Thursday, 31 August 2017

*ବିଦେଶିନୀଙ୍କ ଭାରତ ପ୍ରୀତି*

   ବ୍ରିଟିଶ ଯୁବତୀ କ୍ୟାଥରିନ ମେରୀ ହାଇଲିମନ ଉପନିଷଦ ଓ ଗୀତା ଅଧ୍ୟୟନ କରି ପରେ ଭାରତୀୟ ଦର୍ଶନ ପ୍ରତି ଆକୃଷ୍ଟ ହେଲେ । ସେ ଅନୁଭବ କଲେ ଯେ ସାରା ସଂସାରକୁ ଆଧ୍ୟାତ୍ମିକ ମାର୍ଗ ଦେଖାଉଥିବା ଭାରତକୁ ବ୍ରିଟେନ ପରାଧୀନ କରି କରି ରଖିବା ସମ୍ପୂର୍ଣ୍ଣ ରୂପେ ଅନୈତିକ ଅଟେ ।

୧୯୩୨ ମସିହାରେ ସେ ଭାରତ ଆସିଲେ । ବିଭିନ୍ନ ତୀର୍ଥସ୍ଥଳ ଦର୍ଶନ କରି ତାଙ୍କ ହୃଦୟ ଆଧ୍ୟାତ୍ମିକ ଚିନ୍ତନରେ ଆଲୋକିତ ହୋଇଗଲା । ସେ ମହାତ୍ମା ଗାନ୍ଧିଙ୍କୁ ଦର୍ଶନ କରିବା ପାଇଁ ୱାର୍ଦ୍ଧା ଆଶ୍ରମ ଗଲେ । ଗାନ୍ଧିଜୀ ମଧ୍ୟଏହି ଯୁବତୀଙ୍କ ଭାରତ ଭକ୍ତି ଦେଖି ପ୍ରଭାବିତ ହେଲେ ଏବଂ କହିଲେ,
"ଯଦି ତୁମେ ନିଜ ଜୀବନକୁ ଭାରତ ମାତାଙ୍କ ସେବାରେ ଅର୍ପଣ କରିବାକୁ ଚାହୁଁଛ, ତେବେ ସର୍ବ ପ୍ରଥମେ ତୁମକୁ ହିନ୍ଦୀ ଶିଖିବାକୁ ପଡ଼ିବ । ହିନ୍ଦୀ ମାଧ୍ୟମରେ ହିଁ ତୁମେ ଭାରତବାସୀଙ୍କୁ ଅତି ନିକଟରୁ ଚିହ୍ନି ପାରିବ ।"

କ୍ୟାଥରିନ ହିନ୍ଦୀ ଶିଖିଲେ ଓ "ସରଳା ଭଉଣୀ" ନାମରେ ପରିଚିତ ହେଲେ। ଆଲମୋଡ଼ା ଅଞ୍ଚଳରେ ଗରିବ ଓ ଅବହେଳିତ ଲୋକମାନଙ୍କର ସେବାରେ ନିଜକୁ ଉତ୍ସର୍ଗ କଲେ । ଦେଶର ସ୍ୱାଧୀନତା ଆନ୍ଦୋଳନରେ ବି ତାଙ୍କର ସକ୍ରିୟ ଭୂମିକା ଥିଲା ।

ସେ ପାହାଡ଼ି ଇଲାକାର ଅନୁନ୍ନତ ଗାଁକୁ ଗାଁ ବୁଲି ମହିଳାମାନଙ୍କୁ ଶିକ୍ଷିତ କରାଇଲେ । ମଦ ଓ ନିଶା ସେବନ ଶରୀର ପାଇଁ ଘାତକ ବୋଲି ସେ ସଚେତନ କରାଇଲେ । ପାର୍ବତୀୟ କ୍ଷେତ୍ରରେ ଗଛ ସଫା କରିବାର ଦୁଷ୍ପରିଣାମକୁ ଅନୁଭବ କରି ସେ "ସଂରକ୍ଷଣ ନା ବିନାଶ" ନାମକ ଏକ ମହତ୍ତ୍ୱପୂର୍ଣ୍ଣ ଗ୍ରନ୍ଥ ମଧ୍ୟ ରଚନା କରିଥିଲେ ।

ନିଜ ମୃତ୍ୟୁ ପୂର୍ବରୁ ନୈନିତାଲର ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ବାଙ୍କେଲାଲ କଂସଲଙ୍କୁ ସେ ଥରେ କହିଥିଲେ,
" ମୋ ଜୀବନର ଅନୁଭୂତିଗୁଡ଼ିକର ନିଷ୍କର୍ଷ ହେଉଛି ଯେ ହିମାଳୟକୁ ବଞ୍ଚାଇବାକୁ ହେଲେ ତାର ସବୁଜ ବୃକ୍ଷରାଜିକୁ ବଞ୍ଚାଇବାକୁ ପଡ଼ିବ। ପବିତ୍ର ଗଙ୍ଗା ନଦୀର ପଵିତ୍ରତାକୁ ରକ୍ଷା କରିବା ପାଇଁ ମିଳିତ ଭାବେ ବ୍ୟାପକ ପଦକ୍ଷେପ ନେବାକୁ ପଡ଼ିବ ।"

ସତରେ, ଜଣେ ବିଦେଶିନୀ ହୋଇ ବି ସେ ଏ ଦେଶ ପାଇଁ ଅହରହ ଚିନ୍ତା କରୁଥିଲେ, ଯାହା ଦେଶବାସୀଙ୍କ ପାଇଁ ଅନୁକରଣୀୟ ହୋଇ ରହିବ।
୩୧.୮.୧୭

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି ୩୧ ଅଗଷ୍ଟ ୨୦୧୭ ଗୁରୁବାର*
   *ଓଡ଼ିଆ ଭାଦ୍ରବ ମାସ* *ଶୁକ୍ଳ ପକ୍ଷ*   
    *ଦଶମୀ ତିଥି* *ମୂଳା ନକ୍ଷତ୍ର*
        * *ସୁଦଶାବ୍ରତ**
    *ସୂର୍ଯ୍ୟ ଦକ୍ଷିଣାୟନ, ଧନୁ ଚନ୍ଦ୍ର*
    *ଶରତ ଋତୁ, ଯୁଗାବ୍ଦ୫୧୧୯*
      *ବିକ୍ରମ ସମ୍ବତ୍ ୨୦୭୪*
           
💢💠💢💠💢💠💢💠
            ➖ *ସାହିତ୍ୟ ପ୍ରସାଦ➖*
ନିଃସ୍ବର ବ୍ୟଥା ଭୋଗିବି ଯେସନେ
ନିବିଡ଼େ ମରମ ଗତେ
ଦିଅ ସେହି ମନ ଆହେ ଭଗବାନ
ଭଲପାଅ ଯେବେ ମୋତେ
ଶୋଚନା ନାହିଁ ମୋ ସୁପାତି ବଦଳେ
ଦିଅଯେବେ  ତୃଣଶେଯ
ଦୈନ୍ଯ ଭିତରେ ବଂଚେ ବା ଯେବେ
ଭୁଂଜି ମୁଁ ଶାଗ ପେଜ
ଦୁଃଖରେ ରହି ପୋଛି ମୁଁ ପାରିଲେ
ଦୁଃଖିର ଲୁହ ଧାର
ସେହି ହେବ ତବ ଚରଣେ ମୋ ଗୁରୁ
ଗୌରବ ଉପହାର

                  *ବିଦ୍ୟୁତ୍ ପ୍ରଭା*_
       *~~~~~~~~~~~~~~~~~~~*
      _*ବନ୍ଦେ ଉତ୍କଳ ଜନନୀ*_
  🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

Wednesday, 30 August 2017

*କଙ୍କଣ ଦାନ*

  ସଂସ୍କୃତ କବିମାନଙ୍କ ମଧ୍ୟରେ ମାଘଙ୍କର ଶ୍ରେଷ୍ଠ ସ୍ଥାନ ରହିଛି । ସେ ସାଧନ ସମ୍ପନ୍ନ ତ ଥିଲେ ତା ସହିତ ଦାନ ଦେବାରେ ମଧ୍ୟ ଅଗ୍ରଣୀ ଥିଲେ । ଲୋକଙ୍କର ବିଶ୍ୱାସ ଥିଲା ଯେ ତାଙ୍କ ଘରୁ କେହି ବି ଅସହାୟ ବ୍ୟକ୍ତି ଖାଲି ହାତରେ ଫେରୁ ନ ଥିଲା । ଦାନ ଦେଉ ଦେଉ ଏକ ଏମିତି ସମୟ ଆସିଲା, ସେ ନିଜେ ନିର୍ଦ୍ଧନ ହୋଇଗଲେ । କିନ୍ତୁ ଅପରକୁ ସାହାଯ୍ୟ କରିବାର ମାନସିକତା ବଦଳିଲା ନାହିଁ । ଲୋକଙ୍କର ସହାୟତା କରିବା ପାଇଁ ସର୍ବଦା ତତ୍ପର ରହୁଥିଲେ ।

ଥରେ ଦିନେ ରାତିରେ ଗରିବ ପୂଜାରୀଟିଏ ତାଙ୍କ ଘରର କବାଟ ଖଟ ଖଟ କଲା । ମାଘ କବାଟ ଖୋଲିଲେ ଓ ଦେଖିଲେ ଜଣେ ପୂଜାରୀ ତାଙ୍କୁ ବାହାରକୁ ଆସିବାକୁ ନିବେଦନ କରୁଛନ୍ତି । ମାଘ ବାହାରକୁ ଯିବା ପରେ ପୂଜାରୀ କହିଲା,
"ମୋ ଝିଅର ବାହାଘର ଅଛି। ଅର୍ଥର ବହୁତ ଅଭାବ। ମୁଁ କଣ କରିବି ? ଏଇ ଚିନ୍ତା ସର୍ବଦାମୋତେ କଷ୍ଟ ଦେଉଛି । ଆପଣ ମୋତେ କିଛି ସାହାଯ୍ୟ କରନ୍ତୁ ।"

କବିବର ଭାବିଲେ ଯେ ଘରେ ନା ଧନ ଅଛି ନା କିଛି ଏମିତି ବସ୍ତୁ ଅଛି ଯାହାକୁ ଦେଇ ସେ ଯାଚକକୁ ସନ୍ତୁଷ୍ଟ କରି ପାରିବେ ।

କିଛି ସମୟ ଚିନ୍ତା କଲା ପରେ ସେ ଶୋଇଥିବା ସ୍ତ୍ରୀଙ୍କ ନିକଟକୁ ଗଲେ ଓ ଧୀର ଭାବରେ ତାଙ୍କ ହାତକୁ ଉଠାଇ କଙ୍କଣ କାଢ଼ିନେଲେ । ପତ୍ନୀଙ୍କର ନିଦ  ଭାଙ୍ଗିଗଲା । କିନ୍ତୁ ସ୍ୱାମୀଙ୍କୁ ସାମନାରେ ଦେଖି ସେ ଆଖି ବନ୍ଦ କରିଦେଲେ । ମାଘ ବାହାରକୁ ବାହାରି ଆସି ସେହି କଙ୍କଣ ପୂଜାରୀଙ୍କୁ ଦେଇଦେଲେ ଓ ତାଙ୍କୁ ସେଠାରୁ ଶୀଘ୍ର ପଳାଇ ଯିବାକୁ ଅନୁରୋଧ କଲେ ।

କିନ୍ତୁ ସ୍ତ୍ରୀ କବାଟର ଫାଙ୍କରୁ  ଦେଖି ପାରିଲେ ଯେ ତାଙ୍କର ସ୍ୱାମୀ ଜଣେ ବ୍ୟକ୍ତିଙ୍କୁ କଙ୍କଣଟି ଦେଉଛନ୍ତି । ସେହି ପୂଜାରୀଟି ମ।ଘଙ୍କୁ କହିଲା,
" ଏହି ସହାୟତା ପାଇଁ ମୁଁ ଆପଣଙ୍କ ନିକଟରେ ଋଣୀ । କିନ୍ତୁ ଗୋଟିଏ କଙ୍କଣ ମୋ ପାଇଁ ପର୍ଯ୍ୟାପ୍ତ ନୁହେଁ ।"
ମାଘ କହିଲେ,
" ବର୍ତ୍ତମାନ ତୁମେ ଗୋଟିଏ ନେଇଯାଅ । ଦ୍ୱିତୀୟଟି ମୁଁ ଦେଇପାରିବି ନାଇଁ ।"

ସ୍ତ୍ରୀ ତୁରନ୍ତ ଦ୍ଵିତୀୟ  କଙ୍କଣ କାଢ଼ିଲେ ଓ ବାହାରକୁ ଆସି କବିବରଙ୍କୁ ଦେଉ ଦେଉ କହିଲେ,
" ମୋତେ କାହିଁକି ଲୁଚାଉଥିଲ । ଅସହାୟ ମାନଙ୍କ ପାଇଁ ହିଁ ଆମର ଜୀବନ ଉଦ୍ଦିଷ୍ଟ । ଏହି ବ୍ୟକ୍ତିଙ୍କୁ ଦ୍ଵିତୀୟ କଙ୍କଣ ମଧ୍ୟ ଆବଶ୍ୟକ । ନିଅନ୍ତୁ,ଏଇଟା ବି ଦେଇଦିଅନ୍ତୁ ।"

ନିଜ ସ୍ତ୍ରୀଙ୍କ ବ୍ୟବହାରରେ ମାଘ ବହୁତ ଖୁସି ହେଲେ ଓ ସେ ଦ୍ଵିତୀୟ କଙ୍କଣଟିକୁ ବି ପୂଜାରୀଙ୍କୁ ଦେଇ  ପ୍ରସନ୍ନତାର ସହ ବିଦାୟ ଦେଲେ ।

୩୦.୮.୧୭

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି ୩୦ ଅଗଷ୍ଟ ୨୦୧୭ ବୁଧବାର*
   *ଓଡ଼ିଆ ଭାଦ୍ରବ ମାସ* *ଶୁକ୍ଳ ପକ୍ଷ*   
    *ନବମୀ ତିଥି* *ଜ୍ୟେଷ୍ଠା ନକ୍ଷତ୍ର*
    *ସୂର୍ଯ୍ୟ ଦକ୍ଷିଣାୟନ, ବିଛା ଚନ୍ଦ୍ର*
    *ଶରତ ଋତୁ, ଯୁଗାବ୍ଦ୫୧୧୯*
      *ବିକ୍ରମ ସମ୍ବତ୍ ୨୦୭୪*
           
💢💠💢💠💢💠💢💠
            ➖ *ସାହିତ୍ୟ ପ୍ରସାଦ➖*_
ଚେତାଇ ଦିଅହେ ମହାଜନ ପଥେ
ଚାଲିବାକୁ ଅବିରତେ
ଅନ୍ତରଭରି ଅନ୍ତରଯାମୀ
ଭଲପାଅ ଯେବେ ମତେ
ପୋଥିର ସତ୍ଯ ସତ୍ୟରେ କରି
ଏ ଜୀବନ ପରିଣତ
କର୍ମେ ବଚନେ ସୁରାଅ ଏ ମନେ
ସେହି ସୁମହାନ ବ୍ରତ
ସାହସ ଦିଅହେ ତ୍ଯାଗ ସଂଗ୍ରାମେ
ରକତ ଦେବାକୁ ଦେହୁଁ
ବଂଚିତ ଯେବେ କରିନାହଁ ମୋତେ
ତୁମରି ଅସୀମ ସ୍ନେହୁ!

                  *ବିଦ୍ୟୁତ୍ ପ୍ରଭା*_
       *~~~~~~~~~~~~~~~~~~~*
      _*ବନ୍ଦେ ଉତ୍କଳ ଜନନୀ*_
  🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

Tuesday, 29 August 2017

*ଗାନ୍ଧିଜୀଙ୍କ ରେଳଯାତ୍ରା*

    ଥରେ ମହାତ୍ମାଗାନ୍ଧୀ ରେଳଗାଡ଼ିରେ  ପ୍ରୟାଗ ଯାଉଥିଲେ । ସେଦିନ ବହୁତ ଜୋରରେ ବର୍ଷା ହେଉଥିଲା । ସେ ବହୁତ ପୁରୁଣା ରେଳ ଡବାରେ ବସିଥିଲେ। ଛାତରୁ ପାଣି ଗଳୁ ଥିଲା । ଗାନ୍ଧିଜୀଙ୍କ ବସିବା ଜାଗାରେ ପାଣି ଜମାହେଉଥିଲା।
ଗାର୍ଡକୁ ଏକଥା ଜଣା ନ ଥାଏ। ଯେତେବେଳେ ପାଣି ବେଶୀ ଜମା ହୋଇଗଲା, ସେତେବେଳେ ଜଣେ ସଜ୍ଜନ ଯାଇ ଗାର୍ଡକୁ ଏ କଥା ଜଣାଇଲେ। ଗାର୍ଡ ତୁରନ୍ତ ଆସି ଗାନ୍ଧିଜୀଙ୍କୁ କହିଲେ,
"ମୋତେ କ୍ଷମା କରନ୍ତୁ ବାପୁ। ମୁଁ ବହୁତ ଦୁଃଖିତ ଯେ ଏହି ଡବାରେ ପାଣି ଗଳୁଛି । ଆରମ୍ଭରୁ ଜାଣିଥିଲେ ମୁଁ ଆପଣଙ୍କୁ ଅନ୍ୟ ଡବାରେ ବସାଇ ଥାନ୍ତି । ଏବେ ଆପଣ ମୋ ସହିତ ଅନ୍ୟ କୌଣସି ବଗିକୁ ଚାଲନ୍ତୁ । ଏହି ବଗି ଆପଣଙ୍କ ବସିବାର ଯୋଗ୍ୟ ନୁହେଁ ।"

ଗାନ୍ଧିଜୀ ପଚାରିଲେ,
ମୁଁ ସେପଟକୁ ଚାଲିଗଲେ କଣ ଏହି ଡବା ଖାଲି ରହିବ? ଏଥିରେ କେହି ବସିବେ ନାହିଁ ?"
ଗାର୍ଡ କହିଲେ,
"ଏ ଡବା ଖାଲି କାହିଁକି ଯିବ ? ଏଥିରେ ଅନ୍ୟ ସାଧାରଣ ଲୋକ ଯିବେ।"

ଗାନ୍ଧିଜୀ କହିଲେ,
"ଯଦି ଆପଣ ଏହି ଡବାରେ ଅନ୍ୟ ସାଧାରଣ ଲୋକଙ୍କୁ ବସାଇବା ପାଇଁ ସ୍ଥିର କରିଛନ୍ତି, ତେବେ ମୁଁ କାହିଁକି ବସିବି ନାହିଁ ? ଏଠାରେ ଯିଏ ବସିବ ତାକୁ ବି ତ କଷ୍ଟ ହେବ।"

ଏହା ଶୁଣି ଗାର୍ଡ କହିଲା, "ବାପୁ, ସେମାନେ କଣ ଆପଣଙ୍କ ସମକକ୍ଷ ହେବ ? ଏଣୁ ମୋର ନିବେଦନ ଆପଣ ଏ ବଗି ବଦଳାଇ ଦିଅନ୍ତୁ ।"

ଗାନ୍ଧିଜୀ କହିଲେ, "ଭାଇ, ମୁଁ ତ ଏ ଡବା ବଦଳେଇବି ନାହିଁ । କାରଣ ଏଇଠି ଯିଏ ବସିବ ତାକୁ ବି ତ କଷ୍ଟ ହେବ । ଆପଣ ମୋତେ ଯେଉଁଠି ବସାଇଲେ ବି ମୁଁ ସେହି ଲୋକଟିର କଥା ଭାବି ଭାବି ବେଶୀ କଷ୍ଟ ପାଇବି । କାରଣ ମୋ ଯୋଗୁଁ ସେ କଷ୍ଟ ପାଇବ । ତେଣୁ ମୁଁ ଅନ୍ୟତ୍ର ଯାଇ ପାରିବି ନାହିଁ । ଯଦି ଆପଣ ଚାହୁଁଛନ୍ତି ଯେ ମୁଁ ଆରାମରେ ଯାତ୍ରା କରେ ତେବେ ଆପଣଙ୍କୁ ନିବେଦନ ଆପଣ ଗାଡ଼ିର ସବୁ ଡବା ଠିକ କରନ୍ତୁ । ଖାଲି ମୋ କଥା ନୁହେଁ, ସମସ୍ତଙ୍କ କଥା ଚିନ୍ତା କରନ୍ତୁ ।"

୨୯.୮.୧୭

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି ୨୯ ଅଗଷ୍ଟ ୨୦୧୭ ମଙ୍ଗଳବାର*
   *ଓଡ଼ିଆ ଭାଦ୍ରବ ମାସ* *ଶୁକ୍ଳ ପକ୍ଷ*   
    *ଅଷ୍ଟମୀ ତିଥି* ଅନୁରାଧା ନକ୍ଷତ୍ର*
    *ସୂର୍ଯ୍ୟ ଦକ୍ଷିଣାୟନ, ବିଛା ଚନ୍ଦ୍ର*
    *ଶରତ ଋତୁ, ଯୁଗାବ୍ଦ୫୧୧୯*
      *ବିକ୍ରମସମ୍ବତ୍ ୨୦୭୪*
           
💢💠💢💠💢💠💢💠
            ➖ *ସାହିତ୍ୟ ପ୍ରସାଦ !*➖
ଦାମିନୀ ନ ବୁଝେ ଆପଣାକାନ୍ତି
ଆପଣା ଶୋଭାରମୂଲ
ଗୋପନେ ଯେସନେ ସୁବାସ ଉଜାଡି
ଝରିପଡେ ବନଫୁଲ

      *ରୂପାୟିତା*_*ବିଦ୍ୟୁତ୍ ପ୍ରଭା*_
       *~~~~~~~~~~~~~~~~~~~*
      _*ବନ୍ଦେ ଉତ୍କଳ ଜନନୀ*_
  🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

Monday, 28 August 2017

*କୃପଣତାର ରହସ୍ୟ*

  ପ୍ରସିଦ୍ଧ ରସାୟନ ଶାସ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ରାୟ ପ୍ରତିଦିନ ସକାଳ ଜଳଖିଆରେ ଦୁଇଟି କଦଳୀ ଖାଉଥିଲେ ।  ଥରେ ତାଙ୍କର ଜଣେ ଛାତ୍ର, ସୁକାନ୍ତ ଜଳଖିଆ ପାଇଁ ଚାରୋଟି କଦଳୀ ନେଇ ଆସିଲା । ଏହା ଦେଖି ପ୍ରଫେସର ରାୟ ତାଙ୍କୁ କହିଲେ,
"ଆରେ ବାବା, ଏପରି ଖାଇଲେ ମୋ ଜଳଖିଆ ବ୍ୟୟ ଦୁଇ ଗୁଣ ବଢ଼ିଯିବ । ଆଜି ନେଇ ଆସିଲଣି ତ ଏଇ କଦଳୀ ଦୁଇଟି ରଖିଦିଅ । କିନ୍ତୁ କାଲି ଆଉ ପଅରି ଦିନ କେବଳ ଗୋଟିଏ ଲେଖାଏଁ କଦଳୀ ଆଣିବ ଯଦ୍ବାରା ଜଳଖିଆର ବ୍ୟୟ ଅଟକଳ ସମତୁଲ ହୋଇଯିବ ।"

ଛାତ୍ର ଜଣକ ମନକୁ ମନ ଭାବିଲା, ଏତେବଡ଼ ପ୍ରଫେସର ହୋଇ ବି କେତେ କୃପଣ ! ମାତ୍ର ଦୁଇଟି କଦଳୀ ପାଇଁ ଏତେ କଥା, କେତେ ଭାଷଣ !

ଏହି ଘଟଣାର କିଛି ଦିନ ପରେ ଜଣେ ବ୍ୟକ୍ତି ପ୍ରଫେସରଙ୍କ ପାଖକୁ ଆସିଲେ। ଜଣେ ଅଭାବଗ୍ରସ୍ତ ବ୍ୟକ୍ତିକୁ ଆର୍ଥିକ ସହାୟତା ପାଇଁ ନିବେଦନ କଲେ ।

ପ୍ରଫେସର ରାୟ ତୁରନ୍ତ ସୁକାନ୍ତକୁ ଡକାଇ ନିଜ ସଞ୍ଚୟ ଖାତାରେ କେତେ ଟଙ୍କା ଜମା ଅଛି  ବୋଲି ପଚାରିଲେ । ସୁକାନ୍ତ, ସଞ୍ଚୟ ଖାତା ଦେଖି କହିଲେ,
"ଆଜ୍ଞା, ପାଖା ପାଖି ସାଢ଼େ ତିନି ହଜାର ଟଙ୍କା ଅଛି ।"

ପ୍ରଫେସର ରାୟ ତୁରନ୍ତ ତିନି ହଜାର ଟଙ୍କାର ଚେକ ଟିଏ କାଟି  ଉକ୍ତ ଭଦ୍ରବ୍ୟକ୍ତିଙ୍କ ହାତକୁ ବଢ଼େଇଦେଲେ ।

ଉକ୍ତ ଭଦ୍ରବ୍ୟକ୍ତି ଯିବାପରେ ସୁକାନ୍ତ ଆଶ୍ଚର୍ଯ୍ୟ ହୋଇ ପଚାରିଲା,
"ସାର, ଯଦି ଖରାପ ନ ଭାବିବେ ପ୍ରଶ୍ନଟିଏ  ପଚାରନ୍ତି। ସେଦିନ ତ ଆପଣ କେବଳ ଦୁଇଟି କଦଳୀ ପାଇଁ ମୋତେ ଗାଳି କଲେ; ହେଲେ, ଅଚିହ୍ନା ଅଜଣା ଲୋକ ପାଇଁ ଆପଣ ତିନି ହଜାର ଟଙ୍କା ଦେଇଦେଲେ!"

ପ୍ରଫେସର ରାୟ ହସିଲେ।  କହିଲେ,
"ସୁକାନ୍ତ, ମୁଁ ଅଯଥା ବ୍ୟୟ ପ୍ରତି ସଦାବେଳେ ସଚେତନ ଥାଏ, ଏଥିପାଇଁ  ଯେ ଆବଶ୍ୟକ ସମୟରେ କୌଣସି ଅଭାବଗ୍ରସ୍ତ ଲୋକ ମୋ ଦୁରୁ ନିରାଶ ହୋଇ ନ ଫେରୁ।"

୨୮.୮.୧୭

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି ୨୮ ଅଗଷ୍ଟ ୨୦୧୭ ସୋମବାର*
   *ଓଡ଼ିଆ ଭାଦ୍ରବ ମାସ* *ଶୁକ୍ଳ ପକ୍ଷ*   
    *ସପ୍ତମୀ ତିଥି* *ବିଶାଖା ନକ୍ଷତ୍ର*
    *ସୂର୍ଯ୍ୟ ଦକ୍ଷିଣାୟନ ତୁଳା ଚନ୍ଦ୍ର*
    *ଶରତ ଋତୁ, ଯୁଗାବ୍ଦ୫୧୧୯*
      *ବିକ୍ରମସମ୍ବତ୍ ୨୦୭୪*
           
💢💠💢💠💢💠💢💠
            ➖ *ସାହିତ୍ୟ ପ୍ରସାଦ !*➖

ଅମୃତଲେପ ବୋଳିବାକୁ ଦିଅ
        ବିଶ୍ବବେଦନ କ୍ଷତେ
  ସତେ ଯେବେ ପ୍ରଭୁ ଅନ୍ତରଭରି
ଭଲପାଉଥାଅ ମୋତେ
     ମୋହରି କଷଣ ଯେସନେ ମୁଁ ଶତ
ପୀଡ଼ିତ ମରମେ ବୁଝେଁ
    ସକଳର ସ୍ନେହ ସମ୍ମାନ ଲାଗି
ବୀର ବିକ୍ରମେ ଯୁଝେଁ!
       *~~~~~~~~~~~~~~~~~~~*
      _*ବନ୍ଦେ ଉତ୍କଳ ଜନନୀ*_
  🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

Sunday, 27 August 2017

*ସମାଜର ଅର୍ଥକୁ ଛୁଇଁବି ନାହିଁ*

   ୨୦୦୬ ମସିହା ଶ୍ରୀରାମ ନବମୀ। ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ଶ୍ରୀରାମପୁରମ ଗ୍ରାମର ଘଟଣା।
ସେଦିନ ବନବାସୀ ସମାଜର କଲ୍ୟାଣ ପାଇଁ ସାରା ଦିନ ଅର୍ଥ ସଂଗ୍ରହ କରି ଚଉଦ ଶହ ଟଙ୍କା ଏକତ୍ରିତ କରିଥିଲା ସେହି ଗ୍ରାମର ନବମ ଶ୍ରେଣୀର ଛାତ୍ର ଦୁଷ୍ମନ୍ତ କୁମାର ବର୍ମା । ସଂଗୃହିତ ଅର୍ଥକୁ ସେ ଏକ କନା ମୁଣିରେ ରଖି ତାକୁ ନିଜ ବଖରାରେ ଝୁଲାଇ ଦେଇ ତାଳ ସଜ କାଟିବାକୁ ଗଲା ।

ତାଳ ସଜ କାଟୁ କାଟୁ ଅସାବଧାନତା ବଶତଃ ତା ଆଙ୍ଗୁଳି କଟିଗଲା । ପିଚପିଚ ରକ୍ତ ବହିବାକୁ ଲାଗିଲା । କଣ କରିବ ସେ କିଛି ବୁଝି ପାରିଲାନି। ସେ ଦୌଡ଼ି ଦୌଡ଼ି ତା ମାଆ ପାଖକୁ ଗଲା । ମାଆ ରକ୍ତ ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଲେ। ସମ୍ପର୍କୀୟ କାହାକୁ ଫୋନ ଲଗାଇଲେ।ହେଲେ କଥା ହେବାଲାଗି ମୋବାଇଲରେ ଅର୍ଥ ନ ଥିଲା । ତେଣୁ ସେ ଦୁଷ୍ମନ୍ତକୁ କହିଲେ, "ପୁଅ, ତୋ ମୁଣିରୁ ୧୦ ଟଙ୍କା ବାହାର କର । ମୋବାଇଲ ଖାତାରେ ଭରିବା।"

ଦୁଷ୍ମନ୍ତ କହିଲା, "ନା ମା' ଏହା ଭଗବାନଙ୍କ ପଇସା । ଏହାକୁ ଛୁଅଁ ନାହିଁ।"
ମାଆ କହିଲେ, "ପୁଅ, ଦଶ ଟଙ୍କା ବଦଳରେ ମୁଁ ତୋତେ କାଲି କୋଡ଼ିଏ ଟଙ୍କା ଦେବି। ଏବେ ଦେଇଥା।"
ମାତ୍ର ଦୁଷ୍ମନ୍ତ ରାଜି ହେଲା ନାହିଁ ।

ଶେଷକୁ ଚିକିତ୍ସା ଲାଗି ମାଆ, ତାକୁ ପାଖ ଡାକ୍ତରଙ୍କ ପାଖକୁ ନେଇ ଗଲେ ।

ଡାକ୍ତର ଦେଖିଲେ ବହୁତ ରକ୍ତ ବହିଯାଇଛି। ପିଲାଟା ବି ଦୁର୍ବଳ ଦେଖା ଗଲାଣି। ସେ ବିରକ୍ତ ହୋଇ କହିଲେ, "ବାଜେ ପିଲାମାନେ ଏପରି ସବୁ ଗଣ୍ଡଗୋଳ କରନ୍ତି | ପାଠଶାଠ ନାହିଁ। ଟିକିଏ କାଣ୍ଡଜ୍ଞାନ ବି ନାହିଁ।"
ଏହା ଶୁଣିବା ମାତ୍ରେ ଦୁଷ୍ମନ୍ତ ପ୍ରତିବାଦ କରି କହିଲା, "ନା ଡାକ୍ତର ବାବୁ, ମୁଁ ସେପରି ପିଲା ନୁହେଁ। ସାରା ଦିନ ମୁଁ ବନବାସୀ ଭାଇମାନଙ୍କ ପାଇଁ ଅର୍ଥ ସଂଗ୍ରହ କରି ଚଉଦଶହ ଟଙ୍କା ଏକାଠି କରିଛି ।"
ଡାକ୍ତର ଏକଥା ବିଶ୍ୱାସ କଲେ କି ନାହିଁ ଜଣା ନାହିଁ। ତେବେ ଆଉ ବିଳମ୍ବ ନକରି ତୁରନ୍ତ ଚିକିତ୍ସାରେ ଲାଗିଗଲେ।

ଆଙ୍ଗୁଳି ସିଲାଇ ହେଉଥିବା ସମୟରେ ଦୁଷ୍ମନ୍ତ "ପରୋପକାରାୟ ଫଳନ୍ତି ବୃକ୍ଷାଃ, ପରୋପକାରାୟ  ଦୋହନ୍ତି ଗାଵଃ" ଆଦି ଅନେକ ସୁଭାଷିତ ଗାଉଥିଲା । ଡାକ୍ତର ଏଥିରେ ଅତ୍ୟନ୍ତ ପ୍ରଭାବିତ ହେଲେ । ବାଳକର ସଂସ୍କାର ଓ ପ୍ରତିଭା ଦେଖି ସେ ଆନନ୍ଦ ପ୍ରକାଶ କଲେ। ଚିକିତ୍ସା ଖର୍ଚ୍ଚ ବାବଦକୁ ପନ୍ଦର ଶହ ଟଙ୍କା ଛାଡ଼ କରିବା ସହ ତାର ଆବଶ୍ୟକ ଔଷଧ ଖର୍ଚ୍ଚ ମଧ୍ୟ ଦେଇଦେଲେ ।

କହିବା ବାହୁଲ୍ୟ, ପିଲାଟିକୁ ଏସବୁ ସଂସ୍କାର ସଙ୍ଘ ଶାଖାରୁ ହିଁ ମିଳିଥିଲା ।

୨୭.୮.୧୭

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି ୨୭ ଅଗଷ୍ଟ ୨୦୧୭ ରବିବାର*
   *ଓଡ଼ିଆ ଭାଦ୍ରବ ମାସ* *ଶୁକ୍ଳ ପକ୍ଷ*   
    *ଷଷ୍ଠୀ ତିଥି* *ସ୍ବାତୀ ନକ୍ଷତ୍ର*
    *ସୂର୍ଯ୍ୟ ଦକ୍ଷିଣାୟନ ତୁଳା ଚନ୍ଦ୍ର*
    *ଶରତ ଋତୁ, ଯୁଗାବ୍ଦ୫୧୧୯*
      *ବିକ୍ରମସମ୍ବତ୍ ୨୦୭୪*
           
💢💠💢💠💢💠💢💠
            ➖ *ସାହିତ୍ୟ ପ୍ରସାଦ !*

ମାନସେ ଆକାଂକ୍ଷା ଯାର
     ନାହିଁ ଦିନେ ପର ସେବା ବ୍ରତ
ସୁବିପୁଳ ଦେହ ଘେନି
  ସେ ଜୀବନ ହେବ କି ମହତ
    ପରଲାଗି ଦେହୁ ଯେହୁ ବିନ୍ଦୁ ମିତ
ରକ୍ତ କରେ ଦାନ
    ସେହି ଆତ୍ମା ବିଶ୍ବେ ଲଭେ ଚିରକାଳ
*ଅମର ସମ୍ମାନ*
       *~~~~~~~~~~~~~~~~~~~*
      _*ବନ୍ଦେ ଉତ୍କଳ ଜନନୀ*_
  🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

Saturday, 26 August 2017

*ମାତୃଭୂମିର ସେବା*

୧୯୫୪ ମସିହାର କଥା ।
ଶ୍ରୀଗୁରୁଜୀଙ୍କ ଓଡ଼ିଶା ପ୍ରବାସ ସମୟରେ ଏକ ବୁଦ୍ଧିଜୀବୀ ବୈଠକ ରଖାଯାଇଥାଏ । ନିର୍ଦ୍ଧାରିତ ସମୟରେ ବୈଠକ ଆରମ୍ଭ ହେବା ପରେ ବୁଦ୍ଧିଜୀବୀମାନେ ବିଭିନ୍ନ ପ୍ରଶ୍ନ ପଚାରୁଥାନ୍ତି ଏବଂ ଶ୍ରୀଗୁରୁଜୀ ସବୁ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇଚାଲିଥାନ୍ତି । ଜଣେ ଓକିଲ ପ୍ରତ୍ୟେକ କଥା ପରେ କିଛି ଲଘୁ ମନ୍ତବ୍ୟ ଦେଉଥାନ୍ତି । ବୈଠକ ସମାପ୍ତି ବେଳକୁ ଉକ୍ତ ଓକିଲ ମହାଶୟ କହିଲେ ------ "So Guruji, you want that we all should help you."
"ତେବେ ଗୁରୁଜୀ, ଆପଣଙ୍କ କଥାର ସାରାଂଶ ଏଇଆ ଯେ ଦେଶ ଲାଗି ଆମେ ସବୁ ଆପଣଙ୍କୁ ସାହାଯ୍ୟ କରିବା କଥା..!"
ଶ୍ରୀଗୁରୁଜୀ ଭଦ୍ର ଅଥଚ ଗମ୍ଭୀର ସ୍ୱରରେ ଉତ୍ତର ଦେଲେ ---"Prostitutes are being helped. Motherland is served not helped.
Say, I would serve the motherland.
" ବେଶ୍ୟାମାନେ ସାହାଯ୍ୟ ଦରକାର କରନ୍ତି, ଦେଶ ମାତୃକା ନୁହେଁ। ଏ ଜନ୍ମମାଟି, ଏ ମାତୃଭୂମି ତା ସନ୍ତାନର ସେବା ଲୋଡୁଛି, ସାହାଯ୍ୟ ଭିକ୍ଷା ନୁହଁ। ବରଂ କୁହ ଯେ ମୁଁ ମୋ ମାତୃଭୂମିର ସେବା କରିବି।"
ଗୁରୁଜୀଙ୍କ ଦୃଢ଼ ଉତ୍ତର ଶୁଣି ସଭାସ୍ଥଳରେ ନୀରବତା ଖେଳିଗଲା। ନିଜକୁ ମହାଜ୍ଞାନୀ ମଣୁଥିବା ଓକିଲ ମହାଶୟ ମୁହଁ ଲୁଚାଇ ସେଠାରୁ ଖସି ଚାଲି ଯିବାକୁ ରାସ୍ତା ପାଉନଥିଲେ।

୨.୭.୧୭

*ମୁକ୍ତି ପାଗଳର ଖୁସୀ*

କ୍ରାନ୍ତିକାରୀ ଖୁଦିରାମ ବୋଷଙ୍କୁ  ଫାସୀ ହେବାର ଥିଲା । ଜଣେ ଇଂରେଜ ତାଙ୍କ ପାଖକୁ ଆସିଲା । ଦେଖିଲା, ସେ ଖୁସିରେ ଗୀତ ଗାଉଛନ୍ତି । ତାଙ୍କର ଖୁସୀ ଦେଖି ସେହି ଅଫିସର ଜଣକ ଆଶ୍ଚର୍ଯ୍ୟ ହୋଇଗଲା । ତାଙ୍କ ହାତରେ ଗୋଟେ ପାଚିଲା ଆମ୍ବ ଥିଲା । ସେ ଖୁଦିରାମଙ୍କୁ କହିଲା, "ଖୁଦିରାମ ନିଅ ଆମ୍ବ ଖାଅ ।" ଖୁଦିରାମ ନିଃସଂକୋଚ ଭାବରେ ଆମ୍ବ ନେଲେ । ଅଫିସର ଜଣକ ସେଠାରୁ ଚାଲିଗଲା । କିଛି ସମୟ ପରେ ସେହି ଅଫିସର ଫେରିଲା ଏବଂ ଦେଖିଲା ଯେ ସେ ଦେଇଥିବା ଆମ୍ବ ଝରକାରେ ଥୁଆ ହୋଇଛି । ସେ ଖୁଦିରାମ ପାଖକୁ ଯାଇ କହିଲା, "ଖୁଦିରାମ ତୁମେ ସେ ଆମ୍ବ ଖାଇଲ ନାହିଁ କାହିଁକି ?"
ଏହା କହି ସେ ସେହି ଆମ୍ବକୁ ନିଜେ ଉଠେଇ ନେଲା । ଉଠାଇବାରୁ ଦେଖିଲା ଯେ ଆମ୍ବ ଭିତରଟା ପୋଲା ଅଛି । ବସ୍ତୁତଃ ଖୁଦିରାମ ଆମ୍ବ ଶୋଷି ଖାଇଲା ପରେ ତାକୁ ଫୁଲାଇ ଦେଇ ପୁଣି ଝରକା ଉପରେ ରଖିଦେଇଥିଲେ ଏବଂ ତାହା ଗୋଟା ଆମ୍ବ ଭଳି ଦେଖାଯାଉଥିଲା । ଅଫିସର ହାତରେ ଫମ୍ପା ଆମ୍ବକୁ ଦେଖି ଖୁଦିରାମ ଜୋରରେ ହସି ଉଠିଲେ । ଇଏ ସେଇ ଖୁଦିରାମ ଯାହାର ଆଉ କିଛି ଘଣ୍ଟା ପରେ ଫାସୀ ହେବାର ଥିଲା । ତାଙ୍କର ଖୁସୀ ଦେଖି ଅଫିସର ଜଣକ ନିଜକୁ ରୋକି ପାରିଲା ନାହିଁ, ବିସ୍ମିତ ମନରେ ସେ ଖୁଦିରାମଙ୍କୁ ପଚାରିଲା, "ଖୁଦିରାମ ତୁମକୁ ମରିବାକୁ ଡର ଲାଗୁ ନାଇଁ ?"

ଖୁଦିରାମ ସେତିକି ଖୁସିରେ କହିଲେ, "ଆଜାଦୀର ପାଗଳମାନେ ମରଣକୁ ଡରନ୍ତି ନାହିଁ । ମୃତ୍ୟୁ ନିଜେ ଏମାନଙ୍କୁ ଡରୁଥାଏ ।"

୨୯.୬.୧୭

*ରାଷ୍ଟ୍ରଭିମାନର ତ୍ୟାଗପତ୍ର*

  ୧୯୨୯ ମସିହାର କଥା । ଅସହଯୋଗ ଆନ୍ଦୋଳନ ଚାଲୁଥିଲା । ସ୍ୱାଧୀନତାରେ ମତ୍ତ-ପ୍ରାୟ ଲୋକେ ଗାନ୍ଧିଜୀଙ୍କ ନେତୃତ୍ୱରେ ପୂର୍ଣ୍ଣ ଅସହଯୋଗ କରୁଥିଲେ । ଇଂରେଜ ସରକାର ଏହି ଆନ୍ଦୋଳନକୁ ଦମନ କରିବାପାଇଁ ଚାହୁଁଥିଲା । ସେହି ସମୟରେ ବିକାନେର ରାଜ୍ୟର ରାଜା ଥିଲେ ଗଙ୍ଗା ସିଂହ । ସେ ଜଣେ କୁଶଳୀ ପ୍ରଶାସକ ଥିଲେ ଏବଂ ଗୁଣୀମାନଙ୍କୁ ଆଦର କରୁଥିଲେ । ଦେଶର ବହୁ ବିଦ୍ୱାନଙ୍କୁ ସେ ବିକାନେର ନେଇ ଆସୁଥିଲେ । ସେମାନଙ୍କ ମଧ୍ୟରେ ଜଣେ ଥିଲେ ବାବୁ ସମ୍ପୂର୍ଣ୍ଣାନନ୍ଦ । ରାଜା ତାଙ୍କୁ ଡୁଙ୍ଗୁର କଲେଜର ଅଧ୍ୟକ୍ଷ ଭାବେ ନିଯୁକ୍ତି କଲେ ।

ସେହି ସମୟର ପ୍ରସଙ୍ଗ । ଦିନେ ରାଜା ଗଙ୍ଗା ସିଂହ ଭ୍ରମଣ ସାରି ପ୍ରାସାଦକୁ ଫେରୁଥିଲେ । ବାଟରେ ଥିବା କଲେଜ ଛାତ୍ରାବାସ କାନ୍ଥରେ ଟଙ୍ଗା ହୋଇଥିବା ଗାନ୍ଧିଜୀଙ୍କ ଫଟୋ ଉପରେ ହଠାତ ତାଙ୍କ ଦୃଷ୍ଟି ପଡ଼ିଗଲା । ସେ ସଙ୍ଗେ ସଙ୍ଗେ ଗାଡ଼ି ଅଟକାଇ ସେଠାରେ ଥିବା ଛାତ୍ରମାନଙ୍କୁ ପଚାରିଲେ -- "ମୋ ରାଜ୍ୟରେ ଗାନ୍ଧୀଙ୍କ ଫଟୋ ଲଗାଇଥିବା ବ୍ୟକ୍ତି କିଏ ?"
ଜଣାପଡ଼ିଲା ଯେ ସେହି କକ୍ଷଟି ଛାତ୍ରାବାସର ୱାର୍ଡ଼ନ ଶ୍ରୀ ଶିବ ମୂର୍ତ୍ତି ସିଂହଙ୍କର ଏବଂ ଏ ଫଟୋ ସେ ହିଁ ଲଗାଇଛନ୍ତି । ସେହି ସମୟରେ ରାଜା ତାଙ୍କୁ କିଛି କହିଲେ ନାହିଁ । ମାତ୍ର ପରଦିନ ରାଜା କଲେଜ ଅଧ୍ୟକ୍ଷଙ୍କୁ ଡକାଇ କହିଲେ, ପ୍ରଫେସର ସାହେବ ! ଏବେ ତ ଛାତ୍ରାବାସ ମଧ୍ୟ ବିଦ୍ରୋହୀମାନଙ୍କ ଦୁର୍ଗ ହେବାରେ ଲାଗିଛି । କାଲି ମୁଁ ଛାତ୍ରାବାସ କାନ୍ଥରେ ଗାନ୍ଧୀଙ୍କ ଫଟୋ ଟଙ୍ଗା ହୋଇଥିବା ଦେଖିଲି । ଆପଣ ସେ ଫଟୋ କାଢ଼ି ନିଅନ୍ତୁ । ଅନ୍ୟଥା ମୋତେ ଏମିତି କଂଗ୍ରେସୀ ପ୍ରଫେସର ଦରକାର ନାହିଁ । ବାବୁ ସମ୍ପୂର୍ଣ୍ଣାନନ୍ଦ ଗମ୍ଭୀରତା ସହ ଏହା ଶୁଣିଲେ । ତା'ପରେ କହିଲେ, କ୍ଷମା କରନ୍ତୁ । ଯଦି ମହାତ୍ମା ଗାନ୍ଧୀଙ୍କର ଫଟୋ  ଲଗାଇବା ଅପରାଧ ତେବେ ଏହି ଅପରାଧ ମୁଁ ବାରମ୍ବାର କରେ । କାରଣ ମୋ କକ୍ଷରେ ମଧ୍ୟ ମୁଁ ତାଙ୍କ ଚିତ୍ର ଲଗାଇଛି । ଭଲ ହେବ ଆପଣ ମୋତେ ମଧ୍ୟ ବାହାର କରିଦିଅନ୍ତୁ । ଏହା କହି ସେ ସଙ୍ଗେ ସଙ୍ଗେ ତ୍ୟାଗପତ୍ର ଲେଖି ରାଜାଙ୍କୁ ଧରାଇଦେଲେ ଏବଂ ସେ ସ୍ଥାନ ପରିତ୍ୟାଗ କଲେ । ତାଙ୍କର ରାଷ୍ଟ୍ରାଭିମାନୀ ମନ ସେ ରାଷ୍ଟ୍ରଦ୍ରୋହୀ ରାଜାଙ୍କ ରାଜ୍ୟରେ କ୍ଷଣେ ମାତ୍ର ରହିବାକୁ ପସନ୍ଦ କଲା ନାହିଁ ।

୧.୭.୧୭

*ଲାହୋର ମୋତେ ଦେଇପାରିବେ?*

୧୯୬୫ ଭାରତ ପାକିସ୍ତାନ ଯୁଦ୍ଧ ସମୟର ପ୍ରସଙ୍ଗ ।
ଗୋଳାବାରୁଦ ବର୍ଷୁଥିବା ସମୟରେ ଅମୃତସର ଜିଲ୍ଲାର ସ୍ୱୟଂସେବକମାନେ ଭାରତୀୟ ସୈନିକମାନଙ୍କ ପାଇଁ ଦୁଧ ଓ ପାଉଁରୁଟି ବ୍ୟବସ୍ଥା କରୁଥିଲେ । ସୈନିକମାନେ ଚିନ୍ତା କରୁଥିଲେ ଯଦି ଆମେ ଯୁଦ୍ଧରେ ଶହୀଦ ହୋଇଯାଉ ତେବେ ଆମ ପରିବାରର ବୋଝ ସରକାର ବହନ କରିବେ । କିନ୍ତୁ ଯଦି ଏଇ ସ୍ୱୟଂସେବକମାନଙ୍କର କିଛି ହୋଇଯାଏ ତେବେ ଏମାନଙ୍କ ପରିବାର କଥା କିଏ ବୁଝିବ ? ଏଭଳି ଚିନ୍ତା ଏମାନଙ୍କ ମନକୁ କେମିତି ଆସୁ ନାହିଁ ? ଏମାନେ କେବଳ ଆମ ଚିନ୍ତାରେ ନିମଗ୍ନ ରହି ଆମର ସେବା କରୁଛନ୍ତି ! ପ୍ରକୃତରେ ସ୍ୱୟଂସେବକମାନଙ୍କ ସେବାଭାବ ଦେଖି ସୈନିକମାନଙ୍କୁ ଦ୍ବିଗୁଣିତ ଉତ୍ସାହ ପ୍ରାପ୍ତ ହେଉଥିଲା । ଜଣେ ସୈନିକ ଅଧିକାରୀ ଆନନ୍ଦିତ ହୋଇ ସ୍ୱୟଂସେବକମାନଙ୍କୁ ପୁରସ୍କାର ଦେବାକୁ ଇଚ୍ଛା ପ୍ରକାଶ କଲେ । ଏହା ଶୁଣି ଜଣେ କିଶୋର ସ୍ୱୟଂସେବକ କହିଲା - "ମୁଁ ଯାହା ମାଗିବି ଆପଣ ଦେଇ ପାରିବେ ତ ?" ଅଧିକାରୀ ହଁ କରିବାରୁ ସ୍ୱୟଂସେବକ ଜଣକ କହିଲା - "ଏଇ ସାମନାରେ ଯେଉଁ ଲାହୋର ନଗର ଦିଶୁଛି ସେହି ଲାହୋରକୁ ମୋତେ ଦେଇପାରିବେ ?"

