Monday, 26 November 2018

*ଏ ସବୁ ରାମଚନ୍ଦ୍ର ଦେବଙ୍କ କଥା*

ମହାପାତ୍ର କହିଲେ -

ଦିଲ୍ଲୀରେ ମୋଗଲ ଶକ୍ତି ଅଥର୍ବ ହୋଇପଡ଼ିଲାଣି। ସେମାନେ ଆଉ ଜଗନ୍ନାଥଙ୍କୁ ଆକ୍ରମଣ କରିବେ କୁଆଡୁ ?

ଆଗନ୍ତୁକ କହିଲେ -

ଭନ୍ଗୋଡ଼ ଧୂଳିଆ ଯାତ୍ରୀ ଗୁମାସ୍ତାମାନେ ଯେତେବେଳେ ତୁମର ପରାମର୍ଶଦାତା ଜଗନ୍ନାଥଙ୍କ ନିରାପତ୍ତା ଯଥାର୍ଥରେ ସଙ୍କଟାପନ୍ନ ବୋଲି ବୁଝିବାକୁ ପଡ଼ିବ। ଦକ୍ଷିଣରେ ପ୍ରବଳ ପରାକ୍ରମୀ ନିଜାମ ଉଲ ମୂଲକ ଫତେଜଙ୍ଗ ଘୋର ହିନ୍ଦୁ ବିଦ୍ୱେଷୀ ରୂପେ ପରିଚିତ। ଔରଙ୍ଗଜେବ ପରଠାରୁ ଯେଉଁ ଜିଜିଆ କର କିଛିକାଳ ଲୋପ ପାଇଥିଲା ସେ ତାକୁ ପୁଣି ସବୁଆଡ଼େ ଲାଗୁ କଲାଣି। ଏଣେ କଟକରେ ନାଏବ ନାଜିମ ହିନ୍ଦୁ ବିଦ୍ଵେଷୀ ତକୀ ଖାଁ। ତକୀ ଖାଁ ସହ ସଲା କରି ସେ ପ୍ରଥମେ ଚିଲିକା ଆକ୍ରମଣ କରି ମାଡ଼ି ବସିଲା। ତା ସଙ୍ଗେ ସଙ୍ଗେ ଟିକାଲୀ, ରଘୁନାଥପୁର ମଧ୍ୟ ଗଲା। ଚିଲିକା ନେବାର କାରଣ ହେଲା ଜଗନ୍ନାଥଙ୍କୁ ବଞ୍ଚାଇବାର ଶେଷ ବାଟ ବନ୍ଦ। ଏହି ଯୁଦ୍ଧରେ ବକ୍ସି ବେଣୁ ଭ୍ରମରବର ବିଶ୍ୱାସଘାତ କରିଛି। ତେଣୁ ଏବେ ପ୍ରସ୍ତୁତ ରୁହ ମହାପାତ୍ରେ। ଗତ ୨୫ ବର୍ଷ ଭିତରେ ଜଗନ୍ନାଥଙ୍କୁ ରତ୍ନବେଦୀ ଉପରୁ କାଢ଼ି ଲୁଚାଇ ନେବା ଆଣିବା କୌଶଳ ସମସ୍ତେ ଭୁଲି ସାରିବେଣି। ବେଳସୁଁ ପ୍ରସ୍ତୁତ ନ ଥିଲେ ଜଗନ୍ନାଥ ପୁଣି ଚମ ଦଉଡ଼ିରେ ବନ୍ଧା ହୋଇ ଜଗନ୍ନାଥ ସଡ଼କରେ ଟଣା ହୋଇ ଯିବା ଅସମ୍ଭବ ନୁହେଁ।

ଏତିକି କହି ଆଗନ୍ତୁକ ସାତ ଲହରୀ ମଠ ପାଖକୁ ଫେରିଆସି, ମଠ ପଛରେ ବନ୍ଧାଥିବା ଘୋଡ଼ା ଉପରେ ଲମ୍ଫ ଦେଇ ଘୋଡ଼ା ଛୁଟାଇ ଦେଲେ। ଗଲାବେଳେ କହିଗଲେ -

"ଚାଲିଲି ମହାପାତ୍ରେ, ଆଉ କେଜାଣି ତୁମ ସହିତ ନିକଟରେ ଦେଖା ହୋଇ ନ ପାରେ। କିନ୍ତୁ ପ୍ରସ୍ତୁତ ଥିବ ତୁମେ।"

ଆଗନ୍ତୁକ ଯିବା ପରେ ମଠରେ ଚର୍ଚ୍ଚା ଚାଲିଲା -
ଏ ସବୁ ରାମଚନ୍ଦ୍ର ଦେବଙ୍କ କଥା
ସେ ଜଗନ୍ନାଥଙ୍କ ଉତ୍ତରାଧିକାରୀ ହେବା କଥା କହୁଛନ୍ତି। କୁଆଡ଼େ ଗଲେ ଅସଲ ଉତ୍ତରାଧିକାରୀ ମୁକୁନ୍ଦଙ୍କ ପୁତ୍ର, ପ୍ରପୌତ୍ର ?

କ୍ରମଶଃ....

୨୬.୧୧.୧୮

No comments: