ବାପା - ସମୟ ସଙ୍ଗେ ତାଳ ରଖି ନ ଚାଲିଲେ ଆମେ ଆମ ନିଜ ଅଭିମାନ ରଖି କେତେଦିନ ଆଡ଼େଇ ହୋଇ ମୁଣ୍ଡ ଟେକି ରହି ପାରିବା ?
ଅଜା - ଆରେ ସବୁଦିନେ ମୁଣ୍ଡ ଟେକି ରହିଥିବାରେ ସବୁଦିନେ,
ଯେମିତି ଦେଖୁଛ ଆମର ବଡ଼ ଦେଉଳ ମୁଣ୍ଡଟେକି ରହି ପାରିଚି।
ଆଉ ରହିପାରିଚି ଲିଙ୍ଗରାଜ ଦେଉଳ ସେମିତିଆ ତ। ତା ନ ହେଲେ ଆପଣା ଧର୍ମ ଆପଣା ନୀତି ଧରି ଆମେ ପଛେ ମାଟିରେ ମିଶିଯିବା ସେଥିରେ ବି ଗୌରବ ଅଛି। କେତେ ଦେଉଳ ତ ପୁଣି ଭାଙ୍ଗିପଡ଼ି କଣ୍ଟାବଣରେ ମିଶିଚି, କେତେ ପୋଥି ତ ପୁଣି ବଇତମ ହୋଇ ଜଳାଶାୟୀ ହୋଇଛି, ଯାହା ଯିବାର ତା ଯାଉ, ତା ବୋଲି ପରର ଅଇଁଠା ଚାଟିବା, ଛିଃ।
(ବିଦେଶୀ ଶିକ୍ଷା ମାଧ୍ୟମକୁ ଗ୍ରହଣ କରିବା ନ କରିବା ପ୍ରସଙ୍ଗ)
୧୭.୩.୧୯

No comments:
Post a Comment