Sunday, 11 November 2018

*ଦୋଷ ଲୁଚାଇବାର ବେଳ*

ଅଖଣ୍ଡ ଭାରତ କଥା କହି ନିର୍ବାଚିତ ହୋଇଥିବା ଦଳ ଯେତେବେଳେ ବିଶ୍ୱାସଘାତ କରି ଦେଶ ବିଭାଜନ କରିଦେଲା ସେତେବେଳେ ସାରାଦେଶରେ ସେହି ଦଳ ଦେଶଭକ୍ତ ଜନତାଙ୍କ ରୋଷର ଶିକାର ହେବା ସ୍ବାଭାବିକ ଥିଲା। ଓଡ଼ିଶାରେ ମଧ୍ୟ ଅଖଣ୍ଡ ଭାରତର ପରମ ସମର୍ଥକ ଥିଲେ ପଣ୍ଡିତ ନୀଳକଣ୍ଠ ଦାସ। ଏହିପରି ଦେଶଭକ୍ତମାନେ ଦେଶର ନେତୃତ୍ୱ ପ୍ରତି ଆସ୍ଥା ହରାଇ ଦେଇଥିଲେ।

ଅପର ପକ୍ଷରେ ସଙ୍ଘ ପ୍ରତି ସାରା ଦେଶରେ ଲୋକମାନଙ୍କର ଆସ୍ଥା ବଢ଼ି ବଢ଼ି ଚାଲିଥିଲା।

ଭାରତକୁ ଖଣ୍ଡିତ କରିଥିବା ସରକାର ଏଥିପାଇଁ ସଙ୍ଘକୁ ଶତ୍ରୁ ବୋଲି ଭାବିବା ଆରମ୍ଭ କରିଦେଲା। ସେହି ସରକାର ମୌକା ଖୋଜୁଥିଲା ତା'ର ରାସ୍ତାରୁ ସଙ୍ଘ ରୂପୀ କଣ୍ଟାକୁ ସଫା କରିଦେବା ପାଇଁ।

ଏହି ମୌକା ତାକୁ ମିଳିଗଲା ୩୦ ଜାନୁଆରୀ ୧୯୪୮ ସନ୍ଧ୍ୟାରେ। ସାରା ଦେଶ ଯେତେବେଳେ ମହାତ୍ମାଗାନ୍ଧୀଙ୍କ ହତ୍ୟା ପାଇଁ ଶୋକରେ ମଗ୍ନ ଥିଲା, କ୍ରୋଧରେ ହତ୍ୟାକାରୀକୁ ଧିକ୍କାର କରୁଥିଲା, ଠିକ୍ ସେତିକିବେଳେ ଏ ଦେଶର ନେତୃତ୍ୱ ଜନ ଭାବନାକୁ ଅଲଗା ଦିଗରେ ମୋଡ଼ିବାକୁ ଗାନ୍ଧିଜୀଙ୍କ ଚିତ୍ତାରେ ରୋଟି ସେକିବା ଆରମ୍ଭ କରିଦେଲା। ଫଳତଃ ସେଦିନ ସନ୍ଧ୍ୟାରେ ଭାରତର ମସ୍ତକରେ କଳଙ୍କ କାଳିମା ବିଶ୍ୱ ଦେଖିବା ପରେ, ଠିକ୍ ତା' ପର ଦିନ ଦେଖିଲା ନିର୍ଦୋଷ, ନିରପରାଧଙ୍କ ଉପରେ ଅତ୍ୟାଚାରର ଦୁଃଖଦାୟକ ଓ ଲଜ୍ଜାଜନକ ଘଟଣା। ବିନା ପରୀକ୍ଷା ନିରୀକ୍ଷାରେ ଏ ଦେଶର ନେତୃତ୍ୱ ଘୋଷଣା କରିଦେଲେ ଗାନ୍ଧୀଙ୍କ ହତ୍ୟାକାରୀ ହେଲା ଆର ଏସ ଏସ। ଆକାଶବାଣୀ ଓ ଖବରକାଗଜରେ ଏଇ ମନଗଢ଼ା ମିଥ୍ୟାକୁ ଦିନରାତି ପ୍ରଚାର କରାଗଲା। ପରିଣାମସ୍ୱରୂପ ସେହି ଖବରକୁ ଖାଣ୍ଟି ସତ୍ୟ ଭାବି ସାରା ଦେଶର କଂଗ୍ରେସ କର୍ମୀମାନେ ଓ ସଙ୍ଘ ବିରୋଧୀ ତତ୍ତ୍ୱମାନେ ସଙ୍ଘ କର୍ମୀଙ୍କ ପ୍ରତି ପ୍ରତିଶୋଧ ନେବା ଆରମ୍ଭ କରିଦେଲେ।
ଦେଶ ସାରା ସେମାନଙ୍କ ମୁହଁରୁ ଶୁଣାଗଲା ରକ୍ତର ଜବାବ ରକ୍ତରେ ଦେବୁ। ପୁଣି ସରକାର ଦ୍ୱାରା ଆଉ ଏକ ମିଥ୍ୟା ପ୍ରଚାର କରାଗଲା ଯେ ଆର ଏସ ଏସର କର୍ମୀମାନେ ଗାନ୍ଧୀଙ୍କ ହତ୍ୟାରେ ସବୁ ଶାଖାରେ ମିଠାଇ ବାଣ୍ଟିଛନ୍ତି, ବାଣ ଫୁଟାଇଛନ୍ତି, ଖୁସି ପାଳନ କରିଛନ୍ତି ଇତ୍ୟାଦି।

କ୍ରମଶଃ...

୧୧.୧୧.୧୮

No comments: