନ ବ୍ୟବହାର ବହୁ ମାତ୍ରାରେ ବଦଳିଥିବା ସତ୍ତ୍ୱେ ମାନବତା, ମନୁଷ୍ୟ-ମନୁଷ୍ୟ ମଧ୍ୟରେ ହାର୍ଦିକ ସମ୍ବନ୍ଧ, ପରସ୍ପର ପ୍ରେମ, ବିଶ୍ୱାସ ଏବଂ ବର୍ତ୍ତମାନ ପରିପ୍ରେକ୍ଷୀରେ ସହିଷ୍ଣୁତା ବଜାୟ ରଖିବାର ଉଦ୍ୟମ - ଏହା ଅନ୍ତତଃ ପୃଥିବୀରେ ସ୍ୱର୍ଗର ଅବତରଣ କରିପାରିବ।

୨୯. ୧୧. ୧୭

*ମୃତ୍ୟୁ ପରେ ତୁରନ୍ତ ସ୍ୱର୍ଗ ମିଳେନି*

୧୯୮୫ରେ ନେସନାଲ ଜିଓଗ୍ରାଫିକର ଗୋଟିଏ ଅଙ୍କରେ ଇରାନ-ଇରାକ ଯୁଦ୍ଧରେ ଯୁଦ୍ଧକ୍ଷେତ୍ରକୁ ଯାଉଥିବା ବାଳକମାନଙ୍କର ଚିତ୍ର ପ୍ରକାଶିତ ହୋଇଥିଲା। ସେଥିରେ ଗୋଟିଏ ଖବର ଥିଲା ଯେ ଇରାନର ହର୍ତ୍ତାକର୍ତ୍ତା ଆୟାତ୍ତୁଲ୍ଲା ଖୋମିନୀ ବାଳକମାନଙ୍କୁ ଗୋଟିଏ ଗୋଟିଏ ଚାବି ଦେଇ କହୁଛନ୍ତି ଯେ ତୁମେମାନେ ଜମିରେ ପେଟେଇ ପେଟେଇ ଯାଅ ଏବଂ ଯୁଦ୍ଧ ଭୁମିରେ ଯେଉଁ ସବୁ ବାରୁଦ ପଡ଼ିଛି ତାକୁ ଧ୍ବଂସ କର ଯଦ୍ୱାରା ଇରାନର ସେନା ତୁମ ପଛରେ ସୁରକ୍ଷିତ ଭାବେ ଯାଇପାରିବେ। ଏହିସବୁ କୋମଳମତି ଶିଶୁମାନଙ୍କୁ ଯେଉଁ ଚାବି ଦିଆଯାଇଥିଲା ତାହା ସ୍ଵର୍ଗରେ ତାଙ୍କପାଇଁ ଉଦ୍ଦିଷ୍ଟ କକ୍ଷ ପାଇଁ ଥିଲା। ଏହି କୋମଳମତି ଶିଶୁମାନେ ତାଙ୍କ କଥାରେ ପଡ଼ି ନିଜ ଶରୀରକୁ ରେଜାଇ ଘୋଡେ଼ଇ ଯୁଦ୍ଧ ଭୂମିକୁ ଯାଉଥିଲେ । ଯୁଦ୍ଧ ଭୁମିରେ ବାରୁଦ ଉପରେ ଘୁଷୁଡ଼ି ଘୁଷୁଡ଼ି ଗଲାବେଳେ ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଉଥିଲା। ତାଙ୍କୁ କୁହାଯାଉଥିଲା ଯେ ତୁମେ ସବୁ ମରିବା ପରେ ତୁରନ୍ତ ସ୍ଵର୍ଗରେ ପହଁଞ୍ଚିଯିବ। ସେଠାରେ ତୁମ ପାଇଁ ଉଦ୍ଦିଷ୍ଟ ଥିବା କକ୍ଷକୁ ଏଇ ଚାବିରେ ଖୋଲିବ। ସେଠାରେ ସବୁ ପ୍ରକାର ସୁଖ ସୁବିଧା ତୁମକୁ ମିଳିବ।
ଏହି ଖବର ପଢ଼ିବା ପରେ ଲୋକମାନେ ଭାବୁଥିଲେ ଯେ ଏହା ଖୋମିନୀଙ୍କ ବିରୋଧରେ କେହି ପ୍ରଚାର କରିଥିବେ। କିନ୍ତୁ ଡ. ପ୍ରମୋଦ ପାଠକ ଆମେରିକାରେ ଥିବାବେଳେ ଇରାନର ଯୁଦ୍ଧ ଭୂମିରୁ ଖସି ପଳାଇଥିବା ଜଣେ ସୈନିକ ଅଧିକାରୀଙ୍କ ସହ କଥାହେବାରୁ ଜାଣିଲେ ଯେ ସେହି ଅଧିକାରୀ ଜଣକ ଯୁଦ୍ଧ ଭୂମିର ଏହି ବିକଟାଳ ଦୃଶ୍ୟ ଦେଖି କୌଣସି ପ୍ରକାରେ ସେଠାରୁ ଖସି ଆସି ଆମେରିକାରେ ଆଶ୍ରୟ ନେଇଛନ୍ତି।

