Tuesday, 6 November 2018

*ଅସଲି ଓ ନକଲି*

ସ୍ୱାର୍ଥ ସାଧନ କରିବା ପାଇଁ ଆଜିକାଲି ଦଳେ ଲୋକ ନିଜକୁ ହିନ୍ଦୁ ବୋଲି କହି ମନ୍ଦିର ଯିବା ଆରମ୍ଭ କରିଛନ୍ତି। ଏମାନଙ୍କ ଜାତକରେ ନାହିଁ ମନ୍ଦିର ଯିବା। ସବୁଠୁ ଦୁର୍ଭାଗ୍ୟ ଆମର ନ୍ୟାୟ ବ୍ୟବସ୍ଥା ତାଙ୍କରି ସ୍ୱରରେ ସ୍ୱର ମିଳାଇଛି।

ଏଥିପାଇଁ ଅସଲି ଓ ନକଲି କଣ ଆମକୁ ବୁଝିବାକୁ ପଡ଼ିବ। ଅସଲି ଚିହ୍ନିବାର କ୍ଷମତା ନିଜ ପାଖରେ ରଖିବାକୁ ପଡ଼ିବ। ନହେଲେ ହୀରା କିଣିବା ଜାଗାରେ ଦୋକାନୀ ଆମକୁ କାଚ ଖଣ୍ଡିଏ ଦେଇ ହୀରାର ପଇସା ନେଇ ଚାଲିଯିବ।
ଜଣେ ରାଜା ଥିଲେ। ତାଙ୍କ ପାଖକୁ ଜଣେ ବେପାରୀ ଆସିଲା। ସେ ଚକ୍ ଚକ୍ କରୁଥିବା ଦୁଇଟି ପଦାର୍ଥ ତାଙ୍କ ଆଗରେ ରଖିଲା ଏବଂ କହିଲା ଯେ, ମହାରାଜ, ଏଥିରେ ଗୋଟିଏ ଅଛି ହୀରା ଓ ଆଉ ଗୋଟିଏ ଅଛି କାଚ। ଆପଣ ହୀରା କେଉଁଟି ବାଛନ୍ତୁ। ଆପଣ ଏଥିରୁ ଯେଉଁଟିକୁ ବି ନେବେ ଆପଣଙ୍କୁ ହୀରାର ଦାମ୍ ଦେବାକୁ ପଡ଼ିବ। ରାଜା ଦ୍ବନ୍ଦ୍ୱରେ ପଡ଼ିଗଲେ। ସେହି ରାଜାଙ୍କ ପାଖକୁ ସେତେବେଳେ ଜଣେ ସାଧୁ ଆସି ପହଞ୍ଚିଲେ। ସାଧୁ ଥିଲେ ଅନ୍ଧ, କିନ୍ତୁ ବୁଦ୍ଧିମାନ। ରାଜା ତାଙ୍କୁ କହିଲେ ଏଇ ପ୍ରଶ୍ନର ସମାଧାନ ଆପଣ କରି ପାରିବେ ? ସେ କହିଲେ, "ହଁ ଆଜ୍ଞା ମୁଁ ପାରିବି।" ସାଧୁ କିଛି ସମୟ ପରେ ରାଜାଙ୍କୁ ହୀରା ଖଣ୍ଡଟିକୁ ଦେଲେ ଓ କାଚ ଖଣ୍ଡଟିକୁ ବେପାରିକୁ ଫେରାଇ ଦେଲେ। ରାଜା ଆଶ୍ଚର୍ଯ୍ୟ ହୋଇଗଲେ। ସେ ପଚାରିଲେ ଯେ ଆପଣ ଏତେ ଶୀଘ୍ର କିପରି ହୀରା ଚିହ୍ନି ପାରିଲେ ? ସାଧୁ କହିଲେ, ମୁଁ କିଛି ସମୟ ଉଭୟ ପଦାର୍ଥକୁ ଖରାରେ ଥୋଇଲି। କାଚ ଖଣ୍ଡ ହୀରାଠାରୁ ଅଧିକ ଗତିରେ ଅର୍ଥାତ୍ ଶୀଘ୍ର ଗରମ ହୋଇଯାଏ। କିଛି ସମୟ ଖରାରେ ରଖିବା ପରେ ମୁଁ ଦେଖିଲି ଯେଉଁଟା ଆଗେ ତାତିଗଲା ସେଇଟା କାଚ ଓ ଯେଉଁଟା ତାତୁ ନାହିଁ ସେଇଟା ହୀରା। ତେଣୁ ଥଣ୍ଡା ପଦାର୍ଥ ଆପଣଙ୍କୁ ଦେଲି ଓ ଗରମ ପଦାର୍ଥ ବେପାରିକୁ ଦେଇଛି।

ଆମେ ହେଇପାରୁ ଅନ୍ଧ କିନ୍ତୁ ପ୍ରଭୁ ଶ୍ରୀରାମଙ୍କ ଭକ୍ତଙ୍କୁ ଚିହ୍ନିବାରେ ଭୁଲ ନ କରୁ।
ସାବଧାନ ! ନିର୍ବାଚନ ଆସୁଛି, କାଚ ମାନେ ହୀରା ବୋଲି କହି ଆମକୁ ଠକିବାକୁ ଆସିବେ।
ଆଗ କାଳର ବେପାରୀ ଭଳି ଅସଲି ନକଲି ବାଛ ବୋଲି ସେମାନେ କହିବେ ନାହିଁ। ସେମାନେ କହିବେ ଆମେ ଗୋଟାପୁଣି ହୀରା। ତାଙ୍କରି ହାତରେ ଆମେ ଓ ଆମର ନ୍ୟାୟ ବ୍ୟବସ୍ଥା ସଖୀ କଣ୍ଢେଇ ନ ହୋଇଯାଉ।

୫.୧୧.୧୮

No comments: