ଯେଉଁ ସାହିତ୍ୟ ତାର ଆତ୍ମା ହରାଇବ, ସେ ତ ମୃତବତ; ସେ ଜାତିକୁ ଉଦବୁଦ୍ଧ କରିପାରିବ ନାହିଁ, ଜାଗ୍ରତ କରିପାରିବ ନାହିଁ, ମୋର ଆଶଙ୍କା ହେଉଅଛି। ଓଡ଼ିଆ ସାହିତ୍ୟ ମୃତ୍ୟୁ ମୁଖରେ ପଡ଼ିବ ଯଦି ସେ ତାର ଆତ୍ମାର ସନ୍ଧାନ ତୀବ୍ର ଭାବରେ ନ କରେ। ବିଦେଶୀୟ ସାହିତ୍ୟରୁ ଭାବ ନେଉ, କିନ୍ତୁ ତାହାକୁ ନିଜସ୍ୱ (ନିଜ ଅନୁକୂଳ)ନ କରିବା ପର୍ଯ୍ୟନ୍ତ ସେ ମରୀଚିକା ଭ୍ରମରେ ପଡ଼ିଥିବ। ଏହା ହିଁ ମୋର ବିଶ୍ୱାସ। ଆତ୍ମା ଅବିନଶ୍ୱର। କିନ୍ତୁ ସାହିତ୍ୟର ଆତ୍ମା କେବଳ ଅବିନଶ୍ୱର କହିଲେ ଠିକ ହେବ ନାହିଁ; ଏହା ପରିବର୍ତ୍ତନଶୀଳ, ମାତ୍ର ଅବିନଶ୍ୱର, ଏହା କହିବାକୁ ହିଁ ହେବ। ଯଦି କେହି ଭୁଲକ୍ରମେ ଏହି ପରିବର୍ତ୍ତନଶୀଳତାକୁ ନଷ୍ଟ କରିବାକୁ ଚେଷ୍ଟା କରିବ, ସେ ଭୁଲ କରିବ। ପରିବର୍ତ୍ତନ ଘଟୁ, କିନ୍ତୁ ସାହିତ୍ୟର ଆତ୍ମା ଯେପରି ପୁଷ୍ଟ ଏବଂ ବଳିଷ୍ଠ ହେଉ, ଏହା ହିଁ କାମନା।
(ଓଡ଼ିଆ ଭାଷା ସମ୍ପର୍କରେ ସେ ଏହି ମତ ଦେଇଥିଲେ।)
୨.୩.୧୯

No comments:
Post a Comment