୧୯୬୪ ସାଲର ରଥଯାତ୍ରାବେଳେ, ଅତି ନିକଟରୁ ବିଗ୍ରହମାନଙ୍କ ପହଣ୍ଡି ବିଜୟ ଦେଖିବାର ସୌଭାଗ୍ୟ ମୋର ଘଟିଥିଲା। ଜଗନ୍ନାଥ ଓଡ଼ିଆ ଜାତିର କିପରି ଅନ୍ତରଙ୍ଗ, ସେଦିନ ସେହି ଜନସମୁଦ୍ର ମଧ୍ୟରେ ଠିଆ ହୋଇ ମୁଁ ଲକ୍ଷ୍ୟ କରିଥିଲି। ବସ୍ତୁତଃ ମୋ ମତରେ, ସମଗ୍ର ପୃଥିବୀରେ ଏହା ଏକ ଶ୍ରେଷ୍ଠ ବର୍ଣ୍ଣାଢ଼୍ୟ ଓ ପ୍ରେରଣାମୟ ଦୃଶ୍ୟର ଗୌରବ ଦାବୀ କରେ। କାଦମ୍ବରୀ-ପ୍ରମତ୍ତ ବଳଦେବଙ୍କ ଦର୍ପିତ ପହଣ୍ଡି, କେତେକୀ ଟାହିଆର ଠାଣି ଓ ବିଜେକାହାଳୀ, ଘଣ୍ଟାନାଦ ମଧ୍ୟରେ ମୋର ଦୃଷ୍ଟି ପଥରେ ଉଦ୍ଭାସିତ ହୋଇ ଉଠିଥିଲା ଇତିହାସର ବହୁ କ୍ଷତ ବିକ୍ଷତ ସେହି ଅପରାଜେୟ ଓଡ଼ିଆ ଆତ୍ମାର ଅଭ୍ୟୁଦୟ ! ସେଦିନର ସେହି ଅବିସ୍ମରଣୀୟ ଅନୁଭୂତି ମୋତେ ଯେଉଁ ପ୍ରେରଣା ଦେଇଥିଲା -- "ନୀଳଶୈଳ" ତାହାର ପରିଣତି।
---ଲେଖକ
କ୍ରମଶଃ...
୧୯.୧୧.୧୮

No comments:
Post a Comment