ପରିଚ୍ଛେଦ ୯ରେ ଭବାନନ୍ଦ ସନ୍ତାନଙ୍କୁ କହୁଛନ୍ତି -
ଆଜିର ଏହି ଯୁଦ୍ଧରେ ସନ୍ତାନମାନଙ୍କୁ ବାଜି ଲଗାଇବାକୁ ହେବ। ଏହି ସମୟରେ ଗାଅ -
'ବନ୍ଦେ ମାତରମ !'
ଗୁଳି ଗୋଳା ଭୟଙ୍କରଭାବେ ଫୁଟୁଥିବା ସମୟରେ ହଜାର ହଜାର କଣ୍ଠରୁ ଗର୍ଜି ଉଠିଲା -
'ବନ୍ଦେ ମାତରମ !'
ପରିଚ୍ଛେଦ ୧୦ରେ ବର୍ଣ୍ଣିତ ହୋଇଛି -
"ବନ୍ଦେ ମାତରମ ଗାଇ ଗାଇ ଦଶ ହଜାର ସନ୍ତାନ ଭାଲା ଉଠାଇ ତୋପ ଶ୍ରେଣୀ ଆଡ଼କୁ ଖେଦିଗଲେ।"
ପରିଚ୍ଛେଦ ୧୧ରେ କୁହାଯାଇଛି -
"...ତୋପ ଉପରେ ଅଧିକାର ହେବା ମାତ୍ରେ ଭବାନନ୍ଦ ଡେଇଁ ପଡ଼ି ତୋପ ଉପରେ ଛିଡ଼ା ହୋଇଗଲେ ଓ ତାଳି ମାରି ନାରା ଦେଲେ - ବନ୍ଦେ ମାତରମ।
ତା'ପରେ ସମସ୍ତେ ଦୋହରାଇଲେ - ବନ୍ଦେ ମାତରମ !
ଭବାନନ୍ଦ ସେତେବେଳେ କହିଲେ -
ଜୀବାନନ୍ଦ, ଆସ - ଏବେ ତୋପର ମୁଁହ ବୁଲାଇ ଆମେ ଶତ୍ରୁ ସଂହାର କରିବା।
ସବୁ ସନ୍ତାନ ମିଶି ତୋପର ମୁହଁ ବୁଲେଇ ଦେଲେ। ଏବେ ତୋପରୁ ଗର୍ଜୁଥିବା ସ୍ୱର ସନ୍ତାନମାନଙ୍କୁ 'ହରି ହରି' ସ୍ୱର ଭଳି ଶୁଭୁଥିଲା। ଶତ୍ରୁ ସେନା ସେତେବେଳେ ବିପୁଳ ସଂଖ୍ୟାରେ ମୃତ୍ୟୁ ବରଣ କଲେ।"
ଆନନ୍ଦମଠରେ ଇଂରେଜ ଓ ମୋଗଲଙ୍କ ବିରୋଧରେ ସନ୍ତାନମାନଙ୍କ ପକ୍ଷରୁ ଲଢ଼ାଯାଇଥିବା ଦୁଇଟି ବଡ଼ ଯୁଦ୍ଧର ଵର୍ଣ୍ଣନ ହୋଇଛି। ଅନ୍ତିମ ଯୁଦ୍ଧ ମାଘ ପୂର୍ଣ୍ଣିମା ରାତ୍ରିରେ ହୋଇଥିଲା।
ଚତୁର୍ଥ ଖଣ୍ଡର ଷଷ୍ଠ ପରିଚ୍ଛେଦରେ ଜୀବାନନ୍ଦ କହୁଛନ୍ତି -
ବୋଲ - ହରେ ମୁରାରେ !
ହଜାରେ କଣ୍ଠ ଦୋହରାଇଲେ -
ହରେ ମୁରାରେ !
....ଜୀବାନନ୍ଦ -
"ଆଜି ଏଇ ପର୍ବତ ଶିଖର ଉପରେ ନୀଳ ଆକାଶ ଓ ରାତ୍ରୀକୁ ସାକ୍ଷୀ ରଖି ସନ୍ତାନମାନେ ଯୁଦ୍ଧ କରିବେ।
ଶୀଘ୍ର ଚାଲ -
ଶିଖର ଉପରେ ଯିଏ ପ୍ରଥମେ ପହଞ୍ଚିବ ସେ ଜିତିବ।"
ସମ୍ପୂର୍ଣ୍ଣ କାନନ ଓ ପ୍ରାନ୍ତର ବନ୍ଦେ ମାତରମ ଧ୍ୱନିରେ
ପ୍ରକମ୍ପିତ ହେଲା।
ଇଂରେଜ ସେନା ପ୍ରକଟ ହେବା ମାତ୍ରେ ବୈଷ୍ଣବ ସେନା ବଡ଼ ଜୋରରେ ଗାଇ ଉଠିଲେ -
ତୁମ ହି ବିଦ୍ୟା
ତୁମ ହି ଭକ୍ତି
ତୁମ ହି ମାଆ ବାହୋ ମେ ଶକ୍ତି
ତ୍ୱମ୍ ହି ପ୍ରାଣଃ ଶରୀରେ !
କ୍ରମଶଃ....
୨. ୪. ୧୮

No comments:
Post a Comment