Thursday, 1 November 2018

*ଉତ୍ତର ଉପନିବେଶବାଦ*

୫. ୟୁରୋପ, ଯିଏ ଦୁନିଆର ଏକ ଛୋଟ ଅଂଶ, ଯାହାର ଇତିହାସ ବିଧ୍ୱଂସାତ୍ମକ, ବିଚାର ଓ ବିକାଶ ସ୍ତରରେ ଯିଏ ନିଜକୁ ପୂରା ପୃଥିବୀ ବୋଲି ମାନେ, ଏଭଳି ଅହଂକାରର ପ୍ରତିକାର ମଧ୍ୟ ସେମାନଙ୍କ ପାଖରେ ଥାଏ, ସେଥିପାଇଁ ବୈଚାରିକ ଜଗତରେ ସେ ନିଜକୁ ଘୋଷିତ ବା ଅଘୋଷିତ ରାଜା ବୋଲି ମାନି ଆସିଛି।

Chakrabarty Dipesh: Provincializing Europe:

Postcolonial Thought and Historical Difference

- New Edition

ପ୍ରସିଦ୍ଧ ଐତିହାସିକ ଦିପେଶ ଚକ୍ରବର୍ତ୍ତୀ ତାଙ୍କର ଉପରୋକ୍ତ ପୁସ୍ତକରେ ଏହି କଥାର ପ୍ରତିପାଦନ ଦୃଢ଼ ଭାବେ କରିଛନ୍ତି। ସେ କହିଛନ୍ତି ଯେ ଦୁନିଆର ମାନଚିତ୍ରରେ ୟୁରୋପ ମାତ୍ର ଏକ ପ୍ରଦେଶ ଭଳି। ଉପନିବେଶରୁ ଆଧିପତ୍ୟ ହରାଇବା ପରେ ମଧ୍ୟ ୟୁରୋପର ସାର୍ବଭୌମିକ ରୂପର ପ୍ରାଦେଶୀକରଣ ଉତ୍ତର ଉପନିବେଶବାଦୀ (ପୋଷ୍ଟ କଲୋନିଆଲିଜିମ) ବିଚାର ପ୍ରଣାଳୀ ଦ୍ୱାରା ଚାଲୁ ରହିଲା। କିନ୍ତୁ ତାହା ସଫଳ ହେଲା ନାହିଁ। କାରଣ ଭାରତ ଭଳି ଦେଶ ମାନଙ୍କରେ ଆତ୍ମବିଶ୍ୱାସପୂର୍ବକ ମୌଳିକ ସାହିତ୍ୟ ଗ୍ରନ୍ଥଗୁଡ଼ିକର ପ୍ରଭାବ ଥିଲା ଯଦିଓ ସମକାଳୀନ ଦୁନିଆଁକୁ ଦେଖିବାର ଭାରତୀୟ ଦୃଷ୍ଟିକୋଣକୁ ସ୍ୱାୟତ୍ତ ରୂପେ ବିକଶିତ ହେବାକୁ ଦିଆଯାଇ ନଥିଲା।

ସେ ପୁଣି କହିଛନ୍ତି ଯେ, ଭାରତର ଏକ ବୌଦ୍ଧିକ ବର୍ଗ ଯିଏ  ଇଂରେଜ ଶିଖିଲେ ଓ ଇଂରେଜଙ୍କ ପ୍ରତି ଯାହାର ଆନୁଗତ୍ୟ ଥିଲା, ଏଭଳି ଏକ ଛୋଟ ସମୂହ ୟୁରୋପର ସାର୍ବଭୌମିକ ସ୍ୱରୂପର ଔଚିତ୍ୟକୁ ସ୍ଥାପିତ କରିବାର ଚେଷ୍ଟା କଲା ଏବଂ ସାଧାରଣ ଲୋକଙ୍କ ପ୍ରତି ସେମାନଙ୍କର ଦୃଷ୍ଟିକୋଣ ବୈକଳ୍ପିକ ରୂପେ ଦୟାଳୁ ଓ ଶୋଷଣଯୁକ୍ତ ଥିଲା। ସେମାନେ କେବେ ବି ସର୍ବ ସମାବେଶକ ହୋଇ ପାରି ନଥିଲେ। ସେମାନଙ୍କୁ ପ୍ରତିରୋଧ କରିବା ପାଇଁ ଯେଉଁ ବୌଦ୍ଧିକ ଓ ସାଂସ୍କୃତିକ ଧାରା ସବୁ ଉତ୍ପନ୍ନ ହେଲେ, ତାଙ୍କୁ ଏଇ ତଥାକଥିତ ପ୍ରଭାବଶାଳୀ ବୁଦ୍ଧିଜୀବୀମାନେ ଦମନ କଲେ।
Frantz Fanon ଙ୍କ ଅନୁସାରେ ଏମାନେ 'ଇଛିତ ନରସଂହାର' (willfull narcissism) ପାଇଁ ପ୍ରସିଦ୍ଧ ଥିଲେ। ଯଦିଓ ଏଇ କଥା ଫେନନ ଆଫ୍ରିକା ଓ ଲାଟିନ ଆମେରିକା ପାଇଁ କହିଛନ୍ତି, ତଥାପି ବିହନ ଏକା ହୋଇଥିବାରୁ ତାଙ୍କ ଛାୟାରେ ଭାରତକୁ ମଧ୍ୟ ଦେଖାଯାଇ ପାରିବ।

ସଂକ୍ଷେପରେ କହିବାକୁ ଗଲେ ସାଂସ୍କୃତିକ ଆକ୍ରମଣ ଓ ରାଜନୈତିକ ବର୍ଚ୍ଚସ୍ବ ଏ ଉଭୟଙ୍କ ସହ ଲଢ଼ିବା ଛାଡ଼ି ଆମେ ନିଜ ଭିତରେ ପରସ୍ପର ସହ ଲଢ଼ିଲେ ଏବଂ ମୁଖ୍ୟ ଶତ୍ରୁ ପ୍ରତି ଉଦାର ହୋଇଗଲେ।

କ୍ରମଶଃ...

୧.୧୧.୧୮

No comments: