Wednesday, 7 November 2018

*କେବେ ସେହି ସତ୍ୟ ଦୀପର ଉନ୍ମୋଚନ ହେବ ?*

ମହାତ୍ମା ଗାନ୍ଧୀଙ୍କ ନିର୍ମମ ହତ୍ୟା ପରେ ତାଙ୍କର ତଥାକଥିତ ଅନୁଯାୟୀମାନେ ତାଙ୍କ ଚିତା ଉପରେ ସ୍ୱାର୍ଥର ରୁଟି ସେକିବାର ଘୃଣ୍ୟ ଚେଷ୍ଟା କଲେ। ଏହି ଜଘନ୍ୟ ପାପର ମିଥ୍ୟା ଆରୋପ ଲଗାଗଲା ଏକ ଅତ୍ୟନ୍ତ ଦେଶଭକ୍ତ, ଚରିତ୍ରସମ୍ପନ୍ନ, ଅନୁଶାସନଯୁକ୍ତ, ଦେଶ ଉପରେ ଆସୁଥିବା ବିପତ୍ତି ସମୟରେ ସର୍ବଦା ଆଗ ଧାଡ଼ିରେ ଛିଡ଼ା ହୋଇ ନିଃସ୍ୱାର୍ଥ ସେବା କରୁଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ଭଳି ଏକ ସାମାଜିକ ସଙ୍ଗଠନର ମଥା ଉପରେ।
ଦେଶଭକ୍ତ ଜନତାଙ୍କ ଉପରେ ଚାଲିଲା ହିଂସା, ଅନ୍ୟାୟ, ଅସତ୍ୟ, ଲୁଟ୍ ପାଟ୍ ର ତାଣ୍ଡବ।  ସଙ୍ଘକୁ ଜୀଅନ୍ତା କବର ଦେଇଦେବାର ଭୟଙ୍କର ଷଡ଼ଯନ୍ତ୍ର ରଚାଗଲା। ସରକାର ଦ୍ୱାରା ସାରା ଦେଶରେ ଏହି ମିଥ୍ୟାର ପ୍ରଚାର କରି ଦେଶର ବାତାବରଣକୁ ବିଷାକ୍ତ କରିଦିଆଗଲା। ସମାଜ ବିରୋଧୀ ସମସ୍ତ ଶକ୍ତିଙ୍କୁ ଖୋଲା ଛାଡ଼ି ଦିଆଗଲା ଏଇ ନିରୀହ ନିଃସ୍ୱାର୍ଥପର ସଙ୍ଘ କର୍ମୀମାନଙ୍କୁ ହତ୍ୟା କରିବା ପାଇଁ, ନିଆଁରେ ଜାଳି ଦେବାପାଇଁ, ଏହାଙ୍କ ସମ୍ପତ୍ତି, ଉଦ୍ୟୋଗ ଲୁଟି ନେବା ପାଇଁ। ପରିଣାମ ସ୍ୱରୂପ ସାରା ଦେଶରେ ମାନବତା ଚିତ୍କାର କରିବାକୁ ଲାଗିଲା ଓ ପଶୁତାର କର୍କଶ ରାଗ ସର୍ବତ୍ର ଶୁଣିବାକୁ ମିଳିଲା।

ସେହି କ୍ଷମତା ଲୋଭୀ ମତାନ୍ଧମାନଙ୍କ କୁତ୍ସିତ ଷଡ଼ଯନ୍ତ୍ରକୁ ସାକାର କରିବା ପାଇଁ ସରକାରୀ କଳର ଭରପୂର ନିର୍ଲଜ ଦୁରୁପଯୋଗ କରାଗଲା। ବିଦେଶୀ ସାମ୍ରାଜ୍ୟବାଦୀ ଶାସନ ଯେଉଁ ନିମ୍ନ ସ୍ତରକୁ ଯାଇ ନ ଥିଲା ତା ଠୁ ମଧ୍ୟ ନୀଚ୍ଚକୁ ଯାଇ ଏହି କଳା ଇଂରେଜମାନେ ଦମନ ଚକ୍ର ଚଳାଇଲେ। ସେହି ଦିନଗୁଡ଼ିକର ଷଡ଼ଯନ୍ତ୍ରର ପରିଣାମସ୍ୱରୂପ ଘଟିତ ନୀଚ୍ଚ କାର୍ଯ୍ୟର କାହାଣୀ ଶୁଣିଲେ ଆଜି ବି କୌଣସି ଏକ ସତ୍ୟନିଷ୍ଠ ଲୋକର ଲୋମ ଟାଙ୍କୁରି ଉଠେ।

ଦେଶର ଦୁର୍ଭାଗ୍ୟ ନା ସାହିତ୍ୟ, ନା ଇତିହାସ ଏ ସତ୍ୟ ତଥ୍ୟକୁ ନିଜ ବକ୍ଷରେ ସ୍ଥାନ ଦେଇଛି।
ବରଂ ଏହାର ବିପରୀତ ଏହି ସତ୍ୟକୁ ଲୋକ ଲୋଚନରୁ ଧୋଇକି ପୋଛି ଦେବା ପାଇଁ  ସେହି କ୍ଷମତା ଲୋଭିଙ୍କ ଉତ୍ତରାଧିକାରୀମାନେ ମିଥ୍ୟାର ପ୍ରଳାପ କରି ଚାଲିଛନ୍ତି ଯେ ଆର ଏସ ଏସ ଗାନ୍ଧୀ ହତ୍ୟା କରିଛି।

ଆଜି ଆମେ ଦୀପ ଜଳାଇବା। କିନ୍ତୁ ଏଇ ସତ୍ୟର ଦୀପ ଅନ୍ଧାରରେ କେତେ ଦିନ ରହିବ ?
କେବେ ସେହି ସତ୍ୟ ଦୀପର ଉନ୍ମୋଚନ ହେବ ??

କ୍ରମଶଃ...

୭.୧୧.୧୮

No comments: