ଓଡ଼ିଶାର ଜାତୀୟ ଜୀବନରେ ଏପରି କୌଣସି କ୍ଷେତ୍ର ନାହିଁ, ଯେଉଁଠାରେ କି ତାଙ୍କର କୌଣସି ଦାନ ନାହିଁ। ବିଛିନ୍ନ ଉତ୍କଳର ଏକତ୍ରିକରଣ ପାଇଁ ଉତ୍କଳ ସମ୍ମିଳନୀରେ ସେ ସଭାପତିତ୍ୱ କରି ଏହି ଆନ୍ଦୋଳନର ପୁରୋଭାଗରେ ଥିଲେ। ଭାରତ ସେବକ ସମିତିରେ ଯୋଗଦେଇ ସେ ସମଗ୍ର ଭାରତବାସୀଙ୍କର ସେବା କରୁଥିଲେ ହେଁ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପ୍ରତି ତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଦରଦ ଥିଲା। ଓଡ଼ିଶାର ଅତୀତ ଇତିହାସର ଗୌରବବୋଧରେ ତାଙ୍କର ଗର୍ବ ଥିଲା।
ସେ ଅଜାତଶତ୍ରୁ ଥିଲେ। ଯେଉଁମାନଙ୍କ ସହ ତାଙ୍କର ନୀତିଗତ ବିରୋଧ ଥିଲା, ବ୍ୟକ୍ତିଗତ ଭାବରେ ସେ ସେମାନଙ୍କୁ ଭଲ ପାଇବାରେ ତିଳେହେଲେ ହେଳା କରୁ ନ ଥିଲେ। ସେ କାହାକୁ ତାଙ୍କର ଶତ୍ରୁ ବୋଲି ଭାବୁ ନ ଥିଲେ। ସେ ସବୁବେଳେ କହୁଥିଲେ, "ସୁନ୍ଦର ମଣିଷ ଭାଇ ଅସୁନ୍ଦର ହୁଅ ନାହିଁ।"
(ତଥାପି ନାଁ ଆସିଲା ନାହିଁ।)
୧୫.୩.୧୯

No comments:
Post a Comment