Tuesday, 6 November 2018

*ସେହି ଅଶୁଭ ସନ୍ଧ୍ୟା*

ସେଦିନ ଥିଲା ଶୁକ୍ରବାର।
୩୦ ଜାନୁଆରୀ ୧୯୪୮ର ସେହି ଅଶୁଭ ଅପରାହ୍ନ। ଭାରତର ଇତିହାସରେ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ କ୍ଷଣ। ଏହି ଅପରାହ୍ନରେ ଗୁଳି ମାରି ଗାନ୍ଧିଜୀଙ୍କୁ ନିର୍ମମ ହତ୍ୟା କରାଗଲା। ଅପରାହ୍ନ ୫ ଟା ବାଜି କିଛି କ୍ଷଣ ଅତିକ୍ରମ କରିଥାଏ। ଗାନ୍ଧିଜୀ ଦିଲ୍ଲୀର ବିର୍ଲା ଭବନର ପ୍ରାଙ୍ଗଣକୁ ପ୍ରାର୍ଥନା ସଭା ପାଇଁ ଯାଇଥିଲେ। ଆଉ କିଛି ସମୟ ପରେ ସେ ସେଠିକାର ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥାନ୍ତେ। ଠିକ୍ ତା ପୂର୍ବରୁ ହତ୍ୟାକାରୀ ପିସ୍ତଲରୁ ଗୁଳିଗୁଡ଼ିକ ଯାଇ ଧାଉଁ ଧାଉଁ ଶବ୍ଦ କରି ଗାନ୍ଧିଜୀଙ୍କ ବକ୍ଷ ଭେଦ କଲା। 'ହେ ରାମ' ଉଚ୍ଚାରଣ କରି ଭରାତମାତାଙ୍କ ଶ୍ରେଷ୍ଠ ସନ୍ତାନ ଭୂମିରେ ଟଳି ପଡ଼ିଲେ। ରାମ ରାଜ୍ୟର ସ୍ବପ୍ନକୁ ସାକାର କରିବାର ଅତୃପ୍ତ ଆକାଂକ୍ଷା ନେଇ ସେ ଚିର ନିଦ୍ରାରେ ଲୀନ ହୋଇଗଲେ। ତାଙ୍କ ଜୀବନ ଯାତ୍ରାକୁ ସମାପ୍ତ କରିଦିଆଗଲା। ସାରା ବିଶ୍ୱ ସ୍ତବ୍ଧ ହୋଇଗଲା। ଭଗବାନ ସୂର୍ଯ୍ୟଦେବ ମଧ୍ୟ ଲଜ୍ଜାରେ ଅନ୍ଧକାରର ଆବରଣରେ ନିଜ ମୁହଁ ଲୁଚାଇ ଦେଲେ। ସର୍ବତ୍ର ଶୋକ ଏବଂ ରୋଷର ଲହଡ଼ୀ ଖେଳିଗଲା। ଏଇ ଜଘନ୍ୟ ହତ୍ୟାକାଣ୍ଡକୁ ଭାରତ ତଥା ବିଶ୍ୱର ସମସ୍ତ ରାଜନୈତିକ ନେତୃବୃନ୍ଦ ଓ ବିଚାରବନ୍ତ ଲୋକେ କଠୋରତମ ଶବ୍ଦରେ ନିନ୍ଦା କଲେ। ପକ୍ଷ ବିପକ୍ଷରୁ ଊର୍ଦ୍ଧ୍ୱକୁ ଉଠି ସମସ୍ତେ ଶୋକ ସମ୍ବେଦନା ବାର୍ତ୍ତା ପଠାଇଲେ। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ତଥା ଗାନ୍ଧିଜୀଙ୍କ ପୁତ୍ର ଦେବଦାସ ଗାନ୍ଧୀଙ୍କ ପାଖକୁ ପତ୍ର ଓ ତାର ବାର୍ତ୍ତାର ପ୍ରବାହ ଛୁଟି ଆସିଲା। ଗାଁ-ଗାଁରେ ଲୋକେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଲେ।

ସ୍ୱାଧୀନ ଭାରତରେ ସର୍ବପ୍ରଥମ ଓ ସର୍ବାଧିକ ପୀଡ଼ାଦାୟୀ ପ୍ରସଙ୍ଗ ଥିଲା ବିଶ୍ୱ ବନ୍ଦ୍ୟ ମହାତ୍ମା ଗାନ୍ଧୀଙ୍କ ଜଘନ୍ୟ ହତ୍ୟା। ଏଭଳି କଠିନ ସମୟରେ ଦେଶର ସମ୍ପୂର୍ଣ୍ଣ ରାଷ୍ଟ୍ରଭକ୍ତ ଶକ୍ତିଙ୍କୁ ଏକତ୍ରିତ କରି ରାଷ୍ଟ୍ର ନୌକାକୁ ସୁରକ୍ଷିତ ଆଗକୁ ନେଇଯିବା ପାଇଁ ଯେଉଁମାନେ ଦାୟିତ୍ୱ ନେଇଥିଲେ ସେମାନେ ତାହା ନ କରି କେଉଁ ଏକ ଅଦୃଶ୍ୟ ଶକ୍ତିର ଇଙ୍ଗିତରେ ଓଲଟା ରାସ୍ତାରେ ଚାଲିଲେ। ରାଷ୍ଟ୍ରଭକ୍ତ ଜନତାଙ୍କ ପ୍ରତି ତାଙ୍କର ବ୍ୟବହାର ବଡ଼ ବିଚିତ୍ର (ବିପରୀତ) ଥିଲା।

 କ୍ରମଶଃ...

୬.୧୧.୧୮

No comments: