ମାଣିକପାଟଣା ମୁହାଁଣ ଠାରେ ଚିଲିକା ଗର୍ଭରେ ରାମଚନ୍ଦ୍ରଦେଵ, ଲହରୀର କ୍ରୁର ଆକ୍ରମଣ ଓ ଘୁର୍ଣ୍ଣାବର୍ତ୍ତର କରାଳ ଭ୍ରୁକୁଟୀ ବିରୁଦ୍ଧରେ ସଂଗ୍ରାମ କରି ଅରଖକୁଦା ଘାଟ ଆଡ଼କୁ ଡଙ୍ଗା ବାହୁଥିବା ବେଳେ ପୁରୀ ଚୂଡ଼ଙ୍ଗସାହିରେ ସୁନା ମାହାରୀ କୋଠାରେ ଗୋଟିଏ ଗମ୍ଭୀରା ଭିତରେ ଅମିନଚାନ୍ଦ ମଖମଲ ଗଦୀ ଉପରେ, ମାଣ୍ଡି ଦେହରେ ଆଉଜି ସୁରା ସ୍ପନ୍ଦିତ କଣ୍ଠରେ ଭାଗୀରଥୀ କୁମାରଙ୍କୁ ସମ୍ଭାଷଣ ଦେଇ କହୁଥିଲା - "ଆସନ୍ତୁ, ପଧାରନ୍ତୁ କୁମାର ! ଆପଣ କିନ୍ତୁ ବହୁ ବିଳମ୍ବରେ ଆସିଲେ। ଆଉ ଟିକେ ଶୀଘ୍ର ଆସି ପହଞ୍ଚିଥିଲେ ଏ ଧର୍ମଚ୍ୟୁତ ଖୋର୍ଦ୍ଧା ରାଜା ଜଗନ୍ନାଥ ମହାପ୍ରଭୁଙ୍କର ଛେରାପହଁରା କଦାପି କରିପାରି ନ ଥାନ୍ତେ। ସେ ଛେରାପହଁରା କରିବା ଦ୍ୱାରା ପ୍ରତ୍ୟେକ ଧର୍ମ ବିଶ୍ୱାସୀ ହିନ୍ଦୁ ପ୍ରାଣରେ କେବଳ ଗଭୀର ଆଘାତ ଲାଗି ନାହିଁ, ବରଂ ହିନ୍ଦୁ ଧର୍ମର ମର୍ଯ୍ୟାଦା ଉପରେ ଗଭୀର ଆଘାତ ଆଣିଛି।"
ହେଉ ଛାଡ଼, ଯାହା ହେବାର ତ ହେଲାଣି ଏବେ ଆଗ କଥା ଚିନ୍ତା କରିବା। ଆପଣ ଖୋର୍ଦ୍ଧାର ରାଜ ଗାଦି ସମ୍ଭାଳିବା ପାଇଁ ପ୍ରସ୍ତୁତ ହୋଇଯାନ୍ତୁ।
କୁମାର - "ମହାରାଜା ଥାଉଁ ଥାଉଁ ମୁଁ ଖୋର୍ଦ୍ଧା ଗାଦିରେ ବସିବି କିପରି ?
ଅମିରଚାନ୍ଦ - କିଏ ମହାରାଜା ?
ଯବନିର ପାଣି ଗ୍ରହଣ କରି ଧର୍ମଚ୍ୟୁତ ହୋଇଥିବା ଆପଣଙ୍କ ପିତା ??
ମୁକ୍ତିମଣ୍ଡପର ଅନ୍ୟାୟ ନିଷ୍ପତ୍ତିରେ ସେ ଛେରାପହଁରା କରିଥାଇ ପାରନ୍ତି, କିନ୍ତୁ ଶ୍ରୀମନ୍ଦିର ମଧ୍ୟକୁ ତାଙ୍କର ପ୍ରବେଶ ନିଷେଧ।
କୁମାର - "ମନେରଖ ଅମିନଚାନ୍ଦ, ମହାରାଜା ରାମଚନ୍ଦ୍ରଦେଵ ସ୍ବେଚ୍ଛାରେ ଧର୍ମଚ୍ୟୁତ ହୋଇ ନାହାଁନ୍ତି। ବଳ ପ୍ରୟୋଗ କରି ତାଙ୍କୁ ଧର୍ମଚ୍ୟୁତ କରାଯାଇଛି।"
କ୍ରମଶଃ...
୪.୨.୧୯

No comments:
Post a Comment