୪ ଫେବୃଆରୀ ୧୯୪୮ ଦିନ ସଙ୍ଘର ଠିକଣା ହୋଇଗଲା ବନ୍ଦୀଶାଳା। ସଙ୍ଘ ମାଧ୍ୟମରେ ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀ ଯେଉଁମାନେ ଅଖଣ୍ଡ ଭାରତ ପ୍ରାପ୍ତିପାଇଁ ଇଂରେଜ ବିରୋଧରେ ସଂଗ୍ରାମ କରିଆସିଥିଲେ, ସମସ୍ତଙ୍କୁ ବନ୍ଦୀଶାଳାର କାଳ କୋଠରୀ ଭିତରକୁ ଠେଲିଦିଆଗଲା। ଦେଶ ବିଭାଜନକାରୀ ଏହି ମହାପାପୀମାନଙ୍କ କବଳରୁ ସଙ୍ଘ ବର୍ତ୍ତିଲା କିପରି ? କିଏ ତାଙ୍କୁ ବଞ୍ଚାଇଲା ??
ଏଇ ସତ୍ୟ ଇତିହାସକୁ ଭାରତର ଭାବି ପିଢ଼ି ଜାଣିବା ଅତ୍ୟନ୍ତ ଆବଶ୍ୟକ। ସଙ୍ଘ ଗାନ୍ଧିହତ୍ୟାକାରୀ କହି ଦେଇ ଲୋକଙ୍କୁ ଭଡ଼କେଇବାର ଯୁଗ ଆଉ ନାହିଁ।
ଏମାନେ ପ୍ରତ୍ୟେକ କଥାରେ କୁହନ୍ତି ସ୍ୱାଧୀନତା ସଂଗ୍ରାମରେ ସଙ୍ଘର କିଛି ଯୋଗଦାନ ନାହିଁ।
କିନ୍ତୁ ୨୨ ବର୍ଷ କାଳ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ସଙ୍ଘର କର୍ମୀମାନେ ସେଇ କାଳ କୋଠରୀରେ ଚିନ୍ତା କରୁଥିଲେ -
ଏଇ ତ ହେଉଛି ସେଇ କଂଗ୍ରେସ ଯିଏ ରାବି ନଦୀ କୂଳରେ ପ୍ରତିଜ୍ଞା କରିଥିଲା -
The Indian National Congress met in Lahore in December 1929. The following pledge was approved by the Congress just before midnight on December 31, 1929. The pledge was taken by the public on January 26, 1930. One option before the Congress was to demand Dominion Status, under which India would have still remained at least nominally under British rule. The Congress rejected this option, and instead asked for Purna Swaraj, which means Full Independence.
ଏହାକୁ ତ ଆମେ ସଙ୍ଘର କର୍ମୀମାନେ ପ୍ରତି ଶାଖାରେ ଉତ୍ସବ କରି ସ୍ୱାଗତ କରିଥିଲୁ।
ଏଇ କଂଗ୍ରେସ ଅଖଣ୍ଡ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ସୁଭାଷ ଚନ୍ଦ୍ର ବୋଷଙ୍କ ସହିତ କି ପ୍ରକାର ବ୍ୟବହାର କରିଥିଲା ?
ତଥାପି ଦେଶବାସୀ ଏଇ କଂଗ୍ରେସ ଉପରେ ଭରସା କରି ୧୯୪୬ ରେ ପୂର୍ଣ୍ଣ ବହୁମତ ଦେଇଥିଲେ ଅଖଣ୍ଡ ଭାରତ ସପକ୍ଷରେ -
The members of the Constituent Assembly were elected by the provincial assemblies by a single, transferable-vote system of proportional representation. ... Theelections for the 296 seats assigned to the British Indian provinces were completed by August 1946. Congress won 208 seats, and the Muslim League 73.
ଆମେ ସଙ୍ଘର କର୍ମୀମାନେ ତ ଏଇ କଂଗ୍ରେସକୁ ସବୁ ପ୍ରକାର ସହଯୋଗ କରି ଆସିଥିଲୁ।
ତେବେ ଆଉ କଣ ବାଧା ଥିଲା ?
କାହା ବୁଦ୍ଧିରେ ପଡ଼ି ଏ କଂଗ୍ରେସ ନିଜ ସଂକଳ୍ପରୁ ଓହରି ଯାଇ ଦେଶକୁ ବିଭାଜିତ କରିଦେଲା ? କାହା ବୁଦ୍ଧିରେ ପଡ଼ି ସଙ୍ଘକୁ ଜେଲ ଖାନାକୁ ପଠାଇଛି ??
ଗୁରୁଦତ୍ତଙ୍କ ଭଳି ଔପନ୍ୟାସିକମାନେ "ଦେଶ କୀ ହତ୍ୟା" ଭଳି ଉପନ୍ୟାସରେ ଏଇ କଂଗ୍ରେସର କଳଙ୍କିତ ଅଧ୍ୟାୟକୁ କଣ ସ୍ଥାନ ଦେବେ ନାହିଁ ?
Freedom at Midnight is a book by Larry Collins and Dominique Lapierre. It describes events around Indian independence and partition in 1947
ଏହିପରି ଅନେକ ବହି କଣ ସତ୍ୟକୁ ଉଦ୍ଘାଟନ ପାଇଁ ଲେଖାଯିବ ନାହିଁ ? ବିଶେଷ କରି ଏବେ ଖବରକାଗଜରେ ଯାହା ସବୁ ତଥ୍ୟ ଦିଆଯାଇଛି, ତାକୁ କଣ ଦେଶବାସୀ ପଢ଼ିବେ ନାହିଁ ?
ସଙ୍ଘ ୧୯୨୫ ରୁ ୧୯୪୭ ଭିତରେ କଂଗ୍ରେସ ବିରୋଧରେ, ଗାନ୍ଧୀ ନେହେରୁଙ୍କ ବିରୋଧରେ ଏପରି କିଛି କାର୍ଯ୍ୟ କରିଥିଲା କି ଯେଉଁଥି ପାଇଁ ଆମକୁ ଜେଲ ଦଣ୍ଡ ଭୋଗିବାକୁ ପଡୁଛି।
ବନ୍ଦୀ ହୋଇଥିବା ସଙ୍ଘର କର୍ମୀମାନେ ଏଇଭଳି ଅନେକ ଚିନ୍ତାରେ ବୁଡ଼ି ଯାଉଥିଲେ।
କ୍ରମଶଃ...
୧୫.୧୧.୧୮

No comments:
Post a Comment