Sunday, 3 February 2019

*ଓଡ଼ିଆତ୍ୱର ଅଭିମାନ*

ଜଗୁନିର କଥାରେ ସନ୍ତୁଷ୍ଟ ହେଲେ ରାଜା। ପରବର୍ତ୍ତୀ ଯୋଜନା ସମ୍ବନ୍ଧରେ ସେ ସାନ ପରିଚ୍ଛାଙ୍କ ସହ କଥା ହେଉଥାନ୍ତି - "ଏ ପର୍ଯ୍ୟନ୍ତ ମୋଗଲ ଫୌଜଦାରମାନେ ଜଗନ୍ନାଥଙ୍କୁ ଲାଞ୍ଛନା କରୁଥିଲେ, ଏଣିକି କିନ୍ତୁ ଅମିନଚାନ୍ଦଙ୍କ ପରି ହିନ୍ଦୁ କୁଳାଙ୍ଗାରଙ୍କ ହାତରେ ଜଗନ୍ନାଥ ଘୋର ଲାଂଛିତ ହେବେ; ମାତ୍ର ତୁମେ ଯେ ସାନ ପରିଚ୍ଛା ହୋଇ ଦେଉଳରେ ଆଉ ରହିପାରିବ, ତାହାର କିନ୍ତୁ କୌଣସି ସମ୍ଭାବନା ନାହିଁ। ବିରୋଧୀ ତାଲିକାରେ ତୁମ ନାଁ ବହୁଦିନୁ ଉଠି ସରିଛି।"

ସାନ ପରିଚ୍ଛା ବିଷ୍ଣୁ ମହାପାତ୍ର ବୟସରେ ଯୁବକ, ପୁଣି ଓଡ଼ିଆତ୍ୱର ଅଭିମାନରେ ସେ ଖୁବ୍ ସ୍ପର୍ଦ୍ଧିତ। ଜଗନ୍ନାଥ ଓ ପୁରୀ ମନ୍ଦିର ସହିତ ତାଙ୍କର ସମ୍ପର୍କ ସ୍ମରଣାତୀତ ପରମ୍ପରା ଉପରେ ପ୍ରତିଷ୍ଠିତ। ଅତୀତରେ ତାଙ୍କର ପୂର୍ବପୁରୁଷମାନେ ଜଗନ୍ନାଥଙ୍କୁ ମୋଗଲ ଲାଞ୍ଛନାରୁ ରକ୍ଷା ପାଇବା ପାଇଁ କମ୍ ଅକୁତୋଭୟତା ଓ ଦୁଃସାହସର ପରିଚୟ ଦେଇ ନ ଥିଲେ। ସେହିସବୁ ସ୍ମୃତି ଓ ଅଭିମାନର ଉଦ୍ ବୋଧନ ସାନ ପରିଚ୍ଛା ଯେପରି ତାଙ୍କର ରକ୍ତ କଣିକାରେ ଶୁଣି ପାରୁଥିଲେ।

କ୍ରମଶଃ...

୩.୨.୧୯

No comments: