Sunday, 15 April 2018

*ହିତଂ ସନ୍ନିହିତଂ ତତ୍ ସାହିତ୍ୟମ୍*

ବିଦ୍ୱାନଗଣ ଜ୍ଞାନ ରାଶିର ସଞ୍ଚିତ କୋଷକୁ ସାହିତ୍ୟ କହନ୍ତି। ପ୍ରେମଚନ୍ଦ କହିଲେ ମନୁଷ୍ୟ ସଂସାରରୁ ଯାହା କିଛି ସତ୍ୟ ଓ ସୁନ୍ଦର ପାଇଛି, ଏ ସବୁ ସାହିତ୍ୟ। ଯେଉଁ ସାହିତ୍ୟ ଆମ ଭିତରେ ସୁରୁଚି ଉତ୍ପନ୍ନ କରେ ନାହିଁ, ଆଧ୍ୟାତ୍ମିକ ଓ ମାନସିକ ତୃପ୍ତି ଦିଏ ନାହିଁ, ଆମ ଭିତରେ ଶକ୍ତି ଓ ଗତି ସଞ୍ଚାର କରେ ନାହିଁ, ଆମ ଭିତରେ ସୌନ୍ଦର୍ଯ୍ୟ ପ୍ରେମ ଜାଗ୍ରତ କରେ ନାହିଁ, ଯିଏ ଆମକୁ ସତ୍ୟ ସଂକଳ୍ପ ଓ କଠିନତମ ପରିସ୍ଥିତିରୁ ବିଜୟ ପ୍ରାପ୍ତ କରିବା ପାଇଁ ଆମ ଭିତରେ ଦୃଢ଼ତା ଆଣେ ନାହିଁ, ତାହା ସାହିତ୍ୟ ନୁହେଁ। ପ୍ରଗତିଶୀଳ ଲେଖକ ସଙ୍ଘର ଲକ୍ଷ୍ନୌ ଅଧିବେଶନରେ ସଭାପତି ଭାବେ ଭାଷଣ ଦେଇ ପ୍ରେମଚନ୍ଦ କହିଥିଲେ ତାହା ହେଉଛି ସାହିତ୍ୟ ଯେଉଁଥିରେ ଉଚ୍ଚ ଚିନ୍ତନ ଅଛି, ସୌନ୍ଦର୍ଯ୍ୟର ଅନ୍ତିମ ସୀମା ଅଛି, ସୃଜନର ଆତ୍ମା ଅଛି, ଜୀବନର ସତ୍ୟ ପ୍ରକାଶିତ ହୋଇଛି।

ପ୍ରତ୍ୟେକ ଦେଶର ସାହିତ୍ୟ ସେଇ ଦେଶର ମନୁଷ୍ୟଙ୍କ ହୃଦୟର ଆଦର୍ଶ ରୂପ ଅଟେ। ସେଥିରେ ଥାଏ ମନୁଷ୍ୟର ଶକ୍ତି, ଦୁର୍ବଳତା, ଜୟ, ପରାଜୟ, ହସ, ଲୁହ, ଜୀବନ ଓ ମୃତ୍ୟୁର ଆଲେଖ୍ୟ।

ମନୁଷ୍ୟକୁ ଅଜ୍ଞାନ, ମୋହ, ରୋଗ, ଶୋକ, କୁସଂସ୍କାର, ଦାରିଦ୍ର୍ୟ ତଥା ପରାବଲମ୍ବନରୁ ମୁକ୍ତ କରି ଆତ୍ମବଳ ସଞ୍ଚାର କରିବା ସାହିତ୍ୟର ବାସ୍ତବିକ ଲକ୍ଷ୍ୟ।

ବସ୍ତୁତଃ ସାହିତ୍ୟରେ ପ୍ରତିଟି ମଣିଷର ହିତ ସାଧନର କଥା କୁହାଯାଇ ଥିବାରୁ ଭାରତର ବିଦ୍ୱାନଜନ 'ହିତ ସାଧନ କରିବା' ସାହିତ୍ୟର ମୂଳ ଲକ୍ଷ୍ୟ ବୋଲି ସ୍ୱୀକାର କରିଛନ୍ତି।
ତେଣୁ ଯଥାର୍ଥରେ କୁହାଯାଇଛି -
'ହିତଂ ସନ୍ନିହିତଂ ତତ୍ ସାହିତ୍ୟମ୍।'

କ୍ରମଶଃ....

୧୫. ୪. ୧୮

No comments: