ଅମିନଚାନ୍ଦ ହୁକା ନଳୀଟା ଦୁଇ ଓଠରେ ଚାପି କିଛି ସମୟ ନୀରବରେ ଧୂଆଁ ଛାଡ଼ିଲା। ତା' ପରେ ଶେଷ ନିଷ୍ପତ୍ତି ଜଣାଇ ଦେବାପରି କଣ୍ଠରେ କହିଲା - "ବେଶ, ତା'ହେଲେ ସେହି କଥା ମୁଁ ମହାରାଣୀ ଲଳିତାଙ୍କୁ ଜଣାଇ ଦେଉଛି। କିନ୍ତୁ ମନେରଖ ଭାଗୀରଥୀ କୁମାର, ତୁମ ପିତା ହାଫିଜ କାଦର ଆଉ କଦାପି ରାଜା ହୋଇପାରିବେ ନାହିଁ।"
ଭାଗୀରଥୀ କୁମାର ଚିନ୍ତା କଲେ ଏମାନେ ଷଡ଼ଯନ୍ତ୍ର କରି ଯଦି ବାପାଙ୍କୁ ରାଜା କରାଇ ଦେବେ ନାହିଁ, ତେବେ ମୋତେ ଦିଆଯାଇଥିବା ପ୍ରସ୍ତାବକୁ ମୁଁ ଅସ୍ବୀକାର କରିବି କାହିଁକି ? ମୁଁ ତ ତାଙ୍କର ଏକମାତ୍ର ଉତ୍ତରାଧିକାରୀ। ତେଣୁ ସେ ଅମିନଚାନ୍ଦକୁ ନିଜ ସମର୍ଥନ ଜଣାଇଦେଲେ।
ଅମିନଚାନ୍ଦ ଦେଖିଲା, ତା'ର ପ୍ରଥମ ଯୋଜନା ସଫଳ ହୋଇଯାଇଛି। ଏବେ ସେ ଦ୍ଵିତୀୟ ଯୋଜନା ସ୍ୱରୂପ ଭାଗୀରଥୀ କୁମାରଙ୍କୁ ଶ୍ରୀମନ୍ଦିର ପରିଚାଳନା ସମିତିରୁ ସମ୍ପୂର୍ଣ୍ଣ ଅପସାରିତ କରିଦେବାକୁ ଚାହୁଁଥିଲା। ସେ ସେହି ସମିତିର ମୁଖିଆ ହୋଇ ନିଜେ ରହିବାକୁ ଚାହୁଁଥିଲା।
ତେଣୁ ସେ ହିନ୍ଦୁଦ୍ରୋହୀ ରାକ୍ଷସ ଗୋଲାମ ଅମିନଚାନ୍ଦ ଏବେ ଅସଲି ହିନ୍ଦୁ କାର୍ଡ଼ ଥୋପ ବ୍ୟବହାର ପୂର୍ବକ କହିଲା, ହେ ରାଜକୁମାର ! ମୁଁ ଜଣେ ହିନ୍ଦୁ। ଆପଣ ମଧ୍ୟ ହିନ୍ଦୁ। ଜଗନ୍ନାଥ ହେଉଛନ୍ତି ଆମର ଆରାଧ୍ୟ ଦେବତା। ମୁଁ ବଞ୍ଚି ଥାଉଁ ଥାଉଁ ଖୋର୍ଦ୍ଧା ସିଂହାସନ ଓ ଜଗନ୍ନାଥଙ୍କ ଲାଂଚ୍ଛନା ସହିବି କିପରି ? ଆପଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ମୋତେ କେତେ କଷ୍ଟ ସହିବାକୁ ପଡୁଛି। କିନ୍ତୁ ମନେ ରଖନ୍ତୁ କୁମାର ! ଖୋର୍ଦ୍ଧା ଆପଣଙ୍କ ପାଇଁ ଭଲ। ପୁରୀରେ ଆପଣଙ୍କୁ କେହି ଚିହ୍ନନ୍ତି ନାହିଁ। ତେଣୁ ପୁରୀ କାମ ମୋ ଉପରେ ଛାଡ଼ି ଦିଅନ୍ତୁ।
କ୍ରମଶଃ...
୫.୨.୧୯

No comments:
Post a Comment