ଆଜି ଦ୍ଵାଦଶୀ। ବାରଦିନର ସଙ୍କେତରେ ବାରବର୍ଷର ସେହି ଲକ୍ଷ୍ମୀହୀନ ଅଭିଶାପ ଆଜି ଖଣ୍ଡିତ ହେବ। ବାରବର୍ଷ କାଳ ବାରଦ୍ୱାର ଶୁଣ୍ଢି ପିଣ୍ଡା ବୁଲି ବୁଲି ଜଗନ୍ନାଥ ଆଜି ପୁଣି ଦେଉଳ ଭିତରକୁ ଫେରିବେ ଓ ଲକ୍ଷ୍ମୀଙ୍କ ପରଷା ଖାଇ ତାଙ୍କର ବିଶ୍ୱ କ୍ଷୁଧା ନିବାରିତ ହେବ।
ନୀଳାଦ୍ରି ବିଜେ ଦ୍ଵାଦଶୀ ବିଧିରେ ଏହି ସବୁ ସାଂସ୍କୃତିକ ତଥା ଆଧ୍ୟାତ୍ମିକ ସଂଘର୍ଷ ଓ ସମନ୍ଵୟରେ ବିଭିନ୍ନ ପର୍ଯ୍ୟାୟ ଅଭିନୀତ ହୋଇଥାଏ। ଏହା ଦେଖିବା ପାଇଁ ଅନ୍ୟ ବର୍ଷ ମାନଙ୍କରେ ପ୍ରବଳ ଜନ ସମାଗମ ହୋଇଥାଏ। କିନ୍ତୁ ଏ ବର୍ଷ ସିଂହଦ୍ଵାର ସାମନାରେ କୁଆ ଉଡୁଥିଲା। ଝଡ଼ ବର୍ଷା ପୁଣି ନାନା ଆତଙ୍କର କକୁଆ ଭୟରେ ଯାତ୍ରୀମାନେ କ୍ଷେତ୍ର ଛାଡ଼ି ପଳାଇଥିଲେ।
ଜଗନ୍ନାଥେ ରତ୍ନ ସିଂହାସନରେ ବିଜେ ହେବା ପୂର୍ବରୁ ଅନେକ ବିଧି ପାଳନ ହୁଏ। କିନ୍ତୁ ଅମିନଚାନ୍ଦଙ୍କ ଉପସ୍ଥିତି ପାଇଁ କେଇ ଦିନ ହେବ ସବୁ ପ୍ରକାର ଅଘଟଣ ଲାଗିରହିଛି। ଆଜି ମଧ୍ୟ ଅଖଣ୍ଡ ଦୀପ ଲିଭିଗଲା। ଜଗନ୍ନାଥ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ।
କ୍ରମଶଃ...
୧୨.୨.୧୯

No comments:
Post a Comment