୧. ପ୍ରଥମ କଥା ହେଲା ବୈଦିକ ଶବ୍ଦର ଅର୍ଥ କରିବା ସମୟରେ ଗୋଟିଏ କଥା ଧ୍ୟାନ ଦେବାକୁ ପଡ଼େ ଯେ ଏହା ସରଳ ନୁହେଁ, କିନ୍ତୁ ଯୌଗିକ ଅଟେ। ଏଣୁ ଗୋଟିଏ ଶବ୍ଦର ଅନେକ ଅର୍ଥ ଥାଏ। ପ୍ରସଙ୍ଗ ଅନୁସାରେ ଶବ୍ଦର ଅର୍ଥ ବଦଳୁଥାଏ।
୨. ମନ୍ତ୍ର ମାନଙ୍କର ବ୍ୟାଖ୍ୟା କରିବା ସମୟରେ ଶବ୍ଦ ଗୁଡ଼ିକର ଅର୍ଥ ତିନି ସ୍ତରରେ କରାଯାଇପାରେ।
୧. ଆଧ୍ୟାତ୍ମିକ
୨. ଆଧିଦୈବିକ
୩. ଆଧିଭୌତିକ
ଉଦାହରଣ ସ୍ଵରୂପ ପୁରୁଷ ଶବ୍ଦକୁ ନେବା। ସାଧାରଣତଃ ପୁରୁଷ ମାନେ ମନୁଷ୍ୟ। କିନ୍ତୁ ବୈଦିକ ଶବ୍ଦ ଯୌଗିକ ହୋଇଥିବାରୁ ଏହାର ଅର୍ଥ କେବଳ ମନୁଷ୍ୟରେ ସୀମିତ ନାହିଁ।
ପୁରୁଷର ଅର୍ଥ ପୁର୍ + ଉଷ = ପୁର୍ ରେ ରହିବା ଲୋକ।
ଏହାର ବ୍ୟାଖ୍ୟା କରିବା ସମୟରେ
୧. ଆଧିଭୌତିକ ଅର୍ଥରେ ହେବ ନଗରରେ ରହିବା ଲୋକ
୨. ଆଧିଦୈବିକ ଅର୍ଥରେ ହେବ ଏହି ଜଗତ ରୂପୀ ପୁରରେ ରହୁଥାଏ ଯେ ଅର୍ଥାତ୍ ଦେବତା
୩. ଆଧ୍ୟାତ୍ମିକ ଅର୍ଥରେ ଶରୀର ରୂପୀ ପୁରରେ ରହିବାବାଲା ଅର୍ଥାତ୍ ଜୀବାତ୍ମା
ଏଣୁ ଏହାକୁ ଧ୍ୟାନ ଦେଇ ବୈଦିକ ଶବ୍ଦର ଅର୍ଥ ଜାଣିବା ଆବଶ୍ୟକ।
ପ୍ରାଚୀନ କାଳରେ ବେଦର କିଛି ଅଂଶ ଯେଉଁମାନେ ଭାଷ୍ୟ କରିଛନ୍ତି ଏପରି ଅନେକଙ୍କ ନାମ ହେଲା -
ସ୍କନ୍ଦ ସ୍ୱାମୀ, ଉଦ୍ଗୀଥ, ହରିସ୍ୱାମୀ, ବରରୁଚି, ଆନନ୍ଦ ତୀର୍ଥ, ଭରତ ସ୍ୱାମୀ।
ବର୍ତ୍ତମାନ ସମୟରେ ବେଦ ଭାଷ୍ୟର ତିନିଟି ଧାରା ମିଳୁଛି
୧. ଏବେ ଯେଉଁ ପ୍ରାଚୀନ ଭାଷ୍ୟ ଚାରି ବେଦର ମିଳେ ଯାହାକୁ ମେକ୍ସମୁଲାର ଅନୁବାଦ କରିଥିଲେ ତାହା ସାୟଣାଚାର୍ଯ୍ୟଙ୍କ ଭାଷ୍ୟ ଅଟେ। ଏହି ଭାଷ୍ୟ ମୁଖ୍ୟତଃ ଇତିହାସ ଓ ଯଜ୍ଞଭିତ୍ତିକ।
୨. ଦ୍ଵିତୀୟ ପ୍ରକାର ହେଲା ୟାସ୍କାଚାର୍ଯ୍ୟଙ୍କ ନିରୁକ୍ତ ଉପରେ ଆଧାରିତ। ସେ ବେଦରେ ବିଜ୍ଞାନକୁ ଅଭିବ୍ୟକ୍ତ କରିଛନ୍ତି। ବର୍ତ୍ତମାନ କାଳରେ ସେହି ଧାରାକୁ ପୁନର୍ଜୀବିତ କରିବାର ଚେଷ୍ଟା ସ୍ୱାମୀ ଦୟାନନ୍ଦ ସରସ୍ବତୀ କରିଛନ୍ତି। ତାଙ୍କର ଏହି ଅମୂଲ୍ୟ ଅଵଦାନକୁ ଯୋଗୀ ଅରବିନ୍ଦ ମୁକ୍ତ କଣ୍ଠରେ ପ୍ରଶଂସା କରିଛନ୍ତି।
୩. ତୃତୀୟ ପ୍ରକାର ହେଲା ଯୋଗୀ ଅରବିନ୍ଦଙ୍କ ଭାଷ୍ୟ। ଏହି ଭାଷ୍ୟ ଆଧ୍ୟାତ୍ମିକ ଅଟେ। ଏହା ସମ୍ପୂର୍ଣ୍ଣ ବେଦର ନୁହେଁ ପରନ୍ତୁ କିଛି ସୂକ୍ତର ଭାଷ୍ୟ ସେ କରିଛନ୍ତି।
ଏହାଛଡ଼ା ପଣ୍ଡିତ ଶ୍ରୀପାଦ ଦାମୋଦର ସାତବଳେକରଙ୍କର ହିନ୍ଦୀରେ ଚାରି ବେଦର ଭାଷ୍ୟ ଅଛି।
ସେହିପରି ଗାୟତ୍ରୀ ପରିବାରର ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କର ମଧ୍ୟ ବେଦ ଭାଷ୍ୟ ମିଳୁଛି।
୩୦.୧୦.୧୯

No comments:
Post a Comment