୨୦୧୫ରେ ଇରାକରେ 'ଆଇ ଏସ ଆଇ ଏସ'ର ବିଜୟ ରଥ ଗଡ଼ି ଚାଲିଥିବା ବେଳେ ୟୁରୋପ ଓ ବ୍ରିଟେନରେ ଖିଲାଫତର ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ସହିତ ଯୁବତୀମାନେ ମଧ୍ୟ ଆସୁଥିଲେ।
ବ୍ରିଟେନରୁ ଆସିଥିବା ଦୁଇ ଜଣ ଯୁବତୀଙ୍କର ପ୍ରେମିକ ଯୁଦ୍ଧରେ ମରିଯିବାରୁ ସେମାନେ ଟୁଇଟ କରିଥିଲେ ଯେ ଏବେ ତାଙ୍କ ପ୍ରେମିକ ସ୍ଵର୍ଗରେ ପରିମାନଙ୍କ ସହ ସମୟ ବିତାଉ ଥିବେ।

'ଦୀନ' ଧର୍ମ ପାଇଁ ମରୁଥିବା ତରୁଣ ତୁରନ୍ତ ସ୍ଵର୍ଗରେ ପହଞ୍ଚିବେ ବୋଲି ତାଙ୍କ ମୁଲ୍ଲାମାନେ ତାଙ୍କ ମନ ମସ୍ତିଷ୍କରେ ଭରିଦେଇଥାନ୍ତି। ଏହି ବିଷୟରେ ଅଲ ବୁଖାରୀର ଏକ ହଦୀସ୍(ପ. ଭାଗ ୫୨, କଥନ ୫୭)ରେ କୁହାଯାଇଛି। ଏହି ହଦୀସ୍ ହ. ଅନାସ୍ ଦ୍ୱାରା ଲେଖାଯାଇଛି।
ପୈଗମ୍ବର ମହମ୍ମଦ ସାହେବ ବନୀ ସଲିମ ଜନଜାତିର ୭୦ ଜଣ ଲୋକଙ୍କୁ ବନୀ ଅମୀର ଜନଜାତି ଲୋକଙ୍କ ସହ କଥା ହେବା ପାଇଁ ପଠାଇଥିଲେ। ବନୀ ଅମୀର ଲୋକମାନେ ତାଙ୍କୁ ଦଗାବାଜି କରି ହତ୍ୟା କଲେ। କେବଳ ଜଣେ ଛୋଟା ଲୋକ ବଞ୍ଚିଗଲା । ସେ ଫେରିଆସି ସବୁ କଥା ପୈ. ମହମ୍ମଦ ସାହେବଙ୍କୁ କହିଲା ।
ସେତେବେଳେ ଆଲ୍ଲାହଙ୍କ ଦୂତ ଗେବ୍ରିୟଲ ପୈ. ମହମ୍ମଦ ସାହେବଙ୍କୁ କହିଲେ ଯେ ଦଗାବାଜିରେ ମୃତ୍ୟୁବରଣ କରିଥିବା ସମସ୍ତ ବନୀ ସଲିମ ଲୋକମାନେ ଆଲ୍ଲାହଙ୍କ ସହ ପ୍ରତ୍ୟକ୍ଷ ଭେଟ ହୋଇଛି ଏବଂ ସେମାନଙ୍କୁ ଆଲ୍ଲାହ କୃପା କରିଛନ୍ତି।
ତାପରେ ଚାଳିଶ ଦିନ ପର୍ଯ୍ୟନ୍ତ ପୈ. ମହମ୍ମଦ ସାହେବ  ବନୀ ଅମୀର ଲୋକମାନଙ୍କୁ ଦଣ୍ଡ ଦେବାପାଇଁ ଆଲ୍ଲାହଙ୍କୁ ପ୍ରାର୍ଥନା କରିଥିଲେ।

ଗେବ୍ରିୟଲ ଦ୍ୱାରା ଦିଆଯାଇଥିବା ଆୟାତ ପ. କୁରାନର ଆୟାତ ବୋଲି ସ୍ୱୀକୃତ ହୋଇଥିଲା। ପରନ୍ତୁ ପରେ ତାହାକୁ ବାହାର କରିଦିଆଯାଇଛି।
କାରଣ ତାହା ପ. କୁରାନର ଆୟାତ କ୍ର. ୩୩-୨୧ର ବିରୋଧ କରୁଛି। ପ. କୁରାନର ଆୟାତ ୩୩.୨୧ ଅନୁସାରେ ସବୁ ଯୋଦ୍ଧା ମାନଙ୍କୁ ଅନ୍ତିମ ଦିନ ପର୍ଯ୍ୟନ୍ତ ଅଟକିବାକୁ ପଡ଼ିବ। ସେତେବେଳେ ପୈ. ମହମ୍ମଦ ଆଲ୍ଲାହଙ୍କ ପାଖରେ ଏମାନଙ୍କ ପାଇଁ ଓକିଲାତି କରିବେ।
'ଦୀନ' ଧର୍ମ ପାଇଁ ଯେଉଁ ଯୋଦ୍ଧା ମରିବେ ତାହା ଆଲ୍ଲାହଙ୍କୁ ଜଣା ଅଛି।  ଯେତେବେଳେ ସେମାନଙ୍କ ପୁନର୍ଜନ୍ମ ହେବ ଯଦିଓ ତାଙ୍କ ଘା'ରୁ ରକ୍ତ ବାହାରୁ ଥିଲା
କିନ୍ତୁ ଏବେ ସେ ଜାଗାରୁ କସ୍ତୁରୀର ସୁଗନ୍ଧ ବାହାରିବ।
(ଭାଗ ୫୨-୫୯)
ଅର୍ଥାତ 'ଦୀନ' ପାଇଁ ମରୁଥିବା ଯୋଦ୍ଧା ବା ବର୍ତ୍ତମାନ ଆତ୍ମଘାତୀ ହୋଇ ନିରପରାଧ ଲୋକମାନଙ୍କୁ ମାରୁଥିବା ଲୋକମାନଙ୍କର ନିର୍ଣ୍ଣୟ ସେହି ପୁନର୍ଜନ୍ମ ଦିନ ହେବ। ସେ ପର୍ଯ୍ୟନ୍ତ ତାଙ୍କୁ କବରରେ ରହିବାକୁ ହେବ। ତାଙ୍କୁ ତୁରନ୍ତ ସ୍ୱର୍ଗ ମିଳିବ ନାହିଁ।

କିନ୍ତୁ ତାର ବିପରୀତ କଥା ପିଲାମାନଙ୍କୁ କହି ତାଙ୍କୁ ମୃତ୍ୟୁ ମୁଖକୁ ଠେଲି ଦିଆଯାଇଥାଏ। ତେଣୁ ଏମାନଙ୍କୁ ପାପୀ ନା ପୁଣ୍ୟବାନ କହିବା ?

୨୮. ୧୧. ୧୭

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ ଶୁକ୍ଳପକ୍ଷ *ନବମୀ ତିଥି*
     * ଶତଭିଷା ନକ୍ଷତ୍ର* *ସୂର୍ଯ୍ୟ ଦକ୍ଷିଣାୟନ *
      *ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪, ମଙ୍ଗଳ ବାର*
         *ଇଂରାଜୀ  ତା. ୨୮ରିଖ*
        *ନଭେମ୍ବର ୨୦୧୭ ମସିହା*
    ➖➖➖➖➖➖➖➖
   🍁 [] [] *ସାହିତ୍ୟ ପ୍ରସାଦ* [] []
 
     ହେ କଳ୍ପ ଭାରତ ବର୍ଷ! କଳ୍ପାତୀତ କଳ୍ପାନ୍ତର କଥା ଛପିଯାଏ ଛାୟାତୁମ ସାତ ସିନ୍ଧୁ ତେର ନଈ ତୀରେ

ମନୁର ମୂଲକେ ମାତେ ମନ୍ବନ୍ତର ବନାଗ୍ନିର ବ୍ୟଥା କଳଙ୍କିତ କର୍କୋଟକ କାନ୍ଦିବୁଲେ କର୍କଟ କ୍ରାନ୍ତିରେ!

ଦଧିଚିର ଦେହାନ୍ତର! ବୃତ୍ର ବଧ! ବଜ୍ର ହୁଏ ଗଢ଼ା, ଇନ୍ଦ୍ର ଆସେ ଐରାବତେ... ଇରମ୍ବଦେ ଅଶାନ୍ତ ଇଶାନ

ଶୁଷ୍କର ସହର ସହ - ଶମ୍ବରର ଅନେଶତ ପଡ଼ା -
*ସମୟର ସୀମାନ୍ତରେ ସାଜେ ସବୁ ଶୀତଳ ଶ୍ମଶାନ !*

ପିପ୍ରୂର ପାଉଁଶ ପରେ ପୁଷ୍ପବତୀ ବୈଦିକ ବସତି, ଅତୀତର ଅସ୍ଥି ଖୋଜେ ଇତସ୍ତତଃ ଅଶ୍ରୁମତୀ ଇରା...

ଶ୍ରୁତି ହଜେ.. ସ୍ମୁତିହଜେ... ସୁପ୍ତ ହୁଏ ଶୁଭ୍ରା ସରସ୍ଵତୀ
ମେରୁଶୃଙ୍ଗେ ମରୁଝଡ଼... ମୋକ୍ଷ ମାଗେ ମୃତ ମୃଗଶିରା!

ହେ କଳ୍ପ ଭାରତ ବର୍ଷ!! ନଷ୍ଟ ନଦୀ, ନିହତ ନକ୍ଷତ୍ର...
ପ୍ରଳୟର ପୟୋଧିରେ - କାହିଁ ତୁମ କଳ୍ପବଟପତ୍ର??

*#ନଷ୍ଟନଦୀ :ନିହତ ନକ୍ଷତ୍ର*
*କବି ଗିରିଜାକୁମାର ବଳୀୟାରସିଂହ*

      🙏🙏🙏🙏🙏🙏🙏🙏
                   
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

Monday, 27 November 2017

*ସ୍ୱର୍ଗସ୍ଥାନ ଏଡ଼ନ ଏବଂ ଇହଲୋକରେ ସମାନତା-୩

ନର୍କକୁ ଗଲା ବା ରସାତଳକୁ ଗଲା ଏପରି କୁହାଯାଇଥାଏ। ହଦୀଶରେ ଗଭୀର ନର୍କର କଳ୍ପନା  ମଧ୍ୟ କରାଯାଇଛି। ନର୍କର ରସାତଳର ଗଭୀରତା ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ୭୦ ବର୍ଷ ସମୟ ଲାଗେ।(ମିସକତ ଉଲ ମସାବୀ, ମୁସଲିମ୍ ହଦୀଶ, ଖଣ୍ଡ - ୪, ପୃଷ୍ଠା - ୧୫୦)
ଆଶ୍ଚର୍ଯ୍ୟର କଥା ହେଉଛି ସ୍ୱର୍ଗ ଓ ନର୍କ ପୂରା ପାଖା ପାଖି ରହିଛି। ଜଣେ ପୁଣ୍ୟବାନ ଚାହିଁଲେ ଜଣେ ପାପୀ ସହିତ କଥା ହୋଇ ପାରିବ। ପ. କୁରାନ ଅଲ ଆଉସରାଫି କ୍ର. ୭ରେ ସ୍ୱର୍ଗ ଓ ନର୍କରେ ରହୁଥିବା ଲୋକଙ୍କ ମଧ୍ୟରେ ହେଉଥିବା ବାର୍ତ୍ତାଳାପ ଦିଆଯାଇଛି। ଅଲ ଆଉସରାଫି ଶବ୍ଦର ଅର୍ଥ ହେଲା ଉଚ୍ଚ ଅଂଶ।

ସ୍ୱର୍ଗର ଲୋକମାନେ କିପରି ନଇଁକରି  ନର୍କର ଜ୍ବାଳାରେ ଷଢ଼ୁଥିବା ଲୋକମାନଙ୍କୁ ଦେଖନ୍ତି ତାର ଉଲ୍ଲେଖ ପ. କୁ. ୩୭-୫୫ରେ ହୋଇଛି। ସେହିପରି ଆୟାତ ୫୭-୧୩ରେ ସ୍ୱର୍ଗ ଏବଂ ନର୍କ ମଧ୍ୟରେ ଗୋଟିଏ କାନ୍ଥ ତିଆରି ହୋଇ ଯିବା ଆସିବା ପାଇଁ ଗୋଟିଏ ଦ୍ୱାର ଅଛି ବୋଲି ଵର୍ଣ୍ଣନ ହୋଇଛି ଆୟାତ ୫୭-୧୩ ରେ। ଏହାର ଦ୍ୱାର ଭିତରେ କୃପା ଥାଏ ଓ ବାହାରେ ପ୍ରକୋପ ଥାଏ। (ଦିବ୍ୟ କୁରାନ ପୃ ୭୫୬)

୨୭.୧୧.୧୭

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ ଶୁକ୍ଳପକ୍ଷ *ଅଷ୍ଟମୀ ତିଥି*
     *ବିଛା ୧୨ଦିନ  ଶତଭିଷା ନକ୍ଷତ୍ର*
        *ସୂର୍ଯ୍ୟ ଦକ୍ଷିଣାୟନ କୁମ୍ଭ ଚନ୍ଦ୍ର*
      *ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪, ସୋମବାର*
         *ଇଂରାଜୀ  ତା. ୨୭ ରିଖ*
        *ନଭେମ୍ବର ୨୦୧୭ ମସିହା*
    ➖➖➖➖➖➖➖➖
   🍁 [] [] *ସାହିତ୍ୟ ପ୍ରସାଦ* [] []
 
     *ଯିଏ ଯହିଁ ଯୋଉ ପଦେ ଥାଅ*
       *ନିଜ ଧରମକୁ ପାଳୁଥାଅ*
       *ଧରମଟା ନୁହେଁ ପୂଜା ପଦ୍ଧତି*
       *କରତବ୍ୟ କର୍ମ ବୁଝି ଯାଅ!*

        *ଯିଏ ଯହିଁ ଯୋଉ ଦେଶେ ଥାଅ*
         *ମାଟି ମାଆକୁ ଭୁଲି ନ ଯାଅ*
          *ମାଆର ଭାଷାକୁ*
    *ନିଜ ପରିବାରେ ନିତି* 
      *ବ୍ୟବହାର କରୁଥାଅ*!

        *ଯେତେ ଧନ ମାନ ଅରଜନ*
             *କରିଛ କରୁଛ ଆଜୀବନ*
         *ସବୁ ଯିବ ହେଇ ଅକାରଣ ଯଦି*
         *ସେବୁନାହଁ ଗୁରୁ ଗୁରୁଜନ !!*

      🙏🙏🙏🙏🙏🙏🙏🙏
                   
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

Sunday, 26 November 2017

*ସ୍ୱର୍ଗସ୍ଥାନ ଏଡ଼ନ ଏବଂ ଇହଲୋକରେ ସମାନତା-୨*

ସ୍ୱର୍ଗର ଦ୍ୱାରର ସୌନ୍ଦର୍ଯ୍ୟ ବିଷୟରେ ବର୍ଣ୍ଣନା କରିବା ବେଳେ ଅବୁ ସଦିଦ ଅଲ ଖୋଦ୍ରୀ କହିଛନ୍ତି -
ପୈଗମ୍ବର ମହମ୍ମଦ ସାହେବ କହିଲେ ସ୍ୱର୍ଗର ଦ୍ୱାରର ଦୁଇ ସ୍ତମ୍ଭ ମଧ୍ୟରେ ଥିବା ଦୂରତା ବର୍ତ୍ତମାନ ମକ୍କା ଏବଂ ବହରିନର ହଜାର ଗାଆଁ ମଧ୍ୟରେ ଥିବା ଦୂରତା ସହ ସମାନ। ଗୁଗଲ ମ୍ୟାପରେ ଏହି ଦୂରତା ୧୩୫୦ କି. ମି. । (ମିସକତ ଉଲ ମସାବୀ, ସର୍ବ ସହମତି ଥିବା ହଦୀଶ ଖଣ୍ଡ କ୍ର. ୪ ପୃ. କ୍ର. ୧୩୦)

