କାବ୍ୟକୁ ଆତ୍ମାଭିବ୍ୟଞ୍ଜନ ମାନି ରଚନା କରୁଥିବା ସାହିତ୍ୟିକ ମଧ୍ୟ ସାମାଜିକ ଦାୟିତ୍ୱ ଓ ନିଜ ମହତ୍ତ୍ୱରୁ ମୁକ୍ତ ହୋଇ ପାରି ନଥାଏ। ସନ୍ଥ ତୁଳସୀ ଦାସ "ସ୍ୱାନ୍ତଃ
ସୁଖାୟ" ର କଥା କହିଛନ୍ତି। ତାଙ୍କର ଉଦ୍ଦେଶ୍ୟ ଥିଲା ରାମଙ୍କ ଚରିତ୍ରର ଗାୟନ କରି ଅଲୌକିକ ଆନନ୍ଦ ଓ ସନ୍ତୋଷ ପ୍ରାପ୍ତ କରିବା।
ପ୍ରାଣୀମାନଙ୍କର ଅନିର୍ବଚନୀୟ ବେଦନାକୁ ସାହିତ୍ୟିକ ନିଜ ଭିତରେ ଅନୁଭବ କରିଥାଏ। ଯେଉଁଥିରୁ ସୃଷ୍ଟି ହୁଅନ୍ତି ବାଲ୍ମୀକି, ବ୍ୟାସ, ଭବଭୂତି, ରବୀନ୍ଦ୍ରନାଥ, ଜଗନ୍ନାଥ, ବଳରାମ, ଭୀମଭୋଇ, ଦୀନକୃଷ୍ଣଙ୍କ ଭଳି କାଳଜୟୀ ସାହିତ୍ୟ ସ୍ରଷ୍ଟା।
ସାହିତ୍ୟିକ ସମକାଳୀନ ରାଜନୈତିକ ପରିସ୍ଥିତିକୁ ଉପେକ୍ଷା ନ କରି ପ୍ରକାରାନ୍ତରେ ସମାଜକୁ ଜାଗ୍ରତ କରିବାପାଇଁ ତାକୁ ସରସ, ସରଳ ଓ ବୋଧଗମ୍ୟ ଶୈଳୀରେ ଚିତ୍ରିତ କରିଦେଇ ପାରେ। ବିଶ୍ୱର ଅଧିକାଂଶ ସାହିତ୍ୟିକଙ୍କ ଆଗରେ ସ୍ବେଚ୍ଛାଚାରୀ ଶାସକବର୍ଗଙ୍କ ଉତ୍ପୀଡ଼ନରୁ ମୁକ୍ତି ସର୍ବଦା ଏକ ପ୍ରଶ୍ନ ହୋଇ ଛିଡ଼ା ହୋଇଥାଏ। ରୁଷୋ, ଭଲଟେୟାର ଫ୍ରାନ୍ସ ବିପ୍ଳବର ବିହନ ବୁଣିଲେ। ମେଜନୀ ଇଟାଲୀର ପୁନରୁତ୍ଥାନର ସୂତ୍ରପାତ କଲେ। ବନ୍ଦେମାତରମ ନାରା ଭାରତରେ ସ୍ୱାଧୀନତା ପାଇଁ ବିପ୍ଳବର ବହ୍ନି ଜଳିଦେଇଥିଲା।
ବଳରାମ ଦାସଙ୍କ କାବ୍ୟଚେତନା ନିଃସୃତ ଲକ୍ଷ୍ମୀପୁରାଣ ସମାଜରୁ ଭେଦଭାବ ଦୂର କରିପାରିଥିଲା। ବସ୍ତୁତଃ ସାହିତ୍ୟ କେବେ ବି ଜୀବନ ଓ ଜଗତଠାରୁ ଅଲଗା ହୋଇ ନ ପାରେ।
କ୍ରମଶଃ....
୧୬. ୪. ୧୮

No comments:
Post a Comment