ରବି କହିଲା, "ଏକାଠି ହେବା, କାମ କରିବା, ଗାଁର ମଙ୍ଗଳ କରିବା ଏ ତ ଖୁବ୍ ଭଲ କଥା। କିନ୍ତୁ ତୁଣ୍ଡରେ ସିନା କହୁଥାଇଁ କାମରେ କରିବା କ'ଣ ଅନେକ ଆମ ଭିତରୁ ଜାଣନ୍ତି ନାହିଁ। ସବୁ ମଣିଷ ମୂଳୋହୁଁ ଭଲ; ତେଣୁ ଗୋଟାଏ ଭଲ କଥା କରିବା କହିଲେ ସମସ୍ତେ ମାତି ଯାଆନ୍ତି। କିନ୍ତୁ ଯେମିତି ଦେଖନ୍ତି କାମରେ କିଛି ହେଲା ନାହିଁ, ସମସ୍ତେ ଖସନ୍ତି। ପର ଉପରେ ନିର୍ଭର ନ କରି ଆପେ କାମ କରି ଦେଖାଇ ଦେବାକୁ ପଡ଼ିବ ଯେ ତୁମେ ସେରରେ ମାପ, ମାଣରେ ମାପ, ହାତରେ ମାପ କି ବାଡ଼ିରେ ମାପ, ଏତିକି ପରିଶ୍ରମରେ କାମ ହେଲା ଏତିକି, ତେବେ ସିନା ଲୋକଙ୍କର ବିଶ୍ୱାସ ହେବ, ସମସ୍ତେ କାନ୍ଧ ଲଗେଇବେ। ନ ହେଲେ ଯେତେଠି ଗାଁର ଉତ୍ସାହୀ ଲୋକେ କାମ କରିବାକୁ ବାହାରନ୍ତି ସେ ହୁଏ ଖାଲି ତୁଚ୍ଛା ଗପ ବାହାପିଆମି, ଶେଷରେ ଖାଲି ଏକ ଆଖଡ଼ା ଘର, ସେଠି ତ୍ରିନାଥ ମେଳା, ମୃଦଙ୍ଗ ମାଡ଼, ନ ହେଲେ ତାସ, ପଶା, ଅତି ବେଶୀରେ ଦିନାକେତେ ପରିଶ୍ରମ କରି ଖଣ୍ଡ କେତେ ଯାତ୍ରା କି ସୁଆଙ୍ଗ, ୟାରି ନାଁ ହୁଏ କାମ।"
ଧୋବେଇ ମିଶ୍ର କହିଲେ, "ଆପଣ ଠିକ୍ କହିଲେ, ଆମର ବି ଏଠି ସେଇଆ। ଆମ ଟୋକା ଦଳ ବହୁଦିନୁଁ ଭାବୁଚୁଁ ଗୋଟାଏ କିଛି କାମ କରିବୁ, କି କାମଟା ହେଇଚି ?"
ରବି କହିଲା, "ତା ବୋଲି ଆପଣମାନେ ଆଶା ଛାଡ଼ନ୍ତୁ ନାହିଁ। ଫେର ଲାଗନ୍ତୁ।"
ଭିକାରୀ କହିଲେ, "ଆପଣଙ୍କ ଯୋଜନା କଥା ଶୁଣିଚୁଁ, ଆମେ ଭାବିଚୁଁ, ଆମ ଭିତରୁ ଦି'ଜଣ ଜଣେ ସେଠି ଯାଇ ଆପଣଙ୍କ ସହ ମିଶି କାମ କରିବୁ ଓ କାମ ଶିଖିବୁ।
ରବି କହିଲା, "ବହୁତ ଭଲ, ଶିଖେଇବା କଥାଟି ସବୁ ଭୁଲି ଯାଆନ୍ତି।
ଆମେ ସେଇ କାମକୁ ହିଁ ପ୍ରାଥମିକତା ଦେଇଛୁ।"
୧୪.୪.୧୯

No comments:
Post a Comment