ମୁଁ ଛୋଟ ବେଳୁ ଆମର ସବୁ ଦେବାଦେବୀଙ୍କୁ ପୂଜା କରି ଆସିଛି।
୧୭ ବର୍ଷ ପୂରିଯିବା ପରେ କଟକ ଆସିଲି କଲେଜରେ ପଢ଼ିବା ପାଇଁ। ଅନ୍ୟ ମତ ବିଷୟରେ ଜାଣିବାର ମୋର ଇଚ୍ଛା ହେଲା। କୋରାନ ପଢ଼ିଲି। ଅଜିମୁଲ୍ଲା ଓ ଇମାର ବକ୍ସ ମୋର ସାଙ୍ଗ ଥିଲେ। ତାଙ୍କ ଘରେ ଦିନେ ଦିନେ ରହିଯାଉ ଥିଲି। କାଳେ ସେମାନେ ମୋତେ ଗୋମାଂସ ଖୋଇ ଦେବେ, ସେଥିପାଇଁ ମୁଁ କିଛି ଦିନ ପୂରାପୂରି ନିରାମିଷ ଭୋଜନ କଲି।
ସେହି ସମୟରେ କଟକର ବ୍ରାହ୍ମ ସମାଜରେ ମଧ୍ୟ ଅଧିକତର ମିଶିବାକୁ ଆରମ୍ଭ କଲି ଏବଂ ବ୍ରାହ୍ମ ସମାଜରେ ଥିବା ଛାତ୍ର ସମାଜର ସେକ୍ରେଟାରୀ ହୋଇଗଲି। ୧୯୧୧ ରେ ଇଣ୍ଟରମିଡ଼ିଏଟ ପାସ କରି ବି.ଏ. ପଢୁଥିବା ସମୟରେ ଖ୍ରୀଷ୍ଟିଆନ ମାନଙ୍କ ଗୀର୍ଜାକୁ ଯିବା ଆରମ୍ଭ କଲି। ୧୯୧୩ ରେ ମିଶନ ସ୍କୁଲରେ ଶିକ୍ଷକ ହୋଇଥିଲି।
ଏ ସବୁ ଦେଇ ଗତି କରିବା ପରେ ମୋର ସ୍ନେହର ଜଗତଟା ବଡ଼ ହୋଇ ଉଠିଥିଲା ଏବଂ ମୋ ଭିତରେ ଥିବା କୁଟୁମ୍ବ ଭାବଟା ଚତୁର୍ମୁଖୀ ହୋଇଥିଲା।
ମୁଁ ଏ ସମସ୍ତ ସମାଜକୁ ଅତିକ୍ରମ କରି ଅନେକ ମହାମନୀଷୀ ଓ ଦେବସନ୍ତାନମାନଙ୍କ ନିକଟକୁ ଅନ୍ତରରେ ଯିବା ଆସିବା କରିବା ପାଇଁ ଯେଉଁ ଚେଷ୍ଟା କରିଅଛି ସେଇ ଚେଷ୍ଟା ହିଁ ମୋର ଧର୍ମ।
ଆ ନୋ ଭଦ୍ରା କ୍ରତବୋ ଯନ୍ତୁ ବିଶ୍ୱତଃ..
ଏହି ମତରେ ମୁଁ ବିଶ୍ଵାସୀ। ମୁଁ ଏ ସବୁ ସାଧ୍ୟ କରିପାରିଛି। କାରଣ ମୋର ସ୍ବଧର୍ମ ଏତେ ସଂକୀର୍ଣ୍ଣ ନୁହଁ।
(ଏହା ମଧ୍ୟ ସେହି ବ୍ୟକ୍ତିଙ୍କ ଲେଖନୀରୁ)
୧.୩.୧୯

No comments:
Post a Comment