Thursday, 7 February 2019

*ଆପଣ ପ୍ରସ୍ତୁତ ରୁହନ୍ତୁ*

ଅମିନଚାନ୍ଦ ପାଖକୁ କଟକରୁ ଚିଠି ଆସିଥିଲା -  ଭାଗିରଥୀ କୁମାର ଯଦି ପୁରୀରେ ପହଞ୍ଚି ଥିବେ ତେବେ ତାଙ୍କୁ ଯଥାଶୀଘ୍ର ଖୋର୍ଦ୍ଧା ପଠାଇ ସେଠାରେ ସିଂହାସନରେ ଅଭିଷିକ୍ତ କରାଇବା ପାଇଁ। ରାଜା ହେବା ପୂର୍ବରୁ ପାରମ୍ପରିକ ବିଧାନ ଅନୁସାରେ ଯେପରି ଜଗନ୍ନାଥଙ୍କ ଠାରେ ଶାଢ଼ୀ ବାନ୍ଧିବା କଥା, ତାହା ଯେପରି ଯଥାବିଧି ପାଳିତ ହୁଏ ଦେଖିବ। ନହେଲେ ଖୋର୍ଦ୍ଧା ସିଂହାସନରେ ତାଙ୍କୁ ସ୍ୱୀକୃତି ମିଳିବ ନାହିଁ।

ମହାରାଜା ରାମଚନ୍ଦ୍ରଦେଵଙ୍କ ଆକସ୍ମିକ ଅନ୍ତର୍ଦ୍ଧାନ ସମ୍ବାଦରେ ଭାଗିରଥି କୁମାର ଯେତେ ବିସ୍ମିତ ହୋଇ ନଥିଲେ ସେତେ ବେଶୀ କୌତୁହଳୀ ହୋଇପଡ଼ି ଥିଲେ। ରାମଚନ୍ଦ୍ରଦେଵଙ୍କ ସହ ତାଙ୍କର ପୁତ୍ର ସୁଲଭ ଆବେଗଗତ ସମ୍ପର୍କ ନ ଥିବାରୁ ତାଙ୍କୁ ଦୁଃଖ ଲାଗୁ ନଥିଲା।

ଅମିନଚାନ୍ଦ କହିଲା, "ଆପଣ ପ୍ରସ୍ତୁତ ରୁହନ୍ତୁ କୁମାର ସାହେବ। ନୀଳାଦ୍ରିବିଜେ ବାସୀ ଦିନ ଖୋର୍ଦ୍ଧା ସିଂହାସନରେ ଆପଣଙ୍କ ଅଭିଷେକ ବଢ଼ିବ।"

କ୍ରମଶଃ...

୭.୨.୧୮

No comments: