ସେହି ଆଦି ପୁରୁଷରୁ ବିରାଟ ଅର୍ଥାତ୍ ବ୍ରହ୍ମାଣ୍ଡର ଦେହ ଉତ୍ପନ୍ନ ହେଲା। ବ୍ରହ୍ମାଣ୍ଡ ଦେହର ଆଶ୍ରୟ କରି ଜୀଵ ରୂପରେ ପୁରୁଷ ଉତ୍ପନ୍ନ ହେଲେ। ସେ ଭୂମି ଓ ପୁର ତିଆରି କଲେ ।
ଯତ୍ ପୁରୁଷେନ ହବିସା ଦେବା ଯଜ୍ଞମନ୍ତବତ୍ ।
ବସନ୍ତୋ ଅସ୍ୟାସୀଦଜ୍ୟଂ ଗ୍ରୀଷ୍ମଃ ଇଧ ମଃ ରାରଦ୍ଵିବିଃ।।
ଗାବୋ ହ ଜଝିରେ ତତ୍ସାତ୍ ତସ୍ମାଜ୍ଜାତା ଅଜାବୟଃ।
ଅର୍ଥାତ୍ "ଯିଏ ସବୁଠୁ ପ୍ରଥମେ ଜନ୍ମ ହେଲେ(ଯଜ୍ଞ ସାଧକ ପୁରୁଷ) ତାଙ୍କୁ ଯଜ୍ଞ ପଶୁ ରୂପେ ମାନସ ଯଜ୍ଞରେ ଦିଆଗଲା। ସେହି ପୁରୁଷ ଦ୍ୱାରା ଦେବତା, ପ୍ରଜାପତି ଓ ଋଷିଗଣ ଯଜ୍ଞ କଲେ, ଯେଉଁ ଯଜ୍ଞରେ ସର୍ବାତ୍ମକ ପୁରୁଷର ହବନ କରାଗଲା। ସେହି ମାନସ ଯଜ୍ଞ ଭିତରୁ ଦହି ମିଶ୍ରିତ ଘୃତ ଆଦି ଉତ୍ପନ୍ନ ହେଲା। ସେଥିରୁ ବାୟୁ ଦେବତା, ହରିଣ ଓ ଅନ୍ୟ ପଶୁ ଉତ୍ପନ୍ନ ହେଲେ। ସର୍ବାତ୍ମକ ପୁରୁଷଙ୍କ ହୋମ ଯଜ୍ଞରୁ ଋଗ୍ ଓ ସାମ ଉତ୍ପନ୍ନ ହେଲେ। ସେଥିରୁ ଗାୟତ୍ରୀ ଆଦି ଛନ୍ଦ ଉତ୍ପନ୍ନ ହେଲେ ଓ ସେଥିରୁ ଯଜୁର ମଧ୍ୟ ଉତ୍ପନ୍ନ ହେଲେ। ସେଇ ଯଜ୍ଞରୁ ଅଶ୍ୱ ଓ ଅନ୍ୟ ତଳ ଉପର ଦାନ୍ତଥିବା ପଶୁ ଯଥା - ଗାଈ, ଛେଳି, ମେଣ୍ଢା ଆଦି ଉତ୍ପନ୍ନ ହେଲେ।
କ୍ରମଶଃ....
୮. ୪. ୧୮

No comments:
Post a Comment