ବାଟରେ ଗୋରୁ ମୂତିମୂତି ଗଲେ ଯେମିତି ଦିଶେ
ସେମିତି ସେହି ଇଙ୍ଗିରିଜି ଭାଷାର ଅକ୍ଷର।
କଣ ନା ଯିଏ ଆମକୁ ଗୋଇଠା ମାରିଲା
ତାରି ଗୋଡ଼ ତଳେ ପଡ଼ିବା !
ଯିଏ ଆମ ରାଇଜ ଛଡ଼େଇ ନେଲା
ତାରି ଅଇଁଠା ପତର ଚାଟିବା !
ଏଇ ଅକଲ !
ଭଲ।
ବକ୍ସି ଜଗବନ୍ଧୁ ବିଦ୍ୟାଧରେ, ପୁରିଆ ପାଟଯୋଶୀଏ, ଜଇ ରାଜଗୁରୁଏ, ଚାଖି ଖୁଣ୍ଟିଆଏ ଆହୁରି ଗଣ୍ଡା ଗଣ୍ଡା ଭେଣ୍ଡାଏ ଯେତେ ଯିଏ ମାତୃଭୂମି ପାଇଁ ଲଢ଼ିଥିଲେ ତାଙ୍କର ଉପଯୁକ୍ତ ତର୍ପଣ ହୋଇଗଲା ତୁମ ଛୁଆକୁ ଇଙ୍ଗିରିଜି ପଢ଼ାଇବା ଦ୍ୱାରା !
ସେମାନେ ଯାହାକୁ ତଡ଼ିବେ ବୋଲି ଜୀବନକୁ ପାଣି ଛଡ଼େଇ ଦେଇଥିଲେ ତେମେ ତାଙ୍କରି ଗୋଲାମ ହେବ ବୋଲି ତାଙ୍କ ଭାଷା
ତାଙ୍କ ଧରଣ ସବୁ ଶିଖିନବ।
ଭଲ।
( ଏହା ଏକ ଉପନ୍ୟାସରୁ ଉଦ୍ଧୃତ। କେହି ଯଦି ପଢ଼ିଥିବେ କହିବେ ସେ ଉପନ୍ୟାସର ନାମ କ'ଣ ?)
୧୬.୩.୧୯

No comments:
Post a Comment