Monday, 4 March 2019

*ଧର୍ମ ଅଧର୍ମ*

ସେ ତାଙ୍କ ଲିଖିତ "ମାନବର ଧର୍ମ" ପ୍ରବନ୍ଧରେ କହିଛନ୍ତି - ଆଦର୍ଶ ମଣିଷ ସିଏ ଯାହାର ଧର୍ମ ଅଛି। ବିଶ୍ୱବିଦ୍ୟାଳୟ ମଣିଷ ତିଆରି କରୁନି; ପଶୁ ତିଆରି କରୁଛି ବୋଲି କେତେକ କହୁଛନ୍ତି। କାହିଁକି କହୁଛନ୍ତି ତାର କାରଣ ହେଉଛି - ମନୁଷ୍ୟ ପାଠୁଆ ହେଲେ କିଛି ଲାଭ ନାହିଁ ଯଦି ତାର ଚରିତ୍ର ନ ଥାଏ। ମାନବର ଧର୍ମ ହେଉଛି ଚରିତ୍ର ରକ୍ଷା। ମନୁଷ୍ୟ ତା କଥାର ବା ତା ଜବାବର ମୂଲ୍ୟ ବା ପବିତ୍ରତା ରକ୍ଷା କରିବା ଉଚିତ। ଏହି ଦେଶର ଦଶରଥଙ୍କ ପ୍ରତିଜ୍ଞା ଯୋଗୁଁ ରାମଚନ୍ଦ୍ର ବନବାସ ଯାଇଥିଲେ। ଏହି ଦେଶର ହରିଶ୍ଚନ୍ଦ୍ର ସତ୍ୟ ରକ୍ଷା ପାଇଁ ସର୍ବସ୍ୱ ତ୍ୟାଗ କରିଥିଲେ। ମହାଭାରତରେ ଏହିପରି ଦୃଷ୍ଟାନ୍ତ ଅସଂଖ୍ୟ ରହିଛି। କିନ୍ତୁ ସେ ସବୁ ଆଜି ଆମକୁ ଉଦବୁଦ୍ଧ କରୁନାହିଁ କାହିଁକି ? ତାର କାରଣ ହେଉଛି ସେ ସବୁ ସ୍କୁଲ କଲେଜରେ ଆଉ ପଢ଼ା ହେଉ ନାହିଁ।

ମାନବର ଧର୍ମ ବାସ୍ତବିକ ମାନବକୁ ମାନବ ଆଖ୍ୟା ଦେଇଥାଏ। ମଣିଷର ମଣିଷପଣିଆ ନ ଥିଲେ ସେ ଅମଣିଷ, ପଶୁ, ଅଧମ, ନୀଚ, ଘୃଣ୍ୟ ସମସ୍ତଙ୍କର କୁପାତ୍ର। ଅତଏବ ମାନବର ଧର୍ମ ହେଉଛି ବଡ଼ କଥା। ସେଥିପାଇଁ ହିତୋପଦେଶରେ କୁହାଯାଇଛି ଯେ ମଣିଷକୁ ଧର୍ମ ସବୁବେଳେ ରକ୍ଷା କରେ। ଧର୍ମ ଧନଠାରୁ ବଡ଼, ବିଦ୍ୟାଠାରୁ ବଡ଼।

ମୋ ପାଖରେ ଡମା ନାମରେ ଗୋଟିଏ ଚାକର ଆଜିକି ୨୭ ବର୍ଷ ହେଲା ରହିଛି। ଦିନେ ସେ ଚୋରି କରି ନାହିଁ। ମୋ ପାକିଟିରେ, ଖଟରେ, ବିଛଣାରେ ଯାହା ପଡ଼ିଥାଏ ପଇସା, କଉଡ଼ି ବା କଲମ ଇତ୍ୟାଦି ସେ ତାକୁ ସବୁ ଉଠାଇ ଯଥା ସ୍ଥାନରେ ସଜାଇ ରଖିଦିଏ। ଅଥଚ ଆମ ସ୍କୁଲ ପିଲା ଓ କଲେଜ ପିଲାଙ୍କ ମଧ୍ୟରେ ଘଡ଼ି ଚୋର, କଲମ ଚୋର, ବହି ଚୋର ଭର୍ତ୍ତି। ଏହା ମାନବ ଧର୍ମ ନୁହେଁ, ଏହା ଅଧର୍ମ। ଏହା ମଣିଷକୁ ତଳକୁ ପକାଇ ଦିଏ।

(କହିବା ବାହୁଲ୍ୟ ଯେ ଧର୍ମ ନିରପେକ୍ଷ ଅଫିମ  ଆମ ଶିକ୍ଷାକୁ ଧର୍ମ ବିହୀନ କରିଛି। ସେଇ ଧର୍ମନିରପେକ୍ଷ କାରଖାନାରୁ ବାହାରିଥିବା ଅଧାର୍ମିକ ପଣ୍ଡିତମାନେ ଧର୍ମ ନାଁ ଶୁଣିଲେ ଏପରି ଚିତ୍କାର କରୁଛନ୍ତି, ସତେ ଯେମିତି ଦେଶଟାକୁ ଧର୍ମ ଧ୍ୱଂସ କରିଦେବ।)

୪.୩.୧୯

1 comment:

Unknown said...

ଧର୍ମନିରପେକ୍ଷ ପଛରେ ଧାଇଁଥିବା ବୁଦ୍ଧିଜୀବୀ କୁକୁର କେମିତି ବୁଝିବେ ମାନବ ଧର୍ମ କଣ ? ରାଷ୍ଟ୍ରଧର୍ମ କଣ ? ସର୍ବୋପରି ଧର୍ମର ପରିଭାଷା କଣ?