ଯେଉଁମାନେ କହନ୍ତି ସୌନ୍ଦର୍ଯ୍ୟ ସହିତ ସତ୍ୟର କୌଣସି ସମ୍ବନ୍ଧ ନାହିଁ, ସେମାନେ ଭୁଲ ବୁଝନ୍ତି -
ସତ୍ୟ ବ୍ୟତିରେକେ ସୌନ୍ଦର୍ଯ୍ୟବୋଧ ଅସମ୍ଭବ।
ସେ ସତ୍ୟ ଐତିହାସିକ ସତ୍ୟ ନ ହୋଇପାରେ; କିନ୍ତୁ ସେ ସତ୍ୟ ବିଚାରର, ପରମ୍ପରାର ସତ୍ୟ। ସେ ସତ୍ୟକୁ ଏଡ଼ି କୌଣସି କବି ସୌନ୍ଦର୍ଯ୍ୟ ଫୁଟାଇ ପାରେନା।
କବି ଯଦି ଚାହାନ୍ତି ଅନ୍ୟକୁ ଆନନ୍ଦ ବିତରଣ କରିବେ, ତାହାହେଲେ ସେ ମିଥ୍ୟାର ଆଶ୍ରୟ ନେଇ କଦାପି ସେ ଆନନ୍ଦ ଦାନ କରି ପାରିବେ ନାହିଁ। ସତ୍ ଚିତ୍ ଏବଂ ଆନନ୍ଦ ଏହି ତିନି ପରସ୍ପର ସମ୍ବନ୍ଧ। ଏହି ସଚ୍ଚିଦାନନ୍ଦ ହିଁ ଚିନ୍ତାଶୀଳ ହିନ୍ଦୁଙ୍କର ଜଗତକୁ ପ୍ରଧାନ ଦାନ।
ସେହିପରି ସତ୍ୟ, ଶିବ, ସୁନ୍ଦର ଆଉ ଏକ ଦାନ। ଏଠାରେ ମଧ୍ୟ ଯାହା ସତ୍ୟ ତାହା ସତ୍, ଯାହା ଶିବ ତାହା ଚିତ୍, ଯାହା ସୁନ୍ଦର ତାହା ଆନନ୍ଦ।
ଏହି ମୂଳ ତଥ୍ୟକୁ ଯେପରି କେହି ନ ଭୁଲନ୍ତି, ଏହି ମୂଳ ତଥ୍ୟକୁ ପାଇଛନ୍ତି ଜଣେ ନୁହେଁ ଅନେକ ଚିନ୍ତାଶୀଳ ଲୋକେ ଭାରତର ବହୁଯୁଗ ବ୍ୟାପୀ ଚିନ୍ତା ଏବଂ ସାଧନା ଦ୍ୱାରା।
(ଏହା ତାଙ୍କ 'କଳା' ନିବନ୍ଧରୁ ଉଦ୍ଧୃତ।)
୭.୩.୧୯

No comments:
Post a Comment