ସେହି ସତ୍ୟ ଦୀପକୁ ବନ୍ଧନ ମୁକ୍ତ କରିବାକୁ ହେଲେ ଆମକୁ ଟିକେ ପଛକୁ ଫେରିବାକୁ ପଡ଼ିବ। ଆମକୁ ଜାଣିବାକୁ ପଡ଼ିବ ସେହି ସାମାଜିକ ସଙ୍ଗଠନଟି ପୂର୍ବରୁ ସେଭଳି କିଛି କାର୍ଯ୍ୟ କରିଥିଲା କି ଯେଉଁଥିପାଇଁ ସରକାର ସିଧା ହତ୍ୟାର ଆରୋପ ସେହି ସଙ୍ଗଠନ ଉପରେ ଲଗାଇ ଦେଲେ। ଆମେ ତନ୍ନତନ୍ନ କରି ଅଧ୍ୟୟନ କଲେ ସେଭଳି ଗୋଟିଏ ଉଦାହରଣ ମିଳିବ ନାହିଁ। ତେବେ କଣ ପାଇଁ ଏ ମିଥ୍ୟା ଆରୋପ ଲଗାଯାଇଥିଲା ? କେବଳ ଆରୋପ ନୁହଁ ୭୦ ହଜାର ସଙ୍ଘ କର୍ମୀଙ୍କୁ ଜେଲର କାଳ କୋଠରୀରେ ବର୍ଷେରୁ ଊର୍ଦ୍ଧ୍ବ କାଳ କାହିଁକି ରଖାଗଲା ?? ପରାଧୀନ ଭାରତର ଇତିହାସରେ ଏକ କାଳୀନ ଏତେ ସଂଖ୍ୟାରେ କେବେ ଜେଲ ଯିବାର ନଜିର ଆମକୁ ମିଳିବ ନାହିଁ। ପୂର୍ବ ବର୍ଣ୍ଣନା ଅନୁସାରେ ସଙ୍ଘ କର୍ମୀଙ୍କୁ ଜୀଅନ୍ତା ଜଳାଇଦେବା, ସେମାନଙ୍କ ସମ୍ପତ୍ତି, ଉଦ୍ୟୋଗ ଲୁଟ କରିବା ଆଦି ସମସ୍ତ କୁକାର୍ଯ୍ୟ ସରକାରୀ ତନ୍ତ୍ର ଦ୍ୱାରା କରାଗଲା। କିନ୍ତୁ ସ୍ୱାଧୀନ ଭାରତର ସରକାର ଏପରି ବର୍ବର ହେଲା କାହିଁକି ?
କଣ ଗାନ୍ଧୀଙ୍କ ପ୍ରତି ସଙ୍ଘର ଶତ୍ରୁତା ଥିଲା କି ?
ଏ ସବୁର ଉତ୍ତର ଖୋଜିଲେ ସ୍ପଷ୍ଟ ଉତ୍ତର ମିଳିବ - ନା'।
କିନ୍ତୁ ସ୍ୱାଧୀନ ଭାରତରେ ପାଞ୍ଚ ବର୍ଷରେ ଥରେ ପରୀକ୍ଷା ଦେବାକୁ ଗଲାବେଳେ ଗୋଟିଏ ନିର୍ଦିଷ୍ଟ ଦଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ସେଇ ମିଥ୍ୟା ପ୍ରଳାପ କରିଥାଏ ଯେ ସଙ୍ଘ ଗାନ୍ଧୀ ହତ୍ୟାକାରୀ।
ସେଇଥିପାଇଁ କେବଳ ସେଇଥିପାଇଁ ଆମ ଦେଶବାସୀ ଓ ସଙ୍ଘର କର୍ମୀ ସେତେବେଳର ସତ୍ୟ ସହିତ ପରିଚିତ ହେବା ଉଚିତ।
ସତ୍ୟର ଲକ୍ଷଣ ହେଉଛି ଯେତେ ଲୁଚାଇବାକୁ ଚେଷ୍ଟାକଲେ ମଧ୍ୟ ସେ ଲୁଚେ ନାହିଁ ନିଜ ଶକ୍ତିରେ ସେ ପ୍ରକାଶିତ ହୁଏ। ବୈଧାନିକ ସ୍ୱୀକୃତି ଦିଅ ବା ନ ଦିଅ, ଆଖିକୁ ବନ୍ଦ କରି ଦେଇ ସୂର୍ଯ୍ୟ ଫୁର୍ଯ୍ୟ କିଛି ନାହିଁ ବୋଲି ଲ ତିଆରି କରିଦିଅ, ସେଥିରେ ସୂର୍ଯ୍ୟକୁ କିଛି ଫରକ ପଡ଼େ ନାହିଁ। ସେ ନିଜର ତେଜରେ ସମସ୍ତଙ୍କ ପାଖରେ ପ୍ରକାଶ ପହଞ୍ଚାଇ ଦିଅନ୍ତି।
ଅଳ୍ପରେ ଜାଣିବାକୁ ହେଲେ -
ଏହି ସଙ୍ଘର ଜନ୍ମ ହୋଇଥିଲା ୧୯୨୫ ରେ। ଏହାର ତାତ୍କାଳିକ ଲକ୍ଷ୍ୟ ଥିଲା ଭାରତକୁ ସ୍ୱାଧୀନ କରିବା। ଏହାର ପ୍ରତଷ୍ଠାତା କେଉଁ ବିଦେଶୀ ହ୍ୟୁମ ନଥିଲେ। ଥିଲେ ସ୍ବଦେଶ ପାଇଁ ଇଂରେଜ ସହିତ ଲଢ଼େଇ କରୁଥିବା ଜଣେ ଜନ୍ମଜାତ ଦେଶଭକ୍ତ ତଥା ପ୍ରସିଦ୍ଧ କ୍ରାନ୍ତିକାରୀ। ସଙ୍ଘ ଗଢ଼ିବା ପୂର୍ବରୁ ସେ ସାମ୍ରାଜ୍ୟବାଦୀ ସରକାରକୁ ବିରୋଧକରି ବର୍ଷେରୁ ଊର୍ଦ୍ଧ୍ବ କାଳ ଜେଲ ଦଣ୍ଡ ଭୋଗିଥିଲେ। ତେଣୁ ସରକାରଙ୍କ ପ୍ରମୁଖ ବିରୋଧୀ ସୂଚୀରେ ତାଙ୍କ ନାମ ରଖା ଯାଇଥିଲା। ସେ ଗଢ଼ିଥିବା ସଙ୍ଘକୁ ନଷ୍ଟ କରିଦେବା ପାଇଁ ସରକାର ଉପାୟ ଖୋଜୁଥିଲା। ସଙ୍ଘର ଆରମ୍ଭ ଓ ବୃଦ୍ଧି ଯେଉଁ ପ୍ରାନ୍ତରେ ହୋଇଥିଲା ତାହାର ନାମ ଥିଲା ସେଣ୍ଟ୍ରାଲ ପ୍ରୋଭିନ୍ସେସ ଏଣ୍ଡ ବେରାର। ତେଣୁ ସେହି ପ୍ରାନ୍ତରେ ଚାଲୁଥିବା ସରକାର ସଙ୍ଘ ବିରୋଧରେ ଆଣିଲା ଏକ ସର୍କୁଲାର। କୌଣସି ସରକାରୀ ଚାକିରିଆ ସଙ୍ଘରେ ଯୋଗଦେଇ ପାରିବେ ନାହିଁ ବୋଲି ସେଥିରେ ଆଦେଶ ଥିଲା। ସେତେବେଳେ ସଙ୍ଘ ଥିଲା ମାତ୍ର ସାତ ବର୍ଷର ଶିଶୁ। ସରକାରୀ ଚାକିରୀ କରୁଥିବା ସଙ୍ଘର କର୍ମୀମାନେ ଏହା ଵିରୋଧରେ ଜନ ଆନ୍ଦୋଳନ କଲେ। ସମାଜ ଜାଣିଲା ଏଇ ସଙ୍ଘ ସ୍ୱାଧୀନତା ପ୍ରାପ୍ତି ପାଇଁ ଏକ ବଡ଼ ଶକ୍ତି ଭାବେ କାର୍ଯ୍ୟ କରୁଛି। ସଙ୍ଘକୁ ସବୁ କ୍ଷେତ୍ରରୁ ସହାନୁଭୂତି ମିଳିଲା। ସଙ୍ଘ ମଧ୍ୟ ସରକାର ବିରୋଧରେ ଆହୁରି ତୀବ୍ର ସ୍ୱର ଉତ୍ତୋଳନ କଲା। ତତ୍କାଳୀନ ଜନ ପ୍ରତିନିଧି, ସ୍ୱାଧୀନତା ସଂଗ୍ରାମୀ, ବୁଦ୍ଧିଜୀବୀ ମହଲ, ସାମ୍ବାଦିକ, ଖବରକାଗଜର ସମ୍ପାଦକ, ଲେଖକ ସମସ୍ତେ ସଙ୍ଘକୁ ସମର୍ଥନ କଲେ ଓ ସରକାର ବିରୋଧରେ ପ୍ରବଳ ଜନ ଅସନ୍ତୋଷ ଗଢ଼ି ଉଠିଲା। ବିଧାନ ସଭାରେ ସରକାର ବିରୋଧୀ ସମସ୍ତ ଜନ ପ୍ରତିନିଧି ସଙ୍ଘକୁ ସମର୍ଥନ କରିଥିଲେ। ସେହିମାନେ ହିଁ ସଙ୍ଘ ଉପରେ ଲାଗିଥିବା ମିଥ୍ୟା ଆରୋପ ଯଥା ସାମ୍ପ୍ରଦାୟିକ, ଫାସିଷ୍ଟ ଓ ରାଜନୈତିକ ଗତିବିଧିରେ ଲିପ୍ତ ଆଦି ଆରୋପକୁ ସରକାର ସିଦ୍ଧ କରୁ ବୋଲି ଆହ୍ୱାନ ଦେଇଥିଲେ। ସଙ୍ଘ ମୁସଲମାନ ବିରୋଧୀ ବୋଲି କରାଯାଇଥିବା ଏକ ଆରୋପକୁ ଜଣେ ମୁସଲମାନ ପ୍ରତିନିଧି ଭୁଲ ବୋଲି ପ୍ରମାଣିତ କରିଥିଲେ। ସରକାର ବିରୋଧରେ ଆସିଥିବା ନିନ୍ଦା ପ୍ରସ୍ତାବକୁ ସମର୍ଥନ କରିବା ଭିତରେ ଥିଲେ ସମସ୍ତ ବିରୋଧୀ ଓ ନିର୍ଦଳୀୟ ସଦସ୍ୟ। ସରକାର ହାରିଲେ। ମନ୍ତ୍ରୀମଣ୍ଡଳ ଭାଙ୍ଗିଗଲା। ଅର୍ଥାତ୍ ଏକ ସାତ ବର୍ଷର ଶିଶୁ ପ୍ରବଳ ପରାକ୍ରମୀ ଇଂରେଜ ସରକାରକୁ ହରାଇ ଦେଲା ଏବଂ ସମସ୍ତ ଦେଶଭକ୍ତ ଶକ୍ତିଙ୍କୁ ସଙ୍ଗଠିତ କରିବାରେ ସମର୍ଥ ହେଲା।
କ୍ରମଶଃ...
୮.୧୧.୧୮

No comments:
Post a Comment