Monday, 15 April 2019

*ଏଠି ବି କେଜାଣି ହୋଇଥିବ ବି ତା*

ଜୀବନ ବିକଳରେ କବି ଓ ପଣ୍ଡିତ ହୁଅନ୍ତି ଗୁଣ୍ଡାର ପ୍ରଚାରକ, ତାର ଭାଟ, ତାର ଅପକୀର୍ତ୍ତିର ଅସଭ୍ୟ ବର୍ବର ଲଜ୍ଜାଜନକ କାହାଣୀକୁ କାବ୍ୟରେ କି ଶିଳା ଲିପିରେ ବୀରତ୍ବର ପ୍ରଶସ୍ତି କରି ରଖିଦେଇ ଯାଆନ୍ତି। ଏଠି ବି କେଜାଣି ହୋଇଥିବ ବି ତା, ମୁଣ୍ଡଶିକାରୀ ଆଦିମ ଅସଭ୍ୟ ମଣିଷର ପରମ୍ପରାରେ, ସେହି ଯୁଦ୍ଧ, ଦେଶ ଜୟ, ଲୁଣ୍ଠନ, ଅତ୍ୟାଚାର, ରକ୍ତପାତର ପୁରୁଣା କାହାଣୀ, ହାଣିବାର, ହାଣ ଖାଇବାର, ହିଂସା ଓ କାମନାର।

ପୁଣି ଅସୀମ ତ୍ୟାଗର, ଅସୀମ ସହିଷ୍ଣୁତାର, ଅସୀମ ସାହସିକତାର,  ନୈତିକତାର, ପରଦୁଃଖରେ କାତର ହୋଇ ପରକୁ ଉପକାର କରିବାକୁ ଯାଇ ଆପଣାର ଜୀବନଦାନର ଇତିହାସ ଘଟିଥିବ ଏଠି ବି ବାରମ୍ବାର।

୧୫.୪.୧୯

No comments: