କେବଳ ରାଜା ଯାଯାବର ଭଳି ବୁଲୁ ନ ଥିଲେ।
ସ୍ୱୟଂ ଜଗନ୍ନାଥ ମଧ୍ୟ ଏ ଯାଯାବରତ୍ୱରୁ ମୁକ୍ତ ନ ଥିଲେ। ଯବନ ମାନଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ କେତେବେଳେ ଚିଲିକା ଗର୍ଭରେ ତ କେତେବେଳେ ଅରଣ୍ୟ ମାନଙ୍କୁ ବୁହା ହୋଇ ଯାଉଥିଲେ। ମାଣିକପାଟଣା ଓ ଖାଲକାଟିପାଟଣା, ଦୁଇ ମୁହାଁଣ ଠାରେ ଚାପ ଦଳାଇ ଏଥିପାଇଁ ସର୍ବଦା ପ୍ରସ୍ତୁତ ରହୁଥିଲେ। ହିନ୍ଦୁ ବିଦ୍ୱେଷୀ ତକୀ ଖାଁ ନାଏବ ନାଜିମ ହୋଇ କଟକ ଆସିବା ଦିନ ଠାରୁ ଏ ଚିନ୍ତା ବଢ଼ି ଯାଇଛି।
ସିଂହଦ୍ୱାରରୁ ଗୁହାରିକା ଜଣକ ସାତ ଲହଡ଼ି ମଠ ଯିବା ବେଳେ ଏଇ ଚିନ୍ତା କରୁଥିଲେ।
ଲହଡ଼ି ଭିତରେ ସେ ଦେଖୁଥିଲେ ଆକ୍ରମଣ.. ଆତ୍ମରକ୍ଷା..ପରାଜୟ
ଗଜପତି ପ୍ରତାପରୁଦ୍ର ଦେବଙ୍କ ଆଦେଶରେ ପୁରୀ ଶ୍ରୀକ୍ଷେତ୍ରରୁ ବିତାଡ଼ିତ ହୋଇ ଶୂନ୍ୟବାଦୀ ଜଗନ୍ନାଥ ଦାସ ଏଠାରେ ସ୍ଥାପନା କରିଥିଲେ ସାଧନା ପୀଠ। ଏଇଠି ମଧ୍ୟ ସେ ନେଇଥିଲେ ଜୀବନ୍ତ ସମାଧି।
ଗୁହାରିକା ଜଣକ ମଠରେ ପହଞ୍ଚି ଦେଖିଲେ ଅନ୍ୟ ପ୍ରଦେଶରୁ ଜଣେ ବୃଦ୍ଧ ଆସି ଏଇ ଶ୍ରୀକ୍ଷେତ୍ରରେ ଇହଲୀଳା ସମ୍ବରଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି।
ସମଗ୍ର ହିନ୍ଦୁ ଜଗତରେ ଜଗନ୍ନାଥଙ୍କ ପ୍ରତି ଏହିପରି ଅବିଚଳିତ ବିଶ୍ୱାସ ଓ ସେହି ବିଶ୍ୱାସକୁ ଆଶ୍ରୟ କରି ଗଢ଼ି ଉଠିଥିବା ରାଜଶକ୍ତିର ଦୃଢ଼ ଭିତ୍ତିଭୂମିକୁ ଚୂର୍ଣ୍ଣ କରିଦେବା ପାଇଁ ତକୀ ଖାଁ ଆଜି ପଣ କରିଛି। ସେ ବୁଝିଛି, ଜଗନ୍ନାଥ ଥିବା ପର୍ଯ୍ୟନ୍ତ ଏ ରାଜଶକ୍ତି ମଧ୍ୟ ଅପରାଜେୟ ହୋଇ ରହିଥିବ। ତେଣୁ ଶ୍ରୀକ୍ଷେତ୍ର ଆକ୍ରମଣ ପାଇଁ ଆଜି ତା'ର ଚରମ ସଙ୍କଳ୍ପ।
କ୍ରମଶଃ...
୨୪.୧୧.୧୮

No comments:
Post a Comment