ପଚାଶ ବର୍ଷ ପୂର୍ବେ ମୁଁ ଦେଖିଛି, ଆମ ବାଲେଶ୍ବରରେ ଅନେକଗୁଡ଼ିଏ କୋଠାଘର ଥିଲା। ପୂର୍ବେ ଲୁଣ ପୋକ୍ତାନ ଚାଲିଥିଲା। ତେଣୁ ଲୋକଙ୍କ ହାତରେ ପଇସା ଥିଲା। ରେଳ ହୋଇଯିବା ପରେ ସେ ଲୁଣ ପୋକ୍ତାନ ଆଉ ଅନ୍ୟାନ୍ୟ କାରବାର ରେଳରେ ହିଁ ହେଲା - ଜାହାଜରେ ହେଲା ନାହିଁ।
ସୁତରାଂ ଜାହାଜ (କୋଷ୍ଟାଲ ସିପିଂ) ଆଉ ତିଆରି ହେଲା ନାହିଁ। ଯାହା ଥିଲା, ସେ ସବୁ ଭାଙ୍ଗିବାକୁ ଲାଗିଲା। ଏହିପରି ଆର୍ଥିକ ଦୁଃସ୍ଥିତି ଜନ୍ମିଲା। ରେଳ ଲାଇନ ପଡ଼ିବା ସାଙ୍ଗେ ସାଙ୍ଗେ ବଙ୍ଗ ଦେଶରୁ ଶାସନ କରିବା ପାଇଁ ବଙ୍ଗାଳୀ ଆସିଲେ, ସାହେବଙ୍କର କର୍ମଚାରୀ ହୋଇ। ତା' ରି ଫଳରେ ଅବସ୍ଥା ଖରାପ ହେବାକୁ ଲାଗିଲା। ଦେଶରେ ସେ ଅପମାନିତ ହେବାକୁ ଲାଗିଲା। ତାକୁ ଭଲ କାମଦାମ ମିଳିଲା ନାହିଁ।
ଏବେ କୁଟୀର ଶିଳ୍ପରେ ଅବନତି ଘଟିଛି। ଅନେକ ଚେଷ୍ଟା କରାଯାଉଛି କୁଟୀର ଶିଳ୍ପର ବୃଦ୍ଧି କରିବା ପାଇଁ। କିନ୍ତୁ କୁଟୀରଶିଳ୍ପ ମୁଣ୍ଡ ଟେକି ଉଠି ପାରୁ ନାହିଁ। ଆମର ଶିକ୍ଷା ଓ ଶାସନ କଳ ମଧ୍ୟ ଠିକ୍ ନ ଥିବାରୁ, କୁଟୀରଶିଳ୍ପର ଭବିଷ୍ୟତ କିଛି ନାହିଁ।
ଦଶ ବର୍ଷ ଭିତରେ ଜମି ଦାମ୍ ଖୁବ୍ ବଢ଼ି ଯାଇଛି। ଏଇ କଟକ ସହରରେ ରାଜା ବଗିଚା ଆଡ଼େ ଜମିର ମୂଲ୍ୟ ଯେଉଁଠାରେ ଗୁଣ୍ଠ ପଞ୍ଚସ୍ତରୀ ଟଙ୍କା ଥିଲା ଆଜି ସେହି ଜମିର ମୂଲ୍ୟ ହୋଇଛି ଅଢ଼େଇ ହଜାର ଟଙ୍କା।
("ପଚାଶ ବର୍ଷର ଇତିହାସ" ଶୀର୍ଷକ ନିବନ୍ଧରେ ସେ ଏହା ଲେଖିଛନ୍ତି। କିନ୍ତୁ ସେ କିଏ ?)
୧୧.୩.୧୯
୧୨.୩.୧୯

1 comment:
Harihar Da....
Post a Comment