କେଉଁ ପରିମାଣରେ ବିପିନ ସେମାନଙ୍କୁ ସେ ଆଦର୍ଶ ଯୋଗାଇ ପାରିଛି ? ବିପିନ ନିଜେ ଅନେକ ଯୋଜନା ତାଙ୍କ ଆଗରେ ଥୋଇଛି। ନାନା ଦେଶ, ନାନା ଲୋକଙ୍କ ଦେଖାଦେଖିରେ ଗୋଟିଏ ଫର୍ମା ତିଆରି ହୋଇଛି। ସେହି କାମ କଲେ ସେଥିରୁ ଅନେକ ଉପକାର ହେବ ବୋଲି କୁହାଯାଇଛି। କିନ୍ତୁ, ଯେଉଁ ସତ୍ ଵିଚାର, ଯେଉଁ ଆଦର୍ଶକୁ ଏ ମାଟିର ମଣିଷ ବଡ଼ ବୋଲି ଭାବି ଆସିଛି, ତାହା ଏଇ ବିପିନ ମାନଙ୍କ ପରି ଯୋଜନା ପ୍ରାଣୟନକାରୀଙ୍କ କଥାରୁ ହୃଦ୍ ବୋଧ ହେଉ ନାହିଁ କି ପ୍ରାଣରେ ପୁଲକ ଆସୁ ନାହିଁ।
ବିପିନ ସେମାନଙ୍କୁ ଭଲ ପାଇ ନାହିଁ, ଚିହ୍ନିବାକୁ ଚେଷ୍ଟା କରି ନାହିଁ। ବ୍ୟଙ୍ଗ କଥା କହି ଆପଣା ବୁଦ୍ଧିର ପ୍ରଖରତା ଦେଖାଇଛି। ସେମାନେ ବି ତାକୁ ହସିଛନ୍ତି। ହସିବେ ନାହିଁ କିପରି ? ସେମାନେ ଭାବିଛନ୍ତି ଆମେ କଣ ମେସିନ, ଯେ ଚାହିଁବ ସେ ବ୍ୟବହାର କରିବ ?
୨୨.୪.୧୯

No comments:
Post a Comment