Sunday, 18 November 2018

*ଅସହିଷ୍ଣୁ ହେବାର କାରଣ*

ସଙ୍ଘର ବିସ୍ତାର ଓ ଲୋକପ୍ରିୟତା ସଙ୍ଘ ପ୍ରତି ଅସହିଷ୍ଣୁ ହେବାର କାରଣ ହେଲା କି ?

ଜେଲ ଯିବା ପୂର୍ବରୁ ସଙ୍ଘର ସ୍ଥିତି -

୩୦.୧୦.୪୭ ରେ ପୁଣେର ପର୍ଶୁରାମ ଭାଉ କଲେଜ ପଡ଼ିଆରେ ଶ୍ରୀଗୁରୁଜୀଙ୍କ କାର୍ଯ୍ୟକ୍ରମରେ ୧ ଲକ୍ଷରୁ ଊର୍ଦ୍ଧ୍ଵ ଜନତା ଭାଗ ନେଇଥିଲେ। ସମ୍ମୁଖରେ ଥିବା କଂଗ୍ରସ ଅଫିସ ଆଗରେ ବିଖ୍ୟାତ ସମାଜବାଦୀ ନେତା ଅଚ୍ୟୁତ ରାଓ ପଟ୍ଟବର୍ଦ୍ଧନ ସଙ୍ଘକୁ ଗାଳି ଦେଉଥିଲେ। କିଛିଦିନ ପୂର୍ବରୁ ଜୟ ପ୍ରକାଶ ନାରାୟଣ ମଧ୍ୟ ସଙ୍ଘ ଵିରୋଧରେ ସଭା କରିଥିଲେ। ଏ ଉଭୟଙ୍କ ବିରୋଧକୁ ପୁଣେବାସୀ ବିଶ୍ୱାସକୁ ନେଇନଥିଲେ। କାରଣ ଉପସ୍ଥିତ ଥିବା ଜନତାଙ୍କ ମଧ୍ୟରେ ଅନେକ ଥିଲେ ସ୍ୱୟଂସେବକ ଯେଉଁମାନେ ପ୍ରତ୍ୟକ୍ଷ ଶାଖା ଆସି ସଙ୍ଘ କଣ କହୁଛି ଓ କଣ କରୁଛି ତାହା ଭଲ ଭାବେ ପରୀକ୍ଷା କରିଥିଲେ।

ସେତେବେଳେ ସଙ୍ଘସ୍ଥାନରେ ଭରପୂର ସଂଖ୍ୟା ରହୁଥିଲା। କେବଳ ମହାକୋଶଳ ପ୍ରାନ୍ତରେ ୬୦୦ ଶାଖା ଥିଲା। ସେଠାରେ ଦୈନିକ ଉପସ୍ଥିତି ରହୁଥିଲା ୩୬୦୦୦। ଖଣ୍ଡବା, ଜବଲପୁର, ବିଳାସପୁର, ଛିନ୍ଦୱାଡ଼ା ଓ ରିବା ଏହିପରି ପାଞ୍ଚଟି ବିଭାଗରେ ୧୫୦ ଜୀବନବ୍ରତୀ କାର୍ଯ୍ୟକର୍ତ୍ତା ଏହାକୁ ପରିଚାଳନା କରୁଥିଲେ।

୬.୧୧.୪୭ ରେ ବିଦର୍ଭ ପ୍ରାନ୍ତର   ଆକୋଲାଠାରେ ଏକ ଶିବିରର ଆୟୋଜନ ହୋଇଥିଲା ଯେଉଁଥିରେ ୧୫ ହଜାର ସ୍ୱୟଂସେବକ ଭାଗ ନେଇଥିଲେ। ସେମାନେ ଆସିବା ପାଇଁ ରେଲଗାଡ଼ିରେ ଅଧିକ ଡବା ଲାଗିଥିଲା। ଅଧିକ ବସ୍ ର ବ୍ୟବସ୍ଥା ହୋଇଥିଲା।

୪୭ ମସିହା ଗୁରୁପୂର୍ଣ୍ଣମୀ ଦିନ ଦାଦାରରେ ଶ୍ରୀଗରୁଜୀଙ୍କ କାର୍ଯ୍ୟକ୍ରମରେ ୧୫ ହଜାର ସ୍ୱୟଂସେବକ ଓ ୭୫ ହଜାର ଜନତା ଭାଗ ନେଇଥିଲେ।

ଆନ୍ଧ୍ର ପ୍ରାନ୍ତରେ କେବଳ ଗୁଣ୍ଟୁରରେ ୩୧ ଶାଖା ଥିଲା। ସେଠାରେ ଦୈନିକ ଉପସ୍ଥିତ ରହୁଥିଲା ୩ ହଜାର।

ସେହି ସମୟରେ ଶ୍ରୀଗୁରୁଜୀଙ୍କ ବେଙ୍ଗଲୁର କାର୍ଯ୍ୟକ୍ରମରେ ୮ ହଜାର ଜନତା ଭାଗ ନେଇଥିଲେ।

ସଙ୍ଘର ଲୋକପ୍ରିୟତାକୁ ଦେଖି କଂଗ୍ରସର ଦେଶଭକ୍ତ ନେତୃବୃନ୍ଦ ସଙ୍ଘର ସ୍ୱୟଂସେବକଙ୍କୁ ବଡ଼ ବଡ଼ ଜନସଭାରେ ପ୍ରଶଂସା କରୁଥିଲେ। ଏମାନଙ୍କ ଭିତରେ ଥିଲେ ଡ. ପଟ୍ଟାଭି ସୀତାରାମେୟା, ଟି ଏସ ପ୍ରକାଶମ, ଆଚାର୍ଯ୍ୟ ଏନ ଜି ରଙ୍ଗାଙ୍କ ଭଳି ପ୍ରମୁଖ ନେତୃବୃନ୍ଦ।

୧୯୪୭ରେ ସଂଯୁକ୍ତ ପ୍ରାନ୍ତ ଉତ୍ତର ପ୍ରଦେଶରେ ଶ୍ରୀଗୁରୁଜୀଙ୍କ ପ୍ରବାସ ବନାରସ, ପ୍ରୟାଗ, କାନପୁର, ଲକ୍ଷ୍ନୌ ଆଦି ସ୍ଥାନରେ ହେଉଥିବା ବେଳେ ପ୍ରତ୍ୟେକ ସ୍ଥାନରେ ଏକ ଲକ୍ଷ ବା ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଜନତା ଭାଗ ନେଉଥିଲେ। ସଙ୍ଘର ବଢୁଥିବା ଏହି ଲୋକପ୍ରିୟତାକୁ ଦେଖି ସରକାର ଏତେ ଅସହିଷ୍ଣୁ ହୋଇ ପଡୁଥିଲେ ଯେ ଏହି କାର୍ଯ୍ୟକ୍ରମ ମାନଙ୍କରେ କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ମିଥ୍ୟା ଆରୋପ ଲଗାଇ ଜେଲକୁ ପଠାଇଦେଉଥିଲେ। ଏହା ଦ୍ୱାରା ମଧ୍ୟ ତାଙ୍କୁ କିଛି ସୁଫଳ ମିଳୁ ନ ଥିଲା। କାରଣ ଜନତା ସଙ୍ଘକୁ ହିଁ ଅଧିକ ସମର୍ଥନ କରୁଥିଲା।
ଏହା ଦେଖି କଂଗ୍ରେସ ମଧ୍ୟ ଦୁଇ ଭାଗରେ ବିଭକ୍ତ ହୋଇ ଯାଉଥିଲା। ୧୯୪୮ ଜାନୁଆରୀ ପ୍ରଥମ ସପ୍ତାହରେ ସର୍ଦ୍ଦାର ପଟେଲ ସଙ୍ଘ ପ୍ରତି ଥିବା ତାଙ୍କ ଦୃଷ୍ଟିକୋଣକୁ ଲକ୍ଷ୍ନୌର ଏକ ସଭାରେ ବ୍ୟକ୍ତ କରି କହିଥିଲେ, "କଂଗ୍ରେସ ଅଧିକାରୀମାନଙ୍କର ଧାରଣା ଯେ ଅଧିକାର ଓ ଦମନର ବଳ ପ୍ରୟୋଗ କରି ସଙ୍ଘକୁ ଶେଷ କରିଦେବେ, କିନ୍ତୁ କ୍ଷମତାର ଦଣ୍ଡ ଉପଯୋଗ କରି ତୁମେ ଏହି ସଙ୍ଘକୁ ନଷ୍ଟ କରିପାରିବ ନାହିଁ। ଦଣ୍ଡର ଉପଯୋଗ ଚୋର ଓ ଡକାୟତଙ୍କ ପାଇଁ କରାଯାଇଥାଏ। ସଙ୍ଘ ଲୋକମାନେ ଚୋର କିମ୍ବା ଡାକୁ କଦାପି ନୁହନ୍ତି। ସେମାନେ ହେଲେ ଦେଶକୁ ପ୍ରେମ କରୁଥିବା ଦେଶଭକ୍ତ। ହଁ, କେବଳ ତାଙ୍କର ଦୃଷ୍ଟିକୋଣ ଆମ ଠାରୁ ଭିନ୍ନ। ସେମାନଙ୍କୁ ଆମେ ପ୍ରେମ ଦ୍ୱାରା ଜିତି ପାରିବା।

In the first few months of post-Independent India, Patel extended an olive branch to the RSS and invited them to join the Congress. In a speech in Lucknow on 6 January 1948, Patel said: “In the Congress, those who are in power feel that by the virtue of authority they will be able to crush the RSS. You cannot crush an organisation by using the danda. The danda is meant for thieves and dacoits. They are patriots who love their country. Only their trend of thought is diverted. They are to be won over by Congressmen, by love.”

କ୍ରମଶଃ...

୧୮.୧୧.୧୮

No comments: