ଅମିନଚାନ୍ଦ ଓ ରାଜକୁମାରଙ୍କ ଭିତରେ କଥା ଚାଲିଥିବା ବେଳେ କଟକରୁ ଦୂତ ଆସି ଖବର ଦେଲା ଯେ ହାଫିଜ କାଦର କୁଆଡ଼େ ନିଖୋଜ ହୋଇଯାଇଛନ୍ତି। ଅମିନଚାନ୍ଦ ଭାବିଲା ମୋ ଗୁପ୍ତ ଯୋଜନାର ଟେର ବୋଧେ ହାଫିଜ କାଦର ପାଇଗଲେ।
ତକୀ ଖାଁ ଓ ଅମିନଚାନ୍ଦର ଯୋଜନା ଥିଲା ହାଫିଜ କାଦରକୁ କଏଦୀ କରି କଟକ ଜେଲରେ ରଖିବା। ଅବଶ୍ୟ ଏହା ଏତେ ସହଜ ନ ଥିଲା। କାରଣ ଏବେ ରଥଯାତ୍ରା ସମୟରେ ଶ୍ରୀମନ୍ଦିରର ସେବକମାନେ ହାଫିଜକାଦର ପକ୍ଷରେ ଥିଲେ ଓ ଅମିନଚାନ୍ଦକୁ ଘୋର ବିରୋଧ କରିଥିଲେ। ଏତିକିବେଳେ ପୁଣି ଖବର ଆସିଲା ସାନ ପରିଚ୍ଛାଙ୍କ ଖବର ମିଳୁ ନାହିଁ।
ଅମିନଚାନ୍ଦ ମନେ ମନେ ହଠାତ୍ ସ୍ଥିର କରିନେଲା ଯେ ରାମଚନ୍ଦ୍ରଦେଵ ମରାଠା ମାନଙ୍କ ସହ ଯୋଗସୂତ୍ର ସ୍ଥାପନ କରିବା ପାଇଁ ହୁଏତ ନାଗପୁର ବହାରିଯାଇଛନ୍ତି। ସେ ତକୀ ଖାଁ କୁ ବିତାଡ଼ିତ କରିବା ପାଇଁ ଓ ଶ୍ରୀମନ୍ଦିରକୁ ସୁରକ୍ଷିତ ରଖିବା ପାଇଁ ମରାଠାଙ୍କ ସହାୟତା ଲୋଡୁଥିବେ।
କ୍ରମଶଃ...
୬.୨.୧୯

No comments:
Post a Comment