Tuesday, 10 April 2018

*ଅପୌରୁଷେୟର ପୁରୁଷତ୍ୱ - ୫*

ଏଇ ସୂକ୍ତର ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶରେ ଅଛି -

ଯତ୍ ପୁରୁଷଂ ବ୍ୟଦଧୁଃ କତିଧା ବ୍ୟକଳ୍ପୟନ୍।
ମୁଖଂ କିମସ୍ୟ କୌ ବାହୁ କା ଉରୁ ପାଦା ଉଚ୍ୟତୈ।।

ବ୍ରାହ୍ମଣୋସ୍ୟ ମୁଖମାସୀତ୍ ବାହୁ ରାଜନ୍ୟଃ କ୍ରୁତଃ।
ଉରୁ ତଦସ୍ୟ ୟଦ୍ଵି ସ୍ୟଃ ପଦଭ୍ୟାଂ ଶୁଦ୍ରୋ ଅଜାୟତ।।

ଚନ୍ଦ୍ରମା ମନସୋ ଜାତ ଚକ୍ଷୋଃ ସୂର୍ୟୋ ଅଜାୟତ।
ମୁଖାତ୍ ଇନ୍ଦ୍ର ଚାଗ୍ନି ଚ ପ୍ରାଣାଦ୍ବାୟୁରଜାୟତ।।

ନାଭ୍ୟା ଆସିତ୍ ଅନ୍ତରୀକ୍ଷଂ ଶିଷ୍ନୌ ଧୌଃ ସମବର୍ତ୍ତତ।
ପଦଭ୍ୟାଂ ଭୂମିର୍ଦିଶଃ କ୍ଷୋତ୍ରାତ୍ ତଥା ଲୋକା ଅକଳ୍ପୟନ୍।।

ପ୍ରଶ୍ନୋତ୍ତର ରୂପରେ ଅର୍ଥାତ୍  ଯେଉଁ ବିରାଟ ପୁରୁଷ ଉତ୍ପନ୍ନ କରାଗଲା ତାହା ଅନେକ ପ୍ରକାରର । ତାଙ୍କର ମୁଖ, ଦୁଇ ହାତ, ଦୁଇ ଜଙ୍ଘ ଓ ଦୁଇ ଚରଣ କିପରି ଓ କଣ ?

ତାଙ୍କର ମସ୍ତିଷ୍କ ହେଲା ବ୍ରାହ୍ମଣ, ଦୁଇ ହାତ ହେଲା କ୍ଷତ୍ରିୟ, ଦୁଇ ଜଙ୍ଘ ହେଲା ବୈଶ୍ୟ ଓ ଦୁଇ ଚରଣ ହେଲା ଶୁଦ୍ର।

ତାଙ୍କର ମନ ହେଲା ଚନ୍ଦ୍ରମା, ନେତ୍ର ହେଲା ସୂର୍ଯ୍ୟ, ମୁଖରୁ ଇନ୍ଦ୍ର, ଅଗ୍ନି ଓ ପ୍ରାଣରୁ ବାୟୁ ଉତ୍ପନ୍ନ ହେଲେ।

ଏହାର ତାତ୍ପର୍ଯ୍ୟ ହେଲା ଏହି ବିରାଟ ପୁରୁଷ ଯାହାଙ୍କ ଭିତରେ ମନୁଷ୍ୟ, ଦେବତା, ପୃଥିବୀ, ଋତୁ, ପଶୁ, ଗ୍ରାମ, ଛନ୍ଦ ଇତ୍ୟାଦିର ସୃଷ୍ଟି ହେଲା, ସେହି ବିରାଟ ପୁରୁଷଙ୍କ ଚରଣରୁ ଶୁଦ୍ର ଉତ୍ପନ୍ନ ହେଲେ।

ଅର୍ଥାତ ଏଠାରେ ଶୁଦ୍ର ସେହି ବିରାଟ ପୁରୁଷଙ୍କ ଶରୀରର ଜୀବନ୍ତ ଯଜ୍ଞ ଅଟନ୍ତି। ଏହା ବିନା ଶରୀରର ଅନ୍ୟ ଅଙ୍ଗ ଅଚଳ ହେଇଯିବ। କିନ୍ତୁ ଆଜିର ସମାଜରେ ଶୁଦ୍ରର ଭୁଲ ବ୍ୟାଖ୍ୟା କରି ତାଙ୍କୁ ଅସ୍ପୃଶ୍ୟ ପର୍ଯ୍ୟନ୍ତ କହି ସମାଜକୁ ଭାଙ୍ଗିବାର ଭୟଙ୍କର ଚେଷ୍ଟା କରାଯାଉଛି।

କୌଣସି ବି ବ୍ୟକ୍ତି ସମାଜର ଜାତିଗତ ବ୍ୟବସ୍ଥାକୁ ବେଦର ପୁରୁଷ ସୂକ୍ତ ସହ ଯୋଡ଼ିବାର ଚେଷ୍ଟା କଲେ ନାହିଁ। ନାନା ପ୍ରକାର ଭ୍ରାନ୍ତିଯୁକ୍ତ ତର୍କ ଆଧାରରେ ଭାରତର ଜନ ମାନସକୁ କ୍ଳେଶ, ପୀଡ଼ା ଓ ଦୁଃଖ ଭିତରକୁ ଠେଲି ଦେଲେ।

କ୍ରମଶଃ...

୧୦. ୪. ୧୮

No comments: