ଐତିହାସିକ ବାରବାଟୀ କଥା ଭାବିଲେ ହୃଦୟ ସ୍ତମ୍ଭିତ ଓ ବ୍ୟଥିତ ହୋଇ ଉଠେ।
"କାଞ୍ଚି ଅଭିଯାନେ ଯେ ଦୁର୍ଗ ପ୍ରାଚୀର
ବାଦ୍ୟ ନାଦେ ଦେଇଥିଲା ପ୍ରତିଗିର।"
ଆଜି ସେହି ବାରବାଟୀ ନୟନ ପଥାରୁଢ଼ ହୁଏ ନାହିଁ। ଖଣ୍ଡିଏ ମସଜିଦ, ଗୋଟିଏ ମରହଟ୍ଟା ବ୍ୟାରେକ, ପୂର୍ବ ଦିଗ ସ୍ଥିତ ଅର୍ଦ୍ଧଭଗ୍ନ ତୋରଣ ଦ୍ୱାର ଓ ପରିଖା, ଏହା ହିଁ ଜାତୀୟ ଇତିହାସର ଶ୍ମଶାନ ଚିହ୍ନ।
ତା' ଛଡ଼ା ଆଉ ଅଛି କ'ଣ ? କେତେକ ନୂତନ କୋଠା।
"ପୁଣି ନୂଆ ଲୀଳା ଲାଗିଛି ଏଠାରେ
ପୁଣି ମତ୍ତ ନର ନଶ୍ୱର ବ୍ୟାପାରେ।"
ଅଧୁନା ବାରବାଟୀ ପ୍ରାଙ୍ଗଣରେ ଦେଖିବାକୁ ମିଳେ ଆମୋଦ ପ୍ରମୋଦ ପାଇଁ କଟକ କ୍ଲବ, କେତେକ ଅଫିସରଙ୍କ କୋଠା ଇତ୍ୟାଦି। ଏହି ଦୃଶ୍ୟ ଦେଖି ପୂର୍ବର ଇତିହାସ ସ୍ମରଣ କଲେ ହୃଦୟ ବେଦନାରେ ଭାରାକ୍ରାନ୍ତ ହୁଏ।
(ଏହା ମଧ୍ୟ ତାଙ୍କରି ଗ୍ରନ୍ଥାବଳୀରେ ଲିଖିତ)
୩.୩.୧୯

No comments:
Post a Comment