ଜଗନ୍ନାଥଙ୍କ ନୀତି କରିବାକୁ କିଛି ସରଞ୍ଜାମ ନ ଥିଲା। ସବୁ ଅସୁବିଧାରେ କାମ ଚଳାଯାଉଥିଲା। ଏ ଦୁର୍ଦ୍ଦିନକୁ ନେଇ ରାମଚନ୍ଦ୍ରଦେବ ଚିନ୍ତା କରୁଥିଲେ ଓଡ଼ିଆ ଜାତି ଭାଗ୍ୟରେ ମଧ୍ୟ ଆଜି ଠିକ ଏହିପରି ଅବସ୍ଥା। ମରିବାଠାରୁ ଘୋଷଡ଼ା ବଳି ପଡିଛି। ଓଡ଼ିଆ ଜାତି ମଧ୍ୟ ଏହିପରି ଭାବରେ ଆଜି ନିଃସ୍ୱ ଓ ସର୍ବସ୍ୱାନ୍ତ। ସବୁ ଯାଇଛି, ଅଛି କେବଳ ଦୁର୍ଜ୍ଜୟ ଅଭିମାନ।
ରତ୍ନ ସିଂହାସନରେ ମହାସମ୍ପର୍କ ଛାଡ଼ି, ଓଡ଼ିଆ ଜାତିର ଅଭିମାନ ବିଶ୍ଵମାନରେ ଜଗନ୍ନାଥ, ଏ କେଉଁ ବନ ଭୂମିରେ ଆସି ପଡ଼ିଲେ, ତାହା ଚିନ୍ତା କରିବା ମାତ୍ରେ, ରାମଚନ୍ଦ୍ରଦେବ ବିସ୍ମୟ ଓ ବିଷାଦରେ ମୁହ୍ୟମାନ ହୋଇ ପଡୁଥିଲେ।
କେଉଁ ଅସମାଧିତ, ଗହନ ରହସ୍ୟର ପ୍ରତିରୂପ ଏଇ ଜଗନ୍ନାଥ ? ସମୟର କେଉଁ ଆଦିମ ପ୍ରଭାତରେ, ପ୍ରଳୟ ପ୍ରୟୋଧି ଜଳରେ କେଉଁ ଧ୍ୱଂସ ଲୀଳା ମଧ୍ୟରୁ ମହାଦାରୁ ଖଣ୍ଡେ ଦାରୁ ରୂପରେ ଭାସି ଆସିଥିଲେ ଏହି ଶେଷଦେବ ?
କ୍ରମଶଃ
୧୭-୦୨-୨୦୧୯

No comments:
Post a Comment