ସ୍ୱର୍ଗରେ ବହୁଥିବା ନଦୀ ମାନଙ୍କର  ଚଉଡ଼ା
କେତେ ଏହାର ଵର୍ଣ୍ଣନ  ହ. ଇବନ ଓମର କରିଛନ୍ତି। ଆଲ୍ଲାହଙ୍କ ପୈଗମ୍ବର କହିଲେ ଏହି ପ୍ରବାହର ଦୁଇ କୂଳର ଅନ୍ତର  ଜରବା ଓ ଅଜରୁଜର ଅନ୍ତର ସହ ସମାନ। ଜରବା ଓ ଅଜରୁଜ ସିରିୟାର ଦୁଇଟି ଗାଁ ଅଟେ ଏବଂ ତାହାର ଅନ୍ତର ତିନି ରାତି ଯାତ୍ରାର ଦୂରତା ସହିତ ସମାନ । ସାଧାରଣତଃ ମରୁଭୂମି ପ୍ରଦେଶର ଏକ ରାତ୍ରୀରେ ୩୫ ରୁ ୪୦ କିଲୋ ମିଟର ଯାତ୍ରା କରିହେବ। (ମିସକତ ଅଲ ମସାବୀ ଖଣ୍ଡ ୪ ପୃ.
୧୪୮)

୨୬.୧୧.୧୭

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ ଶୁକ୍ଳପକ୍ଷ *ସପ୍ତମୀ ତିଥି*
     *ବିଛା ୧୧ଦିନ  ଧନିଷ୍ଠା ନକ୍ଷତ୍ର*
        *ସୂର୍ଯ୍ୟ ଦକ୍ଷିଣାୟନ କୁମ୍ଭ ଚନ୍ଦ୍ର*
      *ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪, ରବିବାର*
         *ଇଂରାଜୀ  ତା. ୨୬ ରିଖ*
        *ନଭେମ୍ବର ୨୦୧୭ ମସିହା*
    ➖➖➖➖➖➖➖➖
   🍁 [] [] *ସାହିତ୍ୟ ପ୍ରସାଦ* [] []
  ନିଜର କୁମର ନିଜ ପରିବାର କଲ୍ୟାଣ ଅନୁଚିନ୍ତା
ଇତର ତ କରେ ଆମେ କି କରିବା ସ୍ବାର୍ଥୀୟ ପରିଚିନ୍ତା..

ସମୟ ଆସିଛି ଜାଗରେ ଭାରତ ଏଇତ ସନ୍ଧିବେଳା
ସାଧୁ ସାବଧାନ ନହେଲେ ବୁଡ଼ିବ ହିନ୍ଦୁ ଜାତିର ଭେଳା

ହିନ୍ଦୁ ଜିଇଁଲେ ଗାଇବ ଉଚ୍ଚେ
    ଜଗମଙ୍ଗଳ ଗୀତ
ଧର୍ମଟା ସଦା ସାପେକ୍ଷ ମିତ କରେ ଧାରକର ହିତ!
ହିନ୍ଦୁ ଶବଦେ ଅଭିମାନ କର
         ଭରତ ବଂଶଧର
ଅଧାର୍ମିକର ପକ୍ଷରେ କିବା ରହିବେ ଚକ୍ରଧର?
             
      🙏🙏🙏🙏🙏🙏🙏🙏
                   
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌

Saturday, 25 November 2017

*ସ୍ୱର୍ଗସ୍ଥାନ ଏଡ଼ନ ଏବଂ ଇହଲୋକରେ ସମାନତା-୧*

ବାଇବେଲରେ ଏଡ଼ନ ନାମକ ଏକ ସ୍ୱର୍ଗସ୍ଥାନର କଥା କୁହାଯାଇଛି। ଏଥିରେ ବିଶ୍ୱନିର୍ମିତ ଅଧ୍ୟାୟ ୨.୧୫ରେ ଈଶ୍ୱର ଆଦମ ଓ ଇଭକୁ ଏଡନ ବିଭାଗ ବଗିଚାରେ ରଖିଥିଲେ ବୋଲି କୁହାଯାଇଛି। ଇହୁଦୀ ଓ ଇଶାଇ ପରମ୍ପରା ଅନୁସାରେ ଏଡ଼ମ୍ ପ୍ରାଚୀନ ବେବିଲୋନ ବା ବର୍ତ୍ତମାନର  ଇରାକରେ ଥିଲା। ଏହି ପ୍ରଦେଶ ବହୁତ ପୁରୁଣା ପରମ୍ପରା ଓ ସଂସ୍କୃତିରେ ବ୍ୟାପ୍ତ ଥିଲା। ବେବିଲୋନ ଶବ୍ଦର ଅର୍ଥ ହେଲା ଦେବତାଙ୍କ ଦ୍ୱାର । ୟୁଫ୍ରାଟିସ ନଦୀ କୂଳରେ ନିର୍ମିତ ବଡ଼ ବଡ଼ ଉଦ୍ୟାନ  ପ୍ରାଚୀନ କାଳରେ ବହୁତ ପ୍ରସିଦ୍ଧ ଥିଲା। ଯାହାକୁ ଝୁଲନ୍ତା ଉଦ୍ୟାନ କୁହାଯାଉଥିଲା। ସେହି ଉଦ୍ୟାନରେ ପାଣି ଉପରକୁ ଉଠାଇବା ପାଇଁ ପାଣି ଉଠା ଯନ୍ତ୍ରର ବ୍ୟବହାର କରାଯାଉଥିଲା ଯାହାର ଚିତ୍ର ପ୍ରାଚୀନ ପ୍ରତ୍ନ ତତ୍ତ୍ୱରେ ଉପଲବ୍ଧ ଅଛି। ଏହି ସ୍ଥାନକୁ ୧୬.୩୯ ଏବଂ ୧୮.୩୯ ଭଳି ଅନେକ ସ୍ଥାନରେ "ଜନ୍ନତି
ଅଦନିନ" ବୋଲି କୁହାଯାଇଛି।
ଉଦ୍ୟାନର ନିମ୍ନ ଭାଗରୁ ଝରଣା ବା ନଇ ପ୍ରବାହିତ ହେବା କଥା ନସ୍ତ୍ର କହିଛନ୍ତି। ପ୍ରାଚୀନ ଏଡନ ଏବଂ ବେବିଲୋନର  ଝୁଲନ୍ତା ଉଦ୍ୟାନ ବିଷୟରେ ଜାଣିଲେ ଉଭୟଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇପାରିବ।
ପ. କୁରାନର ସ୍ୱର୍ଗର ଭୌତିକ ସାଧର୍ମ୍ୟ ବେବିଲନର ଝୁଲନ୍ତା ଉଦ୍ୟାନ ଏଵଂ ତା ସହ ବହୁଥିବା ନଦୀ ସହ ଅଛି।
ସ୍ୱର୍ଗର ଵର୍ଣ୍ଣନ ହଦୀଶରେ ଆହୁରି ବିସ୍ତାରିତ ଭାବେ କରାଯାଇଛି। ହ. ଅବୁହୁରାଇରାଙ୍କ ଅନୁସାର ପୈଗମ୍ବର ମହମ୍ମଦ ଯେତେବେଳେ ଶୋଈ ଥିଲେ ସେତେବେଳେ ସେ ସ୍ଵତଃ ନିଜକୁ ସ୍ଵର୍ଗରେ ଦେଖିଲେ। ସେ ଯେଉଁ ଭବ୍ୟ ମହଲ ସାମନାରେ ଛିଡ଼ାହୋଇଥିଲେ ସେଠି ଜଣେ ମହିଳା ଥିଲେ ଯିଏ କହିଲେ କି ସେ ମହଲ ନିସ୍ତିମ ଅନୁଯାୟୀ ଉମର ବିନ ଅଲ ଖତ୍ରବ ଆଉ ଜଣେ ଆଦର୍ଶ ଖଲିଫାଙ୍କ ପାଇଁ ଥିଲା।
(ଅଲ ବୁଖାରୀ ୪.୪୬୫) ପୃଷ୍ଠା୬୪୮

୨୫.୧୧.୧୭

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
*ମାର୍ଗଶୀର ମାସ ଶୁକ୍ଳପକ୍ଷ *ଷଷ୍ଠୀ ତିଥି*
   *ବିଛା ୧୦ଦିନ  ଶ୍ରବଣା ନକ୍ଷତ୍ର*
        *ସୂର୍ଯ୍ୟ ଦକ୍ଷିଣାୟନ ତୁଳାଚନ୍ଦ୍ର*
      *ହେମନ୍ତ ଋତୁ ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪, ଶନିବାର*
         *ଇଂରାଜୀ  ତା. ୨୫ ରିଖ*
        *ନଭେମ୍ବର ୨୦୧୭ ମସିହା*
    ➖➖➖➖➖➖➖➖
   🍁 [] [] *ସାହିତ୍ୟ ପ୍ରସାଦ* [] []
  *ବିବିଧତା ରେ ଏକତା, ଏହାହିଁ ତ ଭାରତର ବିଶେଷତା, ଗୋଟିଏ ମାତ୍ର ବସ୍ତ୍ର ମୁଣ୍ଡରେ ବନ୍ଧା ହେଲେ ପଗଡ଼ି ପିନ୍ଧି ପକେଇଲେ ଧୋତି,ଘୋଡ଼େଇ ହେଲେ ଗାମୁଛା, ତଳେ ପକେଇକି ବସି ପଡ଼ିଲେ ଆସନର ନାଁ ପାଇଥାଏ!* *ଗୋଟିଏ* *କାନ୍ଥରେ ଆମେ ଅନେକ ଦେବାଦେବୀଙ୍କ ଚିତ୍ର ରଖି ପୂଜାକରୁ ନିର୍ବିକାର ଭାବରେ! ସବୁ ନଦୀର ଜଳ ପରିଶେଷରେ ସମୁଦ୍ର ସଙ୍ଗମରେ ଏକାକାର ହୋଇ ନିଜନିଜର ନାମ ରୂପ ଗୁଣ ଜନ୍ମସ୍ଥାନ ଭୁଲି ସମୁଦ୍ର *ରୂପେ ପରିଚିତ ହୁଅନ୍ତି ଠିକ୍ ସେମିତି ଆମମାନଙ୍କ ବିଚାର ସସାଗରା ଧରା ପାଇଁ ଆଚାଣ୍ଡାଳ ବ୍ରାହ୍ମଣ ବା କୀଟଠୁଁ ବ୍ରହ୍ମ ପର୍ଯ୍ୟନ୍ତ ଅତ୍ୟନ୍ତ ଉଦାର ଆଉ ଉଦାତ୍ତ! ଆମେ ହିଁ *ଗାଇଥାଉ ସର୍ବେ ଭବନ୍ତୁ ସୁଖୀନଃ ର ମନ୍ତ୍ର, ବସୁଧୈବ କୁଟୁମ୍ବକମ୍ ର ମହାସୂତ୍ର! *ଚଳିତ ପଞ୍ଚଦଶ ଧର୍ମ ସଂସଦ ଉଡୁପୀରେ ଶତାୟୁ ସନ୍ଥ ପେଜାବର ସ୍ବାମୀ ମଧ୍ବାଚାର୍ଯ୍ଯ ବିଶ୍ବେଶ ତୀର୍ଥ ଜୀ ମହାରାଜାଙ୍କ ବିଚାର ଅତ୍ୟନ୍ତ ସ୍ପଷ୍ଟ ଯେ ଭାରତରେ  ମୁସଲମାନ ଖ୍ରୀଷ୍ଟିୟାନ୍ ବୌଦ୍ଧ *ଶିଖ୍ ଜୈନ୍ କବିର ଜୌରାଷ୍ଟ୍ରୀୟାନ୍ ସମସ୍ତେ ମୂଳତଃ ହିନ୍ଦୁ! ହିନ୍ଦୁରାଷ୍ଟ୍ରର ମୁଖ! ବାହାରକୁ ଦେଖାଯାଉଛି... ଯେମିତିକି* *ପୂଜ୍ୟ ଦେବ ସେନାପତି କାର୍ତ୍ତିକେୟଙ୍କ ଷଣ୍ମୁଖ ପରି ଅଲଗା ଅଲଗା କିନ୍ତୁ ହୃଦୟ ଏକ.. ଆମେ ଅମୃତ* *ପାନକରିବା ସମବେତ ଭାବରେ ହୃଦୟର ଭାବକୁ ରକ୍ଷା କରିବାକୁ..ହିନ୍ଦୁତ୍ୱ ହିଁ ଏଇ ମହାନ୍ ରାଷ୍ଟ୍ରର ହୃଦୟ...* *ହିନ୍ଦୁତ୍ୱ ନଷ୍ଟ ହୋଇଗଲେ ରାଷ୍ଟ୍ର ଅସୁରକ୍ଷିତ ହେଇଯିବ!ସର୍ବଦେବ ନମସ୍କାର କେଶବଙ୍କୁ ପ୍ରାପ୍ତ ସେତେବେଳେ ହେବ* *ଯେତେବେଳେ ଆମେ ଆମ ସମାଜରୁ ଅସ୍ପୃଶ୍ୟତାର ବନ୍ଧନକୁ ହଟେଇ ଦେଇ ପାରିବା*
                 ➖ _* *_
      🙏🙏🙏🙏🙏🙏🙏🙏
                   
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ  ହେଉ*🌈
         
  🐌🌿🍁🐌🐇💐🐌🐚🐌