୩୦.୬.୧୭

*ବିଦୁଳା-ସଞ୍ଜୟ ସମ୍ବାଦ*

ମହାଭାରତରେ ଗୋଟିଏ ସୁନ୍ଦର କାହାଣୀ ଅଛି । ବିଦୁଳା ନାମ୍ନୀ ଜଣେ ରାଣୀ ଥିଲେ । ସେ ନିଜର ପୁତ୍ର ସଞ୍ଜୟକୁ ଯୁଦ୍ଧ କ୍ଷେତ୍ରକୁ ପଠାଇଲେ, କିନ୍ତୁ ସଞ୍ଜୟ ଭୀତତ୍ରସ୍ତ ହୋଇପଡ଼ିଲେ । ସେ ଶତ୍ରୁଙ୍କଠାରୁ ପଛଘୁଞ୍ଚା ଦେଇ ଯୁଦ୍ଧ ଭୂମିରୁ ଫେରି ଆସିଲେ । ଏହିପରି ବିମୂଢ଼ ଅବସ୍ଥାରେ ପୁତ୍ରକୁ ଦେଖି ବିଦୁଳା ଦୁର୍ଗର ଦ୍ୱାର ବନ୍ଦ କରିଦେବାକୁ ନିର୍ଦ୍ଦେଶ ଦେଲେ ଓ ପୁତ୍ରକୁ ଭୀଷଣ ଭର୍ସନା କଲେ । ମାତା ପୁତ୍ରଙ୍କ ମଧ୍ୟରେ ଏଇ କଥୋପକଥନ "ବିଦୁଳା-ସଞ୍ଜୟ ସମ୍ବାଦ" ନାମରେ ଖ୍ୟାତ ।
ଏଥିରେ ବିଦୁଳା ପୁତ୍ରକୁ ଶିକ୍ଷା ଦେଇଥିଲେ ଯେ କିପରି ଭାବରେ ଜଣେ ବୀର ଯୋଦ୍ଧା ଯୁଦ୍ଧ କ୍ଷେତ୍ରରେ ନିଜକୁ ପରିଚାଳନା କରିବ । ଏଇ ଶିକ୍ଷା ଦେବା ପରେ ସେ ପୁତ୍ରକୁ ଯୁଦ୍ଧକ୍ଷେତ୍ରକୁ ଯାଇ ବିଜୟୀ ହୋଇ ଫେରିବାକୁ ନିର୍ଦ୍ଦେଶ ଦେଲେ । କାଳବିଳମ୍ବ ନ କରି ସଞ୍ଜୟ ଯୁଦ୍ଧକ୍ଷେତ୍ରକୁ ଯାଇ ଅପୂର୍ବ ବୀରତ୍ୱ ପ୍ରଦର୍ଶନ ପୂର୍ବକ ବିଜୟୀ ହେଲେ ଓ ସମ୍ମାନର ସହିତ ମାଆଙ୍କ ନିକଟକୁ ଫେରିଆସିଲେ ।

୩.୭.୧୭

*ମନୋବୈଜ୍ଞାନିକ ମାପଦଣ୍ଡ*

ଆଦି ଶଙ୍କରାଚାର୍ଯ୍ୟ ଏଵଂ ପଣ୍ଡିତ ମଣ୍ଡନ ମିଶ୍ରଙ୍କ ମଧ୍ୟରେ ଶାସ୍ତ୍ରାର୍ଥ ଚାଲିଥାଏ। ମଣ୍ଡନ ମିଶ୍ରଙ୍କର ପତ୍ନୀ ଭାରତୀ ସେମାନଙ୍କର ବିଚାରକ ଥାଆନ୍ତି । ତର୍କ ଆଉ ବ୍ୟାଖ୍ୟାରେ କେହି କାହାକୁ ଉଣା ନୁହନ୍ତି। ଏମିତି ଆଲୋଚନା ପର୍ଯ୍ୟାଲୋଚନା ଦୀର୍ଘ ଷୋହଳ ଦିନ ଧରି ଚାଲିଲା। ହେଲେ  କେହି ବି ପଛଘୁଞ୍ଚା ଦେବା ପରି ଜଣା ପଡୁ ନଥାନ୍ତି । ଶେଷରେ, ଭାରତୀ  ଘୋଷଣା କଲେ ଯେ, ନିର୍ଣ୍ଣୟ ଘୋଷଣା କରିବାର ଅନ୍ତିମ ସମୟ ଉପଗତ।
ତେବେ ତତକ୍ଷଣାତ  କୌଣସି ଏକ ଜରୁରୀ କାମ ସ୍ମରଣ ଆସିବାରୁ ତାଙ୍କୁ ବାହାରକୁ ଯିବାକୁ ପଡ଼ିଲା ।

ସ୍ଥାନ ଛାଡ଼ିବା ପୂର୍ବରୁ ଭାରତୀ ଉଭୟ ପ୍ରତିଯୋଗୀଙ୍କ ଗଳାରେ ଗୋଟିଏ ଲେଖାଏଁ ଫୁଲମାଳ ପକାଇ ଦେଇ କହିଲେ -
"ଆପଣମାନେ ଶାସ୍ତ୍ରାର୍ଥ ଚଳାଇ ରଖନ୍ତୁ । ମୋର ଅନୁପସ୍ଥିତିରେ ମୋ କାର୍ଯ୍ୟ ଏଇ ଫୁଲମାଳ କରିବେ ।"

ଜରୁରୀ କାମ ସମାପ୍ତ ପୂର୍ବକ ପ୍ରତ୍ୟାବର୍ତ୍ତନ ପରେ ଭାରତୀ ନିଜ ପତିଙ୍କର ପରାଜୟ ତଥା ଆଦି ଶଙ୍କରଙ୍କ ବିଜୟ ଘୋଷଣା କଲେ ।

ଏହା ଶୁଣି ସମବେତ ଜନତା ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ଲୋକମାନଙ୍କର ଜିଜ୍ଞାସା ଶାନ୍ତ କରିବାକୁ ଯାଇ ଦେବୀ ଭାରତୀ ସ୍ମିତା ହସି କହିଲେ -
"ଯେତେବେଳେ ବିଦ୍ୱାନ ପରାଜିତ ହେବାକୁ ବସେ, ସେତେବେଳେ ତା ମନରେ କ୍ରୋଧ ଉତ୍ପନ୍ନ ହୁଏ । ମୋର ପତି ଶାସ୍ତ୍ରାର୍ଥରେ ପଛରେ ପଡ଼ି ଯିବାରୁ ନିଜକୁ ଦୁର୍ବଳ ବୋଲି ଭାବି ରାଗିଗଲେ; ଏଣୁ ତାଙ୍କ ଗଳାରେ ଥିବା ସତେଜ ପୁଷ୍ପମାଳା ଶରୀରର ଉତ୍ତାପରେ  ମଳିନ ପଡ଼ିଗଲା । ଅଥଚ ଶଙ୍କରାଚାର୍ଯ୍ୟଙ୍କର ମାଳା ଏବେ ବି  ସତେଜ ରହିଛି । ଏହା ହିଁ ଆଦି ଶଙ୍କରଙ୍କ ବିଜୟର ରହସ୍ୟ ।"

  ଭାରତୀଙ୍କ ନିର୍ଣ୍ଣୟରେ ଉପସ୍ଥିତ ପଣ୍ଡିତ ଓ ସାଧାରଣ ଜନତା ସନ୍ତୁଷ୍ଟ ହେଲେ ।

୪.୭.୧୭

*କର୍ମଫଳ*

ରାଜା ପାଣ୍ଡୁ, ନିଜ ମନରେ ଉଠିଥିବା ଏକ ପ୍ରଶ୍ନର ସମାଧାନ ନିମନ୍ତେ ଜଣେ ସନ୍ଥଙ୍କ ନିକଟରେ ପହଞ୍ଚିଲେ । ପାଣ୍ଡୁଙ୍କ  ଆଗମନ ଦେଖି ସନ୍ଥ ପଚାରିଲେ - "ରାଜନ! ଆପଣ କେଉଁ ଉଦ୍ଦେଶ୍ୟରେ ଆସିଛନ୍ତି ?" ପାଣ୍ଡୁ  ସନ୍ଥଙ୍କୁ ପ୍ରଣାମ କରି ପ୍ରଶ୍ନ କଲେ - "ମହାଭାଗ! ମୋତେ ସ୍ୱର୍ଗ ଓ ନର୍କ କ'ଣ, ଏହା ପ୍ରାପ୍ତିର ମାର୍ଗ ସମ୍ପର୍କରେ ବୁଝାଇ ଦିଅନ୍ତୁ ।"
ସନ୍ଥ ଏହାଶୁଣି କହିଲେ - "ରାଜନ! ଏ ଦୁଇଟି ଏହି ଧରିତ୍ରୀରେ ଅଛି । ଏହା ପ୍ରତ୍ୟେକ ପ୍ରାଣୀ ନିଜ କର୍ମ ଅନୁସାରେ ଭୋଗ କରିଥାନ୍ତି । ଯେଉଁମାନେ ସତ୍, ମଙ୍ଗଳମୟ କାର୍ଯ୍ୟ କରିଥାନ୍ତି ସେମାନେ ସ୍ୱର୍ଗ ପ୍ରାପ୍ତି ହୋଇଥାନ୍ତି । ଦୁରାଚାରୀ, ନୀତିଭ୍ରଷ୍ଟ ଲୋକମାନେ ନର୍କଗାମୀ ହୋଇଥାନ୍ତି ।"
ପାଣ୍ଡୁ ଏହାଶୁଣି କହିଲେ - "ମହାଭାଗ! ମୁଁ ଆପଣଙ୍କ କହିବାର ଅଭିପ୍ରାୟ ବୁଝି ପାରୁନାହିଁ ।" ଏହାଶୁଣି ସନ୍ଥ ପରଦିନ ପ୍ରାତଃ କାଳରେ ତାଙ୍କ ନିକଟକୁ ଆସିବା ପାଇଁ କହିଲେ । ପରଦିନ ପ୍ରତ୍ୟୁଷରୁ ପାଣ୍ଡୁ ସନ୍ଥଙ୍କ କୁଟୀରକୁ ଆସିଲେ । ସନ୍ଥ ତାଙ୍କୁ ଅନୁସରଣ କରିବା ନିମନ୍ତେ ପାଣ୍ଡୁଙ୍କୁ ନିର୍ଦ୍ଦେଶ ଦେଲେ ।
ପ୍ରଥମେ ସନ୍ଥ ପାଣ୍ଡୁଙ୍କୁ ନେଇ ଜନୈକ ବ୍ୟାଧ ଗୃହରେ ପହଞ୍ଚିଲେ । ବ୍ୟାଧ ପଶୁପକ୍ଷୀଙ୍କୁ ମାରି ସେମାନଙ୍କ ମାଂସ ବିକ୍ରିକରି ଜୀବନ ନିର୍ବାହ କରୁଥାଏ । କୁତ୍ସିତ ବୃତ୍ତି ଆଦରିଥିବାରୁ ତା'ର ଜୀବନରେ ଶାନ୍ତି ନ ଥାଏ । ସର୍ବଦା ଅଶାନ୍ତି ଭିତରେ କାଳ କାଟୁଥିବାର ଚିହ୍ନ ତା'ର ମୁଖମଣ୍ଡଳରୁ ଜଣାପଡୁଥାଏ । ତା'ର ପିଲାମାନେ କୁମାର୍ଗରେ ଯାଇ ଭ୍ରଷ୍ଟ ହୋଇଯାଇଥାନ୍ତି ବୋଲି ପାଣ୍ଡୁ ଜାଣିବାକୁ ପାଇଲେ ।
ସେଠାରୁ ଜଣେ ବାରଙ୍ଗନା ଗୃହରେ ଯାଇ ପହଞ୍ଚିଲେ । ଯୁବତୀ ଅବସ୍ଥାରେ  ବାରଙ୍ଗନା ଅନେକ ଲୋକଙ୍କୁ ପଥଭ୍ରଷ୍ଟ କରାଇ ପ୍ରଚୁର ଧନ ଉପାର୍ଜନ କରିଥିଲା । ଯୌବନ ଓ ସମ୍ପଦର ମୋହରେ ସଂସାରର ସତ୍ୟକୁ ଭୁଲିଯାଇଥିଲା । ଏବେ ପରିଣତ ବୟସରେ ରୋଗଗ୍ରସ୍ତ ହୋଇ ସେ ବିଛଣାରେ ପଡ଼ି ରହିଥାଏ । ସେବା କରିବାକୁ ପାଖରେ କେହି ନ ଥାନ୍ତି । ତିଳ ତିଳକରି କଷ୍ଟପ୍ରଦ ମୃତ୍ୟୁ ଯନ୍ତ୍ରଣା ଭୋଗ କରୁଥିବା ଲକ୍ଷ୍ୟ କଲେ ପାଣ୍ଡୁ ।
ସେଠାରୁ ଜଣେ ଗୃହସ୍ଥ ନିକଟରେ ପହଞ୍ଚିଲେ । କଠୋର ପରିଶ୍ରମ କରି ସେ ନିଜର ପରିବାର ପ୍ରତିପୋଷଣ କରୁଥିଲେ । କାମରୁ ଯେତେବେଳେ ଅବସର ମିଳୁଥିଲା ସେତେବେଳେ ଈଶ୍ଵରଙ୍କ ନାମ ଜପରେ ସମୟ ଅତିବାହିତ କରୁଥିଲେ । ସନ୍ତାନମାନଙ୍କୁ ସେ ଉପଯୁକ୍ତ ସଂସ୍କାର ଦେଇଥିଲେ । ସେମାନେ ସୁଶୀଳ ଓ ତାଙ୍କର ଆଜ୍ଞାବହ
ଥିଲେ । ସ୍ତ୍ରୀ, ପୁତ୍ର, କନ୍ୟା, ପିତାମାତାଙ୍କୁ ନେଇ ଆନନ୍ଦରେ ତାଙ୍କର ସାଂସାରିକ ଜୀବନ ଅତିବାହିତ କରୁଥିଲେ । ଘରେ ସୁଖ, ଶାନ୍ତିର ବାତାବରଣ ବିରାଜମାନ କରୁଥିଲା ।
ଶେଷରେ ଏକ ତପସ୍ୱୀଙ୍କ କୁଟୀରରେ ପହଞ୍ଚିଲେ । ସେଠାରେ ପରମଶାନ୍ତି ବାତାବରଣ ଥିଲା । ମହାତ୍ମା ଈଶ୍ୱରୋପାସନାରେ ମଗ୍ନ ଥାଆନ୍ତି । ଶିଷ୍ୟମାନେ କୁଟୀରର  ଶାନ୍ତ ପରିବେଶରେ ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରୁଥାନ୍ତି । ତପସ୍ୱୀଙ୍କ ମୁଖମଣ୍ଡଳ ଅପୂର୍ବ ଦୀପ୍ତିରେ ଉଦ୍ଭାସିତ ହେଉଥିଲା ।
ସନ୍ଥ ପାଣ୍ଡୁଙ୍କୁ ବୁଝାଇଦେଲେ - "ରାଜନ! ଚାରିଜଣଙ୍କୁ ତ ଦେଖିଲ, ସେମାନଙ୍କ ଅବସ୍ଥା ସମ୍ପର୍କରେ ଜାଣିଲ । ପ୍ରତ୍ୟେକେ ଆପଣା କର୍ମ ଅନୁସାରେ ଫଳ ପାଇଥାନ୍ତି । ସ୍ୱକୃତ କର୍ମର ଫଳକୁ ନେଇ ଏଠି ପ୍ରତ୍ୟେକ ମନୁଷ୍ୟ କିପରି ସ୍ୱର୍ଗର ସୁଖ ଓ ନରକର ଦୁଃଖ ଭୋଗ କରୁଛନ୍ତି ତାହା ସ୍ୱଚକ୍ଷୁରେ ଦେଖିଲ । ଏଥିରେ ଈଶ୍ୱର କିମ୍ବା ଅନ୍ୟ କାହାରି କୌଣସି ଦୋଷ ନାହିଁ । ସବୁକିଛି ସ୍ୱକୃତ କର୍ମ ଅନୁସାରେ ହିଁ ପ୍ରାପ୍ତ ହେଉଛି ।"
ଏବେ ପାଣ୍ଡୁ ସନ୍ଥ କହିଥିବା କଥାର ଅଭିପ୍ରାୟ ବୁଝିପାରିଲେ । ବାସ୍ତବ ସତ୍ୟ ଏହା ଯେ ଦୁର୍ଲଭ ମନୁଷ୍ୟ ଜନ୍ମ ପାଇ ଅଧିକରୁ ଅଧିକ ବ୍ୟକ୍ତି ଆସକ୍ତି ବଶତଃ ଘୋର ଦୁଷ୍କର୍ମରେ ଲିପ୍ତ ହୋଇ ନରକର ଦୁଃଖକୁ ଜାଣିଶୁଣି ଆମନ୍ତ୍ରଣ କରୁଛନ୍ତି । ସେମାନେ ଭୁଲିଯାଉଛନ୍ତି ଯେ ସ୍ୱକୃତ କର୍ମର ଫଳ (ଭଲ ହେଉ କି ଖରାପ ହେଉ ) ଏହା ନିଶ୍ଚିତ ସେମାନଙ୍କୁ ଭୋଗ କରିବାକୁ ପଡ଼ିବ । ଏଥିରେ ଦୈଵ କିମ୍ବା ଭାଗ୍ୟ କାହାରି ଭୂମିକା ନାହିଁ ।

୫.୭.୧୭