ଭାରତ ସ୍ୱାଧୀନ ହେଲା। କିନ୍ତୁ ପରାଧୀନ ନୀତି ଛାଡ଼ି ପାରିଲା ନାହିଁ। ଗାଈ ହତ୍ୟା ଯେତିକି ପରାଧୀନ ଭାରତରେ ହେଉଥିଲା ତା ଠାରୁ ଅଧିକ ଗାଈ ସ୍ୱାଧୀନ ଭାରତରେ ହତ୍ୟା ହେଲେ। କଂସାଇ ଓ କଂସାଇ ଖାନା ହୁ ହୁ ବଢ଼ି ଚାଲିଲା। ଏହା ଦେଖି ଦେଶଭକ୍ତ ଓ ସ୍ୱାଧୀନତା ସଂଗ୍ରାମୀମାନେ ପୁଣି ଆନ୍ଦୋଳନ କଲେ, ଯାହା ଗୋହତ୍ୟା ନିରୋଧ ଆନ୍ଦୋଳନ ନାମରେ ପ୍ରସିଦ୍ଧ।
ସେହି ସମୟରେ ଏହି ସାହିତ୍ୟିକଙ୍କର ଗୋଟିଏ ନିବନ୍ଧ "ଗୋରକ୍ଷା" ନାମରେ ପ୍ରକାଶ ପାଇଥିଲା, ଯାହା ତାଙ୍କ ଗ୍ରନ୍ଥାବଳୀରେ ଅଛି। ଆପଣମାନଙ୍କ ଗୋଚରାର୍ଥେ ସେହି ପ୍ରବନ୍ଧରୁ କିଛି --
ଯେତେ ଗାଈ ଖାଇ ପାରିବ, ସେତେ ଭଲ ବୋଲି ଦଳେ ପାଠୁଆ ଲୋକଙ୍କର ମତ।
କିନ୍ତୁ ରେ ପାଠୁଆ !
ଭାରତୀୟ ହୋଇ ହିନ୍ଦୁ ହୋଇ ତୁମର ଏପରି ହାଲୁକା ମନ୍ତବ୍ୟ ଅତ୍ୟନ୍ତ ଅଶୋଭନୀୟ - କେବଳ ଅଶୋଭନୀୟ ନୁହେଁ ଅମାର୍ଜନୀୟ।
କେଉଁ ଅନାଦି ଅନନ୍ତ କାଳରୁ ଭାରତରେ ଗାଈକୁ ଆମେ ଆମ ପରିବାରର ଅଙ୍ଗୀଭୂତ କରିନେଇଛୁ। ସେଥିପାଇଁ ଗାଈକୁ ଖାଇବାକୁ ହେବ ନାହିଁ ବୋଲି କୁହାଯାଇଛି।
ଗୃହସ୍ଥର ଦରକାର ଗୋବତ୍ସା ଦୁଧ ପାଇଁ। ସେଥିପାଇଁ ଗାଈ ଗୋମାତା। ସେଥିପାଇଁ ସେ ପୂଜ୍ୟା।
ଗୋଖାଦକତା ସାଧାରଣ ହିନ୍ଦୁ ଗୃହସ୍ଥ ମୁଖରୁ ବାହାରେ ନାହିଁ। ଏହା ବାହାରୁଛି କେବଳ କେତୋଟି ପାଠୁଆଙ୍କ ମୁହଁରୁ ଯେଉଁମାନେ ବେଶୀ ଦରମା ପାଆନ୍ତି ଅଥଚ ଗାଈ ରଖନ୍ତି ନାହିଁ।
ସେହିମାନଙ୍କୁ ଆଗେ ଦଣ୍ଡ ଦେବାକୁ ହେବ। ସେମାନଙ୍କ ଆର୍ଥିକ ଅବସ୍ଥା ସ୍ଵଛଳ ଥିବା ସ୍ଥଳେ ସେମାନେ କାହିଁକି ଗାଈ ରଖୁ ନାହାନ୍ତି ?
ସେମାନେ କାହିଁକି ଗାଈ ପୋଷୁ ନାହାଁନ୍ତି ?? ସେମାନେ କାହିଁକି ଗାଈ farm କରୁ ନାହାଁନ୍ତି ???
୧୯୩୯-୧୯୪୨ ଯୁଦ୍ଧବେଳେ ଅନେକ ଗାଈ ଖାଇଗଲ। ଭାଳେଣୀ ପଡ଼ିଲା ଗୋରୁ ସଂଖ୍ୟା କମିଗଲା।
ଆଜି ଯୁକ୍ତି ବାଢୁଛ, ଦୁର୍ବଳ ଗାଈ ଖାଇଦେବା ଦରକାର। କାହିଁକି, ତୁମର ଦୁର୍ବଳ ଛୁଆଟାକୁ ମାରି ଦେଉ ନାହଁ ? ଦୁର୍ବଳ ମଣିଷକୁ ମାରି ଦେଉ ନାହିଁ। ଏତେ ଡାକ୍ତରଖାନା ଖୋଲିବାକୁ ପଡ଼ିବ ନାହିଁ।
କଥା ତାହା ନୁହଁ, ଭଲ କରି ଭାବ। ଗୋମାତା ତୁମ କୁଟୁମ୍ବର ଜଣେ। ସେ ହିନ୍ଦୁ ପରିବାରଭୁକ୍ତ। ଅନ୍ୟ ଜୀବଜନ୍ତୁ ସେପରି ନୁହଁ ହିନ୍ଦୁଙ୍କ ପକ୍ଷରେ।
ଭାରତରେ ଏହି ଗୋଭାଵ ଅତି ପ୍ରାଚୀନ ଏବଂ ଏହା ଭାରତୀୟଙ୍କ ମର୍ମେ ମର୍ମେ ଭେଦିଛି।
ଆଉ ବୌଦ୍ଧଧର୍ମ ଓ ଜୈନଧର୍ମ କଥା ଯଦି କହିବ, ତାହେଲେ ତ ତୁମକୁ ପୂରାପୂରି ନିରାମିଷାଶୀ ହେବାକୁ ପଡ଼ିବ।
ରେ ପାଠୁଆ ! ବୁଦ୍ଧଙ୍କ ଅହିଂସା ବିଷୟରେ ତ ବହୁତ ପାଠଚକ୍ର କରୁଛ। ତା' ପରେ କେଉଁ ବିବେକରେ ଭାରତକୁ ଗୋଖାଦକ ହେବାକୁ ପରାମର୍ଶ ଦେଉଛ ?
ପ୍ରକୃତରେ ତୁମେ କହିବା ଉଚିତ ଯେ
ଗାଈ ପାଇଁ ସରକାର farm କରୁ, ଲୋକଙ୍କୁ ଅଧିକ ଦୁଧ ଯୋଗାଉ। ଲୋକଙ୍କ ଆର୍ଥିକ ଉନ୍ନତି ପାଇଁ ପ୍ରଗାଢ଼ ଚେଷ୍ଟା କରୁ।
ସେ କଥା ନ କହି, ଗୋରକ୍ଷା ଆନ୍ଦୋଳନକୁ ପିଲାଳିଆମୀ, ମୁର୍ଖତା ଓ ଆଯୌକ୍ତିକତା ବୋଲି କହୁଛ !
ଛି ଛି, ଘୃଣାହୁଏ ତୁମ୍ଭମାନଙ୍କୁ।
ହିନ୍ଦୁସ୍ଥାନରେ ତୁମ୍ଭମାନଙ୍କର ସ୍ଥାନ ନାହିଁ।
ତୁମେସବୁ ଭାରତକୁ ଇଂଲିଶସ୍ଥାନ କରିବାକୁ ବସିଛ। ଭାରତୀୟ ସଭ୍ୟତାକୁ ମାରିଦେବାକୁ ବସିଛ।
ନିବନ୍ଧର ଶେଷରେ ସେ କହିଛନ୍ତି -
ଏମାନଙ୍କର ମତିଗତି ବଦଳେଇବା ଦରକାର
ଭାରତବର୍ଷର ମହାସଙ୍କଟ ହେଲା -
ଏହି ସ୍ଵଜାତୀୟ ଗୁଡ଼ିକ ବିଜାତୀୟ ହୋଇଯାଇଛନ୍ତି।
ଏମାନଙ୍କୁ ନ ବଦଳାଇଲେ ଭାରତର ଗତି ମୁକ୍ତି ନାହିଁ।
୫.୩.୧୯

No comments:
Post a Comment